ହୋମ / ସ୍ଵାସ୍ଥ୍ୟ / ରୋଗ / ଗଳା କର୍କଟ ରୋଗୀଙ୍କ ପାଇଁ ବରଦାନ
ସେଆର କରନ୍ତୁ

ଗଳା କର୍କଟ ରୋଗୀଙ୍କ ପାଇଁ ବରଦାନ

ଗଳା କର୍କଟ ରୋଗୀଙ୍କ ପାଇଁ ଶୁଭ ଖବର

ଉପକ୍ରମ

ଗଳା କର୍କଟ ରୋଗୀଙ୍କ ପାଇଁ ଶୁଭ ଖବର ଆଣି ଆସିଛନ୍ତି ବାଙ୍ଗାଲୋରର ଡାକ୍ତର ବିଶାଳ ରାଓ। ସେ ତିଆରି କରିଛନ୍ତି ଏମିତି ଏକ ଯନ୍ତ୍ର ଯାହାକୁ ବ୍ୟବହାର କରି ଏହି ରୋଗୀ ମାନେ ପୁଣି ଥରେ କଥା ହୋଇପାରିବେ। ଏହି ଯନ୍ତ୍ରଟିର ଦାମ କେତେ ଜାଣିଛନ୍ତି? ମାତ୍ର ୫୦ ଟଙ୍କା। ଏହା ପୂର୍ବରୁ କୃତ୍ରିମ ଧ୍ଵନି ଯନ୍ତ୍ର ପାଇଁ ଗଳା କର୍କଟ ରୋଗୀମାନଙ୍କୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ଆଉ ଗରିବ ରୋଗୀ ମାନେ ପଇସା ଅଭାବରୁ ଏହି କୃତ୍ରିମ ଯନ୍ତ୍ର କିଣିବା ପାଇଁ ଅନେକ ଅସୁବିଧା ଭୋଗୁଥିଲେ। ଏବେ ସେମାନଙ୍କ ପାଇଁ ଡାକ୍ତର ବିଶାଳଙ୍କ ୫୦ ଟଙ୍କିଆ ଧ୍ଵନି ଯନ୍ତ୍ର ବରଦାନ ସାବ୍ୟସ୍ତ ହୋଇଛି। ଏହା ସହାୟତାରେ ସେମାନେ ଆଉ ଥରେ କଥା କହିପାରିବା ଚିନ୍ତା କରିପାରୁଛନ୍ତି।

The Times of India କୁ ଏହି ବିଷୟରେ ସାକ୍ଷାତକାର ଦେଇ ଡାକ୍ତର ବିଶାଳ କୁହନ୍ତି,“ଗଳା କର୍କଟ ଅସ୍ତ୍ରୋପଚାର ପରେ ରୋଗୀ ମାନେ କଥା କହିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି। କର୍କଟ ରୋଗ ସହ କଥା ନକହି ପରିବାର ଗ୍ଳାନି ସେମାନଙ୍କୁ ମାନସିକ ଭାବେ ଯନ୍ତ୍ରଣା ମଧ୍ୟ ଦେଇଥାଏ। ବଜାରରେ ଉପଲବ୍ଧ କୃତ୍ରିମ ଧ୍ଵନି ଯନ୍ତ୍ର ଗୁଡିକର ଦାମ ପାଖାପାଖି ୨୦ ହଜାର ଟଙ୍କା ଓ ଏହି ମୂଲ୍ୟ ପ୍ରତି ଛଅ ମାସରେ ବଦଳି ଥାଏ। ଗରିବ ରୋଗୀ ମାନେ ଏତେ ପଇସା ଦେଇ କୃତ୍ରିମ ଧ୍ଵନି ଯନ୍ତ୍ର କିଣି ପାରନ୍ତି ନାହିଁ। ସେହି ମାନଙ୍କୁ କମ ଦାମରେ କୃତ୍ରିମ ଧ୍ଵନି ଯନ୍ତ୍ର ଯୋଗାଇ ଦେବା ମୋର ଲକ୍ଷ୍ୟ ଥିଲା।“

ଓମ

ଡାକ୍ତର ବିଶାଳ ଏହି କୃତ୍ରିମ ଧ୍ଵନି ଯନ୍ତ୍ରର ନାମ “ଓମ” ରଖିଛନ୍ତି। ଏହାର ଓଜନ ମାତ୍ର ୨୫ ଗ୍ରାମ। ଓମ ନାମକରଣ ଉପରେ ମତ ରଖି ବିଶାଳ କୁହନ୍ତି, “ ଗଳା କର୍କଟ ଅସ୍ତ୍ରୋପଚାର ପରେ ଆଉ ଥରେ କଥା କହି ପାରିବା ଠିକ ପୁନର୍ଜନ୍ମ ଲାଭ କଲା ପରି। ସେଥିପାଇଁ ଆମେ ଯନ୍ତ୍ରର ନାମ ଓମ ରଖିଛୁ”। ଏହି ଯନ୍ତ୍ରକୁ ରୋଗୀର ବେକରେ ରଖା ଯାଏ ଓ ତା'ର ଖାଦ୍ୟନଳୀ ସହ ସଂଯୁକ୍ତ କରିଦିଆଯାଏ। ତାପରେ ଏହା ଗୋଟିଏ ଧ୍ଵନି ଯନ୍ତ୍ର ଭଳି କାର୍ଯ୍ୟ କରିଥାଏ।

ଆଧାର : yourstory

2.66666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top