অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ରିନିକ ବୃକକ୍ ରୋଗ : ଲକ୍ଷଣ ନିର୍ଣ୍ଣୟ

କ୍ରିନିକ ବୃକକ୍ ରୋଗ : ଲକ୍ଷଣ ନିର୍ଣ୍ଣୟ

କ୍ରନିକ୍ ବୃକକ୍ ରୋଗରେ ବୃକକ୍ ର କ୍ଷତିକୁ କମ୍ କରି ପୁନଃ କାର୍ଯ୍ୟକ୍ଷମ କରିବାକୁ ବହୁତ ଦିନ ଅଥବା ମାସ ଲାଗିଥାଏ । ସେଥିପାଇଁ ଶରୀର କ୍ରନିକ୍ ବୃକକ୍ ରୋଗରେ ସମସ୍ତ ଖରାପ ଅବସ୍ଥାକୁ ସହିଯାଏ ଏବଂ କାର୍ଯ୍ୟ କରିଚାଲିଥାଏ । ଏହି କାରଣରୁ କ୍ରନିକ୍ ବୃକକ୍ ରୋଗୀଙ୍କ କ୍ଷେତ୍ରରେ ବୃକକ୍ ର ବହୁତ ଖରାପ ହେବା ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଇ ନଥାଏ ।

ବୃକକ୍ ବିଭିନ୍ନ ପ୍ରକାର କାର୍ଯ୍ୟ ସଂପାଦନ କରେ । ବୃକକ୍ ର କାର୍ଯ୍ୟ ଗୁଡିକ ହେଉଛି ଶରୀରରୁ ବର୍ଜ୍ୟବସ୍ତୁର ଅପସାରଣ, ମାତ୍ରାଧିକ ତରଳର ନିଷ୍କାସନ, ରକ୍ତଚାପର ନିୟନ୍ତ୍ରଣ, ରାସାୟନିକ ଦ୍ରବ୍ୟର ସମତାରକ୍ଷା, ଲୋହିତ ରକ୍ତକଣିକାର ଉତ୍ପାଦନ ଇତ୍ୟାଦି । ସେଥିପାଇଁ ସିକେଡି ରୋଗରେ ଜଣେ ରୋଗୀଠାରୁ ଅନ୍ୟଜଣଙ୍କର ବୃକକ୍ ର କାର୍ଯ୍ୟ କରିବାରେ ଭିନ୍ନତା ଦେଖାଦିଏ ଅଥବା ଚିକିତ୍ସାଗତ ଅସୁବିଧା ମଧ୍ୟ ଦେଖାଦିଏ ।

କ୍ରନିକ୍ ବୃକକ୍ ରୋଗର ଲକ୍ଷଣ କ’ଣ ?

ରୋଗର ମାତାଧିକତା ଅନୁସାରେ କ୍ରନିକ୍ ବୃକକ୍ ରୋଗର ଲକ୍ଷଣରେ ଭିନ୍ନତା ପ୍ରକାଶ ଥାଏ । ଠିକ୍ ଭାବରେ ବୁଝିବା ପାଇଁ ଏବଂ ଉନ୍ନତ ପରିଚାଳନାଗତ କୌଶଳ ଅବଲମ୍ବନ କରିବାପାଇଁ ଗ୍ଲୋମେରୁଲାରର ଛାଣିବା ଅନୁପାତକୁ ଆଧାର କରି ସିକେଡିକୁ ପାଞ୍ଚଟି ସ୍ତରରେ ବିଭକ୍ତ କରାଯାଇଛି ଗ୍ଲୋମେରୁଲାର (ଜିଏଫ୍ଆର) ରକ୍ତରେ ଥିବା ବର୍ଜ୍ୟ ବସ୍ତୁକୁ ବୃକକ୍ କେତେ ପରିମାଣରେ ଛାଣି ପାରୁଛି ତାକୁ ଦର୍ଶାଇ ଥାଏ, ଏବଂ ରକ୍ତରେ କ୍ରିଏଟିନ ର ମାତ୍ରା କେତେ ରହୁଛି ତାହା ମଧ୍ୟ ସ୍ଥିର କରିହାଏ । ‘ଜିଏଫଆର’ ନିର୍ଭୁଲ ମାପକ ଏବଂ ଏହାର ସାଧାରଣ ମାତ୍ରା ୯.୦ ମି:ଲି ପ୍ରତି ମିନିଟ୍ ଠାରୁ ଅଧିକ ।

ସ୍ତର

ସ୍ତର – ୧

ସ୍ତର – ୨

ସ୍ତର –୩

ସ୍ତର – ୪

ସ୍ତର – ୫

 

ସାଧାରଣ ଜିଏଫଆର

ସ୍ୱଳ୍ପ ମାତ୍ରା ସିକେଡି

ନିମ୍ନମାତ୍ରା ସିକେଡି

ମାତ୍ରାଧିକ ସିକେଡି

ଶେଷଥର ସିକେଡି

ଜିଏଫଆର

>୯୦ ମି.ଲି/ ମିନିଟ୍ କୁ

୬୦- ୯୦ ମି.ଲି/ ମିନିଟ୍ କୁ

୩୦-୫୯ ମି.ଲି / ମିନିଟ୍ କୁ

୧୫-୨୯ ମି.ଲି / ମିନିଟ୍ କୁ

< ୧୫ ମି.ଲି / ମିନିଟ୍ କୁ

ସିକେଡି ସ୍ତର – ୧ (ବୃକକ୍ ୯୦-୧୦୦% କାର୍ଯ୍ୟକ୍ଷମ)

ପ୍ରାଥମିକ ପର୍ଯ୍ୟାୟରେ ଲକ୍ଷଣ ବିହୀନ ସିକେଡି ସ୍ତରରେ କୌଣସି ବୃକକ୍ କ୍ଷତିଗ୍ରସ୍ତ ହୋଇନଥାଏ । (ସେରମ କ୍ରିଏଟିନ୍ ସାଧାରଣ ସ୍ତରରେ ଥାଏ)ନିୟମିତ ଲାବୋରେଟୋରି ଟେଷ୍ଟ ବା ପରୀକ୍ଷା ସମୟରେ ଅଥବା ଅନ୍ୟକୌଣସି ରୋଗ ପାଇଁ କରାଯାଉଥିବା ପରୀକ୍ଷା ନିରୀକ୍ଷା ସମୟରେ ସ୍ତର – ସିକେଡି ସମ୍ବନ୍ଧରେ ଜଣାପଡିଥାଏ । ପରିଶ୍ରାରେ ପ୍ରୋଟିନ୍ ର ଉପସ୍ଥିତିରୁ ସ୍ତର – ସିକେଡି ସୂତ୍ର ଜଣାପଡେ । ଏକ୍ସ – ରେ ମାଧ୍ୟମରେ ବୃକକ୍ ର ଗଠନଗତ କ୍ଷତିର ଆକଳନ କରାଯାଏ, ଅଲ୍ଟ୍ରାସାଉଣ୍ଡ, ଏମ୍.ଆର.ଆଇ କିମ୍ବା ସିଟି ସ୍କାନ କିମ୍ବା ପାରିବାରିକ ଇତିହାସରୁ ପଲିସିଷ୍ଟିକ ବୃକକ୍ ରୋଗ ବିଷୟରେ ଜଣାପଡେ ।

ସିକେଡି ସ୍ତର – ୨ (ବୃକକ୍ ୬୦ – ୮୯% କାର୍ଯ୍ୟକ୍ଷମ)

ସ୍ୱଳ୍ପ ମାତ୍ରାର ସିକେଡିରେ ରୋଗୀର କୌଣସି ଲକ୍ଷଣ ଦେଖାଯାଏ ନାହିଁ । କିନ୍ତୁ ଏହା ଦେଇତୀୟ ସ୍ତରର ସିକେଡିକୁ ସୂଚିତ କରିଥାଏ । ହୋଇପାରେ ନକ୍ଟୋରିଆ ଯୋଗୁଁ ରକ୍ତଚାପରେ ବଢିଯିବା, ପରିଶ୍ରାରେ ବ୍ୟତିକ୍ରମ ଦେଖାଦେବା ଏବଂ ସାଧାରଣଠାରୁ ସ୍ୱଳ୍ପମାତ୍ରାରେ ସେରମ କ୍ରିଏଟିନ୍ ର ମାତ୍ରା ଅଧିକ ରହିବା ଯୋଗୁଁ ବୃକକ୍ ଅକାମୀ ହେବାର ଲକ୍ଷଣ ସିକେଡିର ଦ୍ଵିତୀୟ ସ୍ତରକୁ ସୂଚାଇଥାଏ ।

ସିକେଡି ସ୍ତର – ୩ (ବୃକକ୍ ୩୦ – ୫୯% କାର୍ଯ୍ୟକ୍ଷମ)

ସ୍ୱଳ୍ପ ମାତ୍ରାରୁ ଟିକେ ଅଧିକ ମାତ୍ରାର ସିକେଡି ରୋଗୀର ତୃତୀୟ ସ୍ତରରେ ସ୍ୱଳ୍ପ ଲକ୍ଷଣ ଦେଖାଯାଇଥାଏ ଅଥବା ଲକ୍ଷଣ ବିହୀନ ହୋଇପାରେ । ହୁଏତ ଏହା ଦୀର୍ଘଦିନ ଧରି ପରିଶ୍ରାରେ ବ୍ୟତିକ୍ରମ ଯୋଗୁଁ ସେରମ କ୍ରିଏଟିନ୍ ର ବୃଦ୍ଧି ଯୋଗୁଁ ସିକେଡିର ତୃତୀୟ ସ୍ତରର ଲକ୍ଷଣ ଦେଖାଇଥାଏ ।

ସିକେଡି ସ୍ତର – ୪ (ବୃକକ୍ ୧୫ – ୩୦% କାର୍ଯ୍ୟକ୍ଷମ)

ସିକେଡିର ମାତ୍ରା ଅଧିକ । ଚତୁର୍ଥ ସ୍ତରର ସିକେଡିରେ ବିଭିନ୍ନ ପ୍ରକାର ଲକ୍ଷଣ, ଅତି ଅଳ୍ପ ଏମ ନିର୍ଦ୍ଧିଷ୍ଟ ହୋଇନଥିବା ଲକ୍ଷଣ ଠାରୁ ମାତ୍ରାଧିକ ଲକ୍ଷଣ କାର୍ଯ୍ୟ, ଯଦିଓ ତାହା ବୃକକ୍ ଅଚଳ ଏବଂ ଅସୁସ୍ଥତା ସହ ଜଡିତ ହେବା ଉପରେ ନିର୍ଭର କରେ ।

ସିକେଡି ସ୍ତର – ୫ (ବୃକକ୍ ୧୫% କିମ୍ବା ତାଠାରୁ କମ୍ କାର୍ଯ୍ୟକ୍ଷମ)

ଅତିମାତ୍ରାରେ ଅଚଳ ହୋଇଯିବା ବା ବୃକକ୍ ଅକାମୀ ହେବାର ଶେଷ ଅବସ୍ଥା । ସିକେଡିର ପଞ୍ଚମ ସ୍ତରରେ ବିଭିନ୍ନ ପ୍ରକାରର ବିଭିନ୍ନ ମାତ୍ରାର, ସାଧାରଣ ସ୍ତରରୁ ଆରମ୍ଭ କରି ଅତିମାତ୍ରାରେ ଖରାପ ଲକ୍ଷଣ ଯାହାକି ଜୀବନ ପରତି ବିପଦ ଥିବା ପରି ଲକ୍ଷଣମାନ ପ୍ରକାଶ ପାଇଥାଏ । ଏହି ସ୍ତରରେ ବିଭିନ୍ନ ପ୍ରକାରର ଔଷଧ ଚିକିତ୍ସା ଦ୍ଵାରା ବୃକକ୍ କାର୍ଯ୍ୟହୀନ ହେବାର ମାତ୍ର ବୃଦ୍ଧିପାଏ ତେଣୁ ଅଧିକାଂଶ ରୋଗୀଙ୍କର ଡାୟଲିସିସ୍ କିମ୍ବା ବୃକକ୍ ପ୍ରତିରୋପଣ କରିବା ଆବଶ୍ୟକ ପଡିଥାଏ ।

ବୃକକ୍ ରୋଗର ସାଧାରଣ ଲକ୍ଷଣ

  • ଭୋକ ନଲାଗିବା, ଅରୁଚିହେବା, ବାନ୍ତି ଲାଗିବା ।
  • ଦୁର୍ବଳ ଲାଗିବା, କ୍ଲାନ୍ତ ଅନୁଭବ କରିବା ଏବଂ ଓଜନ କମିଯିବା ।
  • ଝାଳବାହାରିବା, ପାଦଫୁଲିବାମ ହାତ କିମ୍ବା ଆଖିତଳ ଓ ମୁହଁଫୁଲିଯିବା ।
  • ଉଚ୍ଚ ରକ୍ତଚାପ, ବିଶେଷକରି ଯୁବାବସ୍ଥାରେ କିମ୍ବା ମାତ୍ରାଧିକ ଅନିୟନ୍ତ୍ରିତ ରକ୍ତଚାପ ଦେଖାଯିବା ।
  • ବୃକକ୍ ଦ୍ଵାରା ଉତ୍ପାଦିତ ଏରିଥ୍ରୋପ୍ରୋଟିନ୍ ମାତ୍ରା ହ୍ରାସ ପାଇଆଯୋଗୁଁ ରକ୍ତହୀନତା ହେବା ଯଦି ପାଲୋରର ଆରଣ ହୋଇଥାଏ ।
  • ଅନିଦ୍ରା, ଦୃଢ ମନୋଭାବର ଅଭାବ ଏବଂ ଅଳସୁଆମି ।
  • କୁଣ୍ଡେଇ ହେବା, ମାଂସପେଶୀର ଖିଲ ମାରିବା, ବ୍ୟସ୍ତ ଲାଗିବା ଏବଂ ଦୃଢ ମନୋଭାବର ଅଭାବ ଦେଖାଯିବା ।
  • ପଛପାଖରେ ଥିବା ରିବ୍ ହାତ ତଳେ ଯନ୍ତ୍ରଣା ହେବା ।
  • ସାଧାରଣ ଠାରୁ ଅଧିକ ମାତ୍ରାରେ ପରିଶ୍ରାରେ ବ୍ୟତିକ୍ରମ ଦେଖାଯିବା ବିଶେଷ କରି ରାତ୍ରିରେ (ନେକ୍ଟୋରିଆ) ।
  • ହାଡରେ କଷ୍ଟହେବା ଏପରିକି ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ହାଡ ଭାଙ୍ଗିବା ଏବଂ ପିଲାମାନଙ୍କ କ୍ଷେତ୍ରରେ ହାଡ ବୃଦ୍ଧି ବାଧାପ୍ରାପ୍ତ ହେବା ଏସବୁର କାରଣ ହେଉଛି ବୃକକ୍ ଦ୍ଵାରା ଉତ୍ପାଦିତ ହେଉଥିବା ଆକ୍ଟିଭ ଫର୍ମର ଭିଟାମିନ୍ – ଡି ର ଅଭାବ ।
  • ଯୌନ ଆବେଗ କନିଯିବା ଏବଂ ପୁରୁଷ ମାନଙ୍କ କ୍ଷେତ୍ରରେ ଇଲେକ୍ଟାଇଲ ଡାଇଫଙ୍କସନ୍ ଏବଂ ମହିଳାଙ୍କ କ୍ଷେତ୍ରରେ ମାସିକ ଋତୁରେ ଅନିୟମିତତା ।
  • ବୃକକ୍ ରୋଗ ପୁରାପୁରି ଭାବରେ କାର୍ଡିଓଭାସ୍କୁଲାର ଜନିତ ମୃତ୍ୟୁକୁ ଆମନ୍ତ୍ରଣ କରେ ।

ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ବ୍ୟକ୍ତିଙ୍କର କେତେବେଳେ ସିକେଡିର ଅନୁମାନ କରାଯିବ ?

ଉଚ ରକ୍ତଚାପରେ ଆକ୍ରାନ୍ତ ବ୍ୟକ୍ତିଙ୍କର ସିକେଡି ହେବାର ଅନୁମାନ କରାଯାଇପାରେ ଯଦି :

  • ତିନିବର୍ଷ ରୁକମ୍ କିମ୍ବା ୫୦ ବର୍ଷରୁ ଅଧିକ ହୋଇଥିବା ବ୍ୟକ୍ତି ଯଦି ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ହୋଇଥିବାର ଜଣାପଡେ।
  • ରୋଗ ଚିହ୍ନିତ ହେବା ସମୟରେ ଯଦି ରକ୍ତଚାପ ବହୁତ ଅଧିକ ଥାଏ (ଉଦାହରଣ : - ୨୦୦/୧୨୦ ମି.ମି ରୁ ଅଧିକ) ଥାଏ ତେବେ ।
  • ନିୟମିତ ଚିକିତ୍ସା ପରେ ମଧ୍ୟ ରକ୍ତଚାପ ନିୟନ୍ତ୍ରିତ ନ ହୋଇ ମାତ୍ରାଧିକ ରହେ ।
  • ଉଚ୍ଚ ରକ୍ତଚାପ ଯୋଗୁଁ ଦୃଷ୍ଟି ଶକ୍ତିରେ ଅସୁବିଧା ହୁଏ ।
  • ପରିଶ୍ରାରେ ପ୍ରୋଟିନ୍ ନିଷ୍କାସିତ ହେଉଥିଲେ ।
  • ଉଚ୍ଚ ରକ୍ତଚାପଗ୍ରସ୍ତ ବ୍ୟକ୍ତି ସିକେଡିରେ ଆକ୍ରାନ୍ତ ହେବାର ଲକ୍ଷଣ ଗୁଡିକ ହେଲା : - ଫୁଲିଯିବା, ଭୋକ ନ ଲାଗିବା, ଦୁର୍ବଳ ଲାଗିବା ଏବଂ ଅନ୍ୟାନ୍ୟ ।

ମାତ୍ରାଧିକ କ୍ରନିକ୍ ବୃକକ୍ ରୋଗରେ କେଉଁପ୍ରକାର ଅସୁବିଧା ଦେଖାଦିଏ ?

କ୍ରନିକ୍ ବୃକକ୍ ରୋଗର ନିର୍ଣ୍ଣୟ : -

କ୍ରନିକ୍ ବୃକକ୍ ରୋଗର ପ୍ରାରମ୍ଭରୁ କୌଣସି ଲକ୍ଷଣ ଦେଖାଯାଏ ନାହିଁ । କେବଳ ପରୀକ୍ଷାଗାରରେ ପରୀକ୍ଷା କରାଯାଇ କୌଣସି ବଢୁଥିବା ସମସ୍ୟା ବିଷୟରେ ଜାଣିହୁଏ । ଯଦି କ୍ରନିକ୍ ବୃକକ୍ ରୋଗର ସନ୍ଦେହ ହୁଏ, ତେବେ କ୍ରନିକାଲ ଷ୍ଟାଟସ କିମ୍ବା ନିୟମିତ ମୂଲ୍ୟ ନିରୂପଣର ଆଧାରରେ କ୍ରନିକ୍ ବୃକକ୍ ରୋଗ ସନ୍ଦେହ କରାଯାଇଥିବା ବ୍ୟକ୍ତିଙ୍କୁ ଲ୍ୟାବ୍ ପରୀକ୍ଷା କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଏ । କ୍ରନିକ୍ ବୃକକ୍ ରୋଗ ନିର୍ଣ୍ଣୟ କରିବା ପାଇଁ ତିନୋଟି ପରୀକ୍ଷା ଗୁଡିକ ହେଲା – ଉଚ୍ଚ ରକ୍ତଚାପ, ପରିଶ୍ରା ପରୀକ୍ଷା କରି ପରିଶ୍ରାରେ କେତେ ପରିମାଣ ଆଲବୁମିନ ନିଷ୍କାସିତ ହେଉଛି ତାହା ଜାଣିବା ଏବଂ ରକ୍ତ ପରୀକ୍ଷା ଦ୍ଵାରା ସେରମ୍ କ୍ରିଏଟିନ୍ ମାତ୍ରାରୁ କ୍ରନିକ୍ ବୃକକ୍ ରୋଗ ସମ୍ବନ୍ଧରେ ସଠିକ ତଥ୍ୟ ଜାଣିହୁଏ ।

  1. ହିମୋଗ୍ଲୋବିନ :
  2. ସିକେଡି ରେ ଆକ୍ରାନ୍ତ ବ୍ୟକ୍ତିଙ୍କର ରକ୍ତ ପରୀକ୍ଷା କଲେ ହିମୋଗ୍ଲୋବିନ ମାତ୍ରା ସାଧାରଣ ଠାରୁ କମ୍ ଥିବାର ଜଣାଯାଏ । ବୃକକ୍ ରେ ଏରିଥ୍ରୋ ପ୍ରୋଟିନ୍ ର ଉତ୍ପାଦନ କମ୍ ହେବାଯୋଗୁଁ (ରକ୍ତହୀନତା) ହିମୋଗ୍ଲୋବିନ କମ୍ ହେବାର ଦେଖାଯାଏ ।

  3. ପରିଶ୍ରା ପରୀକ୍ଷା :
  4. ପରିଶ୍ରାରେ ଆଲବୁମିନ କିମ୍ବା ପ୍ରୋଟିନ୍ ନିଷ୍କାସିତ ହେଲେ ତାକୁ (ଆଲବୁମିନ୍ୟୁରିଆ) କିମ୍ବା ପ୍ରୋଟେନ୍ୟୁରିଆ କୁହାଯାଏ) ଏବଂ ଏହା କ୍ରନିକ୍ ବୃକକ୍ ରୋଗର ସୂଚନା ପ୍ରଦାନ କରେ । ଏପରିକି ପରିଶ୍ରାରେ ଅତି କମ୍ ମାତ୍ରର ଆଲବୁମିନ ନିଷ୍କାସିତ ହେଲେ ତାକୁ ମାଇକ୍ରୋ ଆଲବୁମିନ୍ୟୁରିଆ କୁହାଯାଏ । ଏହା ମଧ୍ୟ ମଧୁମେହରେ ଆକ୍ରାନ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ କ୍ରନିକ୍ ବୃକକ୍ ରୋଗର ଆଗୁଆ ସୂଚନା ପ୍ରଦାନ କରେ । ଜ୍ଵର ହେବା କାରଣରୁ କିମ୍ବା ମାତ୍ରାଧିକ ବ୍ୟାୟାମ କରିବା ଯୋଗୁଁ ମଧ୍ୟ ପରିଶ୍ରାରେ ପ୍ରୋଟିନ ନିଷ୍କାସିତ ହୋଇପାରେ । ସେଥିପାଇଁ ଏକ ନିର୍ଦ୍ଧିଷ୍ଟ ରୋଗ ନିର୍ଣ୍ଣୟ କରିବା ପୂର୍ବରୁ ଅନ୍ୟାନ୍ୟ ସବୁ କାରଣକୁ ଅଣଦେଖା କରାଯାଇପାରେ ।

  5. ସେରମ୍ କ୍ରିଏଟିନ୍ ରକ୍ତରେ ୟୁରିଆ ନାଇଟ୍ରୋଜେନ ଏବଂ ଇଜ୍ୟ ଏଫ ଆର :
  6. ବୃକକ୍ ଅଚଳ ହେବାର ସଙ୍କେତ ଉପରୋକ୍ତ ରକ୍ତ ପରୀକ୍ଷାରୁ ନିର୍ଣ୍ଣୟ କରାଯାଏ । ବୃକକ୍ ଅଚଳ ହୋଇ ଖରାପ ସ୍ଥିତିକୁ ଗତିକଲେ ଡ଼ାକ୍ତର କ୍ରିଏଟିନ୍ ଏବଂ ୟୁରିଆ ମାତ୍ରା ବଢିଯାଇଥାଏ । କ୍ରମାଗତ କ୍ରିଏଟିନ୍ ର ମାତ୍ରା ଅନୁଧ୍ୟାନ କରିବା ଫଳରେ ସିକେଡିକୁ ଦୂର କରିବାପାଇଁ କରାଯାଉଥିବା ଚିକିତ୍ସାର ସୁଫଳତାକୁ ଗ୍ରହଣ କରାଯାଇପାରେ ।

    ବୃକକ୍ କାର୍ଯ୍ୟ କ୍ଷମତାକୁ ଜାଣିବାପାଇଁ ରକ୍ତରେ କ୍ରିଏଟିନ୍ ର ମାତ୍ରାକୁ ଅନୁଧ୍ୟାନ କରିବା ଉଚିତ୍ କିନ୍ତୁ ସ୍ଥିରିକୃତ ଜିଏଫଆର (ଇଜିଏଫଆର) ହେଉଛି ଅଧିକ ନିର୍ଭୁଲ ମାପକ । କ୍ରିଏଟିନ୍ ପରୀକ୍ଷାଠାରୁ ଇଜିଏଫଆର ପରୀକ୍ଷା ଦ୍ଵାରା ବୃକକ୍ ରୋଗ ଆରମ୍ଭ ଅବସ୍ଥାରୁ ଜଣାପଡିଥାଏ ଏବଂ ଅଧିକ ବିଶ୍ଵାସଯୋଗ୍ୟ ହୋଇଥାଏ । ବୟସ, ଲିଙ୍ଗ ଏବଂ ରକ୍ତ କ୍ରିଏଟିନ୍ ମାତାରୁ ଇଜିଏଫଆର ନିର୍ଣ୍ଣୟ କରାଯାଏ । ସିକେଡିର କ୍ରମୋନ୍ନତି ଏବଂ ଗମ୍ଭୀରକୁ ଇଜିଏଫଆର (ଇଜିଏଫଆର) ପରୀକ୍ଷା ମାଧ୍ୟମରେ ଜାଣିହୁଏ । ଇଜିଏଫଆର ଆଧାରରେ ସିକେଡି ପାଞ୍ଚଟି ସ୍ତରରେ ବିଭାଜିତ । ଏହି ସ୍ତରରେ ଅନ୍ୟାନ୍ୟ ବହୁତ ଦରକାରୀ ପରୀକ୍ଷା ଓ ଅନ୍ୟାନ୍ୟ ପରୀକ୍ଷାକୁ ପ୍ରବର୍ତ୍ତାଇ ଉପଯୁକ୍ତ ପରିଚାଳନା ପାଇଁ ଅନୁମୋଦନ ବା ଉପଦେଶ ଦେଇହେବ ।

  7. ବୃକକ୍ ର ଅଲ୍ଟ୍ରାସାଉଣ୍ଡ :
  8. କ୍ରନିକ୍ ବୃକକ୍ ରୋଗର ନିର୍ଣ୍ଣୟ କରିବା ପାଇଁ ଅଲ୍ଟ୍ରାସାଉଣ୍ଡ ହେଉଛି ଏକ ସରଲା ଏବଂ ଅଧିକ ପ୍ରଭାବଶାଳୀ ପରୀକ୍ଷା । ଶୁନ୍ କେନ୍ ବୃକକ୍ ହେଉଛି କ୍ରନିକ୍ ରୋଗର ଏକ ନିର୍ଣ୍ଣୟକାରୀ ପଥ । ବୟସ୍କ ପଲିସିଷ୍ଟିକ ବୃକକ୍, ଡାଇବେଟିକ୍ ନେଫ୍ରୋପାଥି ଏବଂ ଆମାଇଲୋଇଡୋସିସ୍ ଯୋଗୁଁ ଯଦି ସିକେଡି ନିର୍ଣ୍ଣୟ ହୁଏ ସେତେବେଳେ ଯାହାହେଉ ; ସାଧାରଣ କିମ୍ବା ବଡ ବୃକକ୍ ର ଆକାର ଦେଖାଯାଇଥାଏ । ୟୁରିନାରୀ ଅବଷ୍ଟ୍ରାକସନ୍ କିମ୍ବା ବୃକକ୍ ପଥୁରୀ ଯୋଗୁଁ ହେଉଥିବା ସିକେଡି ରୋଗର ନିର୍ଣ୍ଣୟ ପାଇଁ ଅଲ୍ଟ୍ରାସାଉଣ୍ଡ ପଦ୍ଧତି ବ୍ୟବହାର କରାଯାଏ ।

  9. ଅନ୍ୟାନ୍ୟ ପରୀକ୍ଷା :
  10. ସିକେଡି ବୃକକ୍ ର ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟରେ ବିଭ୍ରାଟ ସୃଷ୍ଟି କରେ । ଏସବୁ ବିଭ୍ରାଟକୁ ମୂଲ୍ୟାୟନ କରିବାପାଇଁ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା ନିରୀକ୍ଷା କରାଯାଏ । କ୍ରମାଗତ ଭାବରେ ସିକେଡି ରୋଗୀଙ୍କର ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା କରାଯାଏ । ଯାଥା : - ଇଲେକ୍ଟ୍ରାଲାଇଟ୍ ଏବଂ ଏସିଡ୍ – ବେସ୍ ସମତା (ସୋଡିୟମ ପୋଟାସିୟମ, ମ୍ୟାଗ୍ନେସିୟମ, ବାଇକାର୍ବୋନେଟ) ଇତ୍ୟାଦି । ରକ୍ତହୀନତା ପାଇଁ (ହେମୋଟ୍ରୋକିଟ, ଫେରିଟିନ, ଟ୍ରାନ୍ସଫେରିନ, ସାଚ୍ୟୁରେସନ ପେରିଫେରାଲ ସ୍ପୟର) ଇତ୍ୟାଦି ପରୀକ୍ଷା କରାଯାଏ । ହାଡରୋଗ ପାଇଁ (କ୍ୟାଲସିୟମ ଫସଫରସ୍ ଆଲକାଲାଇନ୍ ଫସଫେଟ୍ ପାରା ଥାଇରଏଡ ହରମୋନ ପରୀକ୍ଷା କରାଯାଏ । ଅନ୍ୟାନ୍ୟ ସାଧାରଣ ପରୀକ୍ଷା (ସେରମ ଆଲବୁମିନ, କୋଲେଷ୍ଟୋରଲ, ଟ୍ରାଇଗ୍ଲିସେରାଇଡ, ରକ୍ତ ଗ୍ଲୁକୋଜଏବଂ ହିମୋଗ୍ଲୋବିନ ଏ/ସି, ଇସିଜି ଏବଂ ଇକୋ କୋର୍ଡିଓଗ୍ରାଫି ପରୀକ୍ଷା କରାଯାଏ ।

ସିକେଡିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି କେତେବେଳେ ଡାକ୍ତରଙ୍କ ସହ ପରାମର୍ଶ କରିବ ?

ସିକେଡିରେ ଆକ୍ରାନ୍ତ ପୁରୁଷ ବା ମହିଳା ଯଥା ଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ଯେତେବେଳେ : -

  • ଅବର୍ଣ୍ଣନୀୟ ବା ଅତିମାତ୍ରାର ଓଜନ ଅତିଶିଘ୍ର ବୃଦ୍ଧି ପାଉଥିବ ପରିଶ୍ରାର ମାତ୍ରା ବହୁତ କମିଯିବ, ଫୁଲିଯିବ, ନିଶ୍ଵାସ ନେବାରେ କଷ୍ଟ, ଶୋଇଲାବେଳେ ବେଶୀ ଅନୁଭବ ହେବ ।
  • ଛାତିରେ ଯନ୍ତ୍ରଣା ହେବା, ଅତି ଧିର କିମ୍ବା ଅତି ପ୍ରଖର ନିଶ୍ଵାସ ଏବଂ ଛାତିରେ କମ୍ପନ ଅନୁଭବ ହେବ ।
  • ଜ୍ଵର ହେବ, ଅତିମାତ୍ରାରେ ଝାଡା ହେବ, ଭୋକ ନଲାଗିବ, ମାତ୍ରାଧିକ ବାନ୍ତି ହେବ । ବାନ୍ତିରେ ରକ୍ତ ପଡିଲେ ଏବଂ ଆଶାତୀତ ଭାବେ ଓଜନ କମିଥିଲେ ।
  • ମାତ୍ରାଧିକ ମାଂସପେଶୀ ଜନିତ ଦୁର୍ବଳତା ହଠାତ୍ ଦେଖାଦେଲେ ।
  • ଅସ୍ଥିରତା ବୃଦ୍ଧି ପାଇଲେ, ଅଳସୁଆ ଲାଗିଲେ କିମ୍ବା ବାତ ମାରିଲେ ।
  • ଠିକ୍ ଭାବରେ ନିୟନ୍ତ୍ରଣାଧୀନ ଥିବା ରକ୍ତଚାପ ହଠାତ୍ ଅନିୟନ୍ତ୍ରିତ ହୋଇଗଲେ । ପରିଶ୍ରାରେ ରକ୍ତ ପଡିଲେ କିମ୍ବା ଅତିମାତ୍ରାରେ ରକ୍ତ ପରିଶ୍ରାରେ ନିର୍ଗତ ହେଲେ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate