ହୋମ / ସ୍ଵାସ୍ଥ୍ୟ / ରୋଗ / ଡେଙ୍ଗୁ ପାଇଁ ସତର୍କତା
ସେଆର କରନ୍ତୁ

ଡେଙ୍ଗୁ ପାଇଁ ସତର୍କତା

ଡେଙ୍ଗୁ ପ୍ରତି ସତର୍କତା ରହିବା ଆବଶ୍ୟକ

ଉପକ୍ରମ

ସମସ୍ତଙ୍କର ଧାରଣା ଯେ, ଡେଙ୍ଗୁ ଏକ ଉୟାବହ ରୋଗ । ଏହା କେତେକାଂଶରେ ସତ୍ୟ ହୋଇପାରେ, ମାତ୍ର ସମସ୍ତ ପ୍ରକାର ଡେଙ୍ଗୁ ଜ୍ଵରରେ ଏହା ଘଟି ନ ଥାଏ । ଅଧିକାଂଶ ଡେଙ୍ଗୁ ପଜିଟିଭ ରୋଗୀମାନେ ଆରୋଗ୍ୟ ଲାଭ କରିଥାଆନ୍ତି । ଏଥିପାଇଁ ଆମକୁ ପ୍ରଥମରୁ ସତର୍କ ହେବାକୁ ପଡିବ ।

  • କୌଣସି ଜ୍ଵରକୁ ସାଧାରଣ ଜ୍ଵର ଭାବି ନିଜେ ମନେମନେ କିମ୍ବା ଔଷଧ ଦୋକାନରୁ ବୁଝି ଔଷଧ ବ୍ୟବହାର କରିବା ଉଚିତ୍ ନୁହେଁ । ଅଧିକାଂଶ ଜ୍ଵର ଔଷଧରେ ନିମୁସେଲାଇଡ ଓ ଆସ୍ପିରିନ ପରି କ୍ଷତିକାରକ ଔଷଧ ଗୁଣ ଥାଏ, ଯାହା ଡେଙ୍ଗୁ ଓ ଅନ୍ୟାନ୍ୟ ଜ୍ଵର ପାଇଁ କ୍ଷତିକାରକ ।
  • କୌଣସି ଜ୍ଵର ହେଲେ ପ୍ରଥମେ ତା’ର କାରଣ ନିର୍ଣ୍ଣୟ ପାଇଁ ରକ୍ତ, ପରିସ୍ରା ଓ ଅନ୍ୟାନ୍ୟ ପରୀକ୍ଷା ଯାହା ଡାକ୍ତର ଠିକ୍ କରିବେ କରିବା ଜରୁରୀ ଆମ ରାଜ୍ୟରେ ମ୍ୟାଲେରିଆର ପ୍ରାଦୁର୍ଭାବ ଅଧିକ ଥିବା ଯୋଗୁଁ ଜ୍ଵର ହେବା ମାତ୍ରକେ ମ୍ୟାଲେରିଆ ପରୀକ୍ଷା କରାଯାଏ । ଏହା ରକ୍ତ କାଚ କିମ୍ବା ଆରଡିକେରେ ପରୀକ୍ଷା ହୋଇଥାଏ ।
  • ଡେଙ୍ଗୁ ସନ୍ଦେହ ହେଲେ ଡାକ୍ତର ପରୀକ୍ଷା ଲାଗି କହିଥାଆନ୍ତି । ସବୁ ଜ୍ଵରକୁ ଡେଙ୍ଗୁ ବୋଲି ଭାବି ନିଜେ ନିଜେ ପରୀକ୍ଷା ପାଇଁ କହିବା ଉଚିତ୍ ନୁହେଁ ।
  • ଡେଙ୍ଗୁ ଜ୍ଵର ସଂକ୍ରମଣ ମସା କାମୁଡିବାର ୫/୭ ଦିନ ମଧ୍ୟରେ ହୋଇଥାଏ । ଏ ଭିତରେ ଶରୀରର ଥିବା ରକ୍ତକନିକା ପ୍ଳେଟଲେଟ ଆକ୍ରାନ୍ତ ହୋଇଥାଆନ୍ତି ଓ ମାତ୍ରା କମି ଥାଏ ।
  • ଡେଙ୍ଗୁର ଆଣ୍ଟିଜେନ୍ ପରୀକ୍ଷାସମସ୍ତ ମେଡିକାଲ କଲେଜ, ଆରଏମ୍ ଆରସି, ଜିଲା, ମୁଖ୍ୟା ଚିକିତ୍ସାଳୟଗୁଡିକରେ ଉପଲବ୍ଧ । ଏଥିପାଇଁ ଯେଉଁ ବ୍ୟକ୍ତିମାନଙ୍କ ଦେହରେ ଡେଙ୍ଗୁ ସଂକ୍ରମିତ ହୋଇଛି ବୋଲି ସନ୍ଦେହ ଆସେ, ସେହିମାନଙ୍କୁ ପରୀକ୍ଷା ପାଇଁ ପଠାଯାଇଥାଏ କିମ୍ବା ରକ୍ତ ସଂଗ୍ରହ ପରେ ପଠାଯାଇଥାଏ । ଏହି ପରୀକ୍ଷା ବାହାରେ ଘରୋଇ ଭାବେ କରିବା ଅନୁଚିତ । ରକ୍ତ ପରୀକ୍ଷା ପାଇଁ କୌଣସି ଦେୟ ପଡି ନ ଥାଏ ।
  • ଯଦି ଜଣଙ୍କର ରକ୍ତ ନମୁନାରେ ଡେଙ୍ଗୁ ପଜିଟିଭ ବାହାରେ ତା’ହାଲେ ଆତଙ୍କିତ ହେବା ଅନୁଚିତ । ଏଥିପାଇଁ ଡାକ୍ତରଖାନାରେ ବିଶେଷଜ୍ଞଙ୍କ ଚିକିତ୍ସାରେ ରହିବାକୁ ପଡିଥାଏ । ଆନୁଷଙ୍ଗିକ ଚିକିତ୍ସା ସହିତ ଆଇଭି- ଫେମିଡ୍ ରକ୍ତ ଇତ୍ୟାଦି ପ୍ରଦାନ ଦ୍ଵାରା ରୋଗୀ ସହଜରେ ସୁସ୍ଥ ହୋଇ ପାରିଥାଏ ।
  • ଯେଉଁମାନଙ୍କର ରକ୍ତକ୍ଷରଣ ଆରମ୍ଭ ହୋଇଥାଏ ଗୁରୁତ୍ଵର ଜଳୀୟହୀନତା ହୋଇ ବିଭିନ୍ନ ଅଙ୍ଗ ଯଥା କିଡନୀ, ବ୍ରେନ, ଲିଭର ଓ ହାର୍ଟଇତ୍ୟାଦି ଆକ୍ରାନ୍ତ ହୋଇଥାଏ ଓ ମଲ୍ଟି ଅର୍ଗାନ ଫେଲ୍ୟୁଅର ହୋଇସାରିଥାଏ; ସେ କ୍ଷେତ୍ରରେ ରୋଗୀକୁ ଭଲ କରିବା କଷ୍ଟକର ହୋଇଥାଏ । ଏହିପରି ଘଟନା ଖୁବ୍ କମ ହୋଇଥାଏ ।

କାରଣ

ଏହା ଆରନୋ ଭାଇରସ ଡେଙ୍ଗୁ ଭାଇରସ ଦ୍ଵାରା ହୋଇଥାଏ । ସାଧାରଣତଃ ଦିନରେ କାମୁଡୁଥିବା କଳା ଦାଗଯୁକ୍ତ ମଶା (ଏଡିସ୍) ଦ୍ଵାରା ଏହା ବ୍ୟାପିଥାଏ । ଏହି ମଶା ରୋଗୀଠାରୁ ରକ୍ତ ଖାଇବା ସମୟରେ ଭାଇରସ୍ ମଧ୍ୟା ତାହା ସହ ଆସିଥାଏ ଓ ସେହି ମଶା ସୁସ୍ଥ ରୋଗୀକୁ କାମୁଡିଲେ ତାହା ଦେହରେପ୍ରବେଶ କରିଥାଏ । ଏହି ଜ୍ଵର ମ୍ୟାଲେରିଆ ଓ ଫାଇଲେରିଆ ପରି ମଶାବାହିତ ଜ୍ଵର । ମାତ୍ରା ଏହା ଭୂତାଣୁ ଦ୍ଵାରା ହୋଇଥାଏ । ସାଧାରଣତଃ କମ୍ ପ୍ରତିରୋଧକ ଶକ୍ତିଥିବା ବ୍ୟକ୍ତିମାନଙ୍କୁ ଏହା ସହଜରେ ହୋଇଥାଏ ।

ମଶାଠାରୁ କିପରି ରକ୍ଷା ପାଇବା

ମଶାମାନଙ୍କୁ ସମ୍ପୁର୍ଣ୍ଣ ରୂପେ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ତେଣୁ ଆମେ ମଶା କାମୁଡାରୁ ରକ୍ଷା ପାଇଁ ବିଭିନ୍ନ ଉପାୟ ଓ ସାଧନର ଉପଯୋଗ କରିବା ଆବଶ୍ୟକ । ମଶାରୀ ବିଶେଷତଃ ଔଷଧ/ କୀଟନାଶକ ଦ୍ରବଣଯୁକ୍ତ ମଶାରିର ବ୍ୟବହାର ।

  • ସନ୍ଧ୍ୟାବେଳେ ମଶା ଲିକ୍ୟୁଇଡ୍ ମ୍ୟାଟ କିମ୍ବା ଧୂପର ପ୍ରୟୋଗ ।
  • ଖୋଲା ଥିବା ଶରୀର ଅଂଶରେ ମଶା କ୍ରିମ୍ କିମ୍ବା ତେଲର ପ୍ରୟୋଗ
  • କାର୍ଯ୍ୟକ୍ଷେତ୍ରରେ ପୁରା ଜୋଟା ଓ ପୂରା ହାତ ଥିବା ପୋଷାକ ପିନ୍ଧିବା ଆବଶ୍ୟକ ।
  • ମଶା ବୃଦ୍ଧି ପାଉଥିବା ସ୍ଥାନରେ ପରୀକ୍ଷାରଓ ପାଣି କମିବାକୁ ନ ହେବ ।
  • ବିଶେଷତଃ ଯେଉଁ ସ୍ଥାନରେ ବିଭିନ ପାତ୍ର, ଡବା, ଟାୟାର ଖୋଳ ଇତ୍ୟାଦିରେ ପାଣି ଜମୁଥାଏ ତାକୁ ସଫା କରିବା ଜରୁରୀ । କୁଳର, ଫୁଲକୁଣ୍ଡ ଓ ଏସି ଇତ୍ୟାଦି ମଧ୍ୟ ଏହାର ଅନ୍ତର୍ଭକ୍ତ ।
  • ସାମୟିକ ଫରିଙ୍ଗ୍ ନାଳ ନର୍ଦ୍ଦମା ସଫା ଓ ମଶାମରା ତେଲର ପ୍ରୟୋଗ ମଧ୍ୟ ବହୁତ ଗୁରୁତ୍ଵପୂର୍ଣ୍ଣ ।

ଡେଙ୍ଗୁର ପ୍ରତିଷେଧକ

ଏଥିପାଇଁ କୌଣସି ଟୀକା ବଜାରରେ ଉପଲବ୍ଧ ନାହିଁ ମଶାଙ୍କଠାରୁ ରକ୍ଷା ହେଉଛି ଏହାର ପ୍ରତିଷେଧକ । ନିଜର ଘର ଓ ପରିବେଶକୁ ସଫାସୁତୁରା ଓ କୀଟପତଙ୍ଗ ରହିତ କରିବା ପ୍ରୟୋଜନ । ବାହାର ସ୍ଥାନରେ ପାଣି ଜମିବାକୁ ନ ଦେବା ଓ ପାଣି ଜମୁଥିବା ପାତ୍ର ଇତ୍ୟାଦି ଏଣେତେଣେ ପକାଇବା ଉଚିତ୍ ନୁହେଁ । ମଶାରି ବ୍ୟବହାର ଏକ ଉତ୍ତମ ଅଭ୍ୟାସ । ଏସି କିମ୍ବା କୁଲର ଲଗାଇଲେ ମଧ୍ୟ ମଶା କାମୁଡି ଥାଆନ୍ତି ।

କ’ଣ କରିବେ ।

ଜ୍ଵରର କାରଣ ନିର୍ଣ୍ଣୟ ଓ ଚିକିତ୍ସା ହେବା ଦରକାର । ଜ୍ଵର କମିବା ପାଇଁ ଥଣ୍ଡା ପଟି ଓ ସ୍ପଜିଙ୍ଗ ଆବଶ୍ୟକ । ପାରାସିଟାମଲ୍ ମାତ୍ରା ଅନୁଯାୟୀ ବ୍ୟବହାର କରାଯାଇପାରେ, ମାତ୍ରା ନିମୁସେଲାଇଡ୍ ଓ ଆସ୍ପିରିନ୍ ବ୍ୟବହାର କରିବା ଅନୁଚିତ ।

ପ୍ରକାର

୧- ସାଧାରଣ ଡେଙ୍ଗୁ ଜ୍ଵର- ଯାହା ଘରେ ରହି ଚିକିତ୍ସା କରାଯାଇ ପାରିବ ।

୨- ଡେଙ୍ଗୁ ଜ୍ଵର ସହିତ ରକ୍ତକ୍ଷରଣ ଏହା ଡାକ୍ତରଖାନାରେ ରହି ଚିକିତ୍ସା ହେବା ଉଚିତ୍

୩- ଡେଙ୍ଗୁ ଜ୍ଵର ସହିତ ଶକ୍ ଶିଣ୍ଟ୍ରୋମ୍ ଏହା ଅତି ଗୁରୁତ୍ଵର ଓ ଅନେକ ସମୟରେ ଆଇସିୟୁରେ ରହି ଚିକିତ୍ସା କରିବା ପଡିଥାଏ ।

ଲକ୍ଷଣ

ଦେହରେ ସମସ୍ତ ମାଂସପେଶୀ ଅଙ୍ଗ ବହୁତ ଦରଜ ହୋଇଥାଏ । କିଏ ମାଡଦେଲା ପରି ଲାଗେ । ଏହାକୁ ଠେଙ୍ଗା ଜ୍ଵର କୁହାଯାଏ ।

  • କମ୍ପ, ଅଧିକ ତାପମାତ୍ରା ମୁଣ୍ଡବ୍ୟଥା, ବାନ୍ତି, ଦୁର୍ବଳତା ଓ ଜଳଶୁଷ୍କତା ହୋଇଥାଏ ।
  • ଜଳଶୁଷ୍କତାର ମାତ୍ରା ଅଧିକ ହେଲେ, ରୋଗୀ ଅଚେତ ହୋଇଯାଏ । ବିଭିନ୍ନ ଅଙ୍ଗ କର୍ମକ୍ଷମ ହୋଇ ନ ଥାନ୍ତି ।
  • ଶରୀରର ସବୁ ସ୍ଥାନରେ ପ୍ଲେଟ୍ ଲେଟ୍ ହ୍ରାସ ଯୋଗୁଁ ରକ୍ତକ୍ଷରଣ ହୋଇଥାଏ । ଅତ୍ୟଧିକ ରକ୍ତକ୍ଷରଣ ଯୋଗୁଁ ରୋଗୀ ଶକ୍ ଅବସ୍ଥାକୁ ଯାଇଥାଏ ।

ପରୀକ୍ଷା

ରକ୍ତ ପରୀକ୍ଷା ମ୍ୟାଲେରିଆ ରକ୍ତକନିକାଓ ପ୍ଲେଟ୍ ଲେଟ୍ କାଉଣ୍ଟ ଡେଙ୍ଗୁର ଆଣ୍ଟିଜେନ୍ ପରୀକ୍ଷା ହିମୋଗ୍ଲୋବିନ୍, ବିଟି, ସିଟି, ବ୍ଲଡ଼ ଗ୍ରୁପିଂ, ପରିସ୍ରାର ପରୀକ୍ଷା ।

କେଉଁଠାରେ ଚିକିସ୍ଥିତ ହେବେ ।

ଅଧିକାଂଶ ସାଧାରଣ ଡେଙ୍ଗୁ ପାଇଁ ଘରେ ରହି ଚିକିତ୍ସା କରାଯାଇପାରିବ ମାତ୍ର ଏହା ଡାକ୍ତରଙ୍କ ପରାମର୍ଶରେ ତତ୍ତ୍ଵାବଧାନରେ କରିବା ଆବଶ୍ୟକ । ଜ୍ଵରର ଚିକିତ୍ସା, ଜଳଶୁଷ୍କତା ପାଇଁ ଓଆରଏସ୍ ସାଧାରଣ ଆଣ୍ଟିବାୟୋଟିକର୍ ପ୍ରୟୋଗ କରାଯାଏ ।

  • ରକ୍ତକ୍ଷରଣ ଡେଙ୍ଗୁ ପାଇଁ ସାଧାରଣତଃ ଡାକ୍ତରଖାନାରେ ସଦର ମହକୁମା, ଜିଲ୍ଲାସ୍ତରୀୟ କିମ୍ବା ମେଡିକାଲ କଲେଜରେ ରହି ଚିକିତ୍ସା କରିବାକୁ ପଡେ ।
  • ଗୁରୁତର ଡେଙ୍ଗୁ ଶକ୍ ସିଣ୍ଟ୍ରୋମ୍ ପାଇଁ ନିଶ୍ଚିତ ଭାବେ ଟର୍ସିଆରୀ କେୟାର ହସ୍ପିଟାଲ ଯଥା ମେଡିକାଲ କଲେଜ କିମ୍ବା ଜିଲ୍ଲା ସଦର ମହୁକୁମା, କ୍ୟାପିଟାଲ ହସ୍ପିଟାଲ ଇତ୍ୟାଦିରେ ରହି ଚିକିସ୍ଥିତ ହେବାକୁ ପଡେ। ଦରକାର ହେଲେ ଆଇ-ସିୟୁରେ ରହି ଚିକିସ୍ଥିତ ହେବାକୁ ପଡେ ।
  • ଡେଙ୍ଗୁରୋଗୀ ମଶାରିରେ ଶୋଇବା ଦ୍ଵାରା ମଶା କାମୁଡି ପାରେ ନାହିଁ । ଫଳରେ ଡେଙ୍ଗୁ ବ୍ୟାପିବା ଆଶଙ୍କା ନ ଥାଏ ।

ଆଧାର

ଧରିତ୍ରୀ

2.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top