ହୋମ / ସ୍ଵାସ୍ଥ୍ୟ / ରୋଗ / ଉତ୍ତମ ଜୀବନ ଶୈଳୀରୁ ସୁସ୍ଥ ଯକୃତ
ସେଆର କରନ୍ତୁ

ଉତ୍ତମ ଜୀବନ ଶୈଳୀରୁ ସୁସ୍ଥ ଯକୃତ

ଯକୃତ (ଲିଭର) ଶରୀରର ଗୁରୁତ୍ଵାପୂର୍ଣ୍ଣ ଅଙ୍ଗ ଏହା ଶରୀରକୁ ସୁସ୍ଥ ରଖିବାରେ ବିଶେଷ ଭୂମିକା ନିଭାଇଥାଏ ।

ଯକୃତ ଶରୀରର ଗୁରୁତ୍ଵାପୂର୍ଣ୍ଣ ଅଙ୍ଗ

ଯକୃତ (ଲିଭର) ଶରୀରର ଗୁରୁତ୍ଵାପୂର୍ଣ୍ଣ ଅଙ୍ଗ ଏହା ଶରୀରକୁ ସୁସ୍ଥ ରଖିବାରେ ବିଶେଷ ଭୂମିକା ନିଭାଇଥାଏ । ମଣିଷ ଖାଉଥିବା ଖାଦ୍ଯାରୁ ଭିଟାମିନ୍ ଓ ବିଷକ୍ତ ପଦାର୍ଥ ଅଲଗା କରିଥାଏ ଯକୃତ । ଯାହା ଦ୍ଵାରା ମଣିଷସୁସ୍ଥ ରହିପାରେ । ଏହେ ଆଜିର ପରବର୍ତ୍ତିନଶୀଳ ଜୀବନ ଶୈଳୀ  ହିଁ ଯକୃତକୁ ଧୀରେ ଧୀରେ ଦୁର୍ବଳ କରିଦେଉଛି । ଏଥିପ୍ରତି ବେଳହୁଁ ସେଚେତନ ନ ହେଲେ ଜୀବନପ୍ରତି ବିପଦ ନିଶ୍ଚିତ ।

ଯକୃତ ଧାରଣ କରିବାର ଶକ୍ତି ଅଧିକ । ଏଥିରେ କୌଣସି ଅସୁବିଧା ହେଲେ ଶୀଘ୍ର ଜଣାପଡେ ନାହିଁ । ଚର୍ବିଯୁକ୍ତ ତେଲ ମସଲା ଯୁକ୍ତ ଓ ଦୂଷିତ ପାଣି ଏଥିପାଇଁ ମୁଖ୍ୟତଃ ଦାୟୀ । ପ୍ରଥମରୁ ଯଦି ଲୋକମାନେ ସୁସ୍ଥ ଖାଦ୍ୟପ୍ରେୟ ପ୍ରତି ଧ୍ୟାନ ଦିଅନ୍ତେ ଓ ପ୍ରତିଦିନ କିଛି ବ୍ୟାୟାମ କରନ୍ତି, ତାହାଲେ ଯକୃତ ସୁସ୍ଥ ରହିପାରନ୍ତା ଓ ଜୀବନ ସୁସ୍ଥା ଭାବରେ ବିତାଇପାରନ୍ତେ ।

ଯକୃତ (ଲିଭର) ରୋଗ କହିଲେ ହେପୋଟାଇଟିସ୍ ରୋଗକୁ ମଧ୍ୟା ବୁଝାଏ । ଲିଭର ଡ୍ୟାମେଜ୍ ହେଲେ ହେଁ ହେଟାଟାଇଟିସ୍ ରୋଗ ହୁଏ । ପେଟର ଉପରି ଭାଗରେ ରହିଛି ଲିଭର । ମଣିଷ ଶରୀରରେ ଏହା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ । ଏହା ଶରୀରରେ ପ୍ରାୟ ୫୦୦ କାମ କରିଥାଏ । ଯକୃତ କୌଣସି ପ୍ରକାର ସଂକ୍ରମଣ ହେଲେ ଶରୀରରେ ଏକାସଙ୍ଗରେ ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ । ମଣିଷର ଖରାପ ଜୀବନଶୈଳୀ ଓ ଖାଦ୍ୟପେୟ ନିଶାସେବନ ଯୋଗୁଁ ଯକୃତରେ ଦେଖାଯାଏ ସମସ୍ୟା । ୨୦୧୪ ରେ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନର ଆକଳନ ଅନୁଯାୟୀ ଭାରତରେ ଯକୃତ ଜନିତ ରୋଗରେ ୨ ଲକ୍ଷ ୧୬ ହଜାର ୮ ଶହ ୬୫ ରୋଗୀ ମୃତ୍ୟୁ ମୁଖରେ ପଡିଥିଲେ । ଏହା ସମୁଦାୟ ମୁତ୍ୟୁର ୨.୪୪ ପ୍ରତିଶତ । ଭାରତ ବିଶ୍ଵରେ ଏ କ୍ଷେତ୍ରରେ ୬୧ ତମ ସ୍ଥାନରେ ରହିଛି । ଗବେଷକଏନକେ କହିବାନୁସାରେ ଭାରତରେ ଯେଉଁଭଳି ଭାବରେ ଯକୃତ ଜନିତ ରୋଗ ବୃଦ୍ଧି ଯାଉଛି ୨୦୨୫ ବେଳକୁ ଏ କ୍ଷେତ୍ରରେ ଭାରତ ବିଶ୍ଵର ରାଜଧାନୀ ହେବ । ଯକୃତରେ ପ୍ର୍ରାୟ ୧୦୦ ରୁ ଊର୍ଦ୍ଧ୍ଵ ପ୍ରକାରର ରୋଗ ହୋଇଥାଏ । ସେଥିମଧ୍ୟରେ ଭାଇରଲ୍ ହେପାଟାଇଟିସ୍ ଜଣ୍ଡିସ୍ ଅଟିମ୍ମୁନ ଡିଜଅଡର ଲିଭର ସିରୋସିସ୍ ଫ୍ୟାଟି ଲିଭର, ଲିଭର ଫେଲ୍ୟୁର ଲିଭର କ୍ୟାନସର ଲିଭର ଆବସେସ ରୋଗ ଅନ୍ୟତମ ।

ଲକ୍ଷଣ

ହଳଦିଆ ଦେଖାଯିବା

ଯକୃତରେ କୌଣସି ପ୍ରକାର ସମସ୍ୟା ଦେଖାଦେଲେ ସର୍ବପ୍ରଥମେ ଶରୀର ହଳଦିଆ ଦେଖାଯାଏ । ତ୍ଵଚା ନଖ ଓ ଆଖି ହଳଦିଆ ଦେଖାଯିବା ଶହ ହଳଦିଆ ପରିସ୍ରା ହୋଇଥାଏ । ଯଦି ନଖ ଓ ଆଖି ହଳଦିଆ ଅଂସ ଧୀରେ ବଢୁଥିବାର ଜଣା ପଡୁଛି ତେବେ ସଙ୍ଗେ ସଙ୍ଗେ ଡାକ୍ତରଏନକେ ପରାମର୍ଶ ନେବାକୁ ଭୁଲାନ୍ତୁ ନାହିଁ ।

ବାନ୍ତି ଲାଗିବା

ଯକୃତ ଖରାପ ହେବାର ଦେଖାଦେଲେ ଅଧିକାଂଶ ସମୟରେ ଅସ୍ତବ୍ୟସ୍ତ ଲାଗିବା ସହିତ ବାନ୍ତି ଲାଗିଥାଏ ।

ପେଟରେ ଘା’

ଯକୃତ କୌଣସି ସମସ୍ୟା ଥିଲେ ମଧ୍ୟା ପେଟରେ ଘା’ ହୋଇ ପେଟ ଫୁଲିବା ପରି ଅନୁଭବ ହୋଇଥାଏ । ଏହି ସମୟରେ ବହୁତ କଷ୍ଟ ହୋଇଥାଏ । ଏହାକୁ ଅଣଦେଖା କରନ୍ତୁ ନାହିଁ ଭବିଷ୍ୟଟାରେ ଏହା ବହୁତ କଷ୍ଟ କର ହୋଇଥାଏ ।

ନିଦ ଲାଗିବା

ଯକୃତ ଦୁର୍ବଳ ହୋଇଗଲେ, ରୋଗୀ ଅଧିକାଂଶ ସମୟ ନିଦ ଲାଗିବା ସକ ଅଳସୁଆ ଲାଗିଥାଏ । ଏହା ବ୍ୟତୀତ ପେଟ ଦରଜ ହୋଇଥାଏ ।

ମାନସିକ ସମସ୍ୟା

ଯକୃତ ଖରାପ ହେବା ଆରମ୍ଭ ହେଲେ କେବଳ ଶରୀର ନୁହେଁ ବରଂ ମାନସିକ ସମସ୍ୟା ଦେଖାଯାଇଥାଏ, ମସ୍ତିସ୍କ ଉପରେ ଏହାର ପ୍ରଭାବ ପଡିଥାଏ । ଏହାସହ ମସ୍ତିଷ୍କ ସଙ୍ଗେ ସଙ୍ଗେ କୌଣସି ଲଙ୍ଗିତକୁ ଗ୍ରହଣ କରେନାହିଁ ଓ ରୋଗୀ କିଛି ପାରେ ନାହିଁ । ଏହି ସବୁ ଲକ୍ଷଣ ଦେଖା ଦିଏ ।

କୋମା

ଯକୃତ ଖରାପ ହେଲେ ରୋଗୀ କୋମାକୁ ଯାଇପାରେ । ପ୍ରଥମତଃ ଯକୃତରେ କୌଣସି ସମସ୍ୟା ଦେଖାଦେଲେ ତାହା ହଠାତ୍ ଜଣାପଡେ ନାହିଁ ଜଣାପଡିବା ବେଳକୁ ରୋଗୀର କୌଣସି ଅସୁବିଧା ହୋଇଯାଇପାରେ ସମୟ ସମୟରେ ଦେଖାଯାଏ, ରୋଗୀ ହଠାତ୍ କୋମାକୁ ମଧ୍ୟ ଚାଲିଆସେ । ତାହା ଯକୃତ ଦୁର୍ବଳ ହେବାର ଏକ ଲକ୍ଷଣ ।

ପାଟି ଦୁର୍ଗନ୍ଧ ହେବା ଯଦି ଯକୃତ ଠିକ୍ ଭାବରେ କାର୍ଯ୍ୟକରେ ନାହିଁ ତେବେ ପାଟି ଦୁର୍ଗନ୍ଧି ହୋଇଥାଏ । ମୁହଁରୁ ଆମୋନିଆ ବାହାରିବାରୁ ଏପରି ଦୁର୍ଗନ୍ଧ ହୋଇଥାଏ ।

ଆଖି ଚାରିପାଖ କଳା ଦାଗ ହେବା

ଯକୃତ ଖରାପ ହେବାର ଅନ୍ୟ ଏକ ସଙ୍କେତ ହେଉଛି ତ୍ଵଚାର ଔଜ୍ଵଲ୍ୟ ହ୍ରାସ ପାଏ ଓ ଆଖି ଥକ୍କା ଥକ୍କା ଦେଖାଯାଏ । ଆଖି ଚାରିପାଖେ କଳା ଦାଗ ହୋଇଯାଏ ।

ପାଚନ ତନ୍ତ୍ର ଦୁର୍ବଳ

ଯଦି ଯକୃତରେ ଚର୍ବି ଜମା ହୋଇଥାଏ କିମ୍ବା ଯକୃତ ଉପରେ ଫ୍ୟାଟ୍ ବଢିଯାଏ, ତେବେ ପାଣି ବି  ଭଲ ଭାବରେ  ହଜମ ହୁଏ  ନାହିଁ ।

ତ୍ଵଚାରେ ଧଳା ଦାଗ

ଯଦି ତ୍ଵଚାର ରଙ୍ଗ ଫିକା ହୋଇଯାଏ, ଏହା ଉପରେ ଧଳା ଦାଗ ହୋଇଯାଏ ତେବେ ଜାଣିବେ ଯକୃତରେ କିଛି ସମସ୍ୟା ଅଛି ।

ଖାଦ୍ୟ ସ୍ଵାଦ ନ ଲାଗିବା

ଯକୃତରେ କିଛି ସମସ୍ୟା ଦେଖାଦେଲେ ସ୍ଵାଦ ଉପରେ ପ୍ରଭାପ ପଡେ । ପାଟିକୁ ଖାଦ୍ୟ ସ୍ଵାଦ ଲାଗେ ନାହିଁ । ଖାଦ୍ୟ ବହୁତ ଖରାପ ଲାଗେ । ଖାଇବାକୁ ଇଚ୍ଛା ହୁଏ ନାହିଁ ।

କାରଣ

ଆଧୁନିକ ଜୀବନ ଶୈଳୀ ବିଶେଷ କରି ଖାଦ୍ୟ ପେୟ ଓ କାର୍ଯ୍ୟଶୈଳୀ ହିଁ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି  କରୁଛି । ଏହାର ବିଶେଷ ପ୍ରଭାବ ପଡୁଛି ଲିଭର କିମ୍ବା ଯକୃତ ଉପରେ । ବିଭିନ୍ନ ରୋଗ ମଧ୍ୟରୁ ଲିଭର ବା ଯକୃତ ରୋଗ ଅତ୍ୟନ୍ତ ଉୟଙ୍କର । ତେବେ ଏହି ରୋଗ ହେବାର ମୁଖ୍ୟ କାରଣ ହେଉଛି

ଦୂଷିତ ପାଣି ଓ ଖାଦ୍ୟ

ପାଣି ଓ ଖାଦ୍ୟ ଦୁଇଟି ଯାକ ମଣିଷ ବଞ୍ଚିବା ପାଇଁ ବିଶେଷ ଭୂମିକା ନିଭାଇଥାନ୍ତି । ଖାଦ୍ୟ ଓ ପାଣି ଉଭୟ ଯଦି ବିଶୁଦ୍ଧ ହୋଇଥାଏ, ତେବେ ମଣିଷ ସୁସ୍ଥା ରହିବ । ଯଦି ଏହି ଦୁଇଟି ଯାକ ଦୂଷିତ, ତେବେ ମଣିଷ ନିଶ୍ଚିତ ବିଭିନ୍ନ ରୋଗର ଶିକାର ହେବ । ପ୍ରଥମତଃ ଲିଭର ରୋଗର ଶିକାର ହେବାର ଆଶଙ୍କା ଅଧିକ । ଦୂଷିତ ଖାଦ୍ୟ ଓ ପାଣି ଦ୍ଵାରା ହେପାଟାଇଟିସ୍-ଏ, ବି, ଇ ଯେପରି ଭାଇରାଲ ଇନଫେକ୍ସନ ଆଶଙ୍କା ବଢିଯାଏ । ଏହାଦ୍ଵାରା ଜଣ୍ଡିସ୍ ହୋଇଥାଏ । ଏଣୁ ଏଥିପ୍ରତି ସାବଧାନ ରହିବା ଦରକାର ।

ନିଶା ସେବନ

ନିଶା ଯେପରି ମଦ, ଅଫିମ, ଡ୍ରଗ୍ଵ, ସିଗାରେଟ୍ ଆଦି ସେବନ ଯକୃତ ରୋଗର ମୁଖ୍ୟ କାରଣ ମଧ୍ୟରୁ ଏକ । ଏହା ଶରୀରରେ ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଏ । ମଦ ଯୋଗୁଁ- ପାଚନ ତନ୍ତ୍ର ଦୁର୍ବଳ, ପେଟରେ ଘା’ ସିରୋସିସ୍ ଯକୃତ ନିଷ୍ଟ୍ରିୟ ଯକୃତ କର୍କଟ ଆଦି ହୋଇଥାଏ । ନିଶା ଯୋଗୁଁ ଯକୃତ ବିଶେଷ କ୍ଷତି ହୋଇଥାଏ ।

ମସଲା ଓ ଚର୍ବିଯୁକ୍ତ ଖାଦ୍ୟ

ଏବେ ଫାଷ୍ଟ ଫୁଡ୍ ଓ ଜଙ୍କ ଫୁଡ୍ ର ଚାହିଦା ଅଧିକ । ଏହା ସାଧାରଣତଃ ମସଲା ଓ ଚର୍ବିଯୁକ୍ତ । ଲୋକମାନେ ସମୟଅଭାବ ଓ ଚଟାପଟ୍ ଖାଇବା ଉଦ୍ଦେଶ୍ୟରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍ ଓ ଚର୍ବି ଅଂଶକୁ ଖାଦ୍ଯରେ ସାମିଲ କରଛନ୍ତି । ଯାହା ଧୀରେ ଧୀରେ ଲିଭିରକୁ କ୍ଷତିଗ୍ରସ୍ତ କରାଇଥାଏ । ଏହି ଖାଦ୍ୟ ପଦାର୍ଥରୁ କୁପ୍ରଭାବ ଯୋଗୁଁ ଲିଭର ସିରୋସିସ୍ ଓ ଫ୍ୟାଟି ଲିଭର ସମସ୍ୟା ଦେଖାଯାଏ ।

ବ୍ୟାୟାମର  ଅଭାବ

ଆଜିର ଯୁବପିଢି ଏତେ ସୁସ୍ଥିଆ ଓ ଅଳସୁଆ ଯେ ନିଜର ସ୍ୱାସ୍ଥ୍ୟ ଚିନ୍ତା କରୁ ନାହାଁନ୍ତି । ଯୋଗ ଓ ବ୍ୟାୟାମ ନକରି ଗୋରରୁ ରକ୍ଷା ପାଇବା ପାଇଁ ଔଷଧ ଖାଇଦେଲେ ହେଲା । କିନ୍ତୁ ଏହାଦ୍ଵାରା ଅଧିକ ରୋଗଗ୍ରସ୍ତ ହେଉଛି ଯୁବପିଢି । ଏଣୁ ପ୍ରତିଦିନ କିଛି ସମୟ ବାହାର କରି ଯୋଗ ଓ ବ୍ୟାୟାମ ଅଭ୍ୟାସ କରିବା ଦରକାର । ଏହା ଦ୍ଵାରା ଲିଭର ସୁସ୍ଥା ରହିପାରିବ ।

ଔଷଧ ଖାଇବା

ଅଧିକ ଦିନ ଧରି ଔଷଧ ଖାଇବା ଦ୍ଵାରା ପେଟ ରୋଗ ହୁଏ ଦେଖାଯାଏ ଅଧିକ ଔଷଧ ଖାଇବା ଦ୍ଵାରା ପେଟରେ ବହୁତ ଗରମ ଉତ୍ପନ୍ନ ହୋଇଥାଏ । ଯାହା ଲିଭର ପାଇଁ ଠିକ୍ ନୁହେଁ । ଏହା ଲିଭରକୁ କ୍ଷତିଗ୍ରସ୍ତ କରାଏ ।

ଅନିୟମିତ ଦିନଚର୍ଯ୍ୟା

କିଛି ମଣିଷ ଏପରି ଦିନଚର୍ଯ୍ୟା ବିତାଇଥାନ୍ତି ଯେପରି ଖାଇବା ପରେ ତୁରନ୍ତ କାମରେ ଯିବା, ଠିକ୍କ ସମୟରେ ନ ଶୋଇବା ଓ ଉଠିବା ଏକ୍ସରସାଇଜ୍ ନ କରିବା ଆଦି ଦ୍ଵାରା ଲିଭର କିମ୍ବା ଯକୃତ ଉପରେ ଖାଇପ ପ୍ରଭାବ ପଡେ ।

ଖାଦ୍ୟପେୟର ଖରାପ ଅଭ୍ୟାସ

ଖାଦ୍ୟପେୟରେ ଅନିୟମିତତା ଯେପରି ବିଳମ୍ବ ରାତିରେ ଖାଇବା ଅଧିକ ସମୟ ଖାଲି ପେଟରେ ରହିବା ଲୋକ ସମୟରେ ଅଧିକ ଓ କମ୍ ଖାଇବା ଶୋଇବାର ଠିକ୍ ସମୟ ପୂର୍ବରୁ ଖାଇବା ମସଲା ଓ ଚର୍ବିଯୁକ୍ତ ଖାଦ୍ୟ ଖାଇବା, ବାସୀ ଓ ଦୂଷିତ ଖାଦ୍ୟ ଖାଇବା ଦ୍ଵାରା ଲିଭର ଅଧିକ ପ୍ରାଭାବିତ ହୋଇଥାଏ ।

ଛୋଟ ରୋଗକୁ ଅନାଦେଖା

କଫ, ଗ୍ୟାସଷ୍ଟ୍ରିକ, ପେଟ ଫୁଲିବା ପେଟ ଦରଜ ଲୋକ ନ ଲାଗିବା ଆଦି ଛୋଟମୋଟ ସମସ୍ୟା ଦେଖାଦେଲେ ଏହାକୁ ଆମେ ଅଣଦେଖା କରିଥାଉ । ଏହାର କୌଣସି ଚିକିତ୍ସା କରିନଥାଉ । ଏହା ଧୀରେ ଧୀରେ ବଡ ଆକାର ଧାରଣ କରି ସିରୋସିସ୍ ଲିଭର ନିଷ୍ଟ୍ରିୟ ଲିଭର କ୍ୟାନସର ଆଦି ରୋଗ ସୃଷ୍ଟି କରିଥାଏ ।

ଘରୋଇ ଚିକିତ୍ସା

ହଳଦୀ

ହଳଦୀ ଲିଭରକୁ ସୁସ୍ଥ ରଖିବାରେ ଗୁରତ୍ଵ ପୂର୍ଣ୍ଣନ୍ହୁମିକା ନିଭାଇଥାଏ । ହଳଦୀରେ ପ୍ରବହୁର ମାତ୍ରାରେ ଆଣ୍ଡି ସେପ୍ଟିକ ଗୁନା ରହିଛି, ଯାଦା ଆଣ୍ଟିପ୍ଟିକ ଗୁଣ ରହିଛି ଯାହା ଆଣ୍ଟିଅଆଣ୍ଟି ରୂପେ କାର୍ଯ୍ୟ କରିଥାଏ ,। ହଲଦିରେ ଥିବା ପ୍ରତିରୋଧକ ଶକ୍ତି ହେପାଟାଇଟିସ୍ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ ।

ସେଓ

ସେଓର ଭିନେଗାର ଲିଭରରେ ଥିବା ବିଷାକ୍ତ ପଦାର୍ଥକୁ  ବାହାର କରିବାରେ ସହାୟକ ହୋଇଥାଏ  ଏକ ଚାମଚ ସେଓ  ଭିନେଗାର ଓ ମହୁକୁ ଏକ ଗ୍ଳାସ , ପାଣିରେ ମିଶାଇ ପିଅନ୍ତୁ । ଏହା ଶରୀରରୁ ଚର୍ବି ଦୂର  କରିବାରେ ସହାୟକ ହେବା ସହ ଲିଭରକୁ ସୁସ୍ଥ ରଖିବ ।

ଅଁଳା

ଭିଟାମିନ୍ ସ’ ରେ ଭରପୁର ଅଁଳା । ଏହାସହ ଲିଭର ସୁସ୍ଥ ରଖିବାରେ ଅଁଳାରେ ସମସ୍ତ ଗୁଣ ଭରି ରହିଛି । ଦିନକୁ ୩-୪ ଟି କଞ୍ଚା ଅଁଳା ଖାଇଲେ ଲିଭର ସୁସ୍ଥ ରହିବ ।

ଅମୃତଭଣ୍ଡା

ଲିଭର ରୋଗ  ଦୂର ପାଇଁ ସବୁଠୁ ଉତ୍ତମ ହେଉଛି ଅମୃତଭଣ୍ଡା । ଲିଭର ସିରୋସିସ୍ ରୋଗ ଦୂର କରିବାରେ ଅମୃତଭଣ୍ଡା      ବିଶେଷ ଭୂମିକା ନିଭାଇଥାଏ । ଲିଭର ସିରୋସିସ୍ ରୋଗରୁ ରକ୍ଷା ପାଇବା ପାଇଁ ୩ରୁ ୪ ସପ୍ତାହ ପ୍ରତିଦିନ ଦୁଇ ଚାମଚ ଅମୃତଭଣ୍ଡା ରସ ଓ ଅଧା ଚାମଚ ଲେମ୍ବୁ ରସ ମିଶାଇ ପିଅନ୍ତୁ । ସମ୍ପୁର୍ଣ୍ଣ ଭାବେ ସୁସ୍ଥାସ ହୋଇଯିବେ ।

ଅଳସୀ

ଅଳସୀ ମଞ୍ଜି ହରମୋନକୁ ରକ୍ତରେ ପ୍ରଭାବିତ ହେବାକୁ ରୋକିଥାଏ ଓ ଲିଭର ଉପରେ ଚାପ କମ୍ କରିଥାଏ । ଏଣୁ ଅଳସୀକୁ ଖାଦ୍ୟରେ ସାମିଲ କରନ୍ତୁ ।

ଅଖରୋଟ୍

ଅଖରୋଟ୍ କୁ ଖାଦ୍ୟରେ ସାମିଲ କରନ୍ତୁ । ଏହା ଲିଭର ରୋଗ ଆକ୍ରମଣରୁ ରକ୍ଷା କରିଥାଏ । ଅଖରୋଟ୍ ରେ ଥିବା ଗ୍ଳୁଟଥାୟନ ଲିଭରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ ।

ପାଳଙ୍ଗ ଓ ଗାଜର

ପାଳଙ୍ଗ ଓ ଗାଜର ରସକୁ ମିଶ୍ରଣ କରି ପିଅନ୍ତୁ । ଏହା ଲିଭର ସିରୋସିସ୍ ରୋଗ ଦୂର କରିବାରେ ସବୁଠୁ ଉତ୍ତମ ମାଧ୍ୟମ । ଏହି ପରି ଘରୋଇ ଉପାୟ ଆପଣାଇ ମଧ୍ୟ ଯକୃତକୁ ସୁସ୍ଥ ରଖିପାରିବେ ।

ଜାଣନ୍ତି କି

  • ଯକୃତ (ଲିଭର) ମଣିଷର ଅନର୍ଗତ ଅଙ୍ଗ ଓ ସବୁଠାରୁ ବଡ ଗ୍ରନ୍ଥି
  • ଏହାର ଓଜନ ପ୍ରାୟ ୧.୫୮ କିଲୋଗ୍ରାମ୍
  • ଭାରତୀୟମାନେ ଅଧିକ ଆଲକହଲ ଓ ଖରାପ ଖାଦ୍ୟ ଖାଇବା ଯୋଗୁଁ ଅଧିକ ସଂଖ୍ୟାରେ ଯକୃତ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ଆଧାର

ପ୍ରମେୟ

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top