ହୋମ / ସ୍ଵାସ୍ଥ୍ୟ / ରୋଗ / କର୍କଟ ରୋଗ ଜାତ ହେବାର କାରଣ
ସେଆର କରନ୍ତୁ

କର୍କଟ ରୋଗ ଜାତ ହେବାର କାରଣ

କର୍କଟ ରୋଗ ଜାତ ହେବାର କାରଣ ର ସୂଚନା

ଉପକ୍ରମ

କର୍କଟ  ରୋଗ  ମଣିଷ  ଜୀବନର  ମୃତ୍ୟୁ  ଘଣ୍ଟି   । ପ୍ରତି  ତିନି  ଜଣରେ   ଜଣେ  ଏହାର  ଶିକାର  ହୁଅନ୍ତି  । ସାଧାରଣତଃ  ପୁରୁଷମାନେ   ୫୦ ବର୍ଷ  ପରେ  ଓ  ମହିଳାମାନେ  ୪୦ ରୁ ୫୦ ବର୍ଷ  ମଧ୍ୟରେ  ଏହି  ରୋଗ  ମୁହଁରେ  ପଡନ୍ତି   । ହୃଦ୍ ଘାତ  ପରେ  କର୍କଟ  ଜନିତ  ମୃତ୍ୟୁ  ହାର  ସର୍ବାଧିକ   । ଏହା  ଆନୁବଂଶିକ   ।  ଏହାର  ଦୂରୀକରଣ   କେତାକାଂଶରେ  ସମ୍ଭବ   । ଦୂଷିତ  ଖାଦ୍ୟ ଓ ପାନୀୟ  ପରିବେଶ  ପ୍ରଦୂଷଣ , ଅସ୍ଵାଭାବିକ   ଜୀବନ  ଶୈଳୀ , ଅସୁରକ୍ଷିତ  ସହବାସ  ଓ  ଶରୀରରେ  ଋକ୍ତାଣୁମାନଙ୍କର  ସଂଖ୍ୟାବୃଦ୍ଧି   କ୍ୟାନସର  ସୃଷ୍ଟି  କରେ  । ତେଣୁ  ଉପଯୁକ୍ତ   ଜନସଚେତନତା  ଏହି  ଦୂରାରୋଗ୍ୟ  ବ୍ୟାଧି   କବଳରୁ  କେବଳ  ମାନବ  ସମାଜକୁ  ରକ୍ଷା  କରିପାରିବ   । କ୍ୟାନସରର  କେତେକ   କାରଣ  ମଣିଷର  ନିୟନ୍ତ୍ରଣ  ବାହାରେ   । ସେଗୁଡିକ  ହେଉଛି , ଦୋଷଯୁକ୍ତ ଜିନ୍ , କାର୍ବନ – ଲେଡ ଓ ଆର୍ସେନିକ୍  ରହିଥିବା  ବାୟୁକୁ  ନିଶ୍ଵାସ  ନେବା , ପ୍ରଖର  ସୂର୍ଯ୍ୟ  କିରଣରେ  କାର୍ଯ୍ୟ  କରିବା  ଇତ୍ୟାଦି   । ପୃଥିବୀର   ଚାରିପାଖରେ   ରହିଥିବା  ଓଜନ  ସ୍ତରରେ  ଗର୍ତ୍ତ  ସୃଷ୍ଟି  ହେବା  ଫଳରେ  ଅଲ୍ ଟ୍ରାଭାଓଲେଟ  ଓ ଇନଫ୍ରା   ରଶ୍ମୀ  ଶରୀରରେ  ପ୍ରବେଶ  କରି  କୋଷ  ଭିତରେ  ରହିଥିବା  ଡି. ଏନ. ଏ  ଓ  ଆର୍ . ଏନ. ଏ  ଗୁଡିକୁ  କ୍ଷୟ  କରିଦିଏ  । ମୋବାଇଲ   ଫୋନ  କାନକୁ  ଲଗାଇ  ବ୍ୟବହାର  କଲେ  ସେଥିରୁ  ଉତ୍ପନ୍ନ  ବୈଦ୍ୟୁତିକ  ଚୁମ୍ବକୀୟ  ଶକ୍ତି   ସିଧା  ମସ୍ତିସ୍କ  ମଧ୍ୟରେ  ପ୍ରବେଶ  କରେ   । କାନର  ମସ୍ତିସ୍କ  ସହିତ  ସିଧା  ସଂଯୋଗ  ଅଛି  ।  ଏହି  ଚୁମ୍ବକୀୟ  ଶକ୍ତି  ମସ୍ତିସ୍କରେ  ରହିଥିବା  ସୂକ୍ଷ୍ମ  କୋଷଗୁଡିକୁ  ଉତ୍ତେଜିତ  କରିପକାଏ  । ଏହା  ଅଳ୍ପ  ଦିନ  ହେଲା  ବ୍ୟବହାର  ହେଉଥିବାରୁ  ଏହାର  କୁପରିଣାମ  ଭବିଷ୍ୟତ   ହିଁ  କହିବ  । ପୂର୍ବରୁ  ବ୍ୟବହାର  ହେଉଥିବା  ସ୍ଥିର   ଫୋନଗୁଡିକର  ଏ ସମସ୍ୟା  ନଥାଏ  । ସେହିପରି  ମାଇକ୍ରୋ  ଓଭନ୍ ର  ଅପକାରିତା  ରହିଛି  । ଏହାର  ସର୍ବକ୍ଷେଣ ଆବଶ୍ୟକ   ।

କ୍ୟାନସର  ରୋଗୀଙ୍କର  ସଂଖ୍ୟା  ବଢିଚାଲିଛି  । ଏହାର  ମୁଖ୍ୟ  କାରଣ  ହେଉଛି ବର୍ଦ୍ଧିତ  ଆୟୁ   । ଦୀର୍ଘାୟୁ  ଜନସଂଖ୍ୟା  ବୃଦ୍ଧି  ଘଟେ   । କାରଣ  ୫୦ ବର୍ଷ  ବୟସ  ପରେ  ପ୍ରତି  ତିନିଜଣରେ  ଜଣଙ୍କୁ  କ୍ୟାନସର   ହୋଇଥାଏ  । ୨୦ ବର୍ଷ  ବୟସ  ଭିତରେ  ଏହା  କ୍ଵିଚିତ  ଦେଖାଯାଏ   । ୩୦ ରୁ  ୪୦ ବର୍ଷ  ମଧ୍ୟରେ  ଏହା  ଦ୍ଵିଗୁଣିତ  ହୁଏ   ।  ତାହାପରେ  ପ୍ରତି   ଦଶନ୍ଧିରେ  ଦୁଇଗୁଣ  ବୃଦ୍ଧିଘଟେ  ।  କ୍ୟାନସର  ହେଉଛି  ଅନିୟନ୍ତ୍ରିତ  କୋଷ  ବୃଦ୍ଧି  । ସାଧାରଣତଃ   ଶରୀରରେ  ନୂତନ  କୋଷ   ସୃଷ୍ଟି  ଜିନ୍  ଦ୍ଵାରା  ନିଯନ୍ତ୍ରୀର  ହୁଏ  । ଫଳରେ  କୋଷଗୁଡିକ   ଅବାଞ୍ଛିତ  ରୀତିରେ  ସଂଖ୍ୟା  ବୃଦ୍ଧି   କରନ୍ତି   । ସେଗୁଡିକୁ  ବୃଦ୍ଧିପାଇବା  ସ୍ଥାନର   ତନ୍ତୁ  ମଧ୍ୟରେ   ରହି  ବୃଦ୍ଧି  ହେଲେ   ତାକୁ  ଉଦାର  କର୍କଟ  ରୋଗ  ଜୁହାଯାଏ   ଏବଂ  ବର୍ଦ୍ଧିତ   କୋଷଗୁଡିକ  ସେହି  ସ୍ଥାନରୁ  ରକ୍ତ  ଓ  ଲସିକା  ମାଧ୍ୟମରେ   ସ୍ଥାନାନ୍ତର  ହୋଇ  ବିଭିନ୍ନ   ଅଙ୍ଗର  କ୍ଷତି  ସାଧନ   କଲେ  ତାକୁ   ମାରାତ୍ମକ   କ୍ୟାନସର  କୁହାଯାଏ   । ଶରୀରର  ପ୍ରତ୍ୟକ   କୋଷ  ସମୟ  ବ୍ୟବଧାନରେ  ପରିବର୍ତ୍ତନ   ହୁଏ  ।  କ୍ଷୁଦ୍ରାନ୍ତର  କୋଷଗୁଡିକର  କେତେ  ଘଣ୍ଟା  ମଧ୍ୟରେ  ସଂଖ୍ୟା  ବୃଦ୍ଧି  ହୁଏ   ଏବଂ  କିଛି  ଦିନ  ମଧ୍ୟରେ   ମଳଦ୍ଵାର  ନିଷ୍କାସିତ  ହୋଇଯାଆନ୍ତି   । ଏହା  ହେଉଛି  ଜୀବତତ୍ତ୍ଵ   ।

ଗୋଟିଏ  ମାରାତ୍ମକ  କ୍ୟାନସରକୁ  ରୋଗର  ଲକ୍ଷଣ  ପ୍ରକାଶ  ହେବା  ପାଇଁ  ୧୦  ବର୍ଷ  ସମୟ  ଲାଗେ   । ଶରୀରର  ବିଭିନ୍ନ  ଅଙ୍ଗକୁ  ଏହା  ବିସ୍ତାରିତ  ହୋଇ  ଗଲେ  ଆରୋଗ୍ୟର  ସମ୍ଭାବନା  ନଥାଏ  । କେବଳ  କଷ୍ଟ  ଲାଘବ  ପାଇଁ  ଚେଷ୍ଟା  କରିବା  ଆବଶ୍ୟକ   । ଗୋଟିଏ  କୋଷ  ମଧ୍ୟରେ  ଦୁଇ  ବା  ତିନୋଟି  ଜିନ୍ ର   ବିବର୍ତ୍ତନ  ଘାତିଲେ  କୋଷଗୁଡିକ  ବହୁ   ସଂଖ୍ୟାରେ   ବୃଦ୍ଧି  ହୁଏ , ଫଳରେ  ସେହି  ଅଙ୍ଗର   ଆକାର   ବଢି  ଫୁଲିଯାଏ   । ତାହାରି  ଚାରିପାଖରେ  ରହୁଥିବା  ପର୍ଦ୍ଧା  ଟାଣି  ହୋଇଯାଏ  । ସ୍ନାୟୁଗୁଡିକ  ଭିଡିହେବା  ଫଳରେ   ପ୍ରବଳ  ବିନ୍ଧା  ଛିଟିକା  ହୁଏ   ।

କ୍ୟାନସର  ହେବାର  କାରଣ

କ୍ୟାନସର  ହେବାର  ୩ଟି  କାରଣ  ରହିଛି  । ୧) ଭୂତାଣୁ , ୨) ବିଷାକ୍ତ  ରାସାୟନିକ  ପଦାର୍ଥ , ୩) ବିକିରଣ   । ଲିଭରରେ  ଜଣ୍ଡିସ  କରୁଥିବା  ‘ ବି ’ ଭୂତାଣୁ  ଯକୃତ  କ୍ୟାନସର  କରେ   । ପାପିଲୋମା  ଭୂତାଣୁ  ଦ୍ଵାରା  ଜରାୟୁର  ଗ୍ରୀବାରେ  କ୍ୟାନସର  ହୁଏ  । ଅନ୍ୟ  କେତେକ  ଭୂତାଣୁ    ରକ୍ତ  କ୍ୟାନସର  କରୁଥିବା  ପ୍ରମାଣ  ରହିଛି   ।  ପାଟି  ଭିତରେ  କଳରେ  ତମାଖୁ  ଜାକିଲେ  ପାଟି , ଜିଭ ଓ  ଗଳାରେ   କ୍ୟାନସର  ହୁଏ   । ଧୂମପାନ  ପାନ  କଲେ  ଫୁସ୍ ଫୁସ୍ ରେ  କ୍ୟାନସର  ହୁଏ   । ବେଞ୍ଜିନ , ଆଲକାତାରା , ରବର ଓ  ପ୍ଲାଷ୍ଟିକ  ତିଆରି  କାରଖାନାର  କର୍ମଚାରୀମାନେ  ଲିଭର , ବୃକକ୍ , ପରିସ୍ରା  ଥଳି ଓ  ରକ୍ତ  କ୍ୟାନସରରେ  ପଡିବାର  ସମ୍ଭାବନା  ଥାଏ   । ଏକ୍ସରେ ଓ ଆଇସୋଟୋପ  ବିକିରଣ  ରକ୍ତ  କ୍ୟାନସର  କରେ  ପ୍ରଧାନ  ବିକିରଣ  ହେଉଛି  ପ୍ରଖର   ସୂର୍ଯ୍ୟ  ରଶ୍ମି   । ଶ୍ଵେତାଙ୍ଗମାନେ  ବହୁତ  ସମୟ  ପ୍ରଖର  ସୂର୍ଯ୍ୟ କିରଣରେ  କାର୍ଯ୍ୟକଲେ  ଚର୍ମ  କ୍ୟାନସର  ହେବାର  ସମ୍ଭାବନା  ଥାଏ   । ଏହିସବୁ  ସଂସ୍ପର୍ଶରେ  ଆସୁଥିବା  କେତେକ  ବ୍ୟକ୍ତିଙ୍କର  କ୍ୟାନସର  ହୁଏ  ନାହିଁ    । ସେମାନଙ୍କ  ଶରୀରର   ରୋଗ  ପ୍ରତିରୋଧ  ଶକ୍ତି  କ୍ୟାନସର  କୋଷଗୁଡିକୁ ନଷ୍ଟ  କରିଦିଏ   । ତେଣୁ  କୋଷ  ମଧ୍ୟରେ  ରହିଥିବା  ଜିନ୍ ର   ବିବର୍ତ୍ତନ  ସହଜରେ  ହୁଏ  ନାହିଁ   ।

ସତ୍ତର୍କ  ଘଣ୍ଟି

କର୍କଟ  ରୋଗର  କେତେକ  ଲକ୍ଷଣ  ଅନ୍ୟ  ରୋଗରେ  ମଧ୍ୟ  ଦେଖାଯାଏ  । ତେଣୁ  ସେ  ଲକ୍ଷଣଗୁଡିକ  ପ୍ରକାଶ  ପାଇଲେ  ଏହାକୁ  ଅବହେଳା  ନକରି  ଡାକ୍ତରଙ୍କର  ପରାମର୍ଶ  କରିବା  ଉଚିତ୍  । ପ୍ରଥାମାବସ୍ଥାରେ   ରୋଗ  ନିର୍ଣ୍ଣୟ  କରି  ଚିକିତ୍ସା   କଲେ  ଆରୋଗ୍ୟ   ହେବାର  ସମ୍ଭାବନା  ଉଜ୍ଵଳ   । ଏହି  ଲକ୍ଷଣଗୁଡିକ  ହେଲା  : -

1)      କୌଣସି  ଘା ’ ତିନି  ସପ୍ତାହ  ମଧ୍ୟରେ  ନଶୁଖିଲେ

2)      ଚରମରେ  ଜାଇ  ନାଲ  ପଡି  ବଢିବାକୁ  ଲାଗିଲେ  ଏବଂ  ସେଥିରୁ  ରକ୍ତ  ବାହାରିଲେ  କିମ୍ବା  ତାହା  କୁଣ୍ଡାଇ  ହେଲେ   ।

3)      ଚର୍ମ ତଳେ  ଅର୍ବୁଦ  ହେଲେ

4)      ବଦହଜମି  ଲାଗିରହି  ଖାଦ୍ୟ  ଗିଳିବାକୁ  କଷ୍ଟ  ହେଲେ

5)      ମାସାଧିକ  କାଳ  ତଣ୍ଟି  ବସିଗଲେ

6)       ବହୁଦିନ  ପର୍ଯ୍ୟନ୍ତ  କାଶ ହୋଇ  ରକ୍ତ  ପଡିଲେ

7)      ଝାଡା  ପରିସ୍ରାରେ   ବ୍ୟତିକ୍ରମ  ଘଟିଲେ

8)      ଝାଡା ପରିସ୍ରାରେ   ରକ୍ତ  ପଡିଲେ

9)      ମହିଳାମାନଙ୍କର  ମାସିକିଆ  ଋତୁସ୍ରାବ  ମଝିରେ  ଋତୁସ୍ରାବ  ହେଲେ  କିମ୍ବା  ମାସିକିଆ  ଋତୁସ୍ରାବ  ସମ୍ପୁର୍ଣ୍ଣ  ବନ୍ଦ  ହେବା  ପରେ  ରକ୍ତସ୍ରାବ  ଲାଗିରହିଲେ   ।

ଧୂମପାନ  ଓ ତମାଖୁ  ପାଟିରେ  ଜାକୁଥିବା  ବ୍ୟକ୍ତି  ଦାନ୍ତ , ଜିଭ ଓ  ପାଟିକୁ  ଡାକ୍ତରଙ୍କ  ଦ୍ଵାରା  ନିୟମିତ  ପରୀକ୍ଷା  କରାଇବା  ଉଚିତ୍   । ସ୍ତ୍ରୀଲୋକମାନଙ୍କର   ଯୋନିରେ  କିମ୍ବା  ଜରାୟୁ  ଗ୍ରୀବାରେ  ଘା ’  ହେଲେ ସ୍ତ୍ରୀରୋଗ  ବିଶେଷଜ୍ଞଙ୍କୁ  ଦେଖାଇ  ପରୀକ୍ଷା  କରାଇବା  ଉଚିତ  । ସ୍ତନ  କର୍କଟ  ଜାଣିବା  ପାଇଁ   ପ୍ରତ୍ୟକ  ମହିଳା  ନିୟମିତ  ବ୍ୟବଧାନରେ  ନିଜେ  ସ୍ତନ  ପରୀକ୍ଷା  କରିବା  ବିଧେୟ   । ସନ୍ଦେହ   ହେଲେ  ‘ ମାମୋଗ୍ରାମ ’ କରିବା  ବାଞ୍ଛନୀୟ  । ପୁରୁଷ  ବ୍ୟକ୍ତି  ସେମାନଙ୍କର  ଅଣ୍ଡକୋଷ  ବୃଦ୍ଧି  ଘଟିଲେ  ତୁରନ୍ତ  ପରୀକ୍ଷା  କରିବା  ଆବଶ୍ୟକ

ପ୍ରତିଷେଧକ  ବ୍ୟବସ୍ଥା

କ୍ୟାନସରରୁ   ମୁକ୍ତି  ପାଇବା  ପାଇଁ  କେତେଗୁଡିଏ  ପ୍ରତିଷେଧକ  ବ୍ୟବସ୍ଥା  ରହିଛି  । ସେଗୁଡିକ  ହେଲା  : -

1)      ଧୂମପାନ  ଓ ତମାଖୁ  ସେବନ  ନ କରିବା

2)       କମ୍ ତେଲ  ଚର୍ବି  ଜାତୀୟ  ଖାଦ୍ୟ  ଗ୍ରହଣ , କମ  ଲୁଣ , ପ୍ରାକୃତିକ  ଖାଦ୍ୟ , ଯଥେଷ୍ଟ  ଫଳ ଓ  ପନିପରିବା , ଖୁବ୍ କମ୍  ଉତ୍ତାପରେ  ସେକା  ମାଛ  ଓ  ମାଂସ  ଗ୍ରହଣ   ।

3)      ଶରୀରର  ଓଜନ  ଉଚ୍ଚତା  ଓ ବୟସ  ଅନୁପାତରେ  ସ୍ଥିର  ରଖିବା  ।

4)      ମଦ୍ୟପାନ  ସୀମିତ  ରଖିବା  କିମ୍ବା  ନ କରିବା

5)       ଚର୍ମକୁ  ସିଧା  ପ୍ରଖର  ସୂର୍ଯ୍ୟ  ରଶ୍ମିକୁ   ବେଶି  ସମୟ  ପ୍ରଦର୍ଶନ  ନ କରିବା  ।

6)      ନିରାପଦ  ଯୌନ  ସମ୍ଭୋଗ  କରିବା    ।

ରୋଗ  ନିରୂପଣ

ଆରମ୍ଭ  ଅବସ୍ଥାରେ  କର୍କଟ  ନିରୂପଣ  ହୋଇ  ପାରିଲେ  ଫଳପ୍ରଦ  ଚିକିତ୍ସା   ସମ୍ଭବ  ହୁଏ  । କ୍ୟାନସର  କୋଷ  ଶରୀରର  ବିଭିନ୍ନ  ଅଙ୍ଗକୁ  ଆକ୍ରମଣ  କଲାପରେ  କେବଳ  ରେଡିଓ  ଓ କେମୋଥେରାପି  ଦିଆଯାଏ  । ଏହା  ଦେହର   ସବୁ  ସବୁ  କୋଷକୁ  ପୋଡି  ପକାଏ   । ତେଣୁ  ଗୋଟିଏ  ରୋଗରୁ  ରକ୍ଷା  ପାଇବାକୁ   ଯାଇ  ସମଗ୍ର  ଶରୀର  କୋଷଗୁଡିକ  ଭସ୍ମୀଭୂତ  ହୋଇଯାଏ   । ଶେଷରେ  ଅସହ୍ୟ  ଯନ୍ତ୍ରଣା  ସହିତ   ଶେଷ  ଯବନିକ  ପଡିଯାଏ  । କ୍ୟାନସର  ଗୋଟିଏ  ସ୍ଥାନରେ  ଆବଦ୍ଧ  ହୋଇ  ରହିଥିବା  ସମୟରେ  ଶଲ୍ୟ  ଚିକିତ୍ସା  ଦ୍ଵାରା  ତାକୁ   ବାହାର  କରିଦିଆଯାଇ  ପାରିବ  । ସେଥିପାଇଁ  ପ୍ରଥମ  ଅବସ୍ଥାରେ  ରୋଗ  ନିରୂପଣ   ଏକାନ୍ତ   ଆବଶ୍ୟକ   ।

କ୍ୟାନସର  ନିର୍ଣ୍ଣୟ  କୋଷ  ପରୀକ୍ଷା   ଦ୍ଵାରା  ନିର୍ଭୁଲ ଭାବରେ   ନିରୂପଣ  ହୋଇ  ପାରିବ   । ଏହାକୁ   ‘ ବାୟସ୍ପି ’ କହନ୍ତି  । କୋଷଗୁଡିକ  ଆକାରରେ  ବଡ  ହୋଇଯାଏ  ।  ନ୍ୟଷ୍ଟିର  ରଙ୍ଗ  ଗାଢ  ହୋଇଯାଏ   । ସୁସ୍ଥ  କୋଷଠାରୁ  ଏହା  ଦେଖିବାକୁ  ଭିନ୍ନ  । ଅଭିଜ୍ଞ  ନିଦାନ  ବିଶେଷଜ୍ଞ  ଏହାକୁ  ଠିକ୍ ଭାବେ   ନିରୂପଣ  କରିପାରିବେ   ।

ରକ୍ତ  ପରୀକ୍ଷା  ଦ୍ଵାରା  କ୍ୟାନସର  ନିରୂପଣ  କରାଯାଏ  । କିନ୍ତୁ  ଏହା  ‘ ବାୟସ୍ପି ’ ପରି  ସମ୍ପୁର୍ଣ୍ଣ  ନିର୍ଭୁଲ  ହେବ  ନାହିଁ   ।

କେଉଁ  କ୍ୟାନସରର  କେଉଁ  ପରୀକ୍ଷା  କରାଯାଏ

କେଉଁ  କ୍ୟାନସରର  କେଉଁ  ପରୀକ୍ଷା  କରାଯାଏ  ତାହା  ନିମ୍ନରେ  ପ୍ରଦତ୍ତ  ହେଲା   ।

1)      ପ୍ରୋଷ୍ଟେଟ  କ୍ୟାନସର – ପି. ଏସ୍. ଏ. ୮ ନାନୋଗ୍ରାମ୍ ରୁ  ଅଧିକ  ୧୦୦  ସି.ସି. ରକ୍ତରେ   ।

2)      ଅଣ୍ଡକୋଷ  ଓ  ଲିଭର  କ୍ୟାନସର – ଆଲଫାଫିଟୋ  ପ୍ରୋଟିନ୍

3)      ବୃହଦନ୍ତ୍ର ଓ ମଳଦ୍ଵାର  କ୍ୟାନସର – ସି.ଇ.ଏ.

4)      ମହିଳାମାନଙ୍କର  ଡିମ୍ବାଶୟ  କ୍ୟାନସର – ସି.ଏ.୧୨୫ ;

5)      ଅଣ୍ଡକୋଷ  କ୍ୟାନସର ଓ ଜରାୟୁ  ମଧ୍ୟରେ  କୋରିଓ  କ୍ୟାନସର – କୋରିଓନିକ  ଗୋନାଡ  ଟ୍ରୋଫିନ୍

ଏହି  ପରୀକ୍ଷାଗୁଡିକ  ଦ୍ଵାରା  ଶହେ   ପ୍ରତିଶତ  ନିର୍ଣ୍ଣୟ  ଅସମ୍ଭବ  । ବୃହଦନ୍ତ୍ର  କ୍ୟାନସର  ପାଇଁ  ସି. ଇ. ଏ.  ପରୀକ୍ଷା  କେବଳ  ୬୭ ପ୍ରତିଶତ   ରୋଗୀଙ୍କର  ଠିକ୍  ରୋଗ  ନିରୂପଣ   କରିଥାଏ   । ଡାଇବେଟିସ୍ , ଯକୃତ  ପ୍ରଦାହ  ଓ  ଫୁସ୍ ଫୁସ୍  ପ୍ରଦାହ  ରୋଗରେ  ମଧ୍ୟ  ଏହି  ପରୀକ୍ଷାରେ  ପଜିଟିଭ୍  ଫଳ  ମିଳେ  । କ୍ୟାନସର  ମାର୍କର  ପରୀକ୍ଷା  ଗୁଡିକ  ଦ୍ଵାରା  ରୋଗର  ଅଗ୍ରଗତି  ଜାଣିବା   ସମ୍ଭବ  ହୁଏ   । ଅପରେସନ  ପରେ  ସଂକ୍ରମିତ  ଆୟତନ  ନ କମିଲେ  ଏହା  ବିଭିନ୍ନ  ଅଙ୍ଗକୁ  ବିସ୍ତାରିତ  ହେଉଥିବାର  ସନ୍ଦେହ  ହୁଏ  । ସେଥିପାଇଁ  କେମୋଥେରାପିର   ଚିକିତ୍ସା  ଆବଶ୍ୟକ  ପଡେ  । ପ୍ରୋଷ୍ଟେଟ  କ୍ୟାନସର  ଅପରେସନ  ପରେ  ପି. ଏସ୍. ଏ. ପରିମାଣ  ବୃଦ୍ଧି  ଘଟିଲେ  ଦୁଇ  ଅଣ୍ଡକୋଷକୁ  କାଢି  ଦିଆଯାଏ  ଅଣ୍ଡକୋଷର  ହରମୋନ୍  ଟେଷ୍ଟାଷ୍ଟେରେନ୍  କ୍ୟାନସର  କୋଷଗୁଡିକ  ସଂଖ୍ୟା  ବୃଦ୍ଧି  ସାହାଯ୍ୟ  କରେ  । ଅଣ୍ଡକୋଷ  ବାହାର  କରିଦେବା  ପରେ  ପି. ଏସ୍. ଏ.  ସାଧାରଣ  ଅବସ୍ଥାକୁ  ଫେରିଆସେ    ।

ଜରାୟୁରେ  ବଢୁଥିବା  ଭ୍ରୁଣର  କୋଷ  ଜନ୍ମ  ହେବା  ପରେ  ଅନ୍ତର୍ଦ୍ଧାନ   ହୋଇଯାଆନ୍ତି  । ବୟସ୍କ  ବ୍ୟକ୍ତିର  ଶରୀରରେ  ଏହା  ଦେଖିବାକୁ  ମିଳେ  ନାହିଁ   । କିନ୍ତୁ  କେତେକ  କ୍ୟାନସରରେ  ଏହି  କୋଷର  ସ୍ଵତନ୍ତ୍ର  ପ୍ରୋଟିନ୍  ରକ୍ତରେ  ଦେଖିବାକୁ  ମିଳେ   । ତେଣୁ  ଏହାକୁ  ଭ୍ରୁଣ  ପ୍ରୋଟିନ୍  କୁହାଯାଏ  । ରୋଗୀର  ରକ୍ତ  ପରୀକ୍ଷା  ଦ୍ଵାରା  ଭ୍ରୁଣ  ପ୍ରୋଟିନ୍  କୁହାଯାଏ  । ରୋଗୀର  ରକ୍ତ  ପରୀକ୍ଷା  ଦ୍ଵାରା  ଭ୍ରୁଣ  ପ୍ରୋଟିନ୍  କିମ୍ବା  କ୍ୟାନସର  ମାର୍କର  ପରିମାଣ  ନିର୍ଦ୍ଧାରଣ  ହୁଏ   । ଏହା  ସ୍ଵାଭାବିକ  ପରିମାଣଠାରୁ   ଅଧିକ  ଥିଲେ  କ୍ୟାନସର  ହୋଇଥିବାର  ସନ୍ଦେହ  କରାଯାଏ  ।

ସରୁ  ଛୁଞ୍ଚିଦ୍ଵାରା  ଅର୍ବୁଦର  ପାଣି  କାଢି  ପରୀକ୍ଷା  କଲେ କ୍ୟାନସର  କୋଷଗୁଡିକ  ଜାଣିହୁଏ   । ଏଥିରେ  ସନ୍ଦେହ  ହେଲେ  ବାୟପ୍ସି  କରିବାକୁ  ପଡେ   । ଅଲ୍ ଟ୍ରାସାଉଣ୍ଡ , ସିଟିସ୍କାନ , ଏମ୍. ଆର. ଆଇ. ଓ  ଏଣ୍ଡୋସ୍କୋପି  ପରୀକ୍ଷା  ଦ୍ଵାରା  ଦ୍ଵାରା  କ୍ୟାନସର  ଆକାର  ଜଣାପଡେ   । ଯେଉଁ  ଅଙ୍ଗରେ  ଦେଖାଯାଏ  ତାହାର  ମାଂସ  ପରୀକ୍ଷା  କରି  ରୋଗ  ନିର୍ଣ୍ଣୟ  ହୁଏ  । ଯେତିକି  ପ୍ରାଥମିକ  ଅବସ୍ଥାରେ  ରୋଗ  ନିରୂପଣ  ହୋଇପାରିବ  ଚିକିତ୍ସା  ସେତିକି  ସଫଳ  ହେବ  ଏବଂ  ଆରୋଗ୍ୟ  ହେବାର   ସମ୍ଭାବନା  ଉଜ୍ଵଳ  ହେବ   । ଜୀବନର  ସପ୍ତମ  ଓ  ଅଷ୍ଟମ  ଦଶକରେ  କର୍କଟ  ରୋଗ  ମୃତ୍ୟୁର  ଦୂତରୂପେ  ଆବିର୍ଭାବ  ହୁଏ  । ତେଣୁ  ଖାଦ୍ୟ , ପାନୀୟ  ଓ ଜୀବନ  ଶୈଳୀରେ  ସତର୍କତ୍ତା  ଅବଲମ୍ବନ  କଲେ  ଏହି  ରୋଗ  ଯନ୍ତ୍ରଣାରୁ  ରକ୍ଷା  ମିଳିବ   ।

ଆଧାର :ଡା. ଦ୍ଵିଜେଶ କୁମାର ପଣ୍ଡା , ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top