অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏଡସ ଓ ଯୁବ ସମାଜ

ବିଶ୍ଵ ଏଡସ ଦିବସର ଇତିହାସ

ବିଶ୍ଵ ଏଡସ ଦିବସ 1988 ମସିହାରୁ ପ୍ରତିବର୍ଷ ଡିସେମ୍ବଏର 1 ରେ ପାଳନ କରାଯାଇଆସୁଛି । ଏଡସ ରୋଗର ମୃତ୍ୟୁବରଣ କରୁଥିବା ବ୍ୟକ୍ତିବିଶେଷ ଏବଂ ଏଡସ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଏହି ଦିବସ ସମର୍ପିତ । ସମଗ୍ର ବିଶ୍ଵରେ ବିଭିନ୍ନ ଦେଶର ସାକାର ଓ ସ୍ୱାସ୍ଥ୍ୟ ଅଧିକାରୀ ବେସରକାରୀ ସଂଗଠନ ଏବଂ ବ୍ୟକ୍ତିଶେଷ ଏହି ପାଳନ କରନ୍ତି । ଏଡସ ନିୟନ୍ତ୍ରଣ ଓ ନିରାକରଣ ଲାଗି କେତେକ ସ୍ଥାନରେ ସଚେତନତାମୂଳକ ଶିକ୍ଷା ଦିଆଯାଏ । ବିଶ୍ଵ ସ୍ୱାସ୍ଥ୍ୟ ସଚେତନତା ଦିବସ ମଧ୍ୟରୁ ବିଶ୍ଵ ଆଇଦ ଦିବସ ଅନ୍ଯତମ । ଅନ୍ୟ ଦିବସ ଗିଡିକ ହେଲା ବିଶ୍ଵ ସ୍ୱାସ୍ଥ୍ୟ ଦିବସ, ବିଶ୍ଵ ରକ୍ତଦାନ ଦିବସ, ବିଶ୍ଵ ଟୀକାଦାନ ସପ୍ତାହ, ବିଶ୍ଵ ଟିବି ଦିବସ, ବିଶ୍ଵ ତମାଖୁହୀନ ଦିବସ, ବିଶ୍ଵ ମ୍ୟାଲେରିଆ ଦିବସ  ଏବଂ ବିଷବ ବିଶ୍ଵ ହେପୋଟାଇଟିସ୍ ଦିବସ । 1995 ମଶିହାରୁ ଆମେରିକା ରାଷ୍ଟ୍ରପତି ବିଶ୍ଵ ଏଡସ ଦିବସ ଉପରେ ସରକାରୀ ଘୋଷଣା କରିଆସୁଛନ୍ତି। ୧୯୮୧ ରୁ ୨୦୧୨ ମଧ୍ୟରେ ସମଗ୍ର ବିଶ୍ଵରେ ଏଡସରେ ୩୬ ନିୟୁତ ଲୋକଙ୍କ ମୃତ୍ୟୁ ଏବଂ ପାଖପାଖି ୩୫.୩ ନିୟୁତ ଲୋକ ଏଚଆଇଭିରେ ଆକ୍ରାନ୍ତ ହୋଇଛନ୍ତି । ବିଶ୍ଵ ସ୍ତରରେ ଜନସ୍ୱାସ୍ଥ୍ୟ ପ୍ରସଙ୍ଗ ଉପରେ ଏହା ଏକ ବିଶ୍ଵ ରେକର୍ଡ । ବିଶ୍ଵଏ ବିଭିନ୍ନ ଭାଗରେ ଏଡସ ରୋଗୀଙ୍କୁ ଆଣ୍ଟିରେ ଟ୍ରୋଭାଇରାଲ୍ ଚିକିତ୍ସା କରାଯିବା ସତ୍ତ୍ଵେ ଏଡସରେ ପ୍ରତିବର୍ଷ ପାଖାପାଖି ୨୦ ଲକ୍ଷ ଲୋକଙ୍କ ପ୍ରଣାହାନି ଘଟୁଛି । ତନ୍ମଧ୍ୟରୁ ୨.୭ ଲକ୍ଷ ହେଉଛନ୍ତି ଶିଶୁ । ଏଡସ ଉପରେ ଜାତିସଂଘର ବିଶ୍ଵ କାର୍ଯ୍ୟକ୍ରମ ପାଇଁ କର୍ଜୟକ କରୁଥିବା ଦୁଇଜଣ ଜନ ସୂଚନା ଅଧିକାରୀ ଜେମସ ଡବ୍ଲ୍ୟୁ। ବନ୍ ଏବଂ ଥମାସ୍ ନେଟ୍ଟର ୧୯୮୭ ଅଗଷ୍ଟରେପ୍ରଥମେ ବିଶ୍ଵ ଏଡସ ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ସମ୍ପର୍କରେ ସେମାନେ ଏଡସ ଉପରେ ବିଶ୍ଵ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡାକ୍ତର ଜୋନାଦାନ୍ ମନଙ୍କୁ ଜଣାଇଥିଲେ । ମନ୍ ଏହି ପ୍ରସ୍ତାବରେ ରାଜି ହୋଇ ୧୯୮୮  ଡିସେମ୍ବର  ୧ ରୁ ବିଶ୍ଵ ଏଡସ ଦିବସ ପାଳନ ପାଇଁ ସୁପାରିସ କରିଥିଲେ ଏଚଆଇଭି ଏବଂ ଏଡସ ଉପରେ ଜାତିସଂଘ କାର୍ଯ୍ୟକ୍ରମ ୧୯୯୬ ରେ କାର୍ଯ୍ୟକରି ହେଲା । ବିଶ୍ଵ ଏଡସ ଦିବସ ପାଇଁ ଯୋଜନା ପ୍ରସ୍ତୁତ ହେଲା ୨୦୦୪ ରେ ବିଶ୍ଵ ଏଡସ କ୍ୟାମ୍ପେନ୍ ଏକ ସ୍ଵାଧୀନ ସଂସ୍ଥାରେ ପରିଣତ ହେଲା । ପ୍ରକ୍ୟେକ ବର୍ଷ ବିଶ୍ଵ ଏଡସ ଦିବସରେ ପୋପ୍ ଜନ୍ ପଲ୍ ଦ୍ଵିତୀୟ ୱ୍ବୋଙ୍ଗ ବେନିଡିକ୍ଟ ଷୋଡଶ ଏଡସ ରୋଗୀ ଏବଂ ଡାକ୍ତରମାନଙ୍କୁ ଶୁଭାବର୍ତ୍ତୀ ୨୦୦୭ ରେ ଆମାରିକା ହ୍ଵାଇଟ ହାଉସର ଉତ୍ତର ପୋର୍ଟିକୋରେ ପ୍ରଥମ କରି ୨୮ ପୁଟ୍ ଉଚ୍ଚତା ବିଶିଷ୍ଟ ଏକ ଏଡସ ରିବନ୍ ପ୍ରଦର୍ଶିତ ହୋଇ ଥିଲା । ଏହି ପ୍ରଦର୍ଶନ ଏବେ ବାର୍ଷିକ ପରମ୍ପରା ହୋଇଯାଇଛି ।

ଏଡସ ଓ ଯୁବ ସମାଜ

ଆଧୁନିକ ସମାଜରେ ବହୁ ନୂଆ ରୋଗ ଏବଂ ସଂକ୍ରମଣ ଦେଖାଦେଇଥିଲେ ସୁଦ୍ଧା ପ୍ରଥମଥର ପାଇଁ ଏଚଆଇଭି/ ଏଇଡସ ସଂକ୍ରମଣ ପ୍ରତି ସାମାଜିକ ସ୍ତରରେ ଘୃଣା ଓ ଭେଦଭାବର ମନୋଭାବ ଦେଖାଦେଇଛି । ଆମ ସମାଜରେ କୁଷ୍ଠ ରୋଗ ପ୍ରତି ଘୃଣା ଓ ଭେଦଭାବ ରହିଥିଲା । ଏହାପରେ ବୋଧେ ଏଚଆଇଭି / ଏଡସ ପ୍ରତି ବର୍ତ୍ତମାନ ସମାଜରେ ଏପରି ମନୋଭାବ ରହିଅଛି ଏହା ଏକ ଦୁଃଖଦ ଘଟନା । ଆମ ସମାଜରେ ସଚେତନତାର ଆଭାବ ହିନ ଏହାର ମୁଖ୍ୟ କାରଣ ଏଚଆଇଭି / ଏଡସ ବ୍ୟାବିବାରେ ଅସୁରକ୍ଷିତ ଯୌନସଂପର୍କ ଏକ ପ୍ରମୁଖ କାରଣ । ତେଣୁ ଯେଉଁ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି ସେମାନଙ୍କୁ ଆମ ସମାଜ ସହଜରେ ଗ୍ରହଣ କରିପାରୁନାହିଁ । ଯାହା ଫଳରେ ସଂକ୍ରମଣ ବ୍ୟକ୍ତି9 ନିଜ ସ୍ଥିତି ସମ୍ପର୍କରେ ସର୍ବସାଧାରଣରେ ଜଣାଇବାକୁ ଭୟ କରୁଛନ୍ତି ଏବଂ ନିଜକୁ ବ୍ୟକ୍ତି ସନ୍ଦେହ କରୁଥିବା ବ୍ୟକ୍ତି ମଧ୍ୟ ଏଚଆଇଭି ସ୍ଥିତି ଜାଣିବା ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବା ଲାଗି ଆଗ୍ରହ ପ୍ରକାଶ କରୁନାହାନ୍ତି ପରିମାଣ ସ୍ୱରୂପ ଏହି ସଂକ୍ରମଣ ପ୍ରତି ଘୃଣା, ଭେଦଭାବ ଦୂର ହୋଇନାହିଁ, ଏହାର ସମ୍ପୂଠର୍ଣ୍ଣ ନିରାକରଣ କରିବା ସମ୍ଭବପର ନୁହେଁ । ଏହାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତୀୟସ୍ତରରେ ଏଚଆଇଭି/ ଏଡସ ପ୍ରତୀକ ରୂପେ ରେଡ୍ ରିବନକୁ ନିଆଯାଇଛି ।  ରେଡ୍ ରିବନର ସହତ୍ତ୍ଵ ମୁଖ୍ୟତଃ ଏଚଆଇଭି/ ଏଡସ ସମ୍ପର୍କିତ ଚାରୋଟି ଡ଼ିଆଇଜି ପ୍ରତି ଧ୍ୟାନ ଦିଆଯାଇ ସୃଷ୍ଟି କରାଯାଇଛି । ଚାରୋଟି ଡ଼ିଆଇଜି ପ୍ରତି ଧ୍ୟାନ ଦିଆଯାଇ ସୃଷ୍ଟି କରାଯାଇଛି ।

  • ପ୍ରଥମତଃ ନାଲି ରଙ୍ଗକୁ ସାଧାରଣତଃ ସତର୍କତାର ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ । ବର୍ତ୍ତମାନ ଏଚଆଇଭି/ ଏଡସ ସଂକ୍ରମଣ ସାରା ବିଶ୍ବରେ ଏକ ବଡସମସ୍ୟା ଏବନୋଙ୍ଗ ବିପଦ ଭାବରେ ଉଭା ହୋଇଅଛି ।
  • ଦ୍ଵିତୀୟତଃ ନାଲିରଙ୍ଗ ଅସହାୟତା ବୋଧକୁ ମଧ୍ୟ ବୁଝାଏ । ଏଚଆଇଭି ସଂକ୍ରମଣ ନିରୂପିତ ହେବାର ୩୫ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାର ସଂପୂର୍ଣ୍ଣ ନିର୍ବାରଣ ପାଇଁ କୌଣସି ଔଷଧ ବା ବିଧିବ୍ୟବସ୍ଥା ଉଦ୍ଭାବନ ହୋଇପାରି ନାହିଁ, ଯାହା ଆମର ସଂକ୍ରମଣ ପ୍ରତି ଅସହାୟତା ବୋଧର ପ୍ରତୀକ ଭାବରେ ଗ୍ରହଣ କରାଯାଇଛି ।
  • ତୃତୀୟତଃ ନାଲିରଙ୍ଗକୁ ଆଗେ ରକ୍ତ ପ୍ରତୀକ ତଥା ଦୁଃଖର କାରଣ ଭାବରେ ଗ୍ରହଣ କରାଯାଉଥିଲା ବର୍ତ୍ତମାନ ସୁଦ୍ଧା ଏହି ସଂକ୍ରମଣରେ ପ୍ରାୟ ୨ କୋଟିରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି ଏବଂ ଏକ କୋଟିରୁ ଅଧିକ ଶିଶୁ ଅନାଥ ହୋଇଛନ୍ତି ଏହି ନାଲି ରଙ୍ଗ ସେହି । ବ୍ୟକ୍ତିମାନଙ୍କ ପ୍ରତି ସମବେଦନା ଜଣାଇବା ପାଇଁ ପ୍ରତୀକ ଭାବବ୍ୟକ୍ତ କରୁଛି ।

ଶେଷରେ ନାଲି ଚିହ୍ନକୁ ଆମ ସମାଜ ପ୍ରେମ ଏବଂ ସହନଶୀଳତାର ପ୍ରତୀକ ଭାବରେ ଗ୍ରହଣ କରାଏ । ଆମ ସମାଜରେ ସଂକ୍ରମଣ ପ୍ରତି ରହିଥିବା ଘୃଣା ଓ ଭେଦଭାବକୁ ଦୂର କରି ସଂକ୍ରମିତ ବ୍ୟକ୍ତି ପରିବାର ପ୍ରତି ଶ୍ରଦ୍ଧା, ସ୍ନେହ ଦେବା  ସହ ଏଥିପାଇଁ ସହନଶୀଳତା ମନୋଭାବ ସୃଷ୍ଟି କରିବା ମଧ୍ୟ ‘ ରେଡ୍ ରିବନ୍’ ର ଅନ୍ୟତମ ଲକ୍ଷ୍ୟ ।

ଏଚଆଇଭି / ଏଡସ ସଂକ୍ରମଣ ମୁଖ୍ୟତଃ ଯୁବଗୋଷ୍ଠୀ ଉପରେ ପ୍ରଭାବ ବିସ୍ତାର କରିଅଛି । ସମଗ୍ର ପୃଥିବୀରେ ବର୍ତ୍ତମାନ ସୁଦ୍ଧା ୧୫ ରୁ ୧୯ ବର୍ଷ ବୟସ ମଧ୍ୟରେ ପ୍ରାୟ ଏକ କୋଟି ଯୁବତୀ ଯୁବକ ସଂକ୍ରମିତ ହୋଇଛନ୍ତି । ଆମ ଦେଶରେ ଶତକଡା ୫୦ ଭାଗ ସଂକ୍ରମିତ ବ୍ୟକ୍ତି ୧୫-୩୫ ବର୍ଷ ବୟସ୍କଙ୍କ ମଧ୍ୟରେ ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଯୁବପୀଢିକୁ ଏଚଆଇଭି ସଂକ୍ରମଣ କ୍ଷେତ୍ରରେ ବିପଦପୂର୍ଣ୍ଣ ଗୋଷ୍ଠୀ ଭାବରେ ଗ୍ରହଣ କରାଯାଇଛି । ଆମ ରାଜ୍ୟରେ ଏହି ସଂକ୍ରମଣ ପ୍ରବାସୀ ଶମିକଙ୍କ କ୍ଷେତ୍ରରେ ଦେଖାଯାଉଛି । ଯେଉଁମାନେ ହିଁ ମୁଖ୍ୟତଃ ଯୁବଗୋଷ୍ଠୀ ଏବଂ ପରିବାରର ଭରଣପୋଷଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ତେଣୁ ଏଚଆଇଭି ନିୟନ୍ତ୍ରଣ ଓ ଦୂରୀକରଣ ପାଇଁ ଯୁବ ସମାଜକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ‘ ରେଡ୍ ରିବନ’ ର ଅନ୍ୟତମ ଉଦ୍ଦେଶ୍ୟ ।

ଏଚଆଇଭି / ଏଡସ ସମ୍ପର୍କରେ ସଚେତନତା ସୃଷ୍ଟି ସହ ବ୍ୟାବହାରିକ ପରିବର୍ତ୍ତନ ଆଣିବା ପାଇଁ ବିଶେଷକରି କିଶୋରୀ କିଶୋରଙ୍କୁ ଏହା ସମ୍ପର୍କରେ ଅବଗତ କରିବା ପାଇଁ ଉଚ୍ଚ ମାଧ୍ୟାମିକସ୍ତରର ବିଜ୍ଞାନ ପାଠ୍ୟକ୍ରମରେ ଏଚଆଇଭି/ ଏଡସ ବିଷୟ ସ୍ଥାନ ପାଇଅଛି । ଯାହା ଫଳରେ ଛାତ୍ରୀଛାତ୍ରମାନେ ଏଚଆଇଭି ସମ୍ପର୍କରେ ଜାଣିବା ସହ ନିରାପଦ ଜୀବନ କୌଶଳ ସମ୍ପର୍କରେ ଅବଗତ ହୋଇପାରିଛି ।

ଠିକ୍ ସେହିପରି କଲେଜ ଗୁଡିକ ରେ ଏଚଆଇଭି ସଚେତନତା ସୃଷ୍ଟି କରିବା ପାଇଁ ଯୁବ ରେଡକ୍ରସ ମାଧ୍ୟମରେ ଆମ ରାଜ୍ୟରେ ରେଡ୍ ରିବନ୍ କ୍ଳବ୍ ମାନ ସ୍ଥାପନ କରାଯାଇ ସମକ୍ରମିତ ଭ୍ୟାତି ପ୍ରତି ଭେବଭାବ ଦୂର କରିବା, ଉତ୍ତମଆଚରଣ ପ୍ରଦର୍ଶନ ସହିତ ସ୍ଵେଚ୍ଛାକୃତ ରକ୍ତ ଦାନ ପାଇଁ ଆଗରେ ଆସିବା ସକାଶେ ଗୁରୁତ୍ଵ ଦିଆଯାଇଛି ।  ଏତଦ୍ ବ୍ଯତୀତ ଗ୍ରାମାଞ୍ଚଳର ଯୁବଗୋଷ୍ଠୀଙ୍କୁ କ୍ଷେତ୍ରରେ ସଚେତନ କରିବା ପାଇଁ ତିନୋଟି ସ୍ତରରେ କାର୍ଯ୍ୟକ୍ରମ ଜାରି ରହିଛି । ପ୍ରଥମତଃ ଅଧିକ ପ୍ରବାସୀ ଶ୍ରମିକ ଗ୍ରାମାଞ୍ଚଳରେ ଏକ ସ୍ଵତନ୍ତ୍ର କାର୍ଯ୍ୟ ମାଧ୍ୟମରେ ନିରାପଦ ଜୀବନଚର୍ଯ୍ୟା ବୁଝାଇବା ସହ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜନ କରାଯାଉଛି । ଆଶଙ୍କା ପ୍ରବଣ ପରିବାରେରେ ସଦସ୍ୟମାନଙ୍କୁ ରକ୍ତ ପରୀକ୍ଷା କରିବା ସହ ନିଜ ସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ଲାଗି କୁହାଯାଇଛି । ଦ୍ଵିତୀୟତଃ ରାଜ୍ୟରେ ପ୍ରବାସୀ ଶ୍ରମିକମାନେ ଯାଉତଥିବା ରେଳଷ୍ଟେସନ ତଥା ନିର୍ଦ୍ଦିଷ୍ଟ ଟ୍ରେନରେ ମଧ୍ୟ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମୀଙ୍କ ଦ୍ଵାରା ସଚେତନତା କାର୍ଯ୍ୟକ୍ରମମ କରାଯାଉଛି । ଶେଷରେ ଯୌନ ଅଞ୍ଚଳରେ ଅଧିକ ପ୍ରବାସୀ ଶ୍ରମିକ ଆସୁଛନ୍ତି ସେହିମାନଙ୍କୁ ଏଚଆଇଭି ନିରାକାର ଓଫ ସଚେତନତା ସୃଷ୍ଟି ପାଇଁ ସ୍ଥାନୀୟ ଶିଳ୍ପାନୁଷ୍ଠାନର ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଆଜି ବିଶ୍ଵ ଏଡସ    ଦିବସ ଆବସରରେ ପ୍ରଥମ ଥର ପାଇଞ୍ଜ ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ପକ୍ଷରୁ ରାଜ୍ୟର ଆଦିବାସୀ ଅଞ୍ଚଳରେ ଏଚଆଇଭି ବାର୍ତ୍ତା । ପହଞ୍ଚାଇବା ପାଇଁ କଳିଙ୍ଗ ସାମାଜିକ ବିଜ୍ଞାନ ଅନୁଷ୍ଠାନରେ ଅଧ୍ୟୟନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ନେଇ ଏକ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ପ୍ରାୟ ୧୫ ହଜାର କିଶୋରୀକିସୋରଙ୍କୁ ନେଇ ବିଶ୍ଵର ସର୍ବବୃହତ୍ ମାନବ ଶୃଙ୍ଖଳ ‘ ରେଡ ରିବନ୍ ତିଆରି କରାଯାଇ ଏଚଆଇଭି ମୁକ୍ତରାଜ୍ୟ ସୃଷ୍ଟି କରିବାରେ ସହାୟକ ହେବା ପାଇଁ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ସମସ୍ତ ଛାତ୍ରୀଛାତ୍ର ଏଚଆଇଭି ସମ୍ପର୍କରେ ଅବଗତ ହେବା ସହ ନିଜ ଗ୍ରାମରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସଙ୍କଳ୍ପ ନେବେ । ଗ୍ରୀଷ୍ମ ଅବକାଶରେ ଏହି ଛାତ୍ରୀଛାତ୍ର ମାନେ ନିଜ ଗ୍ରାମରେ କିପରି ସାଥୀ ଏବଂ ଗ୍ରାମରେ ଏଚଆଇଭି ସମ୍ପର୍କରେ ସଚେତନତା ସୃଷ୍ଟି କରିବେ ସେଥିପାଇଁ କାର୍ଯ୍ୟକ୍ରମ ନୁର୍ଦ୍ଧାରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ଆଦିବାସୀ ଗ୍ରାମ ତଥା ଆଭ୍ୟନ୍ତରୀଣ ଅଞ୍ଚଳରେ ସହଜରେ ଏଚଆଇଭି ବାର୍ତ୍ତ । ପହଞ୍ଚିପାରିବ । ଆସା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବଗର୍ବ ତଥା ଅପହଞ୍ଚ ଅଞ୍ଚଳରେ ଏଚଆଇଭି / ଏଡସ ନିୟନ୍ତ୍ରଣ କରିବାରେ ଓଡିଶା ରାଜ୍ୟ ଦେଦରେ ଅଗ୍ରଣୀ ଭୂମିକା ନିର୍ବାହ କରିପାରିବ ।

ଏଚଆଇଭି ନାଶ କରିବା ନୂଆ ଟିକା

ଏଚଆଇଭି ଭଳି ମାରାତ୍ମକ ଭୂତାଣୁ ନାଶ ପାଇଁ ଦକ୍ଷିଣ ଆଫ୍ରିକାରେ ଏକ ପ୍ରକାର ନୂଆ ଟିକା ଉଦ୍ଭାବନ ହୋଇଛି । ଏଚଆଇଭି ୭୦୨କୁହାଯାଉଥିବା ଏହି ଅଧ୍ୟୟନରେ ନୂତନ ଧରଣର ଏଚଆଇଭି ଟିକା ପ୍ରସ୍ତୁତ କରାଯାଇଛି । ଏହା ଏଚଆଇଭି ଭୂତାଣୁ ଦୂର କରିବା ଦିଗରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବା ବୋଲି ବୈଜ୍ଞାନିକମାନେ କହୁଛନ୍ତି । ପ୍ରତିଦିନ ୧୦୦୦ ରୁ ଅଧିକ ଲୋକ ସଂକ୍ରମଣର ଶିକାର ହେଉଥିବା ଅଞ୍ଚଳରେ ଏଭଳି ଟିକା ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯିବ ବୋଲି ଗବେଷକମାନେ କହୁଛନ୍ତି । ଏ ସମ୍ପର୍କରେ ଆମେରିକାର ନ୍ୟାଶନାଲ ଇନଷ୍ଟିଟ୍ୟୁଟ୍ ଅଫ୍ ଆଲରଜି ଆଣ୍ଡ ଇନଫେକ୍ଟିୟସ୍ ଡିଜିଜ୍ ( ଏନଆଇଏଆଇଡି) ର ନିର୍ଦ୍ଦଶକ ଆଣ୍ଟୋନି ଏସ୍ । ଫାଉକି କହନ୍ତି, ଆମ ଗବେଷଣାର ଫଳ ସ୍ୱରୂପ ଏକ ନିରାପଦ ଏବଂ ଫଳପ୍ରଦ ଟିକା ଉଦ୍ଭାବନ କରାଯାଇପାରିଛି । ଦକ୍ଷିଣ ଆଫ୍ରିକା ଭଳି ଦେଶରେ ଅଧିକ ଲୋକ ଏଚଆଇଭି ସଂକ୍ରମଣର  ଶିକାର ହେଉଥିବା ଏବଂ ବିଭିନ୍ନ ଦେଶରେ ଏହି ରୋଗର ସମୟକ୍ରମେ ବଢିବଢି ଚାଲିଥିବା ବେଳେ ଏହାକୁ ହ୍ରାସ କରିବା ଦିଗରେ ନୂତନ ଟିକା ସହାୟକ ହୋଇପାରିବ ବୋଲି ଫାଉକି କହିଛନ୍ତି । ଦକ୍ଷିଣ ଆଫ୍ରିକାର ପଦରଟି ସ୍ଥାନରେ ପରୀକ୍ଷାମୂକଳ ଭାଷାବରେ ଏହି ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛନ୍ତି । ୨୦୨୦ ଶେଷ ସୃଦ୍ଧି ଏହାର ଫଳାଫଳ ଜଣାପଡିବ । ଆଇଲାଣ୍ଡରେ ମଧ୍ୟ ଏହି ଟୀକାଦାନ ପରୀକ୍ଷାମୂଳକ ଭାବେ କରାଯାଉଛି । ଥାଇଲାଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଏଚଆଇଭି ଗବେଷଣା କାର୍ଯ୍ୟକ୍ରମର ମିଳିତ ଉଦ୍ୟମରେ ପୂର୍ବରୁ ଏଚଆଇଭି ଟିକା ଆରଭି୧୪୪ ର ଡାକ୍ତରୀ ପରୀକ୍ଷା ନିରାକ୍ଷା କରାଯାଇଥିଲା । ୨୦୦୯ ରେ ହୋଇଥିବା ଏହି ପରୀକ୍ଷାମୂଳକ ଟୀକାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରିଥିଲା । ଏଚଆଇଭି ସଂକ୍ରମଣକୁ ଟୀକାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରିଥିଲା । ଏଚଆଇଭି ସଂକ୍ରମଣ ଟୀକାଦାନ ଦ୍ଵାରା ନଷ୍ଟ କରାଯାଇ ପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷାଜ୍ଞମାନେ ମତ ଦେଇଛନ୍ତି ।

ଆଧାର - ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate