ହୋମ / ସ୍ଵାସ୍ଥ୍ୟ / ରୋଗ / କାମଳ ରୋଗ
ସେଆର କରନ୍ତୁ

କାମଳ ରୋଗ

କାମଳ ରୋଗ ର ସୂଚନା

ଉପକ୍ରମ

ଭୋକ  କମିଯିବା , ଆଦୌ  ଭୋକ  ନ  ହେବା , ବାନ୍ତି  ଲାଗିବା  , ଜ୍ଵର  ହେବା  ଆଦି  କାମଳ  ବା ଜଣ୍ଡିସର   ପ୍ରାଥମିକ  ଲକ୍ଷଣ  । ଏହା  ପରେ  ଶରୀରର   ରଙ୍ଗ  ଧୀରେ ଧୀରେ  ହଳଦିଆ  ପଡେ   । ଆଖିର  ଧଳା  ଅଂଶ  ହଳଦିଆ  ଦିଶେ   । ପରିସ୍ରା  ଓ  ନଖ  ହଳଦିଆ  ପଡିଯାଏ   । ପେଟରେ  ତୀବ୍ର  ଯନ୍ତ୍ରଣା  ଅନୁଭୂତ  ହୁଏ   । ଅଳ୍ପ  ପରିଶ୍ରମରେ  ହାଲିଆ  ଲାଗେ   । ତ୍ଵଚା  କଣ୍ଡୁ  ହୁଏ  । ଏ  ପରି  ଲକ୍ଷଣ  ପ୍ରକାଶ   ପାଇବା  କ୍ଷଣି  ଡାକ୍ତରଙ୍କ  ପରାମର୍ଶ  ନେବା  ଜରୁରୀ   । ଯକୃତରେ  ପରୀକ୍ଷା  ଓ  ଅଲଟ୍ରାସୋନୋଗ୍ରାଫି   ଦ୍ଵାରା  ରୋଗ  ଚିହ୍ନଟ  କରାଯାଏ   । ଏହି  ରୋଗ  ସାଧାରଣତଃ  ଛଅ   ପ୍ରକାର   ହେପାଟାଇଟିସ୍  ଭୂତାଣୁ  ଦ୍ଵାରା   ବ୍ୟାପେ   ।

ଭୂତାଣୁ  ସଂକ୍ରମଣ ଓ ପ୍ରତିଷେଧକ  ଟୀକା

ସଂକ୍ରମିତ  ଖାଦ୍ୟ , ପାନୀୟ ଓ  ଦୂଷିତ  ଜଳ  ଦ୍ଵାରା   ହେପାଟାଇଟିସ୍  ଏ , ଇ ବ୍ୟାପେ   । ଅବିଶୋଧିତ  ରକ୍ତ , ଅସୁରକ୍ଷିତ  ଯୌନ  ସମ୍ପର୍କ , ଅପରିଷ୍କାର  ଛୁଞ୍ଚି  ମାଧ୍ୟମରେ  ହେପାଟାଇଟିସ୍ ବି , ସି , ଡି ଭୂତାଣୁ   ଶରୀରକୁ  ସଂକ୍ରମିତ  ହୁଏ  । ବର୍ଷା  ଋତୁରେ  ପାନୀୟ  ଜଳରେ  ମଇଳା  ଜଳ  ମିଶିଲେ   କାମଳ   ବ୍ୟାପେ  ଏହାକୁ  ଏପିଡେମିକ  ଜଣ୍ଡିସ୍  କୁହାଯାଏ   । ପ୍ରତିଷେଧକ  ଟୀକା  ଦ୍ଵାରା  ହେପାଟାଇଟିସ୍ ଏ ଓ  ବି  ନିରାକରଣ  ସମ୍ଭବ  ।

ସତର୍କତା

କାମଳ  ଆକ୍ରାନ୍ତ  ହୋଇଥିଲେ   ତେଲ , ମସଲାଯୁକ୍ତ  ଖାଦ୍ୟ   ଖାଇବାମନା  । ତରକାରୀରେ  ହଳଦୀ , ଅଳ୍ପ ତେଲ , ଲୁଣ , ଲଙ୍କା , ଜିରା ଓ  ଫୁଟଣ  ଇତ୍ୟାଦି  ପକାଇ  ଖାଆନ୍ତୁ   । ଚର୍ବି  ଓ  ପୃଷ୍ଟିସାର  କମ୍  ଥିବା  ଖାଦ୍ୟ  ଖାଆନ୍ତୁ   । ଶ୍ଵେତସାର  ଥିବା  ଖାଦ୍ୟ   ଅଳ୍ପ  ଅଳ୍ପ  କରି  ଦିନରେ  ଚାରି – ପାଞ୍ଚ  ଥର  ଖାଆନ୍ତୁ   । ଥରକେ  ଅଧିକ  ଖାଦ୍ୟ  ଖାଆନ୍ତୁ  ନାହିଁ    । ସେଓ , ନାସପାତି , କମଳା , ଅମୃତଭଣ୍ଡା , ଅଙ୍ଗୁର , ପାଚିଲା  ଆମ୍ବ , ସପୁରି , ଡାଳିମ୍ବ  ଆଦି  ଫଳ ଓ  ସତେଜ  ପନିପରିବା  ଖାଆନ୍ତୁ   । ପ୍ରତି  ଦିନ  ଦୁଇ  ଗ୍ଳାସ  ପଇଡ  ପାଣି  ପିଅନ୍ତୁ  । ପ୍ରଚୁର  ଜଳ  ଓ  ଫଳ  ରସ  ପିଅନ୍ତୁ   । ଶରୀର  ଜଳ – ଶୁଷ୍କତାରୁ  ରକ୍ଷା  ପାଇବା  ସହ  ପେଟ  ଥଣ୍ଡା  ରହିବ   । ଶରୀରର  ହଳଦିଆ  ଅଂଶ   କମିଯିବ  । ସ୍ୱାସ୍ଥ୍ୟ  ବିଶେଷଜ୍ଞଙ୍କ  ପରାମର୍ଶରେ  ଭିଟାମିନ୍  ସପ୍ଲିମେଣ୍ଟ  ମଧ୍ୟ   ଖାଇପାରନ୍ତି   । ଗର୍ଭାବସ୍ଥାରେ  କାମଳ  ରୋଗ  ଅତି  ମାରାତ୍ମକ  ଏହା  ଦ୍ଵାରା  ଗୋଡ – ହାତ  ଫୁଲିଯାଏ , ରକ୍ତ  ଚାପ  ବଢେ   । କେହି  କେହି  ଚେତା  ହରାନ୍ତି   । ବେଳେବେଳେ  ବାତ   ମାରେ  ଓ  ଗର୍ଭସ୍ଥ  ଶିଶୁର  ମୃତ୍ୟୁ  ହୁଏ  ଏ  ପରି  କ୍ଷେତ୍ରରେ  ରୋଗୀକୁ  ଶୀଘ୍ର  ଡାକ୍ତରଖାନାରେ   ଭର୍ତ୍ତି  କରାଯିବା  ଉଚିତ   । ଉପଯୁକ୍ତ  ଆହାର , ବିଶ୍ରାମ  ଓ  ସକାଳେ  କିଛି  ବାଟ  ଚାଲିବା  ସହ  ଯୋଗାସନ  ଅଭ୍ୟାସ  କାମଳ  ରୋଗୀ  ପାଇଁ  ଉପକାରୀ।

ଆଧାର : ସ୍ୱାସ୍ଥ୍ୟ ବିଭାଗ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top