ହୋମ / ସ୍ଵାସ୍ଥ୍ୟ / ରୋଗ / ଗଣ୍ଠିବାତରୁ ମୁକ୍ତି ପାଇଁ ଡାକ୍ତରଙ୍କୁ ୧୦ଟି ପ୍ରଶ୍ନ
ସେଆର କରନ୍ତୁ

ଗଣ୍ଠିବାତରୁ ମୁକ୍ତି ପାଇଁ ଡାକ୍ତରଙ୍କୁ ୧୦ଟି ପ୍ରଶ୍ନ

ଗଣ୍ଠିବାତରୁ ମୁକ୍ତି ପାଇଁ ଡାକ୍ତରଙ୍କୁ ୧୦ଟି ପ୍ରଶ୍ନ

ଗଣ୍ଠିବାତରୁ ମୁକ୍ତି

ସାମ୍ପ୍ରତିକ ସମାଜରେ ପରିଣତ ବୟସରେ ପହଞ୍ଚିବା ପୂର୍ବରୁ ଅଧୁକାଂଶ ଲୋକ ଗଣ୍ଠିବାତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଦିନକୁ ଦିନ ଏହାର ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ଫଳରେ ଏହି ରୋଗର ବିଭିନ୍ନ ଦିଗ ସମ୍ପର୍କରେ ଜାଣିବା ପାଇଁ ସମପିଟାଲର ଆଣ୍ଠୁଗଣ୍ଠି ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ୍ତଶେଖର ପାତ୍ରଙ୍କୁ ଭେଟିଥିଲୁ ।

୧୦ଟି ପ୍ରଶ୍ନ

ପ୍ରଶ୍ନ ୧: ଗଣ୍ଠିବାତ ବା ଆଥ୍ରାଇଟିସ୍ ରୋଗ କ’ଣ ଏବଂ ଏହା କେତେ ପ୍ରକାରର ?

ଗଣ୍ଠିବାତ, କହିଲେ ଗଣ୍ଠିବାତର ପ୍ରଦାହକୁ ବୁଝାଏ । ଚିକିତ୍ସା ବିଜ୍ଞାନରେ ୧୦୦ରୁ ଅଧିକ ଗଣ୍ଠିବାତ ରୋଗ ରହିଛି । ବିଭିନ୍ନ ପ୍ରକାରର ଗଣ୍ଠିବାତ ରୋଗ ଭିନ୍ନ ଭିନ୍ନ ଲୋକଙ୍କୁ ପ୍ରଭାବିତ କରିଥାଏ । ସେମାନଙ୍କ ଚିକିତ୍ସା

ପଦ୍ଧତି ଓ ଭବିଷ୍ୟତ ପରିଣତି ଭିନ୍ନ ଭିନ୍ନ ହୋଇଥାଏ ।

ପ୍ରଶ୍ନ : ୨:  ରୁମାଟମାଟଏଡ୍ ଆଥ୍ରାଇଟିସ୍‌ର ଲକ୍ଷଣ କ'ଣ ?

ରୁମାଟଏଡ ଆଥ୍ରାଇଟିସ୍ ଏକ ସାଧାରଣ ଗଣ୍ଠିବାତ ରୋଗ ଯାହା କି ଆଜିକାଲି ପ୍ରତି ହଜାର ଲୋକଙ୍କ ମଧରେ ୫ ରୁ ୧୦ ଜଣଙ୍କୁ ପ୍ରଭାବିତ କରିଥାଏ । ଏଥିରେ ହାତର ମଣିବନ୍ଧ (ରିଷ୍ଟ) ଦରଜ ଓ ଫୁଲା ହେବା ସହିତ ଶରୀରର ଅନ୍ୟ ଛୋଟ ଛୋଟ ଗଣ୍ଠିଗୁଡିକ ମଧ୍ୟ ପ୍ରଭାବିତ ହୋଇଥାଏ । ଏହି ରୋଗରେ ସକାଳେ ଉଠିଲା ପରେ ହାତ ମୁଠା କରିବାକୁ ଅଧିକ କଷ୍ଟ ହୋଇଥାଏ । ଏହାଛଡା କହୁଣି, ଆଣ୍ଡ୍ ଏବଂ ଦରଜ ଓ ଫୁଲା ହୋଇଥାଏ ।

ପ୍ରଶ୍ନ :୩: କେଉଁମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ରହିଛି? ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଏହା ଅଧିକ ହୋଇଥାଏ । ୨୦ ରୁ ୫୦ ବର୍ଷ ମଧ୍ୟରେ ମହିଳାଙ୍କୁ ଅଧିକ ହୋଇଥାଏ । ଏହାଛଡ଼ା ନିୟମିତ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହା ହୋଇଥାଏ ।

ପ୍ରଶ୍ନ ୪ : ଏହି ରୋଗର ପ୍ରକୃତ କାରଣ କ’ଣ ? ଏହା ଏକ ଅଟୋଇମ୍ୟୁନ୍ ରୋଗ; ଯେଉଁଥିରେ ନିଜ ଶରୀରର ପ୍ରତିରୋଧକ ଶକ୍ତି ଅନିୟନ୍ବିତ ହୋଇ ଶରୀରର ବିଭିନ୍ନ ଗଣ୍ଠିଗୁଡିକୁ ଆକ୍ରମଣ କରିଥାଏ । ଅଟୋଇମ୍ୟୁନ୍ ଯୋଗୁଁ ଏହି ରୋଗରେ ରୁମାଟଏଡ ଫ୍ୟାକୁର ଓ ଆଣ୍ଟି ସି.ସି.ପି, ଆଦି ହାନିକାରକ ଆଣ୍ଟିବଡି ଦେଖାଯାଇ ଥାଏ । ଧୂମପାନ ଦ୍ଵାରା କ୍ଷତିକାରକ ଆଣ୍ଟିବଡି ଅଧିକ ଉତ୍ପନ୍ନ ହୋଇଥାଏ; ଯାହାଫଳରେ ଗଣ୍ଠିବାତ ରୋଗର କୁପରିମାଣ ଅଧିକ ହୋଇଥାଏ ।

ପ୍ରଶ୍ନ ୫: ରୁମାଟଏଡ ଆଥ୍ରାଇଟିସ୍‌ରେ ଗଣ୍ଠିବାତ ଛଡ଼ା ଅନ୍ୟ କ'ଣ ସବୁ ସମସ୍ଯ । ଜୋହାଇଥାଏ?

ଏହି ରୋଗରେ ଗଣ୍ଠିବାତ, ଛଡା ବେଳେବେଳେ ଆଖି ମଧ୍ୟ ଲାଲ ହୋଇ ଦରଜ ହୋଇଥାଏ । ଯଦି ଠିକ୍‌ରେ ରୋଗଟି ନିୟନ୍ଧିତ ନ ହୁଏ, ତେବେ ପରିସ୍ରାରେ ପ୍ରୋଟିନ୍ ଯିବା, ଗୋଡରେ ଘା' ହେବା ସହିତ ଶ୍ଵେତ ରକ୍ତକଣିକା କମିଯାଇଥାଏ । ଏହାଛଡା ଏହି ରୋଗର କୁପ୍ରଭାବ ଫୁସ୍‌ଫୁସ୍‌ରେ ପଡିଥାଏ । ଫଳରେ ଶୁଖିଲା। କାଶ ହେବା ସହିତ ଅଳ୍ପ ବାଟ ଚାଲିଲେ ଶ୍ଵାସ ଯନ୍ତ୍ରଣା ଜୋହାଇଥାଏ |

ପ୍ରଶ୍ନ : ୬ ରୁମାଟଏଡ୍ ଆଥ୍ରାଇଟିସ୍ କିପରି ନିରୂପଣ କରାଯାଇଥାଏ?

ଏହି ରୋଗର ନିରୂପଣ ପ୍ରାୟତଃ ଲକ୍ଷଣରୁ ହିଁ ହୋଇଥାଏ । ରକ୍ତ ପରୀକ୍ଷା ଯେପରିକି ରୁମାଟଏଡ ଫ୍ୟାକ୍ଟର ଓ ଆଣ୍ଟି ସି.ସି.ପି. ମଧ୍ୟ କରାଯାଇ ଥାଏ । ଗଣ୍ଠିର ଏକ୍ସରେ ମଧ୍ୟ କରାଯାଇଥାଏ, ଯାହାଫଳରେ ଗଣ୍ଠିର ଅବସ୍ଥା ଜଣା ପଡିଥାଏ ।

ପ୍ରଶ୍ନ ୭: ଏହାର ସଫଳ ଚିକିତ୍ସା ପଦ୍ଧତି କ’ଣ ?

ରୁମାଟଏଡ୍ ଆଥ୍ରାଇଟିସ୍ ଯଥା ଶୀଘ୍ର ନିରୂପଣ କରାଯାଇ ଉପଯୁକ୍ତ ଚିକିତ୍ସା

ଦ୍ଵାରା ଗଣ୍ଠିର ନମନୀୟତା ବଜାୟ ରଖାଯାଇପାରେ । ଠିକ୍ ସମୟରେ ସଠିକ୍ ଚିକିତ୍ସା କଲେ ରୋଗୀଟି ଏକ ସାଧାରଣ ଜୀବନଯାପନ କରିଥାଏ । ନିୟମିତ ଔଷଧ ସେବନ ଦ୍ଵାରା ପ୍ରାୟତଃ ୧୦୦ ରୁ ୭୦ ଜଣଙ୍କ ରୋଗ ନିୟନ୍ତ୍ରଣ ହୋଇପାରି ଥାଏ । ଏହା ଛଡା ବାୟୋଲୋଜିକ୍ ଇଞ୍ଜେକସନ୍ ର ଦ୍ଵାରା ମଧ୍ୟ ଚିକିତ୍ସା କାରାଯାଇଥାଏ । ବାୟୋଲୋଜିକ୍ ଇଞ୍ଜେକସନ୍ ଦେବା ପୂର୍ବରୁ ଯକ୍ଷ୍ମା ରୋଗ, ହେପାଟାଇଟିସ୍ - ବି ଓ ହେପାଟାଇଟିସ୍ - ସି ର ରକ୍ତ ପରୀକ୍ଷା ମଧ୍ୟ କରାଯାଇଥାଏ |

ପ୍ରଶ୍ନ-୮: ବ୍ୟାୟାମ ଦ୍ଵାରା କିଛି ଲାଭ ମିଳିଥାଏ କି ?

ଡାକ୍ତରଙ୍କ ପରାମର୍ଶରେ ନିୟମିତ ବ୍ୟାୟାମ ଓ ଫିଜିଓଥେରାପି କରିବା ଦ୍ଵାରା ଗଣ୍ଠିର ନମନିୟତାକୁ ବଜାୟ ରଖି ହୁଏ । ତେଣୁ ସବୁବେଳେ ଉପଯୁକ୍ତ ଫିଜିଓଥେରାପି ଓ ବ୍ୟାୟାମ ନିହାତି ଆବଶ୍ୟକ ।

ପ୍ରଶ୍ନ- ୯:  ଗଣ୍ଠିବାତରେ ଖାଦ୍ୟପେୟ କ’ଣ ରହିବା ଉଚିତ୍ ?

ଗଣ୍ଠିବାତ ରୋଗୀଙ୍କ ଖାଦ୍ୟପେୟକୁ ନେଇ ଅନେକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି। କେବଳ ଗାଉଟ୍ ବା ୟୁରିକ୍ ଏସିଡ୍ ଜନିତ ଗଣ୍ଠିବାତ ରୋଗକୁ ଛାଡିଦେଲେ ଅନ୍ୟ କୌଣସି ଗଣ୍ଠିବାତ ରୋଗରେ କିଛି ଖାଦ୍ୟର ବାରଣ ନଥାଏ । ଧୂମପାନ ଓ ମଦ୍ୟପାନ ଦ୍ଵାରା ସମସ୍ତ ଗଣ୍ଠିବାତ ଉପରେ କୁ-ପ୍ରଭାବ ସୃଷ୍ଟି ହୋଇଥାଏ ଓ ସେଥିପାଇଁ ଧୂମପାନ ଏବଂ ମଦ୍ୟପାନ ସମ୍ପୂର୍ଣ୍ଣ ବନ୍ଦ କରିବା ଉଚିତ୍ । ବାସି ଖାଦ୍ୟ ନଖାଇ ସଜ ତିଆରି ହୋଇଥିବା ଉଷୁମ ଖାଦ୍ୟ ସ୍ଵାସ୍ଥ୍ୟ ପାଇଁ ବେଶ୍ ଉପକାରୀ ।

ପ୍ରଶ୍ନ ୧୦ : ଏହା କ’ଣ ଡ଼ିଆ ରୋଗ ?

ଗଣ୍ଠିବାତ ଆଦୌ ଡିଆ ରୋଗ ନୁହେଁ। ରୋଗୀଙ୍କ ସହିତ ଖାଇଲେ, ତାଙ୍କ ଲୁଗା ବ୍ୟବହାର କଲେ, ସହିତ ରହିଲେ । ଏହି ରୋଗ ଆଦୌ ହୋଇ ନଥାଏ |

ଆଧାର : ସ୍ୱାସ୍ଥ୍ୟ ବ୍ୟୁରୋ

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top