ହୋମ / ସ୍ଵାସ୍ଥ୍ୟ / ରୋଗ / ଖାଦ୍ୟନଳୀ ରକ୍ତସ୍ରାବ
ସେଆର କରନ୍ତୁ

ଖାଦ୍ୟନଳୀ ରକ୍ତସ୍ରାବ

ଖାଦ୍ୟନଳୀ ରକ୍ତସ୍ରାବ ପାଟିରୁ ଆରମ୍ଭ କରି ମଳାଶୟ ପର୍ଯ୍ୟନ୍ତ ଖାଦ୍ୟନଳୀର ଯେ କୌଣସି ସ୍ଥାନରୁ ରକ୍ତସ୍ରାବ ହେଲେ ଏହି ନାମ ଦିଆଯାଏ ।

ଖାଦ୍ୟନଳୀ ରକ୍ତସ୍ରାବ

ଖାଦ୍ୟନଳୀ ରକ୍ତସ୍ରାବ (ଇଂରାଜୀରେ Gastrointestinal bleed (GI bleed), ବା gastrointestinal hemorrhage), ପାଟିରୁ ଆରମ୍ଭ କରି ମଳାଶୟ ପର୍ଯ୍ୟନ୍ତ ଖାଦ୍ୟନଳୀର ଯେ କୌଣସି ସ୍ଥାନରୁ ରକ୍ତସ୍ରାବ ହେଲେ ଏହି ନାମ ଦିଆଯାଏ । ଅଳ୍ପ ସମୟରେ ଉଲ୍ଲେଖନୀୟ ରକ୍ତସ୍ରାବ ହେଲେ ସ୍ଥାନ ବିଶେଷରେ ଲାଲ ରକ୍ତ ବାନ୍ତି, କଳା ରକ୍ତ ବାନ୍ତି, କଳା ଝାଡ଼ା ନାମ ଦିଆଯାଇ ଥାଏ । ଲମ୍ବା ସମୟ ଧରି ଅଳ୍ପ ରକ୍ତସ୍ରାବ ହେଲେ ଲୌହ ଅଭାବ ଆନିମିଆ ହୋଇ ଥକ୍କାଣ, ହୃତ୍‌ପିଣ୍ଡ ସମ୍ବନ୍ଧିୟ ଛାତି ଯନ୍ତ୍ରଣା ହୁଏ । ଅନ୍ୟ ଲକ୍ଷଣ ମଧ୍ୟରେ ପେଟରେ କଷ୍ଟ, ଛୋଟ ଶ୍ୱାସକ୍ରିୟା, ଶେତା ଚର୍ମ ଓ ଅଚେତ ଇତ୍ୟାଦି ହୁଏ । ବେଳେ ବେଳେ ସ୍ୱଳ୍ପ ପରିମାଣର ରକ୍ତସ୍ରାବ ହେଲେ ମଧ୍ୟ ଲକ୍ଷଣହୀନ ରହେ ।

ରକ୍ତସ୍ରାବ ଦୁଇ ପ୍ରକାର

ରକ୍ତସ୍ରାବ ମୂଖ୍ୟତଃ ଦୁଇ ପ୍ରକାର ହୁଏ ଯଥା ଉର୍ଦ୍ଧ୍ୱ ଖାଦ୍ୟନଳୀ ରକ୍ତସ୍ରାବ ଓ ନିମ୍ନ ଖାଦ୍ୟନଳୀ ରକ୍ତସ୍ରାବ । ଅମ୍ଳ ରୋଗ ବା ପେପଟିକ ଅଲସର ରୋଗ, ସିରୋସିସ ଓ କର୍କଟ ଯୋଗୁ ଏସୋଫେଜିଆଲ ଭାରିସେସ ହେବା କାରଣରୁ ସାଧାରଣତଃ ଉର୍ଦ୍ଧ୍ୱ ଖାଦ୍ୟନଳୀ ରକ୍ତସ୍ରାବ ହୁଏ । ଅର୍ଶ, କର୍କଟ ଓ ଇନଫ୍ଲାମେଟରି ବାୱେଲ ରୋଗ ହେଲେ ନିମ୍ନ ଖାଦ୍ୟନଳୀ ରକ୍ତସ୍ରାବ ହୋଇପାରେ । ରୋଗ ଇତିହାସ, ରୋଗୀର ଶାରୀରିକ ପରୀକ୍ଷା ଓ ରକ୍ତ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ମଳ ଓକଲ୍ଟ ରକ୍ତ ପରୀକ୍ଷା କରି ଅଳ୍ପ ପରିମାଣର ରକ୍ରସ୍ରାବ ଚିହ୍ନଟ କରାଯାଏ । ଏଣ୍ଡୋସ୍କୋପି ପରୀକ୍ଷା କରି ଉଭୟ ଉର୍ଦ୍ଦ୍ୱ ଓ ନିମ୍ନ ଖାଦ୍ୟନଳୀରେ ରକ୍ତସ୍ରାବ ହେଉଥିବା ସ୍ଥାନ ଚିହ୍ନଟ କରାଯାଏ । ତ‌ଥାପି ଚିହ୍ନଟ ହୋଇ ନ ପାରିଲେ ମେଡିକାଲ ଇମେଜିଙ୍ଗ ଆବଶ୍ୟକ ହୁଏ ।

ପ୍ରାରମ୍ଭରେ ରୋଗୀକୁ ପୁନରୁଜ୍ଜୀବିତ (resuscitation) କରିବା ନିମନ୍ତେ ଶୀରା ମାଧ୍ୟମ ତରଳପଦାର୍ଥ ଓ ରକ୍ତ ଟ୍ରାନ୍ସଫ୍ୟୁଜନ ଆବଶ୍ୟକ ହୁଏ । ଅଧିକାଂଶ ସମୟରେ ରକ୍ତ ଟ୍ରାନ୍ସଫ୍ୟୁଜନ ଦେବାକୁ ସୁପାରିସ କରାଯାଏ ନାହିଁ ଯଦି ରକ୍ତ ହେମୋଗ୍ଲୋବିନ ୭୦ ରୁ ୮୦ ଗ୍ରା/ଲି.ରୁ ବେଶୀ ଅଛି । କେତେକ କ୍ଷେତ୍ରରେ ପ୍ରୋଟୋନ ପମ୍ପ ଇନହିବିଟର, ଓକ୍ଟରିଓଟାଇଡ ଓ ଆଣ୍ଟିବାୟୋଟିକ ଆବଶ୍ୟକ ପଡ଼ିପାରେ । ଏସୋଫେଜିଆଲ ଭାରିସେସ ଥିଲେ ଓ ଏହି ଉପଚାର କାର୍ଯ୍ୟକାରୀ ନ ହେଲେ ଏସୋଫେଜିଅଲ ବେଲୁନ ଦିଆଯାଇ ପାରେ । ୨୪ ଘଣ୍ଟା ମଧ୍ୟରେ ଉର୍ଦ୍ଧ୍ୱ ଏଣ୍ଡୋସ୍କୋପିକିମ୍ବା କୋଲୋନୋସ୍କୋପି କରି ରୋଗ ନିର୍ଣ୍ଣୟ ତ‌ଥା ଚିକିତ୍ସା କରିବାକୁ ସୁପାରିସ କରାଯାଏ ।

ନିମ୍ନ ଖାଦ୍ୟନଳୀ ରକ୍ତସ୍ରାବ ଅପେକ୍ଷା ଉର୍ଦ୍ଧ୍ୱ ଖାଦ୍ୟନଳୀ ରକ୍ତସ୍ରାବ ଅଧିକ ସାଧାରଣ ଭାବେ ହୁଏ । ପ୍ରତି ୧୦୦,୦୦୦ ବୟସ୍କ ଲୋକରେ ୫୦ ରୁ୧୫୦ ଲୋକଙ୍କର ଉର୍ଦ୍ଧ୍ୱ ଖାଦ୍ୟନଳୀ ରକ୍ତସ୍ରାବ ହୁଏ । ପ୍ରତି ୧୦୦,୦୦୦ ଲୋକରେ ନିମ୍ନ ଖାଦ୍ୟନଳୀ ରକ୍ତସ୍ରାବ ସଂଖ୍ୟା ୨୦ ରୁ ୩୦ ହୁଏ । ଆମେରିକାରେ ଏହା ଯୋଗୁ ପ୍ରତିବର୍ଷ ୩୦୦,୦୦୦ ଡାକ୍ତରଖାନା ଆଡମିସନ ହୁଏ । ଏହି ରୋଗ ଯୋଗୁ ମୃତ୍ୟୁ ହାର ୫ % ରୁ ୩୦ % ହୁଏ । ପୁରୁଷମାନଙ୍କର ଅଧିକ ଖାଦ୍ୟନଳୀ ରକ୍ତସ୍ରାବ ହୁଏ ଓ ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଏହି ସଙ୍କଟ ବଢ଼େ ।

ଆଧାର: ସ୍ୱାସ୍ଥ୍ୟ ବିଭାଗ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top