ହୋମ / ସ୍ଵାସ୍ଥ୍ୟ / ରୋଗ / ବଷଦନଆ ଆଖଧାରା
ସେଆର କରନ୍ତୁ

ବଷଦନଆ ଆଖଧାରା

ବର୍ଷା ଦିନେ ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ଶାରୀରିକ ରୋଗ ମଧ୍ୟରେ ଆଖିଧରା ରୋଗ |

ଆଖଧାରା

ବର୍ଷା ଦିନେ ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ଶାରୀରିକ ରୋଗ ମଧ୍ୟରେ ଆଖିଧରା ରୋଗ ଅନ୍ୟତମ | ଏହି ଆଖିଧରାରେ ଏକ ସମୟରେ ବହୁ ଲୋକ ଆକ୍ରାନ୍ତ ହେଉଥିବାରୁ ଏହାକୁ ଏପିଡେମିକ ଆଖିଧରା କହନ୍ତି

ଆଖି ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଦୁନିଆର ସବୁକିଛିକୁ ଉପଭୋଗ କରିହେଇଥାଏ, ଆଖି ଠିକ ଥିଲେ । ହେଲେ ଆଖ ସଂକ୍ରାନ୍ତ କିଛି ବି ରୋଗ ହେବାକ୍ଷଣି ଅବିଳମ୍ବ ଚିକିତ୍ସା ନକଲେ, ଏହା ଆଖି ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିଥାଏ । ତେବେ ବର୍ଷାଦିନେ ଆଖିଧରା ରୋଗ ଅନେକାଂଶରେ ଦେଖିବାକୁ ମିଳିଥାଏ । ଏହା ହେଉଛି ଆଖିର ନେତ୍ର ଝିଲ୍ଲୀର ପ୍ରଦାୟ ଜନିତ ରୋଗ । ଏହି ପ୍ରଦାହ ସାଧାରଣତଃ ଆଡ଼ିନୋ-ଭାଇରସ୍ ଯୋଗୁଁ ହୋଇଥାଏ । କିନ୍ତୁ ସମୟ ସମୟରେ ଏହି ପ୍ରକାର ପ୍ରଦାହ ହୋଇଥିବା ଆଖିରେ ଆନୁଷଙ୍କିକ ସଂକ୍ରମଣ ଜୀବାଣୁଙ୍କ ଦ୍ଵାରା ହୋଇଥାଏ । ଏହି ଜୀବାଣୁମାନେ ହେଲେ ସ୍ଟାଫାଇଲୋକକସ୍  ସ୍ତେପ୍ଟୋକକସ, ନିମୋକକସ  ଓ ହେମୋଫାଇଲସ୍ ଇଜିଷ୍ଟିୟସ ଆଦି ।

ଲକ୍ଷଣା

କେବଳ ଭୂତାଣୁ ଜନିତ ଆଖିଧରାରେ ଆଖି ହଠାତ ନାଲି ହୋଇଯାଏ । ଆଖିରେ ଗୋଡ଼ି ରଗଡ଼ିଲା ଭଳି ଲାଗେ । ସେହିପରି କେତେକ ସ୍ଥଳରେ ଆଖି ଖେଞ୍ଚି ହୋଇଥାଏ । ଏହାଛଡ଼ା ଆଖିରୁ ଲୁହ ବୋହିଥାଏ । ଆଖିରେ ଅତିମାତ୍ରାରେ ଲେଞ୍ଜରା ହୋଇଥାଏ । ସକାଳୁ ନିଦରୁ ଉଠିଲାବେଳକୁ ଆଖିପତା ଲାଗିଯାଇଥାଏ । ଠିକ୍ ସମୟରେ ଚିକିତ୍ସା ନହେଲେ ଆଖିର କଳାଡୋଳା ସଂକ୍ରମିତ ହୋଇ ଦୃଷ୍ଟିଦୋଷ କମିବାରେ ସହାୟକ ହୋଇଥାଏ ।

ଉଭୟ

ପ୍ରକାର ଆଖିଧରା ରୋଗୀ ଖାଲି ଆଖିରେ ସୂର୍ଯ୍ୟୋଲୋକ ଦେଖିଲେ ତାଙ୍କୁ କଷ୍ଟ ଲାଗିଥାଏ । ଆଖି ସଂକ୍ରାନ୍ତ ସାମାନ୍ୟ ଅବହେଳା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି । ସେହିପରି ନିୟମିତ ବ୍ୟବଧାନରେ ଆଖିର ପରୀକ୍ଷା କରାଇ ନେବା ଆବଶ୍ୟକ । ଯଦ୍ଵାରା ଆଖି ସୁସ୍ଥ ଅଛି କି ନାହିଁ, ତାହା ସହଜରେ ଜଣାପଡ଼ିଥାଏ ।

ଚିକିତ୍ସା

ଉଷୁମ ପାଣି କିମ୍ବା ସଫା ପାଣିରେ ଆଖିକୁ ପରିଷ୍କାର କରିବା ଉଚିତ । ରୋଗୀ ବ୍ୟବହାର କରୁଥିବା ବିଛଣା, ଚଦର, ତଉଲିଆ ଆଦି ସୁସ୍ଥ ଲୋକ ବ୍ୟବହାର କରିବା ଉଚିତ ନୁହେଁ । ଏହି ରୋଗୀମାନେ ସୂର୍ଯ୍ୟାଲୋକ ସହ୍ୟ କରିପାରୁ ନଥିବାରୁ କଳାଚଷମା ବ୍ୟବହାର କରିବା ଉଚିତ । ଏଭଳି ଅବସ୍ଥାରେ ଏକ ସଫା କପଡ଼ାରେ ହଳଦି ପାଣି ଚୁଡ଼ାଇ ନିୟମିତ ବ୍ୟବଧାନରେ ଆଖିକୁ ପୋଛିଲେ କେତେକାଂଶରେ ଉପକାର ମିଳିଥାଏ । ଏହାଛଡ଼ା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଆଖି ଔଷଧ ବ୍ୟବହାର କରିବା ଆବଶ୍ୟକ ।   ଡାକ୍ତର  ବିନା ପରାମର୍ଶରେ ଆଖିରେ କୌଣସି ଔଷଧ ବ୍ୟବହାର କରିବା ଅନୁଚିତ ।

ସଂଗୃହିତ: ଡାକ୍ତର ଇନ୍ଦ୍ରାମଣି ସାହୁ

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top