ହୋମ / ସ୍ଵାସ୍ଥ୍ୟ / ରୋଗ / ଟ୍ରାକୋମା
ସେଆର କରନ୍ତୁ

ଟ୍ରାକୋମା

ଟ୍ରାକୋମା ବା ଗ୍ରାନୁଲାର କଞ୍ଜକ୍ଟିଭାଇଟିସ ଏକ ସଂକ୍ରମଣକାରୀ ରୋଗ ଯାହା କ୍ଲାମିଡିଆ ଟ୍ରାକୋମାଟିସ ଜୀବାଣୁଦ୍ୱାରା ହୁଏ ।

ଟ୍ରାକୋମା

ଟ୍ରାକୋମା ବା ଗ୍ରାନୁଲାର କଞ୍ଜକ୍ଟିଭାଇଟିସ ବା ଇଜିପ୍‌ସିଆନ ଅଫ୍‌ଥାଲ୍‌ମିଆ ବା ବ୍ଲାଇଣ୍ଡିଙ୍ଗ ଟ୍ରାକୋମା (ଇଂରାଜୀରେ ଯାଥାକ୍ରମେ Trachoma, granular conjunctivitis), Egyptian ophthalmia), ଓ blinding trachoma) ଏକ ସଂକ୍ରମଣକାରୀ ରୋଗ ଯାହା କ୍ଲାମିଡିଆ ଟ୍ରାକୋମାଟିସ ଜୀବାଣୁଦ୍ୱାରା ହୁଏ ।ଏହି ରୋଗଦ୍ୱାରା ଆଖିପତାର ଭିତର ପାଖରେ ଗ୍ରାନୁଲେସନ (granulation) ତନ୍ତୁ ତିଆରି ହୋଇ ଅସମାନ ବା ଆବୁଡ଼ାଖାବୁଡ଼ା ହୋଇଯାଏ । ଏହି ଅସମାନତା ଯୋଗୁ ଆଖିରେ ଯନ୍ତ୍ରଣା ହୁଏ, କର୍ନିଆର ବାହାର ସ୍ତର ନଷ୍ଟ ହୋଇଯାଇ ଅନ୍ଧତ୍ୱ ସମ୍ଭାବନା ରହେ ।

ଟ୍ରାକୋମା ରୋଗୀର ଆଖି ଓ ନାକର ପ୍ରତ୍ୟକ୍ଷ ବା ପରୋକ୍ଷ ସଂସ୍ପର୍ଷରେ ସୁସ୍ଥ ଲୋକ ଆସିଲେ ରୋଗ ଡିଏଁ ।ଲୁଗାପଟାଦ୍ୱାରା ବା ରୋଗୀର ଆଖି ଓ ନାକ ସଂସ୍ପର୍ଶରେ ଆସିଥିବା ମାଛିଦ୍ୱାରା ପରୋକ୍ଷ ସଂକ୍ରମଣ ହୁଏ । ବର୍ଷାଧିକ କାଳ ଅନେକ ଥାର ସଂକ୍ରମଣ ହେଲେ ଆଖି ପତା ଅସମାନ ହେବାପରେ ପତା ବାଳ ଡୋଳା ସ‌ହ ଘଷିହୁଏ । ବ‌ୟଷ୍କଙ୍କ ଅପେକ୍ଷା ପିଲାମାନଙ୍କଦ୍ୱାରା ଏହି ରୋଗ ଅଧିକ ଦିଏଁ ।ଦରିଦ୍ର ପରିମଳ ବ୍ୟବସ୍ଥା, ଅଧିକ ଲୋକଙ୍କର ସହାବସ୍ଥାନ, ଅଶୁଦ୍ଧ ଜଳ ଓ ଖରାପ ପାଇଖାନା ବ୍ୟବସ୍ଥା ଏହି ରୋଗ ବ୍ୟାପିବାରେ ସହଯୋଗ କରେ ।

ବିଷୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥା କରି ଓ ସଂକ୍ରମିତ ଲୋକଙ୍କୁ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରି ଏହି ରୋଗକୁ ପ୍ରତିରୋଧ କରିବାକୁ ପ୍ରୟାସ କରିବା ଉଚିତ । ସଂଭାବ୍ୟ ରୋଗ‌ଗ୍ରସ୍ତ ଇଲାକାରେ ଥିବା ସମସ୍ତ ଲୋକଙ୍କୁ ଚିକିତ୍ସା କରିବା ଦରକାର ହୁଏ । କେବଳ ଧୋଇବା ବ୍ୟବସ୍ଥା ନ କରି ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ହୁଏ ।  ଏହାର ଚିକିତ୍ସା ନିମନ୍ତେ ପାଟିବାଟେ ଆଜିଥ୍ରୋମାଇସିନ ଓ ଆଖିରେ ଟେଟ୍ରାସାଇକ୍ଲିନ ଦିଆଯାଏ । ପାଟିରେ ଗୋଟିଏ ପାନ ଔଷଧ ଦରକାର ହେଉଥିବାରୁ ଆଜିଥ୍ରୋମାଇସିନ ଦିଆଯାଏ । ଆଖି ପତା ସ୍କାର ହୋଇଗଲେ ଅପରେଶନ କରି ପତାର ସଠିକ ସ୍ଥାନ ବା ପୋଜସନ ଠିକ କରାଯାଏ ।

ପୃଥିବୀରେ ପ୍ରାୟ ୮୦ ନିୟୁତ ଲୋକଙ୍କର ଏହି ସକ୍ରିୟ ରୋଗ ଅଛି । କେତେକ ଅଞ୍ଚଳରେ ୬୦-୯୦% ପିଲାଙ୍କର ଏହି ରୋଗ ଅଛି ଓ ମହିଳାମାନେ ଅଧିକ ସଂକ୍ରମିତ ହୁଅନ୍ତି ଯେହେତୁ ସେମାନେ ପିଲାଙ୍କ ସାନ୍ନିଧ୍ୟରେ ଅଧିକ ଆସନ୍ତି । ୨.୨ ନିୟୁତ ଲୋକଙ୍କୁ (ତାହା ମଧ୍ୟରେ ୧.୨ ସମ୍ପୁର୍ଣ୍ଣ ଅନ୍ଧ) ପରୀକ୍ଷା କରି ଦେଖିବା କଷ୍ଟସାଧ୍ୟ ହୋଇଥିବା ଯୋଗୁ ଏହି ରୋଗ ବ୍ୟାପକ ହେଉଛି । ଏସିଆ, ଆଫ୍ରିକା, ମଧ୍ୟ ଓ ଦକ୍ଷିଣ ଆମେରିକାର ୫୩ଟି ଦେଶର ଲୋକ ଏହି ରୋଗ ସଂକଟରେ ଅଛନ୍ତି । ବାର୍ଷିକ ୮ ବିଲିଅନ ଡଲାର ଆର୍ଥିକ କ୍ଷତି ଏହା ଯୋଗୁ ହୁଏ ।  ଅବ‌ହେଳିତ ଗ୍ରିଷ୍ମମଣ୍ଡଳୀୟ ରୋଗ ଦଳରେ ଏହା ସ୍ଥାନ ପାଇଛି ।

କ୍ଲାମିଡିଆ ଟ୍ରାକୋମାଟିସ୍ ଜୀବାଣୁ ଏହି ରୋଗୀର ଆଖି, ନାକ ଓ ଗଳାରୁ ନିର୍ଗତ ତରଳ ପଦାର୍ଥ ମାଧ୍ୟମରେ ସିଧାସଳଖ ବା କୌଣସି ତଉଲିଆ, କନା ଇତ୍ୟାଦିରେ ଯାଇ ସୁସ୍ଥ ଲୋକକୁ ସଂକ୍ରମିତ କରେ । ମାଛି ମଧ୍ୟ ଏହାର ସଂକ୍ରମଣରେ ସାହାଯ୍ୟ କରେ । ଚିକିତ୍ସା ନ କଲେ ପତା ଭିତର ସ୍ତର ନଷ୍ଟ ହୁଏ ଓ ସେହି ପତା ଡୋଳା ଦିଗରେ ମୋଡ଼ି ହୋଇଯାଏ ଯାହାକୁ ଏଣ୍ଟ୍ରୋପିଅନ କହନ୍ତି । ଏହା କର୍ନିଆ ସହ ଘସି ହୁଏ ଓ ତାହା ଫଳରେ ସବୁଦିନ ନିମାନ୍ତେ ରୋଗୀ ଅନ୍ଧ ହୁଏ ।

ଚିକିତ୍ସା

ଆଣ୍ଟିବାୟୋଟିକ

ଆଜିଥ୍ରୋମାଇସିନ (୨୦ମି.ଗ୍ରା/କେ.ଜି.) ଦିନକୁ ଥରେ ପାଟିରେ ଦିଆଯାଏ । ମହଙ୍ଗା ହେଲେ ମଧ୍ୟ ଇଣ୍ଟରନ୍ୟାସନାଲ ଟ୍ରାକୋମା ଇନିସିଏଟିଭଦ୍ଵାରା ଫାଇଜର କମ୍ଵାନୀର ଡୋନେସନ ପ୍ରୋଗ୍ରାମ ମାଧ୍ୟମରେ ଦିଆଯାଏ । ଏହି ଔଷଧ ୬ମାସର ଶିଶୁଠାରୁ ଆରମ୍ଭ କରି ଗର୍ଭିଣୀମାନଙ୍କ ସହ ସମସ୍ତଙ୍କୁ ଦିଆଯାଇ ପାରିବ । ଏହା ସହ ଟେଟ୍ରାସାଇକ୍ଲିନ ମଲମ ପ୍ରଭାବିତ ସ୍ଥାନରେ ଲଗାଯାଏ । ଗୋଷ୍ଠୀ ଚିକିତ୍ସାରେ ଆଜିଥ୍ରୋମାଇସିନ ଚିକିତ୍ସା ମଲମ ଅପେକ୍ଷା ଅଧିକ ଉପକାରୀ ବୋଲି କୁହାଯାଏ, କିନ୍ତୁ ଏହାର କୌଣସି ସ୍ଥିର ପ୍ରମାଣ ନାହିଁ ।

ଅପରେଶନ

ଆଖି ପତାରେ ଅପରେଶନ କରି ଆଖି ବାଳ ଡୋଳା ମଧ୍ୟରେ ସ୍ପର୍ଷ ନ କରିବା ନିମନ୍ତେ ପତାକୁ ସିଧା କରିଦିଆଯାଏ । ଏହି ଅପରେଶନ ପ୍ରାରମ୍ଭିକ ଅବସ୍ଥାରେ କଲେ ଭଲ, ଡେରି ହେଲେ ଅପରେଶନ ପରେ ସେହି ଅବସ୍ଥା ଆଉ ଥରେ ଲେଉଟିପାରେ ।

ସ୍ଵୟଂ ଚିକିତ୍ସା

ମୂଖ ସର୍ବଦା ସଫା ରଖିବା ଆବଶ୍ୟକ । ନାକ ଓ ଆଖିରୁ ସ୍ରାବ ହେଉଥିବା ପିଲାମାନଙ୍କର ଅନ୍ୟମାନଙ୍କ ଅପେକ୍ଷା ଦୁଇଗୁଣ ଅଧିକ ଟ୍ରାକୋମା ସମ୍ଭାବନା ଥାଏ । ସମ୍ପୁର୍ଣ୍ଣ ସ୍ଵାସ୍ଥ୍ୟ ଶିକ୍ଷାଦ୍ଵାରା କେବଳ ମୁଁହ ସଫା ରଖିଲେ ପିଲାମାନଙ୍କର ରୋଗ ସମ୍ଭାବନା ଉଲ୍ଲେଖନୀୟ ଭାବରେ କମିଯାଏ । ରୋଗଗ୍ରସ୍ତ ଓ ରୋଗ ହୋଇଥିବା ପିଲାମାନଙ୍କର ମଧ୍ୟ ମୁହଁ ଧୋଇଲେ ପୁନଃ ରୋଗାକ୍ରାନ୍ତ ହେବା ସମ୍ଭାବନା ବହୁତ କମ୍ ହୁଏ ।

ଆଧାର: ସ୍ୱାସ୍ଥ୍ୟ ବିଭାଗ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top