ହୋମ / ସ୍ଵାସ୍ଥ୍ୟ / ରୋଗ / ପୂତିଜୀବରକ୍ତତା
ସେଆର କରନ୍ତୁ

ପୂତିଜୀବରକ୍ତତା

ପୂତିଜୀବରକ୍ତତା (ସେପସିସ୍) ହେଉଛି ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସମସ୍ୟା ।

ଉପକ୍ରମ

ପୂତିଜୀବରକ୍ତତା (ସେପସିସ୍) ହେଉଛି ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସମସ୍ୟା । ଏହା ହୃଦ୍ ଘାତ ଭଳି ସାଧାରଣ ଓ କର୍କର୍ଟ ରୋଗ ଅପେକ୍ଷା ଅଧିକ ଜୀବନ ନେଇଥାଏ । ଭାରତ ଭଳି କମ୍ ଆୟୁବର୍ଗ ରାଷ୍ଟ୍ରରେ ପୂତିଜୀବରକ୍ତତା ହେଉଛି ମୃତ୍ୟୁର ଏକ ବଡ କାରଣ ।

ନିମ୍ନମାନର ଜୀବନଧାରଣ ସହିତ ଅପପୁଷ୍ଟି ରାଷ୍ଟ୍ରଗୁଡିକ ଉପରେ ବୋଝ ବଢାଇଛି । ପୂତିଜୀବରକ୍ତତା ହେଉଛି ଏକ ଜୀବନ ନାଶକାରୀ ଅବସ୍ଥା; ଯାହା ଶରୀର ସଂକ୍ରମଣ ସହିତ ଲଢେଇ କରିବା ବେଳେ ଉପୁଜିଥାଏ । ପରିଣାମ ସ୍ଵରପ ରୋଗ ପ୍ରତିରୋଧକାରୀ ବ୍ୟବସ୍ଥା ଟିସ୍ୟୁ ଓ ଅଙ୍ଗରେ କ୍ଷତି ପହଞ୍ଚାଇଥାଏ । ଶରୀରକୁ ସୁରକ୍ଷା ପ୍ରଦାନ କରିବାକୁ ଡିଜାଇନ କରାଯାଇଥିବା  ଏହି ପ୍ରତିକ୍ରିୟା ଅତ୍ୟନ୍ତ ଖରାପ ପରିସ୍ଥିତିରେ ରକ୍ତଚାପକୁ କମ୍ କରିଦିଏ ଯାହାଦ୍ୱାରା ଅନେକ ଅଙ୍ଗ ଅଚଳ ହୋଇ ରୋଗୀର ମୃତ୍ୟୁ ହୋଇଥାଏ ।

କାରଣ

ପୂତିଜୀବରକ୍ତତା ସବୁବେଳେ ସଂକ୍ରମଣ ଯୋଗୁଁ ହୋଇଥାଏ କମ୍ୟୁନିଟି ହସପିଟାଲ କିମ୍ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବାରେ ସଂକ୍ରମଣ ଯୋଗୁଁ ପୂତିଜୀବରକ୍ତତା ସୃଷ୍ଟି ହୋଇଥାଏ । ଅନେକ ବଡ ଧରଣର ମାମଲାରେ ଫୁସ୍ ଫୁସ୍ ମୂତ୍ରାଶୟ, ଚର୍ମ କିମ୍ବା ପେଟରେ ସଂକ୍ରମଣ ଯୋଗୁଁ ଏହା ହୋଇଥାଏ । ପୂତିଜୀବରକ୍ତତା ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଏକ ସାଧାରଣ କିମ୍ବା ସ୍ଥାନୀୟ ସଂକ୍ରମଣକୁ ମାତ୍ରାଧିକ ପ୍ରତିକ୍ରିୟା ପ୍ରଦାନ କରେ ଯଦ୍ୱାରା ଜ୍ଵଳନ, ଚିଡଚିଡାପଣ, ଅଙ୍ଗ ଅଚଳ ଆଦି ହୋଇଥାଏ । ଜୀବାଣୁ ବୀଜାଣୁ ( ଡେଙ୍ଗୁ) ଓ ପାରାସାଇଟ୍ ( ମେଲେରିଆ) ଆଦି ଭଳି ଅନୁଜୀବ ବିଶେଷ କରି ଜୀବାଣୁଙ୍କୁ ଯୋଗୁଁ ସଂକ୍ରମଣ ହୋଇଥାଏ । ସମଗ୍ର ବିଶ୍ଵରେ  ସଂକ୍ରମଣ ଯୋଗୁଁ ହେଉଥିବା ଅନେକ ମୃତ୍ୟୁର ଏକ ବଡ କାରଣ ହେଉଛି ପୂତିଜୀବରକ୍ତତା ।

କେଉଁମାନଙ୍କଠାରେ ପୂତିଜୀବରକ୍ତତା ହୋଇଥାଏ

ଏହା ସମସ୍ତ ବୟସର ଲୋକଙ୍କୁ ଆକ୍ରମଣ କରିଥାଏ । ବିଶେଷ କରି ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥାଇ ଦିର୍ଦ୍ଦାଦିନର ଅସୁସ୍ଥାତା ଭୋଗୁଥିବା ଲୋକ, ସଦ୍ୟଜାତ ଶିଶୁ ଛୋଟ ପିଲା ବୟସ୍କଙ୍କ ଠାରେ ଏହା ଦେଖାଯାଇଥାଏ ।

ମଧୁମେହ ମେଲିଟସ୍, କାଏକତା ଏଡିସ୍, କିଡନୀ କିମ୍ବା ଯକୃତ ରୋଗ କିମ୍ବା ଶାରୀରିକ ଆଘାତ ଅନୁଭବ କରିଥିବା ରୋଗୀଙ୍କଠାରେ ଏହା ଦେଖାଦିଏ ।

କେତେ ପରିମାଣର ଲୋକ ପୂତିଜୀବରକ୍ତତା ଦ୍ଵାରା ଆକ୍ରାନ୍ତ

ପ୍ରତିବର୍ଷ ସମଗ୍ର ବିଶ୍ଵରେ 30 ନିୟୁତ ଲୋକ ପୂତିଜୀବରକ୍ତତା ଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି । ବିକାଶଶୀଳ ରାଷ୍ଟ୍ରରେ ପୂତିଜୀବରକ୍ତତା ଯୋଗୁଁ ପ୍ରତିବର୍ଷ ୬୦-୮୦ ପ୍ରତିଶତ ମୃତ୍ୟୁର କାରଣ ହୋଇଥାଏ । ଏହା ବର୍ଷକୁ ୬ ନିୟୁତ ନବଜାତ ଶିଶୁ ଓ ପିଲାକୁ ଆକ୍ରାନ୍ତ କରୁଥିବା ବେଳେ ଗର୍ଭଧରଣ ଓ ଶିଶୁ ଜନ୍ମ  ବେଳେ ୧,୦୦,୦୦୦ ମହିଳା ପୂତିଜୀବରକ୍ତତା ଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି । ବିଗତ ଦଶନ୍ଧି ମଧ୍ୟରେ ସ୍ୱାସ୍ଥ୍ୟସେବା ସମ୍ପର୍କିତ ସଂକ୍ରମଣ ଯୋଗୁଁ ହସପିଟାଲରେ ଆଡମିଶନ ନେଉଥିବା ପୂତିଜୀବରକ୍ତତା  ରୋଗୀଙ୍କ ସଂଖ୍ୟା ତିନି ଗୁଣ ବଢିଛି ।

ଲକ୍ଷଣ

ପୂତିଜୀବରକ୍ତତା ଦ୍ଵାରା ପୀଡିତ ରୋଗୀଙ୍କ ଏକ ସାଧାରଣ ଲକ୍ଷଣ ହେଉଛି ପୂର୍ବରୁ କେବେ ଅନୁଭବ ଣ କରିଥିବା ଅସୁସ୍ଥତା ଅନୁଭବ କରିବା । ସଂକ୍ରମଣ ଓ ପୂତିଜୀବରକ୍ତତା ଅନେକ ଲକ୍ଷଣ ସମାନ ରହିଥିବାରୁ ପାରମ୍ଭିକ ପର୍ଯ୍ୟାୟରେ ଏହାର ଚିକିତ୍ସା ସମ୍ଭବ ହୋଇ ନଥାଏ । ପୂତିଜୀବରକ୍ତତା ଦ୍ଵାରା ଆକ୍ରାନ୍ତ ରୋଗୀଙ୍କ କ୍ଲିନିକାଲ ଚିକିତ୍ସା ତାଙ୍କ ସଂକ୍ରମଣର ସ୍ଥାନ, ଅଣୁ-ଜୀବ କାରଣ ବୟସ ଓ ସ୍ୱାସ୍ଥ୍ୟ ପରିସ୍ଥିତିକୁ ନେଇ ଭିନ୍ନ ରହିଥାଏ ।

ପୂତିଜୀବରକ୍ତତାର ପ୍ରାରମ୍ଭିକ ଲକ୍ଷଣଗୁଡିକ ହେଉଛି ପ୍ରବଳ ମୁଣ୍ଡବ୍ୟଥା, ଦୁର୍ବଳତାକ୍ଳାନ୍ତି, ଝାଡବାନ୍ତି ଚେତାଶୂନ୍ୟ, ବାନ୍ତି ପେଟରେ ଯନ୍ତ୍ରଣା ତଣ୍ଟି ଦରଜ ହେବା ଅସ୍ଵାଭାବିକ ରସ୍ତସ୍ରାବ ଆଦି ।

ନିରାକରଣ

ପୂତିଜୀବରକ୍ତତା ହେଉଛି ଏକ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକତା । ପ୍ରତି ଘଣ୍ଟା ମହତ୍ତ୍ଵପୂର୍ଣ୍ଣ । ଆଦ୍ୟ ସ୍ତରୁ ଚିହ୍ନଟ ହେବା ଓ ଶୀଘ୍ର ପ୍ରତିକ୍ରିୟା ପ୍ରକାଶ କରିବା ଭଳି କିଛି ସୁଲଭ ମୌଳିକ ପଦକ୍ଷେପ ଦ୍ଵାରା ଅନେକ ଜୀବନ ରକ୍ଷା ହୋଇପାରିବ । ଏହା ସତ୍ତ୍ୱେ କେବଳ ୧୦-୩୦ ପ୍ରତିଶତ ରୋଗୀ ପୂତିଜୀବରକ୍ତତା ଦ୍ଵାରା ପୀଡିତ ହୋଇ ଉନ୍ନତ ଯତ୍ନ ପାଇଥାନ୍ତି । ଏଥିରେ ପୀଡିତ ଲୋକଙ୍କ ଜୀବନ ରକ୍ଷା ପାଇଁ ସାମଗ୍ରିକ ଚିକିତ୍ସା କରିବା ଆବଶ୍ୟକ ।

ଚିକିତ୍ସା

ପୂତିଜୀବରକ୍ତତାକୁ ଜରୁରୀକାଳୀନ ଭାବେ ଚିକିତ୍ସା କରିବା ଦରକାର ।  ଆଦ୍ୟ ସ୍ତରରୁ ରୋଗକୁ ଚିହ୍ନଟ କରିବା ସହ ଶୀଘ୍ର ଆଣ୍ଟିବାୟୋଟିକ୍ ଓ ତରଳ ପଦାର୍ଥ ପ୍ରଦାନ କରିବା ଦ୍ଵାରବ ଜୀବନ ରକ୍ଷା ହୋଇପାରିବ । ରୋଗୀଙ୍କୁ ସ୍ଥିତିକୁ ଦ୍ରୁଷ୍ଟିରେ ରଖି  ଯାନ୍ତ୍ରିକ ଭେଣ୍ଟିଲେସନ୍ କିମ୍ବା ଡାଏଲିସିସ୍ ଆବଶ୍ୟକ ହୋଇପାରେ ।

ଆଧାର

ସମାଜ

3.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top