ହୋମ / ସ୍ଵାସ୍ଥ୍ୟ / ରୋଗ / ବୃକକ ପ୍ରଦାହ
ସେଆର କରନ୍ତୁ

ବୃକକ ପ୍ରଦାହ

ନେଫ୍ରାଇଟିସ ଏକ ପ୍ରକାର କଟିଳ ରୋଗ, ଯାହା ବୃକକକୁ ଆକ୍ରାନ୍ତ କରିଥାଏ ।

ଉପକ୍ରମ

ନେଫ୍ରାଇଟିସ ଏକ ପ୍ରକାର କଟିଳ ରୋଗ, ଯାହା ବୃକକକୁ ଆକ୍ରାନ୍ତ କରିଥାଏ । ସେଥିପାଇଁ ଏହା ବୃକକ ପ୍ରଦାହ ଭାବରେ ଜଣାଶୁଣା ଭିନ୍ନଭିନ୍ନ କାରଣରୁ ଏହି ରୋଗ ହୋଇଥାଏ । ତଣ୍ଟି ଦରଜ, ଚର୍ମ ଘା, ମ୍ୟାଲେରିଆ, କୁଷ୍ଠ ଠାରୁ ଆରମ୍ଭ କରି ମିଳିମିଳା,ହାଡଫୁଟି, ଗାଲୁଆ କାମଳ ଆଦି ଭୂତାଣୁ ଜନିତ ରୋଗ ଯୋଗୁ ବୃକକ ଆକ୍ରାନ୍ତ ହୋଇ ନେଫ୍ରାଇଟିସ ହୋଇଥାଏ । ତଣ୍ଟି ଘା ହେବାର ସପ୍ତାହରୁ ତିନି ସପ୍ତାହ ଭିତରେ ବୃକକ ଆକ୍ରାନ୍ତ ହୋଇ ନେଫ୍ରୋଇଟିସ ହୋଇଥାଏ । ଯେ କୌଣସି ବୟସରେ ଏହି ରୋଗ ହେଉଥିଲେ ସୁଦ୍ଧା 3 ରୁ ୭ ବର୍ଷ ବୟସର ପିଲା ବେଶୀ ଏହି ରୋଗରେ ପଡିଥାନ୍ତି ।

ଲକ୍ଷଣ

ଜ୍ଵର, ମୁଣ୍ଡବ୍ୟଥା, ଦେହ ହାତ ଘୋଳାବିନ୍ଧା, ବାନ୍ତି ହେବା ଇତ୍ୟାଦି ଏହି ରୋଗର ପ୍ରାଥମିକ ଲକ୍ଷଣ ପରେ ରୋଗୀର ମୁହଁ ଶେତା ଦେଖାଯାଏ । ସକାଳେ ମୁହଁ ଫୁଲା ଅଧିକ ଜଣାପଡେ । କେତେକଙ୍କର ପାଦ ଫୁଲେ ତ ଆଉ କେତେକଙ୍କର ଗୋଡ, ହାତ, ପେଟ ଇତ୍ୟାଦି ଫୁଲିଯାଏ । ଏହି ରୋଗ ହେଲେ ପରିସ୍ରା କମିଯାଏ । ପରିସ୍ରା ସଫା ନହୋଇ ଗୋଳିଆ ଦେଖାଯାଏ । ଜଣଜଣଙ୍କର ମଧ୍ୟ ରକ୍ତପରିସ୍ରା ହୁଏ । ରୋଗୀର ରକ୍ତଚାପ ବଢେ । ଉଚ୍ଚ ରକ୍ତଚାପ ଯୋଗୁ ବାନ୍ତି, ମୁଣ୍ଡବ୍ୟଥା ଏବଂ ବାତ ମାରିବା ଲକ୍ଷଣ ପ୍ରକାଶ ପାଏ । ରୋଗୀର ପରିସ୍ରା ପରୀକ୍ଷା କଲେ ସେଥିରେ ପ୍ରୋଟିନ ଏବଂ ଲୋହିତ ରକ୍ତ କନିକା ଥିବା ଜଣାପଡେ । ବୃକକ ଠିକ୍ ଭାବରେ କାମ କରିପାରୁନଥିବାରୁ ରୋଗୀ ରକ୍ତରେ ୟୁରିଆ ଏବଂ କ୍ରିଏଟିନିନ୍ ନାମକ ଉପାଦାନର ପରିମାଣ ବଢିଯାଏ । ସପ୍ତାହେ ଦୁଇ ସପ୍ତାହ ଭିତରେ ପରିସ୍ରାରେ ଲୋହିତ ରକ୍ତକଣିକା ସଂଖ୍ୟା ହ୍ରାସପାଏ । ପରିସ୍ରା ପରିମାଣ ଆସ୍ତେ ଆସ୍ତେ ବଢେ । ରକ୍ତଚାପ ସାଧାରଣସ୍ତରକୁ ଖସେ । ଏଡା ସତ୍ତ୍ୱେପ୍ରୋଟିନ୍ ଏବଂ ଲୋହିତ ରକ୍ତ କଣିକା ମୁକ୍ତ ହେବାପାଇଁ କିଛି ସମୟ ଲାଗେ ।

ଚିକିତ୍ସା

ପେନସିଲିନ କିମ୍ବା ଏରିଥ୍ରୋମାଇସିନ ଆଣ୍ଟିବାଓଟିକ୍ ଏହି ରୋଗ ଆରୋଗ୍ୟରେ ସାହାଯ୍ୟ କରିଥାଏ । ଫୁଲା କମାଇବା ପାଇଁ ଡାଇୟୁରେଟିକ ଔଷଧର ଆବଶ୍ୟକ ହୋଇଥାଏ । ରୋଗୀର ଖାଦ୍ୟ ପେୟ ପ୍ରତି ସତର୍କ ରହିବା ଉଚିତ୍ । ପାଣିଆ ତଥା ଲୁଣିଆ ଖାଦ୍ୟ ଦେବା ଉଚିତ୍ ନୁହେଁ ।

ଆଧାର

ଦିନଲିପି

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top