ହୋମ / ସ୍ଵାସ୍ଥ୍ୟ / ରୋଗ / ବୃକକ୍ / କିଡନୀର ଅବସ୍ଥିତି ଓ ଗଠନ
ସେଆର କରନ୍ତୁ

କିଡନୀର ଅବସ୍ଥିତି ଓ ଗଠନ

କିଡନୀର ଅବସ୍ଥିତି ଓ ଗଠନ ସମ୍ବନ୍ଧରେ ସୂଚନା ।

କିଡନୀର ଅବସ୍ଥିତି

କିଡନୀର ଅବସ୍ଥିତି ଓ ଗଠନକିଡନୀ ବା ବୃକକ୍ ଶରୀରର ଏକ ମହତ୍ଵପୂର୍ଣ୍ଣ ଅଙ୍ଗ ଅଟେ । ଉଭୟ ପୁରୁଷ ଏବଂ ସ୍ତ୍ରୀଲୋକଙ୍କ ଶରୀରରେ ଦୁଇଟି କିଡନୀ ରହିଥାଏ।

କିଡନୀ ପହପଟେ ମେରୁଦଣ୍ଡର ଦୁଇପଟେ (ପିଠିର ଦୁଇପଟେ) ଛାତି ପିଞ୍ଜରାର ପଛପଟେ ସୁରକ୍ଷିତ ଭାବରେ ଅବସ୍ଥିତ ଅଟେ । କିଡନୀ ଦେଖିବାକୁ କାଜୁ ଭଳି ।

କିଡନୀ ଲମ୍ବା ୧୧ ସେମି, ଚଉଡା ୫ ସେମି ଏବଂ ମୋଟେଇ ୩ ସେମି ଅଟେ । ପ୍ରତ୍ୟେକ କିଡନୀ ଓଜନପ୍ରାୟ୧୫୦ ଗ୍ରାମ୍ ଅଟେ । ଦକ୍ଷିଣ ଭାଗ କିଡନୀ ବାମ ଭାଗ କିଡନୀ ବାମ ଭାଗ କିଡନୀ ତୁଳନାରେ ଛୋଟ ଅଟେ ।

ପରିଶ୍ରା ତିଆରି ହେବା ପ୍ରକ୍ରିୟା

  1. କିଡନୀ ଶରୀରରୁ ରକ୍ତ ସଫାକରି ପରିଶ୍ରା ତିଆରି କରିବା କାର୍ଯ୍ୟ କରିଥାଏ । ଶରୀରରୁ ପରିଶ୍ରା ତିଆରି କରିବା କାର୍ଯ୍ୟ ମୃତ୍ରବାହିନୀ ( ଯୁରେଟର) ମୂତାଶୟ ( ୟୁରିନାରୀ ବ୍ଳାଡର) ଏବଂ ମୁତ୍ରନଳୀ (ୟୂରେଥ୍ରା) ଦ୍ଵାରକ ହୁଏ ।
  2. ମୂତ୍ରାଶୟରେ ୩୦୦-୪୦୦ ମିଲିମିଟର ପରିଶ୍ରା ଜମା ହେବାଦ୍ଵାରା ମନୁଷ୍ୟକୁ ପରିଶ୍ରା ଲାଗିଥାଏ ।
  3. କିଡନୀରେ ପ୍ରତି ମିନିଟ୍ରେ ୧୨୫ ମିଲିଲିଟର ଏବଂ ପୁରା ଦିନରେ ୨୦୦ ଲିଟର ରକ୍ତ ପହଞ୍ଚେ।
  4. ରକ୍ତକୁ ସଫା କରି ପରିଶ୍ରା ତିଆରି କରିବାର କାର୍ଯ୍ୟ କରିଥିବା କିଡନୀର ସବୁଠୁ ଛୋଟ ୟୁନିଟ୍ ର ନା ନେଫ୍ରୋନ୍ ଅଟେ । ପ୍ରତ୍ୟେକ କିଡନୀରେ 10 ଲକ୍ଷ ନେଫ୍ରୋନ୍ ରହିଥାଏ । ପ୍ରତ୍ୟେକ ନେଫ୍ରୋନ୍ ର ଦୁଇ ମୁଖ୍ୟ ଭାଗ ହେଲେ ଗ୍ଲୋମେରୁଲସ୍ ଏବଂ ଟ୍ୟୁବଲସ୍ ।
  5. ଗ୍ଲୋମେରୁଲସ୍ ପ୍ରତି ମିନିଟ୍ରେ ୧୨୫ ମିଲିଲିଟର ଏବଂ ପୂରା ଦିନରେ ୨୦୦ ଲିଟର ପରିସ୍ରା ଟ୍ୟୁବଲସକୁ ଆସିଥାଏ । ତା’ ମଧ୍ୟରୁ ୯୯ ପ୍ରତିଶତ ୧୯୮ ଲିଟର ଦ୍ରବ୍ୟର ଅବଶେଷଣ ( Reabsorption) ହୁଏ । ବଞ୍ଚିଥିବା ୧-୨ଲିଟର ପରିସ୍ରା ଦ୍ଵାରା ଶରୀରର ଖରାପ ପଦାର୍ଥ ବାହାରକୁ ଆସିଥାଏ ।

କିଡନୀର କାର୍ଯ୍ୟ

  1. କିଡନୀ ଶରୀରରେ ପାଣିର ମାତ୍ର ସନ୍ତୁଳନ ( Balance) ରଖିବାରେଭ କରେ । ଶରୀରର ମୂଲ୍ୟବାନ କେମିକାଲସ୍ ( ସୋଡିୟମ୍, ପଟାସିୟମ୍ ଓ ଫସଫରସ୍) ଇତ୍ୟାଦିର ମାତ୍ରା ସନ୍ତୁଳନରେ ସାହାଯ୍ୟ କରେ ।
  2. ଶରୀରର ବର୍ଯ୍ୟବସ୍ତୁ ନିଷ୍କାସନରେ ସାହାଯ୍ୟ କରେ ।
  3. ଏହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
  4. ଶରୀରରେ ରକ୍ତଶୁଦ୍ଧ କରିବା ସହିତ ରକ୍ତ ଜଣିକା ଗଠନ ପାଇଁ ଆବଶ୍ୟକ ହରମୋନ ଇରିଥ୍ରୋ ପ୍ରୋଟିନ୍ ତିଆରି କରେ ।
  5. ଶରୀରରେ ହାଡ ମଜୁଭୂତ କରିବା ପାଇଁ ଭିଟାମିନ୍ ‘ଡି’ ତିଆରି କରେ ।
  6. ଅମ୍ଳ ଏବଂ ଖାରର ସନ୍ତୁଳନ ରକ୍ଷାକରେ ।

କିଡନୀର ବିଭିନ୍ନ ରୋଗ

ସାଧାରଣତଃ କିଡନୀରେ ବିଭିନ୍ନ ରୋଗ ହେବାର ସମ୍ଭାବନା ଥାଏ ଯଥା :

  1. ଆକ୍ୟୁଟ୍ କିଡନୀ ରୋଗ
  2. କ୍ରୋନିକ୍ କିଡନୀ ରୋଗ
  3. ବଂଶାନୁଗତ ରୋଗ
  4. ମୂତ୍ର ମାର୍ଗରେ ସଂକ୍ରମଣ
  5. ଡାଇବେଟୀସ୍ ଜନିତ କିଡନୀ ରୋଗ
  6. ଉଚ୍ଚରକ୍ତଚାପ ଜନିତ କିଡନୀ ରୋଗ
  7. କିଡନୀ ଷ୍ଟୋନ୍
  8. ଔଷଧ ଜନିତ କିଡନୀ ରୋଗ
  9. ନେଫ୍ରାଇଟିତ୍ସ୍
  10. ନେଫ୍ରୋଟିକ୍ ସିଣ୍ଡ୍ରୋମ୍

ଆକ୍ୟୁଟ୍ କିଡନୀ ରୋଗ (AKD)

କିଡନୀ କୌଣସି କାରଣ ବଶତଃ ଅଚାନକ କିଛି ଘଣ୍ଟାରୁ 3 ମାସ ପର୍ଯ୍ୟନ୍ତ କମ୍ କିମ୍ବା କାର୍ଯ୍ୟ କରିବା ବନ୍ଦ କରିଦିଏ, ତାହାକୁ ଆମେ ଆକ୍ୟୁଟ୍ କିଡନୀ ରୋଗ କହିଥାଉ ।

ଆକ୍ୟୁଟ କିଡନୀ ରୋଗର କାରଣ :

  1. ମ୍ୟାଲେରିଆ
  2. ଝାଡା ବାନ୍ତି, ହଇଜା
  3. ସାପ କାମିଡିବା – ବୋଡ଼ା, ଚିନି
  4. ନେଫ୍ରାଇଟିସ୍
  5. ସେପଟିସିମିଆ
  6. ଔଷଧ – ବ୍ୟଥନିବାରକ

ଆକ୍ୟୁଟ କିଡନୀ ରୋଗର ଲକ୍ଷଣ

ପରିଶ୍ରା କମିଯିବା, ଗୋଡ ମୁହଁ ଫୁଲିବା ଓ ରକ୍ତରେ କ୍ରିୟେଟିନିନ୍ ୟୁରିଆର ମାତ୍ରା ବୃଦ୍ଧି ଆକ୍ୟୁଟ୍ କିଡନୀ ରୋଗର ସଂକେତ ଦିଏ ।

ଆକ୍ୟୁଟ କିଡନୀ ରୋଗର ଉପଚାର

କିଡନୀ ଖରାପ ପାଇଁ ଦାୟୀ ସମସ୍ତ ରୋଗର ଚିକିତ୍ସା ( ମ୍ୟାଲେରିଆ, ହଇଜା): -

  • ଖାଦ୍ୟପେୟରେ ସନ୍ତୁଳନ ରଖିବା
  • ଔଷଧ ଦ୍ଵାରା ଚିକିତ୍ସା ଡାୟାଲିସିସ୍

କ୍ରୋନିକ୍ କିଡନୀ ରୋଗ ( CKD)

  • କିଡନୀ ରୋଗ ତିନିମାସରୁ ଅଧିକ ରହିଲେ ତାହାକୁ କ୍ରୋନିକ୍ କିଡନୀ ରୋଗ କୁହାଯାଏ ।
  • ରୋଗୀର ଦୁଇଟି ଯାକ କିଡନୀ ସଂକୁଚିତ ହୋଇଯାଏ ଏବଂ କାମ କରିବା ବନ୍ଦ କରିଦିଏ, ଯାହାକୁ କୌଣସି ଔଷଧ, ଅସ୍ତ୍ରୋପଚାର କିମ୍ବା ଡାୟାଲିସିସ୍ ଦ୍ଵାରା ମଧ୍ୟ ଠିକ୍ କରାଯାଇପାରେ ନାହିଁ ।
  • କ୍ରୋନିକ୍ କିଡନୀ ରୋଗର ପ୍ରଥମ ଅବସ୍ଥାରେ ସଠିକ୍ ଔଷଧ କିମ୍ବା ଖାଦ୍ୟପେୟରେ ସନ୍ତୁଳନ ରାଖୀ ରୋଗର ମାତ୍ରା କମାଯାଇପାରେ ଏବଂ ରୋଗକୁ ରୋକା ଯାଇପାରେ ।

କ୍ରୋନିକ୍ କିଡନୀ ରୋଗ କାହାକୁ ହେବାର ଅଧିକ ସମ୍ଭାବନା ଥାଏ: -

  • ଯଦି ଆପଣଙ୍କର ଡାଇବେଟିସ୍ ( ମଧୁମେହ) ରୋଗ ଅଛି ।
  • ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି ।
  • ଯଦି ଆପଣଙ୍କର ବଂଶଗତ କିଡନୀ ରୋଗ ଅଛି ।
  • ଯଦି ଆପଣଙ୍କ କିଡନୀରେ ସଂକ୍ରମଣ ( ଇନଫେକସନ୍) ଅଛି ।
  • ଯଦି ଆପଣଙ୍କ ନେଫାଇଟିସ୍ ରୋଗ ଅଛି ।
  • ଯଦି ଆପଣଙ୍କ ମୂତ୍ରମାର୍ଗ ଜନ୍ମରୁ ଖରାପ ଅଛି ।
  • ଯଦିଆପଣ ବହୁଦିନ ଧରି କଷ୍ଟ ନିବାରକ ଔଷଧ ( ପେନ୍ କିଲର) ଖାଇଥାନ୍ତି ।

ଉପରୋକ୍ତ କୌଣସି କାରଣ ନଥିଲେ ମଧ୍ୟ ଯେ କୌଣସି ବ୍ୟକ୍ତିଙ୍କୁ କିଡନୀ ରୋଗ ହୋଇପାରେ ।

କ୍ରୋନିକ୍ କିଡନୀ ରୋଗର ଲକ୍ଷଣ

  • ବାରମ୍ବାର ପରିଶ୍ରା ଲାଗିବା ବିଶେଷ କରି ରାତ୍ରି ସମୟରେ ।
  • ଶୋଇକି ଉଠିବା ବେଳେ ସକାଳେ ଆଖି ପତା ଫୁଲିଯିବା ।
  • କମ୍ ବୟସ ରେ ଉଚ୍ଚ ରକ୍ତଚାପ ହେବା
  • ଭୋକ କମ୍ ଲାଗିବା ।
  • ବାନ୍ତି ଲାଗିବା ଓ ମୁଣ୍ଡ ବିନ୍ଧିବା ।
  • ଅଳସୁଆ ଲାଗିବା ।
  • କିଛିବାଟ ପାଦରେ ଚାଲିବା ଦ୍ଵାରା ଶ୍ଵାସକ୍ରିୟା ଗତି ବଢିଯିବା ଏବଂ ଶୀଘ୍ର ଥକିଯିବା । ପରିଶ୍ରା ଅଳ୍ପ ମାତ୍ରାରେ ଆସିବା ।
  • ପରିଶ୍ରା କରିବା ସମୟରେ ପୋଡିବା ଏବଂ କଷ୍ଟ ହେବା ।
  • ପରିଶ୍ରାରେ ରକ୍ତ ଆସିବା ।
  • ପରିଶ୍ରା କରିବାରେ କଷ୍ଟ ହେବା ଏବଂ ଟୋପା ଟୋପା ପରିଶ୍ରା ବାହାରିବା
  • ପାଦ ଓ ଅଣ୍ଟାରେ ବ୍ୟଥା ହେବା ।

କ୍ରୋନିକ୍ କିଡନୀରୋଗର ଉପଚାର ମୁଖ୍ୟତଃ ତିନି ପ୍ରକାର ଅଟେ ।

  • ଔଷଧ ଦ୍ଵାରା
  • କିଡନୀ ପ୍ରତିରୋପଣ
  • ଦାୟାଲିସିସ୍

କିଡନୀ ପ୍ରତିରୋପଣ

  • କ୍ରୋନିକ୍ କିଡନୀ ରୋଗୀଙ୍କ ଠାରେ ଅନ୍ୟ ଓ ଜୀବନ୍ତ ବ୍ୟକ୍ତିଙ୍କର ଏକ ସୁସ୍ଥ କିଡନୀ ଅସ୍ତ୍ରୋପଚାର ଦ୍ଵାରା ଲଗେଇବାକୁ କିଡନୀ ପ୍ରତିରୋପଣ କୁହାଯାଏ ।
  • କ୍ରୋନିକ୍ କିଡନୀ ରୋଗ ଅନ୍ତିମ ଅବସ୍ଥା ଉପଚାରର ଏହା ଉତ୍ତମ ବିକଳ୍ପ ଅଟେ ।
  • ସଠିକ୍ ଭାବେ କିଡନୀ ପ୍ରତିରୋପଣ ହୋଇପାରିଲେ କିଡନୀ ରୋଗୀ ତା’ର ଜୀବନ ଅନ୍ୟ ସୁସ୍ଥ ବ୍ୟକ୍ତି ଭଳି ଅତିବାହିତ କରିପାରିବ ।

କିଡନୀ ପ୍ରତିରୋପଣର ଲାଭ

  1. ରୋଗୀ ଅନ୍ୟ ବ୍ୟକ୍ତିଙ୍କ ଭଳି ଜୀବନ କରିବା ସହିତ ନିଜର ଦୈନନ୍ଦିନ କାର୍ଯ୍ୟ କରିପାରିବ ।
  2. ଡାୟାଲିସିସ୍ କରିବା ବନ୍ଧନରୁ ମୁକ୍ତହୋଇପାରିବ । ରୋଗୀ ଶାରୀରିକ ଓ ମାନସିକ ଚପରୁ ସୁସ୍ଥ ରହେ ।
  3. ପୁରୁଷ ରୋଗୀ ରତିକ୍ରିୟା କରିବା କୌଣସି କଷ୍ଟ ନାହିନ ଏବଂ ମହିଳା ରୋଗୀ ମଧ୍ୟ ଛୁଆ ଜନ୍ମ ଦେଇପାରନ୍ତି ।
  4. ପ୍ରାରମ୍ଭରେ ପ୍ରଥମ ବର୍ଷ ଉପଚାରର ଖର୍ଚ୍ଚ କମ୍ ହୋଇଥାଏ ।

କିଏ କିଡନୀ ଦେଇପାରିବ

ସାଧାରଣତଃ ୧୮ ବର୍ଷରୁ ୫୫ ବର୍ଷର ବ୍ୟକ୍ତିଙ୍କଠାରୁ କିଡନୀ ନିଆଯାଇପାରେ । ପୁରୁଷ ଏବଂ ସ୍ତ୍ରୀ ଦୁହେଁ ଦୁଇଜଣଙ୍କୁ କିଡନୀ ଦେଇପାରିବେ । ସାଧାରଣତଃ କିଡନୀ ମାତା, ପିତା ଭାଇ, ଭଉଣୀ ଆଦି ଦେବାପାଇଁ ପସନ୍ଦ କରିଥାନ୍ତି । ଯଦି ଏମାନଙ୍କ ଠାରୁ କିଡନୀ ନ ମିଳେ ତେବେ ପରିବରେ ଅନ୍ୟ ସଦସ୍ୟ ତଥା: ଦାଦା, ଅପା, ମାଉସୀ, ମାମୁଁ ଆଦିଙ୍କ ଠାରୁ କିଡନୀ ନିଆଯାଇପାରେ । ଯଦି ଏହା ସମ୍ଭବ ନୁହେଁ, ତେବେ ପତିପନ୍ନୀଙ୍କ କିଡନୀର ପରୀକ୍ଷା କରିବା ଉଚିତ୍ । ଆଇନ ଅନୁଯାୟୀ କିଡନୀ ବିକିବା ଓ କିଣିବା ଦଣ୍ଡନୀୟ ଅପରାଧ ଅଟେ । ଏଥିପାଇଁ ଜେଲଦଣ୍ଡ ମଧ୍ୟ ମିଳିପାରେ ।

ଡାୟାଲିସିସ୍ କ'ଣ ଓ କାର୍ଯ୍ୟ ?

ଦୁଇଟି କିଡନୀ ଯେତେବେଳେ ବହୁତ ଖରାବ ହୋଇଯାଏ, ସେତେବେଳେ ଶରୀର ଭିତରେ ଅନାବଶ୍ୟକ ପଦାର୍ଥ ଏବଂ ପାଣିର ମାତ୍ରା ଅଧିକ ହୋଇଯାଇଥାଏ । ଏହି ପଦାର୍ଥକୁ କୃତ୍ରିମ ରୂପରେ ଦୂର କରିବା କାର୍ଯ୍ୟକୁ ଡାୟାଲିସିସ୍ କୁହାଯାଏ । ଡାୟାଲିସିସ୍ ମୁଖ୍ୟତଃ ଦୁଇ ପ୍ରକାରର ଅଟେ ।

ହେମୋ ଡାୟାଲିସିସ୍

  • ଏହି ପ୍ରକାର ଡାୟାଲିସିସରେ ଡାୟାଲିସିସ୍ ଯତ୍ନ ବିଶେଷ ପ୍ରକାର ଖାରଯୁକ୍ତ ପଦାର୍ଥକୁ ସାହାଯ୍ୟରେ କୃତିମ କିଡନୀରେ ରକ୍ତକୁ ଶୁଦ୍ଧ କରିଥାଏ ।
  • ପରିଟୋନିୟାଲ୍ ଡାୟାଲିସିସ୍ ପେଟରେ ଏକ ପ୍ରକାର କ୍ୟାଥେଟର୍ ନଳୀ ପୁରାଯାଇ ବିଶେଷ ପ୍ରକାର ଖାରଯୁକ୍ତଵ ଦ୍ରବ୍ୟର ସହାୟତାରେ ଶରୀରର ଅନାବଶ୍ୟକ ପଦାର୍ଥକୁ ଦୂର କରାଯାଇ ଶୁଦ୍ଧିକରଣ କରାଯାଇଥାଏ ।
  • ସମୟକ୍ରମେ ଏହି ଛୋଟ ବଡ ସିଷ୍ଟର ଆକାର ବଢିଯାଇଥାଏ ଯାହାସଫଳରେ କିଡନୀର ଆକାର ବୃଦ୍ଧି ପାଏ।

ଏହି ପ୍ରକାର ବଢିଯାଉଥିବା ସିଷ୍ଟ ଦ୍ଵାରା କିଡନୀ କାର୍ଯ୍ୟ କରୁଥିବା ଅଂଶରେ ପ୍ରଭାବ ପଡେ ଯାହାଫଳରେ ଉଚ୍ଚ ରକ୍ତଚାପ ହୋଇଯାଏ ଏବଂ କିଡନୀ କାର୍ଯ୍ୟକ୍ଷମତା କ୍ରମଶଃ କମ୍ ହୋଇଯାଏ ଏବଂ କିଛି ବର୍ଷ ପରେ ବହୁତ ରୋଗୀଙ୍କର ଦୁଇ କିଡନୀ ସମ୍ପୁର୍ଣ୍ଣ ରୂପରେ ଖରାପ ହୋଇଯାଏ ।

ପୋଲିସିଷ୍ଟିକ୍ କିଡନୀ ରୋଗର ଲକ୍ଷଣ

  • ରକ୍ତ ଚାପ ବୃଦ୍ଧି ହେବା
  • ପେଟରେ କଷ୍ଟ ହେବା
  • ପରିସ୍ରାରେ ରକ୍ତ ପଡିବା
  • କିଡନୀରେ ପଥୁରି ରୋଗ ହେବା
  • ବାରମ୍ବାର ପରିଶ୍ରା ସଂକ୍ରମଣ ହେବା
  • ମୂତ୍ର ମାର୍ଗରେ ସଂକ୍ରମଣ

କିଡନୀ, ମୂତ୍ରବାହିନୀ, ମୂତ୍ରାଶୟ ଏବଂ ମୂତ୍ରନଳିକା ମୂତ୍ର ମାର୍ଗ ତିଆରି କରନ୍ତି । ଯେଉଁଥିରେ ବ୍ୟାକ୍ଟେରିଆ ଦ୍ଵାରା ହେଉଥିବା ସଂକ୍ରମଣକୁ ମୂତ୍ରମାର୍ଗସଂକ୍ରମଣ କୁହନ୍ତି ।

ମୂତ୍ରମାର୍ଗ ସଂକ୍ରମଣ ଲକ୍ଷଣ

ପରିସ୍ରା କରିବା ସମୟରେ ପୋଡିବା କଷ୍ଟ ହେବା ବାରମ୍ବାର ପରିଶ୍ରା ଲାଗିବା ଏବଂ ପରିଶ୍ରା ଟୋପା ଟୋପା ବାହାରିବା । ତଳିପେଟରେ ଯନ୍ତ୍ରଣା ହେବା । ଲାଲରଙ୍ଗର ପରିଶ୍ରାହେବା । ଥଣ୍ଡା ସହିତଜ୍ଵରଆସିବା । ଅଣ୍ଟା ବିନ୍ଧିବା ଏବଂ ଦୁର୍ବଳ ଲାଗିବା ।

ମୂତ୍ର ମାର୍ଗ ସଂକ୍ରମଣ ଉପଚାର

  1. ଅଧିକ ପାଣି ପିଇବା – ପରିଶ୍ରା ସଂକ୍ରମଣ ଥିବା ରୋଗୀଙ୍କୁ ଅଧିକ ପାଣି ପିଇବାପାଇଁ ପରାମର୍ଶ ଦିଆଯାଇଥାଏ ।
  2. ଔଷଧ ଦ୍ଵାରା ଉପଚାର କରିବା ମୂତ୍ରମାର୍ଗରେ ସଂକ୍ରମଣ କାରଣର ଉପଚାର କରିବା
  3. ମୂତ୍ରମାର୍ଗରେ ସଂକ୍ରମଣ କାରଣର ଉପଚାର କରିବା

ମୂତ୍ର ମାର୍ଗ ସଂକ୍ରମଣ ଜାଣିବା ପାଇଁ ପରୀକ୍ଷା

  • ପରିଶ୍ରାର କଲଚର ଏବଂ ସେନ୍ ସେନସିଭିଟିର ପରୀକ୍ଷା ସଂକ୍ରମଣ ପାଇଁ ଦାୟା ଜୀବାଣୁର ପ୍ରକାର ଏବଂ ତାର ଉପଚାର ପାଇଁ ଆବଶ୍ୟକ ଔଷଧ ବିବରଣୀ ପ୍ରଦାନ କରିବା କରିଥାଏ ।
  • ରକ୍ତର ପରୀକ୍ଷା ଦ୍ଵାରା ରକ୍ତରେ ଉପସ୍ଥିତ ଶ୍ଵେତ ରକ୍ତକନିକାର ଅଧିକ ମାତ୍ରା ସଂକ୍ରମଣର ସଙ୍କେତ ଦେଇଥାଏ।

ଛୋଟ ଛୁଆଙ୍କ ଠାରେ କିଡନୀ ଏବଂ ମୂତ୍ରମାର୍ଗର ସଂକ୍ରମଣ

ଛୁଆଙ୍କ ଠାରେ ବାରମ୍ବାର ଜ୍ଵର ଆସିବା ମହତ୍ଵପୂର୍ଣ୍ଣ କାରଣ କିଡନୀ ଏବଂ ମୂତ୍ରମାର୍ଗର ସଂକ୍ରମଣ ହୋଇପାରେ ।

କର୍ମବର୍ଷର ଛୁଆଙ୍କ ଠାରେ କିଡନୀ ତଥା ମୂତ୍ରମାର୍ଗର ସଂକ୍ରମଣର ସଙ୍କେତ ଡେରିରେ ମିଳିବା ଦ୍ଵାରା କିଡନୀର ବହୁତ ବଡ କ୍ଷତି ହୋଇପାରେ । ଏହି କାରଣରୁ ଛୁଆଙ୍କଠାରେ ପରିଶ୍ରା ସଂକ୍ରମଣ ହେଲେ ତାର ତୁରନ୍ତ ଉପଚାର କରିବା ଦ୍ଵାରା କିଡନୀକୁ ଏକ ବଡ କ୍ଷତିରୁ ବଞ୍ଚାଯାଇପାରେ ।

ଡାଇବେଟିସ୍ ଜନିତ କିଡନୀ ରୋଗ

ବିଶ୍ଵ ଏବଂ ଭାରତ ବର୍ଷରେ ଏବଂ ଜନସଂଖ୍ୟା ବଢିବା ସହିତ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢିଚାଲିଛି । ବର୍ତ୍ତମାନ ସମୁଦାୟ ଜନସଂଖ୍ୟାର ୫ ପ୍ରତିଶତ ବ୍ୟକ୍ତିଙ୍କଠାରେ ଡାଇବେଟିସ୍ ରୋଗ ଅଛି । ଡାଇବେଟିସ୍ ରୋଗୀଙ୍କ ମଧ୍ୟରେ କ୍ରୋନିକ୍ କିଡନୀ ରୋଗ ଏବଂ ପରିଶ୍ରା ସଂକ୍ରମଣ ହବାର ଅଧିକ ସମ୍ଭାବନା ଥାଏ ।

  • କିଡନୀ ରୋଗର ବିଭିନ୍ନ କାରଣ ମଧ୍ୟରୁ ସବୁଠାରୁ ମହତ୍ଵପୂର୍ଣ୍ଣ ଏବଂ ଏକ ନମ୍ବର କାରଣ ଡାଇବେଟିସ୍ ଅଟେ ।
  • ଡାୟାଲିସିସ୍ କରୁଥିବା ୧୦୦ ଜଣ ରୋଗୀଙ୍କ ମଧ୍ୟରୁ ୪୦ ରୁ ୫୦ ଜଣଙ୍କର କିଡନୀ ଖରାପର କାରଣ ଡାଇବେଟିସ୍ ଅଟେ ।
  • ଡାଇବେଟିସ୍ କାରଣରୁ ରୋଗୀଙ୍କ କିଡନୀ ଉପରେ ପଡୁଥିବା ପ୍ରଭାବର ଯଦି ଉଚିତ୍ ସମୟରେ ଉପଚାର କରାଯାଏ ତେବେ କିଡନୀ ରୋଗ ଭଳି ଉପଙ୍କର ରୋଗକୁ ଦମନ କରାଯାଇପାରିବ ।

ଡାଇବେଟିସ୍ ଜନିତ କିଡନୀ ରୋଗର ଲକ୍ଷଣ

ଯଦି ଆପଣଙ୍କର ଡାଇବେଟିସ୍ ଅଛି ଏବଂ ନିମ୍ନରେ ଦର୍ଶାଯାଇଥିବା ଲକ୍ଷଣମାନଙ୍କରୁ କିଛି ବି ପରିଲକ୍ଷତି ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

  • ଉଚ୍ଚ ରକ୍ତଚାପ
  • ପାଣି କମିବା ଦ୍ଵାରା ଓଜନ ବଢିବା
  • ଗୋଡ ଫୁଲିବା ଓ ମାଂସପେଶୀ ଟାଣ ହୋଇଯିବା ।
  • ବାରମ୍ବାର ପରିଶ୍ରା ଓ ମାଂସପେଶୀ ଟାଣ ହୋଇଯିବା ।
  • ବାରମ୍ବାର ପରିଶ୍ରା ଲାଗିବା ବିଶେଷ କରି ରାତ୍ରି ସମୟରେ ବାନ୍ତି ଲାଗିବା ।
  • ଦୁର୍ବଳ ଲାଗିବା
  • କୁଣ୍ଡାଇ ହେବା ।
  • କଣ ପରୀକ୍ଷା କଲେ ଡାଇବେଟସ୍ ଜନିତ କିଡନୀ ରୋଗ ଜାଣି ହେବ ।
  • ପରିଶ୍ରାରେ ପ୍ରୋଟିନ୍ ବା ମାଇକ୍ରାଲ୍ ପରୀକ୍ଷା ସିରମ କ୍ରିୟେଟିନିନ୍ ର ପରୀକ୍ଷା କିଡନୀର ଅଲଟ୍ରାସାଉଣ୍ଡ

ଡାଇବେଟିସ୍ କିଡନୀ ରୋଗରୁ ଆମେ ବଞ୍ଚିବା କିପରି ?

ଡାଇବେଟିସ୍ କୁ ନିୟନ୍ତ୍ରଣ କରି ରଖନ୍ତୁ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ଅଧିକ ପ୍ରୋଟିନ୍ ଜାତୀୟ ଖାଦ୍ୟ କିଡନୀ ପାଇଁ କ୍ଷତିକାରକ । ନିୟମିତ ଶରୀର ଚେକ୍ ଅପ କରି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ଅନାବଶ୍ୟକ ଔଷଧ ସେବନ କରନ୍ତୁ ନାହିଁ । ବିଶେଷ କରି ପେନ୍ କିଲର ।

ଉଚ୍ଚରକ୍ତ ଚାପ ଜନିତ କିଡନୀ ରୋଗ

ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ ରକ୍ତର ଚାପ ୧୩୦/୮୦ ଅଟେ । ଯେତେବେଳେ ରକ୍ତର ଚାପ ୧୪୦/୯୦ ରୁ ଅଧିକ ହୋଇଯାଏ ତେବେ ଏହାକୁ ଉଚ୍ଚ ରକ୍ତଚାପ ଅଥବା ହାଇବ୍ଲଡ଼ ପ୍ରେସର କୁହାଯାଏ । ଏହା କିଡନୀ ରୋଗର ଦ୍ଵିତୀୟ କାରଣ ଅଟେ ।

ଉଚ୍ଚ ରକ୍ତ ଚାପ କାରଣ

ବଂଶଗତ - ଏହା ସାଧାରଣତଃ ୪୦ ବର୍ଷ ବୟସରେ ଦେଖାଯାଇଥାଏ, ଯଦି କୌଣସି ବ୍ୟକ୍ତିଙ୍କର ୩୦ ବର୍ଷ ଆଗରୁ କିମ୍ବା ୫୦ ବର୍ଷପରେ ହଠାତ୍ ଉଚ୍ଚରକ୍ତଚାପ ଦେଖାଯାଏ ତେବେ ଏହା କିଡନୀ ରୋଗର ଲକ୍ଷଣ ଅଟେ । ତେଣୁ ତୁରନ୍ତ ତାର କାରଣ ବାହାର କରି ଚିକିତ୍ସା ନ କରିଲେ କିଡନୀ ଖରାପ ହବାର ସମ୍ଭାବନା ଥାଏ ।

କ୍ରୋନିକ୍ କିଡନୀ ରୋଗ କିଡନୀ ଅର୍ଟେରୀ ରୋଗ ନେଫ୍ରାଇଟିସ୍ ଔଷଧ ସେବନ ଦ୍ଵାରା (ଷ୍ଟିୟରଏଡ୍)

ଉଚ୍ଚ ରକ୍ତଚାପର ଶରୀର ଉପରେ କୁ ପ୍ରଭାବ

କ୍ରୋନିକ୍ କିଡନୀ ରୋଗ ଏବଂ କିଡନୀ ଖରାପ ହୃଦଘାତ ରୋଗ ଆଖି ନଷ୍ଟ ହୋଇଯିବ । ମସ୍ତିଷ୍କରେ ଉଚ୍ଚରକ୍ତଚାପ ଯୋଗୁ ରକ୍ତ କମିଯିବା ଏବଂ ପାରାଲିସିସ୍ ହେବା ।

ଉଚ୍ଚ ରକ୍ତଚାପ ଜନିତ କିଡନୀ ରୋଗର ଲକ୍ଷଣ

  • ଗୋଡ, ମୁହଁ ପଉଳିବା
  • ବାନ୍ତିଲାଗିବା ଭୋକ ନ ଲାଗିବା ।
  • ଅଣନିସ୍ଵାଷି ଓ ଠକା ଲାଗିବା ।
  • ରକ୍ତହୀନତା ହେବା
  • ଓଜନ ବଢିଯିବା

ଉଚ୍ଚରକ୍ତଚାପ ଜନିତ କିଡନୀ ରୋଗର ଚିକିତ୍ସା

ଉଚ୍ଚରକ୍ତଛାପର ସଠିକ୍ କାରଣ ନିରୂପଣ ଦ୍ଵାରା ୧୦ ପ୍ରତିଶତ ଉଚ୍ଚରକ୍ତଚାପ ରୋଗର ଚିକିତ୍ସା କରାଯାଇପାରିବ । ଉଚ୍ଚରକ୍ତଛପର ଔଷଧ ସେବନ କମ୍ ଲୁଣ ଏବଂ ପ୍ରୋଟିନ୍ ଖାଇବା ନିୟମିତ ବ୍ୟାୟାମ କରିବା ।

କିଡନୀରେ ପଥୁରୀରୋଗ ( ଷ୍ଟୋନ)

ପଥୁରୀ (ଷ୍ଟୋନ) ଏକ ମହତ୍ଵପୂର୍ଣ୍ଣ କିଡନୀ ରୋଗ ଅଟେ । ସାଧାରଣତଃ ପଥୁରୀ (ଷ୍ଟୋନ) କିଡନୀ, ମୂତ୍ରବାହିନୀ ଏବଂ ମୂତ୍ରାଶୟରେ ହେଲାଭଳି ରୋଗ ଅଟେ ।

ପଥୁରୀ ରୋଗ (ଷ୍ଟୋନ) ର ଲକ୍ଷଣ

  • ପିଠି ଏବଂ ପେଟରେ ବାରମ୍ବାର କଷ୍ଟ ହେବା
  • ପରିସ୍ରା ପୋଡା ହେବା
  • ପରିସ୍ରାରେ ବାରମ୍ବାର ସଂକ୍ରମଣ ହେବା
  • ହଠାତ୍ ପରିସ୍ରା ବନ୍ଦ ହୋଇଯିବା

ଏହି ପ୍ରକାର ଲକ୍ଷଣମାନ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ତୁରନ୍ତ ସହ ପରାମର୍ଶ କରିବା ଉଚିତ୍ ।

ପଥୁରୀ ରୋଗର ଉପଚାର

ପଥୁରୀ ରୋଗର ଉପଚାର ସାଧାରଣତଃ ବିଭିନ୍ନ ପ୍ରକାରରେ ହୋଇଥାଏ । ଔଷଧ ଦ୍ଵାରା ଉପଚାର ଅସ୍ତ୍ରୋପଚାର ଦ୍ଵାରା ଉପଚାର । କିଡନୀ ପଥୁରୀର ଦୂରବୀକ୍ଷଣ ଦ୍ଵାରା ଉପଚାର ( ପି.ସି.ଏନ୍.ଏଲ୍-ପର କ୍ୟୁଟାନ୍ରିସ୍ ନେଫ୍ରୋ ଲିଥୋଟ୍ରିପ୍ପି) ଲିଥ୍ରୋଟିପସି ଦ୍ଵାରା ଉପଚାର ।

ଔଷଧ ଜନିତ କିଡନୀ ରୋଗ

ହୃତପିଣ୍ଡରୁ ବାହହାରୁଥିବା ରକ୍ତରୁଅଧିକ ପରିମାଣର ପରିମାଣର ରକ୍ତ କିଡନୀ ମଧ୍ୟକୁ ଯାଇଥାଏ । ଏହି କାରଣରୁ କିଡନୀକୁ ଖରାପ କରୁଥିବା ଔଷଧ ତଥା ଅନ୍ୟ ପଦାର୍ଥ କମ୍ମ ସମୟରେ ଏବଂ ଅଧିକ ମାତ୍ରାରେ କିଡନୀରେ ପହଞ୍ଚିଥାଏ ଯେଉଁଥିପାଇଁ କିଡନୀ ଖରାପ ହେବାର ସମ୍ଭାବନା ଥାଏ ।

କିଡନୀ ଖରାପ କରୁଥିବା ଔଷଧ

  1. ବ୍ୟଥା ନିବାରକ ଔଷଧ ( ପେନ୍ କିଲର)
  2. ଶରୀରରେ ହାଉଥିବା ଛୋଟ ବ୍ୟଥା ପାଇଁ ଡାକ୍ତରଙ୍କ ପରାମର୍ଶ ନନେଇ ବ୍ୟଥା ନିବାରକ ହେଉଥିବା ଛୋଟ ଛୋଟ ବ୍ୟଥା ପାଇଁ ଡାକ୍ତର ପରାମର୍ଶ ନନେଇ ବ୍ୟଥା ନିବାରକ ଔଷଧ କହିବା ଏକ ମାମୁଲି ପ୍ରଥା ହୋଇଗଲାଣି । ଏହି ପ୍ରକାରରେ ନିଜକୁ ନିଜେ ଔଷଧ ଖାଇବା କାରଣରୁ ଔଷଧ ଏକ ମୁଖ୍ୟ ଦାୟୀ ଅଟେ ।

    ଆର୍ୟୁରବେଦିକ ଔଷଧ କୌଣସି ବିପରୀତ ପ୍ରତିକ୍ରିୟା ନଠେ କହିବା ସଂପୂର୍ଣ୍ଣ ଭୁଲ୍ ଅଟେ । ଆର୍ୟୁରବେଦିକ ଔଷଧ ଉପଯୋଗ କରାଯାଉଥିବା ଭାରି ଧାତୁ ( ଶିଶା, ରୂପା, ସୁନା) ଦ୍ଵାରା କିଡନୀର ଅସୁବିଧା ହୋଇଥାଏ । କେତେକ ଆର୍ୟୁରବେଦିକ ଔଷଧରେ ଅଧିକ ପରିମାଣର ପଟାସିୟମ୍ କିଡନୀ ଖରାପ ରୋଗୀଙ୍କ ପାଇଁ ବିପଦଜନକ ହୋଇପାରେ ।

  3. ନେଫ୍ରାଇଟିସ୍
  4. ନେଫ୍ରାଇଟିସ୍ ଗୋଟିଏ ରୋଗ ନୁହେଁ ଏହା ଅନେକ କାରଣରୁ ହୋଇପାରେ ଯଥା ସଂକ୍ରମଣ ବା ରସସାୟନିକ ( କେମିକାଳ), କିନ୍ତୁ ଅନେକ ସମୟରେ କେଉଁ କାରଣରୁ ଏହି ରୋଗ ହେଲା ଜାଣିବା କଷ୍ଟକର ହୋଇଥାଏ । ଏହା ଯେ କୌଣସି ଲୋକଙ୍କୁ ଏବଂ ଯେକୌଣସି ବୟସରେ ହୋଇପାରେ । ନେଫ୍ରାଇଟିସ୍ ରୋଗ ଛୋଟ ଛୁଆଙ୍କଠାରେ ସାଧାରଣତଃ ଅଧିକମାତ୍ରାରେ ସଂକ୍ରମଣ ଯୋଗୁଁ ହୋଇଥାଏ ଷ୍ଟିପଟୋକୋକସ ବୋଲି ଏକ ଜୀବାଣୁ ଏଥିପାଇଁ ମୁଖ୍ୟତଃ ଦାୟୀ ଏହି ଜିବାଣୁ ଚରମରେ ସଂକ୍ରମଣକଲାପରେ କିଡନୀକୁ ଯାଇଥାଏ । ସେଥିପାଇଁ ଛୋଟ ପିଲାଙ୍କର ଯେ କୌଣସି ଚରମ ରୋଗକୁ ସଙ୍ଗେ ସଙ୍ଗେ ଆଣ୍ଟିବାୟୋଟିକ୍ ଦ୍ଵାରା ଚିକିତ୍ସା କରିବା ଦରକାର ଏବଂ ପିଲାର ଚର୍ମକୁ ସଫାସୁତରା ରଖିବା ଦରକାର । ନେଫ୍ରାଇଟିସର ଲକ୍ଷଣ : -

    • ହଠାତ୍ ଗୋଡହାତଫୁଲିଯିବା
    • ଅଣନିଶ୍ଵାସ ଲାଗିବା ପରିସ୍ରା କମିଯିବା

ଏହି ଲକ୍ଷଣ ଦେଖିଲା ମାତ୍ରେ ଡାକ୍ତର ପରାମର୍ଶ କରନ୍ତୁ କାରଣ ଏହି ରୋଗରେ କିଡନୀ ଖରାପ ହବାର ଅଧିକ ସମ୍ଭାବନା ଥାଏ ।

ନେଫ୍ରୋଟିକ୍ ସିଣ୍ଡ୍ରୋମ

ପରିଶ୍ରାରେ ଅଧିକ ପ୍ରୋଟିନ୍ ବାହାରି ଗଲେ ରକ୍ତରେ ପ୍ରୋଟିନ୍ କମିଯାଏ । ତା ଫଳରେ ରୋଗୀ ଫୁଲିଯାଏ । ନେଫ୍ରୋଟିକ୍ ସିଣ୍ଡ୍ରୋମ ମୁଖ୍ୟ ଲକ୍ଷ ହେଉଛି ଦେହମୁହଁ ଫୁଲିଯିବ । ଏହା ବିଭିନ୍ନ କାରଣ ଏବଂ ବିଭିନ୍ନ କିଡନୀ ରୋଗ ଯୋଗୁଁ ହୋଇଥାଏ ।

ନେଫ୍ରୋଟିକ୍ ସିଣ୍ଡ୍ରୋମ ଭିଭିନ୍ନ ପ୍ରକାରର ୯୫ ପ୍ରତିଶତ କେସ୍ ରେ ଏହାକୁ ଆଇଡିଓପାଥିକ୍ ବୋଲି କୁହାଯାଏ । ଡାଇବେଟିସ୍ ଏସ୍ ଏଲ୍ ଇ ଏବଂ କ୍ରୋନିକ୍ ସକୁଂମଣ ଇତ୍ୟାଦିରୁ ମଧ୍ୟ ନେଫ୍ରୋଟିକ୍ ସିଣ୍ଡ୍ରୋମ୍ ହୁଏ ।

ଚିକିତ୍ସା

ସଠିକ୍ କାରଣ ନିରୂପଣ ବାଇପସି ଦ୍ଵାରା କରାଯାଏ । ଲୁଣ ଓ ପାଣିର ସନ୍ତୁଳନ ରକ୍ଷା କରିବା । କାରଣ ଅନୁସାରେ ଷ୍ଟିଓରଏଡ୍ ବା ଇମୁନୋପ୍ରେସିଭି ଔଷଧ ଦିଆଯିବା ।

ଯେଉଁ ବ୍ୟକ୍ତିଙ୍କର ଗୋଟିଏ କିଡନୀ ଥିବ କଣ କରିବେ

କୌଣସି ବ୍ୟକ୍ତିର ଯଦି ଗୋଟିଏ କିଡନୀ ଥାଏ, ତେବେ ଏହା ତା’ ପାଇଁ ଚିନ୍ତାର କାରଣ ନୁହେଁ । ଗୋଟିଏ କିଡନୀ ଥିବା ବ୍ୟକ୍ତିର ଦୈନିକ ଜୀବନରେ ପରିସ୍ରା କରିବା ଏବଂ ସହବାସରେ କୌଣସି ଅସୁବିଧା ହୁଏ ନାହିଁ।

ଗୋଟିଏ କିଡନୀ ହେବାର କାରଣ

  • କିଡନୀ ପ୍ରତିରୋପଣ କରିଥିବା ରୋଗୀଙ୍କର ନୂଆ ଲଗାଯାଇଥିବା ଗୋଟିଏ କିଡନୀ କାମ କରେ ।
  • ଜନ୍ମରୁ ଶରୀରରେ ଗୋଟିଏ କିଡନୀ ଥିବ । ଅସ୍ତ୍ରୋପଚାର ଦ୍ଵାରା ଶରୀରରୁ ଗୋଟିଏ କିଡନୀ ହାହାର କରହଜାଇଥିବ ଯାହାରକାରଣ କିଡନୀରେ ପଥୁରୀ ଅଟେ ।

ଗୋଟିଏ କିଡନୀ ଥିବା ବ୍ୟକ୍ତିଙ୍କ କ’ଣ ସତର୍କତା ଅବଲମ୍ଭନ କରିବା ଉଚିତ୍

  • ଅଧିକମାତ୍ରାରେ ପାଣି ପିଇବା ଉଚିତ୍ ।
  • କିଡନୀରେ ଆଘାତ ଲାଗିବାଭଳି କୌଣସି ଖେଳ ଖେଳିବା ଉଚିତ୍ ନୁହେଁ । ପରିଶ୍ରାରେ ସଂକ୍ରମଣ ତଥା ପଥୁରୀ ହେବା ଦ୍ଵାରା ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଡାକ୍ତରଙ୍କପରମର୍ଶ ନିଅନ୍ତୁ । ଡାକ୍ତର ପରମର୍ଶ ବିନା କୌଣସି ଔଷଧ ଖାଇବା ଉଚିତ୍ ନୁହେଁ ।

କିଡନୀ ରୋଗର ଉପଚାର

  1. ପ୍ରଥମ ଅବସ୍ଥାରେ କିଡନୀ ରୋଗରେ ସଠିକ୍ ନିରୂପଣ ହୋଇପାରିଲେ ତାହା ଖୁବ୍ ଶୀଘ୍ର ଭାଲାହୋଇଯାଇଥାଏ । କିନ୍ତୁ ଯେଉଁ ବ୍ୟକ୍ତିଙ୍କ ଠାରେ କିଡନୀ ରୋଗର ଆଶଙ୍କା ଦେଖାଯାଏ, ତୁରନ୍ତ ଡାକ୍ତର ଦ୍ଵାରା ଉପଚାର କରେଇବା ଉଚିତ୍ ।
  2. ପରିଶ୍ରାର ପରୀକ୍ଷା କିଡନୀ ରୋଗର ଉପଚାର ପାଇଁ ଏହି ପରୀକ୍ଷା ଅତ୍ୟନ୍ତ ଭବଦାୟକ ଅଟେ ।
  3. ପରିସରକୁ କିଡନୀର ଦର୍ପଣ ମଧ୍ୟ କହିଥାନ୍ତି କାରଣ ପରିସ୍ରା ପରିକ୍ଷାରୁ ଆମେ କିଡନୀ ସମ୍ଭନ୍ଧରେ ଅନେକ ତଥ୍ୟ ପାଇଥାଉ । ଏହି ପରୀକ୍ଷା କରିବା ଅତ୍ୟନ୍ତ ସହଜ ଓ କମ୍ ଖର୍ଚ୍ଚରେ ହୋଇଥାଏ ।
  4. ପରିଶ୍ରାରେ ପୋଟିନ୍ ଆସିବା ଅନେକ କିଡନୀ ରୋଗର ଲକ୍ଷଣ ହିସାବରେ ନିଆଯାଏ । ଦିନରେ ଯେ କୌଣସି ସମୟରେ ପରିସ୍ରା ନେଇ ପ୍ରୋଟିନ୍ ପରୀକ୍ଷା କରାଯାଇପାରିବ । ପରିଶ୍ରାରେ ପ୍ରୋଟିନ୍ ଣ ଥିଲେ ମାଇକ୍ରାଲ୍ ଟେଷ୍ଟ ଦ୍ଵାରା କିଡନୀ ରୋଗକୁ ପ୍ରାଥମିକ ଅବସ୍ଥାରେ ଚିହ୍ନି ହେବ ।
  5. ପରିଶ୍ରା ରକ୍ତ କଣିକା, କ୍ରିଷ୍ଟାଲ, କାଷ୍ଟ ଆଦି ଆସିବା ମଧ୍ୟ କିଡନୀଆରଇ ରୋଗଥିବା ସୁଚାଇଥାଏ।

ରକ୍ତର ପରୀକ୍ଷା

  • ରକ୍ତରେ ହିମୋଗ୍ଲୋବିନ୍ ପରିମାଣ ।
  • ରକ୍ତରେ ହିମୋଗ୍ଲୋବିନର କମ୍ ପରିମାଣ କିଡନୀ ଖରାପ ମହତ୍ଵପୂର୍ଣ୍ଣ ଲକ୍ଷଣ ଅଟେ ।
  • ରକ୍ତରେ କ୍ରିୟେଟିନିନ୍ ଓ ୟୁରିଆର ପରିମାଣ ।
  • କିଡନୀ କାର୍ଯ୍ୟକ୍ଷମତା ଏହି ପରୀକ୍ଷଣ ଦ୍ଵାରା ଜଣାଯାଏ । କ୍ରିୟେଟିନିନ୍ ଏବଂ ୟୁରିଆ ଶରୀରର ଅନାବଶ୍ୟକ ପଦାର୍ଥ ଅଟେ, ଯାହା କିଡନୀ ଦ୍ଵାରା ଶରୀରରୁ ବାହାରିଯାଏ । ରକ୍ତରେ କ୍ରିୟେଟିନିନର ମାତ୍ରା 0.୬-୧. ୪ ମିଲିଗ୍ରାମ ପ୍ରତିଶତ ଏବଂ ୟୁରିଆର ମାତ୍ରା ୨୦-୪୦ ମିଲିଗ୍ରାମ ପ୍ରତିଶତ ଅଟେ ଏବଂ ଦୁଇଟି କିଡନୀ ଖରାପ ହେବା ଦ୍ଵାରା ଏଥିରେ ବୃଦ୍ଧି ଘଟିଥାଏ ।
  • ରେଡିଓଲୋଜି ଦ୍ଵାରା ପରୀକ୍ଷା
  • କିଡନୀର ସୋନଗ୍ରାଫି
  • ଏହା ସରଲସୁରକ୍ଷିତ ଏବଂ ଶ୍ରୀଘ ହେଉଥିବା ପରୀକ୍ଷା ଅଟେ । ଯାହାଦ୍ଵାରା କିଡନୀର ଆକାର ସଠନ ଏବଂ ସ୍ଥାନ , ମୂତ୍ରମାର୍ଗର ଅବରୋଧ, ପଥୁରୀ ହେବା ଇତ୍ୟାଦିର ଜରୁରୀ ନିର୍ଦ୍ଦେଶ ମିଳିଥାଏ ।

ପେଟର ଏକ୍ସରେ

ଏହି ପରୀକ୍ଷଣ ମୁଖ୍ୟତଃ ପଥୁରୀରୋଗ ଚିହ୍ନଟ କରିବା ପାଇଁ କରାଯାଇଥାଏ ।

କିଡନୀ ସଂରକ୍ଷଣ ୫ର ଉପାୟ

  • ଧୂମପାନ, ଟୋବକୁ, ଗୁଟୁଖା, ମଦ୍ୟପାନ ଆଦି କରନ୍ତୁ ନାହିଁ ।
  • ପ୍ରତିଦିନ ୩ ଲିଟରରୁ ଅଧିକ (୧୦-୧୨ ଗ୍ଲାସ) ପାଣି ପିଇବା ଦରକାର ।
  • ନିୟମିତ ବ୍ୟାୟାମ କରନ୍ତୁ ଏବଂ ଓଜନ ଠିକ୍ ରଖନ୍ତୁ ।
  • ରକ୍ତଚାପ ନିୟନ୍ତ୍ରଣ ପାଇଁ ଚେଷ୍ଟା କରନ୍ତୁ । ୧୨୦/୮୦ ପାଖାପାଖି ବ୍ଲଡ଼ପେସର ହେବା ଦରକାର ।
  • ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ଅଧିକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ କ୍ଷାନ୍ତୁ ନାହିଁ ।
  • ଖାଦ୍ୟ ଲୂନର୍ବ ପରିସ୍ରା କମ୍ ରଖନ୍ତୁ । ଖାଦ୍ୟରେ ଲୁଣ ପକାଇ ଖାଆନ୍ତୁ ନାହିଁ ।
  • ଡାକ୍ତର ପରାମର୍ଶ ବିନା କୌଣସି ଅନାବଶ୍ୟକ ଔଷଧ ଖାଆନ୍ତୁ ନାହିଁ ।
  • କିଡନୀର ନିୟମିତ ପରୀକ୍ଷା ଡାକ୍ତରଙ୍କ ଦ୍ଵାରା କରାଇ ନିଅନ୍ତୁ ।
  • ନିମ୍ନଲିଖିତ ରୋଗ ଥିବା ବ୍ୟକ୍ତି କିଡନୀ ରୋଗ ପାଇଁ ଅନ୍ତତଃ ପକ୍ଷେ ବର୍ଷକୁ ଥରେ କିଡନୀ ରୋଗ ପାଇଁ ପରୀକ୍ଷା କରିବା ଉଚିତ୍ ।
    1. ଡାଇବେଟିସ୍ ରୋଗୀ
    2. ଉଚ୍ଚରକ୍ତଚାପ ରୋଗୀ
    3. ବଂଶଗତ କିଡନୀରୋଗୀ ଥିବା ବ୍ୟକ୍ତି

କିଡନୀ ରୋଗ ହେଲେ କ'ଣ ସାବଧାନତା ଅବଲମ୍ବନ କରିବେ

  1. ଯଦି କୌଣସି ବ୍ୟକ୍ତିଠାରେ କିଡନୀ ରୋଗର ଲକ୍ଷଣ ଦେଖାଯାଏ ତେବେ ସେ ତୁରନ୍ତ ପରୀକ୍ଷା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ଏବଂ ଯଦି ତା’ର ପରୀକ୍ଷାରେ ପରିସ୍ରାରେ ପ୍ରୋଟିନ୍ ଏବଂ ରକ୍ତରେ କ୍ରିୟେଟିନିନ୍ ମାତ୍ରା ଅଧିକ ହୁଏ ତେବେ ଏହା ମଦ୍ୟ କିଡନୀ ରୋଗର ସଙ୍କେତ ଅଟେ । ତେଣୁ ଏହାର ପ୍ରଥମ ଅବସ୍ଥାରୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ ଅଟେ ।
  2. କିଡନୀ ଖରାପ ହେବାର ଆଉ ଏକ ମୁଖ୍ୟ କାରଣ ହେଲା ଉଚ୍ଚ ରକ୍ତଚାପ ଏବଂ ଏହାର କିଡନୀ ଉପଡ଼େ ପ୍ରଭାବ ଜାଣିବା ପାଇଁ ବର୍ଷକୁ ଠାରେ ପରିସ୍ରା ଏବଂ ରକ୍ତରେ କ୍ରିୟେଟିନିନର ପରିମାଣ ଜାଣିବା ପାଇଁ ପରୀକ୍ଷା କରିବା ଉଚିତ୍ ।
  3. ପିଲାମାନଙ୍କ ଠାରେ ଯଦି ବାରମ୍ବାର ଜ୍ଵର ଆସେ ଏବଂ ଓଜନ ବଢେ ନାହିଁ, ଏଥିପାଇଁ ମୂତ୍ରମାର୍ଗ ସଂକ୍ରମଣ ଦାୟୀ ଅଟେ । ତେଣୁ ପିଲାମାନଙ୍କର ମୂତ୍ରମାର୍ଗ ସଂକ୍ରମଣର ଉପଚାର ଜରୁରୀ ଅଟେ । ଯଦି ଏଥିରେ ବିଲମ୍ଭ କରାଯାଏ ତେବେ ପିଲାର ବିକଶିତ କିଡନୀରେ ଅପରିପୂର୍ଣ୍ଣ କ୍ଷତି ଘଟିପାରେ ।
  4. ଡାଇବେଟିସ୍ କିଡନୀ ଖରାପ ହେବାର ଆଉ ଏକ ମୁଖ୍ୟ କାରଣ ଅଟେ । ତେଣୁ, ଏହି ଗମ୍ଭୀର ସମସ୍ୟାକୁ ନିୟନ୍ତ୍ରଣରେ ରଖିବା ପାଇଁ ଡାଇବେଟିସ୍ ରୋଗୀଙ୍କ ପ୍ରତିଦିନ ଔଷଧ ଦେଇ ଡାଇବେଟିସ୍ ନିୟନ୍ତ୍ରଣ ରଖିବା ଉଚିତ୍ । ପ୍ରତ୍ୟେକ ରୋଗୀଙ୍କୁ କିଡନୀ ଉପରେ ଡାଇବେଟିସ୍ କୌଣସି ପ୍ରଭାବ ଅଛି କି ନାହିଁ ଜାଣିବା ପାଇଁ ପ୍ରତିଦିନି ମାସରେ ରକ୍ତ ଓ ପରିଶ୍ରାର ପରୀକ୍ଷା କରିବା ଉଚିତ୍ ।
  5. ଯେ କୌଣସି ବୟସରେ ଯଦି ପରିଶ୍ରା ସଂକ୍ରମଣ ଘଟେ ଓ ଅସୁବିଧା ବାରମ୍ଭର ଘଟେ ଏବଂ ଔଷଧ ସେବନ ଦ୍ଵାରା ପରିସ୍ଥିତି ନିୟନ୍ତ୍ରଣ ହୁଏନାହିଁ । ତେବେ ଏହାଏର କାରଣ ଜାଣିବା ଜରୁରୀ ଅଟେ । ଏହାର କାରଣ ଯଦି ମୂତ୍ରମାର୍ଗରେ ପଥୁରୀ ହୋଇଥାଏ । ତେବେ ସଠିକ ଉପଚାର ଦ୍ଵାରା କିଡନୀକୁ ବଡ ଧାରଣ ଜରୁରୀ ଅଟେ । ଏହାର କାରଣ ଯଦି ମୂତ୍ରମାର୍ଗରେ ପଥୁରୀ ହୋଇଥାଏ । ତେବେ ସଠିକ୍ ଉପଚାର ଦ୍ଵାରା କିଡନୀକୁ ବଡ ଧରଣର ବିପଦରୁ ରକ୍ଷା କରାଯାଇପାରିବ ।
  6. ସାଧାରଣତଃ ୩୦ ବର୍ଷରୁ କମ୍ ବୟଦରେ ଲୋକଙ୍କ ଠାରେ ଉଚ୍ଚ ରକ୍ତଚାପ ଅସାମାନ୍ୟ ଲକ୍ଷଣ ଅଟେ । କମ୍ ବର୍ଷରେ ଉଚ୍ଚ ରକ୍ତଚାପ ମୁଖ୍ୟ କାରଣ କିଡନୀ ରୋଗ ଅଟେ ଏଥିପାଇଁ କମ୍ ବର୍ଷ ବୟସରେ ଉଚ୍ଚ ରକ୍ତଚାପ ହେଲେ କିଡନୀର ପରୀକ୍ଷା ନିଶ୍ଚିତ କରିବା ଉଚିତ୍ ।
  7. ହଠାତ୍ କିଡନୀ ଖରାପ ହେବାର ମୁଖ୍ୟ ଲକ୍ଷଣ, ବାନ୍ତି ହେବା, ମ୍ୟାଲେରିଆ, ଅତ୍ୟଧିକ ରକ୍ତ ସ୍ରାବ, ରକ୍ତରେ ସଂକ୍ରମଣ ହେବା, ମୁତ୍ରମାର୍ଗରେ ଅବରୋଧ ହେବା ଇତ୍ୟାଦି ଅଟେ । ଏହି ସବୁ ସମସ୍ୟାର ଶୀଘ୍ର ସଠିକ ଉପଚାର ଦ୍ଵାରା କିଡନୀକୁ ନିଶ୍ଚିତ କରିବା ଉଚିତ୍ ।
  8. ହଠାତ୍ କିଡନୀ ଖରାପ ହେବାର ମୁଖ୍ୟ ଲକ୍ଷଣ, ବାନ୍ତି ହେବା, ମ୍ୟାଲେରିଆ, ଅତ୍ୟଧିକ ରକ୍ତ ସ୍ରାବ, ରକ୍ତରେ ସଂକ୍ରମଣ ହେବା, ମୂତ୍ରମାର୍ଗରେ ଅବରୋଧ ହେବା ଇତ୍ୟାଦି ଅଟେ । ଏହି ସବୁ ସମସ୍ୟାର ଶୀଘ୍ର ସଠିକ୍ ଉପଚାର ଦ୍ଵାରା କିଡନୀକୁ ନିଶ୍ଚିତ ଖରାପରୁ ବଞ୍ଚାଇ ଯାଇପାରିବ ।
  9. ଗୋଟିଏ କିଡନୀ ଥିବା ବ୍ୟକ୍ତିମାନେ ପାଣି ଅଧିକ ପିଇବା, ପରିଶ୍ରାର ଅକନ୍ୟା ସଂକ୍ରମଣର ଶୀଘ୍ର ଉଚିତ୍ ଉପଚାର କରିବା ଏବଂ ନିୟମିତ ଭାବରେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍ ।
  10. ସାଧାରଣତଃ ନିଆଯାଉଥିବା ଔଷଧ ଗୁଡିକରେ କିଛି ଔଷଧ ( ପେନ୍ କିଲର) ବହୁତ ଦିନ ଧରି ଖାଇବା ଦ୍ଵାରା କିଡନୀ ଖରାପ ହେବାର ଭୟ ଥାଏ । ତେଣୁ ଅନାବଶ୍ୟକ ଔଷଧ ଖାଇବା ଅଭ୍ୟାସ ବନ୍ଦକରିବା ଉଚିତ୍ ଏବଂ ଆବଶ୍ୟକକୀୟ ଔଷଧ ଡାକ୍ତରଙ୍କ ପରାମର୍ଶ ଦ୍ଵାରା ନିର୍ଦ୍ଧାରିତ ମାତ୍ରାରେ ସମୟ ଅନୁସାରେ ନେବା ଲାଭଦାୟକ ଅଟେ ।
  11. ଯଦି ପରିବାରରେ କୌଣସି ବ୍ୟକ୍ତିଙ୍କର କିଡନୀ ରୋଗଥାଏ, ତେବେ ଡାକ୍ତରଙ୍କୁ ପରାମର୍ଶ କରି ପରିବାରରେ ଅନ୍ୟ ସଦମ୍ୟମାନଙ୍କ ଠାରେ ଏହି ରୋଗ ଅଛି କି ନାହିଁ ତାହା ଜାଣିବା ଦରକାର । କାରଣ ଏହି ରୋଗ ଯଦି ବାପା, ମାଆଙ୍କ ଠାରେ ଥାଏ, ତେବେ ଶତକଡା ୫୦ ପ୍ରତିଶତ ପିଲାମାନଙ୍କୁ ସଂକ୍ରମଣ କରିଥାଏ । ସେଥିପାଇଁ ୨୦ ବର୍ଷ ବୟସ ପରେ କିଡନୀ ରୋଗ ଲକ୍ଷଣ ନଥିଲେ ମଧ୍ୟ ପରିଶ୍ରା, ରକ୍ତ ଏବଂ କିଡନୀର ସୋନେଗ୍ରାଫି ଟେଷ୍ଟ ଡାକ୍ତରଙ୍କ ପରାମର୍ଶ ଦ୍ଵାରା ପ୍ରତି ୨-୩ ବର୍ଷ ବ୍ୟବଧାନରେ କରିବା ଉଚିତ୍ ।

ସଂଗୃହିତ - ଡା. ନିଶୀଥ କୁମାର ମାହାନ୍ତି, ଉତ୍କଳ କିଡନୀ ଫାଉଣ୍ଡେସନ ଭୁବନେଶ୍ଵର

2.83333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top