ହୋମ / ସ୍ଵାସ୍ଥ୍ୟ / ରୋଗ / ଉଚ୍ଚ ରକ୍ତଚାପ
ସେଆର କରନ୍ତୁ

ଉଚ୍ଚ ରକ୍ତଚାପ

ଉଚ୍ଚ ରକ୍ତଚାପ : ଏକ ନୀରବ ଘାତକ ର ସୂଚନା

ଉଚ୍ଚ ରକ୍ତଚାପ : ଏକ ନୀରବ ଘାତକ  ର ସୂଚନା

ଭାରତରେ ସମୁଦାୟ ଲୋକସଂଖ୍ୟାର ଶତକଡା ୪୦ ଭାଗ ରକ୍ତଚାପରେ ଆକ୍ରାନ୍ତ  । ଏମାନକ ମଧ୍ୟରୁ ଶତକଡା ୧୦ ଭାଗ ପ୍ରକୃତରେ ଚିକିତ୍ସା ପାଇଥିବାବେଳେ ଆଉ ୨୦ ଭାଗ ରୋଗ ଅଛି ବୋଲି ଜାଣନ୍ତି ନାହିଁ  । କାରଣ, କେବେ ବି ତାଙ୍କର ବ୍ଲଡ଼ପ୍ରେସର ମାପ ହୋଇନଥାଏ   । ଅନ୍ୟ ମାନଙ୍କର ମାନସିକତା ଅଦ୍ଭୁତ  । ସେମାନଙ୍କର ଯେହେତୁ କିଛି ଶାରୀରିକ ଅସୁସ୍ଥତା ଦେଖାଦେଉ ନାହିଁ, ସେଥିପାଇଁ ଚିକିତ୍ସା ପ୍ରତ୍ୟାଖ୍ୟାନ କରନ୍ତି  । ଆଉ କେତେଜଣ  ଚିକିତ୍ସିତ ହେଉଥିଲେ ମଧ୍ୟ ଠିକ୍ ଠାକ୍  ଔଷଧ ଖାଆନ୍ତି ନାହିଁ  । ଏମାନଙ୍କ ମଧ୍ୟରୁ ମାତ୍ର ଶତକଡା ୫ ଭାଗ ଲୋକ ପ୍ରତିଦିନ ଔଷଧ ଖାଆନ୍ତି  । ଏକ ପରିସଂଖ୍ୟାନରୁ ଜଣାପଡିଛି, ବିଶ୍ଵରେ ବର୍ଷକୁ ୭୫ ଲକ୍ଷ ଲୋକ ରକ୍ତଚାପରେ ମୃତ୍ୟୁବରଣ କରୁଛନ୍ତି  । ଓ ମୃତ୍ୟୁର କାରଣମାନଙ୍କ ମଧ୍ୟରେ ଉଚ୍ଚରକ୍ତଚାପଜନିତ ହୃଦଘାଟ ଓ ମସ୍ତିଷ୍କାଘାତ ସବୁଠାରୁ ଅଧିକ  । ସଚେତନତା (ଜୀବନ ଶୈଳୀରେ ପରିବର୍ତ୍ତନ) ଓ ଉନ୍ନତମାନର ଚିକିତ୍ସା ଦ୍ଵାରା କାନାଡା, ଅଷ୍ଟ୍ରେଲିଆ ଓ ୟୁରୋପ ମହାଦେଶର ରକ୍ତଚାପ ରୋଗୀଙ୍କ ସଂଖ୍ୟା କ୍ରମଶଃ କମିବାରେଲାଗିଛି  ।

ଉଚ୍ଚ ରକ୍ତଚାପ ସହ ଜଡିତ କେତେକ କାରଣ

ସ୍ଥାନ ପରିବର୍ତ୍ତନ : ଆଫ୍ରିକାରୁ ଅନେକ ଲୋକ ଆମେରିକା ଆସି ବାସ କରୁଥିବାବେଳେ ସେମାନଙ୍କ ଖାଦ୍ୟଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିଛି  । ପାଶ୍ଚାତ୍ୟ ଲୋକଙ୍କ ଭଳି ଅଧିକ ଲୁଣ, ତେଲ ଓ ଚର୍ବି ଜାତୀୟ ଖାଦ୍ୟର ପ୍ରଚଳନ, ଶାରୀରିକ ପରିଶ୍ରମ ହ୍ରାସ,ଧୂମପାନ ଓ ମଦ୍ୟପାନର ଅଭ୍ୟାସ ଆପଣାଇଛନ୍ତି  । ନିଜ ଭିଟାମାଟି ଛାଡି ଅନ୍ୟତ୍ର ଖାପଖୁଆଇ ଚଳିବାଜନିତ ମାନସିକ ଚାପ ରକଚାପ ବଢାଉଛି  । ପ୍ରବାସୀ ଭାରତୀୟଙ୍କ କ୍ଷେତ୍ରରେ ବି ସେହି କଥା  ।

ବୟସ ଭିତ୍ତିରେ : ୦ ରୁ ୧୮ ବର୍ଷ ବୟସ ମଧ୍ୟରେ ଏହି ରୋଗ ଦେଖିବାକୁ ମିଳେନାହିଁ  । ୧୯-୪୦ ବର୍ଷ ବୟସ ମଧ୍ୟରେ ସାଧାରଣ ଭାବରେ  ଦେଖିବାକୁ ମିଳିଥାଏ  ।

ମେଦବହୁଳତା : ମେଦବହୁଳତାକୁ ହାଇ ବ୍ଲଡ଼ପ୍ରେସରର ଏକ ଗୁରୁତ୍ଵପୂର୍ଣ୍ଣ ଆଶଙ୍କା ବା କାରଣ ଭାବେ ଗ୍ରହଣ କରାଯାଏ  ।

ଲିଙ୍ଗାଭିତ୍ତିକ : ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଯଦିଓ ଏହା ସମାନ ପରିମାଣରେ ଦେଖାଯାଏ, ତଥାପି କମ୍ ବୟସର ପୁରୁଷ ଓ ଅଧିକ ବୟସର ମହିଳାଙ୍କ ମଧ୍ୟରେ ବେଶି ଦେଖାଦେଇଥାଏ  ।

ଅନିୟନ୍ତ୍ରିତ ଖାଦ୍ୟ : ଚଟପଟି ଖାଦ୍ୟ, ଡବା ଖାଦ୍ୟ, ଅଧିକ ଲୁଣ ଓ ଚର୍ବିଜାତୀୟ ଖାଦ୍ୟ ଏଥିପାଇଁ ଅନେକାଂଶରେ ଦାୟୀ  ।

ଶାରୀରିକ ପରିଶ୍ରମର ଅଭାବ : ଆଧୁନିକ ଜୀବନଶୈଳୀରେ ଏହା ସାଧାରଣ କଥା ହୋଇଯାଇଛି  । ଏପରି ସ୍ଥିତିରେ ଅନେକ ମେଦବହୁଳତାର ଶିକାର ହୋଇଥାନ୍ତି  । ମାନସିକ ଓ ଶାରୀରିକ ଚାପ ଏଥିପାଇଁ ଏକ ବଡ କାରଣ ବୋଲି ଜଣାପଡିଛି  । ବଂଶାନୁକ୍ରମିକ: ପରିବାର ମଧ୍ୟରେ ଏହା ବହୁଳ ଭାବେ ଦେଖାଯାଉଥିବାରୁ ଏହା ବଂଶାନୁକ୍ରମିକଭାବେ ଗ୍ରହଣ କରାଯାଇଛି  । ଉକ୍ତ ରକ୍ତଚାପରୁ ମୁକ୍ତି ପାଇଁ ଏସବୁ ବିଷୟ ଉପରେ ଧ୍ୟାନ ଦେବା ଜରୁରୀ – ଜୀବନ ଶୈଳୀରେ ପରିବର୍ତ୍ତନ, ଔଷଧୀୟ ଚିକିତ୍ସା ଏବଂ କର୍ମକ୍ଷେତ୍ରରେ ଉତ୍ତମ ବାତାବରଣ  । ଖାଦ୍ୟରେ ସୋଡିୟମ ଲବଣ ହ୍ରାସ, ବ୍ୟାୟାମକୁ ଅଗ୍ରାଧିକାର, ମଦପାନକୁ ବା ଏବଂ ଓଜନ ହ୍ରାସ  । କର୍ମକ୍ଷେତ୍ରରେ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ଦ୍ଵାରା ରକ୍ତଚାପ ରକ୍ତଚାପ ହ୍ରାସ କରାଯିବା ଏକ ପ୍ରମୁଖ ପଦକ୍ଷେପ  ।

ସଂଗୃହୀତ – ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top