ହୋମ / ସ୍ଵାସ୍ଥ୍ୟ / ରୋଗ / ପାଟି ଭିତର କର୍କଟ
ସେଆର କରନ୍ତୁ

ପାଟି ଭିତର କର୍କଟ

ପାଟିଭିତର କର୍କଟ ଭାବି ବିପଦଜ୍ଜନକ । ଚିକିତ୍ସାରେ ହେଲା ହେଲେ ମୃତ୍ୟୁର କାରଣ ହୋଇପାରେ ।

ପାଟିଭିତର କର୍କଟ

ପାଟିଭିତର କର୍କଟ ଭାବି ବିପଦଜ୍ଜନକ   ।  ଚିକିତ୍ସାରେ ହେଲା ହେଲେ ମୃତ୍ୟୁର କାରଣ ହୋଇପାରେ   । ଯେଉଁମାନେ ଦାନ୍ତ , ମାଢି ଏବଂ ତଣ୍ଟି ଆଦିର ଯତ୍ନ ସଠିକ ରୂପେ ନେଇପାରନ୍ତି ନାହିଁ   , ସେମାନଙ୍କ ପାଟି ଭିତରେ କର୍କଟ ରୋଗ ହୋଇଥାଏ   । ପୃଥିବୀରେ ଲକ୍ଷାଧିକ ଲୋକ ଏହି ରୋଗରେ ମରିଥାନ୍ତି  ।

ଲକ୍ଷଣ

ଏହି ରୋଗରେ ପାଟି ଭିତରେ , ମାଢିରେ , କଳଦାନ୍ତ ପାଖ, ତଣ୍ଟି , ତାଲୁକା ଗାଲ , ଆଦି ଯେ କୌଣସି ସ୍ଥାନରେ ଘା ହୋଇଥାଏ   । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଘା ଆଉ ଶୁଖେ ନାହିଁ   ।  ବରଂ ଫୁଲକୋବି ଭଳି କୋଷମାନେ ଫୁଲିଯାଆନ୍ତି   ।  ସେ ଫୁଲା ଉପରେ ଧଳା ଏବଂ ନାଲି ଦାଗ ଦେଖାଯାଏ   । ମନକୁ ମନ ଏହି ସ୍ଥାନରୁ ରକ୍ତ ବୋହିଥାଏ   ।  ହାତରେ ଚିପିଲେ ଏହା ହାତକୁ ଟାଣ ଲାଗେ   । ପାଟି ଭିତରେ ଯନ୍ତ୍ରଣା ଲାଗି ରହେ  । ଖାଦ୍ୟ ଢୋକି ହୁଏ ନାହିଁ   । କଥା ମଧ୍ୟ ଭଲରେ କହି ହୁଏ ନାହିଁ   ।  ପାଟିରେ ଦୁର୍ଗନ୍ଧ ହୋଇଥାଏ   ।  ତେବେ ପ୍ରାଥମିକ ଅବସ୍ଥାରେ ରୋଗ ଜଣାପଡେ ନାହିଁ   ।  କିନ୍ତୁ ରୋଗ ବଢିଗଲେ , ନାକ ବିନ୍ଧା ଆରମ୍ଭ ହୋଇଥାଏ   । ନାକରୁ ପାଣି ବାହାରେ । ବେକରେଗୋଟା ଗୋଟା ହୋଇ ଲସିକା ଗ୍ରନ୍ଥି ଫୁଲିଯାଏ   । ବେଳେବେଲେ ଶ୍ଵାସନଳୀ ଅବରୋଧ ହୋଇ ନିଶ୍ଵାସ ମାରିବା କଷ୍ଟକର ହୋଇଥାଏ   ।

ରୋଗର କାରଣ

ପାନ ଗୁଣ୍ଡି ଜର୍ଦା , ଗୁଟୁକା ଗୁଣ୍ଡି ନାସ ,  ବିଡି ସିଗାରେଟ , ଖଇନି ମଦ ଆଦି ପାଟି କର୍କଟର କାରଣ ହୋଇଥାଏ   । ଓଡିଶାରେ ଦେଶୀମଦର ବହୁଳ ପ୍ରଚାରର ହେତୁ ଏହାକୁ ସେବନ କରୁଥିବା ଲୋକେ ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି   । ସେହିପରି ପାନଗୁଣ୍ଡି ପାଟଟିରେ ଜାକି ରାତିରେ ଶୋଇବା ଏବଂ ପାନଖଣ୍ଡେ ସବୁବେଳେ ପାଟିରେ ରଖିବା କର୍କଟର ମୁଖ୍ୟ କାରଣ ହୋଇଥାଏ   ।  ଏବେ ହ୍ୟୁମାନ ପାପିଲୋମା ଭାଇରସ – 16 ନାମକ ଭୂତାଣୁ ପାଟି କର୍କଟର ଏକ କାରଣ ବୋଲି ଜଣାପଡିଛି   ।  ଏହି ପ୍ରକାର ଭୂତାଣୁ ମହିଳାଙ୍କର ଗୁପ୍ତଅଙ୍ଗରେ ଜରାୟୁ ଗ୍ରୀବା କର୍କଟ କରିଥାନ୍ତି   ।

ପାଟି କର୍କଟରୁ ରକ୍ଷା ପାଇବାର ଉପାୟ

ଦୈନିକ ନିହାତି କମରେଦୁଇଥର ଦାନ୍ତ ଘଷିବା ଆବଶ୍ୟକ     । ଜିଭ ଛେଲିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ  । ଦାନ୍ତ ସନ୍ଧିରେ ଲାଗିଥିବା ଖାଦ୍ୟର ଅଂଶ ଫ୍ଲିସିଂ ଦ୍ଵାରା ବାହାର କରିବା ଗୁରୁତ୍ଵପୂର୍ଣ୍ଣ   । ଦାନ୍ତ ସନ୍ଧିରେ ଲାଗିଥିବା ଖାଦ୍ୟର ଅଂଶ ଫ୍ଲାସ  ଦ୍ଵାରା ବାହାର କରିବା ଭଲ   ।  ବ୍ରସ ନ ପହଞ୍ଚିବା ସ୍ତ୍ଥାନରେ  ଫ୍ଲାସ   ସୂତା ଦ୍ଵାରା ସଫା କରାଯାଏ   । କୌଣସି ଆସି ପ୍ରକାରବ ମାଦକ ଦ୍ରବ୍ୟ  ଓ ମଦ୍ୟପାନରୁ ବିରାଟ ରହିବା ଭଲ   । ଷାଠିଏ ବର୍ଷ ପରେ ଶରୀର ସହଜରେ ମଦ ହଜମ କରିପାରେ ନାହିଁ  । ଫଳ ଓ ସଜ ପନିପରିବା ଖାଦ୍ୟ ନିୟମିତ ଅଂଶ ହେବା ଦରକାର   । କାକୁଡି , ପିଜୁଳି , ସେଓ ,  ସିଲେରୀ, ଛେନା ଆଦି ଖାଇଲେ ଦାନ୍ତର ଏନାମେଲ ସଫା ରହେ  ।  ଦନ୍ତ ଘଷିଲା ପରେ ପାଟି ଭିତରେ ଅଙ୍ଗୁଳି ପୁରାଇ କୌଣସି ଅଂଶ ଗୋଟିକିଆ ଲାଗୁଛି କି ନାହିଁ , ନିଜେ ପରୀକ୍ଷା କରିନେବା ଆବଶ୍ୟକ   । ସେହିପରରୀ ମାଢିରୁ ଦଶଥର ଘଷିବା ଦ୍ଵାରା ବହୁତ ଉପକାର ମିଳିଥାଏ   ।  ବର୍ଷକୁ ଠାରେ ଦାନ୍ତ ଚିକିତ୍ସାକକୁ  ନିଜର ଦନ୍ତ ଦେଖାଇ ନେବା  ଆବଶ୍ୟକ   ।  ସକାଳୁ ସଂଧା ମଧ୍ୟରେ ଆଠଗ୍ଳାସ ପାଣି ପିଇବା ଦରକାର   । ତେବେ ପାଟି ଭିତରର କର୍କଟ ରୋଗକୁ  ରୋକାଯାଇପାରିବ   ।

ଆଧାର – ଡାକ୍ତର ନିରଞ୍ଜନ ତ୍ରିପାଠୀ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top