ହୋମ / ସ୍ଵାସ୍ଥ୍ୟ / ରୋଗ / କର୍କଟ ରୋଗ
ସେଆର କରନ୍ତୁ

କର୍କଟ ରୋଗ

କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ ରୋଗ ଯେଉଁଥିରେ କୋଷମାନଙ୍କର ଅସ୍ଵଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ, ଏଥିପାଇଁ ସଚେତନତା ଆବଶ୍ୟକ ।

ଉପକ୍ରମ

କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ ରୋଗ ଯେଉଁଥିରେ କୋଷମାନଙ୍କର ଅସ୍ଵଭାବିକଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ଵବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ, ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ । ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ ସୃଷ୍ଟି କରିଥାଏ ।

ମୋଟ କର୍କଟ ମୃତ୍ୟୁ ସଂଖ୍ୟାର ୨୨% ମୃତ୍ୟୁ ତମାଖୁ ବ୍ୟବହାରଦ୍ଵାରା ହେଉଛି । ଆଉ ୧୦ %ମୃତ୍ୟୁର କାରଣ ଗୁଡ଼ିକ ହେଲା ମେଦବହୁଳତା, ଖାଦ୍ୟାଭାବ, ଶାରୀରିକ ପରିଶ୍ରମର ଅଭାବ ଓ ମଦିରା ସେବନ । ଅନ୍ୟ କେତେକ ଘଟକ ବା ଫ୍ୟାକ୍ଟର ମଧ୍ୟରେ କତିପୟ ସଂକ୍ରମଣ, ବିକିରଣ ପ୍ରଭାବ ଏବଂ ପରିବେଶ ପ୍ରଦୁଷଣ । ବିକାଶଶୀଳ ରାଷ୍ଟ୍ରମାନଙ୍କରେ ହେପାଟାଇଟିସ୍ ବି, ହେପାଟାଇଟିସ୍ ସି ଓ ମାନବ ପାପିଲୋମାଭୁତାଣୁ ସଂକ୍ରମଣ ଯୋଗୁ୨୦ % କର୍କଟ ରୋଗ ହୁଏ । ଏହି ଘଟକଗୁଡ଼ିକ ଆଶିଂକ ଭାବରେ ଜୀବକୋଷରେ ଥିବା ଜିନ୍‌ରେ ପରିବର୍ତ୍ତନ ସୃଷ୍ଟି କରନ୍ତି । କର୍କଟ ଆରମ୍ବ ହେବା ପୂର୍ବରୁ ଏହି ଜିନ ପରିବତ୍ତନ ଆବଶ୍ୟକ ହୁଏ । ପ୍ରାୟତ ୫ ରୁ ୧୦ ପ୍ରତିଶତ କ୍ଷେତ୍ରରେ ରୋଗୀ ନିଜର ପିତାମାତାଙ୍କଠାରୁ ବଂଶାନୁକ୍ରମେ ତୃଟିପୁର୍ଣ୍ଣ ଜିନ ଗ୍ରହଣ କରିଥାଆନ୍ତି । କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ଓ ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ପରେ ଏହାକୁ ମେଡିକାଲ ଇମେଜିଙ୍ଗ ଓ ବାୟୋପ୍ସି ସାହାଯ୍ୟରେ ସୁନିଶ୍ଚିତ କରାଯାଏ ।

ଧୁମ୍ରପାନ ନ କଲେ, ଅଧିକ ପରିବା, ଫଳ ଓ ଶସ୍ୟ ଖାଇଲେ, ମାଂସ ଓ ଅତ୍ୟଧିକ ପରିଷୃତ ଶସ୍ୟ ନ ଖାଇଲେ, ସୁସ୍ଥ ଓଜନ ରଖିପାରିଲେ, ବ୍ୟାୟାମ କଲେ, ସୂର୍ଯ୍ୟାଲୋକ ପ୍ରଭାବିତ କମ ହେଲେ ଓ କେତେକ ସଂକ୍ରମଣ ନିମନ୍ତେ ଟିକା ନେଲେ କର୍କଟରୁ ରକ୍ଷା ମିଳିପାରିବ । ଜରାୟୁ ଓ କୋଲୋ-ରେକ୍ଟାଲ କର୍କଟରେ ସ୍କ୍ରିନିଙ୍ଗ କରି ପ୍ରାରମ୍ଭିକ ଚିହ୍ନଟ କରିପାରିଲେ ଉପକାର ହୁଏ । ସ୍ତନ କର୍କଟ ରୋଗରେ ସ୍କ୍ରିନିଙ୍ଗର ଉପକାରୀତା ଦ୍ଵନ୍ଦାତ୍ମକ ଅଛି । କର୍କଟ ରୋଗରେ ବିକୀରଣ ଚିକିତ୍ସା, ଅପରେଶନ୍, କେମୋଥେରାପି ଓ ଟାର୍‌ଗେଟେଡ୍ ଥେରାପି ସାହାଯ୍ୟରେ ମିଶ୍ରିତ ଚିକିତ୍ସା କରାଯାଏ । ଯନ୍ତ୍ରଣା ଓ ଲକ୍ଷଣ ମୁତାବକ ଚିକିତ୍ସା ଅତି ଗୁରୁତ୍ତ୍ଵପୂର୍ଣ୍ଣ । ରୋଗ ଅଧିକ ହୋଇଥିଲେ ଉପଶମପ୍ରଦ ଚିକିତ୍ସା ଆବଶ୍ୟକ ହୁଏ । ରୋଗରୁ ରକ୍ଷା ପାଇବାଟା ଚିକିତ୍ସା ଆରମ୍ଭରୁ କେଉଁ ପ୍ରକାର କର୍କଟ ଓ କେତେ ଅଂଶ ପ୍ରଭାବିତ ହୋଇଛି, ତାହା ଉପରେ ନିର୍ଭର କରେ । ବିକଶିତ ରାଷ୍ଟ୍ରମାନଙ୍କରେ ୧୫ ବର୍ଷ ବୟଷରୁ କମ୍ ପିଲାଙ୍କର ପାଞ୍ଚ ବର୍ଷ ବଞ୍ଚିବା ହାର ପ୍ରାୟ ୮୦ % ଥାଏ । ଆମେରିକାରେ ୫ ବର୍ଷ ବଞ୍ଚିବାର ହାରାହାରି ସମ୍ଭାବନା ୬୬ % ।

କର୍କଟ ରୋଗକୁ ଚିହ୍ନଟ କରିବା ପାଇଁ ବହୁତ ଗୁଡ଼ିଏ ଉପାୟ ଅଛି ଯେପରିକି ରୋଗର ଲକ୍ଷଣ, ଅଣୁବିକ୍ଷଣ ଯନ୍ତ୍ର ସାହାଜ୍ୟରେ କୋଷ କିମ୍ବା ଗ୍ରନ୍ଥିମାନଙ୍କ ର ପରୀକ୍ଷା ଏବଂ ବିଭିନ୍ନ ପ୍ରକାର ଫୋଟୋ ପରୀକ୍ଷା । କର୍କଟ ରୋଗ ସାଧାରଣ ଭାବେ କେମୋଥେରାପି (ଔଷଧ ବା ରାସାୟନିକ ଦ୍ରବ୍ୟ ଦ୍ଵାରା କର୍କଟ ରୋଗର ଚିକିତ୍ସା), ବିକିରଣ ଚିକିତ୍ସା କିମ୍ବା ଶଲ୍ୟଚିକିତ୍ସାର ସାହାଯ୍ୟରେ ଉପଶମ କରିବାର ଚେଷ୍ଟା କରାଯାଇ ଥାଏ । ଏଥିରେ ରୋଗୀର ରୋଗର ସ୍ଥାନ, ଆକ୍ରାନ୍ତର ପରିମାଣ ଉପରେ ରୋଗୀର ଚିକିତ୍ସା ଏବଂ ସଂଘର୍ଷ ନିର୍ଭର କରିଥାଏ । ସବୁ ବୟସରେ ଏହି ରୋଗ ଆକ୍ରାନ୍ତ କରିବାର ସମ୍ଭାବନା ଥାଏ, କିଛି ନିର୍ଦ୍ଦିଷ୍ଟ କର୍କଟ ରୋଗ ସାଧାରଣତ ଛୁଆମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ, କର୍କଟ ରୋଗର ସମ୍ଭାବନା ବୟସ ବଢିବା ସଙ୍ଗେ ସଙ୍ଗେ ବଢିଥାଏ । ବର୍ଷ ୨୦୦୭ କର୍କଟ ରୋଗ ଶତକଡା ୧୩ ପ୍ରତିଶତ ସାରା ପୃଥିବୀରେ ମୃତ୍ୟୁର କାରଣ ଥିଲା ଯାହାକି ୭.୩ ନିୟୁତ । ଯାହାକି ବର୍ତ୍ତମାନ ଧିରେ ଧିରେ ବଢିଚାଲିଛି ତାର ପ୍ରଧାନ କାରଣ ଆମ୍ଭମାନଙ୍କ ବଞ୍ଚିବାର ପରିବରତ୍ତିତ ଶୈଳୀ ।

ରୋଗର କାରଣ

ସମଗ୍ର ବିଶ୍ଵରେ ପ୍ରତିବର୍ଷ ବୟାଅଶୀ ଲକ୍ଷ ଲୋକ କର୍କଟ ରୋଗରେ ମୃତ୍ୟୁ ବରଣ କରିଥାନ୍ତି ଓ ଏଥି ମଧ୍ୟରୁ ଚାଳିଶ ଲକ୍ଷ ଲୋକ ଅଳ୍ପ ବୟସରେ (୩୦ ରୁ ୪୦) ପ୍ରାଣ ହରାଇଥାନ୍ତି । କର୍କଟ ରୋଗର ନିର୍ଣ୍ଣୟ , ଚିକିତ୍ସା , ନିରାକରଣ , ସଚେତନତା ଓ ଗବେଷଣା ନିମିତ୍ତ ୪ ଫ୍ରେବୃଆରୀକୁ ବିଶ୍ଵର ସର୍ବତ୍ର କର୍କଟ ଦିବସ ରୂପେ ପାଳନ କରିବା ପାଇଁ ୨୦୦୦ ମସିହା ପ୍ୟାରିସ ସମ୍ମିଳନୀରେ ବିଶ୍ଵ କର୍କଟ ସଂଗଠନ ସିଦ୍ଧାନ୍ତ ନେଇଥିଲା ଓ ୨୦୨୦ ମସିହା ସୁଦ୍ଧା ସମଗ୍ର ବିଶ୍ଵରେ କ୍ୟାନସର ରୋଗକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିବା ଏହି ସଂଗଠନ ର ମୁଖ୍ୟ ଉଦ୍ଦେଶ୍ୟ ରୂପେ ଧାର୍ଯ୍ୟ କରାଯାଇଛି । ବିଭିନ୍ନ ପ୍ରକାର କର୍କଟ ବ୍ୟାଧି ମନୁଷ୍ୟକୁ ଆକ୍ରାନ୍ତ କରେ । ଦେଶ, ଜାତି, ବର୍ଣ୍ଣ ଓ ବୟସର ସମସ୍ତ ସୀମାକୁ ଅତିକ୍ରମ କରି ଏହି ବ୍ୟାଧି ସମଗ୍ର ମନୁଷ୍ୟ ସମାଜ ପାଇଁ ମୃତ୍ୟୁର ଏକ ଭୟାବହ ବିଭୀଷିକା ରଚନା କରିଅଛି । ପୁରୁଷମାନେ ସାଧାରଣତଃ ଫୁସଫୁସ କ୍ୟାନସର , ବୃହଦାନ୍ତ୍ର କ୍ୟାନସର ଓ ପାକସ୍ଥଳୀ କ୍ୟାନସରରେ ଆକ୍ରାନ୍ତ ହୁଅନ୍ତି । ମହିଳା ମାନେ ସ୍ତନ କ୍ୟାନସର , ବୃହଦାନ୍ତ୍ର କ୍ୟାନସର , ପିତ୍ତକୋଷ କ୍ୟାନସର , ଜନନେନ୍ଦ୍ରିୟ କ୍ୟାନସର ଓ ଫୁସଫୁସ କ୍ୟାନସରରେ ଆକ୍ରାନ୍ତ ହୁଅନ୍ତି । ପିଲାମାନେ ସାଧାରଣତଃ ରକ୍ତ କ୍ୟାନସର , ମସ୍ତିସ୍କ ଟ୍ୟୁମର ଓ ଲିମ୍ପେମାରେ ଆକ୍ରାନ୍ତ ହୁଅନ୍ତି । ଚର୍ମ କ୍ୟାନସର ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି । ବୟସର ବୃଦ୍ଧି ସଙ୍ଗେ ସଙ୍ଗେ କ୍ୟାନସର ରୋଗୀଙ୍କର ସଂଖ୍ୟା ମଧ୍ୟ ବଢିଥାଏ ।

ପରିବେଶ ପ୍ରଦୂଷଣ ହିଁ କ୍ୟାନସର ରୋଗର ମୁଖ୍ୟ କାରଣ (୯୦ ରୁ ୯୫%)। ୫ ରୁ ୧୦% କର୍କଟ ରୋଗ ବାପା ମାଆଙ୍କ ପାଖରୁ ପିଲାମାନଙ୍କୁ ଆସିଥାଏ । ଧୂମପାନ (୨୫ -୩୦ %), ଅତ୍ୟଧିକ ଖାଦ୍ୟ ଖାଇବା ଓ ମୋଟା ହେବା (୩୦-୩୫ %), ସଂକ୍ରମଣ (୧୫- ୨୦ %) , ଆଣବିକ ବିକିରଣ (୧୦%), ଶରୀରର ପରିଶ୍ରମ ନକରିବା , ଇତ୍ୟାଦି କ୍ୟାନସର ରୋଗର ମୁଖ୍ୟ କାରଣ । ଧୂମପାନ ଫୁସଫୁସ କ୍ୟାନସରର ମୁଖ୍ୟ କାରଣ (୯୦%) । ଏହାବାଦ ସ୍ଵରଯନ୍ତ୍ର କ୍ୟାନସର , ପାକସ୍ଥଳୀ କ୍ୟାନସର , ପରିସ୍ରାଥଳୀ କ୍ୟାନସର , ବୃକକ କ୍ୟାନସର ,ଓ ଖାଦ୍ୟନଳୀ କ୍ୟାନସର ଓ ଅଗ୍ନ୍ୟାଶୟ କ୍ୟାନସର ମଧ୍ୟ ଧୂମ ପାନ ଯୋଗୁଁ ହୋଇଥାଏ । ଧୂମପାନରେ ୫୦ ପ୍ରକାରର ଉପାଦାନ ଅଛି ଯାହା କ୍ୟାନସର ସୃଷ୍ଟିର କାରଣ । ଏହା ଭିତରୁ ନାଇଟ୍ରୋସମିନ ଓ ପାଳିସାଇକ୍ଲିକ ଏରୋମାଟିକ ହାଇଡ୍ରୋକାର୍ବନ ମୁଖ୍ୟ । ମଦ୍ୟପାନ କ୍ୟାନସର ରୋଗର ଅନ୍ୟ ଏକ କାରଣ । ମୁଖ୍ୟତଃ ଏହା ଯକୃତ କ୍ୟାନସର ଓ ଖାଦ୍ୟନଳୀ କ୍ୟାନସର କରିଥାଏ ।

କଳକାରଖାନା ମାନଙ୍କରେ କାମ କରୁଥିବା ସହସ୍ରାଧିକ ବ୍ୟକ୍ତି କ୍ୟାନସର ରୋଗରେ ଆକ୍ରାନ୍ତ ହୁଅନ୍ତି (୨-୨୦%) । ପ୍ରତିବର୍ଷ ଦୁଇଲକ୍ଷ ବ୍ୟକ୍ତି କଳକାରଖାନା ପ୍ରଦୂଷଣ ଯୋଗୁଁ କର୍ମସ୍ଥଳୀରେ କ୍ୟାନସର ରୋଗରେ ଆକ୍ରାନ୍ତ ହୁଅନ୍ତି । ଏଯବେଷ୍ଟେସ ତନ୍ତୁ ବା ଧୂମ ସେବନ ଦ୍ଵାରା ହୋଇଥାଏ । ଶାରୀରିକ ପରିଶ୍ରମ ନକଲେ ଲୋକମାନେ ମୋଟା ହୋଇଯାନ୍ତି ଓ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଓ ଅନ୍ତଃସ୍ରାବୀ ସମନ୍ଵୟତା କମିଯାଏ । ଅତ୍ୟଧିକ ଲୁଣ ସେବନ କାଲେ ପାକସ୍ଥଳୀ କ୍ୟାନସର ହୁଏ । ଜାପାନରେ ପାକସ୍ଥଳୀ କ୍ୟାନସର ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଖାଦ୍ୟନଳୀ କ୍ୟାନସର ଅତ୍ୟଧିକ ଅଧିକ ଲୁଣ ସେବନ ଯୋଗୁଁ ହୋଇଥାଏ । ଖାଦ୍ୟ ପଦାର୍ଥ ଆଫଲାଟାକ୍ସନ ଦ୍ଵାରା ଆକ୍ରାନ୍ତ ହେଲେ ଲିଭର କ୍ୟାନସର ହୁଏ ଓ ପାନ ଖାଇଲେ ମୁଖଗହ୍ଵର କ୍ୟାନସର ହୁଏ । ବିଭିନ୍ନ ଭୂତାଣୁ ଦ୍ଵାରା ମଧ୍ୟ କ୍ୟାନସର ହୋଇଥାଏ । ମହିଳା ମାନଙ୍କର ହ୍ୟୁମାନ ପେପିଲୋମା ଭୂତାଣୁ ଦ୍ଵାରା ଜନନେନ୍ଦ୍ରିୟ କ୍ୟାନସରର କାରଣ । ଏବଷ୍ଟିନ ବାର ଭୂତାଣୁ ଲିମ୍ପୋମା ଓ ନାକ ଓ ଖାଦ୍ୟନଳୀ କ୍ୟାନସର କରେ । ହେପାଟାଇଟସ ବି ଭୂତାଣୁ ଲିଭର କ୍ୟାନସର ମୁଖ୍ୟ କାରଣ । ହେପାଟାଇଟିସ ସି ମଧ୍ୟ ଯକୃତ କ୍ୟାନସର କରେ । ହାର୍ପିସ ଭୂତାଣୁ – କାପୋସି ସାର୍କୋମାର କାରଣ । ହେଲିକୋ ବ୍ୟାକ୍ଟର ପାଇଲୋରି ଜୀବାଣୁ ପାକସ୍ଥଳୀ କ୍ୟାନସର କରେ । ଶିସ୍ଟୋସୋମା ଓ ଯକୃତ ପ୍ଲୁକ ଯଥାକ୍ରମେ ପରିସ୍ରା ଥଳୀ କ୍ୟାନସର ଓ କୋଲାଞ୍ଜିଓକାର୍ସିନାମା କରନ୍ତି । ଆଣବିକ ବିକିରଣ (୧୦%) ମଧ୍ୟ କ୍ୟାନସର ରୋଗର ଅନ୍ୟ ଏକ କାରଣ ।

କର୍କଟ ରୋଗର ପ୍ରାଥମିକ ଲକ୍ଷଣ କ’ଣ ? ବହୁଦିନ ଧରି ଶରୀରର ଯେ କୌଣସି ସ୍ଥାନରେ କିମ୍ବା ପାଟିରେ ଘା’ନ ଶୁଖିବା , ଖାଦ୍ୟ ଖାଇବାରେ କ୍ରମାଗତ ଯନ୍ତ୍ରଣା ଅନୁଭବ କରିବା , ସ୍ଵର ବସିଯିବା, କ୍ଷ୍ୟୁଧା ନହେବା, ବଦହଜମ ଓ ତରଳ ଲାଳରକ୍ତ ଝାଡା ଲାଗି ରହିବା, ସ୍ତନରେ ମାଂସପିଣ୍ଡୁଳା ବା ଘା ହେବା, ଅନିୟମିତ ଭାବେ ଜରାୟୁରୁ ରକ୍ତସ୍ରାବ ହେବା , ଦେହରେ ଯେ କୌଣସି ସ୍ଥାନରେ ମାଂସପିଣ୍ଡୁଳା ବା କଳାଜାଇ ବୃଦ୍ଧି ପାଇବା ଇତ୍ୟାଦି କର୍କଟ ରୋଗର ପ୍ରାଥମିକ ଲକ୍ଷଣ । ଏ କ୍ଷେତ୍ରରେ ତୁରନ୍ତ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ର କିମ୍ବା ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଜରୁରୀ ।

କର୍କଟ ରୋଗର ନିରାକରଣ ଏକ ମୁଖ୍ୟ ବିଷୟ । ପରିବେଶ ପ୍ରଦୂଷଣ ଓ ଜୀବନ ଶୈଳୀ ଓ ଖାଦ୍ୟପେୟ ପରିବର୍ତ୍ତନ ମାଧ୍ୟମରେ ୭୦-୯୦ % କର୍କଟ ରୋଗ ନିରାକରଣ ସାପେକ୍ଷ । ଧୂମପାନ, ମଦ୍ୟପାନ, ଅତ୍ୟଧିକ ମୋଟାପଣ , ଶାରୀରିକ ଶ୍ରମ ବିମୁଖତା ଓ ବାୟୁ ପ୍ରଦୂଷଣ ଇତ୍ୟାଦିର ନିରାକରଣରେ କ୍ୟାନସର ବ୍ୟାଧିକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ । ଅମିଶ ଖାଦ୍ୟରେ ଶରୀର ବିଧାନ ଅତ୍ୟଧିକ ଉତ୍ତେଜିତ ଓ ଜର୍ଜରିତ ହୁଏ । ମାଛ । ମାଂସ, ପିଆଜ, ରସୁଣ ଓ ମାଦକ ଦ୍ରବ୍ୟ ସର୍ବଦା ବର୍ଜନୀୟ । ନିରାମିଷ ଖାଦ୍ୟ, ଯଥେଷ୍ଟ ପରିମାଣରେ ପନିପରିବା ଓ ଫଳ ସେବନ କର୍କଟ ବ୍ୟାଧିର ନିରାକରଣରେ ସାହାଯ୍ୟ କରେ । ଟିକାନେବା ମାଧ୍ୟମରେ ଲିଭର କ୍ୟାନସର ଓ ଜନନେନ୍ଦ୍ରିୟ କ୍ୟାନସର ନିରାକରଣ ହୋଇପାରିବ ।

ଲକ୍ଷଣ

ଅସାଧାରଣ ଜୀବକୋଷ ସଂଖ୍ୟା ବୃଦ୍ଧି ସହ ପାର୍ଶ୍ଵବର୍ତ୍ତୀ ଓ ଦୂରବର୍ତ୍ତୀ ସ୍ଥାନକୁ ମାଡ଼ିଯିବା ଗୁଣ ଥାଇ ଅନେକ ଗୁଡ଼ିଏ ରୋଗମାନଙ୍କର ପରିବାରକୁ କର୍କଟ କୁହାଯାଏ । ଏହାକୁ ଅର୍ବୁଦର ଏକ ସବ୍ ସେଟ୍ ବୋଲି ଧରାଯାଏ । ଅନିୟନ୍ତ୍ରିତ ବୃଦ୍ଧିପ୍ରାପ୍ତ ଗୋଟିଏ ଜୀବକୋଷର ଦଳକୁ ଅର୍ବୁଦ କୁହାଗଲେ ମଧ୍ୟ ଏହା ବିକ୍ଷିପ୍ତ ଭାବେ ରହିପାରେ ।

  • ବୃଦ୍ଧି ସଙ୍କେତ ନିମନ୍ତେ ଆତ୍ମନିର୍ଭରଶୀଳ ।
  • ବୃଦ୍ଧି ନ ହେବା ସଙ୍କେତ ପ୍ରତି ଅଣସମ୍ବେଦନଶୀଳ ।
  • ଆପୋପ୍ଟୋସିସ୍ (ପ୍ରୋଗ୍ରାମ ଥିବା ଜୀବକୋଷ ମୃତ୍ୟୁ) ଏଡ଼େଇ ଯିବା ।
  • ସୀମାହୀନ ଦ୍ୱିଗୁଣିତ ହେବା ସାମର୍ଥ୍ୟ ।
  • ପୁରାତନ ରକ୍ତନଳୀରୁ ନୂତନ ରକ୍ତନଳୀ ସୃଷ୍ଟି ହେବା ଓ ଚାଲୁ ରହିବା ।
  • ମେଟାସ୍ଟାସିସ୍ ଓ ସ୍ଥାନୀୟ ଦଖଲର ସକ୍ରିୟତା ସାମର୍ଥ୍ୟ ।
  • ଗୋଟିଏ ସାଧାରଣ ଜୀବକୋଷର ବୃଦ୍ଧି ବୋଇ ବିଭିନ୍ନ ସ୍ତର ଦେଇ ଗତି କରି କର୍କଟ ସୃଷ୍ଟି ହେବାକୁ ମାଲିଗନାଣ୍ଟ ପ୍ରୋଗ୍ରେସନ୍ କୁହାଯାଏ ।

କର୍କଟ ରୋଗ ଆରମ୍ଭ ହେବା ବେଳେ ପ୍ରାୟ କୌଣସି ଲକ୍ଷଣ ପ୍ରକାଶ କରାଏ ନାହିଁ । ଏହା ଗୋଟିଏ ବୃଦ୍ଧି ହେଉଥିବା ଗୋଟାଳି ବା କ୍ଷତ(ଘାଆ) ଆକାରରେ ପ୍ରକାଶ ପାଏ । ଏହାର ପ୍ରକାର ଓ ରୋଗ ସ୍ଥାନ ଉପରେ ଲକ୍ଷଣ ନିର୍ଭର କରେ । କେତକ ଲକ୍ଷଣ ନିର୍ଦ୍ଦିଷ୍ଟ କର୍କଟ ରୋଗର ହୋଇଥିବାବେଳେ କେତେକ ଅନିର୍ଦ୍ଦିଷ୍ଟ ବା ଅନ୍ୟ ରୋଗର ଲକ୍ଷଣ ହୋଇପାରେ । ଏଥି ଯୋଗୁ କର୍କଟକୁ ବିରାଟ ଅନୁକରଣକାରୀ କୁହାଯାଏ । ଏଥି ଯୋଗୁ କର୍କଟ ରୋଗ ନିର୍ଣ୍ଣୟ ହେବା ପୂର୍ବରୁ ଲକ୍ଷଣ ଦେଖି ଅନ୍ୟ ରୋଗ ହୋଇଥିବ ଭାବି ତାହା ନିମନ୍ତେ ଚିକିତ୍ସା ହେଉଥିବାର ଦେଖାଯାଏ ।

ଅର୍ବୁଦ ବା କ୍ଷତ ଅନୁସାରେ ସ୍ଥାନୀୟ ଲକ୍ଷଣ ଦେଖାଯାଇପାରେ । ଉଦାହରଣ ସ୍ଵରୁପ, ଫୁସଫୁସ କର୍କଟ ହେଲେ ବାୟୁ ନଳୀ ଅବରୋଧ ହୋଇ କାଶ କିମ୍ବା ନିମୋନିଆ ହୁଏ; ଏସୋଫେଗସ୍ କର୍କ୍ଟଟ ହେଲେ ତାହାର ନଳୀ ସଂକୀର୍ଣ୍ଣ ହୋଇ ଖାଇବାରେ ଅସୁବିଧା ଓ କଷ୍ଟ ହୋଇପାରେ ଏବଂ କଲୋରେକ୍ଟାଲ କର୍କଟ ହେଲେ ଅନ୍ତନଳୀ ସରୁ ହୋଇ ଝାଡ଼ା ଅଭ୍ୟାସ ବଦଳିଯାଏ । କର୍କଟ ସ୍ତନରେ ହେଲେ ବା ଅଣ୍ଡକୋଷରେ ହେଲେ ଛୁଇଁକରି ଅନୁଭବ କରିହୁଏ । କ୍ଷତ ଚର୍ମରେ ହେଲେ ରକ୍ତସ୍ରାବ ହୋଇପାରେ, ଫୁସଫୁସରେ ହେଲେ ରକ୍ତମିଶା କାଶ ହୋଇପାରେ, ଅନ୍ତନଳୀରେ ହେଲେ ରକ୍ତହୀନତା ବା ଆନିମିଆ ହୁଏ, ମୂତ୍ରାଶୟରେ ହେଲେ ମୂତ୍ରରେ ରକ୍ତ ପଡ଼େ, ଓ ଜରାୟୁରେ ହେଲେ ଯୋନୀପଥରୁ ରକ୍ତସ୍ରାବ ହୁଏ । ରୋଗ ଅଧିକା ହେଲେ ଯନ୍ତ୍ରଣା ହୁଏ କିନ୍ତୁ ଆରମ୍ଭ ହେଲାବେଳେ କୌଣସି କଷ୍ଟ ହୁଏ ନାହିଁ । କେତେକ କର୍କଟ ହେଲେ ଛାତିରେ ହେଲେ ତରଳ ପଦାର୍ଥ ଜମେ ଓ ପେଟରେ ହେଲେ ମଧ୍ୟ ତରଳ ପଦାର୍ଥ ଜମିଯାଏ ଯାହାକୁ ଆସାଇଟିସ କୁହାଯାଏ ।

ଏହି ଲକ୍ଷଣ ସମୂହ ସ୍ଥାନୀୟ ବା ଦୂରବର୍ତ୍ତୀ ପ୍ରଭାବ ନୁହେଁ, ଦେହରେ ରୋଗର ସାଧାରଣ ପ୍ରଭାବ ଯୋଗୁ ହୁଏ । ଏହାର କିଛି ଲକ୍ଷଣ ମଧ୍ୟରେ ଅନିଚ୍ଛାକୃତ ଓଜନ ହ୍ରାସ, ଜ୍ଵର, ଅତ୍ୟଧିକ ଥକ୍କା ଲାଗିବା ଓ ଚର୍ମ ପରିବର୍ତ୍ତନ ଦେଖାଯାଏ । ହଜକିନ୍ ରୋଗ, ଲିଉକେମିଆ, ଯକୃତ ଓ ବୃକ୍‌କରେ କର୍କଟ ହେଲେ ଅଜଣା ଉତ୍ସରୁ ଲଗାଏତ ଜ୍ଵର ହୁଏ ।

କେତେକେ କର୍କଟ ରୋଗରେ ନିର୍ଦ୍ଦିଷ୍ଟ ସମୂହ ଲକ୍ଷଣ ପ୍ରକାଶ ପାଏ ଯାହାକୁ ପାରାନିଓପ୍ଲାସ୍ଟିକ ଫେନୋମେନା କହନ୍ତି । ଉଦାହରଣ ସ୍ଵରୁପ ଥାଇମୋମା ରୋଗରେ ମ୍ୟାସ୍ଥେନିଆ ଗ୍ରାଭିସ୍ ହୁଏ ଓ ଫୁସ୍‌ଫୁସ୍ କର୍କଟରେ କ୍ଲବିଙ୍ଗ ହୁଏ ।

କର୍କଟ ରୋଗ ଏହାର ଉଦ୍ରେକ ସ୍ଥାନରୁ ବିସ୍ତାରିତ ହୋଇପାରେ, ସ୍ଥାନୀୟ ବିସ୍ତାର, ଲସିକା/ ଲିମ୍ଫ ନଳୀ ମଧ୍ୟ ଦେଇ ସ୍ଥାନୀୟ ଲିମ୍ଫ ନୋଡ ଓ ରକ୍ତ ନଳୀ ମାଧ୍ୟମରେ ଦୂରବର୍ତ୍ତୀ ସ୍ଥାନକୁ କର୍କଟ କୋଷ ମଞ୍ଜି ଯାଇ ନୂଆ ସ୍ଥାନରେ ସେହି ରୋଗ ହୁଏ । ଏହି ଦୂରବର୍ତ୍ତୀ ଇଲାକାରେ ରୋଗ ହେଲେ ତାହାକୁ ସେହି ରୋଗର ମେଟାସ୍ଟାସିସ୍ କହନ୍ତି । ମେଟାସ୍ଟାସିସ୍ ହୋଇଥିବା ସ୍ଥାନ ଅନୁସାରେ ଲକ୍ଷଣ ପ୍ରକାଶ ପାଏ; ଏହା ବର୍ଦ୍ଧିଷ୍ଣୁ ଲିମ୍ଫ ନୋଡ ହୁଏ, ବର୍ଦ୍ଧିଷ୍ଣୁ ଯକୃତ କିମ୍ଵା ପ୍ଲୀହା ହୋଇପାରେ ଯାହାକୁ ଆଙ୍ଗୁଳି ଦ୍ଵାରା ଅନୁଭବ କରାଯାଇପାରେ, ଅସ୍ଥିରେ ହେଲେ ଅସ୍ଥି ଭଗ୍ନ ହୁଏ ଓ ସ୍ନାୟୁଗତ ଲକ୍ଷଣ ଦେଖାଯାଏ ।

ପରିବେଶ ଘଟକମାନଙ୍କ ଯୋଗୁ ୯୦-୯୫% କର୍କଟ ହୁଏ, ବାକି ୫-୧୦% ବଂଶଗତ ଅସାଧାରଣ ଗୁଣସୂତ୍ର ଯୋଗୁ ହୁଏ । କର୍କଟ ଗବେଷଣାକାରୀଙ୍କ ସଂଜ୍ଞା ଅନୁସାରେ ପରିବେଶ ଅର୍ଥ ଯାହା ବଂଶାନୁକ୍ରମିକ ଗୁଣସୂତ୍ର ଯୋଗୁ ଆସିନାହିଁ ଯେପରିକି ଜୀବନଚର୍ଯ୍ୟା, ଅର୍ଥନୈତିକ ତଥା ବ୍ୟବହାରିକ ଘଟକ ଯାହା କେବଳ ପ୍ରଦୂଷଣ ନୁହେଁ । ସାଧାରଣ ପରିବେଶ ଘଟକ ମଧ୍ୟରେ ଟୋବାକୋ (୧୫-୩୦%), ଖାଦ୍ୟ ଓ ମୋଟାପଣ (୩୦-୩୫%), ସଂକ୍ରମଣ (୧୫-୨୦%), ବିକୀରଣ (ଆୟୋନାଇଜିଙ୍ଗ ଓ ନନ ଆୟୋନାଇଜିଙ୍ଗ ୧୦%), ଚାପ, ଶାରୀରିକ କର୍ମ ଅଭାବ ଓ ପରିବେଶ ପ୍ରଦୂଷଣକାରୀ ନାମ ଉଲ୍ଲେଖଯୋଗ୍ୟ ।

ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ କାରଣକୁ ଅଙ୍ଗୁଳି ଦେଖାଇହେବ ନାହିଁ କାରଣ ଏହା ଏକାଧିକ କାରଣ ଯୋଗୁ ହୋଇପାରେ । ଉଦାହରଣ ସ୍ଵରୁପ ଟୋବାକୋ ଯୋଗୁ କର୍କଟ ହେଲେ ମଧ୍ୟ ବାୟୁ ପ୍ରଦୂଷଣ ଓ ବିକୀରଣ ଯୋଗୁ ମଧ୍ୟ ହୋଇପାରେ । ଗର୍ଭ ଓ ଅଙ୍ଗ ପ୍ରତିରୋପଣ ଭଳି କେତେକ ଅଳ୍ପ ଉଦାହରଣ ଛଡ଼ା ଏହି ରୋଗ ସଞ୍ଚାରିତ  ହୁଏ ନାହିଁ ।

କେତେକ ନିର୍ଦ୍ଦିଷ୍ଟ ପଦାର୍ଥ ସହ କେତେକ ନିର୍ଦ୍ଦିଷ୍ଟ କର୍କଟ ରୋଗ ହେବାର ସମ୍ଭାବନା ଅଛି । ଏହିପଦାର୍ଥମାନଙ୍କୁ କାର୍ସିନୋଜେନ୍ କୁହାଯାଏ । ଧୁଆଁ ପତ୍ର ଆଘ୍ରାଣଦ୍ଵାରା ୯୦ % ଫୁସ୍‌ଫୁସ୍ କର୍କଟ ହୁଏ । ଏହା ଦ୍ଵାରା ସ୍ଵରଯନ୍ତ୍ର, ମୁଣ୍ଡ, ବେକ, ପାକସ୍ଥଳୀ, ମୂତ୍ରାଶୟ, ବୃକ୍‌କ, ଏସୋଫେଗସ୍ ଓ ଅଗ୍ନାଶୟରେ ମଧ୍ୟ କର୍କଟ ହୁଏ । ଟୋବାକୋ ଧୁଆଁରେ ନାଇଟ୍ରୋସାମିନ୍ ଓ ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ ସହ ପ୍ରାୟ୍ ୫୦ ପ୍ରକାରରୁ ଉର୍ଦ୍ଧ୍ଵ କାର୍ସିନୋଜେନ୍ ଅଛି । ବିକଶିତ ଦେଶମାନଙ୍କରେ କର୍କଟ ଜନିତ ମୃତ୍ୟୁ ପ୍ରତି ୩ ଜଣରେ ଜଣକର ଓ ସାରା ପୃଥିବୀରେ ପ୍ରତି ୫ ଜଣରେ ଜଣକର ଟୋବାକୋ ଯୋଗୁ ହୁଏ । ଧୁମ୍ରପାନ ଅଧିକ କଲେ ମୃତ୍ୟୁ ହାର ଅଧିକ ହେବା ଓ ୧୯୫୦ ମସିହା ପରେ ଧୁମ୍ରପାନ କମିବାରେ ୧୯୯୦ ମସିହା ପରେ ଫୁସ୍‌ଫୁସ୍ ମୃତ୍ୟୁ ହାର କମିବା ଜଣାଯାଇଛି । ସମୁଦାୟ କର୍କଟ ରୋଗ ମଧ୍ୟରୁ ପୁରୁଷମାନଙ୍କର ୧୦ % ଓ ମହିଳାମାନଙ୍କର ୩ % କେବଳ ମଦିରା ଯୋଗୁ ହୁଏ ଯାହା ଯକୃତ ଓ ଖାଦ୍ୟନଳୀରେ ଅଧିକ ହୁଏ ।

କର୍ମକ୍ଷେତ୍ରରେ କାର୍ସିନୋଜେନ୍ ଯୋଗୁ ୨ ରୁ ୨୦% କର୍କଟ ରୋଗ ହୁଏ ।ଏହି କାରଣ ଯୋଗୁ ପୃଥିବୀରେ ୨୦୦,୦୦୦ ଲୋକ ମୃତ୍ୟୁ ବରଣ କରନ୍ତି । ନିୟୁତ ସଂଖ୍ୟକ ଶ୍ରମିକଙ୍କର ଟୋବାକୋ ଧୁଆଁ ଓ ଆଜ୍‌ବେସ୍ଟସ ଯୋଗୁ ଫୁସ୍‌ଫୁସ୍ କର୍କଟ ଓ ମେସୋଥେଲିଓମା ହୁଏ ବେଞ୍ଜିନ୍ ସଂସ୍ପର୍ଶରେ ଆସି ଲିଉକେମିଆଁ ରୋଗରେ ଆକ୍ରାନ୍ତ ହୁଅନ୍ତି ।

କର୍କଟ ମୃତ୍ୟୁର ୩୦ - ୩୫% କେବଳ ଖାଦ୍ୟ, ଶାରୀରିକ କର୍ମହୀନତା ଓ ମୋଟାପଣ ଯୋଗୁ ହୁଏ ।ଆମେରିକାରେ ଅଧିକ ଓଜନ ଯୋଗୁ ଅନେକ ପ୍ରକାରର କର୍କଟ ହୁଏ ଓ ସମୁଦାୟ କର୍କଟ ମୃତ୍ୟୁର ୧୪ ରୁ ୨୦% ଏହି କାରଣ ଯୋଗୁ ହୁଏ । ଇଂଲଣ୍ଡରେ ୫ ନିୟୁତ ଲୋକଙ୍କୁ ନେଇ ଗୋଟିଏ ଅନୁଶୀଳନରୁ ଜଣାଯାଏ, ଅଧିକ ବଡି ମାସ୍ ଇଣ୍ଡେକ୍ସ ସହ ଅତି କମ୍‌ରେ ୧୦ ପ୍ରକାର କର୍କଟ ରୋଗର ୧୨୦୦୦ ରୋଗୀଙ୍କ ସମ୍ପର୍କ ଅଛି । ଶାରୀରିକ କର୍ମହୀନତା କେବଳ ଓଜନ ଉପରେ ପ୍ରଭାବ ପକାଏ ନାହିଁ, ଏହା ଇମ୍ମ୍ୟୁନ ସିସ୍ଟମ ଓ ଏଣ୍ଡୋକ୍ରାଇନ୍ ସିସ୍ଟମ ଉପରେ ବିଯୁକ୍ତାତ୍ମକ ପ୍ରଭାବ ପକାଏ । ଅଳ୍ପ ପରିବା ଓ ଅଧିକ ସ୍ଵାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଅପେକ୍ଷା ଅତ୍ୟଧିକ ଖାଦ୍ୟ ଖାଇବା ଯୋଗୁ ରୋଗ ସମ୍ଭାବନା ହୁଏ ।

କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ କେତେକ ନିର୍ଦ୍ଦିଷ୍ଟ କର୍କଟ ସହ ସମ୍ପର୍କ ରଖିଥାଏ । ଅଧିକ ଲବଣଯୁକ୍ତ ଖାଦ୍ୟର ପାକସ୍ଥଳୀ କର୍କଟ ସହ ସମ୍ପର୍କ ଥାଏ ଓ ଆଫ୍ଲାଟକ୍ସିନ ସହ ଯକୃତ କର୍କଟ  ସମ୍ଭାବନା ଥାଏ । ଗୁଆ ଚୋବାଇଲେ ମୂଖ କର୍କଟ ହୁଏ । ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଖାଦ୍ୟ ଗ୍ରହଣ କରୁଥିବା ଯୋଗୁ ଅଲଗା ପ୍ରକାର କର୍କଟ ହୁଏ । ଅଧିକ ଲବଣଯୁକ୍ତ ଖାଦ୍ୟ ଖାଇବା ଯୋଗୁ ଜାପାନରେ ପାକସ୍ଥଳୀ କର୍କଟ ଓ ଆମେରିକାରେ କୋଲୋନ୍ କର୍କଟ ହୁଏ ଯାହା ଖାଦ୍ୟ ସହ କର୍କଟର ସମ୍ପର୍କ ଥିବା ସମ୍ଭାବନା ପ୍ରମାଣ କରେ । ଅନ୍ୟ ଦେଶରେ ବାସ କରିବାକୁ ଗଲେ ସେହି ଦେଶରେ ହେଉଥିବା କର୍କଟ ରୋଗ ହୁଏ ଯାହା ଖାଦ୍ୟ ସହ କର୍କଟର ସମ୍ପର୍କ ଥିବା ପ୍ରମାଣ କରେ ।

ସଂକ୍ରମଣ

କର୍କଟ ରୋଗ ସୃଷ୍ଟି କରୁଥିବା ଭୁତାଣୁକୁ ଅଙ୍କୋଭାଇରସ କୁହାଯାଏ । ଏମାନଙ୍କ ନାମ ସହ ରୋଗ ନାମ : ମାନବ ପାପିଲୋମା ଭାଇରସ ଏବସଟେନ ବାର ଭୂତାଣୁ– ବି ସେଲ ଲିମ୍ଫୋପ୍ରୋଲିଫରେଟିଭ ରୋଗ ଓ ନାଯୋଫାରିଞ୍ଜିଆଲ କାରସିନୋମା, କାପୋଷି ସାରକୋମା ହର୍ପିସ ଭୂତାଣୁ କାପୋଷି ସାରକୋମା ଓ ପ୍ରାଥମିକ ଇଫ୍ଫ୍ୟୁଜନ ଲିମ୍ଫୋମା, ହେପାଟାଇଟିସ ବି ଓ ହେପାଟାଇଟିସ ସି ହେପାଟୋସେଲ୍ଲ୍ୟୁଳାର କର୍କଟ, ଏବଂ ହ୍ୟୁମ୍ୟାନ ଟି ସେଲ ଲିଉକେମିଆ ଭୂତାଣୁ - ୧ – (ଟି ସେଲ ଲିଉକେମିଆ) । ଜୀବାଣୁ ସଂକ୍ରମଣର ଉଦାହରଣ - ହେଲିକୋବ୍ୟାକ୍ଟର ପାଲୋରି ଦ୍ଵାରା ପାକସ୍ଥଳୀ କର୍କଟ ହୁଏ । ସେହିଭଳି ପରଜୀବୀସିସ୍ଟୋସୋମା ହେମାଟୋବିଅମ୍ ଦ୍ଵାରା ସ୍କ୍ଵାମସ୍ ସେଲ୍ କର୍କଟ, ଯକୃତ ଫ୍ଲ୍ୟୁକଦ୍ଵାରା କୋଲାଞ୍ଜିଓ କର୍କଟ ରୋଗ ହୁଏ ।

କର୍କଟ ରୋଗର ୧୦% ବିକୀରଣ ଯୋଗୁ ହୁଏ, ତାହା ମଧ୍ୟରେ ଆୟୋନାଇଜିଙ୍ଗ୍ ଓ ନନ୍-ଆୟୋନାଇଜିଙ୍ଗ୍ ଅଲ୍ଟ୍ରାଭାୟୋଲେଟ ବିକୀରଣ ଥାଏ । ଅଧିକନ୍ତୁ ଅଧିକଂଶ ନନ୍ ଇନଭେସିଭ କର୍କଟ ମଧ୍ୟରେ ସୂର୍ଯ୍ୟ ବିକୀରଣରୁ ଆସୁଥିବା ଅଲ୍ଟ୍ରାଭାୟୋଲେଟ ଜନିତ ନନ୍-ମେଲାନୋମା ଚର୍ମ କର୍କଟ, ମେଡିକାଲ୍ ଇମେଜିଙ୍ଗ ଓ ରାଡନ ଗ୍ୟାସ ।

ଆୟୋନାଇଜିଙ୍ଗ ବିକୀରଣ ଟାଣୁଆ ମ୍ୟୁଟାଜେନ୍ ନୁହେଁ । ଅକ୍ରିୟ ଧୂମ୍ରପାନ ଯୋଗୁ କର୍କଟ ହେବା ଭଳି ରାଡନ୍ ଗ୍ୟସ୍ ଯୋଗୁ କର୍କଟ ହୁଏ । ବିକୀରଣ ସହ ଅନ୍ୟ କର୍କଟ ସୃଷ୍ଟିକାରୀ ଏଜେଣ୍ଟ ମିଶିଲେ ଅଧିକ ରୋଗ ସଙ୍କଟ ଜାତ ହୁଏ ଯେପରିକି ରାଡନ୍ ଗ୍ୟାସ୍ ସହ ଧୂମ୍ରପାନ ।ବିକୀରଣ ଯୋଗୁ ଶରୀରର ସମସ୍ତ ଅଂଶରେ ଓ ସବୁ ବୟସରେ କର୍କଟ ହୋଇପାରେ । ପ୍ରାପ୍ତ ବୟସ୍କଙ୍କ ଅପେକ୍ଷା ଶିଶୁ ଓ କିଶୋର ବୟସରେ ବିକୀରଣ ଜନିତ ଲିଉକେମିଆ ହେବାର ସମ୍ଭାବନା ଅଧିକ ଦେଖାଯାଏ, ଜନ୍ମ ପୂର୍ବରୁ ବିକୀରଣ ପ୍ରଭାବିତ ହୋଇଥିଲେ ୧୦ ଗୁଣ ଅଧିକ ସଂକଟ ଥାଏ । ଚିକିତ୍ସା ବିକୀରଣ ଅଳ୍ପ ହେଲେ ମଧ୍ୟ ପ୍ରଭାବ ପକାଇପାରେ । କୌଣସି କର୍କଟ ରୋଗ ନିମନ୍ତେ ବିକୀରଣ କଲେ ଅନ୍ୟ ଗୋଟିଏ ପ୍ରକାରର କର୍କଟ ହୋଇପାରେ । ଦୀର୍ଘ ସମୟ ଧରି ଅଲ୍ଟ୍ରାଭାୟୋଲେଟ ବିକୀରଣ ହେଉଥିଲେ ମେଲାନୋମା ଓ ଅନ୍ୟ ଚର୍ମ କର୍କଟ ରୋଗ ହୁଏ । କର୍କଟ ରୋଗର ୧୦% ବିକୀରଣ ଯୋଗୁ ହୁଏ, ତାହା ମଧ୍ୟରେ ଆୟୋନାଇଜିଙ୍ଗ୍ ଓ ନନ୍-ଆୟୋନାଇଜିଙ୍ଗ୍ ବିକୀରଣ ଥାଏ । ଅଧିକନ୍ତୁ ଅଧିକଂଶ ନନ୍ ଇନଭେସିଭ କର୍କଟ ମଧ୍ୟରେ ସୂର୍ଯ୍ୟ ବିକୀରଣରୁ ଆସୁଥିବା ଅଲ୍ଟ୍ରାଭାୟୋଲେଟ ଜନିତ ନନ୍-ମେଲାନୋମା ଚର୍ମ କର୍କଟ, ମେଡିକାଲ୍ ଇମେଜିଙ୍ଗ ଓ ରାଡନ ଗ୍ୟାସ ।

ଆୟୋନାଇଜିଙ୍ଗ ବିକୀରଣ ଟାଣୁଆ ମ୍ୟୁଟାଜେନ୍ ନୁହେଁ । ଅକ୍ରିୟ ଧୂମ୍ରପାନ ଯୋଗୁ କର୍କଟ ହେବା ଭଳି ରାଡନ୍ ଗ୍ୟସ୍ ଯୋଗୁ କର୍କଟ ହୁଏ । ବିକୀରଣ ଯୋଗୁ ଶରୀରର ସମସ୍ତ ଅଂଶରେ ଓ ସବୁ ବୟସରେ କର୍କଟ ହୋଇପାରେ । ପ୍ରାପ୍ତ ବୟସ୍କଙ୍କ ଅପେକ୍ଷା ଶିଶୁ ଓ କିଶୋର ବୟସରେ ବିକୀରଣ ଜନିତ ଲିଉକେମିଆ ହେବାର ସମ୍ଭାବନା ଅଧିକ ଦେଖାଯାଏ, ଜନ୍ମ ପୂର୍ବରୁ ବିକୀରଣ ପ୍ରଭାବିତ ହୋଇଥିଲେ ୧୦ ଗୁଣ ଅଧିକ ସଂକଟ ଥାଏ ।

ଚିକିତ୍ସା ବିକୀରଣ ଅଳ୍ପ ହେଲେ ମଧ୍ୟ ପ୍ରଭାବ ପକାଇପାରେ । କୌଣସି କର୍କଟ ରୋଗ ନିମନ୍ତେ ବିକୀରଣ କଲେ ଅନ୍ୟ ଗୋଟିଏ ପ୍ରକାରର କର୍କଟ ହୋଇପାରେ । କେତେକ ପ୍ରକାର ଡାକ୍ତରୀ ଇମେଜିଙ୍ଗରେ ବ୍ୟବହାର ହୁଏ ।

 

ଦୀର୍ଘ ସମୟ ଧରି ସୂର୍ଯ୍ୟରୁ ଆସୁଥିବା ଅଲ୍ଟ୍ରାଭାୟୋଲେଟ ବିକୀରଣ ହେଉଥିଲେ ମେଲାନୋମା ଓ ଅନ୍ୟ ଚର୍ମ କର୍କଟ ରୋଗ ହୁଏ । ନନ୍ ଆୟୋନାଇଜିଙ୍ଗ୍ ମଧ୍ୟମ ୱେଭ ଅଲ୍ଟ୍ରାଭାୟୋଲେଟ ଯୋଗୁ ଅଧିକାଂଶ ବହୁଳଭାବେ ନନ୍-ମେଲାନୋମା କର୍କଟ ହେଉଥିବା ପ୍ରମାଣିତ ହୋଇସାରିଛି । ମୋବାଇଲ ଫୋନ୍ ଓ ଇଲେକ୍‌ଟ୍ରିକ୍ ଶକ୍ତି ସଞ୍ଚାରଣ ଭଳି ଉତ୍ସମାନଙ୍କରୁ ନନ୍‌-ଆୟୋନାଇଜିଙ୍ଗ ରେଡିଓ ଫ୍ରିକ୍ଵେଏନ୍‌ସି ଇତ୍ୟାଦି ସମ୍ଭାବିତ କାର୍ସିନୋଜେନ୍ ହୋଇପାରେ ବୋଲି ଡବ୍ଲ୍ୟୁ.ଏଚ୍.ଓ.ର ଇଣ୍ଟରନ୍ୟାସନାଲ୍ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସର୍ ବର୍ଣ୍ଣନା କରିଛି । କିନ୍ତୁ ସେଲ୍ ଫୋନ ଓ ବିକୀରଣ ମଧ୍ୟରେ ସର୍ବଦା ଲିଙ୍କ ଥିବା ସଙ୍କଟ ଦେଖାଯାଇ ନାହିଁ । ଅଧିକାଂଶ କର୍କଟ ବଂଶାନୁକ୍ରମିକ ନୁହେଁ । ଉତ୍ତରାଧିକାର ସୂତ୍ରରେ ପାଇଥିବା ତୃଟିପୁର୍ଣ୍ଣ ଗୁଣସୁତ୍ର ଯୋଗୁ ବଂଶାନୁକ୍ରମିକ କର୍କଟ ହୁଏ । ସମୁଦାୟ ଜନସଂଖ୍ୟାର 0.୩ % ଲୋକଙ୍କର ଗୁଣସୁତ୍ର ମ୍ୟୁଟେସନ ଥାଏ ଓ ଏହା ବିରାଟ ସଙ୍କଟ ରୁପେ ସମୁଦାୟ କର୍କଟ ରୋଗର ୩ ରୁ ୧୦ % ଥାଏ । ବି.ଆର.ସି.ଏ. ୧ ଓ ବି.ଆର.ସି.ଏ. ୨ ଜିନ ମ୍ୟୁଟେସନ ହେଲେ ୭୫% ସ୍ତନ ଓ ଜରାୟୁ କର୍କଟ ହୁଏ ତ‌ଥା ୩ % କୋଲୋରେକ୍ଟାଲ କର୍କଟ ରୋଗ କେବଳ ହେରେଡିଟାରି ନନ୍-ପଲିପସ୍ କୋଲୋରେକ୍ଟାଲ କର୍କଟା ଥାଏ ।

ଏମିତି ପଦାର୍ଥ ଅଛି ଯାହାର କିଛି ରାସାୟନିକ ପ୍ରଭାବ ନ ଥାଇ ଭୌତିକ ପ୍ରଭାବ ଯୋଗୁ କର୍କଟ ରୋଗ ହୁଏ । ଆଜବେସ୍‌ଟସ୍ ଏକ ଫାଇବର ଥିବା ପ୍ରାକୃତିକ ପଦାର୍ଥ ଯାହା ଫୁସଫୁସର ସେରସ୍ ମେମ୍ବ୍ରେନରୁ ବାହାରୁଥିବା ମେସୋଥେଲିଓମା ରୋଗର ଏକ ମୂଖ୍ୟ କାରଣ । ଅନ୍ୟ ପଦାର୍ଥ ମଧ୍ୟରେ ୱାଲାସ୍ଟୋନାଇଟ, ଆଟ୍ଟାପଲ୍‌ଜାଇଟ୍, ଗ୍ଲାସ ଉଲ ଓ ରକ୍ ଉଲ୍ ସେହିଭଳି ସମାନ ପ୍ରଭାବ ପକାନ୍ତି । ଫାଇବର ନ ଥାଇ କର୍କଟ କରାଉଥିବା ପଦାର୍ଥ ମଧ୍ୟରେ କୋବାଲ୍ଟ, ନିକେଲ ଓ କ୍ରିସ୍ଟାଲାଇନ ସିଲିକା ଯେପରିକି କ୍ୱାର୍ଜ, କ୍ରିସ୍ତୋବାଲାଇଟ ନାମ ଉଲ୍ଲେଖ‌ଯୋଗ୍ୟ । ଭୌତିକ ପଦାର୍ଥଗୁଡ଼ିକ କ୍ଷୁଦ୍ର ଆକାରରେ ବର୍ଷ ବର୍ଷ ଧରି ସଂସ୍ପର୍ଷରେ ଆସି ଶରୀର ମଧ୍ୟକୁ ରହିଲେ କର୍କଟ ରୋଗ ସମ୍ଭାବନା ହୁଏ ।

ଶାରୀରିକ ଆଘାତ ଯୋଗୁ କର୍କଟ ହେବା ଅତି ବିରଳ । ହାଡ଼ ଭାଙ୍ଗିବା ଯୋଗୁ କର୍କଟ ହେବା ପ୍ରମାଣିତ ହୋଇନାହିଁ । ଆଘାତ ଯୋଗୁ ଜରାୟୁ, ସ୍ତନ ଓ ମସ୍ତିଷ୍କ କର୍କଟ ହେବା ଗ୍ରହଣ ଯୋଗ୍ୟ ନୁହେଁ । ଗୋଟିଏ ସ୍ଥାନ‌କୁ ବାରମ୍ବାର ଉତ୍ତପ୍ତ କଲେ ଚର୍ମ କର୍କଟ ହୋଇପାରେ ଯେପରିକି କାଙ୍ଗ୍ରି ଦ୍ୱାରା ଶୀତରୁ ରକ୍ଷା ପାଇବା ନିମନ୍ତେ କରାଯାଏ (କାଶ୍ମୀରରେ), ବିଶେଷତଃ ଯଦି ଉତ୍ତାପ ଉତ୍ସରେ କାର୍ସିନୋଜେନିକ ପଦାର୍ଥ ଥାଏ । ବାରମ୍ବାର ଉତ୍ତପ୍ତ ଚା ପାନ କଲେ ଏସୋଫେଗସ୍‌ରେ କର୍କଟ ହୋଇପାରେ । ବିଶ୍ୱାସ କରାଯାଏ, ସିଧାସଳଖ ଆଘାତ ଯୋଗୁ ନ ହୋଇ ଆଗରୁ ଥିବା ପ୍ରି-କର୍କଟ ଘାଆ ମରାମତ ସମୟର ପ୍ରକ୍ରିୟରେ କର୍କଟରେ ରୁପାନ୍ତରିତ ହୋଇଯାଏ । ଗୋଟିଏ ସ୍ଥାନ ବାରମ୍ବାର ଆଘାତପ୍ରାପ୍ତ ହେଲେ ଅତ୍ୟଧିକ କୋଷ ତିଆରି ହୋଇ କର୍କଟ ମ୍ୟୁଟେସନ ହୋଇଯାଏ । ପ୍ରଦାହ ଯୋଗୁ କର୍କଟ ହେବା ପ୍ରମାଣ ନାହିଁ, କିନ୍ତୁ ଏହା ଦ୍ୱାରା କର୍କଟ କୋଷମାନଙ୍କର ସଂଖ୍ୟା ବୃଦ୍ଧି, ବଞ୍ଚିରହିବା ଓ ସ୍ଥାନାନ୍ତର ହେବା ମାଇକ୍ରୋଏନ୍‌ଭିରନ୍‌ମେଣ୍ଟ ଯୋଗୁ ହୋଇପାରେ ।

କର୍କଟ ଜୀବକୋଷ ସଂଖ୍ୟା ବୃଦ୍ଧି କରିବାରେ ହର୍ମୋନର ଭୂମିକା ଅଛି । ଇନ୍‌ସୁଲିନ୍ ଭଳି ହର୍ମୋନର୍ ବୃଦ୍ଧି ଉପାଦାନ ଥାଏ ଓ ଏହାର ପ୍ରୋଟିନ୍ ବନ୍ଧନ କ୍ଷମତା ଯୋଗୁ କୋଷ ସଂଖ୍ୟା ବୃଦ୍ଧି, ବିଭେଦିକରଣ ଓ ମୃତ୍ୟୁ ହେଉଥିବା ଯୋଗୁ କାର୍ସିନୋଜେନ୍ ହୋଇଥିବା ପ୍ରସ୍ତାବ ଥାଏ ।

ଯୌନ ସମ୍ପର୍କୀୟ କର୍କଟ ଯେପରିକି ସ୍ତନ, ଏଣ୍ଡୋମେଟ୍ରିଅମ୍, ପ୍ରୋସ୍ଟେଟ, ଓଭାରି ଓ ଟେସ୍ଟିସ୍ ତଥା ଥାଇରଏଡ଼ ଓ ଅସ୍ଥି କର୍କଟ ହେବାରେ ହର୍ମୋନ୍ ଗୁରୁତ୍ତ୍ଵପୂର୍ଣ୍ଣ ଭୁମିକା ନିର୍ବାହ କରେ । ଉଦାହରଣ ସ୍ଵରୂପ, ସ୍ତନ କର୍କଟ ରୋଗୀଙ୍କ ଝିଅମାନଙ୍କର ଏସ୍ଟ୍ରୋଜେନ୍ ଓ ପ୍ରୋଜେସ୍ଟେରନ୍ ସ୍ତର ଏହି ରୋଗ ନ ଥିବା ମହିଳାମାନଙ୍କର ଝିଅମାନଙ୍କ ଅପେକ୍ଷା କମ ଥାଏ । ସ୍ତନ କର୍କଟ ଜିନ୍ ନ ଥାଇ ମଧ୍ୟ ଏହି ମହିଳାମାନଙ୍କର ଏହି ଉଚ୍ଚ ହର୍ମୋନ ସ୍ତର ଯୋଗୁ ଅଧିକ ସଂଙ୍କଟାବସ୍ଥା ଥାଏ । ସେହିପରି ଆମେରିକା ଲୋକଙ୍କ ଅପେକ୍ଷା ଆଫ୍ରିକା ଲୋକମାନଙ୍କର ଟେସ୍ଟୋସ୍ଟେରନ୍ ସ୍ତର ଅଧିକ ଥିବାରୁ ପ୍ରୋସ୍ଟେଟ କର୍କଟ ଅଧିକ ହୁଏ । ଏସିଆର ମୂଳ ଅଧିବାସୀଙ୍କର ଟେସ୍ଟୋସ୍ଟେରନ୍ ହର୍ମୋନ ସ୍ତର କମ୍ ଥିବାରୁ କମ୍ ପ୍ରୋସ୍ଟେଟ କର୍କଟ ହୁଏ ।

ମୋଟା ଲୋକଙ୍କର କୌଣସି ହର୍ମୋନ୍ ସ୍ତର ଅଧିକ ଥିବାରୁ ଅଧିକ କର୍କଟ ରୋଗ ହୁଏ । ହର୍ମୋନ୍ ରେପ୍ଲେସମେଣ୍ଟ ଥେରାପି ନେଉଥିବା ମହିଳାମାନଙ୍କର୍ ସେହି ହର୍ମୋନ୍ ସମ୍ପର୍କୀୟ କର୍କଟ ସମ୍ଭାବନା ଅଧିକ ଥାଏ । ଅଧିକ ବ୍ୟାୟାମ କରୁଥିବା ଲୋକଙ୍କର ଏହି ହର୍ମୋନ୍ ସ୍ତର କମ୍ ଥିବା ଯୋଗୁ ସ୍ଵଳ୍ପ ସଙ୍କଟ ଥାଏ । କେତେକ ଚିକିତ୍ସାଦ୍ଵାରା ହର୍ମୋନ୍ ସ୍ତର କମେଇ ହର୍ମୋନ ସମ୍ବେଦନଶୀଳ କର୍କଟ କମେଇ ଦିଆଯାଇପାରୁଛି ।

ଅନିୟନ୍ତ୍ରିତ ଜୀବକୋଷ ବିକାଶ ଯୋଗୁ କର୍କଟ ରୋଗ ହୁଏ । ସାଧାରଣ ଜୀବକୋଷକୁ କର୍କଟ ଜୀବକୋଷରେ ପରିଣତ କରିବା ନିମନ୍ତେ ଜିନ୍‌ମାନେ ଦାୟୀ ଯେଉଁମାନଙ୍କ ଦ୍ଵାରା ଜୀବକୋଷର ବୃଦ୍ଧି ଓ ବିକାଶ ହୁଏ ।

ଏହି ପ୍ରଭାବିତ ଜିନ୍‌ଗୁଡ଼ିକ ଦୁଇ ଭାଗରେ ବିଭକ୍ତ । କୋଷ ବୃଦ୍ଧି ଓ ପ୍ରଜନନ ନିମନ୍ତେ ଅଙ୍କୋଜିନ ଦାୟୀ । ଟ୍ୟୁମର ସପ୍ରେସର ଜିନ କୋଷ ବିଭାଜନ ଓ ତିଷ୍ଠିବାକୁ ରୋକେ । ନୂଆ ଅଙ୍କୋଜିନ ସୃଷ୍ଟି, ସାଧାରଣ ଅଙ୍କୋଜିନର ଅତି-ଅଭିବ୍ୟକ୍ତି, ଟ୍ୟୁମର ସପ୍ରେସର ଜିନର ନିମ୍ନ ବା ଅନୁପସ୍ଥିତି ଯୋଗୁ କର୍କଟ ହୁଏ । ଅନେକ ଜିନ ପରିବର୍ତ୍ତନ ଯୋଗୁ ସାଧାରଣ ଜୀବକୋଷ କର୍କଟ ଜୀବକୋଷରେ ପରିବର୍ତ୍ତିତ ହୋଇଯାଏ ।

ବିଭିନ୍ନ ସ୍ତରରେ ବିଭିନ୍ନ ପ୍ରକ୍ରିୟାଦ୍ଵାରା ଜୀବକୋଷର ପରିବର୍ତ୍ତନ ହୁଏ । କ୍ରୋମୋଜୋମର ଅଧିକ କପି (୨୦ରୁ ଅଧିକ) ହୋଇଗଲେ ଜେନିମିକ୍ ଆମ୍ପ୍ଲିଫିକେସନ୍ ହୁଏ । ଦୁଇଟି କ୍ରୋମୋଜୋମ ସ୍ଥାନର ସଂଯୋଗ ହେଲେ ଟ୍ରାନ୍ସଲୋକେସନ ହୁଏ, ଉଦାହରଣ: କ୍ରନିକ ମାୟେଲୋଜେନସ୍ ଲିଉକେମିଆରେ ଫିଲାଡେଲଫିଆ କ୍ରୋମୋଜୋମ ୯ ଓ ୨୨ର ସଂଯୋଗ ହୁଏ ଯାହା ଯୋଗୁ ବିସିଆର ଏବିଆଇ ଫ୍ୟୁଜନ ପ୍ରୋଟିନ ତିଆରି ହୁଏ ଯାହା ଏକ ଅଙ୍କୋଜେନିକ ଟାଇରୋସିନ୍ କାଇନେଜ ଅଟେ ।

କର୍କଟ ରୋଗର ଦେହ ମଧ୍ୟରେ ସ୍ଥାନାନ୍ତରକୁ ମେଟାସ୍ଟାସିସ କୁହାଯାଏ । ପ୍ରଥମ ସ୍ଥାନରେ ହେଉଥିବା କର୍କଟକୁ ପ୍ରାଇମେରୀ ବା ପ୍ରାଥମିକ କର୍କଟ ଓ ନୂତନ ସ୍ଥାନରେ ହେଉଥିବା କର୍କଟକୁ ମେଟାସ୍ଟାସିସ ଟ୍ୟୁମର୍ କୁହାଯାଏ । ପ୍ରାୟ ପ୍ରତ୍ୟେକ କର୍କଟ ମେଟାସ୍ଟାସିସ ହୋଇପାରେ । ଅଧିକାଂଶ କର୍କଟମୃତ୍ୟୁ ଦୁରବର୍ତ୍ତୀ ଅଙ୍ଗରେ ମେଟାସ୍ଟାସିସ ଯୋଗୁ ହୁଏ ।

ବିଳମ୍ବିତ କର୍କଟ ରୋଗରେ ମେଟାସ୍ଟାସିସ ହେବା ଅତି ସାଧାରଣ କଥା । କର୍କଟ କୋଷ ରକ୍ତନଳୀ, ଲିମ୍ଫାଟିକ ବା ଉଭୟ ମାଧ୍ୟମରେ ଦୂରବର୍ତ୍ତୀ ସ୍ଥାନକୁ ସ୍ଥାନାନ୍ତର ହୁଏ । ପ୍ରଥମେ ସ୍ଥାନୀୟ ବିସ୍ତାର ହୁଏ ଓ ତାପରେ ଏହା ରକ୍ତନଳୀ ବା ଲିମ୍ଫାଟିକ ମଧ୍ୟକୁ ପ୍ରବେଶ କରେ । ଦୂରବର୍ତ୍ତୀ ସ୍ଥାନରେ ଏହା ବାହାରକୁ ଆସେ ନୂଆ ଜାଗାରେ ରହି ସଂଖ୍ୟା ବୃଦ୍ଧି ସହ ନୂଆ ରକ୍ତନଳୀ ତିଆରି କରାଏ । କେତେକ କର୍କଟ ନିଜ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ମେଟାସ୍ଟାସିସ କରନ୍ତି କିନ୍ତୁ ଅଧିକାଂଶ କ୍ଷେତ୍ରରେ ଫୁସଫୁସ୍, ଯକୃତ, ମସ୍ତିଷ୍କ ଓ ଅସ୍ଥିରେ ମେଟାସ୍ଟାସିସ ହୁଏ ।

ରୋଗ ନିର୍ଣ୍ଣୟ

ଅଧିକାଂଶ କର୍କଟ ରୋଗ ପ୍ରାରମ୍ଭରେ ଲକ୍ଷଣ ଓ ଚିହ୍ନ ତଥା ସ୍କ୍ରିନିଙ୍ଗଦ୍ଵାରା ନିର୍ଣ୍ଣୟ ହୁଏ । ପାଥୋଲୋଜିସ୍ଟଙ୍କଦ୍ଵାରା ରୋଗ ହୋଇଥିବା ସ୍ଥାନରୁ ତନ୍ତୁ ନେଇ ପରୀକ୍ଷାକରି ଶେଷ ସିଦ୍ଧାନ୍ତରେ ଉପନିତ ହୁଏ । ଏହା ବ୍ୟତୀତ ରକ୍ତ ପରୀକ୍ଷା, ଏକ୍ସ-ରେ, ସି.ଟି. ସ୍କାନ୍ ଓ ଏଣ୍ଡୋସ୍କୋପି କରିବା ଆବଶ୍ୟକ ହୁଏ ।

ଅଧିକାଂଶ ରୋଗୀ ଏହି ରୋଗ ହୋଇଛି ଶୁଣି ଅତ୍ୟଧିକ ଭାବପ୍ରବଣ ଓ ବିସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରନ୍ତି ଯାହାର ସଙ୍କଟ କର୍କଟ ମୃତ୍ୟୁ ସଂଖ୍ୟର ପ୍ରାୟ ଦୁଇଗୁଣ ।

କର୍କଟ କୋଷ ଅଣୁବୀକ୍ଷଣ ଯନ୍ତ୍ରରେ ଯେଉଁ ଜୀବକୋଷ ସଦୃଷ ଦେଖାଯାଏ ସେହି କୋଷରୁ ଏହା ଆସିଛି ବୋଲି ଧରାଯାଏ ଓ ସେହି ଅନୁସାରେ ବର୍ଗୀକରଣ କରାଯାଏ ।

  • କାର୍ସିନୋମା: ଏହା ଏପିଥେଲିଆଲ୍ କୋଷରୁ ଜାତ ହୁଏ । ଅଧିକାଂଶ କର୍କଟ ଏହି ଶ୍ରେଣୀର, ବୟସ୍କମାନଙ୍କର, ସ୍ତନ, ପ୍ରୋସ୍ଟେଟ, ଫୁସ୍‌ଫୁସ୍, ଅଗ୍ନାଶୟ ଓ କୋଲୋନ୍ ଇତ୍ୟାଦି ଅଙ୍ଗରୁ ଏହା ହୁଏ ।
  • ସାର୍କୋମା: ଏହା କନେକ୍ଟିଭ ତନ୍ତୁରୁ (ଅସ୍ଥି, ଉପାସ୍ଥି, ଚର୍ବି, ସ୍ନାୟୁ ଇତ୍ୟାଦି) ଜାତ ହୁଏ । ଅସ୍ଥି ମଜ୍ଜ୍ଜା ବାହାରେ ଥିବା ମେସେନ୍‌କାଇମାଲ୍ ତନ୍ତୁରୁ ଜାତ ହୁଏ ।
  • ଲିମ୍ଫୋମା ଓ ଲିଉକେମିଆ: ରକ୍ତରେ ଥିବା କୋଷମାନଙ୍କରୁ ଏମାନଙ୍କର ଜନ୍ମ । ଲିଉକେମିଆ ରୋଗ ପିଲାମାନଙ୍କୁ ହୁଏ ଓ ପିଲାଙ୍କ ସମୁଦାୟ କର୍କଟ ରୋଗର ୩୦% ହୁଏ ।
  • ଜର୍ମ ସେଲ୍ ଟ୍ୟୁମର: ଏହା ଟେସ୍ଟିସ ଓ ଓଭାରିରୁ ଜାତ ହୁଏ ।
  • ବ୍ଲାସ୍ଟୋମା: ଏହା ଏମ୍ବ୍ରିଓନିକ୍ କୋଷରୁ ଜାତ ହୁଏ ।

ଜାତ ହୋଇଥିବା ତନ୍ତୁ ବା ଅଙ୍ଗ ସହ ଉପରଲିଖିତ ନାମ ଯୋଗ କରି କର୍କଟର ନାମକରଣ କରାଯାଏ । ଯକୃତରୁ (ହେପାଟୋ=ଯକୃତ) ଜାତ କାର୍ସିନୋମାକୁ ହେପାଟୋକାର୍ସିନୋମା, ବ୍ଲାସ୍ଟୋମାକୁ ହେପାଟୋବ୍ଲାସ୍ଟୋମା କୁହାଯାଏ । ଅଙ୍ଗ ବା ତନ୍ତୁର ଇଂରାଜୀ ନାମକୁ ବ୍ୟବହାର କରାଯାଏ । କର୍କଟ ଶ୍ରେଣୀର ନ ହୋଇ ଅର୍ବୁଦ ହେଲେ ତାହାକୁ ବିନାଇନ୍ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଏ । ଏହି ଶ୍ରେଣୀର ଅର୍ବୁଦମାନଙ୍କ ନାମ ଶେଷରେ -ଓମା ବ୍ୟବହାର କରାଯାଏ, ଯେପରି ଚର୍ବିରୁ ହେଲେ ଲାଇପୋମାୟୋମା, ମେଲାନୋମା ଇତ୍ୟାଦି ।

କେତେକ କର୍କଟର ନାମ ଅଣୁବିକ୍ଷଣିକ ଆକୃତି ଅନୁସାରେ ଦିଆଯାଏ, ଯେପରିକି ସ୍ପିଣ୍ଡଲସେଲ୍ କାର୍ସିନୋମା ।

ପାଥୋଲୋଜି

ପାଥୋଲୋଜିସ୍ଟ ପରୀକ୍ଷା କରି ତନ୍ତୁବିଷୟକ ରୋଗ ନିର୍ଣ୍ଣୟ କରି ଜୀବକୋଷର ପ୍ରକାର, ହିସ୍ଟୋଲୋଜିକାଲ୍ ଗ୍ରେଡ୍, ଜେନେଟିକ ଅସୁବିଧା ଓ ଅନ୍ୟାନ୍ୟ ବିଷୟରେ ମତ ଦିଅନ୍ତି । ରୋଗ କେତେଦୂର ଆଗେଇଛି ଓ କି ପ୍ରକାର ଚିକିତ୍ସା ଆବଶ୍ୟକ ତାହା ପାଥୋଲୋଜି ପରୀକ୍ଷାପରେ ଜଣାଯାଏ । ଏହା ବ୍ୟତିତ ସାଇଟୋଜେନେଟିକ୍ସ୍ ଓ ଇମ୍ମ୍ୟୁନୋହିସ୍ଟୋକେମିସ୍ଟ୍ରି ବିଷରୟରେ ମଧ୍ୟ ଜଣାଯାଏ । କର୍କଟ ଜୀବକୋଷରେ ହେଉଥିବା ମୋଲିକ୍ୟୁଲାର ପରିବର୍ତ୍ତନ ଯେପରିକି ମ୍ୟୁଟେସନ୍, ଫ୍ୟୁଜନ୍ ଜିନ୍ ଓ ନ୍ୟୁମରିକାଲ୍ କ୍ରୋମୋଜୋମ୍ ପରିବର୍ତ୍ତନ ଏହି ପରୀକ୍ଷାଦ୍ଵାରା ଜଣାଯାଏ । ଏହାଦ୍ଵାରା ରୋଗ ବିଷୟରେ ପୂର୍ବାନୂମାନ କରାଯାଇପାରେ ଓ ସର୍ବୋତ୍ତମ ଚିକିତ୍ସା କରାଯାଇପାରେ ।

ପ୍ରତିଷେଧ

କର୍କଟ ସଙ୍କଟ କମ୍ କରିବା ନିମନ୍ତେ ନିଆଯାଉଥିବା ସତର୍କ ବ୍ୟବସ୍ଥାକୁ କର୍କଟ ପ୍ରତିଷେଧ କୁହାଯାଏ । ଅଧିକାଂଶ କର୍କଟ ରୋଗ ପରିବେଶ ପ୍ରଭାବାରୁ ହେଉଥିବାରୁ ଜୀବନଚର୍ଯ୍ୟାର ପରିବର୍ତ୍ତନ କରି ରୋକାଯାଇପାରିବ । ତେଣୁ କର୍କଟ ଏକ ପ୍ରତିରୋଧ-ସମ୍ପର୍ଣ୍ଣ ରୋଗ ବୋଲି ଧରାଯାଏ । ସଙ୍କଟ ସୃଷ୍ଟିକାରୀ ଉପାଦାନମାନଙ୍କୁ ରୋକିପାରିଲେ କର୍କଟ ରୋକିହେବ ଯଥା ଟୋବାକୋ, ଅଧିକ ଓଜନ/ସ୍ଥୌଲ୍ୟତା, ଖାଦ୍ୟାଭାବ, ସ୍ଵଳ୍ପ ଶାରୀରିକ ବ୍ୟାୟାମ, ଯୌନ ସଂକ୍ରମଣ ଓ ବାୟୁ ପ୍ରଦୁଷଣ । ପ୍ରାକୃତିକ ବିକୀରଣ, ବଂଶାନୁକ୍ରମିକ ଜେନେଟିକ ଅବ୍ୟବସ୍ଥା ଇତ୍ୟାଦି ପରିବେଶ ଜନିତ ହେଲେ ମଧ୍ୟ ରୋକିହେବ ନାହିଁ ।

କର୍କଟ ରୋଗ ସଙ୍କଟ ନିବାରଣ ନିମନ୍ତେ ଅନେକ ପ୍ରକାର ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ଉପାଦେୟତା ନିମନ୍ତେ କୌଣସି ନିଧାର୍ଯ୍ୟ ପ୍ରମାଣ ମିଳିନାହିଁ । ସ୍ଥୌଲ୍ୟତା ଓ ମଦପାନକୁ ପ୍ରାଥମିକ ଖାଦ୍ୟ ସଙ୍କଟ ହିସାବରେ ନିଆଯାଏ; ସ୍ଵଳ୍ପ ଫଳ ଓ ପରିବା ଆହାର ସହ ଲାଲ ମାଂସକୁ ସଙ୍କଟ ବୋଲି ଧରାଯାଇଥିଲେ ମଧ୍ୟ ପ୍ରମାଣିତ ହୋଇନାହିଁ । ୨୦୧୪ ମସିହାର ମେଟା-ଆନାଲିସିସ୍‌ରେ କର୍କଟ ସହ ଫଳ ଓ ପରିବାର କୌଣସି ସମ୍ପର୍କ ଥିବା ଜଣାଯାଇନାହିଁ । କଫି ଖାଇବା ସହ ଯକୃତ କର୍କଟ କମ୍ ହେବା ଧରାଯାଏ । ଅନୁଶୀଳନରେ ଜଣାଯାଏ, ଲାଲ ଓ ପ୍ରକ୍ରିୟାକୃତା ମାଂସ ସହ ସ୍ତନ କର୍କଟ, କୋଲୋନ କର୍କଟ ଓ ଅଗ୍ନାଶୟ କର୍କଟ ରୋଗମାନଙ୍କର ସମ୍ପର୍କ ଅଛି; ମାଂସରେ କାର୍ସିମୋଜନ୍ ଥାଇ ଉଚ୍ଚ ଉତ୍ତାପରେ ରାନ୍ଧିବା ଯୋଗୁ ଏହା ସମ୍ଭବ ଥାଇପାରେ । କର୍କଟ ନିବାରଣ ନିମନ୍ତେ ପରିବା, ଫଳ, ଶସ୍ୟଜାତ ଖାଦ୍ୟ ଓ ମାଛର ବ୍ୟବହାର ସହ ଲାଲ ମାଂସ(ଘୁଷୁରି, ଗୋ, ମେଣ୍ଢା ମାଂସ), ପଶୁ ଚର୍ବି ଓ ପରିଷ୍କୃତ ଶ୍ଵେତସାର ନ ଖାଇବା ନିମନ୍ତେ ପରାମର୍ଶ ଦିଆଯାଏ ।

ଔଷଧଦ୍ଵାରା କର୍କଟ ରୋଗ ନିବାରଣ କରିପାରିବା ପ୍ରସ୍ତାବ ଅତି ଆକର୍ଷଣୀୟ ଓ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସପକ୍ଷରେ ପ୍ରମାଣ ମିଳୁଛି । କେତେକ କ୍ଷେତ୍ରରେ ଜନସାଧାରଣଙ୍କ ମଧ୍ୟରେ ଏନ୍.ଏସ୍.ଏ.ଆଇ.ଡି. ଔଷଧଦ୍ଵାରା କୋଲୋରେକ୍ଟାଲ୍ କର୍କଟ ସମ୍ଭାବନା କମ୍ କରିହୁଏ କିନ୍ତୁ ଏମାନଙ୍କର ଖାଦ୍ୟନଳୀ ଓ ହୃତ୍‌ପିଣ୍ଡ-ର‌କ୍ତନଳୀ ଉପରେ ପାର୍ଶ୍ଵ ପ୍ରତିକ୍ରିୟା ଥିବା ଯୋଗୁ ଅଧିକ କ୍ଷତି କରନ୍ତି । ଆସ୍ପିରିନ୍‌ ଦ୍ଵାରା କର୍କଟ ମୃତ୍ୟୁ ସଙ୍କଟ ୭% କମ୍ ହୁଏ । ଫ୍ୟାମିଲିଆଲ୍ ଆଡେନୋମାଟସ୍ ପଲିପୋସିସ୍ ରୋଗଗ୍ରସ୍ତ ଲୋକଙ୍କର କକ୍ସ-୨ ଇନ୍‌ହିବିଟରଦ୍ଵାରା ପଲିପ ତିଆରି ହାର କମିଯାଏ କିନ୍ତୁ ସେହି ପୁରୁଣା ପାର୍ଶ୍ଵପ୍ରତିକ୍ରିୟା ସମସ୍ୟା । ଉଚ୍ଚ ସଙ୍କଟାପନ୍ନ ସ୍ତନ କର୍କଟ ରୋଗୀ ଟାମୋକ୍ସିଫେନ୍ ବା ରାଲୋକ୍ସିଫେନ୍ ନେଲେ ଏହି ସଙ୍କଟ କମିଯାଏ ।

ଭିଟାମିନ ଖାଇ କର୍କଟ ଦୂର କରିବା ଜଣାଯାଇ ନାହିଁ, ଯଦିଓ ଭିଟାମିନ୍ ଡି କମ୍ ଥିଲେ ଅଧିକ କର୍କଟ ସମ୍ଭାବନା ରହେ । ଏହି ତଥ୍ୟ କାରଣ ମୂଳକ ବା ସୁରକ୍ଷାକାରୀ ତାହା ଜଣାଯାଇ ନାହିଁ । ଅଧିକ ସଙ୍କଟାସ୍ପଦ ଲୋକ ବିଟା କ୍ୟାରୋଟିନ ଖାଇଲେ ଫୁସ୍‌ଫୁସ୍ କର୍କଟ ଅଧିକ ହୁଏ । କୋଲୋନ୍ କର୍କଟରେ ଫଲିକ୍ ଏସିଡ ଉପକାରୀ ସାବ୍ୟସ୍ତ ହୋଇନାହିଁ । ସେଲେନିୟମ୍ ଅଧିକ ଦେଲେ ମଧ୍ୟ ଉପକାରୀତା ଜଣାଯାଇ ନାହିଁ ।

କେତେକ କାର୍ସିନୋଜେନିକ୍ ଭୁତାଣୁଜନିତ ସଂକ୍ରମଣକୁ ପ୍ରତିରୋଧ କରିବାକୁ ଟିକା ପ୍ରସ୍ତୁତ କରାଯାଇଛି । ସର୍ଭାଇକାଲ କର୍କଟ ସଙ୍କଟକୁ ମାନବ ପାପିଲୋମା ଭୁତାଣୁ ଟିକା କମେଇ ଦିଏ । ହେପାଟାଇଟିସ ବି ସଂକ୍ରମଣକୁ ହେପାଟାଇଟିସ ଟିକା ପ୍ରତିରୋଧ କରିବାଦ୍ୱାରା ଯକୃତ କର୍କଟ ରୋଗର ସଙ୍କଟରୁ ରକ୍ଷା ମିଳିଥାଏ । ସମ୍ୱଳ ଉପଲବ୍ଧ ଥିଲେ ଉପରଲିଖିତ ଦୁଇ ଟିକା ଦେବାକୁ ପ୍ରସ୍ତାବ ଦିଆଯାଏ ।

ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଇଲେ ରୋଗ ନିର୍ଣ୍ଣୟ ହୁଏ, କିନ୍ତୁ କର୍କଟ ରୋଗରେ ରୋଗ ଆରମ୍ଭ ହୋଇ ସୂଚନାକାରୀ ଲକ୍ଷଣ ପ୍ରକାଶ ପାଇବା ପୁର୍ବରୁ ସ୍କ୍ରିନିଙ୍ଗ କରାଯାଏ । ଶାରୀରିକ ପରୀକ୍ଷା, ରକ୍ତ ଓ ପରିସ୍ରା ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗଦ୍ୱାରା ଏହା କରାଯାଏ ।

ଅଧୁନା କେତେକ ପ୍ରକାର କର୍କଟ ନିମନ୍ତେ ପରୀକ୍ଷା ସୁବିଧା ଥାଇ ମଧ୍ୟ ସ୍କ୍ରିନିଙ୍ଗ ସମ୍ଭବ ହୋଇପାରିନାହିଁ । ସାମୁହିକ ସ୍କ୍ରିନିଙ୍ଗରେ ପ୍ରତ୍ୟେକ ବ୍ୟକ୍ତିକୁ ସ୍କ୍ରିନିଙ୍ଗ କରାଯାଏ । ପାରିବାରିକ କର୍କଟ ଇତିହାସ ଥାଇ ସଙ୍କଟ ଥିଲେ ସ୍କ୍ରିନିଙ୍ଗ କରାଯାଏ । କେତେକ କାରକ ସ‌ହ ସ୍କ୍ରିନିଙ୍ଗ ସଙ୍କଟ ଓ ଖର୍ଚ୍ଚ ବନାମ ଉପକାରୀତାର ହିସାବକୁ ନେଇ ସ୍କ୍ରିନିଙ୍ଗ ଚୟନ କରାଯାଏ । ଏହି କାରକ ଗୁଡ଼ିକ ହେଲା:

  • ଏକ୍ସ-ରେ ଜନିତ ଆୟୋନାଇଜିଙ୍ଗ ରାଡିଏସନ ସଙ୍କଟର ବିପଦ ।
  • କର୍କଟ ଚିହ୍ନଟକାରୀ ପରୀକ୍ଷାର ନିଶ୍ଚିତ ଫଳାଫଳ ସମ୍ଭାବନା ।
  • କର୍କଟ ଥାଇ: ବିରଳ କର୍କଟ ନିମନ୍ତେ ସ୍କ୍ରିନିଙ୍ଗ ଅନାବଶ୍ୟକ ।
  • ସନୁସରଣକାରୀ ପରୀକ୍ଷାର ବିପଦ ।
  • ଉପ‌ଯୁକ୍ତ ଚିକିତ୍ସା ଉପଲବ୍ଧ କି ନାହିଁ ।
  • ତୁରନ୍ତ ସ୍କ୍ରିନିଙ୍ଗ କଲେ ଫଳାଫଳର ନିଶ୍ଚିତ‌ତା ।
  • କର୍କଟର ଚିକିତ୍ସା ଅଛି କି ନାହିଁ ।
  • ପରୀକ୍ଷା ରୋଗୀନିମନ୍ତେ ଗ୍ରହଣୀୟ କି ନୁହେଁ, କଷ୍ଟଦାୟକ କି ବା ରୋଗୀ ଏହା ନିମନ୍ତେ ମନା କରିବ କି ।
  • ସ୍କ୍ରିନିଙ୍ଗ ଖର୍ଚ୍ଚ ।

ୟୁଏସ୍ ପ୍ରିଭେଣ୍ଟିଭ ସର୍ଭିସ ଟାସ୍କ ଫୋର୍ସ ସୁପାରିସ କରେ: ଯେଉଁ ମହିଳାଙ୍କର ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଯୌନ ସମ୍ଭୋଗ କ୍ଷମତା ଅଛି ଓ ସର୍ଭିକ୍ସ ଅଛି ସେମାନଙ୍କର ସର୍ଭାଇକାଲ କର୍କଟ ନିମନ୍ତେ ସ୍କ୍ରିନିଙ୍ଗ କରାଯାଉ । ସେହିପରି ପୁରୁଷମାନଙ୍କର ଓକଲ୍ଟ ବ୍ଲଡ ପରୀକ୍ଷା, ସିଗ୍‌ମାଏଡୋସ୍କୋପି କିମ୍ୱା କୋଲୋନୋସ୍କୋପି ମାଧ୍ୟମରେ ୫୦ ବର୍ଷ ବୟଷରୁ ୭୫ ବର୍ଷ ବୟଷ ପର୍ଯ୍ୟନ୍ତ ସ୍କ୍ରିନିଙ୍ଗ କରାଯାଉ । ଚର୍ମ, ପାଟି, ଫୁସଫୁସ କିମ୍ୱା ପ୍ରୋସ୍ଟେଟ କର୍କଟ ନିମନ୍ତେ ୭୫ ବର୍ଷ ବୟସ୍କଙ୍କ ସ୍କ୍ରିନିଙ୍ଗ କରିବାକୁ ଯଥେଷ୍ଟ ପ୍ରମାଣ ନାହିଁ । ମୂତ୍ରାଶୟ, ଟେସ୍ଟିସ, ଓଭାରି, ଅଗ୍ନାଶୟ ଓ ପ୍ରୋସ୍ଟେଟ ଆଦି ଅଙ୍ଗମାନଙ୍କର କର୍କଟ ନିମନ୍ତେ ରୁଟିନ ସ୍କ୍ରିନିଙ୍ଗ କରିବାକୁ ସୁପାରିସ କରୁନାହାନ୍ତି ।

୫୦ରୁ ୭୪ ବୟସ୍କା ମହିଳାଙ୍କର ସ୍ତନ କର୍କଟ ନିମନ୍ତେ ମାମୋଗ୍ରାଫି ସ୍କ୍ରିନିଙ୍ଗ କରିବାକୁ ସୁପାରିସ କରୁଛନ୍ତି କିନ୍ତୁ ନିଜ ଦ୍ୱାରା ସ୍ତନ ପରୀକ୍ଷା ବା ଡାକ୍ତରୀ କ୍ଲିନିକାଲ ପରୀକ୍ଷା ମନା କରୁଛନ୍ତି । ଅନ୍ୟ ଦିଗରେ କ‌କ୍ରେନ ରିଭିୟୁ ଦର୍ଶାଉଛି ମାମୋଗ୍ରାଫିଦ୍ୱାରା ଭଲ ଅପେକ୍ଷା କ୍ଷତି ଅଧିକ ହେଉଛି । ଜାପାନରେ ଅଧିକ ପାକସ୍ଥଳି କର୍କଟ ହେଉଥିବା ଯୋଗୁ ଫୋଟୋଫ୍ଲୋରୋସ୍କୋପି ସ୍କ୍ରିନିଙ୍ଗ କରାଯାଏ ।

ବ୍ୟକ୍ତିଗତ ଉଚ୍ଚ ସଙ୍କଟାପନ୍ନ ବ୍ୟକ୍ତିଙ୍କର ଜେନେଟିକ ପରୀକ୍ଷା ନିମନ୍ତେ ସୁପାରିସ କରାଯାଏ । ମ୍ୟୁଟେସନ କ୍ୟାରିଅରଙ୍କର ଅଧିକ ସର୍ଭେଲାନ୍ସ, କେମୋପ୍ରିଭେନସନ ଓ ପ୍ରିଭେଣ୍ଟିଭ ଅପରେଶନ କରି ପରବର୍ତ୍ତୀ ସଙ୍କଟରୁ ମୁକ୍ତି ପାଇବା ନିମନ୍ତେ ଚେଷ୍ଟା କରାଯାଏ ।

କର୍କଟ ରୋଗ ଚିକିତ୍ସା ନିମନ୍ତେ ଅନେକ ପଦ୍ଧତି ଉପଲବ୍ଧ ଅଛି ଯଥା ଅପରେସନ, କେମୋଥେରାପି, ରାଡିଏସନ ଥେରାପି, ହରମୋନ ଥେରାପି, ଟାର୍ଗେଟେଡ ଥେରାପି ଓ ପାଲିଏଟିଭ କେୟାର/ଯତ୍ନ । ରୋଗର ପ୍ରକାର, ସ୍ଥାନ, ଗ୍ରେଡ ଇତ୍ୟାଦି ଅନୁସାରେ ବିଚାର କରିବା ସ‌ହ ରୋଗୀର ସ୍ୱାସ୍ଥ୍ୟ ଓ ଇଚ୍ଛା ଉପରେ ନିର୍ଭର କରି ଚିକିତ୍ସା ପଦ୍ଧତି ଅନୁସରଣ କରାଯାଏ । ଚିକିତ୍ସାଦ୍ୱାରା ରୋଗମୁକ୍ତ ହୋଇପାରେ ବା ହୋଇନପାରେ ।

ଏକ ବା ଏକାଧିକ ଜୀବକୋଷ-ବିଷାକ୍ତ କର୍କଟ ବିରୋଧୀ ଔଷଧଦ୍ୱାର ଏକ ମାନାଙ୍କ ଚିକିତ୍ସା ସାହାଯ୍ୟରେଉପଚାର କରାଯାଏ । ଅନେକ କିସମର ଭିନ୍ନ ଭିନ୍ନ କର୍କଟବିରୋଧୀ ଔଷଧ ଗୁଡ଼ିକୁ ମୁଖ୍ୟତଃ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ ଯଥା ଆଲକିଲେଟିଙ୍ଗ ଏଜେଣ୍ଟ ଓ ଆଣ୍ଟିମେଟାବୋଲାଇଟ । ଦୃତ ଗତିରେ ବିଭାଜିତ ହେଉଥିବା କର୍କଟ ଜୀବକୋଷଗୁଡ଼ିକୁ ଚିରାଚରିତ କେମୋଥେରାପି ଔଷଧ ମାରିଦିଏ ବା ନଷ୍ଟ କରିଦିଏ ।

କେମୋଥେରାପିର ଅନ୍ୟ ଏକ ପ୍ରକାର ଉପଚାର ହେଲ ଟାର୍ଗେଟେଡ ଥେରାପି ଯାହାଦ୍ୱାରା ସାଧାରଣ ଜୀବକୋଷ ଓ କର୍କଟ କୋଷ ମଧ୍ୟରେ ଥିବା ମଲିକ୍ୟୁଲାର ପାର୍ଥକ୍ୟକୁ ଲକ୍ଷ କରି ଚିକିତ୍ସା କରାଯାଏ । ପ୍ରଥମ ଟାର୍ଗେଟେଡ ଥେରାପିଦ୍ୱାରା ଏସ୍ଟ୍ରୋଜେନ ରିସେପ୍ଟର ମଲିକ୍ୟୁଲକୁ ବାଧା ଦେଇ ସ୍ତନ କର୍କଟର ବୃଦ୍ଧି ବନ୍ଦ କରିଦିଆଯାଇଥିଲା । କ୍ରନିକ ମାୟେଲୋଜେନସ ଲିଉକେମିଆ ରୋଗରେ ବିସିଆର-ଏବିଆଇ ଇନହିବିଟର ବ୍ୟବ‌ହୃତ ହେଉଛି । ଅଧୁନା ସ୍ତନ କର୍କଟ, ମଲ୍ଟିପ୍ଲ ମାୟେଲୋମା, ଲିମ୍ଫୋମା, ପ୍ରୋସ୍ଟେଟ କର୍କଟ, ମେଲାନୋମା ଇତ୍ୟାଦି କର୍କଟ ରୋଗମାନଙ୍କର ଚିକିତ୍ସା ଏହି ପଦ୍ଧତିରେ ଚାଲିଛି ।

କର୍କଟ ରୋଗର ପ୍ରକାର ଓ ଅବସ୍ଥା ବା ସୋପାନ ଉପରେ କେମୋଥେରାପିର କକ୍ଷତା ନିର୍ଭର କରେ । ସ୍ତନ କର୍କଟ, କୋଲୋରେକ୍ଟାଲ କର୍କଟ, ଅଗ୍ନାଶୟ କର୍କଟ, ଓଷ୍ଟିଓଜେନିକ ସାର୍କୋମା(କର୍କଟ), ଟେସ୍ଟିକୁଲାର(ଅଣ୍ଡକୋଷ) କର୍କଟ, କେତେକ ଫୁସଫୁସ କର୍କଟ ଭଳି ଅନେକ କର୍କଟ ରୋଗରେ ଅପରେଶନ ସ‌ହ କେମୋଥେରାପି ଉପକାରୀ ହୁଏ । କେତେକ ଲିଉକେମିଆ ଆରୋଗ୍ୟ ହୁଏ, କେତେକ ମସ୍ତିଷ୍କ ଅର୍ବୁଦ କିଛି ଭଲ ହୁଏ ନାହିଁ, ଓ କେତେକ ନନ୍ ମଲାନୋମା ଚର୍ମ କର୍କଟ ରୋଗରେ ଅଦରକାରୀ ସାବ୍ୟସ୍ତ ହୁଏ । କେମୋଥେରାପିର ଫଳପ୍ରଦତା ଅନେକ ସମୟରେ ତାହାର ବିଷାକ୍ତ ପ୍ରଭାବ ଯୋଗୁ ସୀମିତ ହୋଇଯାଏ । ସମ୍ପୁର୍ଣ୍ଣ ନୀରୋଗ ନ ହେଲେ ମଧ୍ୟ ଯନ୍ତ୍ରଣା ଲାଘବ ଓ ଆକାର କମେଇବା ନିମନ୍ତେ କେତେକ କର୍କଟ ରୋଗରେ କେମୋଥେରାପି ଦିଆଯାଏ ।

କର୍କଟ ରୋଗ ଆରୋଗ୍ୟ ନିମନ୍ତେ ବା ଏହାର ଲକ୍ଷଣ‌ଗୁଡ଼ିକ ସ୍ୱଳ୍ପ କରିବା ନିମନ୍ତେ ଆୟୋନାଇଜିଙ୍ଗରାଡିଏସନ ପଦ୍ଧତିଦ୍ୱାରା ରାଡିଏସନ ଥେରାପି ଦିଆଯାଏ । ଏହା ଦ୍ୱାରା କର୍କଟ ଜୀବକୋଷଗୁଡ଼ିକର ଡି.ଏନ.ଏ ନଷ୍ଟ ହୋଇ କୋଷଗୁଡ଼ିକ ମରିଯାଆନ୍ତି । ଶରୀରରେ ଥିବା ଅନ୍ୟ ତନ୍ତୁଗୁଡ଼ିକ ନ ହେବା ନିମନ୍ତେ ସ୍ୱଳ୍ପ ପରିମାଣର ରାଡିଏସନ ସ୍ରୋତ ବିଭିନ୍ନ ଦିଗରୁ ଲକ୍ଷ କରି ଛଡ଼ାଯାଏ ଯାହା ଦ୍ୱାରା ସେଗୁଡ଼ିକ ଏକତ୍ର ହୋଇ କର୍କଟ କୋଷଗୁଡ଼ିକରେ ପଡ଼ି ତୀବ୍ର ହୋଇ କୋଷମାନଙ୍କଦ୍ୱାର ଶୋଷିତ ହୁଅନ୍ତି କିନ୍ତୁ ସ୍ୱଳ୍ପ ପରିମାଣ ଯୋଗୁ ସୁସ୍ଥ କୋଷମାନଙ୍କର କିଛି ହାନୀ ହୁଏନାହିଁ । କେମୋଥେରାପି ଭଳି ରାଡିଏସନ ପଦ୍ଧତିରେ ମଧ୍ୟ ବିଭିନ୍ନ କର୍କଟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖାନ୍ତି । ସମୁଦାୟ କର୍କଟ ରୋଗ ସଂଖ୍ୟାର ଅର୍ଦ୍ଧେକ ନିମନ୍ତେ ରାଡିଏସନ ବ୍ୟବ‌ହାର କରାଯାଏ । ରାଡିଏସନ ଉତ୍ସ ବାହାରୁ ବା ଭିତରୁ(ବ୍ରାକିଥେରାପି) ଦିଆଯାଇପାରେ । ଏହି ଉପଚାର ସାଧାରଣତଃ ଅପରେସନ ଅଥବା କେମୋଥେରାପି ସ‌ହିତ ଦିଆଯାଏ । ମୁଣ୍ଡ ଓ ବେକରେ ହେଉଥିବା ପ୍ରାରମ୍ଭିକ କର୍କଟ ନିମନ୍ତେ ଏହା ଏକ‌କ ଭାବେ ଦିଆଯାଏ, କା‌ହା ସ‌ହିତ ନୁହେଁ । ଅସ୍ଥି ମେଟାସ୍ଟାସିସ ହୋଇଥିଲେ ୭୦% ରୋଗୀଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୋଇଥାଏ ।

ପୃଥକିକୃତ ଓ ଏକତ୍ରିତ କର୍କଟ ରୋଗରେ ଅପରେଶନ କରାଯାଏ ଯାହାଦ୍ୱାରା ବଞ୍ଚିବା ବା ଉପକାର ପାଇବା ସମୟ ବୃଦ୍ଧି ପାଏ । ଏଥି ନିମନ୍ତେ କର୍କଟର ନିଧାର୍ଯ୍ୟ ନିର୍ଣ୍ଣୟ ଓ ବାୟୋପ୍ସିଦ୍ୱାରା ସଠିକ ସ୍ତର ବା ଗ୍ରେଡ ନିର୍ଣ୍ଣ‌ୟ କରିବା ଅତ୍ୟାବଶ୍ୟକ ହୁଏ । ଅପରେଶନ କରି ସମୁଦାୟ କର୍କଟ ତନ୍ତୁ ସ‌ହ ସେହି ସ୍ଥାନର ଲିମ୍ଫ ନୋଡ ସମୂହକୁ ବାହାର କରିଦିଆଯାଏ । କେତେକ କର୍କଟରେ ଏହି ଅପରେଶନ ଚିକିତ୍ସା ହିଁ ଦୂରୀକରଣ ନିମନ୍ତେ ଯଥେଷ୍ଟ ହୁଏ ।

ଏହି ଚିକିତ୍ସାଦ୍ୱାରା ରୋଗୀ ସୁସ୍ଥ ଅନୁଭବ କରେ, ଏହା ସ‌ହ କର୍କଟ ରୋଗର ଡାକ୍ତରୀ ଚିକିତ୍ସା କରାଯାଇପାରେ ବା ନ କରାଯାଇପାରେ । ଏହି ଉପଚାରଦ୍ୱାରା ରୋଗୀର ଶାରୀରିକ, ଆଧ୍ୟାତ୍ମିକ ଓ ମାନସିକ-ସାମାଜିକ ଉଦ୍‌ବିଗ୍ନତା କମ୍ କରିବାକୁ ଚେଷ୍ଟା କରାଯାଏ । ଏହି ଚିକିତ୍ସା ସାହାଯ୍ୟରେ ରୋଗୀର ଜୀବନ‌ଚର୍ଯ୍ୟା ଉନ୍ନତ କରିବାକୁ ମଧ୍ୟ ଚେଷ୍ଟା କରାଯାଏ ।

ରୋଗର ପ୍ରତ୍ୟେକ ସ୍ତରରେ ଆରାମ ଦେବାନିମନ୍ତେ ପାଲିଏଟିଭ ଚିକିତ୍ସା ଆବଶ୍ୟକ । ମେଡିକାଲ ସ୍ପେସିଆଲିଟି ପ୍ରଫେସନାଲ ଅର୍ଗାନାଇଜେସନ ରେକମେଣ୍ଡ କରନ୍ତି ଯେ ଲୋକ ଓ ଡାକ୍ତର ଉଭୟ ଆରୋଗ୍ୟ ହେବାକୁ ଥିବା ପଦ୍ଧତି ଅପେକ୍ଷା କେବଳ ପାଲିଏଟିଭ ଯତ୍ନ‌କୁ ଅଧିକ ଆରାମ ପାଆନ୍ତି । ଏମାନଙ୍କ ମଧ୍ୟରେ-

  • ସ୍ୱଳ୍ପ କାର୍ଯ୍ୟକ୍ଷମ ଲୋକ ଯିଏ ନିଜ ଯତ୍ନ ନେବାକୁ ଅକ୍ଷମ ।
  • ସଠିକ ଚିକିତ୍ସାରେ ଉପକୃତ ହେଉ ନ ଥିବା ରୋଗୀ ।
  • କୌଣସି ଉପ‌ଯୁକ୍ତ ଚିକିତ୍ସାପ୍ରତି ଅନୁପ‌ଯୁକ୍ତ ।
  • ଡାକ୍ତର ଯଦି ଅନୁଭବ କରେ କୌଣସି ଚିକିତ୍ସାରେ ଉନ୍ନତି ହେବା ଜଣାଯାଉ ନାହିଁ ।

ଆଉ ଏକ ଅଲଗା ଚିକିତ୍ସା ହେଉଛି ହୋସ‌ପାଇସ ଚିକିତ୍ସା ଯେଉଁଥିରେ ଦୀର୍ଘସ୍ଥାୟୀ ରୋଗ, ଶେଷ ସ୍ତର ରୋଗୀ ଓ ଅତି ବିଷମ ରୋଗୀର କଷ୍ଟ ଲାଘବ କରିବାକୁ ଚେଷ୍ଟା କରାଯାଏ ଓ ଆଧ୍ୟାତ୍ମିକ ଅସୁସ୍ଥତାକୁ ଓ ଆବେଗ ପ୍ରବଣତାକୁ ଧ୍ୟାନ ଦିଆଯାଏ । ଏହା ‌ସ‌ହ ପାଲିଏଟିଭ ଚିକିତ୍ସା ସମାନ ନୁହେଁ କାରଣ ଏଥିରେ ଚିକିତ୍ସା ବନ୍ଦ କରାଯାଏ ନାହିଁ ।

ଅଧିକ ମାରାତ୍ମକ ଲକ୍ଷଣ(ଯନ୍ତ୍ରଣା, ଅଣନିଶ୍ୱାସୀ, ଅଇ ହେବା ଓ ଦୁର୍ବଳତା) ଥିଲେ ପାଲିଏଟିଭ ଯତ୍ନ ଶୀଘ୍ର ଆରମ୍ଭ କରିବା ଆବଶ୍ୟକ । ଅଧିକନ୍ତୁ ୧୨ମାସରୁ କମ ଆୟୁଷ ଥିବା ଜଣାପଡ଼ିଲେ ଉପ‌ଯୁକ୍ତ ଚିକିତ୍ସା ଦିଆଯାଉଥିଲେ ମଧ୍ୟ ପାଲିଏଟିଭ ଚିକିତ୍ସା ଆବଶ୍ୟକ ।

ଶରୀରର ଇମ୍ମ୍ୟୁନ ସିସ୍ଟମକୁ ଉତ୍ତେଜିତ କରି କର୍କଟ ରୋଗ ବିରୁଦ୍ଧରେ ଲଢେଇ କରିବା ନମନ୍ତେ ଅନେକ ପ୍ରକାର ଇମ୍ମ୍ୟୁନୋଥେରାପି ବ୍ୟବ‌ହାର ହେଉଛି ୧୯୯୭ ମସିହାଠାରୁ ଓ ଏହି ଦିଗରେ ଉନ୍ନତ ଗବେଷଣା ଚାଲୁ ରହିଛି ।

ଗତାନୁଗତିକ ଚିକିତ୍ସା ବ୍ୟତୀତ ଅନେକ ପ୍ରକାର ଅନ୍ୟ ଚିକତ୍ସା ଉପଲବ୍ଧ ଅଛି ଯାହାକୁ କମ୍ପ୍ଲିମେଣ୍ଟାରି ଓ ଅଲ୍ଟରନେଟିଭ କର୍କଟ ଚିକିତ୍ସା କୁହାଯାଉଛି । ଗତାନୁଗତିକ ଚିକିତ୍ସା ସ‌ହିତ ହେଉଥିବା ଅନ୍ୟ ଚିକିତ୍ସାକୁ କମ୍ପ୍ଲିମେଣ୍ଟାରି ଓ ଏହାକୁ ଛାଡ଼ି ଅନ୍ୟ ଚିକିତ୍ସାକୁ ଅଲ୍ଟରନେଟିଭ ମେଡିସିନ କୁହାଯାଏ । ଏଗୁଡ଼ିକ ପୁଙ୍ଖାନୁପୁଙ୍ଖ ଭାବରେ ପରୀକ୍ଷିତ ହୋଇନାହିଁ । ଏମାନଙ୍କ ମଧ୍ୟରୁ କେତେକ କୌଣସି ଫଳଦାୟୀ ନ ହେଲେ ମଧ୍ୟ ବଜାରରେ ମିଳୁଛି । ଗବେଷଣାକାରୀ ଆଣ୍ଡ୍ରୁ ଜେ ଭିକର ଉଲ୍ଲେଖ କରିଛନ୍ତି; ନିଷ୍ଫଳା ଚିକିତ୍ସାକୁ ଅଣପ୍ରମାଣିତ ନ କ‌ହି ପ୍ରମାଣବିହୀନ କ‌ହିବା ଉଚିତ ହେବ ।

କ୍ୟାନସର ବା କର୍କଟରୋଗ ଦେହର କୋଷମାନଙ୍କର ହେଉଥିବା ଏକ ସାଂଘାତିକ ରୋଗ । ମଣିଷ ଶରୀରରେ ବିଭିନ୍ନ ପ୍ରକାର କୋଷ ରହିଛି । ଏହି ବିଭିନ୍ନ ପ୍ରକାର କୋଷରେ ହେଉଥିବା କର୍କଟରୋଗ ମଧ୍ୟ ସେହିପରି ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । କିନ୍ତୁ ସାଧାରଣ କୋଷଗୁଡିକରେ ଯେପରି ବିଭାଜନ ପ୍ରକ୍ରିୟା ଦେଖାଯାଇଥାଏ , କର୍କଟରୋଗ ହୋଇଥିବା କୋଷଗୁଡିକ ସେହିପରି ବ୍ୟବହାର ଦେଖାନ୍ତି ନାହିଁ । କର୍କଟ କୋଷଗୁଡିକ ବହୁତ ଶୀଘ୍ର ଅନିୟନ୍ତ୍ରିତ ଗତିରେ ବିଭାଜିତ ହୁଅନ୍ତି ।

କ୍ୟାନସର ବା କର୍କଟ ରୋଗ ଏକ ନୂଆ ରୋଗ ନୁହେଁ । ଏପରିକି ପୁରାଣ ଓ ଉପନିଷଦରେ ଏହାର ଉଦାହରଣ ଅଛି । ଇଜିପ୍ଟର ପାଗୋଡାରେ ଏହାର ପ୍ରମାଣ ରହିଛି । ଦେହର ଯେକୌଣସି ଜୀବକୋଷ ଅହେତୁକ ଭାବେ ବଢି ଚାଲିଲେ କ୍ୟାନସର ହୋଇଥାଏ । ତେଣୁ ଦେହର ଯେ କୌଣସି ଜାଗାରେ ଯେକୌଣସି ବୟସରେ ଏହି ରୋଗ ହୋଇପାରେ । ଯଦିଓ ୪୦ ବର୍ଷ ପରେ ବେଶୀ କ୍ୟାନସର୍ ଦେଖାଯାଏ ।

ରୋଗରେ ଚିକିତ୍ସା :

ସବୁ କ୍ୟାନସର୍ ଭଳି ଏକ କର୍କଟରୋଗରେ ଶଲ୍ୟ ଚିକିତ୍ସା,ଓ ଭେଷଜ ଚିକିତ୍ସା କରାଯାଇଥାଏ । ପ୍ରଥମାବସ୍ଥାରେ ଲେଜର ଦ୍ଵାରା ପୁରା ବେମାରୀ ସାଫା କରାଯାଇପାରିବ । ରୋଗ ବଢିଗଲେ ପ୍ରଥମେ କେମୋଥେରାପି କରି ରେଡିଓଥେରାପି ବା ସର୍ଜରି କରାଯାଇପାରିବ । ସର୍ଜରୀ ପରେ ଆଗକାଳରେ ରୋଗୀ କଥା କହିପାରୁନଥିଲେ । ମାତ୍ର ଆଜିକାଲି ବହୁତ ପ୍ରକାର ନୂଆ ନୂଆ ଯନ୍ତ୍ର Provox Prosthesis ବ୍ୟବହାର କରି କଥା କହି ହେଉଛି । Electronic Speech Machine ବି ବାହାରିଲାଣି । ତେଣୁ ଏବେ ବହୁତ ରୋଗୀ ଅଫରେସନ୍ ପାଇଁ ରାଜି ହେଉଛନ୍ତି । ରୋଗ ବହୁତ ବଢିଗଲେ ଅଫରେସନ୍ କରିବା କଷ୍ଟରେ ହୋଇପଡେ । ତେଣୁ ଯେକୌଣସି କାରଣରୁ ସ୍ଵର ମୋଟା ହୋଇଗଲେ ବା ବସିଗଲେ ଡାକ୍ତର ଦେଖାଇ ଚିକିତ୍ସା ଆରମ୍ଭ କରିଦିଅନ୍ତୁ । ଧୂମ୍ରପାନ ପୂରା ବନ୍ଦ । ବିଡି, ସିଗାରେଟ୍ ଅଭ୍ୟାସ ଥିଲେ ଛାଡି ଦିଅନ୍ତ । Prevention is better than cure. ସ୍ଵାସ୍ଥ୍ୟ ହିଁ ସମ୍ପଦ । ଏଭଳି ମାରାତ୍ନକ ରୋଗରୁ ରକ୍ଷା ପାଇବା ହିଁ ଏହାର ପୂରା ଚିକିତ୍ସା ଆପଣଙ୍କ ଉପରେ ନିର୍ଭର କରେ ।

  • କର୍କଟ ରୋଗ ଭଲ ହୋଇପାରେ
  • କର୍କଟ ରୋଗ ସଂକ୍ରାମକ ନୁହେଁ ।
  • ତମାଖୁ କର୍କଟ ରୋଗରେ ପ୍ରଧାନ କାରଣ ।

ମାନେ ରଖନ୍ତୁ :

  • ତମାଖୁ ଅଭ୍ୟାସ ସ୍ଵାସ୍ଥ୍ୟ ପକ୍ଷରେ କ୍ଷତିକାରକ
  • ତମାଖୁ ବ୍ୟବହାରଠାରୁ ଦୂରେଇ ରହନ୍ତି ।
  • ଏ ବଦଭ୍ୟାସ ଆରମ୍ଭ କରନ୍ତୁ ନାହିଁ ।
  • ଧୂମ୍ରାପାନ ଛାଡିବା ପାଇଁ ଆଜିକାଲି ବଟିକା ଔଷଧ ମିଳୁଛି । ଡାକ୍ତରଙ୍କ ସାହାଯ୍ୟ ନିଅନ୍ତୁ ।

ଆଧାର

ପଣ୍ଡା ମେଡିକଲ୍ ସେଣ୍ଟର,

କଟକ -୧

ଫୋନ୍ : ୦୬୭୧ -୨୫୧୬୯୯୨ ,୨୫୨୪୫୭୧

ପ୍ରଫେସର ଉମେଶ ଚନ୍ଦ୍ର ପାତ୍ର

ବିଭାଗୀୟ ମୁଖ୍ୟ, ହେପାଟାଲୋଜି ବିଭାଗ, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ, କଟକ, ଦୁରଭାଷ : ୯୪୩୭୦୫୧୯୫୭

ଆଧାର

"Cancer Glossary" "What is cancer?"
3.6
Swapna Bardhan Apr 27, 2017 01:44 PM

ବର୍ତ୍ତମାନ ସମୟରେ କର୍କଟ ରୋଗରେ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି । ଏହି ତଥ୍ୟ ଦ୍ଵାରା ଲୋକ ସତର୍କ ହୋଇପାରିବେ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top