ଡେଙ୍ଗୁ ଜ୍ଵରର କାରଣ କଣ ଓ ଏହା କିପରି ହୋଇଥାଏ ?
ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ । ଡେନ୍-୧, ଡେନ୍-୨, ଡେନ୍-୩, ଓ ତେନ୍-୪ ଏହିପରି ଚାରି ପ୍ରକାର ଡେଙ୍ଗୁ ଭୁତାଣୁ ଅଛନ୍ତି । ଭୂତାଣୁ ସଂକ୍ରମଣର ପ୍ରକାର ଓ ତୀବ୍ରତା ଅନୁସାରେ ଡେଙ୍ଗୁ ଜ୍ଵର ସାଧାରଣ ହୋଇପାରେ ବା ଜଟିଳ ହୋଇପାରେ । ଡେଙ୍ଗୁ ରକ୍ତସ୍ରାବୀ ଜ୍ଵର ( Dengu Haemorrhagic Fever) ଓ ଡେଙ୍ଗୁ ‘ସକ୍’ ଲକ୍ଷଣାବଳୀ( Dengu shock syndrome) ଅତ୍ୟନ୍ତ ସାଂଘାତିକ ।
ସାଧାରଣ ତେଙ୍ଗୁ ରୋଗର ଲକ୍ଷଣଗୁଡିକ କଣ ?
- ହଠାତ୍ ଅତ୍ୟଧିକ ଜ୍ଵର ଆସେ, ଥଣ୍ଡା ଶର୍ଦ୍ଦି ଭଳି ଅସୁସ୍ଥ ଲାଗେ।
- ମୁଣ୍ଡ ବିନ୍ଧେ, ଆଖି କୋରଡର ପଚାଭାଗରେ ଭୀକ୍ଷଣ ଯନ୍ତ୍ରଣା ହୁଏ ।
- ବାନ୍ତି ଲାଗେ, ଅତ୍ୟଧିକ ବାନ୍ତି ଯୋଗୁଁ ବାନ୍ତିରେ ରକ୍ତ ପଡ଼ିବା ଦେଖାଯାଏ ।
- ଘିମିରି ଆକାରର ଦେହରେ ଫଳିଯାଏ ।
- ହାଡ଼ ଓ ଗଣ୍ଠିମାନଙ୍କରେ ଭୀଷଣ ଯନ୍ତ୍ରଣା ଅନୁଭବ ହୁଏ ଓ ଏଥିପାଇଁ ଚାଲିବାରେ କଷ୍ଟ ହୁଏ ।
ଡେଙ୍ଗୁର ବିପଦଜ୍ଜନକ ଲକ୍ଷଣଗୁଡିକ କଣ ?
- ପେଟରେ ଅଧିକ ଯନ୍ତ୍ରଣା ହେବା ଓ ଯନ୍ତ୍ରଣା ଲାଗି ରହିବା ।
- ପାଟି, ଦାନ୍ତ, ନାକ, ଆଖି ଭିତର ତଥା ଶରୀରର ଚର୍ମରୁ ରକ୍ତସ୍ରାବ ହେବା ।
- ବାନ୍ତି ହେବା ଓ ବାନ୍ତି ସହିତ ରକ୍ତ ପଡିବା ।
- କଳା ଝାଡ଼ା ହେବା ।
- ଅତ୍ୟଧିକ ଶୋଷ ଲାଗିବା ଓ ପାଟି ଶୁଖିପିବା ।
- ଚର୍ମ ଥଣ୍ଡା ଲାଗିବା ଓ ମଳିନ ପଡ଼ିଯିବା ।
ଡେଙ୍ଗୁ ମାରାତ୍ମକ ରୋଗ କି ?
- ଚିକିତ୍ସାରେ ଅବହେଳା ହେଲେ ତେଙ୍ଗୁ ମାରାତ୍ମକ ହୋଇପାରେ ।
- ରକ୍ତସ୍ରାବୀ ତେଙ୍ଗୁଜୁର (DHF) ଓ ଡେଙ୍ଗୁ ସକ୍ ଲକ୍ଷଣାବଳି (DSS), ଅତ୍ୟନ୍ତ ମାରାତ୍ମକ ।
- ସାନପିଲାଙ୍କ ପାଇଁ ଏହା ଅଧିକ ବିପଦପୂର୍ଣ୍ଣ ।
ଏହି ରୋଗ କିପରି ସଂକ୍ରମିତ ହୋଇଥାଏ?
ଏଡିସ୍ ମଶା କାମୁଡିବା ଦ୍ଵାରା ଏହି ରୋଗ ବ୍ୟାପିଥାଏ । ଏହି ରୋଗ ଖୁବ୍ ଶୀଘ୍ର ବ୍ୟାପିଥାଏ । ୨ ରୁ ୩ ଦିନ ମଧ୍ୟରେ ଗୋଟିଏ ପରିବାରରେ ୩ରୁ ୪ ଜଣ ଏକାବେଳକେ ଆକ୍ରାନ୍ତ ହୋଇପାରନ୍ତି । ଏହି ମଶା ସାଧାରଣତଃ ଦିନବେଳା କାମୁଡ଼ିଥାଏ । ସଂକ୍ରମିତ ମଶା କାମୁଡ଼ିବାର ୫-୭ ଦିନପରେ ଏହି ରୋଗର ଲକ୍ଷଣ ଦେଖାଯାଇଥାଏ ।
ଏଡିସ ମଶାକୁ ଆମେ ଚିହ୍ନିବୁ କିପରି ଓ ଏହା କିପରି ବଂଶ ବିସ୍ତାର କରିଥାଏ ?
ଏଡିସ ମଶା ଦେଖିବାକୁ କଳା ଓ ଅନ୍ୟ । ମଶାମାନଙ୍କଠାରୁ ଆକାରରେ ସାନ । ଏହି ମଶାର ଦେହରେ, ଗୋଡ଼ରେ ଓ ପିଠିରେ ଧଳା ଧଳା ଗାର ପଡିଥାଏ । "ତେଣୁ ସହଜରେ ଚିହ୍ନି ହୁଏ । ଏହି ମଶାକୁ ‘ବାଘୁଆ ମଶା”( Tiger mosquito)କହନ୍ତି ।
ଏହି ମଶା। ଜମି ରହିଥିବା ପରିଷ୍କାର ପାଣିରେ ବଢିଥାଏ । ଘରେ ତଥ୍ୟ, ଘର ଚାରିପଟେ ଥିବା ପରିତ୍ୟକ୍ତ ଖୋଲା ପାତ୍ର ଯଥା : - ପ୍ଲାଷ୍ଟିକ୍ ମୁଣି, ଟିଣ, କାଚ ବୋତଲ, ଲୁହା ପାତ୍ର, ଭଙ୍ଗା ବାଲଟି, ଡବା ନଡିଆ, ସଢ଼େଇ, କଟା ପଇଡ, ଠୋଲା, ଫୁଲକୁଣ୍ଡ, ଟାୟାର ଓ ଗୁମ କୁଳର ଓ ପାଣିଟାଙ୍କି (ଇତ୍ୟାଦିରେ ଜମି ରହୁଥିବା ସଫା ପାଣିରେ ଏହି ମଶା ଡିମ୍ବ ଦେଇଥାନ୍ତି । ତା'ଛଡା ଗଛ ଖୋଲ, କଟା ବାଉଁଶ ଆଦିରେ ଜମୁଥିବା ପାଣିରେ ମଧ୍ୟ ଏଡିସ୍ ମଶା ଡିମ୍ବ ଦିଏ ।
- ପାଣିରେ ଅଣ୍ଡା ଦେବାର ୨୪ ଘଣ୍ଟା ପରେ ଅଣ୍ଡାରୁ ଲାର୍ଭା ବାହାରେ ।
- ୭ ରୁ ୧୦ ଦିନ ମଧ୍ୟରେ ଲାର୍ଭାରୁ ମଶା ବାହାରି ପକ୍ଷ ମେଲାଇ ଉଡି ବୁଲେ ।
- ଏହି ମଶା ସାଧାରଣତଃ ଅଣ୍ଡା ଏବଂ ଅନ୍ଧାରୁଆ ସ୍ଥାନମାନଙ୍କରେ ରହିବାକୁ ଭଲପାଏ । ଘର ବାହାରେ ସାଧାରଣତଃ ଥଣ୍ଡା ଏବଂ ଛାଇ ଜାଗାରେ ବିଶ୍ରାମ ନେଇଥାଏ, ଯଥା: ଘର ଚାରିପାଖରେ ଥିବା ଗଛଲତା ବୁଦା ଇତ୍ୟାଦି ।
ଏହି ରୋଗକୁ ଚିହ୍ନଟ କରାଯାଏ କିପରି ?
- ରକ୍ତ ପରୀକ୍ଷା ଦ୍ଵାରା ଡେଙ୍ଗୁ ରୋଗ ଚିହ୍ନଟ କରାଯାଏ ।
- ନିର୍ଦ୍ଦିଷ୍ଟ "ଏଲିଶା" ପଦ୍ଧତି ଦ୍ଵାରା ଡେଙ୍ଗୁ ରୋଗର ଭୂତାଣୁ ସଂକ୍ରମିତ ରୋଗ ପ୍ରତିରୋଧୀ(Antibody) କୁ ଅଲଗା ଅଲଗା ଭାବରେ ଚିହ୍ନଟ କରିହୁଏ ।
- ରୋଗ ହୋଇଥିବାର ସନ୍ଦେହ ହେଲେ, ରକ୍ତ ନମୂନା ସଂଗ୍ରହ କରି ସେଣ୍ଟିନେଲ୍ ସର୍ଭେଲାନ୍ ପରୀକ୍ଷାଗାର"କୁ ପଠାଯାଏ । ଏହି ପରୀକ୍ଷାଗାରରେ 'ଏଲିଶା’ ପଦ୍ଧତି ମାଧ୍ୟମରେ ରକ୍ତ ପରୀକ୍ଷା କରି ଭୂତାଣୁର ଆଣ୍ଟିବଡି (IGM ଚିହ୍ନଟ କରାଯାଏ ।
ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଏ କିପରି ?
- ରୋଗର ଲକ୍ଷଣ ପ୍ରକାଶ ପାଇବାର ୪ ରୁ ୭ ଦିନ ମଧ୍ୟରେ ରକ୍ତ ନମୁନା ସଂଗ୍ରହ କରିବା ଆବଶ୍ୟକ । ଏହି ସମୟ ମଧ୍ୟରେ ରକ୍ତରେ IGM ଆଣ୍ଟିବଡି ଦେଖାଯାଏ ।
- ପ୍ରଥମ ରକ୍ତ ନମୁନା ସଂଗ୍ରହ କରିବାର ୭ ରୁ ୧୪ ଦିନ ମଧ୍ୟରେ ଦ୍ଵିତୀୟ ରକ୍ତ ନମୁନା ସଂଗ୍ରହ କରାଯାଏ ।
- ଉଭୟ ରକ୍ତ ନମୁନାଙ୍କୁ "ରକ୍ତ ନମୁନା ଯୋଡି" କୁହାଯାଏ ।
- ସଂଗ୍ରହ କରାଯାଇଥବା ରକ୍ତ ନମୁନା ଗୁଡିକୁ ୨ ରୁ ୮ ଡିଗ୍ରୀ ସେଣ୍ଟି ଗ୍ରେଡ୍ ତାପମାତ୍ରାରେ ରଖି ସେଣ୍ଟିନେଲ୍ ସର୍ଭେଲାନ୍ ପରୀକ୍ଷାଗାର' କୁ ପଠାଯାଏ ।
- ରକ୍ତନମୁନା ଗୁଡିକୁ ଅତ୍ୟଧିକ ଥଣ୍ଡାରେ (୨ ଡିଗ୍ରୀ ସେଣ୍ଟିଗ୍ରେଡରୁ କମ) ରଖିବା ଅନୁଚିତ । ଏତେ କମ୍ ତାପମାତ୍ରାରେ ରଖିଲେ ରକ୍ତ କଣିକାଗୁଡିକ ନଷ୍ଟ ହୋଇଯାନ୍ତି । ଫଳରେ ରକ୍ତରେ ସେଗମର ଗୁଣରେ ପରିବର୍ତ୍ତନ ଦେଖାଯାଏ । ତେଣୁ ଭୂତାଣୁର ନିର୍ଦ୍ଦିଷ୍ଟ ଆଣ୍ଟିବଡି ଚିହ୍ନଟ କରିବାରେ ଅସୁବିଧା ହୁଏ ।
- ରକ୍ତ ନମୁନା ସଂଗ୍ରହ କରିବାର ୨୪ ଘଣ୍ଟା ମଧ୍ୟରେ ଏହାକୁ ପରୀକ୍ଷାଗାରରେ ପହଞ୍ଚାଇବା ଆବଶ୍ୟକ । ଯଦି ବିଳମ୍ବ ହେବାର ସମ୍ଭାବନା ଥାଏ, ତେବେ ରକ୍ତରୁ ସେରମ୍ ଅଲଗା କରି ପରେ ପଠାଯାଇ ପାରିବ ।
ଆମ ରାଜ୍ୟରେ ଥିବା ୩ଟି ସରକାରୀ ମେଡିକାଲ କଲେଜ ଡାକ୍ତରଖାନା (କଟକ, ବୁର୍ଲା ଓ ବ୍ରହ୍ମପୁର) ର ମାକ୍ରକ୍ରୋବାଇଓଲୋଜି ଡିପାର୍ଟମେଣ୍ଟରେ ଡେଙ୍ଗୁ ତଥା ଚିକୁନଗୁନିଆ ରୋଗ ଚିହ୍ନଟ ପାଇଁ ରକ୍ତ ପରୀକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ପ୍ରତିଷେଧକ ଟୀକା ଓ ଚିକିତ୍ସା
ଏହି ରୋଗ ପାଇଁ କିଛି ପ୍ରତିଷେଧକ ଟୀକା ବାହାରିଛି କି?
ଏହି ରୋଗ ପାଇଁ କୌଣସି ପ୍ରତିଷେଧକ ଟୀକା ବାହାରି ନାହିଁ ।
ଏହି ରୋଗର ଚିକିତ୍ସା କିପରି କରିବା ?
- ଡେଙ୍ଗୁ ରୋଗପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ ।
- ଲକ୍ଷଣକୁ ଦେଖି ଚିକିତ୍ସା କରାଯାଏ ।
- ଜଟିଳତା ଦେଖାଗଲେ ଅତିଶୀଘ୍ର ଡାକ୍ତରଖାନାରେ ଚିକିତ୍ସା କରାଇବା ଜରୁରୀ ।
- ଅତ୍ୟଧିକ ଜୁର ହେଲେ, ପାଣି ପଟି ପକାଇ କିମ୍ବା, ଓଦା ତଉଲିଆରେ ଦେହ ପୋଛି। ଦେହର ତାପମାତ୍ରା କମାଯାଏ । ଦରକାର ହେଲେ ପାରାସିଟାମଲ ବଳିକା ଦିଆଯାଏ ।
ମନେରଖନ୍ତୁ;
ଜ୍ଵର ଓ ଦରଜ କମାଇବାପାଇଁ ଆସପିରିନ୍ ତଥା ଅନ୍ୟ କୌଣସି ଷ୍ଟିରୋଏଡ୍ ଓ ଆଣ୍ଟିଇନ୍ଫାମେଟୋରୀ ଔଷଧ ଯଥା : ବ୍ରୁଫେନ, ଡାଇକ୍ଲୋଫେନାକ ସୋଡିୟମ, କିଟୋପ୍ରୋଫେନ୍, ଇଣ୍ଡୋ ମେଥାସିନ୍, ମେଫେନାମିକ୍ ଏସିଡ୍ ଇତ୍ୟାଦି ବ୍ୟବହାର କରିବେ ନାହିଁ ।
ଏହି ରୋଗ ନ ହେବାପାଇଁ କ’ଣ ଉପାୟ ଅଛି ?
ଏହି ରୋଗର ପ୍ରତିରୋଧପାଇଁ ଏଡିସ୍ ମଶା ବଂଶ ବୃଦ୍ଧିକୁ ରୋକିବା ସଙ୍ଗେ ସଙ୍ଗେ ନିଜକୁ ମଶା କାମୁଡିବାରୁ ରକ୍ଷା କରିବା ହେଉଛି ମୁଖ୍ୟ ଉପାୟ ।
ଘର ଭିତରେ କଣ ପଦକ୍ଷେପ ନେବେ:
- ପାଣି ଜମିବାକୁ ନଦେବା
- ଅନ୍ତତଃ ପ୍ରତି ୭ ଦିନରେ ଥରେ ପାଣି ଜମୁଥିବା ଜାଗାଗୁଡ଼ିକୁ ସଫା କରି ଶୁଖାଇ ଦେବା ।
- ପାଣି ପାତ୍ର ଓ ଛାତ ଉପର ପାଣି ଟାଙ୍କିର ଘୋଡଣୀକୁ ଭଲ ଭାବରେ ଘୋଡାଇ ରଖିବା ।
- ଗୁମ୍ କୁଳଗରୁ ୭ ଦିନରେ ଥରେ ପାଣି ବାହାରକରି ସଫା ରଖିବା ।
- ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ବ୍ୟବହାର ହେଉଥିବା ଖାଇବା ତଥା ଗାଧୋଇବା ପାତ୍ରରୁ ୭ ଦିନରେ ଥରେ ପାଣି ବାହାରକରି ଶୁଖାଇ ଦେବା ।
- ମଶା କାମୁଡାରୁ ରକ୍ଷା ପାଇବାପାଇଁ ଗୋଡ ହାତ ଓ ଦେହ ଲୁଚୁଥିବା ପୋଷାକ, ଯଥା: ଧୋତି ଫୁଲ୍ ଫ୍ୟାଣ୍ଟ ଓ ଫୁଲ ସାର୍ଟ ଆଦି ପିନ୍ଧିବା ।
ଘର ବାହାରେ କି ପ୍ରକାର ପଦକ୍ଷେପ ନେବେ:
- ଘର ଚାରିପାଖରେ ଥିବା ଘାସ, ବୁଦା ଓ ଅନାବନା ଗଛଗୁଡିକ କାଟି ସଫା କରିଦେବେକାରଣ ଏସବୁ ଜୋଗାରେ ମଶା ବିଶ୍ରାମ ନିଅନ୍ତି ।
- ଘରେ, ଘର ଚାରିପାଖରେ ଓ ଗାଁରେ ଥିବା ଖାଲଖମାଗୁଡିକୁ ବାଲି ଓ ମାଟି ପକାଇ ପୋତି ଦେବେ ଓ ପାଣି ଜମିବାକୁ ଦେବେ ନାହିଁ ।
- ଘର ଚାରିପାଖରେ ଅଧିକ ଦିନ ଧରି ଜମି ରହୁଥବା ପାଣି ଜାଗାରେ, ଅବ୍ୟବହୁତ କୂଅରେ ମଶା ଲାର୍ଭାଖିଆ ରାମ୍ବୁସିଆ ମାଛ ଛାଡି ପାରିବେ ।
- ଭଙ୍ଗାପାତ୍ର, ପୁରୁଣା ଟାୟାର, ପଇଡ ଖୋଳ ଇତ୍ୟାଦି ପାଣି ଜମୁଥିବା ଅଦରକାରୀ ଜିନିଷକୁ ଘରଠାରୁ ଦୂରରେ ଗାତ ଖୋଳି ପୋତି ଦେବେ ।
ନିଜକୁ ମଶା କାମୁଡାରୁ ରକ୍ଷା କରିବାପାଇଁ କଣ କରିପାରିବେ:
- ଦିନରେ ଶୋଇଲାବେଳେ ମଧ୍ୟ ମଶାରୀ ଟାଙ୍ଗି ଶୋଇବେ ।
- କୀଟନାଶକ ଔଷଧ ଉପଚାରିତ ମଶାରୀ ଅଧିକ ଉପାଦେୟ ।
- ସାନପିଲାମାନେ ସକାଳେ ନିଦରୁ ଉଠି ନଥିଲାବେଳେ ଯେପରି ମଶାରୀ ଭିତରେ ଶୋଇ ରହିବେ, ସେଥିପାଇଁ ଯତ୍ନନେବା ଆବଶ୍ୟକ ।
- ମଶା ଘଉଡ଼ାଇବା ପାଇଁ ନିମ୍ବପତ୍ର ଓ ଝୁଣା ଧୂଆଁ ଦିଆଯାଇପାରିବ ଓ ବଜାରରେ ମିଳୁଥିବା ମଶାଧୂପ ବ୍ୟବହାର କରାଯାଇପାରିବ ।
- ମଶା ନିରୋଧୀ ତେଲ ଯଥା; ନିମ ଓ କରଞ୍ଜ ତେଲ ବ୍ୟବହାର କଲେ ମଶା ଦେହରେ ବସନ୍ତି ନାହିଁ । ବଜାରରେ ମଧ୍ୟ ମଶା ନିରୋଧା ମଲମ ମିଳୁଛି ।
- ଘରର ଝରକାଗୁଡିକରେ ମଶାରୀ ଜାଲି ଲଗାଇଲେ ଘରେ ମଶାପଶି ପାରନ୍ତି ନାହିଁ ।
ରୋଗ ମହାମାରୀ ଆଡକୁ ଗତି କରୁଛି ବୋଲି କିପରି ସନ୍ଦେହ କରିବେ ଓ ଏଥିପାଇଁ କି ପ୍ରକାର ପଦକ୍ଷେପ ନେବେ ?
- କୌଣସି ଜାଗାରେ ଏକାବେଳେ ୫ରୁ ଅଧିକ ରୋଗୀ ଦେଖାଗଲେ, ମହାମାରୀ ହୋଇଥାଇପାରେ ବୋଲି ସନ୍ଦେହ କରିବେ ଏବଂ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରକୁ ଅତିଶୀଘ୍ର ସୂଚନା ଦେବେ।
- ତେଙ୍ଗୁ ରୋଗର ଲକ୍ଷଣ ଦେଖାଗଲେ, ରକ୍ତ ନମୁନା ସଂଗ୍ରହ ଜରି "ସେଣ୍ଟିନେଲ୍ ପରୀକ୍ଷାଗାରକୁ ପଠାଇବାପାଇଁ ବ୍ୟବସ୍ଥା କରିବେ ।
- ରକ୍ତ ନମୁନା ପରୀକ୍ଷାରୁ ରୋଗ ଚିହ୍ନଟ ହେଲେ, ସ୍ଵାସ୍ଥ୍ୟ ଅଧିକାରୀ ତୁରନ୍ତ ରୋଗ ନିୟନ୍ତ୍ରଣ ଓ ନିରାକରଣ ପାଇଁ ତତ୍ପରତାର ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ।
- ରୋଗୀମାନଙ୍କର ଚିକିତ୍ସାପାଇଁ ଯତ୍ନବାନ ଦେବେ ଓ ଜଟିଳତାର ଲକ୍ଷଣ ଦେଖାଗଲେ ଉପଯୁକ୍ତ ସୁବିଧା ଥିବା ବଡ଼ ଡାକ୍ତରଖାନାକୁ ରୋଗୀକୁ ପଠାଇଦେବେ ।
- ମଶାମାନଙ୍କ ପ୍ରାଦୃର୍ଭାବ ଯୋଗୁଁ ମାହାମାରୀ ଦେଖାଗଲେ ଆବଶ୍ୟକ ସ୍ଥଳେ ଫଟିଙ୍ଗ (fogging) କରାଯାଏ । ଏଥିପାଇଁ "ପାଇରେଥ୍ରମ’ କୀଟନାଶକ ବ୍ୟବହାର କରାଯାଏ ।
ଚିକୁନଗୁନିଆ
ଚିକୁନଗୁନିଆ ରୋଗ ମଧ୍ୟ ଏଡିସ ମଶା ଦ୍ଵାରା ସଂକ୍ରମିତ ହୋଇଥାଏ । ଏବଂ ଏହା ମଧ୍ୟ ଏକ ପ୍ରକାର ଭୂତାଣୁ ଜନିତ ରୋଗ ।
ଚିକୁନଗୁନିଆ ରୋଗର ଲକ୍ଷଣଗୁଡିକ କ’ଣ ?
ହଠାତ୍ ଶୀତ ଲାଗି ଜ୍ଵର ଆସେ ଆଣ୍ଠୁଗୁଣ୍ଠି ଦରଜ ହୁଏ, ଦେହ ହାତ ବିନ୍ଧା ଛଟକା ହୁଏ, ବାନ୍ତି ଲାଗେ, ବାନ୍ତ ହୁଏ, କେତେକ ରୋଗୀଙ୍କ ଦେହରେ ଅଗିଆବାତ ଭଳି ନାଲି ନାଲି ହୋଇ ଫଳିଯାଏ, ମୁଣ୍ଡବିନ୍ଧେ ଓ ଆଲୁଅକୁ ଅନାଇବାରେ କଷ୍ଟ ହୁଏ ।
- ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସବୁ ବୟସର ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।
- ଡେଙ୍ଗୁ ପରି ଚିକୁନଗୁନିଆର ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ କିମ୍ବା କୌଣସି ପ୍ରତିଷେଧକ ଟୀକା ବାହାରି ନାହିଁ ।
- ଲକ୍ଷଣ ଦେଖି ସାଧାରଣ ଚିକିତ୍ସା କରାଯାଏ ।
- ରୋଗର ପ୍ରତିରୋଧ ପାଇଁ ଏଡିସ ମଶାର ବଂଶ ବିସ୍ତାର ରୋକିବା ଓ ମଶା କାମୁଡାରୁ ନିଜକୁ ରକ୍ଷା କରିବା ମୁଖ୍ୟ ଉପାୟ ।
ଆଧାର : ଜାତୀୟ ସ୍ୱାସ୍ଥ୍ୟ ମିଶନ