অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ରନିକ୍ ବୃକକ୍ ରୋଗ ନିର୍ଣ୍ଣୟ

କ୍ରନିକ୍ ବୃକକ୍ ରୋଗ ନିର୍ଣ୍ଣୟ

କ୍ରନିକ୍ ବୃକକ୍ ରୋଗ ଓ ତା’ର ଚିକିତ୍ସା

କ୍ରନିକ୍ ବୃକକ୍ ରୋଗର ତିନିପରକାର ଚିକିତ୍ସା ପଦ୍ଧତି ରହିଛି । ସେଗୁଡିକ ହେଲା –

  1. ଡାକ୍ତରୀ ପରିଚାଳନା
  2. ଡାୟଲିସିସ୍
  3. ବୃକକ୍ ପ୍ରତିରୋପଣ ।
  • ପ୍ରତ୍ୟକ କ୍ରନିକ୍ ବୃକକ୍ ରୋଗୀ ପ୍ରଥମେ ଡାକ୍ତରୀ ପରିଚାଳନା ପଦ୍ଧତିରେ ଚିକିତ୍ସିତ ହୁଅନ୍ତି । ଔଷଧ ଖାଦ୍ୟ ନିୟନ୍ତ୍ରଣ ପାଇଁ ପରାମର୍ଶ ଏବଂ ଦେଖାରଖା ହେଉଛି ଡାକ୍ତରୀ ପରିଚାଳନା ପଦ୍ଧତିର ଅନ୍ତର୍ଭୁକ୍ତ ।
  • କ୍ରନିକ୍ ବୃକକ୍ ରୋଗରେ ମାତ୍ରାଧିକ କ୍ଷତି ହୋଇଯାଇଥିଲେ (ବୃକକ୍ ରୋଗର ଶେଷ ପର୍ଯ୍ୟାୟ ହୋଇଯାଇଥିଲେ, ଡାୟଲିସିସ୍ ମାଧ୍ୟମରେ ବୃକକ୍ ସ୍ଥାନାନ୍ତରିତ କରାଯାଏ କିମ୍ବା ବୃକକ୍ ପ୍ରତିରୋପଣ କରାଯାଏ ।

ଡାକ୍ତରୀ ପରିଚାଳନା

ସିକେଡି ପାଇଁ କାହିଁକି ଡାକ୍ତରୀ ପରିଚାଳନା ଅତ୍ୟାବଶ୍ୟକ ହୋଇଥାଏ ?

କ୍ରନିକ୍ ବୃକକ୍ ରୋଗରେ ସାଧାରଣତଃ ପୁରାପୁରି ସୁସ୍ଥତା ଦେଖାଯାଏ ନାହିଁ । ସିକେଡି ସର୍ବଦା ଡାୟଲିସିସ୍ କିମ୍ବା ବୃକକ୍ ପ୍ରତିରୋପଣ କରି ଜୀବନ ବଞ୍ଚାଇଥାଏ । ଅତ୍ୟନ୍ତ ବ୍ୟୟବହୁଳ ଚିକିତ୍ସା ଏବଂ ବୃକକ୍ ଉପଲବ୍ଧରେ ଅସୁବିଧା କାରଣରୁ ଭାରତରେ ୫-୧୦% ବୃକକ୍ ରୋଗୀ ଡାୟଲିସିସ୍ ଏବଂ ବୃକକ୍ ପ୍ରତିରୋପଣ ପରି ଚିକିତ୍ସା କରିପାରନ୍ତି ବା ସମସ୍ତେ କୌଣସି ସ୍ଥାୟୀ ଚିକିତ୍ସା ନପାଇ ମୃତ୍ୟୁବରଣ କରିଥାଆନ୍ତି । ତେଣୁ ଅନୁସନ୍ଧାନ ଓ ଡାକ୍ତରୀ ପରିଚାଳନା ହେଉଛି ଏକ ସ୍ୱଳ୍ପ ଖର୍ଚ୍ଚର ବ୍ୟବସ୍ଥା ଯାହାକି ଅଳ୍ପ ଖର୍ଚ୍ଚରେ ସିକେଡିକୁ ଚିକିତ୍ସା କରି ଡାୟଲିସିସ୍ ଓ ବୃକକ୍ ପ୍ରତିରୋପଣ କରିବାର ସ୍ମାୟକୁ ବିଳମ୍ବିତ କରାଇଥାଏ । ଅଧିକାଂଶ ସିକେଡି ଆକ୍ରାନ୍ତ ବ୍ୟକ୍ତି ସିକେଡି ପାଇଁ କରାଯାଇଥିବା ଡାକ୍ତରୀ ପରିଚାଳନାରେ ସୁଯୋଗ ନେବାରୁ କାହିଁକି ବଞ୍ଚିତ ହୁଅନ୍ତି ?

କ୍ରନିକ୍ ବୃକକ୍ ରୋଗର ଆରମ୍ଭ ସମଯରୁ ତାହାର ପ୍ରକୃତ ଚିକିତ୍ସା ଆରମଭ କରିବା ହେଉଛି ସ୍ଵାଗତଯୋଗ୍ୟ ପଦକ୍ଷେପ । ଅଧିକାଂଶ କ୍ରନିକ୍ ବୃକକ୍ ରୋଗୀ ଆରମ୍ଭରୁ ଚିକିତ୍ସା କରି ସମ୍ପୂର୍ଣ୍ଣ ସୁସ୍ଥତା ଅନୁଭବ କରନ୍ତି । କିନ୍ତୁ ଅନେକ କ୍ରନିକ୍ ବୃକକ୍ ରୋଗୀ ଲକ୍ଷଣ ଅଭାବରୁ ରୋଗର ଗୁରୁତ୍ଵ ଉପଲବ୍ଧି କରିପାରନ୍ତି ନାହିଁ । ତା ଛଡା ଔଷଧ ଔଷଧ ବନ୍ଦ କରିଦେବା, ଖାଦ୍ୟ ଉପରେ ନିୟନ୍ତ୍ରଣ ନରଖିବା ଓ ଚିକିତ୍ସାରର ଅବହେଳା କରିବା ଦ୍ଵାରା ଅତିଶିଘ୍ର ବୃକକ୍ ହାନି ହୋଇଥାଏ । ଏହିପରି ରୋଗୀମାନେ ଅବହେଳା କାରଣରୁ ଅତିଅଳ୍ପ ସମୟରେ ଡାୟଲିସିସ୍ ଏବଂ ବୃକକ୍ ପ୍ରତିରୋପଣ ପରି ବ୍ୟବ ବହୁଳ ଚିକିତ୍ସା ଆବଶ୍ୟକ କରନ୍ତି ।

ସିକେଡିର ଡାକ୍ତରୀ ପରିଚାଳନାର ଲକ୍ଷ୍ୟ କ’ଣ ?

କ୍ରନିକ୍ ବୃକକ୍ ରୋଗ ହେଉଛି କ୍ରମବର୍ଦ୍ଧିତ ଖରାପ ଅବସ୍ଥା, ଯାହାର କୌଣସି ସୁସ୍ଥତା ନାହିଁ ଏବଂ ଡାକ୍ତରୀ ପରିଚାଳନାର ଲକ୍ଷ୍ୟ ଗୁଡିକ ହେଲା –

  1. କ୍ରମବର୍ଦ୍ଧିତ ରୋଗର ମନ୍ଥରତା ରକ୍ଷାକରିବା ।
  2. ରୋଗର କାରଣ ଜାଣିବା ଏବଂ ତା’ର ଚିକିତ୍ସା କରିବା ।
  3. ବର୍ଦ୍ଧିତ କାର୍ଡିଓଭାସ୍କୁଲାର ରୋଗପାଇଁ ଥିବା ସଙ୍କଟକୁ କମାଇଦେବା ।
  4. ଡାୟଲିସିସ୍ ଓ ବୃକକ୍ ପ୍ରତିରୋପଣର ସମୟସୀମାକୁ ବିଳମ୍ବ କରିବା ।

ବିଭିନ୍ନ ସ୍ତରରେ ସିକେଡି ପାଇଁ କରାଯାଇଥିବା ଚିକିତ୍ସା ଗୁଡିକ କ’ଣ ?

ପ୍ରଥମ ସ୍ତର

ପ୍ରଥମତଃ ରୋଗ ନିର୍ଣ୍ଣୟ କରିବା ଓ ବଢିଯାଇଥିବା ରୋଗକୁ ଚିକିତ୍ସା ମାଧ୍ୟମରେ ଧିର କରିବା ।

  • ରୋଗୀକୁ ଶିକ୍ଷିତ କରି ରୋଗର ପରିଚାଳନା ପାଇଁ ଉପଯୁକ୍ତ କରାଇବା
  • କମରବିତ୍ ଅବସ୍ଥାର ଚିକିତ୍ସା କରିବା ଓ କାର୍ଡିଓଭାସ୍କୁଲାର ରୋଗରୁ ମୁକ୍ତି ପ୍ରଦାନ କରିବା।

ଦ୍ଵିତୀୟ ସ୍ତର

ରୋଗର କ୍ରମାଗତ ବୃଦ୍ଧିକୁ ସ୍ଥିରୀକୃତ କରିବା ।

କୋ – ପରବିତ୍ ଅବସ୍ଥାକୁ ଚିକିତ୍ସା କରିବା ।

ତୃତୀୟ ସ୍ତର

ରୋଗକୁ ସ୍ଥିର କରି ଜଟିଳତାର ଚିକିତ୍ସା କରିବା ଏବଂ ବୃକକ୍ ବିଶେଷଜ୍ଞଙ୍କ ପାଖକୁ ଯିବାକୁ ଅନୁମୋଦନ କରିବା ।

ଚତୁର୍ଥ ସ୍ତର

ବୃକକ୍ ସ୍ଥାନାନ୍ତରର ସୁବିଧା ବିଷୟରେ ରୋଗୀକୁ ବୁଝାଇବା ଏବଂ ବୃକକ୍ କୁ ଡାୟଲିସିସ୍ ମାଧ୍ୟମରେ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ କରିବା ।

ପଞ୍ଚମ ସ୍ତର

ଡାୟଲିସିସ୍ ମାଧ୍ୟମରେ ବୃକକ୍ ସ୍ଥାନାନ୍ତର କିମ୍ବା ପ୍ରତିରୋପଣ କରିବା । ସିକେଡିର ଡାକ୍ତରୀ ପରିଚାଳନାର ନଅ ସ୍ତରୀୟ ଯୋଜନା :

୧.

ପ୍ରାଥମିକ ଇତିଓଲୋଜିର ପରିଚାଳନା – ନିମ୍ନରେ ଦିଆଯାଇଥିବା ପ୍ରାଥମିକ ସ୍ଥିତିକୁ ଚିହ୍ନିବା ଓ ତା’ର ଚିକିତ୍ସା କରିବା । ଏହା ହୁଏତ ସିକେଡିର କ୍ରମୋନ୍ନତିକୁ ବିଳମ୍ବିତ ପ୍ରତିଷେଧକ କିମ୍ବା ଓଲଟା କରିପାରେ ।

  • ବହୁମୂତ୍ର ଜ୍ଞରକ୍ଷକ୍ଷସଗ୍ଧଙ୍କ ଏବଂ ହାଇପରଟେନସନ୍
  • ୟୁରିନାରୀ ଟ୍ରାକ୍ ଇନ୍ ଫେକସନ ଅଥବା ଅବଷ୍ଟ୍ରକସନ୍ ।
  • ଗ୍ଲୁମେରୁ ଲୋନଫ୍ରାଇଟିସ, ରେନୋଭାସ୍କୁଲାର ଡିଜିଜ୍, ଆନାଲଜେସିକ୍ ନେଫୋପାଥି ଇତ୍ୟାଦି ।

୨.

ସିକେଡିର କ୍ରମବର୍ଦ୍ଧିତାକୁ ଶିଥିଳ କରିବାର କୌଶଳ :

  • କ୍ରନିକ୍ ବୃକକ୍ ରୋଗରେ କ୍ରମ ବର୍ଦ୍ଧିଷ୍ଣୁ ବୃକକ୍ ରୋଗର ଗାଟିକୁ ଶିଥିଳ କରିବା ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ।
  • ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାପାଇଁ ଦୃଢତା ଏବଂ ଏସିଇ (ଉଇରି) ଇନ୍ ହିବିଟର କିମ୍ବା ଆଇଓଟେନସିନ୍ ୨ର ରିଶେଫର ବ୍ଲକର ଥେରାପି ।
  • ପ୍ରୋଟିନ ବାରଣ
  • ଲିପିଟି ଲୋୟରିଙ୍ଗଥେରାପି ଏବଂ ରକ୍ତହୀନତାରେ ସୁଧାର ।

୩.

ସପୋଟିଭ୍ ଏବଂ ଲକ୍ଷଣଗତ ଚିକିତ୍ସା :

  • ୱାଟରପିଲ୍ (ଡାସ୍ ୟୁରେଟିକସ୍) ଝାଳ ବୋହିବା କମାଇବା ସହ ପ୍ରଶରାର ମାତ୍ରା ବଢାଇବା ପାଇଁ ।
  • ଅରୁଚି କମାଇବା, ବାନ୍ତି କମାଇବା ଓ ଗ୍ୟାସଟିକ ଜନିତ ଅସ୍ଵସ୍ତିକୁ କମାଇବାପାଇଁ ଔଷଧ ସେବନ କରିବା ।
  • କ୍ୟାଲସିୟମ ଗ୍ରହଣ କରିବା, ଫସଫେଟ୍ ବାଇଣ୍ଡରମ୍ – ଭିଟାମିନ୍ ର ଅଚଳାବସ୍ଥା ଏବଂ ଅନ୍ୟ ଔଷଧ ଯାହାକି ପ୍ରତିଷେଧକ କରେ ଏବଂ ସିକେଡି ସମ୍ପୃକ୍ତ ହାର୍ଟ ରୋଗକୁ ଠିକ୍ କରେ ।
  • କମ୍ ହିମୋଗ୍ଲୋବିନ ବା ରକ୍ତହୀନତା କୁ ଲୌହ ଭିଟାମିନ୍ ଏବଂ ସ୍ଵତନ୍ତ୍ର ଏରିଥ୍ରୋପ୍ରୋଟିନ୍ ଇକେସନ୍ ମାଧ୍ୟମରେ ଠିକ୍ କରେ ।
  • କାର୍ଡିଓଭାସ୍କୁଲାର ହେଉଛି ଇଭେନ ପୂର୍ବ ସୁରକ୍ଷା । ଯେପର୍ଯ୍ୟନ୍ତ କନଟ୍ରାଟେକ୍ଟ ନହୋଇଛି ସେ ପର୍ଯ୍ୟନ୍ତ ପ୍ରତ୍ୟକଦିନ ଆସ୍ପିରିନ ଖାଇବା ପାଇଁ ପରାମର୍ଶ ଦିଆଯାଏ ।

୪.

ରିଭରସେବଲ ପ୍ୟାକ୍ଟର ପରିଚାଳନା : ରିଭରସେବଲ ପ୍ୟାକ୍ଟର କାରଣ ଗୁଡିକ ଖୋଜିବା ଓ ଚିକିତ୍ସା କରିବା ଉଚିତ୍ ନଚେତ୍ ଏହା ବୃକକ୍ କାର୍ଯ୍ୟହୀନତାର ମାତ୍ରାକୁ ପ୍ରଭାବିତ କରିପାରେ । ରିଭରସେବଲ କ୍ୟାକ୍ଟକୁ ଠିକ୍ କରିବା ବୃକକ୍ କାର୍ଯ୍ୟହୀନତା ହେବାରୁ କରେ ଓ ବୃକକ୍ କାର୍ଯ୍ୟ କରିବାରେ ସ୍ଥିରତା ଆସେ ।

  • ଭଲ୍ୟୁମ ଡେପ୍ ଲେସନ୍
  • ଅତ୍ୟଧିକ ଔଷଧ ସେବନ (ନନ୍ – ଷ୍ଟିରଏଡାଲ ଆଇବିପ୍ଲାମେଟାରି, ଆମିନୋ ଗ୍ଲାଇକୋଏସିଡ୍ ଆକ୍ଟିବାଓଟିକ) ଯୋଗୁ ବୃକକ୍ କାର୍ଯ୍ୟହୀନତା ହରାଏ ।
  • ଇନଟ୍ରା ଫକସନ୍ ବର ସଂକ୍ରମଣ ଏବଂ କଗ୍ନିଟିଭ୍ ହାର୍ଟ ଫେଲ୍ୟୁଅର ହୋଇଥାଏ ।

୫.

ସିକେଡି ଜନିତ ଜଟିଳତାର ଚିହ୍ନଟ ଏବଂ ଚିକିତ୍ସା :

ସିକେଡି ଜନିତ ଜଟିଳତା ଅତି ଶିଘ୍ର ଚିକିତ୍ସା ଆବଶ୍ୟକ କରେ ସାଧାରଣ ଜଟିଳତା ଯାହାକି ଆମ ଦୃଷ୍ଟି ବା ଆଟେନସନ୍ ଦରକାର କରେ ତାହା ହେଉଛି ମାତ୍ରାଧିକ ତରଳର ଗୁରୁତର ଅବସ୍ଥା । ରକ୍ତରେ ପୋଟାସିୟମର ମାତ୍ରା ଅଧିକ ହୋଇଯିବା ଏବଂ ଆଡଭାନ୍ସ ବୃକକ୍ ଅଚଳ ହେବାର ଅତିମାତ୍ରାରେ ଖରାପ ପ୍ରଭାବ ହୃଦୟ, ମସ୍ତିଷ୍କ ଓ ଫୁସୁଫୁସ୍ ଉପରେ ପଡେ ।

୬.

ଜୀବନ ଚର୍ଯ୍ୟାରେ ପରିବର୍ତ୍ତନ ଏବଂ ସାଧାରଣ ମାପକ :

  • ମୋଟାମୋଟି ଭାବରେ ଥିବା ବିପଦକୁ ଉପଯୁକ୍ତ ମାପକ ଦ୍ୱୟ କମାଇବା ଗୁରୁତ୍ଵ ବହନ କରେ ।
  • ଧୂମପାନ ବନ୍ଦ କରିବା ଉଚିତ୍ ।
  • ଉତ୍ତମ ସ୍ୱାସ୍ଥ୍ୟ ଓ ଓଜନ, ନିୟମିତ ବ୍ୟାୟାମ ଓ ନିୟମିତ କାର୍ଯ୍ୟ କରିବାରେ ଶାରୀରିକ ଜଟିଳତା ରହିବା ଉଚିତ୍ ।
  • ଆଲକୋହଲ କମ୍ ପିଇବା ଉଚିତ୍ ।
  • ସୁସ୍ଥ ଖାଦ୍ୟ ଯୋଜନାକୁ ଅନୁସରଣ କରିବା ଓ ଖାଦ୍ୟରେ ଲୁଣ କମ୍ ଖାଇବ ।
  • ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବ । ବୃକକ୍ ଅଚଳତାର ମାତ୍ରାକୁ ଅନୁଧ୍ୟାନ କରି ଔଷଧର ମାତ୍ରା ସ୍ଥିର କରିବ ।
  • ବୃକକ୍ ବିଶେଷଜ୍ଞଙ୍କ ଦ୍ଵାରା ପରିଚାଳନା ହୋଇଥିବା ଚିକିତ୍ସାକୁ ଅନୁସରଣ କରିବ ।

ଖାଦ୍ୟରେ ନିୟନ୍ତ୍ରଣ

ବିଭିନ୍ନ ପ୍ରକାର ଭେଦ ଓ ବୃକକ୍ ଖରାପ ହେବାର ମାତ୍ରାନୁସାରେ ସିକେଡି ପାଇଁ ଖାଦ୍ୟରେ ନିୟନ୍ତ୍ରଣ ଆବାଧ୍ୟକ ହୋଇପଡେ (୨୫ତମ ଅଧ୍ୟାୟରେ ବିସ୍ତୃତଭାବେ ବର୍ଣ୍ଣିତ) ।

  • ଲୁଣ (ସୋଡିୟମ) : ରକ୍ତଚାପର ମାତ୍ରା ଏବଂ ଫୁଲିବାର ମାତ୍ରାକୁ ନିୟନ୍ତ୍ରଣ କରିବାପାଇଁ ଲୁଣ କମ୍ ଖାଇବାକୁ ପରାମର୍ଶ ଦିଆଯାଏ । ଖାଉଥିବା ପ୍ରତ୍ୟକ ଖାଦ୍ୟରେ ଲୁଣ କମ୍ କରିବା ସହିତ ମାତ୍ରାଧିକ ଲୁଣୀ ଖାଦ୍ୟ ଯଥା – ଫାଷ୍ଟ ଫୁଡ, ପାମ୍ପଡ, ଆଚାର ଏବଂ କ୍ୟାନେଡ – ଖାଦ୍ୟର ମାତ୍ରା କମ୍ କରିବା ଉଚିତ୍ ।
  • ତରଳ ପାନୀୟର ଗ୍ରହଣ ମାତ୍ରା : ସିକେଡି ରୋଗୀ ମାନଙ୍କ କ୍ଷେତ୍ରରେ ପରିଶ୍ରାର ମାତ୍ରା କମିଯିବା ଯୋଗୁ ରୋଗୀ ଫୁଲିଯାଏ ଏବଂ ଅତିମାତ୍ରାରେ ହେଲେ ରୋଗୀ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ କାରର । ତେଣୁ ଫୁଲିଯାଇଥିବା ସିକେଡି ରୋଗୀଙ୍କୁ କମ୍ ମାତ୍ରାରେ ତରଳ ପାନୀୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଏ ।

ପୋଟାସିୟମ – ଉଚ୍ଚ ମାତ୍ରାର ପୋଟାସିୟମ ସିକେଡି ରୋଗୀ ମାନଙ୍କ ପାଇଁ ଏବଂ ସାଧାରଣ ସମସ୍ୟା । ହୃଦୟର କାର୍ଯ୍ୟରେ ଗୁରୁତର ସମସ୍ୟା ସୃଷ୍ଟି କରେ । ଏଥିରୁ ସୁରକ୍ଷା ପୋଟାସିୟମ ଯୁକ୍ତ ଖାଦ୍ୟ ଉପରେ ନିୟନ୍ତ୍ରଣ ରହିବା ଉଚିତ୍ । (ଯେପରିକି ଶୁଖିଲା ଫଳ, ପଇଡ ପାଣି, ଆଳୁ, କଦଳୀ, ତମାଟୋ ଇତ୍ୟାଦି) ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଖାଇବା ଉଚିତ୍ ।

ପ୍ରୋଟିନ୍ – ସିକେଡି ପୀଡିତ ରୋଗୀ ଉଚ୍ଚ ପ୍ରୋଟିନ୍ ଯୁକ୍ତ ଖାଦ୍ୟ କମ୍ ଖାଇବା ଉଚିତ୍ କାରଣ ଏହା ବୃକକ୍ କ୍ଷତି କରିବାରେ ସାହାଯ୍ୟ କରେ ।

ବୃକକ୍ ପ୍ରତିରୋପଣ ଅବସ୍ଥା ପାଇଁ ପ୍ରସ୍ତୁତି

  • ବାମ ପାର୍ଶ୍ଵରେ ବାହୁ ଶିରାର ସୁରକ୍ଷା ଯଥାଶିଘ୍ର ସିକେଡି ରୋଗର ନିର୍ଣ୍ଣୟ କରିବ ।
  • କେବେହେଲେ ବି ବାମ ପାର୍ଶ୍ଵ ମଧ୍ୟସ୍ଥ ହାଡର ଶିରାକୁ ଆଇଭି ଇନ୍ ଗୁଖନନ କିମ୍ବା ଇନ ସର୍ଚ୍ଚ ଇଂଲାଇନ କିମ୍ବା ରକ୍ତ ସଂଗ୍ରହ ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ।
  • ରୋଗୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ପିଶ୍ଚୁଲାବିଶେଷରେ ୬ରୁ ୧୨ ମାସ ପୂର୍ବରୁ ହେମୋଡାୟଲିସିସ୍ କରିବାପାଇଁ ପ୍ରସ୍ତୁତ କରାଇବ ।
  • କ୍ରନିକ୍ ବୃକକ୍ ରୋଗରେ ଖାଦ୍ୟର ନିୟନ୍ତ୍ରଣ ବୃକକ୍ ଖରାପ ହେବାରୁ ସୁରକ୍ଷା ପ୍ରଦାନ କରିବା ସହିତ ରୋଗ ବ୍ୟାପିବାର ଗତିକୁ କମ୍ କରିଥାଏ ।
  • ହେପାଟାଇଟିସ – ବି ଟୀକାକୁ ଯଦି ସିକେଡି ଆରମ୍ଭ ହେବା ସମୟରେ ଦିଆଯାଏ ତାହାହେଲେ ହେପାଟାଇଟିସ ‘ବି’ ଜନିତ ସଂକ୍ରମଣରୁ ତାହା ରୋଗୀକୁ ରକ୍ଷାକରେ । ରୋଗୀର ବୃକକ୍ ପ୍ରତିରୋପଣ ଓ ଡାୟଲିସିସ୍ ସମୟରେ ଚାରିଟି ମାତ୍ରାର (୦,୧,୨ ଓ ୬ ମାସ) ରିକମ୍ବିନା ହେପାଟାଇଟିସ ‘ବି’ ଟୀକା ପ୍ରତ୍ୟକର ୨ ଗୁଣ ମାତ୍ରା ଟୀକା ଇନଟ୍ରାମସ୍କୁଲାରରେ ତେଲଟୋଏଡ ରିଭିଜନରେ ଦେବା ଉଚିତ୍ ।
  • ରୋଗୀକୁ ଡାୟଲିସିସ୍ ଓ ବୃକକ୍ ପ୍ରତିରୋପଣ ପାଇଁ କରାଯାଇଥିବା ଯୋଜନା ବିଷୟରେ ଜଣାନ୍ତୁ । ପ୍ରି-ଏମ୍ପିଟିଭ୍ ବୃକକ୍ ପ୍ରତିରୋପଣ ବିଷୟରେ ବୁଝନ୍ତୁ ଓ ଗ୍ରହଣ କରନ୍ତୁ । ପ୍ରି-ଏମ୍ପିଟିଭ୍ ବୃକକ୍ କୁ ଗ୍ରହଣକାରୀ ଶରୀର ଡାୟଲିସିସ୍ କଲାବେଳେ ଶରୀର ତାକୁ ଗ୍ରହଣ କରିବାକୁ କୁହାଯାଏ ।

ବୃକକ୍ ବିଶେଷଜ୍ଞଙ୍କ (ନେଫରେଲୋଜିଷ୍ଟ) ନିକଟକୁ ପଠାଇବା ବା ନିର୍ଦ୍ଦେଶୀକୃତ ହେବା ।

ନେଫ୍ରୋଲୋଜିଷ୍ଟଙ୍କ ପାଖକୁ ପଠାଇବା ଦ୍ଵାରା ଏବଂ ଡାୟଲିସିସ୍ ପୂର୍ବଶିକ୍ଷା ଦ୍ଵାରା ରୋଗୀର ଅସୁସ୍ଥତା ଏବଂ ମୃତ୍ୟୁହାରକୁ କମାଇ ଦିଆଯାଇପାରେ । ସଅଳ ପଠାଇବା ଦ୍ଵାରା ଶେଷସ୍ତରକୁ ଯାଉଥିବା ବୃକକ୍ ରୋଗୀକୁ ଧୀମା କରାଯାଇପାରେ । ଡେରିହେଲେ ବୃକକ୍ (ରେନାଲ) ରିପ୍ଲେସ୍ ମ ଚିକିତ୍ସା କରିବାକୁ ପଡେ ।

ସିକେଡିକୁ ପ୍ରତିଷେଧ କିମ୍ବା ଧୀମା (ବିକଳ୍ପ) କରିବା ପାଇଁ କେଉଁ ଚିକିତ୍ସା ଅତ୍ୟନ୍ତ ଜରୁରୀ ?

ସିକେଡି ପଛରେ କାରଣ ଯାହା ଥାଉନା କାହିଁକି ରକ୍ତଚାପରେ ଶକ୍ତ ନିୟନ୍ତ୍ରଣ ହେଉଛି ଅତ୍ୟନ୍ତ ଜରୁରୀ ଯାହା ସିକେଡିକୁ ପ୍ରତିଶୋଧ କିମ୍ବା ବିଳମ୍ବ କରିଥାଏ । ଅନିୟନ୍ତ୍ରିତ ରକ୍ତଚାପ ସିକେଡିର ମାତ୍ରାକୁ ବଢାଇବା ସହିତ ଅବସ୍ଥାକୁ ଅତ୍ୟନ୍ତ ଜଟିଳ କରାଏ ଏବଂ ହୃ ରୋଗ ପରି ସମସ୍ୟା ସବୁ ସୃଷ୍ଟି କରେ ।

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାପାଇଁ କେଉଁ ଔଷଧ ବ୍ୟବହାର କରିବା ଉଚିତ୍ ?

ନେଫ୍ରୋଲୋଜିଷ୍ଟ ଅଥବା ଡାକ୍ତର ଉଚ୍ଚ ରକ୍ତଚାପକୁ ମାପି ତା’ପାଇଁ ଉପଯୁକ୍ତ କାର୍ଯ୍ୟକାରୀ ଔଷଧ ଚୟନ କରିବେ । ମୁଖ୍ୟ ସାଧାରଣ ଔଷଧ ଯାହା ବ୍ୟବହାର କରାଯାଏ ପ୍ରାୟତଃ ସେଗୁଡିକ ହେଲା – ଆନ୍ ଜିଓଟେନ୍ ସିନ୍, କନ୍ ଭରଟିଙ୍ଗ୍ ଏନ୍ ଯାଇମ (ଉତ୍ତର) ଇନ୍ ହିବିଟରସ୍, ବ୍ଲକରସ୍ (ଇକଈଝ) କ୍ୟାଲସିୟମ ବ୍ଲକରସ୍, ବେଟାବ୍ଲକରସ୍ ଏବଂ ନିୟୁରେଟିକସ୍ ।

(ଉତ୍ତର) (ଏସିଇ) – ଇନ୍ ହିବିଟରସ୍ ଇଜଈଝ (ଏଆରବିଏସ୍) ହେଉଛି ପ୍ରଥମ ସ୍ତରର ଚିକିତ୍ସା ଯାହାକି ରକ୍ତଚାପ କମାଏ ଏବଂ ଅତିରିକ୍ତ ଭାବେ ସ୍ଵତନ୍ତ୍ର ଲାଭ ଦିଏ । କ୍ରନିକ୍ ବୃକକ ରୋଗକୁ ବିଳମ୍ବିତ କରି ବଢିବାକୁ ଦିଏନାହିଁ ଏବଂ ବୃକକ୍ କୁ ମଧ୍ୟ ସୁରକ୍ଷା ପ୍ରଦାନ କରେ ।

ସିକେଡି କ୍ଷେତ୍ରରେ ରକ୍ତଚାପ ନିୟନ୍ତ୍ରଣର ଲକ୍ଷ କ’ଣ ?

ଉଚ୍ଚ ରକ୍ତଚାପ ସିକେଡିକୁ ଉତ୍ତେଜିତ କରିବାର କାରଣ ହୋଇପାରେ । ଯାହାକି ସିକେଡିକୁ ବଢାଇଥାଏ । ତେଣୁ ସର୍ବଦା ରକ୍ତଚାପକୁ ୧୩୦/୮୦ ମଧ୍ୟରେ ରଖିବା ଉଚିତ୍ ।

ସିକେଡି ସମୟରେ କେଉଁ ପ୍ରକ୍ରିୟା ସବୁଠାରୁ ଭଲ ରକ୍ତଚାପ ନିରୂପଣ କରିପାରେ ?

ନିର୍ଦ୍ଧିଷ୍ଟ ସମୟାନୁସାରେ ଡାକ୍ତରଙ୍କ ପରାମର୍ଶ ରକ୍ତଚାପର ସ୍ଥିତି ଜାଣିବାରେ ସହାୟକ ହୋଇଥାଏ । କିନ୍ତୁ ଏକ ରକ୍ତଚାପ ମାପକ ଜନ୍ତ୍ର କିଣି ଘରେ ରଖି କ୍ରମାଗତ ଭାବେ ବ୍ୟବହାର କରି ରକ୍ତଚାପ ମାପିବା ସବୁଠାରୁ ଉତ୍ତମ ପ୍ରକ୍ରିୟା । ରକ୍ତଚାପର ଏକ ସୂଚୀ ତାଲିକା କ୍ରମାଗତଭାବେ ଲିଖିତ କରିବା ଉଚିତ୍ ଯାହାକି ଡାକ୍ତରଙ୍କୁ ଔଷଧର ମାତ୍ରା ଦେବା ସମୟରେ ନିର୍ଣ୍ଣାୟକ ହୋଇପାରିବ ।

ଡାଇୟୁରେଟିକ୍ ଔଷଧ କିପରି ସିକେଡି ରୋଗୀକୁ ସାହାଯ୍ୟ କରେ ?

ସିକେଡି ରୋଗୀଙ୍କର ପରିଶ୍ରାରେ ମାତ୍ରା କମିଲେ ରୋଗୀ ଫୁଲିବା ସହିତ ଅଣନିଃଶ୍ଵାସୀ ହେବା ପ୍ରକ୍ରିୟାକୁ କମାଇ ଦେଇଥାଏ । ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ – ଏହି ଔଷଧ ପରିଶ୍ରାର ପରିମାଣ ବଢାଇଥାଏ କିନ୍ତୁ ବୃକକ୍ ର କାର୍ଯ୍ୟକ୍ଷମତାକୁ ବଢାଇପାରେ ନାହିଁ ।

ସିକେଡି କ୍ଷେତ୍ରରେ ରକ୍ତହୀନତା କାହିଁକି ହୁଏ ଏବଂ ଏହାକୁ କିପରି ଚିକିତ୍ସା କରାଯିବ ?

ଯେତେବେଳେ ବୃକକ୍ ଠିକ୍ କାର୍ଯ୍ୟକରେ ସେତେବେଳେ ଏକପ୍ରକାର ହରମୋନ୍ ଉତ୍ପାଦିତ ହୋଇଥାଏ ଯାହାକୁ ଏରିଥ୍ରୋପ୍ରୋଏଟିନ୍ କୁହାଯାଏ । ଯାହାକି ବୋନ୍ ମ୍ୟାରୋକୁ ଉତ୍ତେଜିତ କରାଏ ଲୋହିତ ରକ୍ତ କଣିକା ତିଆରି କରିବାପାଇଁ କିନ୍ତୁ ସିକେଡି ସହିତ ବୃକକ୍ କାର୍ଯ୍ୟକ୍ଷମତା କମିଗଲେ ଏରିଥ୍ରୋପ୍ରୋଟିନ୍ ଉତ୍ପାଦନ କମିଯାଏ, ଯାହାକି ରକ୍ତହୀନତା ସୃଷ୍ଟିକରେ ।

ସିକେଡି ସମୟରେ ରକ୍ତହୀନତା କମାଇବାପାଇଁ ୧ମ ପଦକ୍ଷେପ ହେଉଛି – ଲୌହଯୁକ୍ତ ବଟିକା, ଭିଟାମିନ୍ସ ଏବଂ ଶିରାରେ ଇଞ୍ଜେକ୍ସନ ନେବା । ମାତ୍ରାଧିକ ରକ୍ତହୀନତା କିମ୍ବା ଔଷଧ ଚିକିତ୍ସାକୁ ଗ୍ରହଣ କରୁନଥିବା ରକ୍ତହୀନତା, ସିନ୍ଥେଟିକ୍ ଏରିଥ୍ରୋପ୍ରୋଟିନ୍ ଇକେସନ୍ ଦରକାର କରେ, ଯାହାକି ବୋନ୍ ମ୍ୟାରୋକୁ ଅମ୍ଳଜାନ ବହନକାରୀ ଲୋହିତ ରକ୍ତ କଣିକା ଉତ୍ପାଦନ କରିବାରେ ସାହାଯ୍ୟ କରେ । ଏରିଥ୍ରୋପ୍ରୋଟିନ୍ ଇକେସନ୍ ଏକ ସୁରକ୍ଷିତ, ପ୍ରଭାବଯୁକ୍ତ ଏବଂ ଅତ୍ୟନ୍ତ ଗ୍ରହଣଯୋଗ୍ୟ ଚିକିତ୍ସା ପଦ୍ଧତି ସିକେଡି କାରଣରୁ ହୋଇଥିବା ରକ୍ତହୀନତା କୁ ଚିକିତ୍ସା କରିବା ପାଇଁ କିନ୍ତୁ ସଂକ୍ରମଣର ବିପଦ ଓ ଆଲର୍ଜି ରିଆକ୍ସନ ସମୟରେ ଏହା ଏକ ଗ୍ରହଣଯୋଗ୍ୟ ପଦ୍ଧତି ନୁହେଁ ।

ସିକେଡି ସମୟରେ କାହିଁକି ରକ୍ତହୀନତା ଚିକିତ୍ସାର ଆବଶ୍ୟକତା ପଡେ ?

ଲୋହିତ ରକ୍ତ କଣିକା ଅମ୍ଳଜାନକୁ ଫୁସୁଫୁସ୍ ରୁ ନେଇ ଶରୀରର ବିଭିନ୍ନ ସ୍ଥାନରେ ପହଞ୍ଚାଇଥାଏ । ଯାହାକି ପ୍ରତିଦିନର କାର୍ଯ୍ୟଦକ୍ଷତାକୁ ବଟାଇବା ସହିତ ହୃଦୟକୁ ସୁସ୍ଥ ରଖିଥାଏ । ରକ୍ତହୀନତା (କମ୍ ହିମୋଗ୍ଲୋବିନ) ସିକେଡି କ୍ଷେତ୍ରରେ ଦୁର୍ବଳତା, ଶିଥିଳତା, କମ୍ ବ୍ୟାୟାମ ଦକ୍ଷତା, ଅଣନିଃଶ୍ଵାସୀ ହେବା, ହୃଦ୍ ସ୍ପନ୍ଦନ ବୃଦ୍ଧି ପାଇବା, ଏକାଗ୍ରତାର ଅଭାବ ଘଟିବା, ଅସହ୍ୟଭାବ, ଥଣ୍ଡା ଧରିବା ଏବଂ ଛାତିରେ ଯନ୍ତ୍ରଣା ହେବାପରି ଅସୁସ୍ଥତା ମାନ ସୃଷ୍ଟି କରିଥାଏ । ସେଥିଲାଗି ସମୟାନୁସାରେ ଏହାର ଉପଯୁକ୍ତ ଚିକିତ୍ସା ଆବଶ୍ୟକ ହୋଇପଡିଥାଏ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

Last Modified : 8/13/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate