ହୋମ / ସ୍ଵାସ୍ଥ୍ୟ / ରୋଗ / ପାକସ୍ଥଳୀ କର୍କଟ
ସେଆର କରନ୍ତୁ

ପାକସ୍ଥଳୀ କର୍କଟ

ପାକସ୍ଥଳୀ କର୍କଟ ଏକ କର୍କଟ ରୋଗ ଯାହା ପାକସ୍ଥଳୀର ଭିତର ସ୍ତରରୁ ଜାତ ହୁଏ ।

ଉପକ୍ରମ

ପାକସ୍ଥଳୀ କର୍କଟ(ଇଂରାଜୀରେ Stomach cancer କିମ୍ବା gastric cancer), ଏକ କର୍କଟରୋଗ ଯାହା ପାକସ୍ଥଳୀର ଭିତର ସ୍ତରରୁ ଜାତ ହୁଏ ।ପାକସ୍ଥଳୀର ଯେ କୌଣସି ଭାଗରେ କର୍କଟ ରୋଗ ହେଲେ ପାକସ୍ଥଳୀ କର୍କଟ କହନ୍ତି । ଏହାର ପ୍ରାରମ୍ଭ ଲକ୍ଷଣ ସମୂହ: ଛାତି ଜଳାପୋଡ଼ା ଉପରପେଟରେ କଷ୍ଟ, ଓକାଳ ଓ କ୍ଷୁଧାହାନୀ । ପଶ୍ଚାତ ଲକ୍ଷଣ ମଧ୍ୟରେ: ଓଜନ ହ୍ରାସ,ହଳଦିଆ ଚମ ବାନ୍ତି, ଗିଳିବାରେ କଷ୍ଟ ଓ ଝାଡ଼ାରେ ରକ୍ତ ପଡ଼ିବା । ପାକସ୍ଥଳୀ କର୍କଟ ଦେହର ଅନ୍ୟ ସ୍ଥାନମାନଙ୍କୁ ବ୍ୟାପିପାରେ (ମେଟାସ୍ଟାସିସ) ଯେପରିକି ଯକୃତ, ଫୁସଫୁସ, ହାଡ଼, ପେରିଟୋନିଅମ ଓ ଲସିକାଗ୍ରନ୍ଥି ।

ଏହି ରୋଗ ସାଧାରଣତଃ ହେଲିବାବାକ୍‌ଟର ପାଇଲୋରି ଜୀବାଣୁଦ୍ୱାରା ହୁଏ ଯାହା ୬୦ % ରୁ ଅଧିକ କ୍ଷେତ୍ରରେ ଦେଖାଯାଏ । ଏହି ଜୀବାଣୁ ମଧ୍ୟରୁ କେତେକ ପ୍ରଜାତି ଜୀବାଣୁ ଅଧିକ ସଙ୍କଟ ଜନ‌କ । ଅନ୍ୟାନ୍ୟ କାରଣ ମଧ୍ୟରେ ପରିବା ଆଚାର ଓ ଧୁମ୍ରପାନ ଉଲ୍ଲେଖ‌ଯୋଗ୍ୟ । ପ୍ରାୟ ୧୦ % ରୋଗ ପରିବାରରେ ଚାଲେ, ୧ %ରୁ ୩ % ପିତାମାତାଙ୍କଠାରୁ ଜୀନ‌ଦ୍ୱାରା ଯାଏ ଯାହାର ଉଦାହରଣ ହେରେଡିଟାରି ଡିଫ୍ୟୁଜ ଗ୍ୟାସ୍ଟ୍ରିକ କର୍କଟ । ପାକସ୍ଥଳୀ କର୍କଟ ମଧ୍ୟ ଅନେକ ପ୍ରକାର ଅଛି । ସେଥିରୁ ଅଧିକାଂଶ ଗ୍ୟାସ୍ଟ୍ରିକ କର୍କଟ । ଲିମ୍ଫୋମା ଓ ମେସେନ୍‌କାଇମାଲ ଟ୍ୟୁମର ମଧ୍ୟ ପାକସ୍ଥଳିରେ ହୁଏ । ଅଧିକାଂଶ ସମୟରେ ପାକସ୍ଥଳୀ କର୍କଟ ବିଭିନ୍ନ ସ୍ଟେଜ ମଧ୍ୟରେ ଅନେକ ବର୍ଷ ଧରି ଗତି କରନ୍ତି । ଏଣ୍ଡୋସ୍କୋପି କଲାବେଳେ ବାୟୋପ୍ସି ନିଆଯାଇ ରୋଗ ନିର୍ଣ୍ଣୟ କରାଯାଏ । ଏହା ପରେ ମେଡିକାଲ ଇମେଜିଙ୍ଗ କରି ଅନ୍ୟ ସ୍ଥନରେ ଥିବା ମେଟାସ୍ଟାସିସକୁ ଚିହ୍ନଟ କରାଯାଏ । ଜାପାନ ଓ ଦକ୍ଷିଣ କୋରିଆ, ଏହି ଦୁଇ ଦେଶରେ ସର୍ବାଧିକ ସଂଖ୍ୟକ ପାକସ୍ଥଳୀ କର୍କଟ ଥିବା ସ୍କ୍ରନିଙ୍ଗ କରି ଦେଖାଯାଏ ।

ଧୁମ୍ରପାନ ବନ୍ଦ କଲେ ଓ ମେଡିଟେରାନିଆନ ଖାଦ୍ୟ ଖାଇଲେ (ଇଂରାଜୀରେ Mediterranean diet କର୍କଟ ସଙ୍କଟ କମିଯାଏ । ଏଚ. ପାଇଲୋରି ଜୀବାଣୁ ଚିକିତ୍ସା କଲେ ଭବିଷ୍ୟତ କର୍କଟ ସଙ୍କଟ କମିଯାଏ । ଶୀଘ୍ର ଚିକିତ୍ସା କଲେ ଅନେକ ରୋଗୀ ଆରୋଗ୍ୟ ଲାଭ କରନ୍ତି । ଅପରେଶନ,କେମୋଥେରାପି ଓଟାର୍ଗେଟେଡ ଥେରାପିର କିଛି ମିଶ୍ରିତ ଚିକିତ୍ସା କରାଯାଏ । ବିଳମ୍ବ ହୋଇଥିଲେ ପାଲିଏଟିଭ ଯତ୍ନ କରାଯାଏ । ପୃଥିବୀରେ ପାଞ୍ଚ ବର୍ଷିଆ ଆୟୁଷ ହାର ୧୦ % ରୁ କମ୍ । ବିଳମ୍ବରେ ଚିହ୍ନଟ ଏହାର ଖରାପ ଫଳର କାରଣ ଆମେରିକାରେ ପାଞ୍ଚ ବର୍ଷିଆ ଆୟୁଷ ହାର (ପୃଷ୍ଠାଟି ନାହିଁ)">ପାଞ୍ଚ ବର୍ଷିଆ ଆୟୁଷ ହାର ୨୮ % ।ଦକ୍ଷିଣ କୋରିଆରେ ଏହା ୬୫ % ।

ପୃଥିବୀରେ ହେଉଥିବା କର୍କଟ ରୋଗରେ ପାକସ୍ଥଳୀ କର୍କଟ ପଞ୍ଚମ ସ୍ଥାନ (୭ %), ମୃତ୍ୟୁ ସଂଖ୍ୟାରେ ତୃତୀୟ ସ୍ଥାନ (୩ %) ଅଧିକାର କରିଛି ।ସନ ୨୦୧୨ରେ ୯୫୦,୦୦୦ ଲୋକଙ୍କୁ ଏହି ରୋଗ ହୋଇଥିଲା ଓ ୭୨୩,୦୦୦ ମୃତ୍ୟୁ ହୋଇଥିଲା । ୧୯୩୦ ଦଶନ୍ଧି ପୂର୍ବରୁ ଆମେରିକା ଓ ଇଂଲଣ୍ଡରେ ଏହା ସର୍ବାଧିକ ମୃତ୍ୟୁର କାରଣ ଥିଲା ମୃତ୍ୟୁ ହାର ତାହାପରଠାରୁ କମି ଚାଲିଛି ।  ରେଫ୍ରିଜେଟର ବାହାରିବା ପରେ ଅଧିକ ଲବଣ ଓ ଆଚାର ଖାଦ୍ୟ ଗ୍ରହଣ କରିବା କମେଇବାରୁ ଏହି ମୃତ୍ୟୁ ହାର କମିବା ବିଶ୍ୱାସ କରାଯାଏ ।ସାଧାରଣତଃ ପୂର୍ବ ଏସିଆ ପୂର୍ବ ୟୁରୋପରେ ପାକସ୍ଥଳୀ କର୍କଟ ଅଧିକ ଦେଖାଯାଏ ଓ ପୁରୁଷମାନଙ୍କର ମହିଳାମାନଙ୍କ ଅପେକ୍ଷା ୨ ଗୁଣ ଅଧିକ ରୋଗ ହୁଏ । ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୭ ଲକ୍ଷ ଲୋକ ମୃତ୍ୟୁ ବରଣ କରନ୍ତି ଏହି ରୋଗ ହେଲେ ୫ ବର୍ଷ ବଞ୍ଚିବା ରୋଗୀ ସଂଖ୍ୟା ୧୫ %ରୁ କମ, କାରଣ ରୋଗୀ ବହୁତ ଡେରିରେ ଆସି ଡାକ୍ତରଙ୍କୁ ଦେଖାନ୍ତି ।

ଲକ୍ଷଣ ଓ ଚିହ୍ନ

ଏହି ରୋଗ ଆକ୍ରମଣ କଲେ ପ୍ରଥମ ଅବସ୍ଥାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ବା ଏହା ପାକସ୍ଥଳିର ରୋଗ ଭଳି ଜଣାଯାଏନାହିଁ । ଲକ୍ଷଣ ପ୍ରକାଶ ପାଇବା ବେଳକୁ ରୋଗ ବଢି ଯାଇଥାଏ ରୋଗ ବିକ୍ଷେପ (Metastasis) ହୋଇ ସାରିଥାଏ । ଏହି କାରଣ ଯୋଗୁ ଏହାର ପୂର୍ବାନୁମାନ ନିରାଶାଜନକ ହୁଏ । ଏହି ରୋଗରେ ନିମ୍ନ ଲିଖିତ ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଏ ।

ପ୍ରଥମ ସୋପାନ

  • ବୁକୁ ଜ୍ଵାଳା ବା ବଦହଜମି
  • ଖାଦ୍ୟ ଅରୁଚି
  • ପେଟ ଗୋଳମାଳ

ଦ୍ଵିତୀୟ ସୋପାନ

  • ଦୁର୍ବଳତା ବା ଥକ୍କା ଲାଗେ
  • ଖାଇ ସାରିବା ପରେ ପେଟ ଫୁଲେ

ତୃତୀୟ ସୋପାନ (ବିଳମ୍ବ)

  • ଉପର ପେଟରେ ଯନ୍ତ୍ରଣା ହୁଏ
  • ବାନ୍ତି ଲାଗେ ବା ବାନ୍ତି ହୁଏ
  • କୋଷ୍ଠା କାଠିନ୍ୟ ବା ତରଲ ଝାଡା
  • ଓଜନ ହ୍ରାସ
  • ପାକସ୍ଥଳୀରେ ରକ୍ତସ୍ରାବ ଯୋଗୁ ବାନ୍ତିରେ ରକ୍ତ ପଡେ ବା ମଳ କଳା ଦେଖାଯାଏ ।
  • ରକ୍ତହୀନତା ହୁଏ ।
  • ଗିଳିବାର କଷ୍ଟ ହୁଏ
  • ଉଲ୍ଲେଖ ଯୋଗ୍ୟ ଯେ ଏହି ସମସ୍ତ ଲକ୍ଷଣମାନ ଟ୍ରପିକାଲ ସ୍ପ୍ରୁ Tropical sprue ପାକସ୍ଥଳୀ ଘାଆ ଓ ଭୁତାଣି ଆକ୍ରମଣରେ ଦେଖାଯାଏ ।

କାରଣ

ଅଧିକାଂଶ କ୍ଷେତ୍ରରେ ହେଲିକୋବ୍ୟାକ୍ଟର ପାଲୋରି (Helicobacter pylori) ଜୀବାଣୁ ଦ୍ଵାରା କର୍କଟ ହେଉଥିବା ଜଣାଯାଇଛି । ଅଟୋଇମ୍ୟୁନ ଆଟ୍ରୋଫିକ୍ ଗ୍ୟାସ୍ଟ୍ରାଇଟିସ୍, କେତେକ ଜେନେଟିକ ପରିବର୍ତ୍ତନ, ଖାଦ୍ୟ ନଳୀର ଭିତର ସ୍ତରର ପରିବର୍ତ୍ତ୍ନନ: ଏହି ସବୁ ରୋଗ କର୍କଟ ସୃଷ୍ଟି କରିବାର ସମ୍ଭାବନା ଥାଏ । ମର୍କ ମାନୁଆଲ ଅନୁସାରେ ଖାଦ୍ୟ ଏହି ରୋଗ ନିମନ୍ତେ ଦାୟୀ ନୁହେ । କିନ୍ତୁ ଆମେରିକା କ୍ୟାନସର ସୋସାଇଟି ଦ୍ଵାରା କେତେକ ଖାଦ୍ୟର ଲିସ୍ଟ ତିଆରି ହୋଇଛି ଯାହା ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରେ । ସେ ସବୁର ନାମ:ଧୂମଯୁକ୍ତ ଖାଦ୍ୟ, ଲୁଣଯୁକ୍ତ ମାଛ ଓ ମାଂସ, ପରିବା ଆଚାର, ନାଇଟ୍ରେଟ ଓ ନାଇଟ୍ରାଇଟ ଯୁକ୍ତ ଖାଦ୍ୟ । ଏହି ଖାଦ୍ୟ ହେଲିକୋବ୍ୟାକ୍ଟ୍ରର ପାଲୋରି ଦ୍ଵାରା କିଛି ଯୌଗିକ ପଦାର୍ଥରେ ପରିବର୍ତ୍ତିତ ହୁଏ, ଯାହା କର୍କଟ ସୃଷ୍ଟି କରିବାରେ ସକ୍ଷମ ହୁଏ । ସଜ ଫଳ ଓ ପନିପରିବାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଭିଟାମିନ ଏହି ରୋଗ କମେଇବାରେ ସାହାଯ୍ୟ କରେ। ୬୫ ରୁ ୮୦% କର୍କଟ ରୋଗ ହେଲିକୋବ୍ୟାକ୍ଟ୍ରର ପାଲୋରି ଦ୍ଵାରା ହେଉଥିବା ଜଣାଯାଏ, କିନ୍ତୁ ହେଲିକୋବ୍ୟାକ୍ଟ୍ରର ପାଲୋରି ଦ୍ଵାରା ଆକ୍ରାନ୍ତ ହେଉଥିବା ରୋଗୀଙ୍କ ମଧ୍ୟରୁ କେବଳ ୨ % ଲୋକ କର୍କଟ ଭୋଗନ୍ତି । ଜୀବାଣୁ ଜନିତ ବାରମ୍ଵାର ପ୍ରଦାହ ଓ ସି.ଏ.ଜି.ଏ. (CagA) ଦ୍ଵାରା ଏହା ହୁଏ । ଗୁଣସୂତ୍ର କାରଣ ଯୋଗୁ ୧୦ % ଲୋକ ରୋଗ ଭୋଗନ୍ତି । ଧୂମ୍ର ସେବନ ଏହାର ଗୋଟି ମୂଖ୍ୟ କାରଣ ଯାହା ସହଜରେ ତ୍ୟାଗ କରାଯାଇ ପାରେ । ଅଳ୍ପ ଧୂମ ପାନ କରୁଥିବା ଲୋକଙ୍କର ୪୦% ବିପଦ ରହେ, ଅତ୍ୟଧିକ ସେବନକାରୀଙ୍କର ୮୨ % ବିପଦ ରହେ । ପାକସ୍ଥଳୀର ଉପର ଭାଗରେ (ଏସୋଫେଗସ ପାଖରେ) ଏହି କର୍କଟ ହୁଏ। କେତେକ ଅନୁଶୀଳନରୁ ଜଣାଯାଏ ମଦ୍ୟପାନ କଲେ ମଧ୍ୟ ବିପଦ ରହେ । ପୁରୁଷ ଓ ନାରୀଙ୍କର ୩:୧ ଅନୁପାତରେ କର୍କଟ ହୁଏ । ଏସ୍ଟ୍ରୋଜେନ ସମ୍ଭବତ ଏହି ରୋଗରୁ ରକ୍ଷା କରେ

ନିର୍ଣ୍ଣୟ

ରୋଗ ନିର୍ଣ୍ଣୟ ନିମନ୍ତେ ସମ୍ପୁର୍ଣ୍ଣ ଇତିହାସ ଶରୀରର ପରୀକ୍ଷା ଓ ଲାବ ପରୀକ୍ଷା ଆବଶ୍ୟକ । ଅନ୍ୟ ପରୀକ୍ଷା ଗୁଡିକ ନିମ୍ନରେ ଦିଆଗଲା ।

  • ଗ୍ୟାସ୍ଟ୍ରୋସ୍କୋପି(Gastroscopy)- ଗୋଟିଏ ଫାଇବର୍ ଅପ୍ଟିକ କ୍ୟାମେରା ପାକସ୍ଥଳୀ ଭିତରକୁ ପ୍ରବେଶ କରାଇ ଫୋଟୋ ନିଆଯାଇ ଦେଖାଯାଏ ।
  • ବେରିଅମ ମିଲ ଏକ୍ସ‌‌-ରେ
  • ସି. ଟି. ସ୍କାନ

ବାଇଓପ୍ସି ଗ୍ୟାସ୍ଟ୍ରୋସ୍କୋପି ଦ୍ଵାରା କର୍କଟ ହେବା ଜଣା ପଡ଼ିଲେ ସେହି ଯନ୍ତ୍ର ଦ୍ଵାରା ଟିକିଏ ତନ୍ତୁ କାଟି ଆଣି ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରି ନିଶ୍ଚିତ ହୁଅନ୍ତି (Biopsy with histological examination) । ଅପ୍ଟିକାଲ କୋହେତେନ୍ସ ଟୋମୋଗ୍ରାଫି ( optical coherence tomography) ଏକ ନୂଆ ପରୀକ୍ଷା ଦ୍ଵାରା ରୋଗ ନିର୍ଣ୍ଣୟ କରିବା ନିମନ୍ତେ ଅନୁସନ୍ଧାନ ଚାଲିଛି । ଏହି ରୋଗ ସହ କେତେକ ଚର୍ମ ରୋଗ ଦେଖାଯାଏ । କାଖ ଓ ଜଙ୍ଘ ସନ୍ଧି ଚର୍ମ ସାମାନ୍ୟ କଳା ଦେଖାଯାଏ ଓ ମୋଟା ହୁଏ (Acanthosis nigricans) । ଏହା ପାକସ୍ଥଳୀ କର୍କଟ ସହ ଦେଖାଯାଏ । ପାପୁଲି ଚର୍ମରେ ମଧ୍ୟ ଏ ପରିବର୍ତ୍ତନ ଦେଖାଯାଏ । ସମ୍ପୁର୍ଣ୍ଣ ରକ୍ତ ପରୀକ୍ଷା ସହ ରକ୍ତ ପଡୁଛି କି ନାହିଁ ଜାଣିବା ପାଇଁ ମଳ ପରୀକ୍ଷା କରାଯାଏ ।

ଉତ୍ତକ ରୋଗ ବିଜ୍ଞାନ

ପାକସ୍ଥଳୀରେ ଥିବା ଗ୍ଲାଣ୍ଡ କୋଷରେ ଜାତ କର୍କଟକୁ ଆଡେନୋକାର୍ସିନୋମା କହନ୍ତି । ଲରେନ ବର୍ଗୀକରଣ ଅନୁସାରେ ଏହ ଦୁଇ ଭାଗରେ ବିଭକ୍ତ । ଅନ୍ତନାଳିୟ (intestinal ) ଭାଗ ଓ ପ୍ରସାରିତ (diffuse) ଭାଗ । ପାକସ୍ଥଳୀ କାନ୍ଥରେ କେତେକେ ସ୍ତର ଥାଏ । ମସ୍କୁଲାରିସ୍ ମ୍ୟୁକୋସା, ସବମ୍ୟୁକୋସା ଓ ମସ୍କୁଲାରିସ୍ ପ୍ରପ୍ରିଆ ସ୍ତର ସମୂହକୁ ଆଡେନୋକାର୍ସିନୋମା ଭେଦ କରିଯାଏ ।

ସୋପାନ ତିଆରି

ରୋଗର ଅଗ୍ରଗତି ବିଷୟରେ ଜାଣିବା ପାଇଁ ସୋପାନ(staging) କରାଯାଏ । କର୍କଟ ତାର ମୂଳ ସ୍ଥାନରେ ଅଛି ବା କେଉଁ ସ୍ଥାନକୁ ବିସ୍ଥାପିତ ହୋଇଛି, ତାହା ଜାଣିବା ଦରକାର । ବିଭିନ୍ନ ପରୀକ୍ଷା ଦ୍ଵାରା ଏହା ଜାଣି ହୁଏ । ସିଟି ସ୍କାନ(CT Scan), ପେଟ ସ୍କାନ(PET Scan), ଏଣ୍ଡୋସ୍କୋପିକ୍ ଅଲ୍ଟ୍ରାସାଉଣ୍ଡ ଆଦି ପରୀକ୍ଷା କରାଯାଏ । ରକ୍ତରେ ମାର୍କର ଦ୍ଵାରା କାର୍ସିନୋଏମ୍ବ୍ରିଓଜେନିକ ଆଣ୍ଟିଜେନ୍ ଓ କାର୍ବୋହାଇଡ୍ରେଟ୍ ଆଣ୍ଟିଜେନ୍ ପରୀକ୍ଷା କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଏ । ଏହା ଦ୍ଵାରା ଯକୃତକୁ ମାଡି ଯାଇଛି କି ନାହିଁ ତାହା ଜଣାପଡେ । ଅପରେଶନ ପରେ ଅଳ୍ପ ତନ୍ତୁ କାଟି ନେଇ ପରୀକ୍ଷା କଲାପରେ ନିର୍ଦ୍ଦିଷ୍ଟ୍ ସୋପାନ ଜଣାପଡେ । ବିଭିନ୍ନ ସୋପାନ ନିମ୍ନ ମତେ ଦିଆଗଲା ।

  • ସୋପାନ  ପାକସ୍ଥଳୀ କାନ୍ଥର କେବଳ ଭିତର ସ୍ତର ଆକ୍ରମିତ ହୋଇଥାଏ । ପ୍ରାଥମିକ ଅବସ୍ଥାରେ ଥିଲେ ଏଣ୍ଡୋସ୍କୋପି ଦ୍ଵାରା କାଟି ବାହାର କରା ଯାଇପାରେ । ନ ହେଲେ ଗ୍ୟାସ୍ଟ୍ରେକ୍ଟୋମି ଓ ଲିମ୍ପ୍ଫାଡେନୋକ୍ଟେମି ଅପରେଶନ କରାଯାଏ । କେମୋଥେରାପି ଓ ରାଡିଏସନ ଦରକାର ହୁଏ ନାହିଁ ।
  • ସୋପାନ ୧. ସୋପାନ ୧କ ରେ ଦ୍ଵିତୀୟ ଓ ତୃତୀୟ ସ୍ତର ଭେଦି ଯାଇଥାଏ । ଏହା ନିମନ୍ତେ ଅପରେଶନ କରାଯାଏ । ସୋପାନ ୧ଖ ରେ ଦ୍ଵିତୀୟ ସ୍ତର ଓ ଲସିକା ଗ୍ରନ୍ଥି କ୍ଷତିଗ୍ରସ୍ତ ହୁଏ । ଏଥି ନିମନ୍ତେ କେମୋଥେରାପି ଓ ରାଡିଏସନ ଥେରାପି ଆବଶ୍ୟକ ହୁଏ ।
  • ସୋପାନ ୨. ଦ୍ଵିତୀୟ ସ୍ତର ସହ ଦୂରବର୍ତ୍ତୀ ଲସିକା ଗ୍ରନ୍ଥି, ତୃତୀୟ ସ୍ତର ସହ ପାଖ ଲସିକା ଗ୍ରନ୍ଥି ବା ବିନା ଲସିକା ଗ୍ରନ୍ଥି ସହ ଚାରି ସ୍ତର ଆକ୍ରମିତ ହେଲେ ସୋପାନ ୨ ଧରାଯାଏ । ସୋପାନ ୧ ର ଚିକିତ୍ସ୍ସା ସହ କେମୋଥେରାପି ଦରକାର ହୁଏ ।
  • ସୋପାନ ୩. ଏହି ସୋପାନରେ ତୃତୀୟ ସ୍ତର ଓ ଦୂର ଲସିକା ଗ୍ରନ୍ଥି, ଚତୁର୍ଥ ସ୍ତର ସହ ପାଖ ତନ୍ତୁ ଓ ଦୂର ଲସିକା ଗ୍ରନ୍ଥି ଆକ୍ରମିତ ହୁଅନ୍ତି । ସୋପାନ ୨ ଭଳି ଚିକିତ୍ସା କରାଯାଏ ।
  • ସୋପାନ ୪. ପାଖ ତନ୍ତୁ ଓ ଦୂର ଲସିକା ଗ୍ରନ୍ଥି ଓ ଅନ୍ୟ ଦୂରବର୍ତ୍ତୀ ଅଙ୍ଗକୁ ମାଡି ଯାଇଥାଏ । ଅପରେଶନ, ଲେଜର, କେମୋଥେରାପି ପ୍ରୟୋଗ କରାଯାଇ ଚିକିତ୍ସା କରାଯାଏ

ନିୟନ୍ତ୍ରଣ

ପାକସ୍ଥଳୀ କର୍କଟ ବିକିତ୍ସ ଅତୀବ କଷ୍ଟସାଧ୍ୟ । ଅତି ପ୍ରାଥମିକ ଅବସ୍ଥାରେ ଦୂରକୁ ବିସ୍ଥାପିତ ନ ହୋଇ ଥିଲେ ସଫଳ ଚିକିତ୍ସା କରି ହେବ । ପ୍ରତ୍ୟେକ ରୋଗୀ ଦେହରେ ରୋଗ ଆକାର, ସ୍ଥାନ,କେତେ ମାଡି ଯାଇଛି, କେଉଁ ସୋପାନ୍ନରେ ଅଛି ଓ ସ୍ଵାସ୍ଥ୍ୟ ଅବସ୍ଥା ଉପରେ ଚିକିତ୍ସା ନିର୍ଭର କରେ । ଅତି ନଗନ୍ୟ ଲକ୍ଷଣ ପ୍ରକାଶ ପାଉଥିବାରୁ ଏହା ପ୍ରାଥମିକ ଅବସ୍ଥାରେ ଜଣା ପଡେ ନାହିଁ । ଜଣା ପଡ଼ିବା ବେଳକୁ ବହୁତ ଆଗେଇ ଯାଇଥାଏ । ଉପର ଲିଖିତ ଚିକିତ୍ସା ସହ ବାୟୋଲୋଜିକାଲ୍ ଥେରାପି ଏବେ ଦିଆ ଯାଉଛି ।

ଶଲ୍ୟ

ରୋଗ ଅନୁସାରେ ଆଂଶିକ ବା ସମ୍ପୁର୍ଣ୍ଣ ପାକସ୍ଥଳୀ ବାହାର କରି ଦିଆଯାଏ । ଏହା ସହ ପାର୍ଶ୍ଵବର୍ତ୍ତୀ ଲସିକା ଗ୍ରନ୍ଥି, ଅନ୍ତ ନାଳୀ ଓ ଅଗ୍ନାଶୟ ମଧ୍ୟ କାଢି ଦିଆଯାଏ । ଏଣ୍ଡୋସ୍କୋପି ସାହାଯ୍ୟରେ ଅପରେଶନ ମଧ୍ୟ କରାଯାଏ । ଯେତେ ଅଂଶରେ କର୍କଟ ଥାଏ, ସେ ସବୁ ବାହାର କରି ଦିଆଯାଏ । ଅପରେଶନ ଦ୍ଵାରା ୪୦ ରୁ କମ ଭାଗ ଆରୋଗ୍ୟ ଲାଭ କରନ୍ତି ।

ରସାୟନୀ ଚିକିତ୍ସା

ପାକସ୍ଥଳୀ କର୍କଟ ଔଷଧ ଦ୍ଵାରା ଏତେ ପ୍ରଭାବିତ ହୁଏ ନାହିଁ । ଏହା ଦ୍ଵାରା ଆକାର କମିଯାଏ, ଲକ୍ଷଣ କମିଯାଏ, ବଞ୍ଚିବା ସମୟ ସାମାନ୍ୟ ବଢିଯାଏ । ଏହି ଔଷଧମାନଙ୍କର ନାମ ଫ୍ଲୋରୋରାସିଲ (fluorouracil), କପେସିଟାବାଇନ (capecitabine), କାର୍ମୁସ୍ଟାଇନ (carmustine), ସେମୁସ୍ଟାଇନ (Semustine), ଆଡ୍ରିଆମାଇସିନ (Adriamycin), ମାଇଟୋମାଇସିନ (Mitomycin C), ସିସପ୍ଲାଟିନ (cisplatin)ଓ ଟାକ୍ସୋଟିଅର (taxotere) । ଏହି ଔଷଧର ଗୁଣ ଠିକ ଭାବେ ଜଣାଯାଇ ନାହିଁ । ଏକାଧିକ ଔଷଧ ଏକ ସମୟରେ ମଧ୍ୟ ପ୍ରୟୋଗ କରା ଯାଇପାରେ । କେତେକ ଔଷଧ ପାକସ୍ଥଳୀରେ ପ୍ରୟୋଗ କରା ହେଉଛି ।

ବିକୀରଣ

ଶଲ୍ୟ ଚିକିତ୍ସା ସହ କେମୋଥେରାପି ଓ ବିକୀରଣ ଚିକିତ୍ସା ଦିଆଯାଏ । ଏହା ଦ୍ଵାରା ଯନ୍ତ୍ରଣା କମ ହୁଏ ଓ ଆକାର କମିଯାଏ । ଅପରେଶନ ଯୋଗ୍ୟ ନ ହେଲେ ବିକୀରଣ ଓ କେମୋଥେରାପି ଦିଆଯାଏ ।ଏକାଧିକ ଔଷଧ ଏକାଧିକ ଔଷଧ ପ୍ରୟୋଗ କଲେ ବଞ୍ଚିବା ସମୟ କିଛି ବଢିଯାଏ । ଅନ୍ୟ ରୋଗୀ ୨୭ ମାନ ବଞ୍ଚିଲେ ଏକାଧିକ ଔଷଧ ପ୍ରୟୋଗ କଲେ ୩୬ ମାସ ବଞ୍ଚି ପାରିବେ ।

ସଂକ୍ରମଣ ଅନୁଶୀଳନ

ଏହା ପୃଥିବୀରେ କର୍କଟ ରୋଗ ଭିତରେ ଚତୁର୍ଥ ସ୍ଥାନ ଅଧିକାର କର୍ରିଛି । ମୃତ୍ୟୁ ହାର ହିସାବରେ ଏହା ଦ୍ଵିତୀୟ ସ୍ଥାନ ଅଧିକାର କରିଛି । ଆମେରିକାରେ ପ୍ରତି ବର୍ଷ ହେଉଥିବା କର୍କଟ ଭିତରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି । କୋରିଆ ଦେଶରେ ଏହା ସର୍ ପ୍ରଥମ କର୍କଟ ରୋଗ । ୮୦ ରୁ ୯୦ % ରୋଗରେ ବିସ୍ଥାପନ ବା ମେଟସ୍ଟାସିସ ହୁଏ । ଏମାନଙ୍କ ମଧ୍ୟରୁ ୬୫ % ରୋଗୀ ୬ ମାସ ମାତ୍ର ବଞ୍ଚି ପାରନ୍ତି ।ଆମେରିକାରେ ପ୍ରତି ବର୍ଷ ଯେତେ କର୍କଟ ରୋଗୀ ଆସନ୍ତି, ତା ମଧ୍ୟରୁ ୨ % କେବଳ ପାକସ୍ଥଳୀ କର୍କଟ । ଅନ୍ୟ ଦେଶରେ ଏହି % ହାର ଅଧିକ ରହେ । କୋରିଆରେ ଏହା ୧୦,୮ % । କର୍କଟ ବିସ୍ଥାପନ ୮୦ ରୁ ୯୦ % ଲୋକଙ୍କର ହୁଏ । ଶୀଘ୍ର ଚିକିତ୍ସାକୁ ଆସିଥିବା ଲୋକଙ୍କ ମଧ୍ୟରୁ ୬୫% ଲୋକ ୬ ମାସ ମାତ୍ର ବଞ୍ଚି ପାରନ୍ତି ଓ ଡେରିରେ ଆସିଥିବା ରୋଗୀଙ୍କ ମଧ୍ୟରୁ ୧୫ % ମାତ୍ର୍ ୬ ମାସ ବଞ୍ଚନ୍ତି । ଅଜୀର୍ଣ୍ଣ ଯୋଗୁ ଡାକ୍ତର ପାଖକୁ ଆସିଥିବା ପ୍ରତି ୫୦ ଜଣଙ୍କ ମଧ୍ୟରୁ ଜଣକର ପାକସ୍ଥଳୀ କର୍କଟ ଥାଏ ।

Aadhar

"cancerresearchuk"
2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top