অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ରିନିକ ବୃକକ୍ ରୋଗ

କ୍ରନିକ୍ ବୃକକ୍ ରୋଗ କ’ଣ ?

ବିଭିନ୍ନ ପ୍ରକାର ବୃକକ୍ ରୋଗ ମଧ୍ୟରୁ କ୍ରନିକ୍ କିଡନୀ ରୋଗ ହେଉଛି ଅତ୍ୟନ୍ତ ମାରାତ୍ମକ ରୋଗ ଯାହାପାଇଁ ଡାକ୍ତରୀ ଚିକିତ୍ସାରେ କୌଣସି ପ୍ରତିକାର ନାହିଁ । କ୍ରନିକ୍ ବୃକକ୍ ରୋଗ ଏବଂ ବୃକକ୍ ଅଚଳାବସ୍ଥା ସାରା ପୃଥିବୀରେ ଦେଖାଦେଇଛି କିନ୍ତୁ ଖୁବ୍ ସତର୍କତା ଗତିରେ ଏହା ଦେଖାଯାଉଛି କାରଣ ୧୦ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କ୍ଷେତ୍ରରେ ଏହି ରୋଗ ଦେଖାଯାଏ । ମଧୁମେହର ବୃଦ୍ଧି, ଉଚ୍ଚ ରକ୍ତଚାପ, ମୋଟାପଣ, ଧୂମପାନ ଓ ମାତ୍ରାଧିକ କୋଲେଷ୍ଟୋରଲ ହେଉଛି କ୍ରନିକ୍ ବୃକକ୍ ରୋଗ ବୃଦ୍ଧି ପାଇବାର ପ୍ରମୁଖ କାରଣ ।

ମାସ ମାସ ଓ ବର୍ଷ ବର୍ଷ ଧରି ଯଦି କ୍ରମାଗତ ଭାବରେ ଯଦି ବୃକକ୍ ସ୍ଥାୟୀ ଭାବରେ ଅଚଳ ହୋଇଥାଏ ତେବେ ତାହାକୁ କ୍ରନିକ୍ ବୃକକ୍ ରୋଗ (CKD) କୁହାଯାଏ । ରକ୍ତ ପରୀକ୍ଷାରେ ସେରମ କ୍ରିଏଟିନ୍ ର ମାତ୍ରା ବୃଦ୍ଧି ଏବଂ ସୋନୋଗ୍ରାଫି ପରୀକ୍ଷାରେ ଯଦି ବୃକକ୍ ଛୋଟ ଅଥବା ସଙ୍କୁଚିତ ହୋଇଥାଏ ତେବେ ଏଗୁଡିକ ହେଉଛି କ୍ରନିକ୍ ବୃକକ୍ ରୋଗର ସ୍ଥାୟୀ ସୂଚନା ।

କ୍ରନିକ୍ ରେନାଲ୍ ଫେଲ୍ୟୁଅର ପୂର୍ବ ବ୍ୟବହୃତ ଏକ ଲୋକପ୍ରିୟ ଶବ୍ଦ କାରଣ ଅକ୍ଷମ ବୃକକ୍ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରେ ଯେ ବୃକକ୍ ପୁରାପୁରି ଭାବରେ କାମ କରିବା ବନ୍ଦ କରିଦେଇଛି । କିନ୍ତୁ ପ୍ରକୃତରେ ଯେଉଁମାନେ ଏହି ରୋଗରେ ପୀଡିତ ସେମାନଙ୍କ ମଧ୍ୟରୁ ବହୁତ ଲୋକଙ୍କ କ୍ଷେତ୍ରରେ ସ୍ୱଳ୍ପ ଅବା ଅଧା ଅଧି କାର୍ଯ୍ୟ କରିପାରିନଥାଏ କିନ୍ତୁ ପୁରାପୁରି ଭାବରେ କାର୍ଯ୍ୟ ବନ୍ଦ କରିନଥାଏ ।

ବୃକକ୍ ରୋଗର ଶେଷ ପରିଣତି କ’ଣ ?

କ୍ରନିକ୍ ବୃକକ୍ ରୋଗର ପ୍ରାରମ୍ଭିକ ଅବସ୍ଥାରେ (୫ ସ୍ତରୀୟ ସିକେଡି) ମଧ୍ୟ ବୃକକ୍ ଅଚଳ ହେବାର ସୂଚନା ପ୍ରଦାନ କରେ । ବୃକକ୍ ରୋଗର ଶେଷ ପରିଣତି କିମ୍ବା ରେନାଲ୍ ବୃକକ୍ ଅଚଳାବସ୍ଥାର ଶେଷ ପରିଣତି ହେଉଛି ବୃକକ୍ ରୋଗର ଶେଷ ଅବସ୍ଥାରେ ବୃକକ୍ ପୁରାପୁରି କାର୍ଯ୍ୟ କରିବା ବନ୍ଦ କରିଦିଏ । ସାଧାରଣତଃ ଶତକଡା ୧୨ ଭାଗ ବୃକକ୍ କାର୍ଯ୍ୟକ୍ଷମା ହେବା ଅବସ୍ଥାକୁ ଆସିଲେ ତାହା ବୃକକ୍ ଅଚଳ ହେବାର ଶେଷ ଅବସ୍ଥା ଭାବେ ପରିଗଣିତ ହୋଇଥାଏ ।

କ୍ରନିକ୍ ବୃକକ୍ ରୋଗର କାରଣ କ’ଣ ?

ବୃକକ୍ ତାହାର କାର୍ଯ୍ୟ ଅକ୍ଷମତା ଦେଖାଇବା ପଛରେ ମୁଖ୍ୟତଃ ୨ଟି କାରଣ ରହିଛି । ତାହା ସହିତ ଅନେକଗୁଡିଏ କାରଣ ମଧ୍ୟ ରହିଛି । କିନ୍ତୁ ୨ଟି ମୁଖ୍ୟ କାରଣ ହେଉଛି – ମଧୁମେହ ଓ ଉଚ୍ଚ ରକ୍ତଚାପ । କ୍ରନିକ୍ ବୃକକ୍ ଅଚଳ ହେବାପାଇଁ ଏହି ୨ଟି କାରଣ ଦୁଇ – ତୃତୀୟାଂଶ ଦାୟୀ । ମୁଖ୍ୟ ଏବଂ ଅନ୍ୟାନ୍ୟ କାରଣ ଗୁଡିକ ନିମ୍ନରେ ଦିଆଗଲା ।

ମଧୁମେହ

ମଧୁମେହ ରୋଗ (ଡାଇବେଟିସ) ହେଉଛି ବୃକକ୍ ଅଚଳ ହେବାର ଏକ ମୁଖ୍ୟ କାରଣ । ଯଦି ଗଣନା କରାଯାଏ ତେବେ ୩୫ ରୁ ୪୦ ଭାଗ ଲୋକଙ୍କୁ ମଧୁମେହ କାରଣରୁ କ୍ରନିକ୍ ରୋଗ ହୋଇଥାଏ । ମଧୁମେହରେ ଆକ୍ରାନ୍ତ ପ୍ରତ୍ୟକ ୩ୟ ବ୍ୟକ୍ତି କ୍ରନିକ୍ ବୃକକ୍ ରୋଗ ପ୍ରତି ସତର୍କ ରହିବା ଆବଶ୍ୟକ ।

ଉଚ୍ଚ ରକ୍ତଚାପ

ଅଚିକିତ୍ସିତ କିମ୍ବା ଅଳ୍ପ ଚିକିତ୍ସିତ ଉଚ୍ଚ ରକ୍ତଚାପ ମଧ୍ୟ ସିକେଡି (CKD) ର ଏକ ପ୍ରମୁଖ କାରଣ ଗଣନାନୁସାରେ ୩୦% ଉଚ୍ଚ ରକ୍ତଚାପ ରୋଗୀ କ୍ରନିକ୍ ବୃକକ୍ ରୋଗ ଦ୍ଵାରା ଶିକାର ହୋଇଥାଆନ୍ତି ।

ଗ୍ଲୋମେରୁଲୋନେଫ୍ରାଟାଇଟିସ୍

ଅଧିକାଂଶ କ୍ରନିକ୍ ବୃକକ୍ ରୋଗ ଗ୍ଲୋମେରୁଲୋନେଫ୍ରାଟାଇଟିସ୍ ରୋଗର ପ୍ରାଦୁର୍ଭାବରୁ ହୋଇଥାଏ ।

ପଲିସିଷ୍ଟିକ ବୃକକ୍ ରୋଗ

ଏହା ଏକ ସାଧାରଣ ଓ ବଂଶାନୁକ୍ରମିକ ରୋଗ ଯାହାଙ୍କ (CKD) ସିକେଡି ଯୋଗୁଁ ହୋଇଥାଏ । ଏଥିରେ ଉଭୟ ବୃକକ୍ ର ବହୁତ ଗୁଡିଏ ଅର୍ବୁଦ ଦେଖାଯାଇଥାଏ । ଯଦ୍ୱାରା ରୋଗୀ ସିକେଡି ରେ ଆକ୍ରାନ୍ତ ହୋଇଥାଏ ।

ଅନ୍ୟାନ୍ୟ କାରଣ

ବୃକକ୍ ର ପରିପକ୍ଵତା, ରେନାଲ୍ ଧମନୀରେ ସଙ୍କୋଚନତା, ପଥୁରୀ ଯୋଗୁ ପରିଶ୍ରାର ଧାରାରେ ବାଧା ସୃଷ୍ଟି ହେବା, ପୋଟେଷ୍ଟ ଗ୍ଲାଣ୍ଡର ବୃଦ୍ଧି ଘଟିବା, ମାତ୍ରାଧିକ ଔଷଧ ସେବନ, ବିଜାତୀୟ ପଦାର୍ଥର ମାତ୍ରାଧିକ କ୍ଷରଣ, ବାରମ୍ବାର ସଂକ୍ରମଣର ଶିକାର ହେବା ଏବଂ ବିଶେଷ କରି ପିଲାମାନଙ୍କ କ୍ଷେତ୍ରରେ ରିଫ୍ଲକ୍ସ ନେଫ୍ରୋପାଥି ଯୋଗୁ ସିକେଡି (CKD) ହୋଇଥାଏ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

Last Modified : 6/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate