ସେଆର କରନ୍ତୁ

ଡେଙ୍ଗୁ

ଏହି ପୋର୍ଟାଲ ରେ ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ବନ୍ଧରେ ସୂଚନା ଦିଆହୋଇଛି ।

ଡେଙ୍ଗୁର କାରଣ

ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ । ଡେନ୍-୧, ଡେନ୍-୨, ଡେନ୍-୩, ଡେନ୍-୪ ଏହିପରି ଚାରି ପ୍ରକାରଡେଙ୍ଗୁ ଭୁତାଣୁ ଅଛନ୍ତି । ଭୂତାଣୁ ସଂକ୍ରମଣର ପ୍ରକାରା ଓ ତୀବ୍ରତା ଅନୁସାରେ ଡେଙ୍ଗୁ ଜ୍ଵର ସାଧାରଣ ହୋଇପାରେ ବା ଜଟିଳ ହୋଇପାରେ । ଡେଙ୍ଗୁ ରକ୍ତସ୍ରାବୀ ଜ୍ଵର ଓ ଡେଙ୍ଗୁ “ସକ୍” ଲକ୍ଷଣାବଳୀ ଅତ୍ୟନ୍ତ ସାଂଘାତିକ ।

ଲକ୍ଷଣ

ହଠାତ ଅତ୍ୟଧିକ ଜ୍ଵର ଆସେ , ଥଣ୍ଡା ସର୍ଦି ଭଳି ଅସୁସ୍ଥ ଲାଗେ । ମୁଣ୍ଡବିନ୍ଧେ , ଆଖି କୋରଡର ପଛ ଭାଗରେ ଭୀଷଣ ଯନ୍ତ୍ରଣା ହୁଏ ।ବାନ୍ତି ଲାଗିବା ଓ  ବାଣ୍ଟିହେବା । ଘିମିରି ଆକାରରେ ଦେହରେ ଫଳିଯାଏ । ହାଡ ଓ ଗଣ୍ଠିମାନଙ୍କରେ ଭୀଷଣ ଯନ୍ତ୍ରଣା ଅନୁଭବ ହୁଏ ଓ ଏଥିପାଇଁ ଚାଲିବାରେ କଷ୍ଟ ହୁଏ ।

  • ପେଟରେ ଅଧିକ ଯନ୍ତ୍ରଣା ହେବା ଓ ଯନ୍ତ୍ରଣା ଲାଗି ରହିବା  ।
  • ପାଟି, ଦାନ୍ତ , ନାକ, ଆଖିଭିତର ତଥା ଶରୀରର ଚର୍ମରୁ ରକ୍ତସ୍ରାବ ହେବା ।
  • ଅତ୍ୟଧିକ ବାନ୍ତିହେବା ଓ ବାନ୍ତି ସହିତ ରକ୍ତ ପଡିବା ।
  • କଳା ଝାଡା ଦେବା ।
  • ଅତ୍ୟଧିକ ଶୋଷ ଲାଗିବା ଓ ପାଟି ଶୁଖିଯିବା ।
  • ଚର୍ମ ଥଣ୍ଡା ଲାଗିବା ଓ ମଳିନ ପଡିଯିବା ।

ଡେଙ୍ଗୁ ସଂକ୍ରମଣ

  • ହଁ, ଚିକିତ୍ସା ଅବହେଳା ହେଲେ ଡେଙ୍ଗୁ ମାରାତ୍ମକ ହୋଇପାରେ ।
  • ରକ୍ତସ୍ରାବ ଡେଙ୍ଗୁ ଜ୍ଵର (DHF) ଓ ଡେଙ୍ଗୁ “ସକ” ଲକ୍ଷଣାବଳୀ (dds) ଅତ୍ୟନ୍ତ ମାରାତ୍ମକ ।
  • ସାନ ପିଲା ପାଇଁ ଏହା ଅଧିକ ବିପଦ ପୂର୍ଣ ।
  • ଏଡିସ ମଶା କାମୁଡିବା ଦ୍ଵାରା ଏହି ରୋଗ ବ୍ବ୍ୟାପିଥାଏ । ଏହି ରୋଗ ଖୁବ ଶୀଘ୍ର ବ୍ବ୍ୟାପିଥାଏ । ୨ ରୁ ୩ ଦିନ ମଧ୍ୟରେ ଗୋଟିଏ ପରିବାରରେ ୩ ରୁ ୪ ଜଣ ଏକାବେଳେ ଆକ୍ରାନ୍ତ ହୋଇପାରନ୍ତି । ଏହା ମଶା ସାଧାରଣତଃ ଦିନ ବେଳା କାମୁଡିଥାଏ । ସଂକ୍ରମିତ ମଶା କାମୁଡିବାର ୫-୭ ଦିନ ପରେ ଏହି ରୋଗର ଲକ୍ଷଣ ଦେଖାଯାଇଥାଏ ।

ଡେଙ୍ଗୁ ମଶା/ ଏଡିସ ମଶା

ଏଡିସ୍ ଉଦ୍ଦିଷ୍ଟ ଡେଙ୍ଗୁ ଜ୍ଵରର ମାଧ୍ୟମ। ଏହାର ଦେହ କଳା ଓ ଧଳା ଥିବା ଗାର ଥାଏ । ଏହାକୁ ମଧ୍ୟ ବାଘ ମଶା କୁହାଯାଏ । ଡେଙ୍ଗୁ ମଶା କେତେବେଳେ କାମୁଡ଼େ,ଏହା ଦିନରେ କାମୁଡ଼େ, ବିଶେଷତଃ ସକାଲେ ଏବଂ ସନ୍ଧ୍ୟା ସମୟରେ । ଡେଙ୍ଗୁ ମଶା କେଉଁଠାରେ ବାସ କରେ ଅନ୍ଧାରୁଆ ସ୍ଥାନ, ଘରେ, ଥଣ୍ଡା ସ୍ଥାନରେ ଡେଙ୍ଗୁ ମଶା ବାସ କରେ । କେଉଁଠାରେ ଡେଙ୍ଗୁ ମଶା ଡିମ୍ବ ଦିଏ । ଘରେ ବା ଘର ଚାରିପାଖେ ପାଣି ଥିବା ସ୍ଥାନରେ ଓ ସ୍ଵଚ୍ଛ ପାଣିରେ ଏହା ଡିମ୍ବ ଦିଏ । କେତେଗୁଡିଏ ଉପଯୁକ୍ତ ସ୍ଥାନ ହେଲା କୋଠରି ଶୀତଲୀକରଣ ଯନ୍ତ୍ର (କୁଳର), ପାଣିତଙ୍କି, ପଣି ଜମି ରହୁଥିବା ବାଯୁରୁ ବର୍ତ୍ତନ, ଫଳ ଦାନି ଇତ୍ୟାଦି । ଏପରିକି ଯେଉଁଠାରେ ବର୍ଷ ପାଣି ଜମି ରୁହେ ସେ ସ୍ଥାନରେ ମଧ୍ୟ ଏହା ହୋଇଥାଏ ।ଏହା କିପରି ବ୍ୟାପେ ସଂକ୍ରମିତ ମାଈ ଏଡିସ୍ ଇଜିପ୍ଟି ମଶା କାମୁଡିବାଦ୍ଵାରା ଡେଙ୍ଗୁ ବ୍ୟାପିଥାଏ । ଯିଏକ ଡେଙ୍ଗୁ ସଂକ୍ରମିତ ଲୋକଠାରୁ ରକ୍ତଦ୍ଵାରା ଡେଙ୍ଗୁ ଭୂତାଣୁକୁ ନେଇଥାଏ । ଏହି ମଶା ରକ୍ତ ଶୋଷଣ କରିବା ସହିତ ଭୂତାଣୁକୁ ନେଇଥାଏ । ଏହି ମଶା ରକ୍ତ  ଶୋଷଣ କରିବା ସହିତ ଭୁତାଣୁକୁ ଛାଡିଥାଏ । ମଶା କାମୁଡିବାର ୮/୧୦ ଦିନ ପର୍ଯ୍ୟନ୍ତ ଭୂତାଣୁ ମଶା ଭିତରେ ବହୁଗୁଣିତ ହୋଇଥାଏ । ତେଣୁ ଏହି ସମୟରେ ସେ ସଂକ୍ରମଣକ୍ଷମ ଆବସ୍ଥାରେ ନ ଥାଏ । ତା’ ପରେ ଯେତେବେଳେ ସୁସ୍ଥ ଲୋକକୁ ସଂକ୍ରମିତ ମାସ କାମୁଡେ, ସେତେବେଳେ ମଶାଠାରୁ ଭୂତାଣୁ ସୁସ୍ଥ ଲୋକକୁ ଆସିଥାଏ । ଥରେ ମଶା  ସଂକ୍ରମିତ ହୋଇଇଗଲେ, ଏହା ଜୀବନସର ଦେହରେ ଥାଏ । ସଂକ୍ରମିତ ମସା କାମୁଡିବାର ୩ ରୁ ୧୦ ଦିନ ପରେ ରୋଗର ଲକ୍ଷଣ ପ୍ରକାଶ ପାଏ ।

ଏଡିସ ମଶା

ଏଡିସ ମଶା ଦେଖିବାକୁ କଳା ଓ ଅନ୍ୟ ମଶାମାନଙ୍କର ଠାରୁ ଆକାରରେ ସାନ । ଏହି ମଶାର ଦେହରେ, ଗୋଡରେ ଓ ପିଠିରେ ଧଳା ଧଳା ଗାର ପଡିଥାଏ । ତେଣୁ ସହଜରେ ଚିହ୍ନି ହୁଏ । ଏହି ମଶାକୁ “ ବାଘୁଆ ମଶା “ କୁହନ୍ତି । ଏହି ମଶା ଜମିରେ ରହିଥିବା ପରିଷ୍କାର ପାଣିରେ ବଢିଥାଏ । ଘରେ ତଥା ଘର ଚାରିପଟେ ଥିବା ପରିତ୍ୟକ୍ତ ଖୋଲା ପାତ୍ର ଯଥା :- ପ୍ଲାଷ୍ଟିକ ମୁଣି , ଟିଣ କାଚ ବୋତଲ , ଲୁହା ପାତ୍ର, ଭଙ୍ଗା ବାଲଟି , ଡବା, ଇତ୍ୟାଦି ରେ ଜମି ରହୁଥିବା ସଫା ପାଣିରେ ଏହି ମାସ ଡିମ୍ବ ଦେଇଥାନ୍ତି । ତା’ ଛଡା ଗଛ ଖୋଲ, କଟା ବାଉଶ ଆଦିରେ ଜମୁଥିବା ପାଣିରେ ମଧ୍ୟ ଏଡିସ ମଶା ଡିମ୍ବ ଦିଏ ପାଣିରେ ଅଣ୍ଡା ଦେବାର ୨୪ ଘଣ୍ଟା ପରେ ଅଣ୍ଡାରୁ ଲାଭା ବାହାରେ । ୭ରୁ ୧୦ ଦିନ ମଧ୍ୟରେ ଲାଭାରୁ ମଶା ବାହାରି ପକ୍ଷ ମେଲାଇ ଉଡିବୁଲେ । ଏହି ମଶା ସାଧାରଣତଃ ଥଣ୍ଡା ଏବଂ ଅନ୍ଧାରୁଆ ସ୍ଥାନମାନଙ୍କରେ ରହିବାକୁ ଭଲପାଏ । ଘର ବାହାରେ ସାଧାରଣତଃ ଥଣ୍ଡା ଏବଂ ଛାଇ ଜାଗାରେ ବିଶ୍ରାମ ନେଇଥାଏ । ରକ୍ତ ପରୀକ୍ଷା ଦ୍ଵାରା ଡେଙ୍ଗୁ ରୋଗ ଚିହ୍ନଟ କରାଯାଏ । ନିର୍ଦ୍ଧିଷ୍ଟ “ ଏଲିଶା” ପଦ୍ଦତି ଦ୍ଵାରା ଡେଙ୍ଗୁ ରୋଗର ଭୂତାଣୁ , ସଂକ୍ରମିତ ରୋଗ ପ୍ରତିରୋଧି କୁ ଅଲଗା ଅଲଗା ଭାବରେ ଚିହ୍ନଟ କରାଯାଏ . ରୋଗ ହୋଇଥିବାର ସନ୍ଦେହ ହେଲେ , ରକ୍ତ ନମୁନା ସଂଗ୍ରହ କରି “ ସେଣ୍ଟିନେଲ ସର୍ଭେଲାନ୍ସ ପରୀକ୍ଷା ଗାରକୁ “ ପଠାଯାଏ । ଏହି ପରୀକ୍ଷାଗାରରେ ‘ ଏଲିଶା’ ପଦ୍ଦତି ମାଧ୍ୟମରେ ରକ୍ତ ପରିକ୍ଷା କରି ଭୁତାଣୁର ଆଣ୍ଟିବଡି ଚିହ୍ନଟ କରାଯାଏ ।ରୋଗର ଲକ୍ଷଣ ପ୍ରକାଶ ପାଇବାର ୪ ରୁ ୭ ଦିନ ମଧ୍ୟରେ ରକ୍ତ ନମୁନା ସଂଗ୍ରହ କରିବା ଆବଶ୍ୟକ । ଏହି ସମୟ ମଧ୍ୟରେ ରକ୍ତରେ ଆଣ୍ଟିବଡି ଦେଖାଯାଏ । ପ୍ରଥମ ରକ୍ତ ନମୁନା ସଂଗ୍ରହ କରିବାର ୭ରୁ ୧୪ ଦିନ ମଧ୍ୟରେ ଦ୍ଵିତୀୟ ରକ୍ତ ନମୁନା ସଂଗ୍ରହ କରାଯାଏ । ସଂଗ୍ରହ କରାଯାଇଥିବା ରକ୍ତ ନମୁନାଗୁଡିକୁ ୨ରୁ ୮ ଡିଗ୍ରୀ ସେଣ୍ଟିଗେଡ ତାପମାତ୍ରାରେ ରଖି “ ସେଣ୍ଟିନେଲ ସର୍ଭେଲାନ୍ସ ପରୀକ୍ଷା ଗାରକୁ “ ପଠାଯାଏ । ରକ୍ତନମୁନା ଗୁଡିକ ଅତ୍ୟଧିକ ଥଣ୍ଡା (୨ ଡିଗ୍ରୀ ସେଣ୍ଟିଗେଡରୁ କମ ) ରେ ରହିବା ଅନୁଚିତ । ଏତେ କମ ତାପମାତ୍ରା ରେ ରଖିଲେ ରକ୍ତ କଣିକା ଗୁଡିକ ନଷ୍ଟ ହୋଇଯାନ୍ତି । ଫଳରେ ରକ୍ତରେ ସେରମର ଗୁଣରେ ପରିବର୍ତ୍ତନ ଦେଖାଯାଏ । ତେଣୁ ଭୂତାଣୁର ନିର୍ଦ୍ଧିଷ୍ଟ ଆଣ୍ଟିବଡି ଚିହ୍ନଟ କରିବାରେ ଅସୁବିଧା ହୁଏ । ରକ୍ତ ନମୁନା ସଂଗ୍ରହ କରିବାର ୨୪ ଘଣ୍ଟା ମଧ୍ୟରେ ଏହାକୁ ପରୀକ୍ଷାଗାର ରେ ପହଞ୍ଚାଇବା ଦରକାର । ଯଦି ବିଳମ୍ବ ହେବାରେ ସମ୍ଭାବନା ଥାଏ , ତେବେ ରକ୍ତରୁ ସେରମ ଅଲଗା କରି ପରେ ପଠାଯାଇ ପାରିବା ।

ଆମ ରାଜ୍ୟ ଥିବା ୩ଟି ସରକାରୀ ମେଡିକାଲ କଲେଜ ଡାକ୍ତରଖାନା (କଟକ ବୁଲା ଓ ବ୍ରହ୍ମପୁର)ର ମାଇକ୍ରୋବାଇଓଲୋଜି ଡିପାଟମେଣ୍ଟ ରେ ଡେଙ୍ଗୁ ତଥା ଚିକୁନଗୁନିଆ ରୋଗ ଚିହ୍ନଟ ସକାଶେ ରକ୍ତ ପରୀକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଇଛି

ପ୍ରତିଷେଧକ

  • ଡେଙ୍ଗୁ ରୋଗ ପାଇଁ କୌଣସି ନିଦ୍ଧିଷ୍ଟ  ଔଷଧ ନାହିଁ ।
  • ଲକ୍ଷଣ କୁ ଦେଖି ଚିକିତ୍ସା କରାଯାଏ ।
  • ଜଟିଳତା ଦେଖାଦେଲେ ଅତିଶୀଘ୍ର ଡାକ୍ତରଖାନା ରେ ଚିକିତ୍ସା କରାଇବା ଜରୁରୀ ।
  • ଅତ୍ୟଧିକ ଜ୍ଵର ହେଲେ , ପାଣି ପଟି ପକାଇ କିମ୍ବା ଓଦା ତଉଲିଆରେ ଦେହ ପୋଛି ଦେହର ତାପମାତ୍ରା କମିଯାଏ । ଦରକାର ହେଲେ ପାରାସିଟାମଲ ବଟିକା ଦିଆଯାଏ ।
  • ଏହି ରୋଗର ପ୍ରତିରୋଧ ପାଇଁ ଏଡିସ ମଶା ବଂଶ ବୃଦ୍ଧିକୁ ରୋକିବା ସଙ୍ଗେ ସଙ୍ଗେ ନିଜକୁ ମଶା କାମୁଡିବାରୁ ରକ୍ଷା କରିବା ହେଉଛି ମୁଖ୍ୟ ଉପାୟ ।
  • ପାଣି ଜମିବାକୁ ନ ଦେବା ।
  • ଅନ୍ତତଃ ପ୍ରତି ଦିନରେ ଥରେ ପାଣି ଜମୁଥିବା ଜାଗାଗୁଡିକ ସଫା କରି ଶୁଖାଇ ଦେବା ।
  • ପାଣି ପାତ୍ର ଓ ଛାତ ଉପର ପାଣିଟାଙ୍କିର ଘୋଡାଇ ରଖିବା ।
  • ଗୃହପାଳିତ ପଶୁପକ୍ଷୀ ଙ୍କ ପାଇଁ ଉଦ୍ଦିଷ୍ଟ ଖାଇବା ତଥା ଗାଧୋଇବା ପାତ୍ରରୁ ୭ ଦିନରେ ଥରେ ପାଣି ନିଷ୍କାସନ କରି ଶୁଖାଇ ଦେବା
  • ଵମଶା କାମୁଡାରୁ ରକ୍ଷା ପାଇବାପାଇଁ ଗୋଡ ହାତ ଲୁଚୁଥିବା ପୋଷାକ ଯଥା : ଲମ୍ବା ଧୋତି, ଫୁଲ ସାର୍ଟ ଆଦି ପିନ୍ଧିବା ।
  • ଘର ଚାରିପାଖରେ ଥିବା ଘାସ, ବୁଦା ଓ ଅନାବନା ଗଛ ଗୁଡିକୁ କାଟି ସଫା କରିଦେବେ, କାରଣ ଏ ସବୁ ଜାଗାରେ ମଶା ବିଶ୍ରାମ ନିଅନ୍ତି ।
  • ଘର ଚାରିପାଖରେ ଅଧିକ ଦିନ ଧରି ଜମି ରହୁଥିବା ପାଣି ଜାଗାରେ, ଅବ୍ୟବହୃତ କୂଅରେ ମଶାଖିଆ ମାଛ ଗାମ୍ବୁସିଆ ମାଛ ଛାଡି ପାରିବେ ।
  • ଭଙ୍ଗାପାତ୍ର, ପୁରୁଣା ଟାୟାର, ପଇଡ ଖୋଳ ଇତ୍ୟାଦି ପାଣି ଜମୁଥିବା ଅଦରକାରୀ ଜିନିଷ କୁ ଘରଠାରୁ ଦୂରରେ ଗାତ ଖୋଲି ପୋତି ଦେବେ ।
  • ଦିନରେ ଶୋଇଲାବେଳେ ମଧ୍ୟ ମଶାରୀ ଟାଙ୍ଗି ଶୋଇବେ ।
  • କୀଟନାଶକ ଔଷଧ ଉପଚାରିତ ମଶାରି ଅଧିକ ଉପାଦେୟ ।
  • ମଶା ଘଉଡାଇବା ପାଇଁ ନିମ୍ବପତ୍ର ଓ ଝୁଣା ଧୁଅଁ ଦିଆଯାଇପାରିବ ଓ ବଜାରରେ ମିଳୁଥିବା ମଶାଧୂପ ବ୍ୟବହାର କରାଯାଇପାରିବ ।
  • ମଶା ନିରୋଧୀ ତେଲ ଯଥା – ନିମ ଓ କରଞ୍ଜ ତେଲ ବ୍ୟବହାର କଲେ ମଶା ଦେହରେ ବସନ୍ତି ନାହିଁ । ବଜାରରେ ମଧ୍ୟ ମଶା ନିରୋଧୀ ମଲମ ମିଳୁଛି ।
  • ଏହାର ଚିକିତ୍ସା ପାଇଁ ସେପରି କିଛି ନିର୍ଦ୍ଦିଷ୍ଟ ଔଷଧ ନାହିଁ । ଏଥିପାଇଁ କେବଳ ଲକ୍ଷଣ ଦେଖି ଚିକିତ୍ସା କରାଯାଏ ।
  • ଅଧିକ ବିଶ୍ରାମ
  • ଶ୍ରରିର୍ଡ଼ ଉତ୍ତାପ ୩୫ ଡିଗ୍ରୀସେ ରୁ କମ୍ ରହିବା ଆବଶ୍ୟକ । ଆସ୍ପିଋନ୍ ବ୍ୟବହାର କରିବା ଉଚିତ୍ ନୁହେଁ କାରଣ ଏହା ରକ୍ତସ୍ରାବ  ଅଧିକ ହେବାରେ ସାହାଜ୍ଯ କରିଥାଏ । ପାରାସିଟାମଲ ଔଷଧ ବ୍ୟବହାର କରାଯାଇପାରିବ ।
  • ଅତ୍ୟଧିକ ଯନ୍ତ୍ରଣା ସମୟରେ ଆନାଲଜେସିକ ବା ମାଇଲଡ୍ ସିଡେଟିଭ୍ ଔଷଧ ଦିଆଯାଇପାରିବ ।
  • ରୋଗୀ ଯାହାର ଅଧିକ ଝାଳ ବାହାରିଥାଏ, ଅରୁଚି,ବାନ୍ତି ଓ ତରଳଝାଡା ହୋଇଥାଏ, ସେହି ରୋଗୀକୁ ଓ.ଆର.ଏସ୍ ଘୋଳ ପିଇବାକୁ ଦେବା ଜରୁରୀ ଅଟେ ।
  • ଡେଙ୍ଗୁ ଜ୍ଵରରେ ଆକ୍ରାନ୍ତ ବ୍ୟକ୍ତି ମଶାରୀ ବ୍ୟବହାର କରି ଶୋଇବା ଉଚିତ୍ । ଏହାଦ୍ଵାରା ଆକ୍ରାନ୍ତ ବ୍ୟକ୍ତିର ରକ୍ତ ଏଡିସ୍ ମାସ ମାଧ୍ୟମରେ ସୁସ୍ଥ ଲୋକକୁ ସଂକ୍ରମିତ ହେବ ନାହିଁ ।
  • ଯଦି ଡେଙ୍ଗୁ ହିମୋରାଜିକ ଜ୍ଵରର ଲକ୍ଷଣ ଦେଖୁଛନ୍ତି ତେବେ ବିଳମ୍ବ ନ କରି ଡାକଟେର୍ଙ୍କ ସହିତ ପରାମର୍ଶ କରନ୍ତୁ । ଏହି ବ୍ୟକ୍ତି ତୁରନ୍ତ ଚିକିତ୍ସା ହେବା ଆବଶ୍ୟକ । ଶତକଡା ୨୦ ଭାଗ ଡେଙ୍ଗୁ  ହିମୋରାଜିକ ଜ୍ଵରରେ ପୀଡ଼ିତ ବ୍ୟକ୍ତି ମୃତ୍ୟୁ ବରଣ କରିଥାନ୍ତି, ଯଦି ସେମାନଙ୍କୁ ତୁରନ୍ତ ଚିକିତ୍ସା କର ନ ଯାଏ ।
  • ଡେଙ୍ଗୁର ପ୍ରତିରୋଧ ପାଇଁ ନିର୍ଦ୍ଦିଷ୍ଟ ଔଷଧ କିମ୍ବା ଇଞ୍ଜେକସନ୍ ବାହାରି ନାହିଁ । ଦୁଇଟି ମୁଖ୍ୟ ଉପାୟୁ ଅବଲମ୍ବନଦ୍ଵାରା ଡେଙ୍ଗୁ ବ୍ୟାପିବାକୁ ପ୍ରତିରୋଧ କରାଯାଇପାରିବ ।
  • ମଶା ଅଣ୍ଡା ଦେବା ସ୍ଥାନରେ ସୁରକ୍ଷା ବ୍ୟାବସ୍ଥା
  • ପାଣି ପାତ୍ରକୁ ଘୋଡାଇ ରଖିବା – ପାଣି ସଞ୍ଚିତ ପାତ୍ରକୁ ଘୋଡାଇ ରଖିବାଦ୍ଵାରା ମଶା ଅଣ୍ଡା ଦେବାରୁ ପ୍ରତିରୋଧ ହୋଇପାରିବ । ଯଦି ପାତ୍ରର ଘୋଡାଣି ଢିଲା ଥାଏ, ତେବେ ମସାଭିତରକୁ ବାହାରକୁ ଜୀବ ଆସିବା କରିପାରିବ କୋଠରୀ ଶୀତଳିକରଣ ଯନ୍ତ୍ରର (କୁଳର) ପାଣିକୁଆ ସପ୍ତାହରେ ଠାରେ ପରିଷ୍କାର ଏବଂ ପାଣି ପରିବର୍ତ୍ତନ କରିବା ଉଚିତ୍ ।
  • କୋଠରୀ ଶୀତଳିକରଣ ଯନ୍ତ୍ରର (କୁଳର) ପାଣି ପାତ୍ରକୁ ଭଲଭାବରେ ସଫାକରିବା ଆବଶ୍ୟକ । ମସାର ଡିମ୍ବ ଯଦି ପାତ୍ରରେ ଲାଖି ରହିଯାଏ, ଭଲ ପାଣି ପୁନର୍ବାର ରଖିବା ଦ୍ଵାରା ଡିମ୍ବରୁ ମଶା ଯାତ ହୋଇଥାଏ ।
  • ସେପ୍ଟିକ୍ ଟ୍ୟାଙ୍କ ଏବଂ ପଣି ଜମିବା ଗାତ – ଢାଙ୍କିବା ସହିତ ଆବରଣ ଯୁକ୍ତ ରଖନ୍ତୁ । ଯଦ୍ଵାରା ଡେଙ୍ଗୁ ମଶା ବଂଶ ବିସ୍ତାର କରିପାରିବ ନାହିଁ  ।
  • ଘର ଚାରିପାଖରେ ଅବ୍ୟବହୃତ ବର୍ଜ୍ୟବସ୍ତୁ ମଧ୍ୟ ପାଣିକୁ ସଂଗ୍ରହ କରିପାରେ  । ତେଣୁ ସେଗୁଡିକୁ ପୋତିଦେବା ଉଚିତ୍ କିମ୍ବା ପଡିଆରେ ଜଳାଇଦେବା ଉଚିତ୍ । ବୀଜାଣୁ ନାଶକ ଔଷଧ ମଶା ଲାର୍ଭାଗୁଡିକୁ ମରିପାରେ ।
  • ଜୀବତତ୍ତ୍ଵଙ୍କ ନିୟନ୍ତ୍ରଣ – ଛୋଟ ଛୋଟ ଲାର୍ଭା ଖାଇବା ମାଛ ଯଥା : ଗପି ଏବଂ ଗମ୍ବୁସିଆଙ୍କ ଦ୍ଵାରା ମଶା ଲାର୍ଭା ନିୟନ୍ତ୍ରଣ କରାଯାଇପାରିବ । ଏହି ମାଛ ଝରଣା ଏବଂ ପୋଖରୀରେ ଛଡାଯାଇପାରିବ । ବୀଜାଣୁ ନାଶକ ଔଷଧ ମଶା ଲାର୍ଭାଗୁଡିକୁ ମାରିପାରେ ।
  • ରାସାୟନିକ ନିୟନ୍ତ୍ରଣ : ଟେମ୍ଫୋଫର୍ ସାଣ୍ଡ କ୍ରୋର୍ ଗ୍ରାନ୍ୟୁଲ୍ସ ପରି ଲାର୍ଭାନାଶକ କୁ ପାଣି ପାତ୍ରରେ ରଖିଲେ ଲାର୍ଭା ମରିଯାଇଥାଏ ।
  • ମଶାମରା ଔଷଧ : ଘରେ ଅନ୍ତତଃ ପକ୍ଷେ ଦିନକୁ ଥରେ ପାଇରିଥମ୍ ସିଞ୍ଚନ କରିବା ଉଚିତ୍ ।
  • ମଶା କାମୁଡିବାରୁ ରକ୍ଷା
  • ମଶା କାମୁଡିବାଠାରୁ ନିଜକୁ ନିମ୍ନଲିଖିତ ଉପାୟ ଅବଲମ୍ବନଦ୍ଵାରା ରକ୍ଷା କରିପାରିବ ।
  • ମସ୍କ୍ୟୁଟୋ କଏଲ୍ ଏବଂ ଇଲେକଟ୍ରିକ୍ ଭେପାର୍ ମ୍ୟାଟ୍ ଡେଙ୍ଗୁ ମଶା କାମୁଡିବା ସମୟ ବର୍ଷା ଋତୁରେ ସୂର୍ଯ୍ୟ ଉଦୟ ପରମୂହୁର୍ତ୍ତ କିମ୍ବା ସୂର୍ଯ୍ୟଅସ୍ତ ପୂର୍ବ ମୂହୁର୍ତ୍ତରେ ମସ୍କ୍ୟୁଟୋ କଏଲକୁ କିମ୍ବା ଇଲେକଟ୍ରିକ୍ ଭେପାର୍ ମ୍ୟାଟ୍ ଧିରେ ଜଳାଇଲେ ଅଧିକ ଫଳପ୍ରଦ ଦେବ ।
  • ମଶାରୀ ଦିନବେଳେ ବିଶ୍ରାମ କରୁଥିବା ଅବସ୍ଥାରେ ମଶାରୀ ଟାଣିକରି ଶୋଇଲେ ରକ୍ଷା ମିଳେ । ପାଇରିଥ୍ରମ ରେ ବୁଡି ମଶାରୀ ମଧ୍ୟ ମଶା କାମୁଡାରୁ ରକ୍ଷା କରିଥାଏ । ଏହାକୁ ଝରକା କିମ୍ବା କବାଟରେ ଝୁଲାଇଲେ ମଶା ଦାଉରୁ ରକ୍ଷା ମିଳେ । ଏହା ମଧ୍ୟ ଏକ ଫଳପ୍ରଦ ଉପାୟ ।
  • ଶରୀର ଅନାବୃତ ଅଙ୍ଗଗୁଡିକ ମଶା ନିବାରକ ପ୍ରୟୋଗଦ୍ଵାରା ମଶା କାମୁଡାରୁ ରକ୍ଷା କରିହେବ, ନିବାରକ ବ୍ୟବହାରଦ୍ଵାରା ଛୋଟ ପିଲା ଏବଂ ବୟସ୍କମାନଙ୍କୁ ରକ୍ଷା କରିହେବ ।
  • ପରଦା ଘରର ଝରକା ଏବଂ କବାଟରେ ପରଦା ଟାଙ୍ଗିଲେ ମଧ୍ୟ ମଶା ଦାଉରୁ ନିଜକୁ ରକ୍ଷା କରିହେବ ।
  • ଡେଙ୍ଗୁରେ ଆକ୍ରାନ୍ତ ଲୋକଙ୍କ ଠାରୁ ସୁରକ୍ଷା – ଡେଙ୍ଗୁ ଆକ୍ରାନ୍ତ ଲୋକଙ୍କୁ ମଶା କାମୁଡିଲେ ମଶା ମଧ୍ୟ ସଂକ୍ରମିତ ହୋଇଥାନ୍ତି । ତେଣୁ ମଶାରୀ ଏବଂ ମସ୍କ୍ୟୁଟୋ କଏଲ ବ୍ୟବହାରଦ୍ଵାରା ଡେଙ୍ଗୁ ରୋଗୀଠାରୁ ଆଉ ଗୋଟିଏ ସୁସ୍ଥ ଲୋକକୁ ମଶା କାମୁଡିବାରୁ ରକ୍ଷା କରିହେବ ।

ଡେଙ୍ଗୁ ନିୟନ୍ତ୍ରଣ

ଡେଙ୍ଗୁ ଏକ ମହାମାରୀ ରୂପ ଧାରଣ କରୁଅଛି । ତେଣୁ ରୋଗବାହକ ପ୍ରତିରୋଧକ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । କୀଟନାଶକ ଔଷଧ ସିଞ୍ଚନ କରିହେବ । ଏହାଦ୍ଵାରା ଡେଙ୍ଗୁ ମଶା ସଂଖ୍ୟା ହ୍ରାସ କରିହେବ ଏବଂ ମହାମାରୀ ବ୍ୟାପକତାକୁ ରୋକୀ ହେବ । ଗୋଷ୍ଠୀ ଲୋକଙ୍କର ସହଯୋଗ ଆବଶ୍ୟକତା ରହିଛି । ସିଞ୍ଚନସମୟରେ ଯେପରି କବାଟ ଏବଂ ଝରକା ଖୋଲା ରୁହେ ଏବଂ କୀଟନାଶକ ଔଷଧ ଘର ମଧ୍ୟରେ ସିଞ୍ଚନ କାଲେ, ମସାମାନଙ୍କ ଠାରୁ ରକ୍ଷା ମିଳିପାରିବ । ମ୍ୟୁନିସ୍ପାଲ୍ଟିର ଭୂମିକା / ସ୍ଥାନୀୟ ବାସିନ୍ଦା ଏବଂ ଗୋଷ୍ଠୀ ପାଇଁ ପ୍ରତିଷେଧକ ଏବଂ ଡେଙ୍ଗୁ ନିୟନ୍ତ୍ରଣ ବିଶୁଦ୍ଧ ଜଳ ଯୋଗାଣ ଡେଙ୍ଗୁର ପ୍ରାର୍ଦୁଭାବକୁ ରୋକିବାପାଇଁ ବିଶୁଦ୍ଧ ଜଳ ଯୋଗାଣ ହେଉଛି ଅତ୍ୟାବଶ୍ୟକ । ସମସ୍ତ ଘରେ ପଣି ବିଭିନ୍ନ ପାତ୍ରରେ ସଂଗ୍ରହ କରିଥାନ୍ତି । ଘୋଡଣି ନ ଥିବା ପାତ୍ର, ପାତ୍ରର ଭାଙ୍ଗିଯାଇଥିବା ଘୋଡଣି, ଢିଲା ଘୋଡାଣି ଥିବା ପାତ୍ର ଏବଂ ପାଣି ସମ୍ପୂର୍ଣ୍ଣ ଭାବରେ ପରିଷ୍କାର ହୋଇ ପାରୁ ନ ଥିବା ଇତ୍ୟାଦି ପାତ୍ରରେ ପାଣି ରଖିବା ହେଉଛି ଡେଙ୍ଗୁ ମଶା ବୃଦ୍ଧି ପାଇବାର ଉପଯୁକ୍ତ ସ୍ଥାନ ।ଉପଯୁକ୍ତ ନିଷ୍କାସନର ବ୍ୟାବସ୍ଥା ଏବଂ ଆବର୍ଜ୍ଜନା ସଂଗ୍ରହ ପ୍ରଣାଳୀ ଠିକ୍ ଭାବେ କାର୍ଯ୍ୟ ହୋଇ ପାରୁ ନ ଥିବା ନିଷ୍କାସନ ପଦ୍ଧତି ଏବଂ ମଇଳା ଗଦାରେ ମଶାଙ୍କର ବଂଶୋଦ୍ଭବ ହୋଇଥାଏ । ଭଙ୍ଗା କୁଡୁଆ, ପ୍ଲାଷ୍ଟିକ ପାତ୍ର, ଚାରା କୁଣ୍ଡ, ବୋତଲ ଏବଂ ଅବ୍ୟବହୃତ ଟାୟାର ଇତ୍ୟାଦିରେ ଜଳ ସଂଗୃହିତ ହୋଇପାରିଥାଏ । ଏହିପରି ଆବର୍ଜ୍ଜନା ସ୍ଥାନ ଡେଙ୍ଗୁ ମଶାଙ୍କର ଉତ୍ପତ୍ତିସ୍ଥଳ ।ଘରକୁ ଘର ପର୍ଯ୍ୟବେକ୍ଷଣଦ୍ଵାରା ଉତ୍ପତ୍ତିସ୍ଥଳକୁ ନିୟନ୍ତ୍ର ଘରକୁ ଘର ଚିହ୍ନଟୀକରଣ କରି ମ୍ୟୁନିସିପାଲିଟି କର୍ମଚାରୀଙ୍କ ଦ୍ଵାରା ମଶାଙ୍କର ଉତ୍ପତ୍ତିସ୍ଥଳକୁ ନିୟନ୍ତ୍ରଣ କରାଯିବା ଉଚିତ୍ । ପ୍ରତ୍ୟେକ   ମ୍ୟୁନିସିପାଲିଟି ସାମାନ ଆଇନ ପ୍ରଣୟନ କରିବା ଦରକାର । ଯାହାଫଳରେ ଘର ମାଲିକମାନେ ଘରର ଚତୁଃର୍ପାଶ୍ଵରେ ମଶା ବଢାଇବାର ପରିବେଶ ସୃଷ୍ଟି କରିବେ ନାହିଁ । ଡେଙ୍ଗୁ ସଂକ୍ରମଣର ପ୍ରତିଷେଧକ ପାଇଁ ଫଳପ୍ରଦ ପଦକ୍ଷେପ ନେବାକୁ ପ୍ରଥମେ ପ୍ରାଧାନ୍ୟ ଦେବା ଉଚିତ୍ । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମଦ୍ଵାରା ଲୋକମାନଙ୍କୁକିପରି ଏହି ଜ୍ଵର ହୁଏ ତାହା ଜଣାଇବା ଦରକାର । ଗୋଷ୍ଠୀ ସଂପୃକ୍ତି ପାଇଁ କିଛି ପଦ୍ଧତି ବ୍ୟବହାର କରିପାରିବେ ।<ଗୋଷ୍ଠୀର ମୁଖ୍ୟ ଲୋକମାନଙ୍କୁ ନେଇ ସଭାର ଆୟୋଜନ କରିବା ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟକର୍ମୀଙ୍କର ସଂପୃକ୍ତିଏବଂ ପ୍ରଶିକ୍ଷଣ ସ୍ଥ୍ୟକର୍ମୀଙ୍କ ଦ୍ଵାରା ଅଧ୍ୟାପନା ଏବଂ ପ୍ରଦର୍ଶନୀ, ସ୍ଲାଇଡ୍ ପ୍ରଦର୍ଶନ, ଚଳଚିତ୍ର ବ୍ୟବହାର କରି ସ୍ଵେଚ୍ଛାସେବିମାନଙ୍କୁ ତାଲିମ ଦେବା ସୂଚନା ବିତରଣ ଏବଂ କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟ ଛାତ୍ରମାନଙ୍କୁ ଅନ୍ତର୍ଭୁକ୍ତ କରାଇ ଶିକ୍ଷା ଦେବା ଗୋଷ୍ଠୀର ସାହାଯ୍ୟ ଏବଂ ସହଯୋଗ ନେଇ ଘରକୁଘର ପର୍ଯ୍ୟବେକ୍ଷଣ। ଗୋଷ୍ଠୀକୁ ତାଲିକାଭୁକ୍ତ କରାଇ ଯୋଗାଯୋଗର ମାଧ୍ୟମ ଯଥା – ପ୍ରଦର୍ଶନ ମାଧ୍ୟମ, ଯାନ୍ତ୍ରକ ମାଧ୍ୟମ ଇତ୍ୟାଦିର ବହୁଳ ବ୍ୟବହାର । ପ୍ରତି ପରିବାରଙ୍କ ଦାୟିତ୍ଵ ମଶା ନିୟନ୍ତ୍ରଣ ରହିବା ଆବଶ୍ୟକ । ପ୍ରତି ରବିବାରକୁ ଶୁଖିଲା ଦିବସ ଭାବେ ପାଳନ କରି ମଶା ବଢୁଥିବା ସ୍ଥାନଗୁଡିକୁ ଶୁଖାଇ “  ମଶା ବଢୁଥିବା ସ୍ଥାନ ନିୟନ୍ତ୍ରଣ” ର ବାର୍ତ୍ତା ପହଞ୍ଚାଇବା ଏବଂ ପାଳନ କରିବା । ଏଡିସ୍ ମଶା ବଂଶ ବୃଦ୍ଧି ପ୍ରତିରୋଧ କରିବାରେ ସ୍ଥାନୀୟ ବାସିନ୍ଦାଙ୍କ ଭୂମିକା ଏଡିସ୍ ମଶା କାମୁଡାକୁ ନିମ୍ନୋକ୍ତ ଉପାୟରେ ପ୍ରତିରୋଧ କରାଯାଇପାରିବ ଶୀତଳ ଯନ୍ତ୍ରକୁ ଶୁଖିଲା ରଖିବା କିମ୍ବା ସେହି ପ୍ରକାରର ବ୍ୟବହୃତ ପାତ୍ରକୁ ପରିଷ୍କାର ରଖନ୍ତୁ । ପାଣି ପାତ୍ର ଓଲଟାଇ ରଖନ୍ତୁ । ଯଦି ଏହି ଉପାୟ ସମ୍ଭବ ନୁହେଁ, ତେବେ ଅଳ୍ପ ବୁନ୍ଦା କିରୋସିନ୍ କିମ୍ବା ଡିଜେଲ୍ ଶୀତଳ ଯନ୍ତ୍ରରେ ଢାଳନ୍ତୁ । ବାସଗୃହ ଛାତରୁ କିମ୍ବା ଆଖପାଖରେ ଯେତେପ୍ରକାର ଅଦରକାରୀ ପାତ୍ର ଅଛି ବାହାର କରିଦିଅନ୍ତୁ । ଛାତରେ ଜମି ରହିଥିବା ଜଳକୁ ଜଳ ନିର୍ଗମନ ନଳୀବାଟ ଦେଇ ବାହାର କରିଦିଅନ୍ତୁ । ବାସଗୃହରେ ନିଜକୁ ମଶା କବଳରୁ ରକ୍ଷା ପାଇବାକୁ ହେଲେ, ମଶାରୀ, ମଶା ନିବାରକ / ମଶାମରା, ଏପରିକି ଲାର୍ଭା ଭୋରସ୍ ମାଛ ଇତ୍ୟାଦି ଘରେ ବ୍ୟବହାର କରି ମଶାଠାରୁ ରକ୍ଷା ପାଆନ୍ତୁ । ଶିକ୍ଷକ ଏବଂ ଛାତ୍ର ଏବଂ  ମ୍ୟୁନିସିପାଲିଟି ଏହାର ଗୁରୁତ୍ଵକୁ ଅନୁଭବ କରି ଏହାର ବାର୍ତ୍ତାକୁ ପ୍ରଚାର କରିବା ଉଚିତ୍ କାରଣ ଏହାଦ୍ଵାରା ସମସ୍ତ ଯଥା ପରିବାର, ଜ୍ଞାତିକୁଟୁମ୍ବ ଏବଂ ସାହି ଆଡିଶା ସମସ୍ତେ ଏଥିରେ ଉପକୃତ ହୋଇପାରିବେ ।ଡେଙ୍ଗୁ ମଶା ନିୟନ୍ତ୍ରଣ – ତୁରନ୍ତ ସଂକ୍ରମିତ ମଶା ମାରିବା ଓ ମଶା ସଂଖ୍ୟା ହ୍ରାସ କରିବାକୁ ଚାହିଁଲେ ଘରେ ପାରାଥ୍ରମ୍ ମାଲାଥିଅନ୍ ସିଞ୍ଚନ କରନ୍ତୁ । କୌଣସି ଜାଗାରେ ଏକାବେଳେ ୫ ରୁ ଅଧିକ ରୋଗୀ ଦେଖାଗଲେ ,’ ଆଉଟବ୍ରେକ ’  ହୋଇଥାଇପାରେ ବୋଲି ସନ୍ଦେହ କରିବେ ଏବଂ ନିକଟସ୍ଥ ଡାକ୍ତରଖାନା ରୁ ଅତି ଶୀଘ୍ର ସୂଚନା ଦେବେ ।ରକ୍ତ ନମୁନା ପରୀକ୍ଷାରୁ ରୋଗ ଚିହ୍ନଟ ହେଲେ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ତୁରନ୍ତ ରୋଗ ନିୟନ୍ତ୍ରଣ ଓ ନିରାକରଣ ପାଇଁ ତତ୍ପରତା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ରୋଗୀମାନଙ୍କର ଚିକିତ୍ସା ପାଇଁ ଯତ୍ନବାନ ହେବେ ଓ ଜଟିଳତାର ଲକ୍ଷଣ ଦେଖାଗଲେ ଉପଯୁକ୍ତ ସୁବିଧା ଥିବା ବଡ ଡାକ୍ତରଖାନା କୁ ରୋଗୀକୁ ପଠାଇଦେବେ ।

ମନେରଖନ୍ତୁ

  • ଡେଙ୍ଗୁ ଏକ ଗୁରୁତର ଭୂତାଣୁ  ଜନିତ ଜ୍ଵର, ଡେଙ୍ଗୁ ହେମୋରାଜିକ୍ ଜ୍ଵରରେ ଅଧିକ ରକ୍ତକ୍ଷରଣ ହୋଇ ମୃତ୍ୟୁ ହୋଇଥାଏ
  • ଏହି ରୋଗ ରୋଗୀଠାରୁଗୋଟିଏ ସୁସ୍ଥ ଲୋକକୁ ଏଡିସ୍ ନାମକ ଏକପ୍ରକାର ମଶା କାମୁଡିବାଦ୍ଵାରା ହୋଇଥାଏ । ଥରେ ମଶା ସଂକ୍ରମିତ ହୋଇଗଲେ, ଜୀବନ ତମାସ୍ ତା’ ଦେହରେ ଥାଏ ।
  • ପ୍ରତ୍ୟେକ ଶ୍ରେଣୀର ମଶିଷ – ପୁରୁଷ, ମହିଳା ଏବଂ ପିଲାଙ୍କୁ ଏହି ରୋଗ ସଂକ୍ରମଣ କରିପାରେ । ଏହି ରୋଗ ପିଲାମାନଙ୍କଠାରେ ଅଧିକ ଗୁରୁତର ହୋଇଥାଏ ।
  • ରୋଗୀ ମଶାରୀ ମଧ୍ୟରେ କିମ୍ବା ଜାଲିଥିବା କୋଠରୀରେ ରହିବା ଉଚିତ୍ ।
  • ବାସଗୃହ ଚାରିପାଖରେ ଜଳ ଜମିରହିବା ସ୍ଥାନ ଯଥା – ଟିଣ, ଗାତ, ପାତ୍ର ଇତ୍ୟାଦିରେ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ। ପାଣିଟାଙ୍କିକୁ ଭଲ ଭାବରେ ଆବୃତ ରଖନ୍ତୁ । ଘର ଶୀତଳ ଯନ୍ତରୁ ପାଣି ପରିଷ୍କାର ରଖିବା ସହିତ ଅନ୍ୟାନ୍ୟ ପାଣି ପାତ୍ରକୁ ସପ୍ତାହରେ ଥରେ ସଫାକରନ୍ତୁ । ଏହାଦ୍ଵାରା ମଶା ଉପଦ୍ରବରୁ ରକ୍ଷା ମିଳେ ।
  • ଡେଙ୍ଗୁ ଜ୍ଵର ବ୍ୟାପିବା ବେଳେ ସମ୍ପୂର୍ଣ୍ଣ ହାତ, ଗୋଡଘୋଡାଇ ହୋଇ ରହୁଥିବା ବସ୍ତ୍ର ପରିଧାନ କରନ୍ତୁ । ଏପରିକି ପିଲାମାଙ୍କୁ ମଧ୍ୟ ଛୋଟ ଛୋଟ ପୋଷାକ ପିନ୍ଧିବାକୁ ଦିଅନ୍ତୁ ନାହିଁ । ମଶା ଧୂପ କିମ୍ବା ମଶା ନିବାରକ ତୈଳାକ୍ତ ପଦାର୍ଥ ରାତିରେ ଶୋଇବା ସମୟରେ ବ୍ୟବହାର କରନ୍ତୁ । ରୋଗୀକୁ ମଶା କାମୁଡା (ମଶା ଜାଲି ବ୍ୟବହାର ଦ୍ଵାରା) ଠାରୁ ରକ୍ଷା କରନ୍ତୁ ଏବଂ ଘର କୀଟାଣୁନାଶକ ସିଞ୍ଚନ କରନ୍ତୁ ।
  • ରୋଗୀକୁ ପ୍ରଚୁର ପରିମାଣରେ ପୁଷ୍ଟିସାର ଜାତୀୟ ଖାଦ୍ଯ ଏବଂ ପାନୀୟ ଦିଅନ୍ତୁ ।
  • ସାଲିସିଲେଟ୍ ଆସ୍ପିରିନ୍ ଡେଙ୍ଗୁ ଜ୍ଵରରେ ଦିଅନ୍ତୁ ନାହିଁ । ପାରାସିଟାମଲ୍ ଦେବା ନିରାପଦ ଅଟେ ।
  • ଯଦି ଜ୍ଵର ସହିତ ରକ୍ତସ୍ରାବ ହୁଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଚିକୁନଗୁନିଆ

ଚିକୁନଗୁନିଆ ରୋଗ ମଧ୍ୟ ଏଡିସ ମଶା ଦ୍ଵାରା ସଂକ୍ରମିତ ହୋଇଥାଏ । ଏବଂ ଏହା ମଧ୍ୟ ଏକ ପ୍ରକାର ଭୂତାଣୁ ଜନିତ ରୋଗ

ଲକ୍ଷଣ

  • ହଠାତ୍ ଶୀତ ଲାଗି ଆସେ , ଆଣ୍ଠୁଗଣ୍ଠି ଦରଜ ହୁଏ , ଦେହ ହାତ ବିନ୍ଧା ଛିଟିକା ହୁଏ , ବାନ୍ତି ଲାଗେ ,ଏବଂ ବାନ୍ତି ହୁଏ , ମୁଣ୍ଡବିନ୍ଦେ ଓ ଆଲୁଅକୁ ଅନାଇବାରେ କଷ୍ଟ ହୁଏ ।
  • ଏହି ରୋଗ ସମସ୍ଥିଙ୍କୁ ଆକ୍ରାନ୍ତ ହୋଇଥାନ୍ତି ।
  • ଏହିରୋଗ ପାଇଁ କୌଣସି ଔଷଧ ନାହିଁ  କିମ୍ବା କୌଣସି ପ୍ରତିଷେଧକ ଟୀକା ବାହାରି ନାହିଁ
  • ଲକ୍ଷଣ ଦେଖି ସାଧାରଣ ଉପଚାର କରାଯାଏ ।
  • ରୋଗାଏ ପ୍ରତିରୋଧକ ପାଇଁ ମଶାର ବଂଶ ବିସ୍ତାର ରୋକିବା ଓ ମଶା କାମୁଡିବା ନିଜକୁ ରକ୍ଷା କରିବା ମୁଖ୍ୟ ଉପାୟ ।
  • ଆଧାର

    ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ

    ସ୍ୱାସ୍ଥ୍ୟସେବା ନିର୍ଦେଶାଳୟ

    1.75
    ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

    ( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

    Enter the word
    ନେବିଗତିଓଂ
    Back to top