ହୋମ / ସ୍ଵାସ୍ଥ୍ୟ / ରୋଗ / ପୁରୁଷ ଗ୍ରନ୍ଥି କର୍କଟ
ସେଆର କରନ୍ତୁ

ପୁରୁଷ ଗ୍ରନ୍ଥି କର୍କଟ

ପୁରୁଷ ଗ୍ରନ୍ଥି କର୍କଟ ଲକ୍ଷଣ, କାରଣ ଓ ତାର ନିଦାନ ସମ୍ବନ୍ଧୀୟ ସୂଚନା ଦିଆଯାଇଛି ।

ଗ୍ରନ୍ଥିରେ କର୍କଟ

ମୂତ୍ରଥଳିର ମୁଖଗହ୍ଵର (ଯେଉଁଠାରୁ ମୂତ୍ରନଳୀ ଆରମ୍ଭ ହୋଇଛି) ଚାରିପଟରେ ପୁରୁଷ ଗ୍ରନ୍ଥି ଘେରି ରହିଥାଏ । ପୁରୁଷମାନଙ୍କର କ୍ଷୟ ହେଉଥିବା ଧାତୁର ମୁଖ୍ୟ ତରଳ ଅଂଶ ଏହି ଗ୍ରନ୍ଥିରୁ ଝରିଥାଏ । ଏହା ଶୁକ୍ର କୀଟାଣୁମାନଙ୍କୁ ଜୀବିତ ରଖିବା ସଙ୍ଗେ ସଙ୍ଗେ ଏମାନଙ୍କୁ ସୁବିଧାରେ ବହନ କରିବାରେ ସାହାଯ୍ୟ କରେ । ପୁରୁଷର ଆୟୁଷ ବୃଦ୍ଧି ସହିତ ଏହାର ଆକାରରେ ବୃଦ୍ଧି ଘଟିଥାଏ । କର୍କଟ ରୋଗ ଏହି ଗ୍ରନ୍ଥିକୁ ଆକ୍ରାନ୍ତ କରିପାରେ । ସାଧାରଣତଃ ପୁରୁଷ ଗ୍ରନ୍ଥି କର୍କଟ ରୋଗରେ ଆଡେନୋ କାର୍ସିନେମା ଦେଖାଯାଇଥାଏ ।

କାରଣ

ଏହା ସାଧାରଣତଃ ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ  ଦେଖାଯାଏ ।

  • ଏହା କେତେକାଂଶରେ ଆନୁବଂଶିକ ।
  • ଖାଦ୍ୟ ଏକ କାରଣ ହୋଇପାରେ । ଯେଉଁମାନେ ଅତ୍ୟଧିକ ଚର୍ବିଜାତୀୟ ଖାଦ୍ୟ, ମାଂସ ଇତ୍ୟାଦି ଖାଉଥାନ୍ତି ସେମାନେ ଏକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ।

ଲକ୍ଷଣ

ପ୍ରଥମ ପର୍ଯ୍ୟାୟରେ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନ ପାରେ । ତେବେ ଏହି ରୋଗର ପ୍ରମୁଖ ଲକ୍ଷଣଗୁଡିକ ହେଲା- ପରିସ୍ରା କରିବାରେ କଷ୍ଟ ଅନୁଭବ କରିବା, ପରିସ୍ରାରେ ରକ୍ତ ପଡିବା, ହାଡରେ ଯନ୍ତ୍ରଣା ହେବା, ଓଜନ ହ୍ରାସ ପାଇବା, ଲିଙ୍ଗର ଉତ୍ ଥାନ କମିଯିବା ।

ସ୍କ୍ରିନିଂ

ପୁରୁଷ ଗ୍ରନ୍ଥି କର୍କଟ ରୋଗରୁ ଜାଣିବାକୁ କେତେକ ପରୀକ୍ଷା ଆବଶ୍ୟକ । ଏହି ପରୀକ୍ଷା ସବୁକୁ ‘ସ୍କ୍ରିନିଂ' କୁହାଯାଏ । ଏହି ରୋଗର ନିରୂପଣ ପାଇଁ ପ୍ରଥମେ ମଳଗହ୍ଵର ମଧ୍ୟରେ ଆଙ୍ଗୁଳି ଦ୍ଵାରା ପରୀକ୍ଷା କରିବା ଆବଶ୍ୟକ । ଏହା ବ୍ୟତୀତ ରୋଗୀର ରକ୍ତକୁ ପରୀକ୍ଷାଗାରରେ ପରୀକ୍ଷା କରାଯାଇ ସେଥିରେ Prostate specific Antigenର ମାତ୍ରା କେତେ ତାହା ନିରୂପଣ କରାଯାଇଥାଏ । ଉକ୍ତ ପରୀକ୍ଷା ଦୁଇଟି ସାଧାରଣତଃ ୫୦ ବର୍ଷରୁ ଉର୍ଦ୍ଧ୍ଵ ପୁରୁଷମାନେ କରିବା ଦରକାର ।

ନିଦାନ

TRUS GUIDED PROSTATE BIOPSY

  • ପୁରୁଷ ଗ୍ରନ୍ଥିର କିଛି ସୂକ୍ଷ୍ମ ଅଂଶ ମଳଦ୍ଵାର ମଧ୍ୟ ଦେଇ ଏକ ସ୍ଵତନ୍ତ୍ର ଛୁଞ୍ଚି ମାଧ୍ୟମରେ ଆଣି ଏହାର ପରୀକ୍ଷା କରାଯାଇଥାଏ।

ଚିକିତ୍ସାର ଭିନ୍ନତା

  • ପ୍ରାଥମିକ ପର୍ଯ୍ୟାୟରେ ହିଁ ଅସ୍ତ୍ରୋପଚାର ଚିକିତ୍ସା ଅତ୍ୟନ୍ତ ଉପଯୋଗୀ । ଏହାଦ୍ୱାରା ସୁଫଳ ମିଳିଥାଏ ।
  • ରଞ୍ଜନରଶ୍ମି କିମ୍ବା ଶୀତଳରଶ୍ମି ଦ୍ଵାରା ଚିକିତ୍ସା ।
  • ଅତ୍ୟଧିକ ବ୍ୟାପ୍ତଥିବା କର୍କଟର ଚିକିତ୍ସା ପ୍ରଥମେ ହର୍ମୋନ ଦ୍ଵାରା କରାଯାଏ । ଏଥି ସହିତ ଏହାର ଔଷଧୀୟ ଚିକିତ୍ସା ମଧ୍ୟ ରହିଛି ।
  • ରୋକିହେବ କିପରି?

ଫଳ, ପନିପରିବା ଆଦି ଭିଟାମିନ୍ ଯୁକ୍ତ ଖାଦ୍ୟ ପ୍ରଚୁର ପରିମାଣରେ ଖାଇବା ଉଚିତ ।  ଚର୍ବି ଜାତୀୟ ତଥା ମାଂସ ସ୍ୱଳ୍ପ ପରିମାଣରେ ଖାଇବା ଉଚିତ । ତା’ ସହ ଶାରୀରିକ ପରିଶ୍ରମ ତଥା ବ୍ୟାୟାମ କରିବା ଆବଶ୍ୟକତା ମଧ୍ୟ ରହିଛି । ଶାରୀରିକ ଓଜନକୁ ବୟସ ଓ ଉଚ୍ଚତାର ସମାନୁପାତିକ ରଖିବା । ୫୦ ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କମାନେ ସ୍କ୍ରିନିଂ ଟେଷ୍ଟ କରାଇବା ଉଚିତ ।

ଆଧାର- ଦୈନିକ ଧରିତ୍ରୀ

3.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top