ହୋମ / ସ୍ଵାସ୍ଥ୍ୟ / ରୋଗ / ବୃକକ୍ / ଡାୟଲିସିସ୍
ସେଆର କରନ୍ତୁ

ଡାୟଲିସିସ୍

ଡାୟଲିସିସ୍ କଣ ସେ ସମ୍ବନ୍ଧରେ ସୂଚନା ।

ହେମୋଡାୟଲିସିସ୍

ଶେଷ ସ୍ତରରେ ଥିବା ବୃକକ୍ ରୋଗର ଚିକିତ୍ସା ପାଇଁ ହେମୋଦାୟଲିସିସ୍ ଚିକିତ୍ସା ହେଉଛି ସର୍ବୋତ୍ତମ ଚିକିତ୍ସା । ହେମୋଡାୟଲିସିସ୍ ର ରକ୍ତ ଡାୟଲିସିସ୍ ମେସିନ୍ ଏବଂ ଡାୟଲିସିସ୍ ମାଧ୍ୟମରେ ପରିଷ୍କୃତ ହୁଏ ।

କିପରି ହେମୋଡାୟଲିସିସ୍ ହୁଏ ?

ଅଧିକାଂଶ ହେମୋଡାୟଲିସିସ୍ ଡାୟଲିସିସ୍ ସେ ସ୍ତରରେ ଡାକ୍ତର,ନର୍ସ ଏବଂ ଡାୟଲିସିସ୍ ଟେକ୍ନିସିଆନଙ୍କ ଦ୍ଵାରା କରାଯାଇଥାଏ ।

  • ଡାୟଲିସିସ୍ ମେସିନ୍ ଫେକ୍ସିବୁଲ ବ୍ଲଡ ଟ୍ୟୁନିଙ୍ଗ ମାଧ୍ୟମରେ ମିନିଟ୍ କୁ ୩୦୦ ମି.ଲି. ରକ୍ତ ଶରୀରରୁ ଡାୟାଲାଇଜର ମାଧ୍ୟମକୁ (ମଧ୍ୟକୁ) ପମ୍ପ କରିଥାଏ। ହେବାରିନ୍ କ୍ରମାଗତ ଭାବରେ ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ ।
  • ଡାୟାଲାଇଜର (କୃତ୍ରିମ ବୃକକ୍ ହେଉଛି ଏକ ବିଶେଷ ଛଣାଯନ୍ତ୍ର), ଯାହାକି ମାତ୍ରାଧିକ ତରଳ ଓ ବର୍ଜ୍ୟ ଉତ୍ପାଦକୁ ବାହାର କରିଦେଇଥାଏ । କିଛି ବିଶେଷ ମିଶ୍ରଣ ଯାହାକୁ ଡାୟାଲାଇସେଟ୍ କୁହାଯାଏ ଯାହା ଡାୟଲିସିନ୍ ମେସିନ୍ ଦ୍ଵାରା ତିଆରି ହୁଏ ତା’ ସାହାଯ୍ୟରେ ଡାୟାଲାଇଜର ରକ୍ତକୁ ପରିଷ୍କାର କରିଥାଏ ।
  • ଥରେ ରକ୍ତ ପରିଷ୍କାର ହୋଇଗଲା ପରେ ମେସିନ୍ ତାକୁ ଶରୀରକୁ ପଠାଇ ଦିଏ ।
  • ହେମୋଡାୟଲିସିସ୍ ସପ୍ତାହକୁ ୩ଥର କରାଯାଇପାରେ ଏବଂ ପ୍ରତିଥର ଏହି ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲେ ।

ହେମୋଡାୟଲିସିସ୍ ପ୍ରଣାଳୀ ସମ୍ପୂର୍ଣ୍ଣ ହେବାପରେ କିପରି ରକ୍ତ ଶୋଧନ କରାଯାଇ ଶରୀରରୁ ବାହାର କରାଯାଏ ଓ ପୁଣି ଶରୀରକୁ ରକ୍ତ ଫେରାଇ ନିଆଯାଏ ?

ହେମୋଡାୟଲିସିସ୍ ସଂଗଠିତ କରାଯିବାପାଇଁ ତିନୋଟି ମୁଖ୍ୟ ସାଧାରଣ ପ୍ରକାରର ଭାସ୍କୁଲାର ଆକ୍ଟେସ ଗୁଡିକ ହେଲା – ସେଲ୍ରୋଭେନସ୍ କ୍ୟାଥେଟରସ୍, ନେଟିଭ୍ ଆରଟେରିଓଭେନସ୍ (ଇଠ) ପିଶ୍ଚୁଲାର ଓ ସିନ୍ଥେଟିକ୍ ଗ୍ରାଫଟସ୍ ।

ସେଲ୍ରୋଭେନସ୍ କ୍ୟାଥେଟର : -

  • ହେମୋଡାୟଲିସିସ୍ ଚିକିତ୍ସା ଶିଘ୍ର ଆରମ୍ଭ କରିବାକୁ ହେଲେ ସେଲ୍ରୋଭେନସ୍ କ୍ୟାଥେଟର ଇନସରଟିସନ୍ ହେଉଛି ମୁଖ୍ୟ ସାଧାରଣ ପ୍ରଭାବଶାଳୀ ପ୍ରକ୍ରିୟା ।
  • ଭାସ୍କୁଲାର ଆକ୍ସେସର ଏହି ପ୍ରକ୍ରିୟା ଅଳ୍ପ ସମୟ ବ୍ୟବହାର କରାଯାଏ ଯେପର୍ଯ୍ୟନ୍ତ ପିଶ୍ଚୁଲା କିମ୍ବା ଗ୍ରାଫ୍ଟ ପ୍ରସ୍ତୁତ ନ ହୋଇଛି ।
  • ହେମୋଡାୟଲିସିସ୍ ପାଇଁ କ୍ୟାଥେଟରକୁ ବେକର ଉଭୟ ପାର୍ଶ୍ଵ ବଡ ଶିରାରେ ଭର୍ତ୍ତି କରିବାକୁ ପଡେ । ଛାତ କିମ୍ବା ଗୋଡ ନିକଟସ୍ଥ ଗ୍ରୋଇନରେ (ଇ ରନାଲ କୁଶୁଲାର, ସବ୍ କ୍ଲାଭିୟାନ ଏବଂ ଫେମୋରା ଭେନସ୍ ରେସପେକ୍ଟଭଲି) ଏହି କ୍ୟାଥେଟର ମାଧ୍ୟମରେ ମିନିଟ୍ କୁ ୩୦ ମି.ଲି. ରକ୍ତ ଡାୟଲିସିସ୍ ପାଇଁ କଢାଯାଇଥାଏ ।
  • କ୍ୟାଥେଟର ହେଉଛି ପ୍ଲେକ୍ସିବୁଲ, ହୋଲେ ଟ୍ୟୁବସ ଯାହାର ୨ଟି ଲ୍ୟୁମେନ ଥାଏ । ରକ୍ତ ଗୋଟିଏ ଲୁମେନ ମାଧ୍ୟମରେ ବାହାର କରାଯାଇ ଡାୟଲିସିସ୍ ସରକିଟ୍ ମଧ୍ୟକୁ ପ୍ରବେଶ କରାଇ ଦିଆଯାଏ ଏବଂ ଅନ୍ୟ ଲ୍ୟୁମେନ ମଧ୍ୟଦେଇ ଶରୀରକୁ ଫେରାଇ ଦିଆଯାଏ ।
  • ରକ୍ତ ଜମାଟ ବାନ୍ଧି ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହୁଥିବାରୁ ଭେନସ୍ କ୍ୟାଥେଟର ସ୍ୱଳ୍ପ ସମୟ ଆକ୍ଟେସ ପାଇଁ ବ୍ୟବହାର କରାଯାଏ ।
  • ଦୁଇ ପ୍ରକାରର ଭେନସ୍ କ୍ୟାଥେଟର ସର୍ବଦା ମିଳିଥାଏ – ଟ୍ୟୁନେଲଡ (ମାସ ବ୍ୟାପି ବ୍ୟବହୃତ) ନନ୍- ଟ୍ୟୁନେଲଡ (ସପ୍ତାହ ବ୍ୟାପି ବ୍ୟବହୃତ) ।

ଏ.ଭି. ପିଶ୍ଚୁଲା

ଆଟେରିଭେନୋସ୍ କିମ୍ବା ଏ.ଭି. ପିଶୁଳା ହେଉଛି ସର୍ବୋତ୍ତମ ଏବଂ ସାଧାରଣ ପ୍ରକ୍ରିୟା ଭାସ୍କୁଲାର ଆକ୍ଟେସ ର ଲମ୍ବା ସମୟ ହେମୋଡାୟଲିସିସ୍ ପ୍ରକ୍ରିୟା ପାଇଁ । କାରଣ ଏହା ଦୀର୍ଘସ୍ଥାୟୀ ଏବଂ ଏଥିରେ ରକ୍ତ ଜମାଟ ବାନ୍ଧେ ନାହିଁ ଓ କମ୍ ସଂକ୍ରମଣ ହୁଏ ।

  • ଏ.ଭି. ପିଶ୍ଚୁଲା ପ୍ରଣାଳୀରେ ଧମନୀ ଓ ଶିରାକୁ ସର୍ଜିକାଲ ପରସ୍ପରକୁ ଯୋଡା ଯାଇଥାଏ । ଏ.ଭି. ଅଇଶ୍ଚୁଲା ସାଧାରଣତଃ ପାପୁଲି ପାଖ ହାତ ମଧ୍ୟରେ ଯୋଡା ଯାଇଥାଏ ବା ତିଆରି କରାଯାଇଥାଏ । (ରେଡିଆଲ୍ ଧମନୀକୁ ସେଫାଲିକ୍ ଶିରା ସହିତ ଯୋଡା ଯାଇଥାଏ) । ଅତ୍ୟଧିକ ଚାପଦ୍ଵାରା ଧମନୀରୁ ଅଧିକ ପରିମାଣର ରକ୍ତ ଶରୀରକୁ ପ୍ରଭାବିତ ହୋଇଥାଏ । କିଛି ସପ୍ତାହ କିମ୍ବା କିଛି ମାସ ପରେ ଧମନୀ ଡାଇଲେଟେଡ ହୁଏ ଏବଂ ଅଧିକ ରକ୍ତ ବହନ କରିଥାଏ । ଏହି ପ୍ରଣାଳୀକୁ ମ୍ୟାଚୁରେସନ୍ କୁହାଯାଏ । ଏ.ଭି. ପିଶ୍ଚୁଲା ପରିପକ୍ଵ ହେବାପାଇଁ ସମୟ ଲାଗୁଥିବାରୁ ଏହା ଯୋଡା ହେବା ସଙ୍ଗେ ସଙ୍ଗେ ହେମୋଡାୟଲିସିସ୍ ପାଇଁ ବ୍ୟବହାର କରାଯାଏ ନାହିଁ ।
  • ହେମୋଡାୟଲିସିସ୍ ପାଇଁ ପିଶ୍ଚୁଲା ମଧ୍ୟଦେଇ ୨ଟି ଲମ୍ବା – ବୋର ଛୁଞ୍ଚି ବ୍ୟବହାର କରାଯାଏ । ଗୋଟିଏ ଛୁଞ୍ଚି ଡାଏଲାଇଜର ମଧ୍ୟକୁ ରକ୍ତକୁ ନେଇଥାଏ ଏବଂ ଅନ୍ୟଟି ପରିଷ୍କୃତ ରକ୍ତକୁ ପୁଣି ଶରୀରକୁ ଫେରାଇ ଥାଏ ।
  • ଯଦି ଠିକ୍ ଭାବରେ ରକ୍ଷଣାବେକ୍ଷଣ କରାଯାଏ, ତେବେ ଏ.ଭି. ପିଶ୍ଚୁଲା ଅନେକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମା ରହିଥାଏ । ଏ.ଭି. ପିଶ୍ଚୁଲା ହାତରେ ରହିଲେ ମଧ୍ୟ ରୋଗୀ ତାର ଦୈନନ୍ଦିତ କାର୍ଯ୍ୟ ସହଜରେ ସାଧାରଣ ଭାବେ କରିପାରେ ।

ଏ.ଭି. ପିଶ୍ଚୁଲା କାହିଁକି ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରେ ?

  • ଶେଷ ସ୍ତରରେ ଥିବା ଜଣେ ସିକେଡି ଆକ୍ରାନ୍ତ ରୋଗୀ ସର୍ବଦା କ୍ରମାଗତଭାବେ ହେମୋଡାୟଲିସିସ୍ ଉପରେ ନିର୍ଭର କରେ । ପର୍ଯ୍ୟାପ୍ତ ପରିମାଣର ରକ୍ତ ଏ.ଭି. ପିଶ୍ଚୁଲାର ଉପଲବ୍ଧ ହେବା ହେମୋଡାୟଲିସିସ୍ ପାଇଁ ଅତ୍ୟନ୍ତ ଆବଶ୍ୟକ । ତେଣୁ ହେମୋଡାୟଲିସିସ୍ କ୍ଷେତ୍ରରେ ଏହି ପିସଚୁଲା କୁ ଜୀବନ ରେରଖା ମଧ୍ୟ କୁହାଯାଏ । ଏ.ଭି. ପିଶ୍ଚୁଲାର ଅତ୍ୟଧିକ ଯତ୍ନ ଦୀର୍ଘଦିନ ଧରି ପର୍ଯ୍ୟାପ୍ତ ପରିମାଣର ରକ୍ତ ଶରୀର ପାଇଁ ଉପଲବ୍ଧ କରାଇଥାଏ ।
  • ଏ.ଭି.ପିଶ୍ଚୁଲା ମଧ୍ୟରେ ବହୁତ ପରିମାଣର ରକ୍ତ ରକ୍ତଚାପ ଦ୍ଵାରା ନିର୍ଗତ ହୁଏ । ଡାୟଲ୍ୟୁଟେଡ ଶିରାରେ ଆକସ୍ମିକ କ୍ଷତ ହେବାଦ୍ଵାରା ଅତ୍ୟଧିକ ରକ୍ତସ୍ରାବ ହୋଇଥାଏ, ଏବଂ ହଠାତ୍ ବହୁ ପରିମାଣର ରକ୍ତ ହରାଇବା ଜୀବନପ୍ରତି ବିପଦ ସୃଷ୍ଟି ହୋଇଥାଏ । ତେଣୁ ଏ.ଭି. ପିଶ୍ଚୁଲା ଶିରାର ବିଶେଷ ସୁରକ୍ଷା ବାଧ୍ୟତାମୂଳକ ।

ଏ.ଭି.ପିଶ୍ଚୁଲାର ଯତ୍ନ

ଏ.ଭି. ପିଶ୍ଚୁଲାର ଉଚିତ୍ ସୁରକ୍ଷା ଓ କ୍ରମାଗତ ଯତ୍ନ ନିଶ୍ଚିତ କରାଏ ଯେ ପର୍ଯ୍ୟନ୍ତ ପରିମାଣର ରକ୍ତ ବର୍ଷ ବର୍ଷ ଧରି ଶରୀର ମଧ୍ୟକୁ ଏହା ଉପଲବ୍ଧ କରାଇବ । ଏ.ଭି. ପିଶ୍ଚୁଲାକୁ ଦୀର୍ଘଦିନ ପର୍ଯ୍ୟନ୍ତ ସୁସ୍ଥ ଏବଂ କାର୍ଯ୍ୟକ୍ଷମା ରଖିବାପାଇଁ ଗୁରୁତ୍ୱପୂର୍ଣ୍ଣ ସତର୍କତା ଗୁଡିକ ହେଲା –

  • ସଂକ୍ରମଣ ପାଇଁ ସତର୍କ ହେବା –
  • ସର୍ବଦା ପିଶ୍ଚୁଲାର ପାର୍ଶ୍ଵବର୍ତ୍ତୀ ଅଂଶକୁ ଓ ଭାସ୍କୁଲାର ବାହୁକୁ ପ୍ରତ୍ୟକଦିନ ଧୋଇବା ଓ ଡାୟଲିସିସ୍ ଚିକିତ୍ସା ପୂର୍ବରୁ ସଫା କରିବା ।

ଏ.ଭି. ପିଶ୍ଚୁଲାର ସୁରକ୍ଷା

  • କେବଳ ପ୍ରବେଶପଥ ପାର୍ଶ୍ଵକୁ ଡାୟଲିସିସ୍ ପାଇଁ ବ୍ୟବହାର କରିବ ।
  • ଏ.ଭି. ପିଶ୍ଚୁଲା ଲାଗିଥିବା ବାହୁରେ ଇଞ୍ଜେକ୍ସନ ଦେବାକୁ ରକ୍ତ କାଢିବାକୁ ଓ ରକ୍ତଚାପ ମାପିବାକୁ ଯେକୌଣସି ବ୍ୟକ୍ତିକୁ ଅନୁମତି ନ ଦେବା ।
  • ଏ.ଭି. ପିଶ୍ଚୁଲାର କୁ କ୍ଷତ ହେବାକୁ ନ ଦେବା । ଗହଣା, ଚିପା ପୋଷାକ କିମ୍ବା ହାଡ ଘାତକୁ ଭାସ୍କୁଲାର ପ୍ରବେଶପଥ ଥିବା ବାହୁରେ ପିନ୍ଧିବା ଅନୁଚିତ୍ । ଅତର୍କିତ କ୍ଷତ ଏ.ଭି. ପିଶ୍ଚୁଲାର ର ବହୁତ କ୍ଷତ ଓ ପ୍ରଚୁର ରକ୍ତସ୍ରାବ କରାଇଥାଏ, ଯାହାକି ଜୀବନପ୍ରତି ବିପଦ ସୃଷ୍ଟି କରେ । ରକ୍ତସ୍ରାବ ନିୟନ୍ତ୍ରଣ କରିବାପାଇଁ ତତ୍ କ୍ଷଣାତ ଦୃଢ ବନ୍ଧନ କିମ୍ବା ଅନ୍ୟ ହାତରେ ରକ୍ତସ୍ରାବ ହେଉଥିବା ସ୍ଥାନରେ ହୃଦଚାପ ଦେବା ଜରୁରୀ । ରକ୍ତ କ୍ଷରଣ ଆୟ ହେଲାପରେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍ । ତେବେ ଡ଼ାକ୍ତର କ୍ଷତକୁ ବନ୍ଦ କରିବାର ଉଦ୍ୟମ କରିବା ପରିବର୍ତ୍ତେ ସେହି ସମୟରେ ଡାକ୍ତରଖାନାର ସାହାଯ୍ୟ ପାଇଁ ଦୌଡିବା ବିଜ୍ଞତାର ପରିଚାୟକ ନୁହେଁ ବରଂ ବିପଦ ପୂର୍ଣ୍ଣ ଅଟେ ।
  • ପ୍ରବେଶ ପଥ ଥିବା ବାହୁରେ କୌଣସି ଭାରି ଜିନିଷ ଉଠାଇବା ଅନୁଚିତ ଏବଂ କୌଣସି ଚାପ ଦେବା ମଧ୍ୟ ଅନୁଚିତ୍ । ଏଥିପ୍ରତି ସତର୍କ ହେବା ଉଚିତ୍ । ଏ.ଭି. ପିଶ୍ଚୁଲାର ଲାଗିଥିବା ବାହୁ ଉପରେ ଭରାଦେଇ ଶୋଇବା ମଧ୍ୟ ଅନୁଚିତ୍ ।

ଏ.ଭି. ପିଶ୍ଚୁଲାର ଠିକ୍ ଭାବରେ କାମ କରୁଥିବାର ନିଶ୍ଚିତତା

  • ଜଳଖିଆ ପୂର୍ବରୁ ମଧ୍ୟାହ୍ନ ଭୋଜନ ପୂର୍ବରୁ ଏବଂ ରାତ୍ରିଭୋଜନ ପୂର୍ବରୁ ଦିନକୁ .୩ଥର ଏ.ଭି. ପିଶ୍ଚୁଲାରରେ କ୍ରମାଗତ ଭାବରେ ରକ୍ତର ଧାର ବୋହୁଥିବାର ସ୍ପନ୍ଦନ ମାଧ୍ୟମରେ ଅନୁଭବ କରିବା ଉଚିତ୍ । ଯଦି ସ୍ପନ୍ଦନ ନ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶକରି କିମ୍ବା କରିବା ଉଚିତ୍ । ଉଚିତ୍ ସମୟରେ ଅନ୍ଵେଷଣ କରିବା ଦ୍ଵାରା ଏ.ଭି. ପିଶ୍ଚୁଲାର ଅସଫଳତାର ସଂକଟକୁ ସଂକଟକୁ ବଢାଇଦିଏ । ତେଣୁ ଏଥିପ୍ରତି ସତର୍କ ହେବା ଉଚିତ୍ ।

ନିୟମିତ ବ୍ୟାୟାମ

  • ଏ.ଭି. ପିଶ୍ଚୁଲାର ନିୟମିତ ବ୍ୟାୟାମ ଦ୍ଵାରା ବିକଶିତ ହୋଇଥାଏ । ଏପରିକି ହେମୋଡାୟଲିସିସ୍ ପ୍ରାରମ୍ଭରୁ ନିୟମିତ ବ୍ୟାୟାମ ପ୍ରବେଶ ପଥ ଥିବା ବାହୁର ଏ.ଭି. ପିଶ୍ଚୁଲାର କୁ ଶକ୍ତି ପ୍ରଦାନ କରେ ।

ଗ୍ରାଫ୍ଟ :

ଆରଟେରିଓଭେନସ୍ ଗାଫ୍ଟ ହେଉଛି ଦୀର୍ଘସ୍ଥାୟୀ ଡାୟଲିସିସ୍ ପ୍ରବେଶ ପଥ । ଯେତେବେଳେ କୌଣସି ବ୍ୟକ୍ତିର ଏ.ଭି. ପିଶ୍ଚୁଲାର ପାଇଁ କୌଣସି ସନ୍ତୋଷଜନକ ଶିରା ନ ମିଳେ ଅଥବା ଏ.ଭି. ପିଶ୍ଚୁଲାର କାର୍ଯ୍ୟକ୍ଷମ ହୋଇ ନପାରେ ସେତେବେଳେ ଏହାର ବ୍ୟବହାର କରାଯାଇଥାଏ ।

  • ଗ୍ରାଫ୍ଟ ପଦ୍ଧତିରେ ଧମନୀକୁ ଶିର ସହିତ ଶଲ୍ୟଚିକିତ୍ସା ମାଧ୍ୟମରେ ଯୋଡି ଦିଆଯାଇଥାଏ ଗୋଟିଏ ଛୋଟ ନରମ ସିନ୍ଥେଟିକ ଟ୍ୟୁବ ମାଧ୍ୟମରେ ଏହାକୁ ଚରମ ତଳେ ଲଗାଇ ଦିଆଯାଇଥାଏ । ଡାୟଲିସିସ୍ ସମୟରେ ଛୁଞ୍ଚିକୁ ଗ୍ରାଫ୍ଟରେ ଭର୍ତ୍ତିକରି ଦିଆଯାଇଥାଏ ।
  • ଏ.ଭି. ପିଶ୍ଚୁଲାର ଓ ଏ.ଭି. ଗ୍ରାଫ୍ଟ ସହିତ ତୁଳନା କରାଗଲେ ଏ.ଭି. ଗ୍ରାଫ୍ଟରେ ଅତ୍ୟଧିକ ରକ୍ତ ଜମାଟ ଓ ସଂକ୍ରମଣର ଆଶଙ୍କା ଦେଖା ଦେଇଥାଏ ଏବଂ ଏହା ମଧ୍ୟ ଏ.ଭି. ପିଶ୍ଚୁଲାର ପରି ଦୀର୍ଘସ୍ଥାୟୀ ହୋଇପାରେ ନାହିଁ ।

ହେମୋଡାୟଲିସିସ୍ ମେସିନ୍ ରେ କାର୍ଯ୍ୟଗୁଡିକ କ’ଣ ?

ନିମ୍ନରେ ହେମୋଡାୟଲିସିସ୍ ମେସିନ୍ ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ ଦିଆଗଲା –

  • ଏହି ମେସିନ୍ ରକ୍ତ ଉଠାଇବା ସଙ୍ଗେ ସଙ୍ଗେ ରତର ଗତିକୁ ଡାୟଲାଇଜରକୁ ପରିଷ୍କାର ହେବାପାଇଁ ପଠାଇଥାଏ ।
  • ଏହି ମେସିନ୍ ସ୍ଵତନ୍ତ୍ର ଡାୟଲିସିସ୍ ମିଶ୍ରଣକୁ (ଡାୟଲାଇସେଟ୍) ପ୍ରସ୍ତୁତ କରେ ଏବଂ ତାହାକୁ ଡାୟାଲାଇଜର କୁ ରକ୍ତ ବିଶୋଧନ ପାଇଁ ପ୍ରଦାନ କରେ । ମେସିନ୍ ବା ଯନ୍ତ୍ର ଯଥୋପସାଧ୍ୟ ଉଚିତ୍ ଏବଂ ସଠିକ୍ ହିସାବ କରେ ଏବଂ ନିରୀକ୍ଷଣ କରେ । ଇଲେକ୍ଟ୍ରୋଲାଇଟସ୍ ରୁ କେନ୍ଦ୍ରିଭୂତ କରେ । ତାପମାନ, ମାତ୍ରା ଓ ଚାପକୁ ଏହା ଡାୟାଲାଇସେଟ୍ କୁ ପ୍ରଦାନ କରେ ଯାହାକି ରୋଗୀର ଆବଶ୍ୟକତା ଅନୁସାରେ ନବୀକରଣ କରାଯାଇଥାଏ । ଡାୟଲିସିସ୍ ସଲ୍ୟୁସନଶରୀରରୁ ଅନାବଶ୍ୟକ ବର୍ଜ୍ୟ ଉତ୍ପାଦ ଏବଂ ମାତ୍ରାଧିକ ଜଳକୁ ଡାୟାଲାଇଜର ମାଧ୍ୟମରେ ବାହାରକୁ ବାହାର କରିଦିଏ ।
  • ରୋଗୀର ସୁରକ୍ଷା ପାଇଁ ମେସିନ୍ ରେ ବହୁତ ଗୁଡିଏ ସୁରକ୍ଷା ଯନ୍ତ୍ର ଲାଗିଛି ଯଥା : - ଡାୟାଲାଇଜର କେଉଁଠି ରକ୍ତ ଛିଦ୍ର ପଥ ଦେଇ ବାହାରୁଛି କିମ୍ବା ରକ୍ତ ସର୍କିଟ ମଧ୍ୟରେ ବାୟୁର ଉପସ୍ଥିତି ରହିଛି ତାହା ଜଣାଇଥାଏ ।
  • ହେମୋଡାୟଲିସିସ୍ ମେସିନ୍ କମ୍ପ୍ୟୁଟରାଇଡ ମଡେଲ ସହିତ ବିଭିନ୍ନ ପ୍ରକାରର ପାରାମିଟର ଦେଖାଉଥିବା ଫ୍ରସ୍କ୍ରିନଏବଂ ବିଭିନ୍ନ ପ୍ରକାରର ଆଲାର୍ମ ସୁବିଧା ପ୍ରଦାନ କରେ ଓ ନିର୍ଦ୍ଧିଷ୍ଟତା ଓ ସୁରକ୍ଷା ପ୍ରଦାନ କରେ ଓ ଡାୟଲିସିସ୍ ଚିକିତ୍ସାର ମନିଟର କରେ ।

ଡାୟାଲାଇଜରର ଗଠନ ଏବଂ ଏହା କିପରି ରକ୍ତ ଶୋଧନ କରେ ?

  • ହେମୋଡାୟଲିସିସ୍ ପ୍ରଣାଳୀରେ ଡାୟାଲାଇଜର (କୃତ୍ରିମ ବୃକକ୍) ହେଉଛି ଏକ ଛଣା ଯନ୍ତ୍ର ଯେଉଁଥିରେ କି ଶୁଦ୍ଧ ରକ୍ତ ଆସିଥାଏ ।
  • ଦୟାଲାଇଜର ପ୍ରାୟତଃ ୨୦ ସେଣ୍ଟିମିଟର ଲମ୍ବା ଏବଂ ଏବଂ ୫ ସେ.ମି. ଚଉଡା ସଫା ପ୍ଲାଷ୍ଟିକ ସିଲିଣ୍ଡର ରେ ‘ରକ୍ତ କୋଠରୀ’ (ବ୍ଲଡ କମ୍ପାର୍ଟମେ) ରକ୍ତ ଏହି ରକ୍ତ କୋଠରୀ ମଧ୍ୟକୁ ପ୍ରବେଶ କରେ ଏବଂ ସେଇ ହାଲୋଫାଇବର ଖୋଲିବାକୁ କିମ୍ବା ବ୍ଲଡ ପୋର୍ଟ ଗୋଟିଏ ପଟରୁ ଏବଂ ବାହାରେ ଅନ୍ୟପଟକୁ ରକ୍ତ ଶୋଧନ କରେ ।
  • ଡାୟଲିସିସ୍ ସଲ୍ୟୁସନ ଡାୟାଲାଇଜରର ଗୋଟିଏ ପଟରୁ ପ୍ରବେଶକରି ଫାଇବରସ୍ ର ବାହାର ପଟରେ (ଡାୟାଲାଇସେଟ୍ କମ୍ପାର୍ଟମେ) ଶେଷଯାଏଁ ପ୍ରବାହିତ ହୋଇଥାଏ ।

ଡାୟାଲାଇଜରରେ ରକ୍ତ ଶୋଧନ

  • ହେମୋଡାୟଲିସିସ୍ ପ୍ରଣାଳୀରେ ରକ୍ତ ମେସିନ୍ ମାଧ୍ୟମରେ ଶରୀରରୁ ଉଠାଇ ଡାୟାଲାଇଜରରେ ପ୍ରବେଶ କରାଇ ଦିଆଯାଏ । ଗୋଟେ ପାର୍ଶ୍ଵ ଶେଷରୁ ଏହା ପଠାଇ ଦିଆହୁଏ । ଏଥିରେ ଥାଏ ହଜାର ହଜାର ହେଲୋଫାଇବର ପରି ପ୍ୟାପିଲାରି । ଡାୟଲିସିସ୍ ର ମିଶ୍ରଣକୁ ଡାୟାଲାଇସେଟ କମ୍ପାର୍ଟମେ ରେ ଥିବା ଫାଇବର ବାହାରେ ଗୋଟିଏ ପଟରୁ ଅନ୍ୟପଟକୁ ପ୍ରବାହିତ ହୋଇଥାଏ ।
  • ହେମୋଡାୟଲିସିସ୍ ସମୟରେ ପ୍ରତ୍ୟକ ମିନିଟ୍ ରେ ଡାୟାଲାଇଜରମଧ୍ୟରେ ପ୍ରାୟତଃ ୩୦୦ ମି.ଲି. ରକ୍ତ ଏବଂ ୬୦୦ ମି.ଲି. ଡାୟଲିସିସ୍ ମିଶ୍ରଣ କ୍ରମାଗତ ଭାବରେ ବିପରୀତ ଗତିରେ ବୋହିଚାଲିଥାଏ । ସେ.ମି. ପରମେବଲ ମେମ୍ବ୍ରନ ହାଲୋଫାଇବର ଯାହାକି ରକ୍ତକୁ ଅଲଗା କରେ । ଏବଂ ରକ୍ତରୁ ନିର୍ମିତ ଅଦରକାରୀ ପଦାର୍ଥ ଏବଂ ମାତ୍ରାଧିକ ତରଳକୁ ଡାଇଲାଇସେଟ୍ କୋଠରୀକୁ ପ୍ରବେଶ କରିବାପାଇଁ ଡାୟାଲିସିସ୍ କୋଠରୀ ‘ଅନୁମତି ଦିଅ’ ।
  • ରକ୍ତ ଶୋଧିତ ହେବାପରେ ଅନ୍ୟପଟରେ ବାହାରିଯାଏ । ଡାୟଲିସିସ୍ ମିଶ୍ରଣ ବିଷାକ୍ତ ପଦାର୍ଥ ସହ ମିଶିବାପରେ ଏବଂ ମାତ୍ରାଧିକ ତରଳ ରକ୍ତରୁ ବାହାରିଗଲାପରେ ରକ୍ତ ଡାୟାଲାଇଜରରୁ ବାହାରିଯାଏ ଯାହା ଫଳରେ ପୁଣି ରକ୍ତ ଶୋଧନ ପାଇଁ ପ୍ରବେଶ କରେ ।
  • ହେମୋଡାୟଲିସିସ୍ ପ୍ରଣାଳୀରେ ସବୁତକ ରକ୍ତ ୧୨ଥର ଶୋଧିତ ହୋଇପାରେ । ଚାରି ଘଣ୍ଟାର ହେମୋଡାୟଲିସିସ୍ ର ଶେଷ ପର୍ଯ୍ୟାୟରେ ରକ୍ତରୁ ୟୁରିଆ ଓ କ୍ରିଏଟିନ୍ ଧୀରେ ଧୀରେ କମିଯାଏ । ବଳକା ତରଳ ମଧ୍ୟ ବାହାରିଯାଏ ଏବଂ ଶରୀରରେ ଇଲେକ୍ଟ୍ରୋଲାଇଟର ବିଶୃଙ୍ଖଳା ଠିକ୍ ହୋଇଯାଏ ।

ଡାୟଲାଇସେଟ୍ କ’ଣ ଏବଂ ହେମୋ ଡାୟଲିସିସ୍ ରେ ଏହାର କାମ କ’ଣ ?

ଡାୟଲାଇସେଟ୍ (ଡାୟଲିସିସ୍ ମିଶ୍ରଣ) ହେଉଛି ଏକ ସ୍ଵତନ୍ତ୍ର ତରଳଦ୍ରବ୍ୟ ଯାହାକି ହେମୋଡାୟଲିସିସ୍ ସମୟରେ ଅନାବଶ୍ୟକ ଜିନିଷ ଓ ବଳକା ତରଳ ଦ୍ରବ୍ୟକୁ ରକ୍ତରୁ ବାହାର କରିବାରେ ବ୍ୟବହାର କରାଯାଏ ।

  • ନିର୍ଦ୍ଧାରିତ ମାନର ଡାୟାଲାଇସେଟ୍ ର ଗଠନ ସାଧାରଣ ଅଧିମାତ୍ରାର ସେଲୁଲାର ଫ୍ଲୁଇଡ ସହିତ ସମାନ କିନ୍ତୁ ରୋଗୀର ଆବଶ୍ୟକ ଅନୁଯାୟୀ ଏହାର ମିଶ୍ରଣକୁ ପରିବର୍ତ୍ତନ କରାଯାଇଥାଏ ।
  • ଡାୟାଲାଇସେଟ୍ ଡାୟଲିସିସ୍ ମେସିନ୍ ର ୩୦ ଅଂଶ ଅତି ବିଶୁଦ୍ଧ ଜଳ ସହିତ ଏକ ଅଂଶ ଡାୟାଲାଇସେଟ୍ କନସନ୍ -ଟ୍ରେଟ କୁ ତିଆରି କରାଯାଏ ।
  • ଡାୟଲାଇସେଟ୍ କନସନ୍ ଟ୍ରେଟ ହେଉଛି ଏକ ସ୍ଵତନ୍ତ୍ର ତରଳ ଯାହାକି କିଣିବାକୁ ମିଳିଥାଏ । ଡାୟଲାଇସେଟ୍ କନସନ୍ –ଟ୍ରେଟ ଯାହାକି ଇଲେକ୍ଟ୍ରୋଲାଇଟ୍ ର ଲୌହ ଏବଂ ବାଇକାର୍ବୋନେଟର ର ଏକ ଉଚ୍ଚତର କନସନଟ୍ରେସନ ଅବସ୍ଥାରେ ଏକ ବା ପୋତ୍ରରେ ମିଳିଥାଏ ।
  • ଡାୟାଲାଇସେଟ୍ ତିଆରି କରିବା ପାଇଁ ଆସୁଥିବା କଳା ପାଣିକୁ କାଲିଫିଲଟର, କୋଇଲା ଫିଲଟର, ୱାଟର ସଫ୍ ଟନର, ରିଭରସ୍ – ଓମ୍ ସୋସିସ୍, ଡିଓନିଜେସନ୍ ଏବଂ ଅଲ୍ଟ୍ରା ଭାଉଲେଟ୍ ଫିଲ୍ ଟେରେସନ୍ ମାଧ୍ୟମରେ କ୍ରମାଗତ ଭାବେ ପରିଷ୍କୃତ କରାଯାଏ ।
  • ଏହିସବୁ ମାଧ୍ୟମରେ ପରିଷ୍କୃତ ହେବା ଦ୍ଵାରା ଜଳ ଧୂଳିମୁକ୍ତ ବିଶୁଦ୍ଧ, ରାସାୟନିକ ଶୁଦ୍ଧତା, ଖଣିଜଦ୍ରବ୍ୟ ଓ ବ୍ୟାକ୍ଟେରିଆ ଏଣ୍ଡୋଟକ୍ସିନ ଯୁକ୍ତ ହୋଇଥାଏ ।
  • ପ୍ରତ୍ୟକ ହେମୋଡାୟଲିସିସ୍ ମେସିନ୍ ରେ ଉଚ୍ଚ ଗୁଣଯୁକ୍ତ ଜଳର ଆବଶ୍ୟକତା ରହିଥାଏ କାରଣ ଡାୟଲିସିସ୍ ର ସୁରକ୍ଷା ପାଇଁ ଶୁଦ୍ଧ ଜଳ ଆବଶ୍ୟକ ଏଥିଲାଗି ରୋଗୀ ୧୫୦ ଲିଟର ଜଳ ଆବଶ୍ୟକ କରେ ।
  • ଜଳର ସ୍ପର୍ଶ ଜନିତ ବିପଦରୁ ହେମୋଡାୟଲିସିସ୍ ରୋଗୀକୁ ସୁରକ୍ଷା ଦେବାକୁ ଜଳର ଶୁଦ୍ଧତା ପ୍ରତି ଯତ୍ନବାନ ହେବା ଏବଂ ଏହାର ଗୁଣବ । କୁ ପରବର୍ତ୍ତୀ ପର୍ଯ୍ୟାୟରେ ନିରୀକ୍ଷଣ କରିବା ଜରୁରୀ ।

କେଉଁଠାରେ ହେମୋଡାୟଲିସିସ୍ କରାଯାଏ ?

ସାଧାରଣତଃ ହେମୋଡାୟଲିସିସ୍ ଡାକ୍ତରଖାନା କିମ୍ବା ଡାୟଲିସିସ୍ କେନ୍ଦ୍ରରେ ଜଣେ ଡାକ୍ତରଙ୍କ ତତ୍ତ୍ଵାବଧାନରେ ତାଲିମ୍ ପ୍ରାପ୍ତ କର୍ମଚାରୀ ମାନଙ୍କ ଦ୍ଵାରା କରାଯାଏ । ଅଳ୍ପ କେତେକ ରୋଗୀଙ୍କ କ୍ଷେତ୍ରରେ ହେମୋଡାୟଲିସିସ୍ ଘରେ କରାଯାଇଥାଏ । ଏହି କ୍ଷେତ୍ରରେ ରୋଗୀ ସ୍ଥିର ଏବଂ ଉଚିତ୍ ପ୍ରଶିକ୍ଷିତ ହେବା ଦରକାର ଏବଂ ପରିବାରର ସହାୟତା, ପର୍ଯ୍ୟାପ୍ତ ଜାଗା ଏବଂ ପ୍ରଚୁର ଅର୍ଥର ଆବଶ୍ୟକ ହୁଏ ।

ହେମୋଡାୟଲିସିସ୍ କ’ଣ ଯନ୍ତ୍ରଣାଦାୟକ ?

ହେମୋଡାୟଲିସିସ୍ ସମୟରେ ଯନ୍ତ୍ରଣା ହୋଇଥାଏ । ରୋଗୀ ହେମୋଡାୟଲିସିସ୍ ଜାରି ରଖିବା ପାଇଁ ଡାକ୍ତରଖାନା ଯିବା ଦରକାର ଏବଂ ଡାୟଲିସିସ୍ ପରେ ଘରକୁ ଫେରି ଆସିଥାଏ । ରୋଗୀ ସାଧାରଣତଃ ୪/୫ ଘଣ୍ଟା ବିଶ୍ରାମ ନିଅନ୍ତି ଅଥବା ଶୋଇ ପଡନ୍ତି । ଡାୟଲିସିସ୍ ସମୟରେ ରୋଗୀ ଶୁଅନ୍ତି, ପଢନ୍ତି, ଗୀତ ଶୁଣି କିମ୍ବା ଟେଲିଭିଜନ ଦେଖନ୍ତି ଓ ଏହି ସମୟରେ ହାଲୁକା ଜଳଖିଆ, ଗରମ କିମ୍ବା ଥଣ୍ଡା ପାନୀୟ ରୋଗୀ ପସନ୍ଦ କରିଥାଏ ।

ହେମୋଡାୟଲିସିସ୍ ର ସମୟରେ ସାଧାରଣ ଅସୁବିଧା ଗୁଡିକ କ’ଣ ?

ଡାୟଲିସିସ୍ ସମୟରେ ସାଧାରଣତଃ ଅସୁବିଧା ଗୁଡିକ ହେଲା ନିମ୍ନ ରକ୍ତଚାପ (ହାଇପରଟେନସନ୍) ଅରୁଚି, ମାଂସପେଶୀ ଖିଲମାରିବା, ଦୁର୍ବଳ ଲାଗିବା, ମୁଣ୍ଡ ବିନ୍ଧିବା ଇତ୍ୟାଦି ।

ହେମୋଡାୟଲିସିସ୍ ର ସୁବିଧା ଓ ଅସୁବିଧା ଗୁଡିକ କ’ଣ ?

ହେମୋଡାୟଲିସିସ୍ ର ସୁବିଧା ବା ଲାଭ

  • ହେମୋଡାୟଲିସିସ୍ ପ୍ରଶିକ୍ଷିତ ସେବିକା ବ ଟେକ୍ନିସିଆନଙ୍କ ଦ୍ଵାରା କରାଯାଏ ତେଣୁ ଏହା ସୁରକ୍ଷିତ, କମ୍ ଚିନ୍ତାଦାୟକ ଓ ରୋଗପାଇଁ ସୁବିଧାଜନକ ।
  • ହେମୋଡାୟଲିସିସ୍ ହେଉଛି ଶିଘ୍ରିକୃତ ଏବଂ ଅଧିକ ଗୁଣ ସଂପନ୍ନ ଡାୟଲିସିସ୍ ମୋତାଲିଟି ତେଣୁ ଏହା ମୋତାଲିଟି ତେଣୁ ଏହା ଗ୍ରହଣଯୋଗ୍ୟ ଏବଂ ଏହା ପେରିଟୋନିଏଲ ଡାୟଲିସିସ୍ ଠାରୁ କମ୍ ସମୟ ନିଏ ।
  • ହେମୋଡାୟଲିସିସ୍ କେନ୍ଦ୍ରରେ ଏକ କ୍ଷେତ୍ରସୃଷ୍ଟି କରେ ଯାହାକୁ ସମାନ ଅସୁବିଧା ଭୋଗୁଥିବା ରୋଗୀଙ୍କ ସହିତ ସାକ୍ଷାତ ଏବଂ କଥାବାର୍ତ୍ତା କରାଇଦିଏ ।ଏହି ଭାବବିନିମୟ ଦ୍ଵାରା ରୋଗୀର ଚାପ ଅନେକାଂଶରେ କମିଯାଏ ଏବଂ ରୋଗୀ ଅନ୍ୟ ରୋଗୀଙ୍କ ସଙ୍ଗ ଉପଭୋଗ କରିଥାଏ ।
  • ହେମୋଡାୟଲିସିସ୍ ସପ୍ତାହରେ ମାତ୍ର ୩ଦିନ କରାଯାଇଠୁବାରୁ ରୋଗୀ ବିଶ୍ରାମ ଲାଗି ଅନେକ ଖାଲି ସମୟ ପାଇଥାଏ
  • ହେମୋଡାୟଲିସିସ୍ ରେ ସଂକ୍ରମଣରେ ଆନଶକା ମଧ୍ୟ କମ୍ ।
  • ଅନେକ କେନ୍ଦ୍ରରେ ପେରିଟୋନିଲ ଡାୟଲିସିସ୍ ଠାରୁ କମ୍ ଖର୍ଚ୍ଚରେ ହେମୋଡାୟଲିସିସ୍ କରାଯାଇଥାଏ ।

ହେମୋଡାୟଲିସିସ୍ ର ଅସୁବିଧା

  • ଯଦି ଡାୟଲିସିସ୍ କେନ୍ଦ୍ର ଦୂର ହୋଇଥାଏ । କ୍ରମାଗତ ସେଠିକୁ ଯିବାଦ୍ଵାରା ଯିବା ଆସିବାରେ ଅନେକ ଅସୁବିଧା ଓ ଅନେକ ଖର୍ଚ୍ଚ ହୋଇଥାଏ ।
  • ହେମୋଡାୟଲିସିସ୍ ରୋଗୀ ତାର ସମସ୍ତ କାର୍ଯ୍ୟକଳାପକୁ ଗୋଟେ ସ୍ଥିର ଯୋଜନା ମାଧ୍ୟମରେ ଅନୁସରଣ କରିବା ଉଚିତ୍
  • ହେମୋଡାୟଲିସିସ୍ ସମୟରେ ଛୁଞ୍ଚି ଭର୍ତ୍ତି କରିବାବେଳେ ରୋଗୀକୁ ବହୁତ କଷ୍ଟ ହୋଇଥାଏ ।
  • ଏହି ସମୟରେ ଖାଦ୍ୟ ଖାଇବାର ସ୍ଵାଧୀନତାକୁ କମ୍ କରିଦିଆଯାଏ । ହେମୋଡାୟଲିସିସ୍ ଏପରିକି ଫସଫରସ୍ ଯୁକ୍ତ ଖାଦ୍ୟ ଖାଇବାକୁ ବାରଣ କରାଯାଉଥିବାରୁ ରୋଗୀ ସେଥିପ୍ରତି ଦୃଢ ମନୋବଳ ପୋଷଣ କରିବା ଉଚିତ୍ ।
  • ହେପାଟାଇଟିସ୍ ସଂକ୍ରମଣର ସଂକଟ ବଢିଯାଏ ।

ହେମୋଡାୟଲିସିସ୍ ରୋଗୀ କ’ଣ କରିବା ଉଚିତ୍ ଓ କ’ଣ ନ କରିବା ଅନୁଚିତ୍ ?

ବୃକକ୍ ଅଚଳ ହେବାର ଶେଷ ପର୍ଯ୍ୟାୟରେ ଥିବା ରୋଗୀ ଯିଏକି କ୍ରମାଗତ ଭାବରେ ସପ୍ତାହକୁ ୩ଥର ଡାୟଲିସିସ୍ ଆବଶ୍ୟକ କରେ ତାହା ହେଉଛି ହେମୋଡାୟଲିସିସ୍ । ନିୟମିତ ଡାୟଲିସିସ୍ ଦୀର୍ଘଦିନ ଶରୀରକୁ ସୁସ୍ଥ ରଖିବାପାଇନ ଦରକାର । ଅନିୟମିତ କିମ୍ବା କମ୍ ପରିମାଣର ହେମୋଡାୟଲିସିସ୍ ରୋଗପାଇଁ କ୍ଷତିକାରକ ଓ ପ୍ରାଣୀ ଘାତକ ହୋଇପାରେ ।

ଦୁଇଟି ଡାୟଲିସିସ୍ ମେସିନ୍ ମାଧ୍ୟମରେ ଓଜନକୁ ଆୟତରେ ରଖିବାପାଇଁ ତରଳ ଦ୍ରବ୍ୟ ଓ ଲୁଣର ବାରଣ ଅତ୍ୟନ୍ତ ଜରୁରୀ । ନିୟମିତ ଖାଦ୍ୟ ହେଉଛି ଉଚ୍ଚ ପୋଟାସିୟମ ଏବଂ ଫସଫରସ୍ ପ୍ରୋଟିନଯୁକ୍ତ ଖାଦ୍ୟ ଗ୍ରହଣ ବଢାଇବା ଅତି ଆବଶ୍ୟକ ।

ପୁଷ୍ଟି ସ୍ଵାଧୀନତା ଡାୟଲିସିସ୍ ରୋଗୀଙ୍କ କ୍ଷେତ୍ରରେ ଏକ ସାଧାରଣ ସମସ୍ୟା । ଏହାର ପରିଣତି ଅତି ଦୁର୍ବଳ । ଇନଆଡିକ୍ଵେଏଟଡାଏଟାରୀ ପ୍ରୋଟିନ୍ ଏବଂ ପ୍ରୋଟିନର କ୍ଷତି ଡାୟଲିସିସ୍ ସମୟରେ ଅପୃଷ୍ଟିସାଧନ ସହିତ ସଂପୃକ୍ତ । ତେଣୁ ଉଚ୍ଚ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ତଥା କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବାକୁ ରୋଗୀକୁ ମଧ୍ୟ ଅନୁମତି ଦିଆଯାଇଥାଏ ।

ରୋଗୀ ଯେତେବେଳେ ଡାୟଲିସିସ୍ ଚିକିତ୍ସାରେ ରହିଥାଏ ସେତେବେଳେ ତାକୁ ଜଳରେ ମିଶିଯାଇଥିବା ଭିଟାମିନ୍ ଯଥା ଭିଟାମିନ୍ ‘ବି’ ଓ ‘ସି’ କୁ ଦେବା ଉଚିତ୍ । ସେମାନେ ମଲ୍ଟି ଭିଟାମିନ୍ ନ ଖାଇବା ଉଚିତ୍ କାରଣ ରୋଗୀକୁ ଯେଉଁ ଯେଉଁ ଭିଟାମିନ୍ ର ଆବଶ୍ୟକତା ଅଧିକ ପଡେ ମଲ୍ଟିଭିଟାମିନ୍ ରେ ସେହି ପରିମାଣର ଭିଟାମିନ୍ ନ ମିଳିପାରେ । ଆହୁରି ମଧ୍ୟ ଡାୟଲିସିସ୍ ରୋଗୀ ପାଇଁ ମଲ୍ଟିଭିଟାମିନ୍ ରେ ଥିବା ଭିଟାମିନ୍ ଏ.ଇ.କେ. ମିନୋରାଲର ଦରକାର ନଥାଏ । ତେଣୁ ସେଗୁଡିକ ଡାୟଲିସିସ୍ ରୋଗୀର କ୍ଷତି କରିପାରେ ।

  • କ୍ୟାଲସିୟମ ଏବଂ ଭିଟାମିନ୍ ‘ଡି’ ରୋଗୀକୁ ହୁଏତ ଦିଆଯାଇପାରେ, ତା ମଧ୍ୟ ଡାୟଲିସିସ୍, ଫସଫରସ୍ ଏବଂ ପାରାଥାଇରଏଡ ହରମୋନ୍ ସ୍ତରକୁ ଅନୁଧ୍ୟାନ କରିଲାପରେ ।
  • ରୋଗୀ ତା’ର ଦୈନନ୍ଦିନ ଜୀବନରେ କେତେକ ପରିବର୍ତ୍ତନ କରି ତା’ର ଜୀବନଶୈଳୀକୁ ବଦଳାଇବା ଜରୁରୀ, ସେଗୁଡିକ ହେଲା ଧୂମପାନକୁ ଅନାଦେଖା କରିବା, ଉଚିତ୍ ଓଜନମାତ୍ରା ରଖିବା, ନିୟମିତ ବ୍ୟାୟାମ ଓ ମଦ୍ୟପାନର ମାତ୍ରା କମାଇଦେବା ।

ହେମୋଡାୟଲିସିସ୍ ଚିକିତ୍ସାଧୀନ ରୋଗୀ କେତେବେଳେ ଡାୟଲିସିସ୍ କରୁଥିବା କିମ୍ବା ଡାକ୍ତରଙ୍କୁ ସମ୍ପର୍କ କରିବ?

ଡାୟଲିସିସ୍ ଚିକିତ୍ସାଧୀନ ରୋଗୀ ଯଥାଶିଘ୍ର ସେବିକା ଅଥବା ଡାକ୍ତରଙ୍କୁ ସମ୍ପର୍କ କରିବା ଉଚିତ୍ । ଯଦି ସେ ନିମ୍ନରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

  • ଏ.ଭି. ପିଶ୍ଚୁଲା ପାର୍ଶ୍ଵରୁ କିମ୍ବା କ୍ୟାଥେଟର ପାର୍ଶ୍ଵରୁ ଯଦି ରକ୍ତ କ୍ଷରଣ ହୁଏ ।
  • ଯଦି ଏ.ଭି. ପିଶ୍ଚୁଲା ରେ କୌଣସି କମ୍ପନ, ଥରଥର କିମ୍ବା ସ୍ପନ୍ଦନ ଜଣାନଗଲା ।
  • ଅସ୍ଵାଭାବିକ ଓଜନ ବୃଦ୍ଧି, ତାତ୍ପର୍ଯ୍ୟପୂର୍ଣ୍ଣ ସୁଜନ କିମ୍ବା ଅଣନିଶ୍ଵାସୀ ଲାଗିଲେ ।
  • ଛାତି ଯନ୍ତ୍ରଣା, ହୃଦ ସ୍ପନ୍ଦନ ଅତି ଧିର କିମ୍ବା ତୀବ୍ର ହେଲେ ।
  • ଉଚ୍ଚ ରକ୍ତଚାପ ଅତିମାତ୍ରାରେ ବଢିଗଲେ କିମ୍ବା ରକ୍ତଚାପ ହଠାତ୍ କମିଗଲେ ।
  • ରୋଗୀ ବାଉଳି ହେଲେ, ନିଦରେ ଟଳମଳ ହେଲେ, ଚେତା ହରାଇଲେ କିମ୍ବା ବାଟ ମାରିଲେ ।
  • ଜ୍ଵର, ଶୀତ ହେବା, ମାତ୍ରାଧିକ ବାନ୍ତି, ବାନ୍ତିରେ ରକ୍ତ ପଡିଲେ କିମ୍ବା ଅତିଶୟ ଦୁର୍ବଳ ହେଲେ ।

ପେରିଟୋନିଏଲ୍ ଡାୟଲିସିସ୍

ଶେଷ ପର୍ଯ୍ୟାୟରେ ଥିବା ବୃକକ ରୋଗୀଙ୍କ ପାଇଁ ପେରିଟୋନିଏଲ୍ ଡାୟଲିସିସ୍ ହେଉଛି ଅନ୍ୟ ଏକ ପରକାର ଡାୟଲିସିସ୍ ମୋତାଲିଟି ଯାହାକି ବିସ୍ତୃତଭାବେ ଗ୍ରହଣଯୋଗ୍ୟ ଏବଂ ପ୍ରଭାବଶାଳୀ ଚିକିତ୍ସା ପରେ ଡାୟଲିସିସ୍ କରିବା ପାଇଁ ଅତି ସାଧାରଣ ପ୍ରଣାଳୀ ।

ପେରିଟୋନିଏଲ୍ ଡାୟଲିସିସ୍ କ’ଣ ?

  • ପେରିଟୋନିଏଲ୍ ଡାୟଲିସିସ୍ ରେ ପେରିଟୋନିୟମ ହେଉଛି ଏକ ପତଳା ଝିଲ୍ଲୀ ଯାହାକି ଆବଡର୍ମିନାଲ କ୍ୟାଭିଟିକୁ ଘୋଡାଇ ରଖେ ଏବଂ ପାକସ୍ଥଳୀ, ପେଟ ଏବଂ ଅନ୍ୟ ଆବଡର୍ମିନାଲ ଅଙ୍ଗକୁ ସାହାରା ଦିଏ ।
  • ପେରିଟୋନିଏଲ୍ ଝିଲି ହେଉଛି ଏକ ପ୍ରାକୃତିକ ସେମିପରସିଏବଲ୍ ଝିଲ୍ଲୀ ଯାହାକି ବର୍ଜ୍ୟ ଉତ୍ପାଦ ଏବଂ ବିଜାତୀୟ ପଦାର୍ଥକୁ ରାସ୍ତା ମଧ୍ୟକୁ ପ୍ରବେଶ କରିବାର ଅନୁମତି ଦିଏ । ପେରିଟୋନିଏଲ୍ ଡାୟଲିସିସ୍ ହେଉଛି ଏକ ପ୍ରଣାଳୀ ଯାହା ପେରିଟୋନିଏଲ୍ ଝିଲ୍ଲୀ ମାଧ୍ୟମରେ ରକ୍ତକୁ ପରିଷ୍କାର କରାଯାଏ ।

ପେରିଟୋନିଏଲ୍ ଡାୟଲିସିସ୍ କେତେ ପ୍ରକାରର

ପେରିଟୋନିଏଲ୍ ଡାୟଲିସିସ୍ ର ପ୍ରକାର ଭେଦ : -

  1. ଇଣ୍ଟରମିଟେ ପେରିଟୋନିଏଲ୍ ଡାୟଲିସିସ୍ (ଓଚଊ)
  2. କ୍ରମାଗତ ଆମ୍ବୁଲୋଟୋରୀ ପେରିଟୋନିଏଲ୍ ଡାୟଲିସିସ୍ (ଉଇଚଊ)
  3. ଇଣ୍ଟରମିଟେ ପେରିଟୋନିଏଲ୍ ଡାୟଲିସିସ୍ (ଓଚଊ)

ଇଣ୍ଟରମିଟେ ପେରିଟୋନିଏଲ୍ ଡାୟଲିସିସ୍ (ଓଚଊ) ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବଶାଳୀ ଡାୟଲିସିସ୍ ଚୟନ । ଡାକ୍ତରଖାନାରେ ରହିଥିବା ରୋଗୀମାନଙ୍କ ପାଇଁ ଏକ ସ୍ୱଳ୍ପ ସମୟ ସାପେକ୍ଷ ଡାୟଲିସିସ୍ ଚିକିତ୍ସା । ଓଚଊ (ଆଇପିଡି)ବିସ୍ତୃତ ଭାବରେ ଆକ୍ୟୁଟ ବୃକକ୍ କାର୍ଯ୍ୟହୀନ ବ୍ୟକ୍ତିଙ୍କର କରାଯାଏ । ପିଲାମାନଙ୍କ କ୍ଷେତ୍ରରେ ଜରୁରୀକାଳୀନ ଭିତ୍ତିରେ ଶେଷସ୍ତର ବୃକକ୍ ରୋଗ କ୍ଷେତ୍ରରେ ଏହା କରାଯାଏ ।

  • ଆଇପିଡି ଗୋଟେ ସ୍ଵତନ୍ତ୍ର ପ୍ଲାଷ୍ଟିକ କ୍ୟାଥେଟର ଯେଉଁଥିରେ ବହୁଗୁଡିଏ ଗର୍ତ୍ତ ଥାଏ । ତାକୁ ରୋଗୀର ପେଟରେ ସ୍ଥାନିତ କରାଯାଏ ଏବଂ ଏକ ସ୍ଵତନ୍ତ୍ର ମିଶ୍ରଣ ଦାୟାଲାଇସେଟ୍ ମାଧ୍ୟମରେ ଡାୟଲିସିସ୍ କରାଯାଏ ।
  • ଆଇପିଡି ୨୪-୩୬ ଘଣ୍ଟା ଧରି କରାଯାଏ ଏବଂ ସେଥିରେ ପ୍ରାୟତଃ ୩୦-୪୦ ଲିଟରର ଡାୟଲିସିସ୍ ମିଶ୍ରଣକୁ ଚିକିତ୍ସାସମୟରେ ବ୍ୟବହାର କରାଯାଏ ।

  • ଆଇପିଡି କମ୍ ସମୟ ବ୍ୟବଧାନରେ ୧-୩ ଦିନ ବ୍ୟବଧାନରେ ରୋଗୀର ଆବଶ୍ୟକତାନୁସାରେ ବାରମ୍ବାର କରାଯାଇଥାଏ ।

କ୍ରମାଗତ ଆମ୍ବୁଲୋଟୋରୀ ପେରିଟୋନିଏଲ୍ ଡାୟଲିସିସ୍ (ଉଇଚଉ)ସିଏପିଡି କ’ଣ ?

  • ସି (C) - କ୍ରମାଗତ ମାନେ ଯେଉଁ ପ୍ରଣାଳୀ କେବେ ମଝିରେ ବନ୍ଦ ହୋଇନଥାଏ (ଚିକିତ୍ସା ଯାହାକି ଦିନକ ୨୪ ଘଣ୍ଟା ସପ୍ତାହକ ୭ ଦିନ ବିନା ବାଧା ଓ ବିନା ବନ୍ଦରେ ଚାଲିଥାଏ) ।
  • ଏ(A) – ଆମ୍ବୁଲୋଟୋରୀ ମାନେ ରୋଗୀ ଚାଲିବୁଲି ପାରେ ଏବଂ ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରିପାରେ ।
  • ପି (P) – ପେରିଟୋନିଏଲ୍ ଝିଲ୍ଲୀ ଯାହାକି ପେଟରେ ଛଣାଯନ୍ତ୍ର ଭାବେ କାର୍ଯ୍ୟ କରେ ।
  • ଡି (D) – ଡାୟଲିସିସ୍ ହେଉଛି ଏକ ପ୍ରଣାଳୀ ଯାହାକି ରକ୍ତକୁ ବିଶୋଧନ କରେ ।

କ୍ରମାଗତ ଆମ୍ବୁଲୋଟୋରୀ ପେରିଟୋନିଏଲ୍ ଡାୟଲିସିସ୍ (ସିଏପିଡି) ହେଉଛି ଏକପ୍ରକାର ଡାୟଲିସିସ୍ ଯାହାକୁ କି ରୋଗୀ ଘରେ ବିନା ଯନ୍ତ୍ର ସହାୟତାରେ ବ୍ୟବହାର କରିପକାଏ । ଯେହେତୁ ସିଏପିଡି ସୁବିଧାଜନକ ଓ ସ୍ଵାଧୀନତା ପ୍ରଦାନ କରିଥାଏ । ତେଣୁ ଏହି ପ୍ରକ୍ରିୟା ଉନ୍ନତଶୀଳ ଦେଶ ମାନଙ୍କରେ ଏକ ଲୋକପ୍ରିୟ ଚିକିତ୍ସା ପଦ୍ଧତି ।

ସିଏପିଡି ର ପ୍ରଣାଳୀ

ସିଏପିଡି କ୍ୟାଥେଟର – କ୍ରମାଗତ ଆମ୍ବୁଲୋଟୋରୀ – ପେରିଟୋନିଏଲ୍ ଡାୟଲିସିସ୍ ରେ (ଉଇଚଉ) ଗୋଟିଏ ନରମ ନମନୀୟ ସିଲିକନ ରବର ନଳା ଯାହା ଚତୁଃପାର୍ଶ୍ଵରେ ସଂଖ୍ୟାଧିକ ଗାତ ବା କଣା ଥାଏ ତାକୁ ସିଏପିଡି କ୍ୟାଥେଟର ଭାବେ ବ୍ୟବହାର କରାଯାଏ । କ୍ୟାଥେଟରଟିକୁ ସର୍ଜିକାଲ ରୋଗୀର ଆବତମେନ୍ ବା ପେଟ ମଧ୍ୟକୁ ପ୍ରବେଶ କରାଇ ଦିଆଯାଏ । ପେରିଟୋନିଏଲ୍ ଡାୟଲିସିସ୍ ର ସ୍ୱାସ୍ଥ୍ୟ ପ୍ରବେଶପଥ ଭାବେ କାର୍ଯ୍ୟକରେ । କ୍ୟାଥେଟରକୁ ସାଧାରଣତଃ ରୋଗୀର ନାଭିର ୨ ପଟେ ଏକଇ ତଳକୁ ପେଟର କାନ୍ଥ ଜରିଆରେ ସ୍ଥାପନ କରାଯାଏ । ସିଏପିଡି କ୍ୟାଥେଟରକୁ ସିଏପିଡି ଆରମ୍ଭ ହେବାର ୧୦-୧୪ ଦିନ ପୂର୍ବରୁ ଭର୍ତ୍ତି କରାଯାଏ । ହେମୋଡାୟଲିସିସ୍ ର ଏ.ଭି. ପିଶ୍ଚୁଲାପରି ପିଡି କ୍ୟାଥେଟର ହେଉଛି ସିଏପିଡି ରୋଗୀର ‘ଜୀବନରେଖା’ ପରେ ।

କ୍ରମାଗତ ଆମ୍ବୁଲୋଟୋରୀ ପେରିଟୋନିଏଲ୍ ଡାୟଲିସିସ୍ ର କୌଶଳ (CAPD)

ସିଏପିଡି ପ୍ରକ୍ରିୟା ୩ଟି ସ୍ତରରେ କରାଯାଏ ଭର୍ତ୍ତି କରିବା, ଡ୍ଵେଲ ଏବଂ ବାହାର କରିବା ।

  • ଭର୍ତ୍ତି କରିବା – କ୍ୟାଥେଟର ମାଧ୍ୟମରେ ୨ ଲିଟର ପେରିଟୋନିଏଲ୍ ଡାୟଲିସିସ୍ ତରଳ ଚଊ ଭର୍ତ୍ତି କରାଯାଏ । ଠାରେ ସେହି ତରଳ ଶରୀରକୁ ଗଲେ ପିଡିରେ ତରଳର ଖାଲି ଥଳିଟି ବୁଲିବା ଏବଂ ରୋଗୀର ଅବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ସ୍ଥାନିତ ହେବ ।
  • ଡ୍ଵେଲ – ପିଡି ଫ୍ଲୁଇଡ (ଡାୟାଲାଇସେଟ୍ ) ଦିନରେ ୪ରୁ ୬ ଘଣ୍ଟା ଏବଂ ୬ରୁ ୮ ଘଣ୍ଟା ରାତିରେ ପେରିଟୋନିଏଲ୍ ଗର୍ଭ ମଧ୍ୟରେ ରହିଥାଏ । ଯେଉଁ ସମୟତକ ଚଊ ଫ୍ଲୁଇଡ ପେଟ ଭିତରେ ରହିଥାଏ ତାକୁ (ଊଙ୍ଗରକ୍ଷକ ଞସଜ୍ଞର) କୁହାଯାଏ । ଏହି ଊଙ୍ଗରକ୍ଷକ ଞସଜ୍ଞର ରେ ପେରିଟୋନିୟମ ଏକ ଛଣା ପରି କାର୍ଯ୍ୟକରେ । ଯାହାକି ବର୍ଜ୍ୟ ଉତ୍ପାଦ ଏବଂ ମାତ୍ରାଧିକ ତରଳକୁ ରକ୍ତରୁ ବାହାରକରି ପିଡି ଫ୍ଲୁଇଡ କୁ ଚାଲିଯିବାକୁ ଅନୁମତି ଦିଏ । ଏହି ସମୟରେ ରୋଗୀ ସ୍ଵାଧୀନଭାବେ ଚାଲବୁଲ କରିପାରେ (ଯଦିଓ ଏହି ଚିକିତ୍ସା ପ୍ରଣାଳୀର ନାମ ଆମ୍ବୁଲୋଟୋରୀ ତା’ର ଅର୍ଥ ଚାଲିବା)
  • (ଊକ୍ସବସଭ) ବହିଯିବା – ଡ୍ଵେଲ ସମୟଠାରେ, ପିହି ତରଳ ବର୍ଜ୍ୟ ଉତ୍ପାଦ ସହିତ ଶୂନ୍ୟଥଳି ମଧ୍ୟକୁ କ୍ୟାଥେଟର ମାଧ୍ୟମରେ ବହିଚାଲିଯାଇଥାଏ, (ଯାହାକି ରୋଗୀର ଅନ୍ତବସ୍ତ୍ରରେ ଗୁଡେଇ ହୋଇ ରହିଥାଏ) । ବହିଯାଉଥିବା ତରଳ ଦ୍ରବ୍ୟକୁ ମପାଯାଏ । ଏବଂ ପରବର୍ତ୍ତୀ କାଳରେ ତାକୁ ଫୋପାଡି ଦିଆଯାଏ । ବାହାରିଥିବା ପିଡି ତରଳ ବା ପରିଶ୍ରାର ରଙ୍ଗ ପରିଷ୍କାର ବା ସ୍ଵଚ୍ଛ ହେବା ଉଚିତ୍ ।

ଆବଡମିନ୍ ବା ତଳିପେଟରୁ ପିଡି ତୂଳ ଦ୍ରବ୍ୟ ବାହାରି ସତେଜ ତରଳକୁ ସ୍ଥାନଚ୍ୟୁତ କରିବା ପାଇଁ ପ୍ରାୟତଃ ୩୦ – ୪୦ ମିନିଟ୍ ଲାଗିଥାଏ । ଏହି ପ୍ରଣାଳୀର ପରିପୂର୍ଣ୍ଣତା ଏବଂ ଶୂନ୍ୟ ହେବାକୁ ବଦଳା ବଦଳି କୁହାଯାଏ । ବଦଳା ବଦଳି ଦିନକୁ ୩ରୁ ୫ ଥର ଏବଂ ରାତିରେ ଅନ୍ତତଃ ପକ୍ଷେ ଥରେ ହେବା ଉଚିତ୍ । ରାତି ସମୟରେ ବଦଳା ବଦଳି ଶୋଇବାକୁ ଯିବା ପୂର୍ବରୁ କରିଦେବା ଉଚିତ୍ ଏବଂ ରାତିସାରା ପିଡି ଫ୍ଲୁଇଡ ବାମପଟ ତଳିପେଟରେ ଥାଏ । ସିଏପିଡି ପ୍ରଣାଳୀ ଅପଚନୀୟ ପୂର୍ବ ସତର୍କତାର ସହ କରାଯିବା ଉଚିତ୍ ।

ଏପିଡି କିମ୍ବା କ୍ରମାଗତ ପେରିଟୋନିଏଲ୍ ଡାୟଲିସିସ୍ ର ନିୟମିତ କାଳକ୍ରମ (ଉଈଚର)

ଅଟୋମେଟେଡ ପେରିଟୋନିଏଲ୍ ଡାୟଲିସିସ୍ (ଇଚର) କିମ୍ବା କ୍ରମାଗତ କାଳକ୍ରମ ପେରିଟୋନିଏଲ୍ ଡାୟଲିସିସ୍ ର ହେଉଛି ଏକ ନିୟମିତ ଡାୟଲିସିସ୍ ଚିକିତ୍ସା ଯାହାକି ଘରେ ପ୍ରତିଦିନ ଅଟୋମେଟେଡ୍ ସାଇକ୍ଲର ମେସିନ୍ ଦ୍ଵାରା କରାଯାଏ । ଏପିଡି ସମୟରେ ଗୋଟିଏ ଯନ୍ତ୍ର ଯାହା ସ୍ଵତଃପ୍ରବୃତ ଭାବରେ ଭର୍ତ୍ତି କରିଥାଏ ଏବଂ ବାହାର କରିଥାଏ ପେଟ ଭିତରୁ ପିଡି ଫ୍ଲୁଇଡକୁ ପ୍ରତ୍ୟକ ଚକ୍ର ସାଧାରଣତଃ ଏକ ଘଣ୍ଟାରୁ ୨ ଘଣ୍ଟା ଲାଗେ ଏବଂ ୪ ରୁ ୫ଥର ବଦଳା ବଦଳି ହୋଇଥାଏ । ଏପିଡିର ସ୍ଥାୟିତ୍ଵ ୮ରୁ ୧୦ ଘଣ୍ଟା । ଯେତେବେଳେ ରାତି ସାରା ରୋଗୀ ଶୋଇଥାଏ ସକାଳେ ସେତେବେଳେ ଯନ୍ତ୍ରଟି ଯୋଗାଯୋଗ ବିଚ୍ଛିନ୍ନ ହୁଏ । ୨ରୁ ୩ ଲିଟର ପିଡି ଫ୍ଲୁଇଡ ପେଟ ମଧ୍ୟରେ ରହିଥାଏ । ପିଡି ଫ୍ଲୁଇଡ ପୁଣି ପେଟ ଭିତରେ ଦିନସାରା ରହେ ଏବଂ ସନ୍ଧ୍ୟା କିମ୍ବା ରାତିରେ ଯେତେବେଳେ ନିୟମିତ କାଳକ୍ରମର ଯନ୍ତ୍ର ବିଚ୍ଛିନ୍ନ ହୋଇଯାଏ ସେତେବେଳେ ଏହାକୁ ବାହାର କରିଦିଆଯାଏ ।

ଏପିଡି ମୁଖ୍ୟ ହେଉଛି ରୋଗୀ ଦିନସାରା ଦୈନିକ କଳାପ କରିବା ସ୍ଵାଧୀନତା ପାଇଥାଏ ଏବଂ ଯନ୍ତ୍ରକୁ ଯୋଡିବା କାଢିବା ପ୍ରଣାଳୀ ୨୪ ଘଣ୍ଟାର୍ରେ ମାତ୍ର ଥରେ ହୋଇଥାଏ । ଏହା ରୋଗୀକୁ ସ୍ଵାଛନ୍ଦ ପ୍ରଦାନକରେ ଏବଂ ଏପରିଟିନିଟିସ୍ ବିପଦରୁ କମ୍ କରେ ତେବେ ଇଚର ର ମୁଖ୍ୟ ଅସୁବିଧା ହେଉଛି ଖର୍ଚ୍ଚ ଏବଂ ଜଟିଳତା।

ସିଏପିଡିରେ ବ୍ୟବହୃତ ପିଡି ଫ୍ଲୁଇଡ କ’ଣ ?

ପିଡି ଫ୍ଲୁଇଡ (ଡାୟାଲାଇସେଟ୍) ହେଉଛି ଏକ ପରିଶୋଧିତ ମିଶ୍ରଣ ଯାହାକି ମିନେରାଲ ଏବଂ ଗ୍ଲୁକୋଜରେ ପରିପୂର୍ଣ୍ଣ କରାଯାଇ ବ୍ୟବହାର କରାଯାଏ । ଦକ୍ଷତା ଏବଂ କସନ୍ ଟେସନ୍ କୁ ନିର୍ଭର କରି ଭାରତରେ ତିନିପ୍ରକାର ପିଡି ଫ୍ଲୁଇଡ (୧.୫%,୨.୫%, ୩.୫%) ଅଲଗା ପ୍ରକାର ଶକ୍ତିଯୁକ୍ତ ହୋଇ ଦେଖାଯାଇଥାଏ ।

ପିଡି ଫ୍ଲୁଇଡରେ ଥିବା ଗ୍ଲୁକୋଜ ଶରୀରରୁ ବାହାରୁଥିବା ତରଳର ମାତ୍ରାନୁସାରେ ଭିନ୍ନପ୍ରକାର ପିଇଡି ଫ୍ଲୁଇଡ ଚୟନ କରାଯାଏ ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ଅତି କମ୍ ମାତ୍ରାରେ ତରଳ ନିଷ୍କାସିତ ହେଲେ ଉଚ୍ଚ ଡେକ୍ସରୋଜ କନସେନ୍ ଟ୍ରେସନ୍ ବ୍ୟବହାର କରାଯାଏ । ବର୍ତ୍ତମାନ ନୂଆ ପ୍ରକାର ପିଡି ଫ୍ଲୁଇଡ ମିଳିଲାଣି । ଯେଉଁଥିରେ ଡେକ୍ସରୋଜ ପରିବର୍ତ୍ତେ ଇକୋଟେକସ୍ ଟ୍ରିନ୍ ର ମାତ୍ରା ରହୁଛି । ନୂଆ ତରଳର ସୁବିଧା ବା ଲାଭ ହେଉଛି ଏଥିରେ ଶରୀର ତରଳକୁ ଧୀରେ ଧୀରେ ବାହାର କରିଥାଏ । ଏହି ମିଶ୍ରଣ ଡାଇବେଟିକ୍ କିମ୍ବା ଅଧିକ ଓଜନ ଥିବା ରୋଗୀଙ୍କୁ ଦିଆଯାଏ ଏବଂ ଏହାର ବ୍ୟବହାର ଗୋଟିଏ ଦିନକୁ ଗୋଟିଏ ଚକ୍ର ପାଇଁ ସୀମିତ ଥାଏ । ପିଡି ଫ୍ଲୁଇଡ ଥିବା ଥଳି ୧୦୦୦ ମିଲି ଠାରୁ ୨୫୦୦ ମିଲି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ମାତ୍ରାର ମିଳେ ।

ସିଏପିଡି ସମୟରେ ସାଧାରଣ ସମସ୍ୟା ଗୁଡିକ କ’ଣ ଦେଖାଯାଏ ?

କ୍ରମାଗତ ଆମ୍ବୁଲୋଟୋରୀ ପେରିଟୋନିଏଲ୍ ଡାୟଲିସିସ୍ ର ମୁଖ୍ୟ ଜଟିଳତା ଗୁଡିକ ହେଉଛି –

ସଂକ୍ରମଣ : ସିଏପିଡିରେ ପୀଡିତ ରୋଗୀର ମୁଖ୍ୟ ଏବଂ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ହେଉଛି ପେରିଟୋନାରଟିସ୍, ପେରିଟୋନିୟମ ର ଏକ ସଂକ୍ରମଣ । ପେଟରେ ଯନ୍ତ୍ରଣା, ଜ୍ଵର, ଥଣ୍ଡା ଏବଂ ନିରୁତ୍ସାହ ଏବଂ ଅସ୍ପଷ୍ଟ ଟରବିତଯୁକ୍ତ ପିଡି ଫ୍ଲୁଇଡ ବାହାରିବା ହେଉଛି ସାଧାରଣ ଉପସ୍ଥାପନ ପେରିଟୋନାଇଟିସ୍ ର । କୋଷ୍ଠକାଠିନ୍ୟକୁ ଦୂରକରିବା ଏବଂ ସିଏପିଡିର ସମସ୍ତ କାର୍ଯ୍ୟପ୍ରଣାଳୀକୁ ଶକ୍ତ ଆସପେଟିକ୍ ପୂର୍ବ ସତର୍କତାର ସହିତ କରାଯିବା ଉଚିତ୍ ଯଦ୍ୱାରା ପେରିଟୋନାଇଟିସ୍ ର ଅସୁବିଧାକୁ ଅନାଦେଖା କରିବା ।

ପେରିଟୋନାଇଟିସ୍ ର ଚିକିତ୍ସା ଦୀର୍ଘ ସ୍ଵେବଟ୍ରମ, ଆର୍ସିବାୟୋଟିକ, ପିଡି ଫ୍ଲୁଇଡ ର କଲ୍ ରେ ପରୀକ୍ଷା ଏବଂ କେତେକ ରୋଗୀଙ୍କ କ୍ଷାତ୍ରରେ ପିଡି କ୍ୟାଥେଟରକୁ ବାହାର କରିବାରେ ମଧ୍ୟ ଆବଶ୍ୟକ ପଡିପାରେ । ଯେଉଁଠାରେ କ୍ୟାଥେଟର ଭର୍ତ୍ତି କରାଯାଇଥାଏ ସେହି ପଟରେ ସଂକ୍ରମଣ ହୋଇପାରେ ।

ଅନ୍ୟାନ୍ୟ ସମସ୍ୟା : ଆବତୋମିନାଲ ତିଷ୍ଟେନେସନ ହାରନିୟା ଯୋଗୁ ଆବତୋମନୀଳ ମାଂସପେଶୀର ଦୁର୍ବଳତା । ତରଳର ମାତ୍ରାଧିକ ଚାପ, ସ୍କୋତାଳ ଏତେମା ଫ୍ଲୁଇଡରେ ଛିଦ୍ର ଏବଂ ଓଜନ ବଢିଯିବା ହେଉଛି ସିଏପିଡିର ସାଧାରଣ ସମସ୍ୟା ।

ସିଏପିଡିର ସୁବିଧା

  • ଖାଦ୍ୟ ଓ ତରଳ ଖାଦ୍ୟରେ କମ୍ ନିୟନ୍ତ୍ରଣ । ଅଧିକ ସ୍ଵାଧୀନତା, ଡାୟଲିସିସ୍ ପରେ, କର୍ମ ସ୍ଥଳିରେ ଅଥବା ମାତ୍ରା ସମୟରେ କରାଯାଇପାରେ । ସାଧାରଣ ଦୈନନ୍ଦିନ କାର୍ଯ୍ୟ ଡାୟଲିସିସ୍ ଚାଲିଥିବା ସମୟରେ କରିହୁଏ । ସିଏପିଡି ରୋଗୀ କୌଣସି ଯନ୍ତ୍ର, ଡାକ୍ତରଖାନା କର୍ମଚାରୀ କିମ୍ବା ଘର ଲୋକଙ୍କ ବିନା ସହାୟତାରେ ରୋଗୀ ନିଜେ କରିପାରେ ।
  • ୩ଥର ସପ୍ତାହକୁ ଏକ ନିର୍ଦ୍ଧାରିତ ସମୟରେ ଡାକ୍ତରଖାନାକୁ ଯିବା, ଯାତ୍ରା କରିବା କିମ୍ବା ଯନ୍ତ୍ରଣା ଦାୟକ ଛୁଞ୍ଚି ଫୋଡାରୁ ସ୍ଵାଧିତନା ରୋଗୀ ନିଜେ କରିପାରେ।
  • ହାଇପରଟେନସନ୍ ଏବଂ ରକ୍ତ ହୀନତା ଉପରେ ଭଲ ନିୟନ୍ତ୍ରଣ ରହିପାରେ ।
  • କ୍ରମାଗତ ରକ୍ତ ପରିଷ୍କାର ମୃଦୁ ଡାୟଲିସିସ୍ ପ୍ରକ୍ରିୟା ଯୋଗୁଁ ଉଠା – ପକା ଯୋଗୁଁ କିମ୍ବା ଆସ୍ଵସ୍ଥି ଅନୁଭବ ହୁଏନାହିଁ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

3.05882352941
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top