ହୋମ / ସ୍ଵାସ୍ଥ୍ୟ / ରୋଗ / ପେଟ ବ୍ୟଥାକୁ ଏଡାଇଯାଆନ୍ତୁନି
ସେଆର କରନ୍ତୁ

ପେଟ ବ୍ୟଥାକୁ ଏଡାଇଯାଆନ୍ତୁନି

ପେଟ ବ୍ୟଥାକୁ ଆମେ ଶିଶୁ ବୟସ୍କ ବ୍ୟକ୍ତି ଏବଂ ମହିଳାଙ୍କ ଠାରେ ଦେଖାଯାଉଥିବା କେତେକ ସାଧାରଣ କାରଣ ହିସାବରେ ଆଲୋଚନା କରିପାରିବା ।

ପେଟ ବ୍ୟଥା

ବ୍ୟଥା ଓ ବେଦନା ହିଁ ରୋଗୀକୁ ଡାକ୍ତରଙ୍କ ପାଖକୁ ଯିବାକୁ ବାଧ୍ୟ କରେ । ଚିକିତ୍ସା ବିଜ୍ଞାନରେ ସବୁଠାରୁ ପୁରାତନ ରୋଗ ହେଉଛି ପେଟ ବ୍ୟଥା । ଏହା କୌଣସି ନିର୍ଦ୍ଦିଷ୍ଟ ରୋଗ ନ ହେଲେ ମଧ୍ୟ ଅନେକ ରୋଗର ଲକ୍ଷଣ ହୋଇପାରେ। ଅନ୍ୟ ପକ୍ଷରେ ପେଟରେ ହେଉଥିବା କର୍କଟ ଭଳି ଭୟାନକୁ ରୋଗ ଅନେକ ସମୟରେ ଶୀଘ୍ର ଚିହ୍ନଟ ହୁଏ ନାହିଁ । କାରଣ ପ୍ରଥମାବସ୍ଥାରେ ଏଥିରେ ରୋଗୀକୁ କୌଣସି ଯନ୍ତ୍ରଣା ହୋଇନଥାଏ । ସେଥିପାଇଁ ଅଧିକାଶରେଗ। ଏହାକୁ ଅଣଦେଖାକରନ୍ତି ।

ପେଟ ବ୍ୟଥାକୁ ଆମେ ଶିଶୁ ବୟସ୍କ ବ୍ୟକ୍ତି ଏବଂ ମହିଳାଙ୍କ ଠାରେ ଦେଖାଯାଉଥିବା କେତେକ ସାଧାରଣ କାରଣ ହିସାବରେ ଆଲୋଚନା କରିପାରିବା । ଅଥବା ପେଟର କେଉଁ ସ୍ଥାନରେ ବ୍ୟଥା ହେଉଛି ସେହି ଅନୁସାରେ ବର୍ଣ୍ଣନା କରାଯାଇପାରିବ ।

ପେଟର ଉପରି ଭାଗରେ ବ୍ୟଥା

ପେଟର ଉପର ଭାଗରେ ହେଉଥିବା ଯନ୍ତ୍ରଣା ମଧ୍ୟରୁ ପିତ୍ତଥଳୀ ବା ନଳୀରେ ପଥର, ପାକସ୍ଥଳୀ ବା ଅନ୍ତଃନଳୀରେ କ୍ଷତ, ଯକୃତରେ ଘା' ଏବଂ ଅଗ୍ନାଶୟର ପ୍ରଦାହ ଆଦି ମୁଖ୍ୟ କାରଣ । ମହିଳାଙ୍କ ଠାରେ ପିତ୍ତକୋଷରେ ପଥର ଅଧିକ ଦେଖାଯାଇଥାଏ । ଏହି ସବୁ କାରଣ ଯୋଗୁଁ ଭୀଷଣ ପେଟ ବ୍ୟଥା, ବାନ୍ତି ହୋଇ କିମ୍ବା ବାନ୍ତିରେ ରକ୍ତ ପଡିବା, ଜ୍ଵର ଏବଂ ଜଣ୍ଡିସ୍ ଭଳି ଲକ୍ଷଣ ଦେଖାଦେଇ ଥାଏ । ଏହି ଲକ୍ଷଣ ଦେଖାଦେଲେ ରକ୍ତ ପରୀକ୍ଷା, ଅଲଟ୍ରାସାଉଣ୍ଡ ତଥା ଏଣ୍ଡୋସ୍କୋପିକ୍ ପରୀକ୍ଷାରୁ ରୋଗର ସଠିକ କାରଣ ଚିହ୍ନଟ କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥାଏ

ପେଟର ମଧ୍ୟ ଭାଗରେ ବ୍ୟଥା

ପୋଟର ମଧ୍ୟ ଭାଗରେ ଥାଏ। ଅନ୍ତଃନଳୀ, ବୃକକ, ପରିସ୍ରା ନଳୀ, ପ୍ଳିହା ଏବଂ ଯୌନାଙ୍ଗର କିଛି ଅଂଶ । ତେଣୁ ପରିସ୍ରା ନଳୀରେ ପଥର, ଅନ୍ତଃନାତି ବା ଯୌନାଙ୍ଗର ପ୍ରଦାହରେ ପେଟ ଯନ୍ତ୍ରଣା ହୋଇଥାଏ ।  ପୋଟର ମଧ୍ୟଭାଗରେ ଯନ୍ତ୍ରଣା ହେଲେ ସାଧାରଣତଃ ରକ୍ତ ପରୀକ୍ଷା ସହିତ ପେଟର ଅଲଟ୍ରାସାଉଣ୍ଡ, ସିଟିସ୍କାନ ଆଦି ପରୀକ୍ଷା କରି ରୋଗକୁ ଚିହ୍ନଟ କରିବା ସହ ଚିକିତ୍ସା କରାଯାଇଥାଏ ।

ପେଟର ନିମ୍ନଭାଗରେ ବ୍ୟଥା

ଆପେଣ୍ଡିସାଇଟିସ୍ ସମସ୍ୟା ଥିଲେ, ତଳିପେଟରେ ବା ପେଟର ନିମ୍ନଭାଗରେ ଯନ୍ତ୍ରଣା ହୋଇଥାଏ । ଆପେଣ୍ଡିସାଇଟିସ୍ ସାଧାରଣତଃ ଶିଶୁ ଏବଂ ଯୁବାବସ୍ଥାରେ ଅଧିକ ଦେଖାଯାଇଥାଏ । ଏଥିରେ ତଳିପେଟର ଡାହାଣ ପାର୍ଶ୍ଵରେ ଭୀଷଣ ଯନ୍ତ୍ରଣା ହେବା ସହିତ ଜ୍ଵର ଓ ବାନ୍ତି ଆଦି ହୋଇଥାଏ । ଏହି ସବୁ ଲକ୍ଷଣ ଦେଖାଦେଲେ ପ୍ରଥମେ ଅଲଟ୍ରାସାଉଣ୍ଡ ଏବଂ ଆବଶ୍ୟକ ପଡିଲେ ସିଟିସ୍କାନ କରିବାକୁ ପଡିଥାଏ । ଆଉ ଥରେ ରୋଗ ନିରୂପଣ କରାଯିବା ପରେ ଅସ୍ତ୍ରୋପଚାର କରାଯାଇଥାଏ ।

ମହିଳାଙ୍କ ପେଟ ବ୍ୟଥା

ମହିଳାଙ୍କ ଠାରେ ଦେଖାଯାଉଥିବା ପେଟ ବ୍ୟଥାର ଏକ ମୁଖ୍ୟ କାରଣ ହେଉଛି ମାସିକ ଋତୁସ୍ରାବ ।

ଏହାଛଡା ଗର୍ଭାବସ୍ଥାରେ ବୟସ ବଢିବା କାରଣରୁ ଯୌନାଙ୍ଗର ପ୍ରଦାହ, ଟ୍ୟୁମର , ଏଣ୍ଡୋମେଟ୍ରିଓସିସ୍ ଆଦି କାରଣରୁ ମଧ୍ୟ ପେଟ ବ୍ୟଥା ହୋଇଥାଏ ।

ବୟସ୍କ ବ୍ୟକ୍ତିଙ୍କ ପେଟ ବ୍ୟଥା

ବୟସ ବଢିବା ସହିତ ମଧ୍ୟ ପେଟ ବ୍ୟଥା ବଢିଥାଏ । ପେଟ ଭିତରେ କର୍କଟ କିମ୍ବା ଚିମୁଟ୍କାର ଅଲେ ମଧ୍ୟ ପେଟ ବ୍ୟଥା ହେବାର ସମ୍ଭାବନା ଅଧିକ ଥାଏ । ପିଲାଙ୍କ ପେଟ ବ୍ୟଥା

ଛୋଟ ପିଲାଙ୍କ ପେଟରେ କୃମି ହେଲେ ବଜାରରେ ବିକ୍ରି ହେଉଥିବା ଖାଦ୍ୟ ନିୟମିତ ଖାଇଲେ, କମ ପାଣି ପିଇଲେ ମଧ୍ୟ ପେଟ ବ୍ୟଥା ହୋଇପାରେ । ପେଟ ବ୍ୟଥା କୋଣସି ଏକ ରୋଗ ନ ହେଲେ ମଧ୍ୟ ଅନେକ ଜଟିଳ ରୋଗର ପ୍ରାଥମିକ ଲକ୍ଷଣ । ପେଟ ବ୍ୟଥାର ଚିକିତ୍ସା ମନ ମୁତାବକ ନକରି ତୁରନ୍ତ ନିକଟସ୍ଥ ପେଟ ଓ ଯକୃତ ରୋଗ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ସଂଗୃହିତ: ଡାକ୍ତର ସୁଶାନ୍ତ ସେଠୀ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top