ହୋମ / ସ୍ଵାସ୍ଥ୍ୟ / ରୋଗ / କୃମି ଜନିତ ରୋଗ
ସେଆର କରନ୍ତୁ

କୃମି ଜନିତ ରୋଗ

କୃମି ଜନିତ ରୋଗ ସମ୍ପର୍କରେ ଜରୁରୀ ତଥ୍ୟ

ସୂତା କୃମି

ସୂତା କୃମିକୁ ଦଶିପୋକ ମଧ୍ୟ କୁହାଯାଏ । ଏମାନେ ମଳଦ୍ଵାର ମୁହଁରେ ରାତିରେ ଧଳା ଧଳା ୨ ରୁ ୫ ମିମି (ପୁରୁଷ) ୮ ରୁ ୧୩ ମିମି (ସ୍ତ୍ରୀ) ଆକାରର ଦେଖାଯାନ୍ତି ଫଳରେ ସନ୍ଧ୍ୟାରେ ଓ ରାତିରେ ପିଲାଙ୍କ ମଳଦ୍ଵାର କୁଣ୍ଡେଇ ହୋଇଥାଏ ଓ କୁଣ୍ଡେଇବା ଦ୍ଵାରା ଏହି କୃମିର ଅଣ୍ଡା ନଖ ମୂଳରେ ଯାଇ ଖାଇବା ବେଳେ ପାଟିରେ ପ୍ରବେଶ କରେ । ମାଳ ଉପରେ ଏମାନେ ମଧ୍ୟ ଚାଲୁଥିବାର ଦେଖାଯାଏ । ଏଥିପାଇଁ ପିଲାଙ୍କ ନଖକାଟିବା ସହିତ ତାଙ୍କୁ ରାତିରେ ଟାଇଟ ପ୍ୟାଣ୍ଟ ପିନ୍ଧାଇବା ଉଚିତ ।

ଷ୍ଟ୍ରଙ୍ଗୀଲଏଡ

ଏହା ୨ମିମି ଲମ୍ବର ଏକ କୃମି ଯାହାକି ଆମର ଖାଦ୍ୟନଳୀର କ୍ଷୁଦ୍ର ଅନ୍ତ୍ରରେ ବହୁସଂଖ୍ୟାରେ ରହି ଅନେକ ପ୍ରକାର ରୋଗ ସୃଷ୍ଟି କରିଥାଏ । ମାଳରେ କେବଳ ଲାର୍ଭା ହୋଇ ହୁକ ୱାର୍ମ ପରି ମଣିଷର ଖାଦ୍ୟ ନଳୀକୁ ଯାଇଥାଏ । ମଣିଷ ବ୍ୟତୀତ କୁକୁରଙ୍କ ଦେହରେ ଏହା ମଧ୍ୟ ଦେଖାଯାଇଥାଏ । ଏହା ସାଧାରଣ କୁଣ୍ଡେଇ ହେବା ଠାରୁ ଆରମ୍ଭ କରି , ପତଳା ଝାଡା , ପେଟ ଯନ୍ତ୍ରଣା, ଓଜନ ହ୍ରାସ, ନିମୋନିଆ, ଅନ୍ତନାଳୀ କଣା ହେବା, କ୍ଷତ ହେବା ଇତ୍ୟାଦି ।

ଫାଇଲେରିଆ କୃମି

ଆମ ରାଜ୍ୟରେ ୪ ପ୍ରକାରର ଫାଇଲେରିଆ କୃମିମାନଙ୍କ ମଧ୍ୟରୁ ଉଂଚେରେରିଆ ବ୍ରାଙ୍କୋପ୍ଟି ବହୁଳ ମାତ୍ରାରେ ରୋଗ କରାଇଥାଏ । ଏହା ଇସିନୋଫିଲିଆଠାରୁ ଆରମ୍ଭ କରି ଲିଂଫାଞାଇଟିସ ସହିତ ହାଇଡ୍ରୋସିଲ ଓ ଗୋଦର କରିଥାଏ । ଏହାର ଅଣ୍ଡା ମାଇକ୍ରୋଫାଇଲେରୀ ମଶା ଦ୍ଵାରା ମଣିଷ ରକ୍ତରୁ ଯାଇ ଅନ୍ୟ ଜଣକୁ କାମୁଡିବା ଦ୍ଵାରା ସଂକ୍ରମିତ ହୋଇଥାଏ ।

ପରୀକ୍ଷା

ମଳ ପରୀକ୍ଷା ଦ୍ଵାରା ସମସ୍ତ ପ୍ରକାର ଖାଦ୍ୟନଳିର କୃମି ଧରା ପଡନ୍ତି । ନଚେତ ଯଦି ପିଲା କୁହେ ଯେ ତା’ର କୃମି ବାହାରୁଛି ତା’ହେଲେ ମଳ ପରୀକ୍ଷା ନକରି ମଧ୍ୟ ଔଷଧ ଦେଇହେବ ।

ଚିକିତ୍ସା

ଚିକିତ୍ସା ସାଧାରଣ ପରିଷ୍କାର, ପରିଚ୍ଛନତା ଓ ପରିଷ୍କାର ପାଣି , ହାତ ଓ ଖାଦ୍ୟ ଏଥିପାଇଁ ଏକାନ୍ତ ଆବଶ୍ୟକ । ଏହା ସହିତ ନିୟମିତ ନଖ କାଟିବା , ନଖ ନକାମୁଡିବା (ଅଧିକାଂଶ ପିଲା ଓ ବଡ ଲୋକ ମାନେ ମଧ୍ୟକରିଥାନ୍ତି), ପାଇଖାନା ର ବ୍ୟବହାର, ଖାଲି ପାଦରେ ବାହାରେ ଶୌଚ ନ କରିବା ଇତ୍ୟାଦି ଗୁରୁତ୍ଵପୂର୍ଣ । ଅନେକ ଗୁଡିଏ ଔଷଧ ଥିଲେ ମଧ୍ୟ ୧ସପ୍ତାହ ଅନ୍ତରରେ ଗୋଟିଏ କରି ଅଲବେଣ୍ଡଜୋଲ ନାମକ ୪୦୦ମାତ୍ରାର ଏକ ବଟିକାକୁ ଚକୋଲେଟ ପରି ଚୋବେଇ ଖାଇଲେ ଅଧିକାଂଶ କୃମି ନାସ ହୋଇଥାନ୍ତି । ପ୍ରତି ୬ମାସରେ ଏହାକୁ ବ୍ୟବହାର କରାଯାଇ ପାରେ ।

ଷ୍ଟ୍ରଙ୍ଗୀଲାଏଡ କୃମି କ୍ଷେତ୍ରରେ ଅଲବେଣ୍ଡଜୋଲ ୪୦୦ମାତ୍ରାର ଦିନକୁ ୨ଟି କରି ୩ଦିନ ଦିଆଯାଏ । କୃମି ପାଇଁ ଅନ୍ୟ ଔଷଧ ଯଥା ମେବେଣ୍ଡାଜୋଲ , ପାଇରାଣ୍ଟେଲ , ପାମୋଏଟ ଓ ପାପେରାବିନ ଇତ୍ୟାଦି ମଧ୍ୟ ବଜାରରେ ଉପଲବ୍ଧ । ଫାଇଲେରିଆ କୃମି ପାଇଁ ଡିଇସି ୧୦୦ମାତ୍ରାର ବଟିକା ୧ଟି ଲେଖାଏ ଦିନକୁ ୩ଥର କରି ୨୧ଦିନ ଯାଏଁ ବ୍ୟବହାର କରିବାକୁ ପଡେ । ଫିତା ତଥା ବଡ କୃମି ପାଇଁ ଅଲବେଣ୍ଡଜୋଲ ଅନେକ ଦିନ ଯାଏ ବ୍ୟବହାର କରିବାକୁ ପଡେ । ଏହା ଛଡା ପ୍ରାଜିକୁଇଣ୍ଟେଲ  ନାମକ ଔଷଧ ମଧ୍ୟ ବ୍ୟବହାର କରାଯାଏ ।

ଆଧାର :

ବରିଷ୍ଟ ଚିକିତ୍ସକ , ଗୋପାଳପୁର,ବାଙ୍କି,କଟକ, ମୋ:୯୪୩୯୯୯୧୧୦୪

3.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top