ହୋମ / ସ୍ଵାସ୍ଥ୍ୟ / ରୋଗ / ବିଶ୍ଵ ହୃତପିଣ୍ଡ ଦିବସ
ସେଆର କରନ୍ତୁ

ବିଶ୍ଵ ହୃତପିଣ୍ଡ ଦିବସ

ବିଶ୍ଵ ହୃତପିଣ୍ଡ ଦିବସ ବା ୱାର୍ଲଡ ହାର୍ଟ ଡେ’ ହେଉଛି ହ୍ଵଦ୍ ରୋଗ ତଥା ହାର୍ଟ ଜନିତ ପ୍ରାନଘାତୀ ସମସ୍ୟା ସମ୍ପର୍କରେ ବିଶ୍ଵବ୍ୟାପୀ ଲୋକଙ୍କୁ ସଚେତନ କରିବାର ଏକ ଅଭିଯାନ ।

ମୁଁ ମା’ ହାର୍ଟକୁ ଭଲପାଏ

ବିଶ୍ଵ  ହୃତପିଣ୍ଡ ଦିବସ ବା ୱାର୍ଲଡ ହାର୍ଟ ଡେ’ ହେଉଛି ହ୍ଵଦ୍ ରୋଗ ତଥା ହାର୍ଟ ଜନିତ ପ୍ରାନଘାତୀ ସମସ୍ୟାସମ୍ପର୍କରେ ବିଶ୍ଵବ୍ୟାପୀ ଲୋକଙ୍କୁ ସଚେତନ କରିବାର ଏକ ଅଭିଯାନ । ୨୦୦୦ ମସିହାରେ ହାର୍ଟ ବା ହୃତପିଣ୍ଡର ଯତ୍ନ ନେବା ସମ୍ପର୍କରେ ଲୋକମାନଙ୍କୁ ସଜାଗ କରିବାର ଆଭିମୁଖ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏଥିପାଇଁ ପ୍ରତ୍ୟେକ ବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍ ନିର୍ଦ୍ଧାରଣ କରାଯାଇଥାଏ ।  ପ୍ରଥମ ବର୍ଷ ଆର୍ଥତ୍, ୨୦୦୦ ମସିହାରେ ଏହାର ଥିମ୍ ଥିଲା: ମୁଁ ମା’ ହାର୍ଟକୁ ଭଲପାଏ । ଏହା ସବୁବେଳେ ସ୍ପନ୍ଦିତ ହେଉଥାଉ’ ।  ପ୍ରାଥମିକ ପର୍ଯ୍ୟାୟରେ ‘ୱାର୍ଲଡ ହାର୍ଟ ଫେଡେରେଶନ୍ ପକ୍ଷରୁ ବିଶ୍ଵବ୍ୟାପୀ ‘ୱାର୍ଲଡ ହାର୍ଟ ଡେ’ ପ୍ରତିବର୍ଷ ସେପ୍ଟେମ୍ବର ମାସର ସେସ ରବିବାର ପାଳନ କରାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା ଏବଂ ୨୦୧୦ ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ଥିଲା । ତେବେ ୨୦୧୧ଠାରୁ ଏହାକୁ ସେପ୍ଟେମ୍ବର ୨୯ ତାରିଖରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଗଲା ।

ହାର୍ଟ ଆଟାକ୍ ଏକ ପ୍ରମୁଖ ସମସ୍ୟା

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ( ଡବ୍ଲୁଏଚଓ) ର ଏକ ସରବକ୍ଷଣରୁ ଜଣାପଡିଛି ଯେ, ବର୍ତ୍ତମାନ ସମଗ୍ର ବିଶ୍ବରେ ଯେତେ ରୋଗୀ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତଙ୍କର ମୃତ୍ୟୁ ହାର୍ଟ ଆଟାକ୍ ଯୋଗୁଁ ହେଉଛି । ସମଗ୍ର ବିଶ୍ଵରେ ଏବେ ହାର୍ଟ ଆଟାକ୍ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଇଛି ବୋଲି କହିଲେ ଅତ୍ୟକ୍ତି ହେବନାହିଁ । ସେଥିଲାଗି ‘ୱାର୍ଲଡ ହାର୍ଟ ଫେଡେରେଶନ୍ ତଥା ଏହାର ସଦସ୍ୟଗଣ ଲୋକମାନଙ୍କୁ ହାର୍ଟ ତଥା ହାର୍ଟ ପାର୍ଟି ବିପଦ ଥିବା ଉତ୍ପଦାନ( ଯେମିତିକି ତମାଖୁ) ବ୍ୱର୍ଜନ କରିବା ପାଇଁ ସଚେତନ କରିବାରେ ଲାଗିପଡିଛନ୍ତି ।

ଆଧାର ଧରିତ୍ରୀ

2.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top