ହୋମ / ସ୍ଵାସ୍ଥ୍ୟ / ରୋଗ / ନାକରୁ ରକ୍ତ ବୋହୁଥିଲେ ରୁହନ୍ତୁ ସତର୍କ
ସେଆର କରନ୍ତୁ

ନାକରୁ ରକ୍ତ ବୋହୁଥିଲେ ରୁହନ୍ତୁ ସତର୍କ

ଅନେକଥର ହଠାତ ଆପଣଙ୍କ ନାକରୁ ରକ୍ତ ବହିବା ଆରମ୍ଭ କରିଦିଏ ।

ନାକରୁ ରକ୍ତ

ଅନେକଥର ହଠାତ ଆପଣଙ୍କ ନାକରୁ ରକ୍ତ ବହିବା ଆରମ୍ଭ କରିଦିଏ । ଯାହାକୁ ନେଇ ଆପଣ ବ୍ୟସ୍ତ ଓ ଚିନ୍ତିତ ହୋଇପାରନ୍ତି । ଏହାକୁ ଡ଼ାକ୍ତରମାନେ ନୋଜ ବ୍ଲିଡ଼ିଙ୍ଗ ବୋଲି କହିଥାନ୍ତି । ଏହା କ୍ଷତିକାରକ ନହୋଇଥିଲେ ମଧ୍ୟ କେବେ କେବେ ଏହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସୂଚନା ଦେଇଥାଏ । ଯେଉଁଥିପାଇଁ ଏହାକୁ ଧ୍ୟାନ ରଖିବାକୁ ପଡ଼ିବ ।

ଏପରି କାହିଁକି ହୁଏ

ନାକର କାମ ଶରୀର ଦେଇ ଯାଉଥିବା ପବନକୁ ଛାଣିବା । ମାତ୍ର ଏହା ମଧ୍ୟ ଦେଇ ରକ୍ତ ପ୍ରବାହ ମଧ୍ୟ ଜୋର ହୋଇଥାଏ । ଯାହାଫଳରେ ଖରାଦିନେ ଯେତେବେଳେ ପବନ ରହିଥାଏ ସେତେବେଳେ ନାକର ଭିତରଭାଗରେ ଥିବା ଶିରା ଫାଟି ଯାଇଥାଏ । ଯେଉଁଥିପାଇଁ ନାକରୁ ରକ୍ତ ପଡ଼ିଥାଏ । ଯାହାକୁ ଚିକିତ୍ସାଶାସ୍ତ୍ରରେ ଏପିସଟୈକ୍ସିସ କୁହାଯାଏ ।

ଏହାଛଡ଼ା ସାଇନସ ସଂକ୍ରମଣ ଅଥବା ଥଣ୍ଡା ହେବା ସମୟରେ ଔଷଧ ଖାଇବା ଦ୍ୱାରା ଏପରି ହେବା ଦେଖାଯାଏ । ମୁଣ୍ଡରେ ଯଦି ଆଘାତ ଲାଗେ ତେବେ ମଧ୍ୟ ଏପରି ହୋଇଥାଏ ।

କ’ଣ ହୋଇପାରେ

ଏପରି ସମସ୍ୟା ହେବାରେ କୌଣସି ଗମ୍ଭୀର ବିପଦ ନଥିଲେ ସୁଦ୍ଧା ରକ୍ତ ବହିବା ରକ୍ତ କର୍କଟ ଏବଂ ନାକରେ ଟ୍ୟୁମରର କାରଣ ମଧ୍ୟ ହୋଇପାରେ । ଏଥିପାଇଁ ଏହି ମାମଲାରେ ସର୍ବଦା ଖାମଖିଆଲି ଭାବେ ନନେଇ ଡ଼ାକ୍ତରମାନଙ୍କ ସହ ଏନେଇ କଥା ହେବା ଜରୁରୀ ।

ପ୍ରକାର

ଏହା ଦୁଇ ପ୍ରକାରର ରହିଥାଏ । ପ୍ରଥମଟି ହେଉଛି ଇଣ୍ଟେରିଅର ନୋଜ ବ୍ଲିଡ଼, ଯେଉଁଥିରେ ନାକର ଭିତରେ ରକ୍ତାଶିରା ଫାଟିଯିବା ଫଳରେ ରକ୍ତ ବୋହୁଥାଏ । ଦ୍ୱିତୀୟଟି ପୋଷ୍ଟିରିୟର ନୋଜ ବ୍ଲିଡ଼୍‌ । ଏଥିରେ ଟ୍ୟୁମର ପରି ଘାତକ ରୋଗର ସଂଙ୍କେତ ମଧ୍ୟ ହୋଇପାରେ ।

କ’ଣ କରିବେ

ନାକରୁ ରକ୍ତ ବୋହିବା ସମୟରେ ବ୍ୟସ୍ତ ନହୋଇ ଏହି ଉପାୟ ଅବଲମ୍ୱନ କରନ୍ତୁ ।

  • ନାକରୁ ରକ୍ତ ବାହରିବା ସମୟରେ ତଳେ ବସି ପଡ଼ନ୍ତୁ । ନିଜର ମୁଣ୍ଡ ଉପରକୁ ରଖନ୍ତୁ ଯେପରିକି ନାକକୁ ରକ୍ତ ପ୍ରବାହ ହେବ ନାହିଁ ।
  • ଏହାପରେ ଅତି କମରେ ୧୦ ମିନିଟ ପାଇଁ ନାକପୁଡ଼ାକୁ ବନ୍ଦ ରଖନ୍ତୁ । ରୁମାଲ ଅଥବା ଟିସ୍ୟୁ ପେପରରେ ମଧ୍ୟ ଏହାକୁ ଦାବି ରଖନ୍ତୁ । ଏହା ରକ୍ତ ପ୍ରବାହକୁ ମଧ୍ୟ ବନ୍ଦ କରିଦିଏ ।
  • ଏହା ସହ ନାକ ଉପରେ, ଗାଲରେ ଏବଂ ମୁଣ୍ଡ ଉପରେ ବରଫ ଖଣ୍ଡ ଘସନ୍ତୁ । ଯଦି ଏହି ସବୁ ଉପାୟ ୨୦-୨୫ ମିନିଟ ପରେ ରକ୍ତ ବହିବା ବନ୍ଦ ନହୁଏ ତେବେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
  • ମନେ ରଖନ୍ତୁ ଏପରି ହେବା ସମୟରେ ଶୋଇ ରୁହନ୍ତୁ ନାହିଁ ଏବଂ ନାକୁ ରଗଡ଼ନ୍ତୁ ନାହିଁ ।

ଆଧାର: ଓଡିଶା ଖବର

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top