ହୋମ / ସ୍ଵାସ୍ଥ୍ୟ / ରୋଗ / ପ୍ରୋସ୍ଟେଟ କର୍କଟ
ସେଆର କରନ୍ତୁ

ପ୍ରୋସ୍ଟେଟ କର୍କଟ

ପ୍ରୋସ୍ଟେଟ କର୍କଟ

ଉପକ୍ରମ

ପୁରୁଷମାନଙ୍କର ପ୍ରଜନନ ବିଭାଗରେ ପ୍ରୋସ୍ଟେଟ ନାମରେ ଏକ ଗ୍ରନ୍ଥି (Prostate) ଅଛି । ଏହି ଗ୍ରନ୍ଥିରୁ ପ୍ରୋସ୍ଟେଟ କର୍କଟ ଜାତ ହୁଏ । ଅଧିକାଂଶ ପ୍ରୋସ୍ଟେଟ କର୍କଟ ଧୀର ଗତିରେ ବଢେ। ଅନ୍ୟ କେତେକେ ଦୃତ ଗତିରେ ବଢନ୍ତି। ଏହି କର୍କଟ ବିକ୍ଷେପିତ (Metastasis) ହୋଇ ଅସ୍ଥି ଓ ଲସିକା ଗ୍ରନ୍ଥିରେ କର୍କଟ ହୁଏ । ଆରମ୍ଭରୁ ଏହାର କୌଣସି ଲକ୍ଷଣ ନ ଥାଏ ।ପରବର୍ତ୍ତୀ ସମୟରେ ପରିସ୍ରା କରିବାରେ ଅସୁବିଧା ହୁଏ, ପରିସ୍ରାରେ ରକ୍ତ ପଡ଼େ, ପେଲଭିସରେ ତ‌ଥା ଅଣ୍ଟାରେ ପରିସ୍ରା କଲାବେଳେ କଷ୍ଟ ହୁଏ । ବିନାଇନ ପ୍ରୋସ୍ଟେଟାଟିକ ହାଇପରପ୍ଲାସିଆ ରୋଗରେ ସମାନ ଲକ୍ଷଣ ପ୍ରକାଶ ପାଏ । ପରେ ଲୋହିତ ରକ୍ତ କଣିକା କମ ହେତୁ ଥକ୍କା ଲାଗେ । ଏହି ରୋଗ ହେଲେ ପରିସ୍ରା କଲାବେଳେ କଷ୍ଟ ହୁଏ, ଯୌନ ସମ୍ପର୍କ କ୍ଷତିଗ୍ରସ୍ତ ହୁଏ ଓ ଲିଙ୍ଗ ଉତ୍ଥାନରେ ଅସୁବିଧା ହୁଏ ।

ବୃଦ୍ଧାବସ୍ଥା, ପରିବାରରେ ଏହି ରୋଗର ଇତିହାସ, ଜାତି ବା ରେସ୍‌ ଇତ୍ୟାଦି ଏହି ରୋଗର ସଙ୍କଟାବସ୍ଥା ସୃଷ୍ଟି କରନ୍ତି । ଏହି ରୋଗ ଭୋଗୁଥିବା ୯୯ % ଲୋକଙ୍କ ବୟସ ୫୦ ବର୍ଷରୁ ଉର୍ଦ୍ଧ୍ୱ । ପ୍ରଥମ ଡିଗ୍ରୀ ସମ୍ପର୍କରେ ଏହି ରୋଗ ସଙ୍କଟ ୨ ରୁ ୩ ଗୁଣ ହୁଏ । ଆମେରିକାରେ ଅବସ୍ଥାନ କରୁଥିବା ଆଫ୍ରିକୀୟ ଲୋକମାନ‌ଙ୍କର ଗୋରା ଆମେରିକା (କ‌କେଶୀୟ) ଲୋକଙ୍କ ଅପେକ୍ଷା ଅଧିକ ପ୍ରୋସ୍ଟେଟ କର୍କଟ ହୁଏ । ପ୍ରକ୍ରିୟାକୃତ ଖାଦ୍ୟ, ଲାଲ ମାଂସ, କ୍ଷୀରଜାତ ଦ୍ରବ୍ୟ ଓ କମ ପରିବା ଯୁକ୍ତ ଖାଦ୍ୟ ଖାଇଲେ ଏହି ସଙ୍କଟ ସୃଷ୍ଟି ହୋଇପାରେ । ଏହି ରୋଗ ବାୟୋପ୍ସିଦ୍ୱାରା ଜଣାପଡ଼େ । ମେଡିକାଲ ଇମେଜିଙ୍ଗ କଲାପରେ ଏହାର ବ୍ୟାପିବା ସ୍ଥାନ ଜଣାପଡ଼େ ।

ପ୍ରୋସ୍ଟେଟ କର୍କଟ ନିର୍ଧାରକ ଆଣ୍ଟିଜେନ

ପ୍ରୋସ୍ଟେଟ କର୍କଟ ସ୍କ୍ରନିଙ୍ଗ କରିବା ଏକ ଦ୍ୱନ୍ଦାତ୍ମକ ବିଷୟ । ପ୍ରୋସ୍ଟେଟ କର୍କଟ ନିର୍ଧାରକ ଆଣ୍ଟିଜେନ ପରୀକ୍ଷାଦ୍ୱାରା ଅଧିକ ସଂଖ୍ୟକ ପ୍ରୋସ୍ଟେଟ କର୍କଟ ଚିହ୍ନଟ ହୁଏ କିନ୍ତୁ ମୃତ୍ୟୁ ସଂଖ୍ୟା କମେନି ।ଅଧିକାଂଶ ପ୍ରୋସ୍ଟେଟ କର୍କଟ ଲକ୍ଷଣ ବିହୀନ ରହୁଥିବା ହେତୁ ଆମେରିକାର ପ୍ରତିଷେଧ ଟାସ୍କ ଫୋର୍ସ ଏହି ପରୀକ୍ଷା ବିରୁଦ୍ଧରେ ମତ ଦେଉଛନ୍ତି କାରଣ ଏହାଦ୍ୱାର ଅନାବଶ୍ୟକ ଅଧିକ ରୋଗ ନିର୍ଣ୍ଣୟ ହୁଏ । ଏହି ପରୀକ୍ଷା ଜନିତ କ୍ଷତି ଅପେକ୍ଷା ଲାଭ ଅଧିକ ମିଳେନି । ନିମ୍ନ ଗ୍ରେଡ କର୍କଟରେ While ୫α- ରିଡକ୍ଟେଜ ଇନ୍‌ହିବିଟରଦ୍ୱାରା କମିଲେ ମଧ୍ୟ ଉଚ୍ଚ ଗ୍ରେଡ କର୍କଟର ସଙ୍କଟରେ ପରିବର୍ତ୍ତନ ହେଉ ନ ଥିବାରୁ ଏହାକୁ ପ୍ରତିଷେଧ ବିସାବରେ ଦିଆଯିବାକୁ ଅନୁମୋଦନ କରାଯାଉନାହିଁ । ଅଧିକ ଖାଦ୍ୟ ବା ଲବଣ ଦେଲେ ଏହି ସଙ୍କଟରେ ପରିବର୍ତ୍ତନ ହୁଏନାହିଁ । ଅନେକ ରୋଗୀଙ୍କୁ ଅଧିକ ସମସ୍ୟା ନ ହେବା ପର୍ଯ୍ୟନ୍ତ କେବଳ ଜଗିବା ଯଥେଷ୍ଟ । ଅପରେଶନ, ରାଡିଏସନ ଥେରାପି, ହରମୋନ ଥେରାପି କିମ୍ବା କେମୋଥେରାପିର ମିଶ୍ରିତ ଚିକିତ୍ସା ଦରକାର ହୁଏ । ରୋଗଟି କେବଳ ପ୍ରୋସ୍ଟେଟ ଗ୍ରନ୍ଥି ମଧ୍ୟ ଭାଗରେ ଥିଲେ ଆରୋଗ୍ୟ ହୋଇଯାଏ । ଅସ୍ଥିକୁ ବ୍ୟାପିଥିଲେ କଷ୍ଟ ଲାଘବ ଔଷଧ, ବାଇଫସ୍‌ଫୋନେଟ ଓ ଟାର୍ଗେଟେଡ ଥେରାପି ଉପକାର କରେ । ରୋଗୀର ବୟସ, ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ବ୍ୟାପକତା ତ‌ଥା ଗମ୍ଭୀରତା ଉପରେ ଫଳାଫଳ ନିର୍ଭର କରେ । ଅଧିକାଂଶ ପ୍ରୋସ୍ଟେଟ କର୍କଟ ରୋଗୀଙ୍କର ରୋଗ ଯୋଗୁ ମୃତ୍ୟୁ ହୁଏନି । ପାଞ୍ଚ ବର୍ଷିଆ ଆୟୁଷ ଆମେରିକାରେ ୯୯ % ।ପୃଥିବୀରେ ଏହା ଦ୍ୱିତୀୟ ସାଧାରଣ ରୋଗ ଓ ପୁରୁଷଙ୍କ କର୍କଟ ସମ୍ପର୍କୀୟ ମୃତ୍ୟୁ ମଧ୍ୟରେ ଏହାର ସ୍ଥାନ ପଞ୍ଚମ ।ସନ ୨୦୧୨ର ଆକଳନ ଅନୁସାରେ୧.୧ ନିୟୁତ ଲୋକ ଏହି ରୋଗ ଭୋଗିଥିଲେ ଓ ୩୦୭,୦୦୦ ମୃତ୍ୟୁ ହୋଇଥିଲା । ୮୪ଟି ଦେଶର ପୁରୁଷମାନଙ୍କର ଏହା ଅତି ସାଧାରଣ ରୋଗ ଥିଲା ଓ ସାଧାରଣତଃ ବିକଶିତ ଦେଶମାନଙ୍କରେ ହେଉଥିଲା । ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ହାର ବଢ଼ୁଛି ।

ପି.ଏସ.ଏ.

ପି.ଏସ.ଏ. ପରୀକ୍ଷାଦ୍ୱାରା ଏହି ରୋଗର ଚିହ୍ନଟ ୧୯୮୦ ଓ ୧୯୯୦ ମସିହାରେ ବଢ଼ିଛି । ୬୦ ବର୍ଷରୁ ଉର୍ଦ୍ଧ୍ୱ ଅଣସମ୍ବନ୍ଧୀୟ ମୃତକଙ୍କ ମଧ୍ୟରେ ୩୦ ରୁ ୭୦ % ରୋଗୀଙ୍କର ପ୍ରୋସ୍ଟେଟ କର୍କଟ ଥିବା ଦେଖାଯାଇଥିଲା । ପୃଥିବୀରେ ପ୍ରୋସ୍ଟେଟ ଅନୁସନ୍ଧାନରେ ତାରତମ୍ୟ ଦେଖାଯାଏ । ଦକ୍ଷିଣ ଓ ପୂର୍ବ ଏସିଆରେ ଏହା ଅଳ୍ପ ଦେଖାଯାଏ, ୟୁରୋପ ଓ ଆମେରିକାରେ ବେଶୀ ଦେଖାଯାଏ। ବୟଷ ୫୦ ପରେ ଏହା ଅଧିକ ହୁଏ ପୃଥିବୀରେ ଏହା ସମୁଦାୟ ମୃତ୍ୟୁ କାରଣରେ ଷଷ୍ଠ ସ୍ଥାନ ଅଧିକାର କରିଛି । । ସାରା ପୃଥିବୀର କର୍କଟ ମୃତ୍ୟୁରେ ପ୍ରୋସ୍ଟେଟ କର୍କଟ ଷଷ୍ଠ ସ୍ଥାନ ଅଧିକାର କଲେ ମଧ୍ୟ ଇଂଲଣ୍ଡରେ ଏହା ପ୍ରଥମ ଓ ଆମେରିକାରେ ଏହା ଦ୍ଵିତୀୟ ସ୍ଥାନ ଅଧିକାର କରିଛି । ବିକଶିତ ଦେଶମାନଙ୍କରେ ଏହା ଅତି ସାଧାରଣ ରୋଗ ଓ ବିକାଶଶୀଳ ଦେଶମାନଙ୍କରେ ଏହାର ସଂଖ୍ୟା ବଢିବାକୁ ଲାଗିଛି । ଗୋଟିଏ ଆଶ୍ଵାସନାର ବିଷୟ ପ୍ରୋସ୍ଟେଟ କର୍କଟ ଥାଇ ମଧ୍ୟ ଅନେକ ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ, କୌଣସି ଔଷଧ ଦରକାର ହୁଏ ନାହିଁ ଓ ସେମାନେ ଅନ୍ୟ କିଛି ରୋଗରେ ମୃତ୍ୟୁ ବରଣ କରନ୍ତି । ଏହି ରୋଗ ଖାଦ୍ୟ ଓ ଜେନେଟିକ ପ୍ରଭାବରେ ଜାତ ହେବା ବିଶ୍ଵାସ କରାଯାଏ ।

ଚିହ୍ନଟ

ରୋଗ ଲକ୍ଷଣ, ରୋଗୀର ପରୀକ୍ଷା, ପ୍ରୋସ୍ଟେଟ ସ୍ପେସିଫିକ୍ ଆଣ୍ଟିଜେନ୍ (Prostate-specific antigen) ଓ ବାୟୋପ୍ସି ଦ୍ଵାରା ଏହି ରୋଗ ଧରାଯାଏ । ପ୍ରୋସ୍ଟେଟ ସ୍ପେସିଫିକ୍ ଆଣ୍ଟିଜେନ୍ ଦ୍ଵାରା ଏହି ରୋଗ ଧରାଯାଏ କିନ୍ତୁ ଏହା ଦ୍ଵାରା ରୋଗର ମୃତ୍ୟୁ ହାର କମେ ନାହିଁ । ଏହି ରୋଗର ବହୁଳ ଅନୁସନ୍ଧାନ କରିବାରେ ଲକ୍ଷଣବିହୀନ ରୋଗୀମାନଙ୍କର ସଂଖ୍ୟା ମିଶିଯିବା ସମ୍ଭାବନା ଥିବାରୁ ୨୦୧୨ ମସିହାରେ ଆମେରିକାରେ ଏହା ବିରୁଦ୍ଧରେ ମତ ପ୍ରକାଶ ପାଇଥିଲା । ରୋଗର ଆକ୍ରମଣ ମାତ୍ରା ଉପରେ ଏହାର ଚିକିତ୍ସା ନିର୍ଭର କରେ ।

ଚିକତ୍ସା

ସ୍ଵଳ୍ପ ସଙ୍କଟ ଜନକ ରୋଗକୁ କେବଳ ଜଗିରଖି ଚିକିତ୍ସା କରାଯାଏ । ଅପରେଶନ୍, ରାଡିଏସନ ଥେରାପି ସାହାଯ୍ୟରେ ଏହି କର୍କଟ ରୋଗ ଚିକିତ୍ସା କରାଯାଏ । ଅଳ୍ପ ସଂଖ୍ୟକ କାୟୋ ଅପରେଶନ୍,ହରମୋନ୍ ଓ କେମୋଥେରାପି ସାହାଯ୍ୟରେ ବଢି ଯାଇଥିବା କର୍କଟ ରୋଗ ଚିକିତ୍ସା କରାଯାଏ । କେତେକ ଅନୁଶୀଳନରୁ ଜଣାଯାଏ ହସ୍ତ ମୈଥୁନ ଦ୍ଵାରା ପ୍ରୋସ୍ଟେଟ କର୍କଟ ସଙ୍କଟ କମିଯାଏ।

ବୟସ, ବିକ୍ଷେପ, ଅଣୁବୀକ୍ଷଣ ଯନ୍ତ୍ରରେ ଏହାର ଚେହେରା ଅନୁସାରେ ରୋଗର ଶେଷ ଫଳ ନିର୍ଭର କରେ ।

ଆଧାର : "cancer.gov"

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top