ହୋମ / ସ୍ଵାସ୍ଥ୍ୟ / ରୋଗ / ଜାପାନିକ୍ ଏନସେଫାଲାଇଟିସ୍ (ଜେ.ଇ.) ରୋଗ ବିଷୟରେ କେତୋଟି ଜାଣିବା କଥା
ସେଆର କରନ୍ତୁ

ଜାପାନିକ୍ ଏନସେଫାଲାଇଟିସ୍ (ଜେ.ଇ.) ରୋଗ ବିଷୟରେ କେତୋଟି ଜାଣିବା କଥା

ଜାପାନିଜ୍ ଏନସେଫାଲାଇଟିସ୍ (ଜେ.ଇ) ଏକ ଭୂତାଣୁ ଜନିତ ରୋଗ ।

ଜେ.ଇ. ରୋଗ କଣ?

ଜାପାନିଜ୍ ଏନସେଫାଲାଇଟିସ୍ (ଜେ.ଇ) ଏକ ଭୂତାଣୁ ଜନିତ ରୋଗ ।

ଏହି ରୋଗ କିପରି ବ୍ୟାପେ

ଏକ ପ୍ରକାର କ୍ୟୁଲେକ୍ସ ମଶା କାମୁଡିବା ଦ୍ଵାରା  ଏହି ରୋଗ ବ୍ୟାପିଥାଏ । ଏହି ମଶା ଗାଡିଆ, ଜଳସେଚିତ ଚାଷଜମି ଓ  ଜମିରହିଥିବା ଅପରିଷ୍କାର ପାଣିରେ ଏହି ମଶା  ସନ୍ଧ୍ୟାବେଳେ କାମୁଡିଥାଏ । ଜେ.ଇ ଭୂତାଣୁ ଘୁଷୁରୀଠାରୁ ଘୁଷୁରୀକୁ କିମ୍ବା ପାଣିପକ୍ଷୀଠାରୁ ପାଣିପକ୍ଷୀମାନଙ୍କୁ ମଶାଦ୍ଵାରା ସଂକ୍ରମିତ ହୋଇଥାଏ । କେତେକ ସମୟରେ ଘୁଷୁରୀ ଓ ପାଣିପକ୍ଷୀମାନଙ୍କର ବାସସ୍ଥାନ ନିକଟରେ ବାସକରୁଥିବା ମଣିଷମାନଙ୍କୁ ସଂକ୍ରମିତ ମଶା କାମୁଡିବା ଦ୍ଵାରା ଏହି ରୋଗ ମଧ୍ୟ ବ୍ୟାପିଥାଏ । ଏହି ରୋଗରେ ମୁଖ୍ୟତଃ ୧ରୁ ୧୫ ବର୍ଷର ପିଲାମାନେ ଆକ୍ରାନ୍ତ ହୋଇଥାନ୍ତି ।

ଲକ୍ଷଣ

ଅତ୍ୟଧିକ ଜ୍ଵର ସହ ବାନ୍ତି, ମୁଣ୍ଡବିନ୍ଧା, ବାଉଳିଚାଉଳି ହେବା, ବାତ ମାରିବା ତଥା ବେହୋସ୍ ହେଲାଭଳି ଲକ୍ଷଣମାନ ଦେଖାଯାଇପାରେ ।

ଚିକିତ୍ସା

  • ଏହି ରୋଗକୁ ଅନୁସାରେ ଚିକିତ୍ସା କରାଯାଏ ।
  • ରୋଗର କୌଣସି ଲକ୍ଷଣ ଦେଖିବା ମାତ୍ର ଅତିଶୀଘ୍ର ଆଶା ଦିଦି, ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାଇବେ ।

ଏ ରୋଗରୁ ରକ୍ଷାପାଇବେ କିପରି ?

  • ଦେହକୁ ପୁରା ଘୋଡାଇ ରଖିବାପରି ପୋଷାକ ପିନ୍ଧିବେ ।
  • ପ୍ରତିଦିନ ମଶାରୀ ଟାଣି ଶୋଇବେ ।
  • ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶା ବିକର୍ଷଣକାରୀ ମଲମବା ତେଲ ( ନିମ୍ବ/କରଞ୍ଜ) ଲଗାଇବା ସହିତ ଘରେ ନିମ୍ବପତ୍ର କିମ୍ବା ଝୁଣା ଧୂଆଁ ଦେବେ ।
  • ଘରଭିତରେ ଓ ଆଖପାଖରେ ପାଣି କମିବାକୁ ଦେବେନାହିଁ ।
  • ଘୁଷୁରୀମାନଙ୍କୁ ମଣିଷ ରହିବା ସ୍ଥାନଠାରୁ ୨-୩ କି.ମି. ଦୂରରେ ରଖିବେ ।
  • ଘୁଷୁରୀଙ୍କୁ ସବୁ ଜାଗାରେ ଛାଡ଼ିବୁଲିବାକୁ ଛାଡିବେ ନାହିଁ ।
  • ପିଲାମାନଙ୍କୁ ଘୁଷୁରୀ ତଥା ପାଣିପକ୍ଷୀ ରହୁଥିବା ସ୍ଥାନ ନିକଟରେ ଖେଳିବା ବୁଲିବା ପାଇଁ ଛାଡିବେ ନାହିଁ ।
  • ମଶା ଧୂଆଁ( ଫଗିଙ୍ଗ)ଵ ଦିଆଯାଉଥିବା ସମୟରେ ଘରର କବାଟ ଝରକାକୁ ଖୋଲା ଘରର କବାଟ ଝରକାକୁ ଖୋଲା ରଖିବେ ।

ମନେରଖନ୍ତୁ

“ମଣିଷଠାରୁ ମଣିଷକୁ ଏହି ରୋଗ ବ୍ୟାପିଥାଏ ।

ଆଧାର

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top