ହୋମ / ସ୍ଵାସ୍ଥ୍ୟ / ରୋଗ / ଉପକୃତ ହେବେ ଯୁବପିଢି
ସେଆର କରନ୍ତୁ

ଉପକୃତ ହେବେ ଯୁବପିଢି

ମୋଟରସାଇକେଲ ଦୁର୍ଘଟଣାର ଶିକାର ହୋଇ କିମ୍ବା ଛାତ ଉପରେ ଖସିପଡି ଆଘାତ ଲାଗିବା ପରେ ରୋଗୀ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ବ୍ରାକିଆଲ ଫ୍ଲେକ୍ସସ ଇଞ୍ଜୁରୀ

ବ୍ରାକିଆଲ ଫ୍ଲେକ୍ସସ ଇଞ୍ଜୁରୀ ।  ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ମଧ୍ୟରେ ୧୮ରୁ ୨୮ ବର୍ଷର ପୁବକଙ୍କ ସଂଖ୍ୟା ସର୍ବାଧିକ । କାରଣ ମୋଟରସାଇକେଲ ଦୁର୍ଘଟଣାର ଶିକାର ହୋଇ କିମ୍ବା ଛାତ ଉପରେ ଖସିପଡି ଆଘାତ ଲାଗିବା ପରେ ରୋଗୀ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ବ୍ରାକିଆଲ ପ୍ଲେକ୍ସସର  ଇଞ୍ଜୁରୀ ହେବା ପରେ ରୋଗୀ ସାରା ଜୀବନ ପକ୍ଷପାତରେ ଆକ୍ରାନ୍ତ ହୋଇଥାନ୍ତି । ପକ୍ଷପାତରେ ଆକ୍ରାନ୍ତ ହେବା ପରେ ଲୋକଙ୍କ ଧାରଣା ଯେ, ଆଉ ଏହି ରୋଗ ଭଲ ହେବନି ଭାବି ନୀରବ ହୋଇ ବସିପଡିନ୍ତି । ଫଳରେ ରୋଗୀ ଜଣକ ଯୁବାବସ୍ତର ସେସ ଜୀବନ ନେଇ ବଞ୍ଚିଥାନ୍ତି । ମାତ୍ର ବ୍ରାକିଆଲ ପ୍ଲେକ୍ସସର ସଫଳ ଚିକିତ୍ସା ଅଛି । ଏହି ଚିକିତ୍ସା ଫଳରେ ରୋଗୀ ପକ୍ଷାଘାତରୁ ଆରୋଗ୍ୟ ହୋଇ ପୁଣିଠାରେ ସ୍ଵଚ୍ଛନ୍ଦ ଜୀବନ ବିତାଇ ପାରିବ ବୋଲି ଡାକ୍ତରମାନେ ଦୃଢୋକ୍ତି କରିଛନ୍ତି । ବ୍ରାକିଆଲ ପ୍ଲେକ୍ସସ ଇଞ୍ଜୁରୀ ହୋଇଥିଲେ କିଭଳି ଅପରେଶନ କରାଯାଇ ରୋଗୀଙ୍କୁ ପୁନର୍ଜନ୍ମ ମିଳିଥାଏ, ଯାହା ଡାକ୍ତରମାନେ କରି ଦେଖାଇଛନ୍ତି । କଟକ ଏସସିବି ମେଡିକାଲର ପ୍ଲାଷ୍ଟିକସର୍ଜରୀ ବିଭାଗରେ ଏହି ଇଞ୍ଜୁରୀ ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା ଦିଲ୍ଲୀରୁ ଆସିଥିବା ବ୍ରାକିଆଲ ପ୍ଲେକ୍ସସ ସର୍ଜରୀ ଗ୍ରୁପ୍ ଅଫ୍ ଇଣ୍ଡିଆର ସଭାପତି ଡା. ପ୍ରେମ ସିଂ ଭଣ୍ଡାରୀ କର୍ମଶାଳାରେ ଯୋଗଦେଇ ଏହା ଉପରେ ସବିଶେଷ ବୁଝାଇବା ସହିତ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ଵ ଦେଇଥିଲେ ।

ବ୍ରୋକିଆଲ ପ୍ଲେକ୍ସସ କ’ଣ

ବେକର ତଳ ଭାଗରେ ଥିବା ମେରୁଦଣ୍ଡରେ ରହିଛି ସୁଷୁମ୍ନା କାଣ୍ଡ(ସ୍ପାଇନାଲ) କର୍ଡ । ସ୍ପାଇନାଲ କର୍ଡରୁ ବାହାରୁଥିବା ସ୍ନାୟୁଗୁଡିକ ଏକତ୍ର ହୋଇ ବେକର ତଳଭାଗରେ ଏକ ପ୍ଲେକ୍ସସ ବା ଗୁଚ୍ଛ ସୃଷ୍ଟି କରିଥାନ୍ତି । ଏହି ସ୍ନାୟୁ ଗୁଚ୍ଛରୁ ହାତର ମାଂସପେଶୀ ନିୟନ୍ତ୍ରଣ ହୋଇଥାଏ । ମୁଖ୍ୟତଃ ଏହିସବୁ ସ୍ନାୟୁ ମିଶି ହାତରେ ଥିବା ମାଂସପେଶୀର ସଙ୍କୋଚନ ଓ ପ୍ରସାରଣ କାର୍ଯ୍ୟ କରିଥାନ୍ତି । ମାତ୍ର ଦୁର୍ଘଟଣାର ଶିକାର ହେବା ପରେ ରୋଗୀଙ୍କ ଶରୀରରେ ଥିବା ଏହି ସ୍ନାୟୁଗୁଡିକ ମଧ୍ୟରୁ କେତେକ ସ୍ନାୟୁ ଛିଡିଯାଇଥାଏ । ଫଳରେ ରୋଗୀ ପକ୍ଷାଘାତର ଶିକାର ହୋଇଥାନ୍ତି ।

ଏସସିବିରେ ହେଲା ଅପରେଶନ , ରାଜ୍ୟରେ ପ୍ରଥମ

ବିଶ୍ଵ ପ୍ଲାଷ୍ଟିକ୍ ସର୍ଜରୀ ଦିବସ ପାଳନ ଅବସରରେ ଏସସିବି ମେଡିକାଲର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ବ୍ରାକିଆଲ ପ୍ଲେକ୍ସସ ଇଞ୍ଜୁରୀରେ ଆକ୍ରାନ୍ତ ୩ ଜଣ ରୋଗୀଙ୍କ ଅପରେଶନ କରଯାଇଥିଲା । ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳର ରଙ୍କିନିଧି ସାହୁ, କେନ୍ଦ୍ରପଡା ଜିଲାର ରାଜନଗର ଆଞ୍ଚଲର ଅଭିମନ୍ୟୁ ବାରିକ ଓ କଟକ ଜିଲା ମାନିଆବନ୍ଧର ଦୁଷ୍ମନ୍ତ ସିଂ ଇନ୍ଦ୍ରଜିତ ନାମକ ଯୁବକଙ୍କ କ୍ଷେତ୍ରରେ ଏହି ଅପରେଶନ କରାଯାଇଛି । ରାଜ୍ୟର କୌଣସି ସରକାରୀ ମେଡିକାଲରେ ଏହି ଅପରେଶନ ପ୍ରଥମ ବୋଲି ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡା. ଅରୁଣ କୁମାର ଚୌଧୁରୀ କହିଛନ୍ତି ବିଭାଗୀୟ ସହଯୋଗୀ ପ୍ରଫେସର ଡା. ବିଭୁତି ଭୂଷଣ ନାୟକ କୁହନ୍ତି, ବ୍ରାକିଆଲ ପ୍ଲେକ୍ସସ ହେଲେ କେବଳ ସ୍ନାୟୁ ବିଭାଗରେ ହିଁ ଏହାର ଚିକିତ୍ସା ହୋଇପାରିବ ବୋଲି ଧାରଣା ଅନେକ ରୋଗୀଙ୍କ ମଧ୍ୟରେ ରହିଛି ହେଲେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ମଧ୍ୟ ଏହାର ସଫଳ ଉପଚାର ଅଛି ତାହା ଲୋକେ ଜାଣିବା ଦରକାର ।

ରୋଗୀଙ୍କ ସମ୍ପର୍କରେ

ରୋଗୀ ରଙ୍କନିଧି3 ମାସ ତଳେ ମୋଟରସାଇକେଲ ଦୁର୍ଘଟଣାର ଶିକାର ହୋଇଥିଲେ । ଗୋଡରେ ଅପରେଶନ କରାଯିବା ପରେ ସେ ଚଲାବୁଲା କରିଥିଲେ । ହେଲେ ଡାହାଣ କାନ୍ଧ ପାଖରୁ ହାତ ଅଚଳ ହୋଇପଡିଥିଲା ବୋଲି ରଙ୍କନିଧିଙ୍କ ପତ୍ନୀ ସଂଯୁକ୍ତା କହିଛନ୍ତି । ଅଭିମନ୍ୟୁଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା । ସାଢେ ୩ ମାସ ତଳେ ଅଭିମନ୍ୟୁ ମୋଟରସାଇକେଲ ଦୁର୍ଘଟଣାର  ଶିକାର ହୋଇଥିଲେ । ହାତର ଆଙ୍ଗୁଠି ଚଳପ୍ରଚଳ କରୁଥିଲେ ମଧ୍ୟ ବାମହାତ ଉଠାଇ ପାରୁ ନ ଥିଲେ । ପ୍ଲାଷ୍ଟିକ ସର୍ଜରୀ ବିଭାଗ ସହିତ ଯୋଗାଯୋଗ କରିବା ପରେ ତାଙ୍କର ଅପରେଶନ କରାଯାଇଛି ବୋଲି ତାଙ୍କ ଦାଦା କହିଛନ୍ତି । ରୋଗୀ ଦୁଷ୍ମନ୍ତ ଗତ ୧ ବର୍ଷ ତଳେ ଦୁର୍ଘଟଣାର ଶିକାର ହୋଇ ପକ୍ଷାଘାତରେ ଆକ୍ରାନ୍ତ ଥିବା ତାଙ୍କ ପତ୍ନୀ ସୁଶାନ୍ତି କହିଛନ୍ତି । ତେବେ ୩ ଜଣ ରୋଗୀ କେବେ ବି ଭାବି ନ ଥିଲେ ଯେ, ଏହି ରୋଗର ସଫଳ ଉପଚାର ହୋଇପାରବ ବୋଲି

ଆୟୋଜିତ କର୍ମଶାଳାରେ ସ୍ନାୟୁ ବିଭାଗ, ସ୍ନାୟୁଶଲ୍ୟ ବିଭାଗ ଓ ଅସ୍ଥିଶଲ୍ୟ ବିଭାଗର ଡାକ୍ତରମାନେ ଯୋଗ ଦେଇଥିଲେ । ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ସହଯୋଗୀ ପ୍ରଫେସର ଡା. ନାୟକ, ଡା. ସଞ୍ଜୟ ଗିରି ଓ ଡା. ଆଶିଷ ପଟ୍ଟନାୟକ ପ୍ରମୁଖ ସହଯୋଗ  କରିଥିଲେ ।

ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ହେବା ଆବଶ୍ୟକ

ବ୍ରାକିଆଲ ଫ୍ଲେକ୍ସସ ଇଞ୍ଜୁରୀ ଉପରେ ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ମାଧ୍ୟମରେ ରୋଗ ଓ ରୋଗୀଙ୍କ ସମ୍ପର୍କରେ ଜାଣିବାର ସୁଯୋଗ ମିଳନ୍ତି ବୋଲି କହିଛନ୍ତି କର୍ମଶାଳାର ମୁଖ୍ୟ ଡା. ପ୍ରେମ ସିଂ ଭଣ୍ଡାରୀ । ତାଙ୍କ ମତରେ ସାମ୍ପ୍ରତିକ ସ୍ଥିତିରେ ଦେଶରେ ମୋଟରସାଇକେଲ ଆରୋହୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ୧୮ ରୁ ୨୮ ବର୍ଷ ବୟସର ଯୁବକମାନଙ୍କ ହାତରେ ମୋଟରସାଇକେଲ ରହୁଛି । ଦେଶରେ ଗୋଟିଏ ବର୍ଷରେ ଯେତିକି ମୋଟରସାଇକେଲ ଦୁର୍ଘଟଣା ହେଉଛି ସେଥିରେ ୪ ପ୍ରତିଶତ ବ୍ରାକିଆଲ  ପ୍ଲେକ୍ସସ ଇଞ୍ଜୁରୀର ଶିକାର ହେଉଛନ୍ତି । ମାତ୍ର ଏହି ରୋଗୀମାନେ ସଫଳ ଚିକିତ୍ସାର ଅଭାବରୁ ସାରା ଜୀବନ ପକ୍ଷାଘାତରେ ପୀଡିତ ହୋଇ ଏକ ଦୁର୍ଘଶାଗତ ଜୀବନ କାଟୁଛନ୍ତି ।

ଆଧାର

ଧରିତ୍ରୀ

3.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top