ହୋମ / ସ୍ଵାସ୍ଥ୍ୟ / ରୋଗ / କାମଳର ପ୍ରତିକାର
ସେଆର କରନ୍ତୁ

କାମଳର ପ୍ରତିକାର

ସାଧାରଣତଃ ଆଖି ବା ତ୍ଵଚାର ହଳଦିଆ ପଣକୁ କାମଳ ରୋଗ କୁହାଯାଏ ।

ଉପକ୍ରମ

ପୁଣି ଚର୍ଚ୍ଚାରେ ରହିଛି କାମଳ । ସାଧାରଣତଃ ଆଖି ବା ତ୍ଵଚାର ହଳଦିଆ ପଣକୁ କାମଳ ରୋଗ କୁହାଯାଏ । ତେବେ ଆସନ୍ତୁ, ଜାଣିବା ଏହି କାମଳ ରୋଗ କ’ଣ? ଏହା କିପରି ଭାବେ ହୁଏ ଓ ଏହାର ପ୍ରତିକାର କେମିତି କରିହେବ?

ରୋଗ ର କାରଣ

ଏହି ରୋଗ ସାଧାରଣତଃ ରକ୍ତ କଣିକା ଭାଙ୍ଗିବା, ଯକୃତର ବିଭନ୍ନ ରୋଗ ତଥା ପିତ୍ତକୋଷ ବା ପିତ୍ତନଳୀରେ ପଥର ଏବଂ ଅନ୍ୟ କାରଣରୁ ହୋଇଥାଏ । ତେବେ ଆମେ ଯେଉଁ କାମଳ ରୋଗ ବିଷୟରେ ଆଲୋଚନା କରୁଛୁ, ତାହା ସାଧାରଣତଃ ଯକୃତରେ ଭୂତାଣୁ ଜନିତ ପ୍ରଦାହ ଯିଏ ସ୍ଥଳ ବିଶେଷରେ ମହାମାରୀ ରୂପ ନେଇଥାଏ ।

କାମଳ ରୋଗ ଦୂଷିତ ପାନୀୟ ଜଳ, ଅସ୍ଵାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ବ୍ୟବହାର ଆଦି ଯୋଗୁଁ ସଂକ୍ରମିତ ହୋଇ ଗୁରୁତର ରୂପ ଧାରଣ କରିଥାଏ । ଦୂଷିତ ଖାଦ୍ୟ ପଦାର୍ଥ ଏବଂ ପାନୀଯ ଜଳର ଏକକାଳୀନ ବ୍ୟବହାର ହିଁ ମହାମାରୀ ରୂପ ନେଇଥାଏ । ଏଥିରେ ଜ୍ଵର ହେବା, ଭୋକ କମ୍ ଲାଗିବା, ବାନ୍ତି ଲାଗିବା, ଦୁର୍ବଳ ଲାଗିବା ଆଦି ଲକ୍ଷଣ ପ୍ରଥମେ ଦେଖାଯାଏ ଏବଂ ଅଳ୍ପ ଦିନ ମଧ୍ୟରେ ଆଖି, ତ୍ଵଚା ଏବଂ ପରିସ୍ରା ହଳଦିଆ ଦେଖାଯାଏ । ଏହି ରୋଗ ସାଧାରଣତଃ ଦୁଇ ବା ତିନି ସପ୍ତାହ ମଧ୍ୟରେ ଠିକ୍ ହୋଇଥାଏ । କିନ୍ତୁ କେତେକଙ୍କର ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ସ୍ୱଳ୍ପସଂଖ୍ୟକ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଯକୃତ ହାନି ତଥା ମୃତ୍ୟୁର କାରଣ ହୋଇଥାଏ ।

ନିରାକରଣ

ତେବେ ଏହାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସରକାରଙ୍କର । ଯେହେତୁ ଏହାର ସଂକ୍ରମଣ ଦୂଷିତ ଖାଦ୍ୟ ପଦାର୍ଥ ଏବଂ ପାନୀୟା ଜଳ ଯୋଗୁଁ ହୋଇଥାଏ, ତେଣୁ ସର୍ବପ୍ରଥମ କର୍ତ୍ତବ୍ୟ ହେଲା ଏଗୁଡିକ ଠାରୁ ଦୂରେଇ ରହିବା ଆବଶ୍ୟକ । ଫୁଟା ପାଣି ତଥା ଅନ୍ୟ ଉପାଯରେ ବିଶୁଦ୍ଧ କରାଯାଇଥିବା ପାଣି ପିଇବା, ସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା ଏବଂ ରାସ୍ତା ପାର୍ଶ୍ଵରେ ବିକ୍ରି ହେଉଥିବା ଦୂଷିତ ଖାଦ୍ୟ ନଖାଇବା ଦ୍ଵାରା ଆମେ ହେପାଟାଇଟିସ୍ ଠାରୁ ନିଜକୁ ଦୂରେଇ ରଖିପାରିବା । ସ୍ୱାସ୍ଥ୍ୟ ବିଭାଗ, ଜଳଯୋଗାଣ ଓ ଖାଦ୍ୟ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରି ପାଣି ପାଇପାର ତୁରନ୍ତ ମରାମିତ,ବିଶୁଦ୍ଧ ପାନୀଯ ଜଳଯୋଗାଣ ଓ ଅସ୍ଵାସ୍ଥ୍ୟକର ଖାଦ୍ୟ ଓ ପାନୀୟର ବିକ୍ରୟ ବନ୍ଦ କରିବା ସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ । ନିଜେ ସ୍ୱାସ୍ଥ୍ୟକର ଖାଦ୍ୟ ତଥା ବିଶୁଦ୍ଧ ପାନୀୟ ଜଳ ବ୍ୟବହାର ଉପରେ ଗୁରୁତ୍ଵ ଦେବା ଆବଶ୍ୟକ । ତାହାଲେ ଆମେ କାମଳକୁ  ପ୍ରତିହତ କରିପାରିବା

ଡାକ୍ତର ସୁଶାନ୍ତକୁମାର ସେଠୀ

ଭୁବେନେଶ୍ଵର

ଆଧାର

ସମାଜ ୧୯ ଏପ୍ରିଲ ୨୦୧୬

1.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top