ହୋମ / ସ୍ଵାସ୍ଥ୍ୟ / ରୋଗ / ପ୍ରୋଗେରିଆ ରୋଗ କ’ଣ?
ସେଆର କରନ୍ତୁ

ପ୍ରୋଗେରିଆ ରୋଗ କ’ଣ?

ପ୍ରୋଗେରିଆ ରୋଗ ର ସୂଚନା

ପ୍ରୋଗେରିଆ

ବୟସ ମାତ୍ର ୮, ଦିଶୁଥିବ ୧୮ ପରି । ଅର୍ଥାତ୍ର‍ କମ୍‍ ବୟସରେ ବାର୍ଦ୍ଧକ୍ୟ ଛୁଇଁଥାଏ । କେଶ ଧଳା ହୋଇ ଝଡି ପଡିଥାଏ । ମାଂସପେଶୀ ଦୁର୍ବଳ ହୋଇପଡେ । ଏହା କେବଳ ପ୍ରୋଗେରିଆ ରୋଗୀ କ୍ଷେତ୍ରରେ ଦେଖାଯାଏ ।

ପ୍ରୋଗେରିଆ ଏକ ଗ୍ରୀକ୍ ଶବ୍ଦ । ପ୍ରୋ ଅର୍ଥ ପୂର୍ବରୁ ଓ ଗେରିଆ ଅର୍ଥ ବୟସ । ଯାହାକି ପିଲାଟିକୁ ଉପଯୁକ୍ତ ବୟସ ହେବା ପୂର୍ବରୁ ତାକୁ ବୃଦ୍ଧତ୍ୱ ଛୁଇଁଥାଏ । ଏହି ରୋଗ ବଂଶାନୁକ୍ରମିକ ଭାବେ ହୋଇଥାଏ । ପିଲାଟି ଠିକ୍ ଭାବରେ କଥା କହିପାରେ ନାହିଁ । ଦେଉଥିବା ନିଦ୍ଦେର୍ଶଗୁଡିକୁ ବୁଝିପାରେ ନାହିଁ । ମୋଟାମୋଟି ଭାବେ ସେ ବୋକା ହୋଇଥାଏ । ସମୟ ସମୟରେ ଦେଖାଯାଏ ପିଲାଟି ଜନ୍ମ ସମୟରେ ଅବା ଛୋଟ ହୋଇଥିବା ସମୟରେ ଯଦି ତା’ର ମୁଣ୍ଡ ମାଡ ହୋଇଯାଏ ତେବେ ବି ଏପରି ରୋଗରେ ସେ ପୀଡିତ ହୋଇଥାଏ ।

ଲକ୍ଷଣ

-ପିଲାଟି ଜନ୍ମ ସମୟରେ ଦୁଇଟି ମୁଣ୍ଡ ନେଇ ଜନ୍ମ ହୋଇଥାଏ ।

-ତିନିଟି ଆଖି ଓ ଚାରିଟି ହାତ ନେଇ ଜନ୍ମ ହୋଇଥାଏ ।

-ଏହି ପିଲାର ହାଡ଼ ବିକଶିତ ହୁଏ ନାହିଁ ।

-ତାର ପ୍ରଜନନ ଅଙ୍ଗର ବିକାଶ ହୁଏ ନାହିଁ ।

-ସେ ଖୁବ୍ଜ‍ ଶୀଘ୍ର ବୃଦ୍ଧ ହୋଇଯାଏ ।

-କେଶ ପାଚିଯାଇ ଉପୁଡ଼ିଯାଏ ।

-ହୃଦଘାଚିତର ସମସ୍ୟା ବଢ଼ିଯାଏ ।

-ଶରୀର ତୁଳନାରେ ମୁଣ୍ଡ ବଡ ହୋଇଥାଏ ।

-ମାଂସପେଶୀ ଦୁର୍ବଳ ହୋଇପଡେ ।

-ପିଲାଟି ବିଳମ୍ୱରେ କଥା କହେ । ଜିନିଷର ଆକାର ରଙ୍ଗ ଓ ଓଜନ କିଛି ଜାଣି ପାରେ ନାହିଁ ।

-ଉଚ୍ଚାରଣ, ଲେଖାପଢ଼ା ଭୁଲ୍ ‍ କରେ ।

-ଦେଉଥିବା ନିଦ୍ଦେର୍ଶକୁ ପାଳନ କରିପାରେ ନାହିଁ ।

-ସାର୍ଟର ବଟମ୍‍ ନ ଦେବା, ଜୋତାର ଫିତା ନ ବାନ୍ଧିବା, ସହଜ ଗଣିତ ବୁଝି ନ ପାରିବା ଇତ୍ୟାଦି ଲକ୍ଷଣ ଦେଖାଯାଏ ।

ଉପଚାର

ପିଲାଟି ପାଠ ପଢ଼ୁ ନ ଥିବା, ଲେଖୁନଥିବା ଦେଖି ପିତାମାତାମାନେ ଭାବନ୍ତି ପିଲାଟିର ପାଠପଢ଼ାରେ ଆଗ୍ରହ ନ ଥିବା ଯୋଗୁ ଏପରି ହେଉଛି । କିନ୍ତୁ ଯେତେବେଳେ ପିଲାଟି କଥା କହିବା, ଲେଖିବା ପାଇଁ ଅକ୍ଷମ ହୋଇଥାଏ, ମସ୍ତିଷ୍କ ଧୀରଗତିରେ କାର୍ଯ୍ୟକରେ, ପଚାରୁଥିବା ପ୍ରଶ୍ନର ଉତ୍ତର ଦେଇପାରେ ନାହିଁ, ସେତେବେଳେ ପିତାମାତାମାନେ ବୁଝନ୍ତି ଯେ, ପିଲାଟିକୁ ପ୍ରୋଗେରିଆ ହୋଇଛି ବୋଲି। କିନ୍ତୁ ଏହି ରୋଗର କୌଣସି ଉପଚାର ନାହିଁ । ଏହି ରୋଗ ପାଇଁ ସାଧାରଣ ଔଷଧ ସେବନ କରାଯାଏ । ପ୍ରୋଗେରିଆ ରୋଗରେ ପୀଡିତ ଥିବା ପିଲାଟିକୁ ମଧ୍ୟ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ଯେପରିକି ରକ୍ତଚାପ, ହୃଦରୋଏ ।ଗ, ମୋତିଆବିନ୍ଦୁ ଟ୍ୟୁମର ଇତ୍ୟାଦି ଦେଖାଦେଇଥାଏ । ଏଥିପାଇଁ ଔଷଧ ଦିଆଯାଏ । କିନ୍ତୁ ବୃଦ୍ଧ ବୟସ୍କଙ୍କ ପାଇଁ ଯେଉଁ ଔଷଧ ସେହି ଔଷଧ ଏହି ରୋଗରେ ପୀଡିତ ଥିବା ପିଲାମାନେ ସେବନ କରନ୍ତି । ପଜିଟିଭ ହେଲ୍ା‌ଥ କ୍ଳିନିକର ଡକ୍ଟରଙ୍କ କହିବା ଅନୁସାରେ ବିହାରରେ ଏପରି ୫ଟି ପିଲାଙ୍କର ଚିକିତ୍ସା କରୁଥିଲେ ସେଥିରୁ ୨ ଜଣ ମୃତ୍ୟୁ ବରଣ କରିଥିଲେ ।

କୋଲକାତାର ଡକ୍ଟରଙ୍କ କହିବା ଅନୁସାରେ ବଂଶର ପାଞ୍ଚ ପୀଢ଼ି ପର୍ଯ୍ୟନ୍ତ ଏହି ରୋଗର ଜିନ୍ା‍ ସ୍ଥାନାନ୍ତରିତ ହୋଇଥାଏ । ଯାହା ଦ୍ୱାରା କି ପିଲାଟି ପ୍ରୋଗେରିଆର ଶିକାର ହୋଇଥାଏ ।

ହୋମିଓପାଥି ଔଷଧରେ ମଧ୍ୟ ଏହାର ଚିକିତ୍ସା କରାଯାଏ। ଔପିୟମ୍ର‍ ଏବ୍ରିଟିନମ୍ ‍ ନାମକ ହୋମିଓପାଥି ଔଷଧ ଡକ୍ଟରଙ୍କ ପରାମର୍ଶ ଅନୁସାରେ ଦିଆଯାଏ ।

ଆଧାର  :ଓଡିଶା ଟାଇମସ୍

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top