ହୋମ / ସ୍ଵାସ୍ଥ୍ୟ / ରୋଗ / କର୍କଟ ବ୍ୟାଧିରେ ନିଆଁ
ସେଆର କରନ୍ତୁ

କର୍କଟ ବ୍ୟାଧିରେ ନିଆଁ

ବିଭିନ୍ନ ପ୍ରକାର କର୍କଟ ବ୍ୟାଧି ମନୁଷ୍ୟକୁ ଆକ୍ରାନ୍ତ କରେ । ଦେଶ, ଜାତି, ବର୍ଣ୍ଣ ଓ ବୟସର ସମସ୍ତ ସୀମାକୁ ଅତିକ୍ରମ କରି ଏହି ବ୍ୟାଧି ସମଗ୍ର ମନୁଷ୍ୟ ସମାଜ ପାଇଁ ମୃତ୍ୟୁର ଏକ ଭୟାବହ ବିଭୀଷିକା ରଚନା କରିଛି ।

କର୍କଟ ବ୍ୟାଧି

ବିଭିନ୍ନ ପ୍ରକାର କର୍କଟ ବ୍ୟାଧି ମନୁଷ୍ୟକୁ ଆକ୍ରାନ୍ତ କରେ । ଦେଶ, ଜାତି, ବର୍ଣ୍ଣ ଓ ବୟସର ସମସ୍ତ ସୀମାକୁ ଅତିକ୍ରମ କରି ଏହି ବ୍ୟାଧି ସମଗ୍ର ମନୁଷ୍ୟ ସମାଜ ପାଇଁ ମୃତ୍ୟୁର ଏକ ଭୟାବହ ବିଭୀଷିକା ରଚନା କରିଛି । ପୁରୁଷମାନେ ସାଧାରଣତଃ ଫୁସଫୁସ, ପ୍ରୋଷ୍ଟ୍ରେଟ, ବୃହଦନ୍ତ ଓ ପାକସ୍ଥଳୀ କର୍କଟରେ ଆକ୍ରାନ୍ତ ହୁଅନ୍ତି । ସେହିପରି ମହିଳାମାନେ ସ୍ତନ, ବୃହଦନ୍ତ, ପିତ୍ତକୋଷ, ଜନନେନ୍ଦ୍ରିୟ ଓ ଫୁସଫୁସ କର୍କଟରେ ଆକ୍ରାନ୍ତ ହୋଇଥାନ୍ତି । ଏହାଛଡ଼ା ପିଲାମାନେ ସାଧାରଣତଃ ରକ୍ତ କର୍କଟ, ମସ୍ତିଷ୍କ ଟ୍ୟୁମର ଓ ଲିମ୍ପେମା ଆଦିରେ ଆକ୍ରାନ୍ତ ହୁଅନ୍ତି । ଚର୍ମ କର୍କଟ ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି । ବୟସ ବୃଦ୍ଧି ସଙ୍ଗେସଙ୍ଗେ କର୍କଟ ରୋଗୀଙ୍କର ସଂଖ୍ୟା ମଧ୍ୟ ବଢୁଥାଏ । ପରବେଶ ପ୍ରଦୂଷଣ ହିଁ କର୍କଟ ରୋଗର ମୁଖ୍ୟ କାରଣ ଭାବେ ଉଭା ହୋଇଛି । ପ୍ରାୟ ୯୦ ରୁ ୯୫ ପ୍ରତିଶତ ଲୋକ ଏଥିରେ ଆକ୍ରାନ୍ତ ହୋଇଥାନ୍ତି । ୫ରୁ ୧୦ ପ୍ରତିଶତ କର୍କଟ ରୋଗ ବାପା ମାଆଙ୍କ ପାଖରୁ ପିଲାଙ୍କୁ ଆସିଥାଏ । ଧୂମପାନ (୨୫-୩୦ %), ଅତ୍ୟଧିକ ଖାଦ୍ୟ ଖାଇ ମୋଟା ହେବା (୩୦-୩୫%), ସଂକ୍ରମଣ (୧୫-୨୦%), ଆଣବିକ ବିକିରଣ (୧୦%), ମଦପାନ (୧୦%), ଶାରୀରିକ ପରିଶ୍ରମ ନକରିବା ଆଦି କର୍କଟ ରୋଗର ମୁଖ୍ୟକାରଣ । ଧୂମପାନ ଫୁସଫୁସ କର୍କଟର ମୁଖ୍ୟ କାରଣ । ଏହାବାଦ, ସ୍ଵରଯନ୍ତ୍ର , ପାକସ୍ଥଳୀ, ପରିସ୍ରାଥଳି, ବୃକକ, ଖାଦ୍ୟନଳୀ ଓ ଅଗ୍ନ୍ୟାଶୟ କର୍କଟ ମଧ୍ୟ ଧୂମପାନ ଯୋଗୁଁ ହୋଇଥାଏ ।

ଧୂମପାନରେ ୫୦ ପ୍ରକାରର ଉପାଦାନ ରହିଛି ଯାହା କର୍କଟ ରୋଗ ସୃଷ୍ଟିର କାରଣ । ଏହା ଭିତରୁ ନାଇଟ୍ରୋସାମିନ ଓ ପଲିସାଇକ୍ଲିକ୍ ଏରୋମାଟିକ ହାଇଡ୍ରୋକାର୍ବନ ମୁଖ୍ୟ । ମଦପାନ କର୍କଟ ରୋଗର ଅନ୍ୟ ଏକ ପ୍ରମୁଖ କାରଣ । ମୁଖ୍ୟତଃ ଏହା ଯକୃତ ଓ ଖାଦ୍ୟନଳୀ କର୍କଟ କରିଥାଏ । କଳକାରଖାନାରେ କାମ କରୁଥିବା ସହସ୍ରାଧିକ ବ୍ୟକ୍ତି କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି । ପ୍ରତିବର୍ଷ ଦୁଇ ଲକ୍ଷ ବ୍ୟକ୍ତି କଳକାରଖାନା ପ୍ରଦୂଷଣ ଯୋଗୁଁ କର୍ମସ୍ଥଳରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏଜବେଷ୍ଟସ୍ ତନ୍ତୁ ବା ଧୂମ ସେବନ ଦ୍ଵାରା ଫୁସଫୁସ କର୍କଟ ହୋଇଥାଏ ଓ ଟୋବେନଜିନ ଦ୍ଵାରା ରକ୍ତ କର୍କଟ ରୋଗ ହୁଏ । ଅତ୍ୟଧିକ ଆମିଷ ଖାଦ୍ୟ, ଶାରୀରିକ ଶ୍ରମ ବିମୁଖତା ଓ ମୋଟାପଣ ଯୋଗୁଁ (୩୦-୩୫%) ମଧ୍ୟ କର୍କଟ ହୋଇଥାଏ । ଶାରୀରିକ ପରିଶ୍ରମ ନକଲେ ଲୋକମାନେ ମୋଟା ହୋଇଯାନ୍ତି ଓ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଓ ଅନ୍ତଃସ୍ରାବୀ ସମନ୍ଵୟତା କମିଯାଏ । ଅତ୍ୟଧିକ ଲୁଣ ସେବନ କଲେ ପାକସ୍ଥଳୀ କର୍କଟ ହୋଇଥାଏ । ଜାପାନରେ ପାକସ୍ଥଳୀ କର୍କଟ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଖାଦ୍ୟନଳୀ (ବୃହଦନ୍ତ) କର୍କଟ ଅତ୍ୟଧିକ ଅଧିକ ଲୁଣ ସେବନ ଯୋଗୁଁ ହୋଇଥାଏ । ଖାଦ୍ୟ ପଦାର୍ଥ ଆଫଲାଟକ୍ସିନ ଦ୍ଵାରା ଆକ୍ରାନ୍ତ ହେଲେ ଯକୃତ କର୍କଟ ରୋଗ ହୁଏ ଓ ପାନ ଖାଇଲେ ମୁଖଗହ୍ଵର କର୍କଟ ହୋଇଥାଏ । ବିଭିନ୍ନ ଭୂତାଣୁ ଦ୍ଵାରା ମଧ୍ୟ କର୍କଟ ହୋଇଥାଏ । ମହିଳାଙ୍କ ହ୍ୟୁମାନ ପେପିଲୋମା ଭୂତାଣୁ ଜନନେନ୍ଦ୍ରିୟ କର୍କଟର କାରଣ । ଏବଷ୍ଟିନ ବାର ଭୂତାଣୁ ଲିମ୍ପୋମା ନାକ ଓ ଖାଦ୍ୟନଳୀ କର୍କଟରେ ସହାୟତା କରେ । ହେପାଟାଇଟସ 'ବି' ଭୂତାଣୁ ଯକୃତ କର୍କଟର ମୁଖ୍ୟ କାରଣ । ହେପାଟାଇଟିସ୍ ‘ସି’ ମଧ୍ୟ ଯକୃତ କର୍କଟ ରୋଗ ସୃଷ୍ଟି କରେ । ହାର୍ପିସ । ଭୂତାଣୁ କାପୋସି ସାର୍କୋମାର କାରଣ । ହେଲିକୋ ବ୍ୟାକ୍ଟର ପାଇଲୋରି ଜୀବାଣୁ ପାକସ୍ଥଳୀ କର୍କଟ ରୋଗ ସୃଷ୍ଟି କରିଥାଏ । ସିଷ୍ଟୋସୋମା ଓ ଯକୃତ ଫ୍ଲୁକ ଯଥାକ୍ରମେ ପରିସ୍ରା ଥଳି କର୍କଟ ଓ କୋଲାଞ୍ଜିଓକାର୍ସିନୋମା କରନ୍ତି । ଆଣବିକ ବିକିରଣ (୧୦%) ମଧ୍ୟ କର୍କଟ ରୋଗର ଅନ୍ୟ ଏକ କାରଣ ।

କର୍କଟ ରୋଗର ପ୍ରାଥମିକ ଲକ୍ଷଣ

ବହୁଦିନ ଧରି ଶରୀରର ଯେ କୌଣସି ସ୍ଥାନରେ କିମ୍ବା ପାଟିରେ ଘା' ନ ଶୁଖୁବା, ଖାଦ୍ୟ ଖାଇବାରେ କ୍ରମାଗତ ଯନ୍ତ୍ରଣା ଅନୁଭବ କରିବା, ସ୍ଵର ବସିଯିବା, କ୍ଷୁଧା ନହେବା, ବଦହଜମ ଓ ତରଳ ନାଳରକ୍ତ ଝାଡ଼ା ଲାଗି ରହିବା, ସ୍ତନରେ ମାଂସପିଣ୍ଡୁଳା ବା ଘା' ହେବା, ଅନିୟମିତ ଭାବେ ଜରାୟୁରୁ ରକ୍ତସ୍ରାବ ହେବା, ଦେହରେ ଯେ କୌଣସି ସ୍ଥାନରେ ମାଂସପିଣ୍ଡୁଳା ବା କଳାଜାଇ ବୃଦ୍ଧି ପାଇବା ଆଦି କର୍କଟ ରୋଗର ପ୍ରାଥମିକ ଲକ୍ଷଣ ବୋଲି ବିଶେଷଜ୍ଞମାନେ ଦର୍ଶାଇଛନ୍ତି ।

ଏ କ୍ଷେତ୍ରରେ ତୁରନ୍ତ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ର କିମ୍ବା ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଜରୁରୀ । କର୍କଟ ରୋଗର ନିରାକରଣ ଏକ ମୁଖ୍ୟ ବିଷୟ । ପରିବେଶ ପ୍ରଦୂଷଣ, ଜୀବନ ଶୈଳୀ ଓ ଖାଦ୍ୟପେୟ ପରିବର୍ତ୍ତନ ମାଧ୍ୟମରେ ୭୦-୯୦ ପ୍ରତିଶତ କର୍କଟ ରୋଗ ନିରାକରଣ ସାପେକ୍ଷ । ଧୂମପାନ, ମଦପାନ, ଅତ୍ୟଧିକ  ମୋଟାପଣ, ଶାରୀରିକ ଶ୍ରମ ବିମୁଖତା ଓ ବାୟୁ ପ୍ରଦୂଷଣ ଆଦିର ନିରାକରଣରେ କର୍କଟ ବ୍ୟାଧିକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ । ଆମିଷ ଖାଦ୍ୟରେ ଶରୀର ବିଧାନ ଅତ୍ୟଧିକ ଉତ୍ତେଜିତ ଓ ଜର୍ଜରିତ ହୁଏ । ମାଛ, ମାଂସ, ପିଆଜ, ରସୁଣ ଓ ମାଦକ ଦ୍ରବ୍ୟ ସର୍ବଦା ବର୍ଜନୀୟ । ନିରାମିଷ ଖାଦ୍ୟ, ଯଥେଷ୍ଟ ପରିମାଣରେ ପନିପରିବା ଓ ଫଳ ସେବନ ଆଦି କର୍କଟ

ସମଗ୍ର ବିଶ୍ଵରେ ପ୍ରତିବର୍ଷ ବୟାଶୀ ଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥାନ୍ତି । ତେବେ ଏଥିମଧ୍ୟରୁ ୪୦ ଲକ୍ଷ ଲୋକ ଅଳ୍ପ ବୟସର ବୋଲି ଜଣାପଡ଼ିଛି। କର୍କଟ ରୋଗର ନିର୍ଣ୍ଣୟ, ଚିକିତ୍ସା, ନିରାକରଣ, ସଚେତନତା ଆଦି ପାଇଁ ବିଶ୍ କର୍କଟ ଦିବସ ପାଳନ କରାଯାଇ ଆଗାମୀ ୨୦୨୦ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରବା ପାଇ ଉଦ୍ୟମ  ଜାରି ରହିଛି ।

ବ୍ୟାଧିର ନିରାକରଣରେ ସାହାଯ୍ୟ କରେ | ଟିକା ନେବା (ହେପାଟାଇଟିସ୍, "ବି" ଓ ପେପିଲୋମା ଭାଇରସ୍) ମାଧ୍ୟମରେ ଯକୃତ ଓ ଜନନେନ୍ଦ୍ରିୟ କର୍କଟର ନିରାକରଣ ହୋଇପାରିବ ।

ସେ ଯାହା ହେଉ, ଶରୀରକୁ ପ୍ରତିକୂଳ ଦିଗରେ ନନେଇ ଅନୁକୂଳ ଦିଗରେ ପରିଚାଳିତ କରିପାରିଲେ ଅନେକ ରୋଗକୁ ଦମନ କରାଯାଇପାରିବ । ଏହାଛଡ଼ା ଯୋଗ, ପ୍ରାଣାୟାମ ଆଦି ଅତ୍ୟଧିକ ପରିମାଣରେ ନହେଲେ ମଧ୍ୟ ଦରକାର ଅନୁସାରେ କରିବା ଆବଶ୍ୟକ ।

ସଂଗୃହିତ: ଡାକ୍ତର ଉମେଶଚନ୍ଦ୍ର ପାତ୍ର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ

 

1.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top