ହୋମ / ସ୍ଵାସ୍ଥ୍ୟ / ରୋଗ / ବୃକକର ପଥୁରି ରୋଗ
ସେଆର କରନ୍ତୁ

ବୃକକର ପଥୁରି ରୋଗ

କିଡନୀ (ବୃକକ) ଶରୀରରେ ଏକ ଫିଲଟର ଭଳି କାମ କରେ । ଏହା ପରିସ୍ରା ପ୍ରସ୍ତୁତ କରିବା ସହ ଶରୀରରୁ ବର୍ଜ୍ୟ ବସ୍ତୁକୁ ବାହାର କରିଥାଏ ।

ବୃକକର ପଥୁରି

କିଡନୀ (ବୃକକ) ଶରୀରରେ ଏକ ଫିଲଟର ଭଳି କାମ କରେ । ଏହା ପରିସ୍ରା ପ୍ରସ୍ତୁତ କରିବା ସହ ଶରୀରରୁ ବର୍ଜ୍ୟ ବସ୍ତୁକୁ ବାହାର କରିଥାଏ ।  ତେବେ ଏଥିରେ ପଥର ହେଲେ ଏହା ନାନା ସମସ୍ୟା ସୃଷ୍ଟି କରେ । ପଥରର ମାତ୍ରା ବଢିଗଲେ କିଡନୀ ଫେଲ୍ୟୁଅରର ଆଶଙ୍କା ମଧ୍ୟ ଉପୁଜିଥାଏ । ଷ୍ଟୋନ୍ ସୃଷ୍ଟି ହେଲେ ଯନ୍ତ୍ରଣା ଅନୁଭବ ହୁଏ ଓ ମୂତ୍ରରୋଧ ହୋଇ ବିପଦ ମଧ୍ୟ ସୃଷ୍ଟି କରିଥାଏ ।

କାରଣ

  • ଏହା ଏକ ବଂଶାନୁକ୍ରମିକ ରୋଗ । ପରିବାରରେ ପୂର୍ବରୁ ଏହି ରୋଗ କାହାରିକୁ ହୋଇଥିଲେ ଏହାର ପ୍ରଭାବ ପରପିଢି ଉପରେ ପଡିଥାଏ । ପରିସ୍ରାରେ କ୍ୟାଲସିୟମ୍ ମାତ୍ରା ଅତ୍ୟଧିକ ହେବା ଯୋଗୁଁ ଏହା ପ୍ରଭାବିତ ହୋଇ ବିଭିନ୍ନ ପିଢି ମଧ୍ୟରେ ଦେଖାଯାଏ ।
  • ଅଧିକ ତାପମାତ୍ରା ଓ ଶରୀରରେ ନିର୍ଜଳୀକରଣ ଯୋଗୁଁ ଏହାର ପ୍ରଭାବରେ କିଡନୀରେ ପଥର ହେବାର ସମ୍ଭାବନା ଥାଏ ।
  • ଯଦି କୌଣସି ବ୍ୟକ୍ତିଙ୍କ ବୃକକରେ ପଥର ହୋଇଛି ବୋଲି ସନ୍ଦେହ କରାଯାଏ, ତେବେ ଖାଦ୍ୟରେ ଅଧିକ ପରିମାଣର କା- ଲସିୟମ୍ ଖାଇବା ଦ୍ଵାରା ଏହା ବିପଦ ସୃଷ୍ଟି କରେ । ଯେଉଁ ବ୍ୟକ୍ତିମାନେ ମୂତ୍ରକାରକ ଔଷଧ କିମ୍ବା ଅମ୍ଳ ଥିବା ଔଷଧ ଅଧିକ ପରିମାଣରେ ସେବନ କରନ୍ତି, ସେମାନଙ୍କ ପରିସ୍ରାରେ କାଲସିୟମ୍ ମାତ୍ରା ବୃଦ୍ଧି ପାଇ ଧୀରେ ଧୀରେ ପଥର ହେବାର ଆଶଙ୍କା ଥାଏ । ଏହାସହ ଅତ୍ୟଧିକ ମାତ୍ରାର ଭିଟାମିନ୍ ଏ ଓ ବି ଔଷଧ ଖାଇବା ଫଳରେ ପରିସ୍ରାରେ କ୍ୟାଲସିୟମ୍ ପରିମାଣ ବୃଦ୍ଧି ହୋଇଥାଏ ।
  • ସିଷ୍ଟିକ୍ ଫାଇବ୍ରୋସିସ୍, ରେନାଲ୍ ଟ୍ୟୁବୁଲାର୍ ଏସିଡୋସିସ୍ ଓ ଇନଫ୍ଲୋମେଣ୍ଟାରୀ ଚାୱେଲ୍ ପରି ରୋଗ ଦୀର୍ଘସ୍ଥାୟୀ ହେଲେ ଏହାର ପ୍ରଭାବରେ ବୃକକରେ ପଥର ହେବାର ସମ୍ଭାବନା ଥାଏ ।

ଲକ୍ଷଣ

    ଏହି ରୋଗର ପ୍ରଭାବରେ ଶରୀରରେ ଅନେକ ଅଂଶ ଅଚଳ ପରି ହୋଇଯାଏ । କେତେକ କ୍ଷେତ୍ରରେ ଆପେଣ୍ଟିସାଇଟସ୍ କିମ୍ବା ପାନକ୍ରିଏଟାଇଟିସ୍ ପରି ପେଟରୋଗ ଭଳି ଯନ୍ତ୍ରଣା ହୁଏ ।
  • ଏହାର ପ୍ରଭାବରେ ହଠାତ୍ ଏବଂ ଜୋରରେ ଯନ୍ତ୍ରଣା ହୋଇଥାଏ । ଶରୀରର ମୁଖ୍ୟ ଅଙ୍ଗକୁ ମିଶାଇ ମେରୁଦଣ୍ଡ, ଜଂଘ ଓ ପଞ୍ଜରା ଆଦି ସ୍ଥାନରେ ଅତିମାତ୍ରାରେ ଯନ୍ତ୍ରଣା ଅନୁଭବ ହୁଏ ।
  • ଶରୀରରୁ ପ୍ରବଳ ଝାଳ ନିର୍ଗତ ହେବା, ବିରକ୍ତି ଅନୁଭବ କରିବା କିମ୍ବା ବାନ୍ତି ହେବା ଆଦି ଲକ୍ଷଣମାନ ଦେଖାଯାଏ ।
  • କେତେକ କ୍ଷେତ୍ରରେ ପରିସ୍ରାରେ ରକ୍ତ ପଡିଥାଏ ।  ପରିସ୍ରାରେ ରକ୍ତ ପଡିବା ଅନ୍ୟ କେତେକ କାରଣ ପାଇଁ ହୋଇଥିଲେ ମଧ୍ୟ ବେଳେବେଳେ ବୃକକ୍ ପଥର ପାଇଁ ଏହା ଦେଖାଯାଇଥାଏ ।
  • ବୃକକ ପଥରର ପ୍ରଭାବରେ ମଧ୍ୟ ଜ୍ଵର ହୋଇଥାଏ ।

ଚିକିତ୍ସା

  • କେତେକ ଘରେଇ ଉପଚାର ମାଧ୍ୟମରେ କିଡନୀ ଷ୍ଟୋନକୁ ନିୟନ୍ତ୍ରଣ ରଖିହେବ । ପ୍ରଚୁର ପାଣି ପିଅନ୍ତୁ । ଫଳରେ ପରିସ୍ରା ଠିକ୍ ପତଳା ରହି କିଡନୀ ଷ୍ଟୋନ ପ୍ରସ୍ତୁତ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବ ।
  • ରୋଗୀର ଶରୀରରେ ପ୍ରଥମ ଥର ପାଇଁ କିଡନୀ ଷ୍ଟୋନର ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
  • ଏହି ରୋଗ ଯଦି ପୁରୁଣା ହୋଇଥାଏ, ତେବେ ଘରେଇ ଥେରାପୀ ପରି ଚିକିତ୍ସା ଗ୍ରହଣୀୟ ଅଟେ ।
  • ରୋଗୀ ଯଦି ଗୁରୁତର ଅବସ୍ଥାରେ ଥାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ବାନ୍ତି ଓ ଯନ୍ତ୍ରଣା ଉପଶମ ପାଇଁ ଚିକିତ୍ସା କରନ୍ତୁ ।

ଆଧାର

ସ୍ୱାସ୍ଥ୍ୟ ବିଭାଗ ଓଡିଶା ସରକାର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top