ହୋମ / ସ୍ଵାସ୍ଥ୍ୟ / ରୋଗ / ବୃକକ୍ ର ସୁରକ୍ଷା
ସେଆର କରନ୍ତୁ

ବୃକକ୍ ର ସୁରକ୍ଷା

ବୃକକ୍ ଏପରି ଏକ ଅଙ୍ଗ ଯାହାକି ଆମ ଶରୀରର ଅନାବଶ୍ୟକ ବିଜାତୀୟ, ଅତିରିକ୍ତ ବିଷାକ୍ତ ଉପାଦାନ ଗୁଡିକୁ ବାହାରକୁ ବାହାର କରିଥାଏ ।

ବୃକକ୍ ଏବଂ ଏହାର କାର୍ଯ୍ୟ ସମ୍ପାଦନ

ବୃକକ୍ ଏପରି ଏକ ଅଙ୍ଗ ଯାହାକି ଆମ ଶରୀରର ଅନାବଶ୍ୟକ ବିଜାତୀୟ, ଅତିରିକ୍ତ ବିଷାକ୍ତ ଉପାଦାନ ଗୁଡିକୁ ବାହାରକୁ ବାହାର କରି ଆମ ଶରୀରକୁ ସଫା ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଯଦିଓ ଏହାର ପ୍ରାରମ୍ଭିକ କାର୍ଯ୍ୟ ହେଉଛି ଶରୀରରୁ ବିଷାକ୍ତ ଜିନିଷ ବାହାର କରିବାକୁ ଏହା କେବଳ ଗୋଟିଏମାତ୍ର କାର୍ଯ୍ୟ ନୁହେଁ । ବୃକକ୍/ କିଡନୀ ରକ୍ତଚାପ ନିୟନ୍ତ୍ରଣ କ୍ଷେତ୍ରରେ, ଶରୀରରେ ତରଳ ପଦାର୍ଥର ମାତ୍ରାରେ ଅନୁପାତ କରିବାରେ, ଶରୀରରେ ଇଲେକ୍ଟ୍ରୋଲାଇଟସ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରେ । ଯଦିଓ ପ୍ରାୟତଃ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଦୁଇଟି କିଡ଼ନୀ ନେଇ ଜନ୍ମ ହୋଇଥାଉ ତଥାପି ଗୋଟିଏ ବୃକକ୍/କିଡ଼ନୀ ମଧ୍ୟ ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ।

ବିଗତ ବର୍ଷମାନଙ୍କରେ ଆହେତୁକ ଭାବରେ ମଧୁମେୟ ଓ ରକ୍ତଚାପ ରୋଗୀ ମାନଙ୍କର କ୍ରମାଗତ ବୃଦ୍ଧି ଫଳରେ ବହୁ ସଂଖ୍ୟକ ରୋଗୀ କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସେମାନଙ୍କର ପ୍ରତିଷେଧକ ହେଉଛି ସଚେତନତା ଏବଂ କିଡ଼ନୀ ରୋଗ ସମ୍ପର୍କରେ ଜ୍ଞାନ ଆହରଣ କରିବା ଏବଂ ଶୀଘ୍ର ଉପଚାର କରିବା ।

ବୃକକ୍ ଓ ଏହାର କାର୍ଯ୍ୟ

ବୃକକ୍ ମନୁଷ୍ୟ ଶରୀର ଏକ ଗୁରୁତ୍ଵପୂର୍ଣ୍ଣ ଅପରିହାର୍ଜ୍ୟ ଅଙ୍ଗ, ଏହାର ଅଚଳତା ରୋଗୀକୁ ଅସୁସ୍ଥ ଗୁରୁତର କିମ୍ବା ମୃତ୍ୟୁମୁଖରେ ପକାଇବାର ସମ୍ଭାବନା ଥାଏ । ଏହା ଏକ କଠିନ କାର୍ଯ୍ୟ ପ୍ରଣାଳୀ ।

ବୃକକ୍ ଦୁଇଟି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହେଲା ଶରୀରରୁ ସମସ୍ତ ବିଜାତୀୟ ଦୂଷିତ ପଦାର୍ଥକୁ ନିଷ୍କାସିତ କରିବା, ଏବଂ ଶରୀରରେ ଜଳ, ଲବଣ, ରାସାୟନିକ, ଏବଂ ମେନେରାଲ ଗୁଡିକର ପରିମାଣ ଓ ସମତା ରକ୍ଷା କରିବା ।

ବୃକକ୍ ଶରୀରରୁ ପରିଶ୍ରା ମ୍ମାମରେ ସମସ୍ତ ବିଜାତୀୟ, ବିଷାକ୍ତ ଦୂଷିତ ପଦାର୍ଥ ସହିତ ମାତ୍ରାଧିକ ଜଳକୁ ନିଷ୍କାସିତ କରିଥାଏ । ପରିଶ୍ରା ବୃକକ୍ ମ୍ମରେ ସୃଷ୍ଟିହୋଇ ୟୂରେଟର ମ୍ମରେ ପ୍ରବେଶ କରି ବ୍ଳାଡରକୁ ପ୍ରବାହିତ ହେବା ପୂର୍ବରୁ ଛାଣି ହୋଇ ପରିଶ୍ରା ମ୍ମାମରେ ନିଷ୍କାସିତ ହୁଏ ।

ଆଧାର : "kidneyeducation.com"

4.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top