ହୋମ / ସ୍ଵାସ୍ଥ୍ୟ / ରୋଗ / ଥାଇରଏଡ୍
ସେଆର କରନ୍ତୁ

ଥାଇରଏଡ୍

ଥାଇରଏଡ୍ ସମସ୍ୟା ମହିଳାମାନଙ୍କ କ୍ଷେତ୍ରରେ ଟିକେ ଅଦଧିକ ଦେଖାଯାଏ । ବିଶେଷକରି ହାଇପୋଥାଇରଏଡିଜିମ୍ ଦେଖାଦେଲେ ଓଜନ ଅସ୍ଵାଭାବିକ ଭାବେ ବୃଦ୍ଧି ପାଇଥାଏ ।

ଉପକ୍ରମ

ଥାଇରଏଡ୍ ସମସ୍ୟା ମହିଳାମାନଙ୍କ କ୍ଷେତ୍ରରେ ଟିକେ ଅଦଧିକ ଦେଖାଯାଏ । ବିଶେଷକରି ହାଇପୋଥାଇରଏଡିଜିମ୍ ଦେଖାଦେଲେ ଓଜନ ଅସ୍ଵାଭାବିକ ଭାବେ ବୃଦ୍ଧି ପାଇଥାଏ । ଥାଇରଏଡ୍ ଗ୍ଲାଣ୍ଡ ଭଲ ଭାବେ କାର୍ଯ୍ୟକ୍ଷମ ରହିବାପାଇଁ ଦରକାର ସଚେତନତା, ଔଷଧ ଏବଂ ସଠିକ୍ ନ୍ୟୁଟ୍ରିଶନାଲ ଷ୍ଟ୍ରାଟେଜି । ସଠିକ୍ ନ୍ୟୁଟ୍ରିଶନାଲ ଷ୍ଟ୍ରାଟେଜି ଥାଇରଏଡ୍ ଗ୍ଲାଣ୍ଡ ସକ୍ରିୟ ରଖିବା ସହିତ ଓଜନ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ । ଏଥର ଆସନ୍ତୁ ଜାଣିବା ନ୍ୟୁଟ୍ରିଶନାଲ ଷ୍ଟ୍ରାଟେଜି କିପରି ଭାବେ ତିଆରି କରିବେ । ନ୍ୟୁଟ୍ରିଶନାଲ ଷ୍ଟ୍ରାଟେଜିର ଅର୍ଥ ହେଲା ଆପଙ୍କ ନିତିଦିନିଆ ଖାଦ୍ୟର ସଠିକ୍ ତାଲିକା ।

କ’ଣ ଖାଇବେ

  • ଆୟୋଡିନ୍ ଇନଟେକ୍ ଉପରେ ଧ୍ୟାନ ଦିଅନ୍ତୁ । ଅର୍ଥାତ ଆପଣ ଖାଉଥିବା ଖାଦ୍ୟରେ ଯେମିତି ଆୟୋଡିନର ମାତ୍ରା କମ୍ କି ବେଶି ନରହେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ।
  • ଆମେ ସମସ୍ତେ ଆୟୋଡିନଯୁକ୍ତ ଲୁଣ ଖାଇଥାଉ । ଲୁଣ ବ୍ୟତୀତ ଆହୁରି ଅନେକ ପ୍ରକାର ଖାଦ୍ୟ ଅଛି ଯେଉଁଥିରେ ଆୟୋଡିନ ଭରପୂର ମାତ୍ରାରେ ଥାଏ । ହେଲେ ସେସବୁ ଖାଦ୍ୟକୁ ଆମେ ମୋଟା ହେବା ଭୟରେ ନ  ଖାଇ  ଏଡାଇଯାଉ ।
  • ସେହିସବୁ ଖାଦ୍ୟ ମଧ୍ୟରେ ଅଛି କଦଳୀ, ଗାଜର, କ୍ଷୀର ଏବଂ ଶସ୍ୟ ଜାତୀୟ ଖାଦ୍ୟ ଏସବୁଥିରେ ଆୟୋଡିନ ଯଥେଷ୍ଟ ମାତ୍ରାରେ ଅଛି ତେଣୁ ନିତିଦିନିଆ ଖାଦ୍ୟ ତାଲିକାରେ ଏହିସବୁ ଖାଦ୍ୟକୁ ସାମିଲ କରନ୍ତୁ ।
  • ଗର୍ଭବତୀ ଏବଂ ମେନୋପୋଜ ହୋଇସାରିଥିବ । ମହିଳାମାନଙ୍କ ଶରୀରରେ ହରମୋନର ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ୍ଣ । ଏଭଳି ମହିଳାମାନେ ଆୟୋଡିନ ସମୃତ ଖାଦ୍ୟ ଖାଇବା ନିହାତି ଦରକାର । ଶାଗ ଓ ସବୁଜ ପନିପରିବାରେ ଆୟୋଡିନ ପ୍ରଚୁର ମାତ୍ରାରେ ଥାଏ । ସେଥିପାଇଁ ନୀତିଦିନିଆ ଖାଦ୍ୟ ତାଲିକାରେ ପାରିବା ତରକାରୀକୁ ସାମିଲ କରନ୍ତୁ ।
  • ଥାଇରଏଡ୍ ସମସ୍ୟା ଭୋଗୁଥିବା ମହିଳାମାନେ ଡାଲି ଆଦୌ ବାଦ୍ ଦିଅନ୍ତୁ ନାହିଁ । କାରଣ ଶରୀର ଆବଶ୍ୟକ କରୁଥିବା ପ୍ରୋଟିନ୍ ତଥା ଆମିନୋ ଏସିଡ ଏହି ଖାଦ୍ୟରେ ଭରପୂର ମାତ୍ରାରେ ମହଜୁଦ ଥାଏ । ଥାଇରଏଡ୍ ମ୍ୟାନେଜମେଣ୍ଟ ପାଇଁ ପ୍ରୋଟିନର ଭୂମିକା କିଛି କମ୍ ନୁହେଁ ।
  • ଛେନା, ଅଣ୍ଡା, ମାଛ, ସାମୁଦ୍ରିକ ଖାଦ୍ୟ, ଚିକେନ୍ ଆଦି ସ୍ୱଳ୍ପ ପରିମାଣରେ ହେଲେ ମଧ୍ୟ ସପ୍ତାହରେ ତିନିରୁ ଚାରି ଥର ଖାଆନ୍ତୁ । ଏହିସବୁ ଖାଦ୍ୟ ମଧ୍ୟ  ଥାଇରଏଡ୍ ଗ୍ଲାଣ୍ଡ ସକ୍ରିୟା ରଖିବାରେ ସାହାଯ୍ୟ କରେ ।
  • ଡାକ୍ତରଙ୍କ ପରାମର୍ଶଅନୁସାରେ ଭିଟାମିନ୍ ବି, ସି ଓ ଇ ସପ୍ଲିମେଣ୍ଟ ଖାଇଲେ ମଧ୍ୟ ଉପକାର ପାଇବେ ।
  • ବିସ୍କୁଟ ବର୍ଗର, ଚିପ୍ସ ଭଳି ଜଙ୍କ ଫୁଡର ଯେତେ ସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଏହିସବୁ ପ୍ରୋସେସଡ୍ ଫୁଡରେ ଅତ୍ୟଧିକ ଲୁଣ ଥିବାରୁ ଶରୀରରେ ଥିବା ସୋଡିୟମ ଓ ପୋଟାସିୟମର ସନ୍ତଳନ ପ୍ରତି କ୍ଷତି ପହଞ୍ଚାଏ । ଯାହାଫଳରେ ଥାଇରଏଡ୍ ଗ୍ଲାଣ୍ଡ ଦରକାରୀ ଆୟୋଡିନ ଶୋଷଣ କରିପାରେ ନାହିଁ ।
  • ଉପୟୁକ୍ତ ଡାଏଟ୍ ସହିତ ଦୈନିକ କିଛି ସମୟ ବ୍ୟାୟାମ କିମ୍ବା ଯୋଗାଭ୍ୟାସ କଲେ ମଧ୍ୟ ଥାଇରଏଡ୍ ସମସ୍ୟା ଦୂରରେ ରହିପାରିବେ ।
  • କୌଣସି ଅଭିଜ୍ଞ ଇନଷ୍ଟ୍ରକଟରଙ୍କ ତତ୍ତ୍ଵବଧାନରେ କାର୍ଡିଓ ଏବଂ ଷ୍ଟାମିନା ବିଲଡିଙ୍ଗ ଏକ୍ସରସାଇଜ୍ କରିପାରନ୍ତି । ତେଣୁ ଆଣ୍ଠୁ ପିଠି, ଜଙ୍ଘ, ହାତ ଆଦି ଉପରେ ଯେମିତି ଅତ୍ୟଧିକ ଚାପ ନପଡେ, ସେଥିପ୍ରତି ଖିଆଲ ରଖିବେ ।

ଆଧାର

ଦିନଲିପି

2.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top