ହୋମ / ସ୍ଵାସ୍ଥ୍ୟ / ରୋଗ / ଡେଙ୍ଗୁ ଜର ସମ୍ବନ୍ଧୀୟ କେତାଟି ପ୍ରଶ୍ନ ଉତ୍ତର
ସେଆର କରନ୍ତୁ

ଡେଙ୍ଗୁ ଜର ସମ୍ବନ୍ଧୀୟ କେତାଟି ପ୍ରଶ୍ନ ଉତ୍ତର

ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ବନ୍ଧରେ କେତୋଟି ପ୍ରଶ୍ନ ଓ ଉତ୍ତର

ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ବନ୍ଧରେ କେତୋଟି ପ୍ରଶ୍ନ ଓ ଉତ୍ତର

ପ୍ରଶ୍ନ

    ଡେଙ୍ଗୁ ଜ୍ଵରର କାରଣ କଣ ଓ ଏହା କିପରି ହୋଇଥାଏ ?

ଉତ୍ତର

ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ । ଡେନ୍-୧, ଡେନ୍-୨, ଡେନ୍-୩, ଓ ତେନ୍-୪ ଏହିପରି ଚାରି ପ୍ରକାର ଡେଙ୍ଗୁ ଭୁତାଣୁ ଅଛନ୍ତି । ଭୂତାଣୁ ସଂକ୍ରମଣର ପ୍ରକାର ଓ ତୀବ୍ରତା ଅନୁସାରେ ଡେଙ୍ଗୁ ଜ୍ଵର ସାଧାରଣ ହୋଇପାରେ ବା ଜଟିଳ ହୋଇପାରେ । ଡେଙ୍ଗୁ ରକ୍ତସ୍ରାବୀ ଜ୍ଵର ( Dengu Haemorrhagic Fever) ଓ ଡେଙ୍ଗୁ ‘ସକ୍’ ଲକ୍ଷଣାବଳୀ( Dengu shock syndrome) ଅତ୍ୟନ୍ତ ସାଂଘାତିକ ।

ପ୍ରଶ୍ନ

    ସାଧାରଣ ତେଙ୍ଗୁ ରୋଗର ଲକ୍ଷଣଗୁଡିକ କଣ ?

ଉତ୍ତର

  • ହଠାତ୍ ଅତ୍ୟଧିକ ଜ୍ଵର ଆସେ, ଥଣ୍ଡା ଶର୍ଦ୍ଦି ଭଳି ଅସୁସ୍ଥ ଲାଗେ।
  • ମୁଣ୍ଡ ବିନ୍ଧେ, ଆଖି କୋରଡର ପଚାଭାଗରେ ଭୀକ୍ଷଣ ଯନ୍ତ୍ରଣା ହୁଏ ।
  • ବାନ୍ତି ଲାଗେ, ଅତ୍ୟଧିକ ବାନ୍ତି ଯୋଗୁଁ ବାନ୍ତିରେ ରକ୍ତ ପଡ଼ିବା ଦେଖାଯାଏ
  • ଘିମିରି ଆକାରର ଦେହରେ ଫଳିଯାଏ
  • ହାଡ଼ ଓ ଗଣ୍ଠିମାନଙ୍କରେ ଭୀଷଣ ଯନ୍ତ୍ରଣା ଅନୁଭବ ହୁଏ ଓ ଏଥିପାଇଁ ଚାଲିବାରେ କଷ୍ଟ ହୁଏ ।

ପ୍ରଶ୍ନ-

  1. ଢେଙ୍ଗୁର ବିପଦଜ୍ଜନକ ଲକ୍ଷଣଗୁଡିକ କଣ ?

ଉତ୍ତର

  • ପେଟରେ ଅଧିକ ଯନ୍ତ୍ରଣା ହେବା ଓ ଯନ୍ତ୍ରଣା ଲାଗି ରହିବା
  • ପାଟି, ଦାନ୍ତ, ନାକ, ଆଖି ଭିତର ତଥା ଶରୀରର ଚର୍ମରୁ ରକ୍ତସ୍ରାବ ହେବା
  • ବାନ୍ତି ହେବା ଓ ବାନ୍ତି ସହିତ ରକ୍ତ ପତିବା
  • କଳା ଝାଡ଼ା ହେବା
  • ଅତ୍ୟଧିକ ଶୋଷ ଲାଗିବା ଓ ପାଟି ଶୁଖିପିବା
  • ଚର୍ମ ଥଣ୍ଡା ଲାଗିବା ଓ ମଳିନ ପଡ଼ିଯିବା

ପ୍ରଶ୍ନ

  1. ଡେଙ୍ଗୁ ମାରାତ୍ମକ ରୋଗ କି ?

ଉତ୍ତର

  • ହଁ, ଚିକିସ୍ଥାରେ ଅବହେଳା ହେଲେ ତେଙ୍ଗୁ ମାରାତ୍ମକ ହୋଇପାରେ
  • ରକ୍ତସ୍ରାବୀ ତେଙ୍ଗୁଜୁର (DHF) ଓ ଡେଙ୍ଗୁ ସକ୍ ଲକ୍ଷଣାବଳି (DSS), ଅତ୍ୟନ୍ତ ମାରାତ୍ମକ
  • ସାନପିଲାଙ୍କ ପାଇଁ ଏହା ଅଧିକ ବିପଦପୂର୍ଣ୍ଣ

 

ପ୍ରଶ୍ନ

  1. ଏହି ରୋଗ କିପରି ସଂକ୍ରମିତ ହୋଇଥାଏ?

ଉତ୍ତର

  • ଏଡିସ୍ ମଶା କାମୁଡିବା ଦ୍ଵାରା ଏହି ରୋଗ ବ୍ୟାପିଥାଏ । ଏହି ରୋଗ ଖୁବ୍ ଶୀଘ୍ର ବ୍ୟାପିଥାଏ । ୨ ରୁ ୩ ଦିନ ମଧ୍ୟରେ ଗୋଟିଏ ପରିବାରରେ ୩ରୁ ୪ ଜଣ ଏକାବେଳକେ ଆକ୍ରାନ୍ତ ହୋଇପାରନ୍ତି । ଏହି ମଶା ସାଧାରଣତଃ ଦିନବେଳା କାମୁଡ଼ିଥାଏ । ସଂକ୍ରମିତ ମଶା କାମୁଡ଼ିବାର ୫-୭ ଦିନପରେ ଏହି ରୋଗର ଲକ୍ଷଣ ଦେଖାଯାଇଥାଏ ।

ପ୍ରଶ୍ନ

  1. ଏଡିସ ମଶାକୁ ଆମେ ଚିହ୍ନିବୁ କିପରି ଓ ଏହା କିପରି ବଂଶ ବିସ୍ତାର

କରିଥାଏ ?

ଉତ୍ତର

ଏଡିସ ମଶା ଦେଖିବାକୁ କଳା ଓ ଅନ୍ୟ । ମଶାମାନଙ୍କଠାରୁ ଆକାରରେ ସାନ । | ଏହି ମଶାର ଦେହରେ, ଗୋଡ଼ରେ ଓ ପିଠିରେ ଧଳା ଧଳା ଗାର ପଡିଥାଏ । "

ତେଣୁ ସହଜରେ ଚିହ୍ନି ହୁଏ । ଏହି ମଶାକୁ ‘ବାଘୁଆ ମଶା”( Tiger mosquito କହନ୍ତି ।

ଏହି ମଶା। ଜମି ରହିଥିବା ପରିଷ୍କାର

ପାଣିରେ ବଢିଥାଏ | ଘରେ ତଥ୍ୟ, ଘର

ଚାରିପଟେ ଥିବା ପରିତ୍ୟକ୍ତ ଖୋଲା ପାତ୍ର ଯଥା : - ପ୍ଲାଷ୍ଟିକ୍ ମୁଣି, ଟିଣ, କାଚ ବୋତଲ, ଲୁହା ପାତ୍ର, ଭଙ୍ଗା ବାଲଟି, ଡବା ନଡିଆ, ସଢ଼େଇ, କଟା ପଇଡ, ଠୋଲା, ଫୁଲକୁଣ୍ଡ, ଟାୟାର ଓ ଗୁମ କୁଳର ଓ ପାଣିଟାଙ୍କି (ଇତ୍ୟାଦିରେ ଜମି ରହୁଥିବା ସଫା ପାଣିରେ ଏହି ମଶା ଡିମ୍ବ ଦେଇଥାନ୍ତି । ତା'ଛଡା ଗଛ ଖୋଲ, କଟା ବାଉଁଶ ଆଦିରେ ଜମୁଥିବା ପାଣିରେ ମଧ୍ୟ ଏଡିସ୍ ମଶା ଡିମ୍ବ ଦିଏ ।

  • ପାଣିରେ ଅଣ୍ଡା ଦେବାର ୨୪ ଘଣ୍ଟା ପରେ ଅଣ୍ଡାରୁ ଲାର୍ଭା ବାହାରେ
  • ୭ ରୁ ୧୦ ଦିନ ମଧ୍ୟରେ ଲାର୍ଭାରୁ ମଶା ବାହାରି ପକ୍ଷ ମେଲାଇ ଉଡି ବୁଲେ
  • ଏହି ମଶା ସାଧାରଣତଃ ଅଣ୍ଡା ଏବଂ ଅନ୍ଧାରୁଆ ସ୍ଥାନମାନଙ୍କରେ ରହିବାକୁ ଭଲପାଏ । ଘର ବାହାରେ ସାଧାରଣତଃ ଥଣ୍ଡା ଏବଂ ଛାଇ ଜାଗାରେ ବିଶ୍ରାମ ନେଇଥାଏ, ଯଥା: ଘର ଚାରିପାଖରେ ଥିବା ଗଛଲତା ବୁଦା ଇତ୍ୟାଦି ।

 

ପ୍ରଶ୍ନ

  1. ଏହି ରୋଗକୁ ଚିହ୍ନଟ କରାଯାଏ କିପରି ?

ଉତ୍ତର

  • ରକ୍ତ ପରୀକ୍ଷା ଦ୍ଵାରା ଡେଙ୍ଗୁ ରୋଗ ଚିହ୍ନଟ କରାଯାଏ ।
  • ନିର୍ଦ୍ଦିଷ୍ଟ "ଏଲିଶା" ପଦ୍ଧତି ଦ୍ଵାରା ଡେଙ୍ଗୁ ରୋଗର ଭୂତାଣୁ ସଂକ୍ରମିତ ରୋଗ ପ୍ରତିରୋଧୀ(Antibody) କୁ ଅଲଗା ଅଲଗା ଭାବରେ ଚିହ୍ନଟ କରିହୁଏ ।
  • ରୋଗ ହୋଇଥିବାର ସନ୍ଦେହ ହେଲେ, ରକ୍ତ ନମୂନା ସଂଗ୍ରହ କରି ସେଣ୍ଟିନେଲ୍ ସର୍ଭେଲାନ୍ ପରୀକ୍ଷାଗାର"କୁ ପଠାଯାଏ । ଏହି ପରୀକ୍ଷାଗାରରେ 'ଏଲିଶା’ ପଦ୍ଧତି ମାଧ୍ୟମରେ ରକ୍ତ ପରୀକ୍ଷା କରି ଭୂତାଣୁର ଆଣ୍ଟିବଡି (IGM ଚିହ୍ନଟ କରାଯାଏ ।

 

ପ୍ରଶ୍ନ

  1. ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଏ କିପରି ?

ଉତ୍ତର

  • ରୋଗର ଲକ୍ଷଣ ପ୍ରକାଶ ପାଇବାର ୪ ରୁ ୭ ଦିନ ମଧ୍ୟରେ ରକ୍ତ ନମୁନା ସଂଗ୍ରହ କରିବା ଆବଶ୍ୟକ । ଏହି ସମୟ ମଧ୍ୟରେ ରକ୍ତରେ IGM ଆଣ୍ଟିବଡି ଦେଖାଯାଏ ।
  • ପ୍ରଥମ ରକ୍ତ ନମୁନା ସଂଗ୍ରହ କରିବାର ୭ ରୁ ୧୪ ଦିନ ମଧ୍ୟରେ ଦ୍ଵିତୀୟ ରକ୍ତ ନମୁନା ସଂଗ୍ରହ କରାଯାଏ ।
  • ଉଭୟ ରକ୍ତ ନମୁନାଙ୍କୁ "ରକ୍ତ ନମୁନା ଯୋଡି" କୁହାଯାଏ ।
  • ସଂଗ୍ରହ କରାଯାଇଥବା ରକ୍ତ ନମୁନା ଗୁଡିକୁ ୨ ରୁ ୮ ଡିଗ୍ରୀ ସେଣ୍ଟି ଗ୍ରେଡ୍  ତାପମାତ୍ରାରେ ରଖି ସେଣ୍ଟିନେଲ୍ ସର୍ଭେଲାନ୍ ପରୀକ୍ଷାଗାର' କୁ ପଠାଯାଏ ।
  • ରକ୍ତନମୁନା ଗୁଡିକୁ ଅତ୍ୟଧିକ ଥଣ୍ଡାରେ (୨ ଡିଗ୍ରୀ ସେଣ୍ଟିଗ୍ରେଡରୁ କମ) ରଖିବା ଅନୁଚିତ । ଏତେ କମ୍ ତାପମାତ୍ରାରେ ରଖିଲେ ରକ୍ତ କଣିକାଗୁଡିକ ନଷ୍ଟ ହୋଇଯାନ୍ତି । ଫଳରେ ରକ୍ତରେ ସେଗମର ଗୁଣରେ ପରିବର୍ତ୍ତନ ଦେଖାଯାଏ । ତେଣୁ ଭୂତାଣୁର ନିର୍ଦ୍ଦିଷ୍ଟ ଆଣ୍ଟିବଡି ଚିହ୍ନଟ କରିବାରେ ଅସୁବିଧା ହୁଏ ।
  • ରକ୍ତ ନମୁନା ସଂଗ୍ରହ କରିବାର ୨୪ ଘଣ୍ଟା ମଧ୍ୟରେ ଏହାକୁ ପରୀକ୍ଷାଗାରରେ ପହଞ୍ଚାଇବା ଆବଶ୍ୟକ । ଯଦି ବିଳମ୍ବ ହେବାର ସମ୍ଭାବନା ଥାଏ, ତେବେ ରକ୍ତରୁ ସେରମ୍ ଅଲଗା କରି ପରେ ପଠାଯାଇ ପାରିବ ।

ଆମ ରାଜ୍ୟରେ ଥିବା ୩ଟି ସରକାରୀ ମେଡିକାଲ କଲେଜ ଡାକ୍ତରଖାନା (କଟକ, ବୁର୍ଲା ଓ ବ୍ରହ୍ମପୁର) ର ମାକ୍ରକ୍ରୋବାଇଓଲୋଜି ଡିପାର୍ଟମେଣ୍ଟରେ ଡେଙ୍ଗୁ ତଥା ଚିକୁନଗୁନିଆ ରୋଗ ଚିହ୍ନଟ ପାଇଁ ରକ୍ତ ପରୀକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ପ୍ରଶ୍ନ

  1. ଏହି ରୋଗ ପାଇଁ କିଛି ପ୍ରତିଷେଧକ ଟୀକା ବାହାରିଛି କି?

ଉତ୍ତର

ଏହି ରୋଗ ପାଇଁ କୌଣସି ପ୍ରତିଷେଧକ ଟୀକା ବାହାରି ନାହିଁ ।

ପ୍ରଶ୍ନ

10. ଏହି ରୋଗର ଚିକିତ୍ସା କିପରି କରିବା ?

ଉରର

  • ଡେଙ୍ଗୁ ରୋଗପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ
  • ଲକ୍ଷଣକୁ ଦେଖି ଚିକିତ୍ସା କରାଯାଏ
  • ଜଟିଳତା ଦେଖାଗଲେ ଅତିଶୀଘ୍ର ଡାକ୍ତରଖାନାରେ ଚିକିତ୍ସା କରାଇବା ଜରୁରୀ
  • ଅତ୍ୟଧିକ ଜୁର ହେଲେ, ପାଣି ପଟି ପକାଇ କିମ୍ବା, ଓଦା ତଉଲିଆରେ ଦେହ ପୋଛି। ଦେହର ତାପମାତ୍ରା କମାଯାଏ । ଦରକାର ହେଲେ ପାରାସିଟାମଲ ବଳିକା ଦିଆଯାଏ ।

ମନେରଖନ୍ତୁ;

ଜ୍ଵର ଓ ଦରଜ କମାଇବାପାଇଁ ଆସପିରିନ୍ ତଥା ଅନ୍ୟ କୌଣସି ଷ୍ଟିରୋଏଡ୍ ଓ ଆଣ୍ଟିଇନ୍‌ଫାମେଟୋରୀ ଔଷଧ ଯଥା : ବ୍ରୁଫେନ, ଡାଇକ୍ଲୋଫେନାକ ସୋଡିୟମ, କିଟୋପ୍ରୋଫେନ୍, ଇଣ୍ଡୋ ମେଥାସିନ୍, ମେଫେନାମିକ୍ ଏସିଡ୍ ଇତ୍ୟାଦି ବ୍ୟବହାର କରିବେ ନାହିଁ ।

ପ୍ରଶ୍ନ

11. ଏହି ରୋଗ ନ ହେବାପାଇଁ କ’ଣ ଉପାୟ ଅଛି ?

ଉତ୍ତର

ଏହି ରୋଗର ପ୍ରତିରୋଧପାଇଁ ଏଡିସ୍ ମଶା ବଂଶ ବୃଦ୍ଧିକୁ ରୋକିବା ସଙ୍ଗେ ସଙ୍ଗେ ନିଜକୁ ମଶା କାମୁଡିବାରୁ ରକ୍ଷା କରିବା ହେଉଛି ମୁଖ୍ୟ ଉପାୟ ।

ଘର ଭିତରେ କଣ ପଦକ୍ଷେପ ନେବେ:

  • ପାଣି ଜମିବାକୁ ନଦେବା
  • ଅନ୍ତତଃ ପ୍ରତି ୭ ଦିନରେ ଥରେ ପାଣି ଜମୁଥିବା ଜାଗାଗୁଡ଼ିକୁ ସଫା କରି ଶୁଖାଇ ଦେବା
  • ପାଣି ପାତ୍ର ଓ ଛାତ ଉପର ପାଣି ଟାଙ୍କିର ଘୋଡଣୀକୁ ଭଲ ଭାବରେ ଘୋଡାଇ ରଖିବା
  • ଗୁମ୍ କୁଳଗରୁ ୭ ଦିନରେ ଥରେ ପାଣି ବାହାରକରି ସଫା ରଖିବା
  • ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ବ୍ୟବହାର ହେଉଥିବା  ଖାଇବା ତଥା ଗାଧୋଇବା ପାତ୍ରରୁ ୭ ଦିନରେ ଥରେ ପାଣି ବାହାରକରି ଶୁଖାଇ ଦେବା
  • ମଶା କାମୁଡାରୁ ରକ୍ଷା ପାଇବାପାଇଁ ଗୋଡ ହାତ ଓ ଦେହ ଲୁଚୁଥିବା ପୋଷାକ, ଯଥା: ଧୋତି ଫୁଲ୍ ଫ୍ୟାଣ୍ଟ ଓ ଫୁଲ ସାର୍ଟ ଆଦି ପିନ୍ଧିବା

ଘର ବାହାରେ କି ପ୍ରକାର ପଦକ୍ଷେପ ନେବେ:

  • ଘର ଚାରିପାଖରେ ଥିବା ଘାସ, ବୁଦା ଓ ଅନାବନା ଗଛଗୁଡିକ କାଟି ସଫା କରିଦେବେକାରଣ ଏସବୁ ଜୋଗାରେ ମଶା ବିଶ୍ରାମ ନିଅନ୍ତି ।
  • ଘରେ, ଘର ଚାରିପାଖରେ ଓ ଗାଁରେ ଥିବା ଖାଲଖମାଗୁଡିକୁ ବାଲି ଓ ମାଟି ପକାଇ ପୋତି ଦେବେ ଓ ପାଣି ଜମିବାକୁ ଦେବେ ନାହିଁ ।
  • ଘର ଚାରିପାଖରେ ଅଧିକ ଦିନ ଧରି  ଜମି ରହୁଥବା ପାଣି ଜାଗାରେ, ଅବ୍ୟବହୁତ କୂଅରେ ମଶା ଲାର୍ଭାଖିଆ ରାମ୍ବୁସିଆ ମାଛ ଛାଡି ପାରିବେ ।
  • ଭଙ୍ଗାପାତ୍ର, ପୁରୁଣା ଟାୟାର, ପଇଡ ଖୋଳ ଇତ୍ୟାଦି ପାଣି ଜମୁଥିବା ଅଦରକାରୀ ଜିନିଷକୁ ଘରଠାରୁ ଦୂରରେ ଗାତ ଖୋଳି ପୋତି ଦେବେ ।

ନିଜକୁ ମଶା କାମୁଡାରୁ ରକ୍ଷା କରିବାପାଇଁ କଣ କରିପାରିବେ:

  • ଦିନରେ ଶୋଇଲାବେଳେ ମଧ୍ୟ ମଶାରୀ ଟାଙ୍ଗି ଶୋଇବେ ।
  • କୀଟନାଶକ ଔଷଧ ଉପଚାରିତ ମଶାରୀ ଅଧିକ ଉପାଦେୟ ।
  • ସାନପିଲାମାନେ ସକାଳେ ନିଦରୁ ଉଠି ନଥିଲାବେଳେ ଯେପରି ମଶାରୀ ଭିତରେ ଶୋଇ ରହିବେ, ସେଥିପାଇଁ ଯତ୍ନନେବା ଆବଶ୍ୟକ ।
  • ମଶା ଘଉଡ଼ାଇବା ପାଇଁ ନିମ୍ବପତ୍ର ଓ ଝୁଣା ଧୂଆଁ ଦିଆଯାଇପାରିବ ଓ ବଜାରରେ ମିଳୁଥିବା ମଶାଧୂପ ବ୍ୟବହାର କରାଯାଇପାରିବ ।
  • ମଶା ନିରୋଧୀ ତେଲ ଯଥା; ନିମ ଓ କରଞ୍ଜ ତେଲ ବ୍ୟବହାର କଲେ ମଶା ଦେହରେ ବସନ୍ତି ନାହିଁ । ବଜାରରେ ମଧ୍ୟ ମଶା ନିରୋଧା ମଲମ ମିଳୁଛି ।
  • ଘରର ଝରକାଗୁଡିକରେ ମଶାରୀ ଜାଲି ଲଗାଇଲେ ଘରେ ମଶାପଶି ପାରନ୍ତି ନାହିଁ ।

ପ୍ରଶ୍ନ

12.  ରୋଗ ମହାମାରୀ ଆଡକୁ ଗତି କରୁଛି ବୋଲି କିପରି ସନ୍ଦେହ କରିବେ ଓ ଏଥିପାଇଁ କି ପ୍ରକାର ପଦକ୍ଷେପନେବେ

ଉଭାର

  • କୌଣସି ଜାଗାରେ ଏକାବେଳେ ୫ରୁ ଅଧିକ ରୋଗୀ ଦେଖାଗଲେ, ମହାମାରୀ ହୋଇଥାଇପାରେ ବୋଲି ସନ୍ଦେହ କରିବେ ଏବଂ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରକୁ ଅତିଶୀଘ୍ର ସୂଚନା ଦେବେ।
  • ତେଙ୍ଗୁ ରୋଗର ଲକ୍ଷଣ ଦେଖାଗଲେ, ରକ୍ତ ନମୁନା ସଂଗ୍ରହ ଜରି "ସେଣ୍ଟିନେଲ୍ ପରୀକ୍ଷାଗାରକୁ ପଠାଇବାପାଇଁ ବ୍ୟବସ୍ଥା କରିବେ ।
  • ରକ୍ତ ନମୁନା ପରୀକ୍ଷାରୁ ରୋଗ ଚିହ୍ନଟ ହେଲେ, ସ୍ଵାସ୍ଥ୍ୟ ଅଧିକାରୀ ତୁରନ୍ତ ରୋଗ ନିୟନ୍ତ୍ରଣ ଓ ନିରାକରଣ ପାଇଁ ତତ୍ପରତାର ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ।
  • ରୋଗୀମାନଙ୍କର ଚିକିତ୍ସାପାଇଁ ଯତ୍ନବାନ ଦେବେ ଓ ଜଟିଳତାର ଲକ୍ଷଣ ଦେଖାଗଲେ ଉପଯୁକ୍ତ ସୁବିଧା ଥିବା ବଡ଼ ଡାକ୍ତରଖାନାକୁ ରୋଗୀକୁ ପଠାଇଦେବେ ।
  • ମଶାମାନଙ୍କ ପ୍ରାଦୃର୍ଭାବ ଯୋଗୁଁ ମାହାମାରୀ ଦେଖାଗଲେ ଆବଶ୍ୟକ ସ୍ଥଳେ ଫଟିଙ୍ଗ (fogging) କରାଯାଏ । ଏଥିପାଇଁ "ପାଇରେଥ୍ରମ’ କୀଟନାଶକ ବ୍ୟବହାର କରାଯାଏ ।

ଚିକୁନଗୁନିଆ

ଚିକୁନଗୁନିଆ ରୋଗ ମଧ୍ୟ ଏଡିସ ମଶା ଦ୍ଵାରା ସଂକ୍ରମିତ ହୋଇଥାଏ । ଏବଂ ଏହା ମଧ୍ୟ ଏକ ପ୍ରକାର ଭୂତାଣୁ ଜନିତ ରୋଗ ।

ଚିକୁନଗୁନିଆ ରୋଗର ଲକ୍ଷଣଗୁଡିକ କ’ଣ ?

ହଠାତ୍ ଶୀତ ଲାଗି ଜ୍ଵର ଆସେ ଆଣ୍ଠୁଗୁଣ୍ଠି ଦରଜ ହୁଏ, ଦେହ ହାତ ବିନ୍ଧା ଛଟକା ହୁଏ, ବାନ୍ତି ଲାଗେ, ବାନ୍ତ ହୁଏ, କେତେକ ରୋଗୀଙ୍କ ଦେହରେ ଅଗିଆବାତ ଭଳି ନାଲି ନାଲି ହୋଇ ଫଳିଯାଏ, ମୁଣ୍ଡବିନ୍ଧେ ଓ ଆଲୁଅକୁ ଅନାଇବାରେ କଷ୍ଟ ହୁଏ ।

ସ୍ଵା ପୁରୁଷ ନିର୍ବିଶେଷରେ ସବୁ ବୟସର ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ଡେଙ୍ଗୁ ପରି ଚିକୁନଗୁନିଆର ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ କିମ୍ବା କୌଣସି ପ୍ରତିଷେଧକ ଟୀକା ବାହାରି ନାହିଁ ।

ଲକ୍ଷଣ ଦେଖି ସାଧାରଣ ଚିକିତ୍ସା କରାଯାଏ ।

ରୋଗର ପ୍ରତିରୋଧ ପାଇଁ ଏଡିସ ମଶାର ବଂଶ ବିସ୍ତାର ରୋକିବା ଓ ମଶା କାମୁଡାରୁ ନିଜକୁ ରକ୍ଷା କରିବା ମୁଖ୍ୟ ଉପାୟ ।

ଆଧାର: ଜାତୀୟ ସ୍ୱାସ୍ଥ୍ୟ ମିଶନ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top