ହୋମ / ସ୍ଵାସ୍ଥ୍ୟ / ରୋଗ / ଛୋଟ କଥା ନୁହେଁ ଘା’ ଆ
ସେଆର କରନ୍ତୁ

ଛୋଟ କଥା ନୁହେଁ ଘା’ ଆ

କୌଣସି କ୍ଷେତ୍ରରେ ଘା’ ଆଟିକୁ ମାମୁଲି ଭାବନ୍ତି ନାହିଁ ଚିକିତ୍ସା କ୍ଷେତ୍ରରେ ଆମ୍ଭେମାନେ ଦେଖୁ ଅଧିକାଂଶ କ୍ଷେତ୍ରରେ ଅବହେଳାର ଶିକାର ହୋଇ ଭୁଲ ଔଷଧ ବା ଇଞ୍ଜେକ୍ସନି କିମ୍ବା ସଂକ୍ରମଣ କାରଣରୁ ଯନ୍ତ୍ରଣାଦାୟକ ଘା’ଆଟି ରୋଗୀଟି ପାଇଁ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ ।

ଅବହେଳା

ବ୍ୟକ୍ତିଗତ ଅନୁଭୂତିର କଥା । ଜଣେ ପରିଚିତ ବନ୍ଧୁ ନିୟମିତ ବ୍ୟବଧାନରେ ଗଣମାଧ୍ୟାମ ବୃତ୍ତିସହ ଜଡିତଥିବାରୁ ରାଜ୍ୟର ବିଚ୍ଛିନ୍ନାଞ୍ଚଳ ବା ଉପାନ୍ତ ଅଞ୍ଚଳ କୁହାଯାଉଥିବା  ସ୍ଥାନ୍ତରେ ସାମୟିକ ଭାବେ କିଛିଦିନ କର୍ତ୍ତବ୍ୟ ସମ୍ପାଦନ ଭିତରେ ନିଜର ପୂର୍ବ ଅସ୍ଥିଶଲ୍ୟ ଯନ୍ତ୍ରଣା ଜନିତ ଉପସମ ପାଇଁ ଯନ୍ତ୍ରଣା ନିବାରକ ବା କଥାକରଥିତ ଷ୍ଟିରଏଡ୍ ଇଞ୍ଜେକ୍ସନ ନେଇଥାନ୍ତି । ତାହା ପୁଣି ସ୍ଥାନୀୟ କ୍ଵାକ୍ ମାନଙ୍କ ଦ୍ଵାରା ଫଳ ଯାହା ହୁଏ ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ସମ୍ପର୍କ ପାଇଁ ତାଙ୍କୁ ଡ୍ରେସିଂ, ଚିକିତ୍ସା କଲା ସମୟରେ ମୁଁ ଶିହରୀତ ହୋଇଯାଏ । ଜଣେ ଯୁବକ ବୃଦ୍ଧି ଓ ଜ୍ଞାନୀ ହୋଇବି  ବନ୍ଧୁଜଣଙ୍କ ଯେଉଁ ଯନ୍ତ୍ରଣା ପାଇଥାନ୍ତି ତାହା ତାଙ୍କୁ ପାଇଁ ଦୀର୍ଘଦିନର ଡ୍ରେସିଂ ସହିତ ଚିକିତ୍ସା ବି ଜରୁରୀ ହୋଇଥାଏ । ପ୍ରସଙ୍ଗ ହେଉଛି କୌଣସି କ୍ଷେତ୍ରରେ ଘା’ ଆଟିକୁ ମାମୁଲି ଭାବନ୍ତି ନାହିଁ ଚିକିତ୍ସା କ୍ଷେତ୍ରରେ ଆମ୍ଭେମାନେ ଦେଖୁ ଅଧିକାଂଶ କ୍ଷେତ୍ରରେ ଅବହେଳାର ଶିକାର ହୋଇ ଭୁଲ ଔଷଧ ବା ଇଞ୍ଜେକ୍ସନି କିମ୍ବା ସଂକ୍ରମଣ କାରଣରୁ ଯନ୍ତ୍ରଣାଦାୟକ ଘା’ଆଟି ରୋଗୀଟି ପାଇଁ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ସବୁଠାରୁ ପ୍ରାଥମିକ ପ୍ରସଙ୍ଗ ହେଉଛି ଏ କ୍ଷେତ୍ରରେ ସଚେତନତା । ହ୍ଵିତୀୟତଃ କୌଣସି ସ୍ଥିତିରେ ବି ଘା’ ଆଟିକୁ ମାମୁଲି ଣ ଭାବି ସର୍ଜରୀ ବିଶେଷଜ୍ଞ ବା ସ୍ଥାନୀୟ ସରକାରୀ ଚିକିତ୍ସାଲୟର ସୁଯୋଗ ନେବା ଜରୁରୀ ତୁଟୁକା ତୁଟୁକି, ଗାଁ ଗାଉଁଲୀ ଚିକିତ୍ସା ବା ଗୁଣୀଟୁଣୀ ଏପରିକି କ୍ଵାକ୍ ମାନଙ୍କ ଦ୍ଵାରା ଚିକିତ୍ସା ହେବା ସଂପୂର୍ଣ୍ଣ ଭାବେ ଅନୁଚିତ । ପ୍ରାଥମିକ ସ୍ତରରେ ଘା’ ଆଟି ଏକ ଉପସର୍ଗ ସ୍ଥିତିରେ ଥାଏ । ଚିକିତ୍ସାରେ ହେଲା, ସଚେତନତାର ଅଭାବ ବା ତଥାକଥିତ କ୍ଵାକ୍ ଙ୍କ ସହାୟତା ବା ସଂକ୍ରମଣ କାରଣରୁ ଏହା ଯନ୍ତ୍ରଣା ଦାୟକ ହେବା ସହ ସର୍ଜରୀର ଜରୁରୀ ଲୋଡା ହୋଇଥାଏ ।

ଘା’ ର ସଠିକ ଚିକିତ୍ସା

କେବଳ ଗାଁ ଗହଳିରେ ନୁହେଁ ଅଧିକାଂଶ ସହରୀ ଲୋକଙ୍କ ଭିତରେ କେଜାଣି କାହିଁକି ଘା’ ଆକୁ ହେୟ ଜ୍ଞାନ ଦୃଷ୍ଟିରେ ଦେଖି କେହି କେହି ନିଜେ ନିଜେ ଫୋଡାଫୋଡି, ଚିପା ଚିପି ବା ମନେ ମନେ ପେନକିଲର ଖାଇଦେଇଥାନ୍ତି । କିନ୍ତୁ ଏହା ହୁଏତ ସାମୟିକ ଭାବେ ରୋଗୀଟିକୁ ହାଲକା ଯନ୍ତ୍ରଣା ଦେଇଥାଏ କିନ୍ତୁ ପରବର୍ତ୍ତୀ ସମୟରେ ଏହା ତାହା ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥାଏ । ସଂକ୍ରମଣ ଘାତକ ସାବ୍ୟସ୍ତ ହୋଇଥାଏ । ସଂକ୍ରମଣ କାରଣରୁ ଦୀର୍ଘଦିନ ବିଚଣାରେ ପଡି ରୋଗୀତିକୁ ନିୟମିତ ଡ୍ରେସିଂ କରିବାକୁ ପଡିଥାଏ । ଆଉ କେତେକ କ୍ଷେତ୍ରରେ ଦୀର୍ଘଦିନ ବିଛଣା ଅନ୍ୟ କୌଣସି କାରଣରୁ ରୋଗୀଟି ଚିକିତ୍ସା ହେଉଥିଲେ କେତେକ କ୍ଷେତ୍ରରେ ବେଡ୍ ବେଡ୍ ସୋର ହୋଇଥାଏ । ଯାହାକି ପ୍ରାଥମିକ ସମୟରେ ସତର୍କତା ଅବଲମ୍ବନ କରିଥିଲେ ହୁଏତ ଏହି ଯନ୍ତ୍ରଣା ରୋଗୀଟି ପାଇନଥାନ୍ତା କିନ୍ତୁ ତାହା ପାଇଁ କ୍ଵଚିତ୍ ଚିନ୍ତା କରିଥାନ୍ତି । ଆଉ ଗୋଟିଏ ସବୁଠାରୁ ବଡ ଚିନ୍ତାଜନକ ଓ ଉଦ୍ ବେଗଜନକ ପ୍ରସଙ୍ଗ ହେଉଛି ବିଶେଷକରି ଯୁବବର୍ଗଙ୍କ ଭିତରେ ନିଶାଗ୍ରସ୍ତ ଚିନ୍ତାଧାରା । ନିଶାସେବାନ ସହଜେ ତ ଜଣଙ୍କୁ ସର୍ବସ୍ଵାନ୍ତ କରି ସବୁକିଛି ଛଡାଇ ନେଇଥାଏ ତେବେ ଏହାର ଉୟାନକ ଦିଗ ହେଉଛି ଆଜିକାଲି ଖୁବ୍ ମୁଲ୍ୟରେ ନିଶା ଇଞ୍ଜେକ୍ସନ ବଜାରରେ ଉପଲବ୍ଧ ହେଉଥିବାରୁ ଯୁବବର୍ଗ ଏହାକୁ ଅନ୍ୟ ମାଦକ ଦ୍ରବ୍ୟ ଅପେକ୍ଷା ସହଜ ଓ ସୁଲଭରେ ପାଇପାରିଥାନ୍ତି । ଦିନ ଦିନ, ମାସ ମାସ ଧରି ଶରୀରର ଅତ୍ୟନ୍ତ ସମ୍ବେଦନଶୀଳ ଚରମ ସ୍ଥାନ ଉୟଙ୍କର ଭାବେ ପ୍ରଭାବିତ ହୋଇ ପରବର୍ତ୍ତୀ ସମୟରେ ଭୟାନକ ଘା’ ଆ ସବୁ ସୃଷ୍ଟି କରିଥାଏ ଯାହାର ଚିକିତ୍ସା ସର୍ଜରୀ ଚିକିତ୍ସା ଇତିହାସରେ ନିହାତି ବିଳମ୍ବ ଜନିତ ଏବଂ କେତେକ କ୍ଷେତ୍ରରେ ଛୋଟ ଛୋଟ ବିଭିନ୍ନ ସ୍ଥାନରେ ଅପରେସନ୍ କରିବାକୁ ପଡିଥାଏ । ଶରୀରର ପିଚା, ଜଙ୍ଘ  ମାଂସପେଶୀ ଓ ନିତମ୍ବ ସଂଲଗ୍ନ ସ୍ଥାନ ଏପରିକି କେତେକ ନିଶାଖୋର ଗୋଡିର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ଉତ୍କଟ ଓ ବିସଜ୍ଜନକ ଯେଉଁ ନିଶା ଇଞ୍ଜେକ୍ସନ ନେଇଥାନ୍ତି ତାହାର ଚିକିତ୍ସା ଅସମ୍ଭବ ହେଉଥିଲେ ବି ଏହା ଜଣେ ସର୍ଜନ ପାଇଁ ବଡ ଆହ୍ଵାନ ସୃଷ୍ଟି କରିଥାଏ । ଦୀର୍ଘଦିନ ଧରି ଏଥିପାଇଁ ମାନସିକ ସ୍ତରରେ ଧୌର୍ଯ୍ୟ ଓ ସଚେତନତା ସହ ସର୍ଜନଙ୍କ ଉପରେ ବିଶ୍ଵାସ ନିହାତି ଲୋଡା । ହିଁ, କେତେକ କ୍ଷେତ୍ରରେକୌଣସି ଛୋଟ ଦୁର୍ଘଟଣା ହେଉ ବା ଆକସ୍ମିକ ଘଟନା ପାଇଁ ସଂଗଠିତ ଘା’ ଆ ଗୁଡିକ ହେଲା । କାରଣରୁ ଏବଂ ଏହାକୁ ପ୍ରାଥମିକ ସ୍ତରରେ ଚିକିତ୍ସା କରାନଯାଉଥିବାରୁ ପରବର୍ତ୍ତୀ ସମୟରେ ଏହା ବଡ ଘା’ଆ ଭାବେ ସଂକ୍ରମିତ ହୋଇ ରୋଗୀଟି ପାଇଁ ଅଧିକ ଯନ୍ତ୍ରଣା ସହ ଦୀର୍ଘଦିନର ଚିକିତ୍ସା ଲୋଡିଥାଏ । ତେବେ ଏ କ୍ଷେତ୍ରରେ ସେମାନେ ମନେରଖିବା ଉଚିତ୍ ସରକାରଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲାସ୍ତରୀୟ ଡାକ୍ତରଖାନା ଠାରୁ ରାଜ୍ୟର ବଡମେଡିକାଲରେ ସରକାରୀ ବ୍ୟବସ୍ଥାରେ ବିନା ମୂଲ୍ୟରେ ଡ୍ରେସିଂର ସୁବିଧା ରହିଛି । ସର୍ଜନଙ୍କ ପରାମର୍ଶ ଏବଂ ତତ୍ତ୍ଵାବଧାନରେ ପ୍ରଶିକ୍ଷିତ ଡ୍ରେସର ଏହି ଘା’ ଆକୁ ସୂଚାରୁ ରୂପେ ସଫା କରି ଡ୍ରେସିଂ କରିଥାନ୍ତି । ଏହି ସୁଯୋଗ ନେବା କଥା ଆଉ ଗୋଟିଏ ବଡକଥା ହେଉଛି କୌଣସି କ୍ଷେତ୍ରରେ ଇଞ୍ଜେକ୍ସନ ନେବା ସମୟରେ ଡିସ୍ପୋଜେବଲ ସିରିଞ୍ଜ ବ୍ୟବହାର କରନ୍ତୁ । କାରଣ ଅନ୍ୟଲୋକର ସିରିଞ୍ଜି ନିଶ୍ଚିତ ଭାବରେ ସଂକ୍ରମଣର କାରଣ ହୋଇଥାଏ । ପ୍ରାଥମିକ ସ୍ତରରେ ଘା’ ଆଟିକୁ ସର୍ଜନଙ୍କ ପରାମର୍ଶ ନେଲେ ଏହା ଖୁବ୍ କସ୍ପିନରେ ଆରୋଗ୍ୟସାଧ୍ୟ ହୋଇପାରିବ । କିନ୍ତୁ ଏହାକୁ ବିଳମ୍ବ ବା ହେଲା କଲେ ଏହା ଆପଣଙ୍କ ପାଇଁ ଯନ୍ତ୍ରଣା ଦାୟକ ହେବା ସହ ଦୀର୍ଘ ଚିକିତ୍ସାର କାରଣ ବି ପାଲଟିବ ।

ଆଧାର

ସଂଚାର

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top