ହୋମ / ସ୍ଵାସ୍ଥ୍ୟ / ରୋଗ / ଗ୍ରେଭସ ରୋଗ
ସେଆର କରନ୍ତୁ

ଗ୍ରେଭସ ରୋଗ

ଏକ ପ୍ରକାର ଅଟୋଇମ୍ମ୍ୟୁନ ରୋଗ ଯାହାଥାଇରଏଡ ଗ୍ରନ୍ଥିକୁ ଆକ୍ରମଣ କରେ ।

ଗ୍ରେଭସ ରୋଗ

ଗ୍ରେଭସ ରୋଗ, (ଇଂରାଜୀରେ Graves' disease, ବା toxic diffuse goiter ବା Flajani-Basedow-  Graves disease, ଏକ ପ୍ରକାର ଅଟୋଇମ୍ମ୍ୟୁନ ରୋଗ ଯାହାଥାଇରଏଡ ଗ୍ରନ୍ଥିକୁ ଆକ୍ରମଣ କରେ । ଏହି ଆକ୍ରମଣ ଫଳରେ ହାଇପରଥାଇରଏଡିଜମ ଓ ବର୍ଦ୍ଧିତ ଥାଇରଏଡ ଗ୍ରନ୍ଥି ବା ଗଏଟର ହୁଏ । ଏହି ରୋଗର ଚିହ୍ନ ଓ ଲକ୍ଷଣ: ଚିଡ଼ଚିଡ଼ା ସ୍ୱଭାବ, ମାଂସପେଶୀ ଦୁର୍ବଳତା, ଶୋଇବା ଅସୁବିଧା, ଦୃତ ହୃତ ସ୍ପନ୍ଦନ, ତରଳ ଝାଡ଼ା ଓ ଓଜନ ହ୍ରାସ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଆଣ୍ଠୁରୁ ବଳାଗଣ୍ଠି ପର୍ଯ୍ୟନ୍ତ ଲମ୍ବି‌ଥିବା ଅସ୍ଥିସାମନା ଚର୍ମ ମୋଟା ହୋଇଯାଏ ଯାହାକୁ ପ୍ରିଟିବିଆଲ ମିକସିଡିମା କୁହାଯାଏ ଓ ଆଖି ଡୋଳା ତା ଯାଗାରୁ ପଦାକୁ ବାହାରି ଆସେ ଯାହାକୁ ଏକ୍ସୋଫଥାଲମସ ବା ଗ୍ରେଭସ ଅଫଥାଲମୋପାଥି କୁହାଯାଏ । ୨୫ % ରୁ ୮୦ % ଲୋକଙ୍କର ଆଖି ଅସୁବିଧା ଦେଖାଯାଏ ।

କାରଣ

ଏହି ରୋଗର ସଠିକ କାରଣ ସ୍ପଷ୍ଟ ନ ଥିଲେ ମଧ୍ୟ ଜେନେଟିକ ଓ ପରିବେଶର ମିଶ୍ରିତ ପ୍ରଭାବ ଯୋଗୁ ହେଉଥିବା ବିଶ୍ୱସା କରାଯାଏ । ପରିବାରରେ ଯଦି କାହାର ଏହି ରୋଗ ଥାଏ ତେବେ ସେହି ପରିବାରର ଅନ୍ୟମାନଙ୍କୁ ରୋଗ ହେବା ସମ୍ଭାବନା ଥାଏ । ଜମଜ ସନ୍ତାନ ମଧ୍ୟରୁ ଜଣକର ଥିଲେ ଆଉ ଜଣେ ୩୦ % ରୋଗ ଭୋଗିବା ସମ୍ଭାବନା ଥାଏ । ମାନସିକ ଚାପ, ସଂକ୍ରମଣ ଓ ଶିଶୁ ଜନ୍ମ କଲାବେଳେ ଏହା ଟ୍ରିଗର ଭଳି କାମ କରେ । ଟାଇପ ୧ ଡାଏବେଟିସ ଓ ରିଉମାଟଏଡ ଆର୍ଥ୍ରାଇଟିସ ଭଳି ଅଟୋଇମ୍ମ୍ୟୁନ ରୋଗ ଥିଲେ ଏହି ରୋଗ ସମ୍ଭାବନା ରହେ ।ଧୂମ୍ରପାନ କଲେ ଏହି ରୋଗ ସଙ୍କଟ ବଢ଼େ ଓ ଚକ୍ଷୁ ଅସୁବିଧା ଆହୁରି ଖରାପ ହୁଏ । ଥାଇରଏଡ ସ୍ଟିମୁଲେଟିଙ୍ଗ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (ଟିଏସଆଇ) ନାମକ ଏକ ଆଣ୍ଟିବଡି ଯୋଗୁ ଏହି ରୋଗ ହୁଏ ଓ ଏହାର ଶରୀରରେ ଥିବା ଥାଇରଏଡ ସ୍ଟିମୁଲେଟିଙ୍ଗ ହରମୋନ (ଟିଏସଏଚ) ‌ସ‌ହ ସମ‌ପ୍ରଭାବ ଥାଏ । ଏହି ଆଣ୍ଟିବଡି ପ୍ରଭାବ ଯୋଗୁ ଥାଇରଏଡ ଗ୍ରନ୍ଥି ଅଧିକ ଥାଇରଏଡ ହରମୋନ ନିର୍ଗତ କରେ । ରୋଗ ଲକ୍ଷଣ ଓ ରକ୍ତ ପରୀକ୍ଷା କରି ସନ୍ଦେହ କରାଯାଏ କିନ୍ତୁ ରେଡିଓଆୟୋଡିନ ଅପଟେକ ପରୀକ୍ଷା କରି ନିଧାର୍ଯ୍ୟ କରାଯାଏ । ରକ୍ତ ପରୀକ୍ଷାରେ ଅଧିକ ଟ୍ରାଇଆୟୋଡୋଥାଇରୋନିନ|ଟିଓ ଟି୪, କମ ଟିଏସଏଚ, ଥାଇରଏଡ ଗ୍ରନ୍ଥିର ସମସ୍ତ ସ୍ଥାନରେ ଅଧିକ ରେଡୋଆୟୋଡିନ ଅପଟେକ ଓ ଟିଏସଆଇ ଆଣ୍ଟିବଡି ମିଳେ ।

ଚିକିତ୍ସା

ତିନି ପ୍ରକାର ଚିକିତ୍ସା ସୁବିଧା ମିଳେ: ଔଷଧ, ଥାଇରଏଡ ଅପରେଶନ ଓ ରେଡିଓଆୟୋଡିନ ଥେରାପି । ରେଡିଓଆୟୋଡିନ ଥେରାପିରେ ପାଟିବାଟେ ଆୟୋଡିନ-୧୩୧ ଦିଆଯାଏ ଯାହା ସପ୍ତାହ ବା ମାସାଧିକ କାଳ ଧରି ଥାଇରଏଡ ଗ୍ରନ୍ଥିକୁ ନଷ୍ଟ କରିଦିଏ । ଏତଦ୍ୱାରା ଜାତ ହେଉଥିବା ହାଇପୋଥାଇରଏଡିଜ୍ମକୁ କୃତ୍ରିମ ଥାଇରଏଡ ହରମୋନ ଦେଇ ଚିକିତ୍ସା କରାଯାଏ । ଏହାର ଲକ୍ଷଣ‌ଗୁଡ଼ିକୁବିଟାବ୍ଲକର ନିୟନ୍ତ୍ରଣ କରେ ଓ ମେଥିମାଜୋଲ ଭଳି ଆଣ୍ଟିଥାଇରଏଡ ଔଷଧ ସାମୟିକ ଭାବେ ଅନ୍ୟ ଔଷଧମାନଙ୍କର କ୍ରିୟା ଆରମ୍ଭ ହେବା ପର୍ଯ୍ୟନ୍ତ ରୋଗୀକୁ ସାହାଯ୍ୟ କରେ । ଅପରେଶନ କରି ଥାଇରଏଡ ବାହାର କରିଦେବା ଆଉ ଏକ ପନ୍ଥା । ଆଖି ଅସୁବିଧା ନିମନ୍ତେ ଅଧିକ ଚିକିତ୍ସା ଆବଶ୍ୟକ ହୁଏ ।

ଗ୍ରେଭସ ରୋଗ ଜନସଂଖ୍ୟାର ୫ % ଲୋକଙ୍କୁ ଆକ୍ରମଣ କରେ । ପୁରୁଷ ରୋଗୀ ସଂଖ୍ୟା ଅପେକ୍ଷା ମହିଳା ରୋଗୀ ସଂଖ୍ୟା ପ୍ରାୟ ୭.୫ ଗୁଣ ଅଧିକ ହୁଏ । ଏହାର ଆରମ୍ଭ ବୟସ ୪୦ ରୁ ୬୦ ମଧ୍ୟରେ ଥାଏ । ଆମେରିକାରେ ହାଇପରଥାଇରଏଡିଜମର ଏହା ଏକ ମୂଖ୍ୟ କାରଣ (ପ୍ରାୟ ୫୦ % ରୁ ୮୦ %) ।  ସନ ୧୮୩୫ରେ ଏହି ରୋଗ ବିଷୟରେ ପ୍ରଥମେ ରବର୍ଟ ଜେମସ ଗ୍ରେଭସ ବର୍ଣ୍ଣନା କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଥିଲା । ପୂର୍ବରୁ ଏହା ବିଷୟରେ ମଧ୍ୟ ଅନେକ ଲୋକ ବର୍ଣ୍ଣନା କରିଛନ୍ତି ।

ଆଧାର

"graves-disease"

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top