ସେଆର କରନ୍ତୁ

ପଥୁରୀ ରୋଗ

ପଥୁରୀ ରୋଗ ବିଷୟରେ ସୂଚନା ।

ପରିଶ୍ରାନଳୀ ସଂକ୍ରମଣ

ଷ୍ଟୋନ ଡିଜିଜ୍ ବା ପଥୁରୀ ରୋଗ ଏକ ସାଧାରଣ ମୂତ୍ରବ୍ୟବସ୍ଥା ସମ୍ବନ୍ଧୀୟ ରୋଗ । ବୃକକ୍ ପଥୁରୀ ଦ୍ଵାରା ଅସହ୍ୟ ଯନ୍ତ୍ରଣା ହୋଇଥାଏ । କିନ୍ତୁ ସମୟେ ପଥର ନୀରବରେ ରହିଥାଏ ଯଦ୍ୱାରା ଯନ୍ତ୍ରଣା କିମ୍ବା କୌଣସି ଲକ୍ଷଣ ଦେଖାଯାଇ ନଥାଏ । ଏହି ପଥୁରୀ ରୋଗ ମୂତ୍ରନଳୀ ସଂକ୍ରମଣର ଏକ ମୁଖ୍ୟ କାରଣ ଯଦ୍ୱାରା କେତେକ ରୋଗୀଙ୍କର ବୃକକ୍ କ୍ଷତି ମଧ୍ୟ କରିଥାଏ, ଯେତେବେଳେ ସଂକ୍ରମଣର ଉପଯୁକ୍ତ ଚିକିତ୍ସା ଉଚିତ୍ ସମୟରେ କରାନଯାଇପାରେ । ତେଣୁ ମନେ ରଖିବା ଉଚିତ୍ ଯଦି ଥରେ ବୃକକ୍ ପଥୁରୀର ନିବାରଣ ଏବଂ ରୋଗୀର ଯନ୍ତ୍ର ନେବା ଜରୁରୀ ।

ବୃକକ୍ ପଥୁରୀ କ’ଣ ?

ବୃକକ୍ ପଥୁରୀ ହେଉଛି ଏକ ଶକ୍ତ ବା କଠିନ ସ୍ପଟିକ ଜଡପିଣ୍ଡ ଯାହାକି ବୃକକ୍ ମଧ୍ୟରେ ସୃଷ୍ଟିହୋଇଥାଏ କିମ୍ବା ପରିଶ୍ରାନଳୀରେ ମଧ୍ୟ ସୃଷ୍ଟି ହୋଇଥାଏ । ସ୍ୱଳ୍ପ ତଥା ପାରଦର୍ଶକ ପଦାର୍ଥ କିମ୍ବା କ୍ୟାଲସିୟମର ଏକ ଛୋଟ ଛୋଟ ଅନୁ ବା ଖଣ୍ଡର ଏକତ୍ରୀକରଣ, ଆକ୍ସାଲେଟ, ୟୁରେଟ, ଫସଫେଟ୍ ଓ ଅନ୍ୟାନ୍ୟ କେତେକ ପଦାର୍ଥ ପଥୁରୀ ଗଠନ ପାଇଁ ଦାୟୀ । ଯଦି ପରିଶ୍ରାରେ କ୍ରମାଗତଭାବେ ସ୍ଵଚ୍ଛ ବା ସ୍ପଟିକ ପରି ଅଂଶ ଆକୃତିରେ ଅଥବା ପରିମାଣରେ ବୃଦ୍ଧିପାଏ, ତେବେ ପଥୁରୀ ସୃଷ୍ଟି ହୋଇଥାଏ ।

ସାଧାରଣତଃ ପରିଶ୍ରାରେ ଥିବା ପଦାର୍ଥ ଗୁଡିକ ସ୍ପଟିକର ସମଷ୍ଟିକୁ ନିବାରଣ କରେ ବା ନିଶେଷ କରେ । ୟୁରୋଲୋଥିଆସିସ୍ ହେଉଛି ଏକ ଡାକ୍ତରୀ ସମ୍ବନ୍ଧୀୟ ପଦ ଯାହାକି ପରିଶ୍ରା ସମ୍ବନ୍ଧୀୟ ପଥୁରୀକୁ ବୁଝାଇଥାଏ ।ଏହା ମଧ୍ୟ ଲକ୍ଷ କରାଯାଇପାରେ ଯେ ପୀଡିତ ପଥୁରୀ ଏବଂ ବୃକକ୍ ପଥୁରୀ ଦୁଇଟିଯାକ ଅଲଗା ଅଲଗା ଜିନିଷ ।

ମୂତ୍ରୀୟ ପଥୁରୀର ଆକାର, ଆକୃତି ଓ ଅବସ୍ଥିତି କ’ଣ ?

ବୃକକ୍ ପଥୁରୀ ମାତ୍ରା ଆକାରରେ ପରିବର୍ତ୍ତିତ ହୋଇଥାଏ । ଏହା ଏକ ଶସ୍ୟଠାରୁ ସାନ ହୋଇପାରେ କିମ୍ବା ଟେନିସବଲଠାରୁ ମଧ୍ୟ ବଡ ହୋଇପାରେ । ପଥୁରୀର ଆକାର ଗୋଲ କିମ୍ବା ଅଣ୍ଡାକୃତିର ହେବାସହ ନରମ, ଚିକ୍କଣିଆ ମଧ୍ୟ ହୋଇଥାଏ । ଏହିପରି ପଥୁରୀ କମ୍ ଯନ୍ତ୍ରଣା ଦାୟକ ଏବଂ ପ୍ରାକୃତିକ ଉପାୟରେ ବାହାରିଯିବାର ସମ୍ଭାବନା ମଧ୍ୟ ଅଧିକ । ବୃକକ୍ ପଥୁରୀ ଅନିୟମିତ ଏବଂ ଆବଡାଖାବଡା ବା ଦନ୍ତୁରିତ ଅସମାନ ହେଲେ ତାହା ଅଧିକ ଯନ୍ତ୍ରଣା ଦେବା ସହ ପ୍ରାକୃତିକ ଉପାୟରେ କ୍ଵଚିତବାହାରି ଯିବାର ସମ୍ଭାବନା ରହେ ।

ମୂତ୍ର ସମ୍ବନ୍ଧୀୟ ଯେକୌଣସି ଅଙ୍ଗରେ ପଥୁରୀ ସୃଷ୍ଟି ହୋଇପାରେ କିନ୍ତୁ ଅତିମାତ୍ରାରେ ବୃକକ୍ ରେ ଏହା ସୃଷ୍ଟି ହୋଇ ମୂତ୍ରାଶୟକୁ ଆସିଥାଏ ।

ବୃକକ୍ ପଥୁରୀର ପ୍ରକାରଭେଦ

ବୃକକ୍ ପଥୁରୀ ଚାରିପ୍ରକାର :

କ୍ୟାଲସିୟମ ପଥୁରୀ

ଏହା ଏକ ସାଧାରଣ ପ୍ରକାରର ବୃକକ୍ ପଥୁରୀ, ଯାହାକି ୭୦ରୁ ୮୦% କ୍ଷେତ୍ରରେ ଦେଖାଯାଏ । କ୍ୟାଲସିୟମ ପଥୁରୀ ସାଧାରଣତଃ କ୍ୟାଲସିୟମ ଆକ୍ସାଲେଟ ଏବଂ କମ୍ ମାତ୍ରାର କ୍ୟାଲସିୟମ ଫସଫେଟ ଆକାରରେ ଦେଖାଯାଏ । ଯେତେବେଳେ ପରିଶ୍ରା ଅମ୍ଳଯୁକ୍ତ ହୋଇଥାଏ ସେତେବେଳେ କ୍ୟାଲସିୟମ ଆକ୍ସାଲେଟ ପଥୁରୀ ସୃଷ୍ଟି ହୋଇଥାଏ ।

ଷ୍ଟ୍ରଭିଟପଥୁରୀ

ଷ୍ଟ୍ରଭିଟ (ମ୍ୟାଗ୍ନେସିୟମ ଆମୋନିୟମ ଫସଫେଟ) ପଥୁରୀ ସାଧାରଣତ କମ୍ ମାତ୍ରାରେ ୧୦-୧୫% ରେ ଦେଖାଦିଏ । ଏହାର କାରଣ ହେଉଛି ବୃକକ୍ ରେ ସଂକ୍ରମଣର ସୃଷ୍ଟି ହେବା । ଗୋଟିଏ ଷ୍ଟ୍ରଭିଟ ପଥୁରୀ ମହିଳା ମାନଙ୍କ କ୍ଷେତ୍ରରେ ସାଧାରଣତଃ ଦେଖାଯାଏ ଏବଂ ଏହାଦ୍ଵାରା ପରିଶ୍ରାରେ ଆଲକାଲାଇନ ବଢିଥାଏ।

ୟୁରିକ ଏସିଡ ପଥୁରୀ

ୟୁରିକ ଏସିଡ ପଥୁରୀ ହେବା ସାଧାରଣତଃ ବିରଳ (ପ୍ରାୟତଃ ୫ ରୁ ୧୦%) ଏବଂ ଯେତେବେଳେ ପରିଶ୍ରାରେ ୟୁରିକ ଏସିଡ ର ମାତ୍ରା ଅଧିକ ହୋଇଯାଏ ସେତେବେଳେ ଏହି ପ୍ରକାର ପଥୁରୀ ସୃଷ୍ଟି ହୋଇଥାଏ । ଗଣ୍ଠିବାତରେ ପୀଡିତ ବ୍ୟକ୍ତି ମାନଙ୍କର ଏହିପ୍ରକାର ଷ୍ଟୋନ ହେବାର ସମ୍ଭାବନା ଅଧିକ ଏତଦ୍ ବ୍ୟତୀତ ପ୍ରାଣୀଜ ପ୍ରୋଟିନ ଖାଉଥିବା ଲୋକଙ୍କ, ଜଳୀୟାଂଶ କମିଯାଉଥିବା ବ୍ୟକ୍ତିଙ୍କର, କୋମୋ ଚିକିତ୍ସା ନେଉଥିବା ବ୍ୟକ୍ତିଙ୍କର ୟୁରିକ ଏସିଡ ପଥୁରୀ ହୋଇଥାଏ । ୟୁରିକ ଏସିଡ ପଥୁରୀ ରେଡିଓଲ୍ୟୁସେ ହୋଇଥିବାରୁ ପେଟର ଏକ୍ସ – ରେ କଲେ ମଧ୍ୟ ଧରା ପଡିନଥାଏ ।

ସିଷ୍ଟିନ ପଥୁରୀ

ସିଷ୍ଟିନ ପଥୁରୀର ରାଧିକାରୀ ସୂତ୍ରରେ ହେଇଥିବା ଯୋଗୁଁ କ୍ଵଚିତ ଦେଖାଯାଏ, ଯାହାକୁ ‘ସିଷ୍ଟିନ୍ୟୁରିଆ’ ମଧ୍ୟ କୁହାଯାଏ । ସିଷ୍ଟିନ୍ୟୁରିଆର ଚାରିତ୍ରିକ ଗୁଣ ହେଉଛି ପରିଶ୍ରାରେ ଉଚ୍ଚ ମାତ୍ରାରେ ସିଷ୍ଟିନ ର ଉପସ୍ଥିତି ।

ଷ୍ଟାଗ ହର୍ଣ୍ଣ ପଥୁରୀ କ’ଣ ?

ଷ୍ଟାଗ୍ ହର୍ଣ୍ଣ ବା ହରିଣ ଶିଙ୍ଗ ପଥୁରୀ କଳନ ଏକ ବୃହତାକାର ପଥୁରୀ ଯାହାକି ବୃକକ୍ ର ଏକ ବଡ ସ୍ଥାନ ମାଡି ବସେ । ଏହା ହରିଣର ଶିଙ୍ଗ ପରି ଦେଖାଯାଉଥିବାରୁ ଏହାକୁ ହରିଣ ଶିଙ୍ଗ ବା ଷ୍ଟାଗ୍ ହର୍ଣ୍ଣ କୁହାଯାଏ । ଯେ ପର୍ଯ୍ୟନ୍ତ ଷ୍ଟାଗହର୍ଣ୍ଣ ପଥୁରୀ କୌଣସି କଷ୍ଟ ଦେଇନଥାଏ ସେ ପର୍ଯ୍ୟନ୍ତ ରୋଗ ନିର୍ଣ୍ଣୟ ହୋଇପାରେ ନାହିଁ । ତେଣୁ ଅଧିକାଂଶ କ୍ଷେତ୍ରରେ ଶେଷ ପର୍ଯ୍ୟାୟରେ ରୋଗ ଚିହ୍ନଟ ହେବାଯୋଗୁଁ ଷ୍ଟାଗ୍ ହର୍ଣ୍ଣ ପଥୁରୀ ବୃକକ୍ ର କ୍ଷତି କରିଥିବାର ଜଣାପଡେ ।

ମୂତ୍ରନଳୀ ସମ୍ବନ୍ଧୀୟ ପଥୁରୀ ପାଇଁ କେଉଁ କାରଣ ଦାୟୀ

ପ୍ରତ୍ୟକ ରୋଗୀଙ୍କର ପଥୁରୀ ସୃଷ୍ଟି ହେବାର ସନ୍ଦେହ କରାଯାଇପାରେ । ବୃକକ୍ ପଥୁରୀ ସୃଷ୍ଟି ଏବଂ ବଢିଯାଉଥିବା ପଥୁରୀ ବିପଦର କାରଣ ଗୁଡିକ ହେଉଛି : -

  • ତରଳଦ୍ରବ୍ୟ ବିଶେଷକରି ପାଣି ପିଇବା କମାଇଦେବା ଦ୍ଵାରା ଶରୀରରୁ ଜଳୀୟାଂଶ କମିଯିବା ଦ୍ଵାରା ବିପଦ ସୃଷ୍ଟି ହୋଇପାରେ ।
  • ପାରିବାରିକ ଇତିହାସ ଅର୍ଥାତ୍ ପରିବାରରେ କେହି ବୃକକ୍ ପଥୁରୀ ରୋଗରେ ଆକ୍ରାନ୍ତ ହୋଇଥିବାର ଜଣାଥିଲେ ।
  • ଖାଦ୍ୟ : ପ୍ରାଣୀଜ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇଲେ ଅଥବା କମ୍ ତନ୍ତୁଯୁକ୍ତ ଖାଦ୍ୟ ଖାଉଥିଲେ ଏହି ବିପଦ ସୃଷ୍ଟି ହୋଇପାରେ ।
  • ୭୫% ବୃକକ୍ ପଥୁରୀ, ୯୫% ବ୍ଲାଡର ପଥୁରୀ ସାଧାରଣତଃ ପୁଅମାନଙ୍କ କ୍ଷେତ୍ରରେ ହୋଇଥାଏ । ମୋଟାବ୍ୟକ୍ତି, ଅତ୍ୟନ୍ତ ଦୁର୍ବଳ ବ୍ୟକ୍ତି ଯାହାର ବୟସ ୨୦ରୁ ୭୦ ବର୍ଷ ମଧ୍ୟରେ ହୋଇଥାଏ ସେମାନଙ୍କ କ୍ଷେତ୍ରରେ ମଧ୍ୟ ଏପରି ବିପଦ ସୃଷ୍ଟି ହୋଇପାରେ ।
  • ଯେଉଁ ବ୍ୟକ୍ତି ଦୀର୍ଘଦିନ ଶଯ୍ୟାଶାୟୀ ହୋଇ ଅଚଳ ହୋଇଯାଇଥାଏ ।
  • ଅତ୍ୟନ୍ତ ଗରମ ଏବଂ ଆର୍ଦ୍ର ଜଳବାୟୁରେ ବାସ କରୁଥିବା ବ୍ୟକ୍ତି ।
  • ବାରମ୍ବାର ମୂତ୍ରନଳୀ ସଂକ୍ରମଣ ହେଉଥିଲେ ।
  • ବିଷାକ୍ତ କ୍ରିୟାଯୁକ୍ତ ରୋଗ ଯଥା – ହାଇପର ପାରାଥାଇରୋଇଡିରିସ୍, ସିଷ୍ଟିନ୍ୟୁରିଆ, ଗଣ୍ଠିବାତ ଓ ଅନ୍ୟାନ୍ୟ କେତେକେ ରୋଗରେ ଆକ୍ରାନ୍ତ ହେଉଥିଲେ ।
  • କେତେକ ଔଷଧର ବହୁଳ ବ୍ୟବହାର ଯୋଗୁଁ । ଡ୍ୟୁରେଟିକସ୍ ଏବଂ ଆଣ୍ଟାସିଡର ବହୁଳ ବ୍ୟବହାର କରୁଥିଲେ ।

ମୂତ୍ର ମାର୍ଗ ପଥୁରୀର ଲକ୍ଷଣ କ’ଣ ?

ମୂତ୍ର ମାର୍ଗ ପଥୁରୀର ଆକାର, ପ୍ରକାର, ଆକୃତି ଏବଂ ସ୍ଥାନ ଅନୁସାରେ ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ । ମୂତ୍ର ମାର୍ଗ ପଥୁରୀର ସାଦାରଣ ଲକ୍ଷଣ ଗୁଡିକ ହେଉଛି : -

  • ପେଟରେ ଯନ୍ତ୍ରଣା ହେବା
  • କୌଣସି ଲକ୍ଷଣ ଦେଖାନଯିବା । ହଠାତ୍ ଅନ୍ୟକୌଣସି ଅସଲଗ୍ନ ଅବସ୍ଥା ପାଇଁ କିମ୍ବା ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଏହା ଜଣାପଡିଥାଏ । କୌଣସି ଲକ୍ଷଣ ନ ଦେଖାଯାଇ ହଠାତ୍ ରେଡିଓଲୋଜି ପରୀକ୍ଷା ସମୟରେ ଜଣାପଡୁଥିବା ପଥୁରୀକୁ ‘ନୀରବ ପଥୁରୀ’ କୁହାଯାଏ ।
  • ବାରମ୍ବାର ପରିଶ୍ରା ଲାଗିବା ଏବଂ ବାରମ୍ବାର ଲଗାତାର ପରିଶ୍ରା ଯିବା ।
  • ଅରୁଚି ଏବଂ ବାନ୍ତି ହେବା ।
  • ପରିଶ୍ରାରେ ରକ୍ତ ନିର୍ଗତ ହେବା (ହେମୋଟ୍ୟୁରିଆ)
  • ପରିଶ୍ରା କରିବା ସମୟରେ କଷ୍ଟ ହେବା ଅଥବା ଜଳାପୋଡା ହେବା ।
  • ଯଦି ମୂତ୍ରାଶୟ ପଥୁରୀ ମୂତ୍ରନଳୀ ମଧ୍ୟକୁ ଗଲାବେଳେ ବାଧାପ୍ରାପ୍ତ ହୁଏ, ତେବେ ପରିଶ୍ରାର ଧାର ହଠାତ୍ ପରିଶ୍ରା କଲାବେଳେ ବନ୍ଦ ହୋଇଯାଏ ।
  • ପରିଶ୍ରା କରିବା ସମୟରେ ପଥୁରୀ ନିର୍ଗତ ହେଉଥିଲେ । କେତେକ କ୍ଷେତ୍ରରେ, ମୂତ୍ର ମାର୍ଗରେ ଥିବା ପଥୁରୀ ଜଟିଳତା ସୃଷ୍ଟି କରାଏ ଯେପରିକି ବାରମ୍ବାର ମୂତ୍ରନଳୀ ସଂକ୍ରମଣ ହେବା ଦ୍ଵାରା, ସଂକ୍ରମଣ ଦୀର୍ଘସ୍ଥାୟୀ ଅଥବା ସ୍ୱଳ୍ପ ସ୍ଥାୟୀ ହେଲେ ମଧ୍ୟ କ୍ଷତି କରିଥାଏ ।

ମୂତ୍ର ମାର୍ଗ ପଥୁରୀ ପାଇଁ ହେଉଥିବା ପେଟ ଯନ୍ତ୍ରଣାର ଲକ୍ଷଣ

  • ମୂତ୍ରମାର୍ଗ ମଧ୍ୟରେ ଥିବା ପଥୁରୀର ଆକାର ପ୍ରକାର ଏବଂ ସ୍ଥିତି ଅନୁସାରେ ଯନ୍ତ୍ରଣାର ସ୍ଥାନ ଏବଂ ଯନ୍ତ୍ରଣାର ତୀବ୍ରତା ଭିନ୍ନ ବ୍ୟକ୍ତିଙ୍କର ଭିନ୍ନ ଭିନ୍ନ ହୋଇଥାଏ । ମନେ ରଖିବାକୁ ହେବ, ପଥୁରୀର ଆକାର ଅନୁସାରେ ଯନ୍ତ୍ରଣାର ତୀବ୍ରତା ଅନୁଭୂତ ହୁଏ । ଚିକ୍କଣିଆ ବଡ ପଥୁରୀର ଯନ୍ତ୍ରଣା ଅପେକ୍ଷା ଛୋଟ ଆକାରର ଖଦଡିଆ ପଥୁରୀ ଅଧିକ ଯନ୍ତ୍ରଣା ଦାୟକ ।
  • ପଥୁରୀର ଯନ୍ତ୍ରଣା ଅଳ୍ପ ଏବଂ ଏକପାଖରୁ ଆରମଭକରି ଅସହ୍ୟ ତୀବ୍ର ଯନ୍ତ୍ରଣା ପର୍ଯ୍ୟନ୍ତ ପରିବର୍ତ୍ତିତ ହୋଇପାରେ ଅଙ୍ଗଭଙ୍ଗା କିମ୍ବା ଯାନବାହାନ ଜନିତ ହଲଚଲରୁ ମଧ୍ୟ ଯନ୍ତ୍ରଣା ବଢିଯାଏ । ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ କଷ୍ଟ ହୋଇଥାଏ ଏବଂ ଭଲ ହେବାପାଇଁ ସମୟ ନେଇଥାଏ । ଯନ୍ତ୍ରଣାର କ୍ରମବର୍ଦ୍ଧିଷ୍ଣୁ କିମ୍ବା କ୍ରମହ୍ରାସ ପରିସ୍ଥିତି ବୃକକ୍ ପଥୁରୀର ଲକ୍ଷଣ ।
  • ଯେଉଁ ପାଖରେ ପଥୁରୀ ରହିଥାଏ ସେହି ପଟରେ ଅଧିକ ଯନ୍ତ୍ରଣା ଅନୁଭୂତ ହୁଏ ।
  • ବୃକକ୍ ଚିରନ୍ତନ ଯନ୍ତ୍ରଣା ଏବଂ ମୂତ୍ରନଳୀ ସମ୍ବନ୍ଧୀୟ ସମସ୍ତ ସ୍ଥାନର ପଥୁରୀ ଯୋଗୁଁ ହେଉଥିବା ଯନ୍ତ୍ରଣା ଅଣ୍ଟାରୁ ଆରମ୍ଭ ହୋଇ ତଳିପେଟଓ ଜଙ୍ଘ ମଧ୍ୟସ୍ଥ ସ୍ଥାନ ଅର୍ଥାତ୍ ଉରୁସନ୍ଧି ପର୍ଯ୍ୟନ୍ତ ବ୍ୟାପିଥାଏ । ସାଧାରଣତଃ ଏହାଦ୍ଵାରା ଅରୁଚି ଏବଂ ବାନ୍ତି ହୋଇଥାଏ ।
  • ମୂତ୍ରାଶୟ ପଥୁରୀ ଯୋଗୁଁ ତଳିପେଟରେ ଯନ୍ତ୍ରଣା ହୋଇପାରେ କିମ୍ବା ପରିଶ୍ରା କଲାବେଳେ ଯନ୍ତ୍ରଣା ହୋଇପାରେ ଯାହାକି ପୁରୁଷ ଯୌନାଙ୍ଗର ଅଗ୍ରଭାଗରେ ଅନୁଭୂତ ହୋଇଥାଏ ।
  • ଅଧିକାଂଶ ବ୍ୟକ୍ତି ହଠାତ୍ ପେଟ ଯନ୍ତ୍ରଣାର ଶିକାର ହେଲେ ତୁରନ୍ତ ଡାକ୍ତରୀ ଚିକିତ୍ସା କରାଇବା ଉଚିତ୍ ।

ବୃକକ୍ ପଥୁରୀ ବୃକକ୍ ର କ୍ଷତି କରେ କି ?

ବୃକକ୍ ରୁ ମୂତ୍ରାଶୟକୁ ମୂତ୍ର ପ୍ରବାହିତ ହେଉଥିବା ପ୍ରଣାଳୀ ମଧ୍ୟରେ ଅଥବା ବୃକକ୍ ମଧ୍ୟରେ ହୋଇଥିବା ପଥୁରୀ ପରିଶ୍ରାଧାରାକୁ କମ୍ କରିଦିଏ ଅଥବା ବନ୍ଦ କରିଦିଏ । ଏହି ଅବରୋଧ ଯୋଗୁଁ ବୃକକ୍ ବିସ୍ତାରିତ ହୋଇପାରେ । ବୃକକ୍ ର ବିସ୍ତାରଣ ପ୍ରକ୍ରିୟା ଦୀର୍ଘଦିନ ଧରି କ୍ରମାଗତଭାବେ ଲାଗି ରହିଲେ କେତେକ ରୋଗୀଙ୍କ କ୍ଷେତ୍ରରେ ବୃକକ୍ କ୍ଷତିର ସମ୍ମୁଖୀନ ହୋଇଥାଏ ।

ମୂତ୍ରୀୟ ପଥୁରୀ ରୋଗର ନିର୍ଣ୍ଣୟ

ଅନୁସନ୍ଧାନ କେବଳ ମୂତ୍ରୀୟ ପଥୁରୀ ନିର୍ଣ୍ଣୟ ପାଇଁ କରାଯାଇ ନଥାଏ ବରଂ ପଥୁରୀ ହେବାର କାରଣ ଏବଂ ଆରମ୍ଭ ହେବାର ପ୍ରକ୍ରିୟା ଜାଣିବା ପାଇଁ ମଧ୍ୟ କରାଯାଇଥାଏ ।

ରଞ୍ଜନ ରଶ୍ମିର ବୈଜ୍ଞାନିକ ଅଧ୍ୟୟନ ବା ଅନୁସନ୍ଧାନ

ଅଲ୍ଟ୍ରା ସାଉଣ୍ଡ

ଏହା ସହଜରେ ଉପଲବ୍ଧ, କମ୍ ଖର୍ଚ୍ଚଯୁକ୍ତ, ଏବଂ ଏକ ସାଧାରଣ ପରୀକ୍ଷା ଯାହାକି ମୂତ୍ରୀୟ ସମ୍ବନ୍ଧୀୟ ପଥୁରୀ ରୋଗର ନିର୍ଣ୍ଣୟ ନିମିତ ବ୍ୟବହାର କରାଯାଏ ଏବଂ ଏହା ପଥୁରୀ ଜନିତ ବାଧା ସୃଷ୍ଟି ହେଉଥିବା କାରଣ ଗୁଡିକୁ ମଧ୍ୟ ଦର୍ଶାଇଥାଏ ।

ଏକ୍ସ-ରେ କେ ୟୁ ବି

ମୂତ୍ରୀୟ ପଥୁରୀ କେଉଁଠାରେ ଅବସ୍ଥିତ ଏହାର ଆକାର ଓ ପ୍ରକାର ଇତ୍ୟାଦି ସମ୍ବନ୍ଧରେ ଏକ୍ସ-ରେ ମାଧ୍ୟମରେ ଜଣାଯାଇଥାଏ । ବୃକକ୍- ମୂତ୍ର ପ୍ରବାହିତ ପ୍ରଣାଳୀ – ମୂତ୍ରାଶୟ (କେ-ୟୁ-ବି) ର ଏକ୍ସ-ରେ କରାଯିବା ଦ୍ଵାର ଏ ସମସ୍ତ ସଠିକ୍ ତଥ୍ୟ ଦେଖାଯାଇଥାଏ ।

ସିଟି ସ୍କାନ

ମୂତ୍ରନଳୀ ସମ୍ବନ୍ଧୀୟ ପଥୁରୀ ବା ବୃକକ୍ ପଥୁରୀର ପ୍ରତ୍ୟକ ଆକାର, ବାଧାସୃଷ୍ଟି କରୁଥିବା କାରଣ ସଠିକ୍ ଭାବେ ଓ ନିର୍ଭୁଲଭାବେ ଜାଣିବା ପାଇଁ ସିଟି ସ୍କାନ ହେଉଛି ଯଥାର୍ଥ ଏବଂ ପସନ୍ଦ ଯୋଗ୍ୟ ରୋଗ ନିର୍ଣ୍ଣୟ ପ୍ରଣାଳୀ ।

ଇନଟ୍ରାଭେନସ ୟୁରୋଗ୍ରାଫି – (ଓଠଟ) ଆଇଭିୟୁ

ବୃକକ୍ ବା ମୂତ୍ରନଳୀ ସମ୍ବନ୍ଧୀୟ ପଥୁରୀକୁ ଚିହ୍ନିବା ପାଇଁ ଆଇ ଭି ୟୁ ପରୀକ୍ଷା ଅତ୍ୟନ୍ତ ବିଶ୍ଵାସଯୋଗ୍ୟ । ଏହା ପ୍ରତିବନ୍ଧକ ଗୁଡିକୁ ମଧ୍ୟ ନିର୍ଭୁଲଭାବେ ଜଣାଇ ଦେଇଥାଏ । ଏହାର ଅନ୍ୟଏକ ସୁବିଧା ହେଉଛି ଏହା ବୃକକ୍ ର କାର୍ଯ୍ୟ କ୍ଷମତାର ସୂଚନା ଦିଏ । ବୃକକ୍ ର ଆକାର, ମୂତ୍ରନଳୀ ବିସ୍ତାରଣ ମଧ୍ୟ ଏହି ପରୀକ୍ଷା ମାଧ୍ୟମରେ ଠିକ୍ ଭାବରେ ଚିହ୍ନିହୁଏ ।

ପରିଶ୍ରା ପରୀକ୍ଷା

ସଂକ୍ରମଣ ଏବଂ ପିଏଚ ମାପକ ଚିହ୍ନଟ କରିବା ପାଇଁ ପରିଶ୍ରା ପରୀକ୍ଷା କରାଯାଏ । 24 ଘଣ୍ଟିଆ ପରିଶ୍ରା ଏକତ୍ରୀକରଣ କରାଯାଇ, ପ୍ରତିଦିନ ପରିଶ୍ରାର ମାତ୍ରା, ପରିମାଣ, କ୍ୟାଲସିୟମ, ଫସଫରସ୍, ୟୁରିକ ଏସିଡ ଆକ୍ସାଲେଟ୍ ମ୍ୟାଗ୍ନେସିୟମ, ସାଇଟ୍ରେଟ, ସୋଡିୟମ ଏବଂ କ୍ରିଏଟିନର ମାତ୍ରା ନିର୍ଣ୍ଣୟ କରାଯାଏ ।

ରକ୍ତ ପରୀକ୍ଷା

ମୌଳିକ ପରୀକ୍ଷା ଯଥା ସଂପୂର୍ଣ୍ଣ ରକ୍ତ ଗଣତି, କ୍ରିଏଟିନ, ଇଲେକ୍ଟ୍ରୋଲାଇଟସ୍ ଏବଂ ରକ୍ତ ଶର୍କରା ; ଏବଂ ସ୍ଵତନ୍ତ୍ର ପରୀକ୍ଷା ଯାହାକି ପଥୁରୀ ସୃଷ୍ଟି ପାଇଁ ଦାୟୀଥିବା କେତେକ ରାସାୟନିକ ଦ୍ରବ୍ୟକୁ ଚିହ୍ନଟ କରାଏ, ଯଥା : ଫସଫରସ୍, ୟୁରିକ ଏସିଡ ଇତ୍ୟାଦି ସହିତ ପାରାଥାଇରଏଡ ମାତ୍ରାକୁ ମଧ୍ୟ ଚିହ୍ନଟ କରାଇଥାଏ ।

ପଥୁରୀ ବିଶ୍ଲେଷଣ

ପଥୁରୀ ନିଜକୁ ନିଜେ ତିଆରି ହୁଏ । କିନ୍ତୁ ସଂଗୃହିତ ବିଭିନ୍ନ ପ୍ରକାରର ଚିକିତ୍ସା ପଦ୍ଧତି ଦ୍ଵାରା ତା’କୁ ବାହାର କରାଯାଏ । ରାସାୟନିକ ବିଶ୍ଲେଷଣ ମାଧ୍ୟମରେ ପଥୁରୀ ଗଠନ ସ୍ଥିରକରି ତା’ର ସୁରକ୍ଷା ମାପକ ଏବଂ ଚିକିତ୍ସା ଯୋଜନା ସ୍ଥିର କରାଯାଏ ।

ମୂତ୍ରୀୟ ପଥୁରୀର ନିବାରଣ

ବୃକକ ପଥୁରୀ ପାଇଁ ଏହା କୁହାଯାଇପାରେ ଯେ ଠାରେ ବୃକକ୍ ରେ ପଥୁରୀ ସୃଷ୍ଟି ହୁଏ ତେବେ ବାରମ୍ବାର ହେବାର ସମ୍ଭାବନା ରହେ । ବୃକକ୍ ପଥୁରୀ ୫% ରୁ ୭୦% ଲୋକଙ୍କ କ୍ଷେତ୍ରରେ ପୁନଃ ପୁନଃ ସୃଷ୍ଟି ହୋଇଥାଏ । ଅନ୍ୟପକ୍ଷରେ ଉଚିତ୍ ସତର୍କତା ଏବଂ ଚିକିତ୍ସା ୧୦% ପୁନଃ ଆଗମନର କ୍ରମଜୁ କମ କରିଦ୍ଖଶ । ତେଣୁ ଯେଉଁ ରୋଗୀ ବୃକକ୍ ପଥୁରୀ ରୋଗରେ ଆକ୍ରାନ୍ତ ସେମାନେ ପୂର୍ବ ସତର୍କତା ଗ୍ରହଣ କରିବା ଜରୁରୀ।

ସାଧାରଣ ମାପକ

ବୃକକ୍ ପଥୁରୀର ସହାୟକ ଅଥବା ପ୍ରତିବନ୍ଧକ ଭାବେ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୃକକ୍ ପଥୁରୀ ରୋଗରେ ପୀଡିତ ସମସ୍ତ ରୋଗୀଙ୍କ ପାଇଁ ସାଧାରଣ ମାପକ ଅତ୍ୟନ୍ତ ଜରୁରୀ । ସେଗୁଡିକ ହେଲା : -

ବହୁତ ଜଳ ପାନ କରିବା

  • ଏକ ସାଧାରଣ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପଥୁରୀ ନିବାରଣ କରିବାପାଇଁ ହେଉଛି ବହୁଳ ମାତ୍ରାରେ ପାଣି ପିଇବ, ବହୁତ ପାଣି ପିଇବ ଏବଂ ବହୁତ ପାଣି ପିଇବ । ପ୍ରତିଦିନ ୧୨ ରୁ ୧୪ ଗ୍ଲାସ (ତିନି ଲିଟରରୁ ଅଧିକ) ପାଣି ପ୍ରତିଦିନ ପିଇବ । ପ୍ରତ୍ୟକ ଦିନର ପାଣିର ପରିମାଣ ମାପିବା ପାଇଁ ଏକ ମାପକ ହୋଇଥିବା ବୋତଲ ସର୍ବଦା ସାଙ୍ଗରେ ରଖିବା ଉଚିତ୍ ।
  • ବହୁତ ରୋଗୀ କେଉଁ ଗୁଣବର୍ତ୍ତି ଥିବା ପାଣି ପିଇବା ଉଚିତ୍ ସେଥିପାଇଁ ଦ୍ଵନ୍ଦରେ ପଡିଯାଆନ୍ତି । କିନ୍ତୁ ମନେ ରଖିବା ଉଚିତ୍ ଯେ ପଥୁରୀ ସୃଷ୍ଟି ନ ହେବା ପାଇଁ ପାଣିର ଗୁଣବର୍ତ୍ତି ଅପେକ୍ଷା ପାଣିର ମାତ୍ରା ଅଧିକ ପିଇବା ଜରୁରୀ ।
  • ପଥୁରୀ ସୃଷ୍ଟି ହେବାକୁ ପ୍ରତିରୋଧ କରିବାପାଇଁ, କେତେ ପରିମାଣ ପରିଶ୍ରା ସୃଷ୍ଟି ହେଉଛି ତାହା ଜାଣିବା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି କେତେ ପରିମାଣର ପାଣି ପିଇଲ । ପାଣି ପିଇବାର ମାତ୍ରା ଆକଳନ କରିବା ପାଇଁ ଏବଂ ଯଥେଷ୍ଟ ପାଣି ପିଉଥିବାର ସ୍ଥିର ନିଶ୍ଚିତ ହେବାପାଇଁ ପରିଶ୍ରାର ମାତ୍ରାକୁ ମାପିବା ଉଚିତ୍ ଯଦ୍ୱାରା ନିଶ୍ଚିତ ହୋଇପାରିବା ଯେ ପଥୁରୀ ସୃଷ୍ଟି ହେବ ନାହିଁ । ହଳଦିଆ କିମ୍ବା କଳା ରଙ୍ଗର ପରିଶ୍ରା ଉପଯୁକ୍ତ ପରିମାଣର ପାଣି ପିଉନଥିବାର ସୂଚନା ଦିଏ ।
  • ପଥୁରୀ ସୃଷ୍ଟି ହେବାକୁ ପ୍ରତିରୋଧ କରିବା ପାଇଁ ପ୍ରତ୍ୟକ ଥର ଖାଦ୍ୟ ଖାଇବାପରେ ଦୁଇ ଗ୍ଲାସ ଜଳ ପିବା ଜରୁରୀ । ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଶୋଇବାକୁ ବିଛଣାକୁ ଯିବା ପୂର୍ବରୁ ଦୁଇଗ୍ଲାସ ପାଣି ପିଇକରି ଶୋଇବା ଉଚିତ୍ । ଆହୁରି ମଧ୍ୟ ମଝିରେ ମଝିରେ ଯେତେଥର ଉଠିବ ସେତେଥର ଏକ ଏକେ ଗ୍ଲାସ ପାଣି ପିଇବା ଉଚିତ୍ । ମଧ୍ୟ ରାତ୍ରରେ ପିଉଥିବା ଏକ ଗ୍ଲାସ ପାଣି ମଧ୍ୟ ଅତ୍ୟନ୍ତ ଗୁରୁତ୍ଵ ବହନ କରେ । ସତର୍କ ଘଣ୍ଟି ଦେଇ ରାତ୍ରରେ ଉଠି ଏକ ଗ୍ଲାସ ପାଣି ପିଇବା ଶରୀର ପାଇଁ ପୁରସ୍କାର ସଦୃଶ କାର୍ଯ୍ୟ କରେ ।
  • ଖରାଦିନେ ପରିଶ୍ରମୀ, ଶ୍ରମଜିବୀ, ସୁସ୍ଥ ଶାରୀରିକ କାର୍ଯ୍ୟକ୍ଷମା ଲୋକଙ୍କୁ ମାତ୍ରାଧିକ ପାଣି ପିଇବାପାଇଁ ପରାମର୍ଶ ଦିଆଯାଏ । କାରଣ ବହୁପରିମାଣର ଜଳ ଝାଳ ଦ୍ଵାରା ଶରୀରରୁ ନିର୍ଗତ ହୋଇଥାଏ ।
  • ପଇଡ, ବାର୍ଲି, ପେଜ, ଖଟା ଜାତୀୟ ରସ, ଯେପରିକି ଲେମ୍ବୁପାଣି, ସପୁରି ରସ, ଫଳରସ ଇତ୍ୟାଦି ପିଇବା ଦ୍ଵାରା ଶରୀରରେ ତରଳ ଦ୍ରବ୍ୟର ମାତ୍ରା ବୃଦ୍ଧି ପାଏ ଯାହାକି ପଥୁରୀ କୁ ସୃଷ୍ଟି ହେବାକୁ ଦିଏନାହିଁ ।

କେଉଁ ପ୍ରକାରର ତରଳ ଦ୍ରବ୍ୟ ମୂତ୍ରୀୟ ପଥୁରୀକୁ ପ୍ରତିହତ କରିବାପାଇଁ ଉପଯୁକ୍ତ

ତରଳ ଖାଦ୍ୟ ଯେପରିକି ପଇଡ, ବାର୍ଲି, ପେଜ, ଖଟାଯୁକ୍ତ ତରଳ ରସ ଯେପରିକି ଲେମ୍ବୁପାଣି, ଟମାଟୋ ରସ, ଫଳରସ ଇତ୍ୟାଦି ପଥୁରୀ ସୃଷ୍ଟି ନହେବା ପାଇଁ ସାହାଜ୍ଯ କରେ । କିନ୍ତୁ ମନେରଖିବା ଉଚିତ୍ ଯେ ତା ମଧ୍ୟରୁ ୫୦% ତରଳ ଖାଦ୍ୟଭାଏ ପାଣିକୁଆ ପିଇବା ଉଚିତ୍ ।

କେଉଁ ତରଳଦ୍ରବ୍ୟ ମୂତ୍ରୀୟ ପଥୁରୀ ରୋଗୀ ପିଇବା ଅନୁଚିତ୍

ଅଙ୍ଗୁର ରସ, କ୍ରାନ୍ ବେରୀ ଏବଂ ସେଓରସ, କଡା ଚା, କଫି, ଚକୋଲେଟ ଏବଂ ଶର୍କରାଯୁକ୍ତ ଥଣ୍ଡାପାନୀୟ ଯେପରିକି କୋଲା ଏବଂ ଅନ୍ୟାନ୍ୟ ଆଲକୋହଲ ଜାତୀୟ ପାନୀୟ, ବିୟର ଇତ୍ୟାଦି ପଥୁରୀ ରୋଗୀ ଆଡେଇ ଦେବା ଉଚିତ୍ ।

ଲୁଣ ଖାଇବାରେ ବାରଣ

ଖାଦ୍ୟରେ ମାତ୍ରାଧିକ ଲୁଣ ଖାଇବା ଅନୁଚିତ୍ । ତେଣୁ ଆଚାର, ପାମ୍ପଡ, ଲୁଣି, ଚଟପଟି ଖାଦ୍ୟ, ଏବଂ ଚିପ୍ସ ଜାତୀୟ ଖାଦ୍ୟ ପରି ଅଧିକ ଲବଣଯୁକ୍ତ ଖାଦ୍ୟ ଖାଇବାଦ୍ଵାରା ପରିଶ୍ରାରେ କ୍ୟାଲସିୟମ କ୍ଷୟ ହୋଇଥାଏ । ଯାହାକି କ୍ୟାଲସିୟମ ପଥୁରୀ ସୃଷ୍ଟି ହେବାର ବିପଦ ବଢାଇ ଦିଏ । ତେଣୁ ଲୁଣ ଖାଇବାରେ ବାରଣ ଯାହାକି ୧୦୦ ଏମ୍ ଓ କ୍ୟୁ କିମ୍ବା ୬ ଗ୍ରାମ ମାତ୍ରାରେ ଦିନକୁ ଖାଇଲେ ପଥୁରୀ ସୃଷ୍ଟିର ସମ୍ଭାବନା କମିଯାଏ ।

ପ୍ରାଣୀଜ ପ୍ରୋଟିନ କମ୍ ଖାଇବା ଉଚିତ୍

ମାଛ, ମାଂସ, ଅଣ୍ଡା, କୁକୁଡା ମାଂସ ପରି ଖାଦ୍ୟକୁ କମ୍ ପରିମାଣରେ ଏବଂ କମ୍ ଥର ଖାଇବା ଉଚିତ୍ । ଏହି ପ୍ରାଣୀଜ ଖାଦ୍ୟରେ ୟୁରିକ ଏସିଡ ଅଧିକ ଥାଏ । ଏବଂ ଏହା ପ୍ୟୁରିନେସଯୁକ୍ତ ହୋଇଥିବାରୁ ଏହା ୟୁରିକ ଏସିଡ ପଥୁରୀ ଏବଂ କ୍ୟାଲସିୟମ ପଥୁରୀ ସୃଷ୍ଟି କରିବାର ସମ୍ଭାବନା ଥାଏ ।

ସନ୍ତୁଳିତ ଆହାର

ଅଧିକ ପନିପରିବା, ଫଳଯୁକ୍ତ ସନ୍ତୁଳିତ ଆହାର ଗ୍ରହଣ କରିବା ଉଚିତ୍ ଯାହା ପରିଶ୍ରାରେ ଏସିଡର ପରିମାଣ କମାଇବା ସହ ଏସିଡ ଯୋଗୁ ପଡୁଥିବା ଚାପ କମ୍ କରାଇଥାଏ । କଦଳୀ, ସପୁରୀ, କଣ୍ଟେଇକୋଳି, ଚେରି, କମଳା ପରି ଫଳ ଖାଇବା ଉଚିତ୍ । ଗାଜର, କଲାରା ସ୍କ୍ୱାସ ଏବଂ ବେଲପେପର ପରି ପରିବା ଗ୍ରହଣ କରିବା ଉଚିତ୍ । ଉଚ୍ଚ ତନ୍ତୁଯୁକ୍ତ ଖାଦ୍ୟ ଯେପରିକି ବାର୍ଲି, ବିନ୍ ଓଟସ୍ ଏବଂ ସିଲିୟମ ଇତ୍ୟାଦି ଖାଇବା ଉଚିତ୍।

ରିଫାଇନ୍ ଖାଦ୍ୟ ଯେପରିକି ପାଉଁରୁଟି ପାସତା ଏବଂ ଚିନିଯୁକ୍ତ ଖାଦ୍ୟ ଖାଇବା ଅନୁଚିତ । ବୃକକ୍ ପଥୁରୀ ଅଧିକ ଚିନି ଖାଇବା ଯୋଗୁଁ ମଧ୍ୟ ହୋଇପାରେ ।

ଅନ୍ୟ ପରାମର୍ଶ

ଦିନକୁ ୧୦୦୦ ମି.ଲି. ଗ୍ରାମ୍ ରୁ କମ୍ ଭିଟାମିନ୍ସ ଯୁକ୍ତ ଖାଦ୍ୟକୁ ବାରଣ କରାଯାଇଥାଏ । ଏବଂ ଅଧିକ ଡେରିରେ ରାତ୍ରିଭୋଜନ ନକରିବା ଉଚିତ୍ । ମୋଟା ହେବା ମଧ୍ୟ ବୃକକ୍ ପଥୁରୀର ଅନ୍ୟ ଏକ କାରଣ । ତେଣୁ ମୋଟା ନହେବା ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ୍ ।

ସ୍ଵତନ୍ତ୍ର କାରଣ

  1. କ୍ୟାଲସିୟମ ପଥୁରୀର ନିବାରଣ
    • ଯେଉଁମାନେ ବୃକକ୍ ପଥୁରୀ ରୋଗରେ ଆକ୍ରାନ୍ତ ସେମାନଙ୍କ ପାଇଁ କ୍ୟାଲସିୟମ ବାରଣ କରାଯିବା ଉଚିତ୍, ଏହା ଏକ ଭ୍ରାନ୍ତ ଧାରଣା । ଦୁଗ୍ଧ ଜାତୀୟ ଉତ୍ପାଦ ସହିତ ସୁଷମ ଖାଦ୍ୟ କ୍ୟାଲସିୟମ ପଥୁରୀର ନିବାରଣ କରେ । ଖାଦ୍ୟରେ ଥିବା କ୍ୟାଲସିୟମ ପଥୁରୀ ସୃଷ୍ଟି ହେବାକୁ ଦିଏନାହିଁ । ଖାଦ୍ୟରେ ଥିବା କ୍ୟାଲସିୟମ, ଆକ୍ସାଲେଟ ସହ ବାନ୍ଧି ହୋଇ ଶରୀରରୁ ନିଷ୍କାସିତ ହୋଇଯାଏ । ତେଣୁ ପାକସ୍ଥଳୀରୁ ଶୋଷିତ ହୋଇଯିବା ଦ୍ଵାରା ପଥୁରୀ ସୃଷ୍ଟି ହୋଇପାରେ ନାହିଁ । କିନ୍ତୁ ଯେତେବେଳେ ଖାଦ୍ୟରେ କ୍ୟାଲସିୟମ କମ୍ ଥାଏ, ବନ୍ଧନମୁକ୍ତ ଆକ୍ସାଲେଟ ପଥୁରୀ ସୃଷ୍ଟି କରିବାରେ ସହାୟକ ହୋଇଥାଏ ।
    • କ୍ୟାଲସିୟମ ଅନୁରୂପକ ପଦାର୍ଥ ସହିତ କମ୍ କ୍ୟାଲସିୟମଯୁକ୍ତ ଖାଦ୍ୟ ଠାରୁ ଦୂରରେ ରହିବା ଉଚିତ୍ ବା ନ ଖାଇବା ଉଚିତ୍ କାରଣ ଉଭୟ ପ୍ରକାର ଖାଦ୍ୟ ପଥୁରୀ ସୃଷ୍ଟି କରିବାରେ ସହାୟକ ହୁଅନ୍ତି । ଯଦି କ୍ୟାଲସିୟମ ଆବଶ୍ୟକ ପଡେ ତେବେ ଖାଦ୍ୟରେ କ୍ୟାଲସିୟମ ମାତ୍ରା ବଢାଇ ଖାଇବା ଉଚିତ୍ ଯାହାକି କମ୍ ବିପଦ ସୃଷ୍ଟି କରେ ।
    • ଔଷଧ ଚିକିତ୍ସା : ଥାୟାଜାଇଡ୍ ମୂତ୍ରକାରକ ଔଷଧ କ୍ୟାଲସିୟମ ପଥୁରୀର ନିବାରଣ କରିଥାଏ ।
  2. ଆକ୍ସାଲେଟ ପଥୁରୀର ପୂର୍ବ ସୁରକ୍ଷା
  3. ଯେଉଁ ମାନଙ୍କର କ୍ୟାଲସିୟମ ଆକ୍ସାଲେଟ ହୋଇଥିବସେମାନେ ଅଧିକ ଆକ୍ସାଲେଟ ଖାଦ୍ୟକୁ କମ୍ ଖାଇବା ଉଚିତ୍ ।

    ଅଧିକ ଆକ୍ସାଲେଟ ଥିବା ଖାଦ୍ୟ ଗୁଡିକ ହେଲା :

    • ପନିପରିବା, ସାଗ, ଭେଣ୍ଡି, ବିଟ୍ସ, କନ୍ଦମୂଳ ଇତ୍ୟାଦି ।
    • ଫଳ ଏବଂ ଶୁଷ୍କଫଳ : - ଷ୍ଟ୍ରାବେରୀ, ରସ୍ପବେରୀ, ଚିକୁ, ଅଁଳା, ଆତ, ଅଙ୍ଗୁର, ପିସ୍ତାବାଦାମ, ଚିନାବାଦାମ, ଆଲମଣ୍ଡ ଏବଂ ଶୁଖିଲା ଡିମିରିଫଳ ଇତ୍ୟାଦି ।
    • ଅନ୍ୟାନ୍ୟ ଖାଦ୍ୟ ଯଥା ଗ୍ରୀନପେପର, ଫଳକେକ୍, ମାର୍ମାଲାଡ, କଳା ଚକୋଲେଟ, ପିସ୍ତାର ଲହୁଣୀ, ସୋୟାବିନ ଜାତୀୟ ଖାଦ୍ୟ ଏବଂ କୋବୋଆ ଇତ୍ୟାଦି।
    • ପାନୀୟ : ଅଙ୍ଗୁର ରସ, କଳାକୋଲା ଏବଂ କଡା କଳା ଚା ଇତ୍ୟାଦି ।
  4. ୟୁରିକ ଏସିଡ ପଥୁରୀର ନିବାରଣ :
    • ସମସ୍ତ ସୁରାସାର ଜାତୀୟ ପାନୀୟକୁ ବର୍ଜନ କରିବ ।
    • ଅଧିକ ପ୍ରାଣୀଜ ପ୍ରୋଟିନ୍ ଜାତୀୟ ଖାଦ୍ୟ ଯେପରିକି ମାଂସ (ଉଦାହରଣ ସ୍ୱରୂପ ମୁଣ୍ଡ, କଲିଜା, ବୃକକ୍) ମାଛ (ଉଦାହରଣ ସ୍ୱରୂପ ଆରୋଭାଇସ, ସାର୍ଡିନିସ୍, ହେରିଙ୍ଗ, ଟ୍ରଉଟ ସାଲମନ ଜାତୀୟ ମାଛ) ଘୁସୁରୀ, କୁକୁଡା ଗାଈର ମାଂସ, ଅଣ୍ଡା ପରି ଖାଦ୍ୟକୁ ନ ଖାଇବା ଉଚିତ୍ ।
    • ଡାଲି ଜାତୀୟ ଖାଦ୍ୟରେ ବାରଣ, ଶିମ୍ବଜାତୀୟ ଖାଦ୍ୟ ଯେପରିକି ବିନ୍ସ କିମ୍ବା ଲେଟିଲ : ପରିବା ଯେପରିକି ଛତୁ, ସାଗ, ଫୁଲକୋବି ଇତ୍ୟାଦି ।
    • ଚର୍ବି ଜାତୀୟ ଖାଦ୍ୟରେ ମଧ୍ୟ ବାରଣ, ଯେପରିକି ସାଲାଡ୍, ଡ୍ରେସିଙ୍ଗ, ଆଇସ୍ କ୍ରିମ୍ ଏବଂ ଛଣାଛଣି ଖାଦ୍ୟ ଇତ୍ୟାଦି ।

    ଔଷଧ ଚିକିତ୍ସା : ଆଲୋପୁରିନେଲ ୟୁରିକ ଏସିଡ ସିନ୍ଥେସିସ୍ ପ୍ରକ୍ରିୟାର ପ୍ରତିବନ୍ଧକ ସୃଷ୍ଟିକରେ ଏବଂ ମୂତ୍ରରେ ୟୁରିକ ଏସିଡ ନିଷ୍କାସନକୁ କମ୍ କରିଥାଏ । ପୋଟାସିୟମ ସାଇଟ୍ରେଟ ୟୁରିନ ଆଲକାଲାଇନ ମାତ୍ରାକୁ ସ୍ଥିର ରଖିବା ପାଇଁ ୟୁରିକ ଏସିଡ ଶୀଘ୍ର ବିଘଟିତ ହୁଏ ଏବଂ ଅମ୍ଳଯୁକ୍ତ ମୂତ୍ରରେ ପଥୁରୀ ସୃଷ୍ଟିକରେ ।

    ଅନ୍ୟାନ୍ୟ କାରଣ : ଅନ୍ୟାନ୍ୟ କାରଣ ମଧ୍ୟରେ ଓଜନ କମାଇବା ଏକ ମୁଖ୍ୟ କାରଣ ।

    ୟୁରିନାରୀ ପଥୁରୀର ଚିକିତ୍ସା ରୋଗର ଲକ୍ଷଣ, ସ୍ତର, ଆକାର ସ୍ଥିତି ଏବଂ ପଥୁରୀ ସୃଷ୍ଟିର କାରଣ ଉପରେ ନିର୍ଭର କରେ ; ମୂତ୍ରୀୟ ସଂକ୍ରମଣ ହୋଇଛି କି ନହୋଇଛି ଏବଂ ପ୍ରତିରୋଧ ଏସବୁ ଅନୁସାରେ ମଧ୍ୟ ମୂତ୍ରୀୟ ପଥୁରୀର ଚିକିତ୍ସା ନିର୍ଭର କରେ । ଦୁଇଟି ମୁଖ୍ୟ ଚିକିତ୍ସା ପଦ୍ଧତି ହେଉଛି –

    • ନିଷ୍ପାପର ଚିକିତ୍ସା
    • ଶଲ୍ୟ ଚିକିତ୍ସା
    • ରକ୍ଷଣଶୀଳ ଚିକିତ୍ସା : ଅଧିକାଂଶ ପଥୁରୀ ହେଉଛି ଅତିଛୋଟ ୯୫ ମି.ମି. ଡାୟାମିଟର ଠାରୁ କମ୍ ମନକୁ ତିନି ସପ୍ତାହରୁ ଛଅ ସପ୍ତାହରୁ ଛଅ ସପ୍ତାହ ମଧ୍ୟରେ ଲକ୍ଷଣ ଦେଖାଯିବା ପୂର୍ବରୁ ବାହାରିଯାଏ ରକ୍ଷଣଶୀଳ ଚିକିତ୍ସାର ଲକ୍ଷ୍ୟ ଲକ୍ଷଣରୁ ମୁକ୍ତ କରିବା ଏବଂ ଶଲ୍ୟ ଚିକିତ୍ସା ନକରି ପଥୁରୀ ବାହାର କରିବା ।

ବୃକକ୍ ପଥୁରୀର ତ୍ଵରିତ ଚିକିତ୍ସା

ରୋଗୀର ଅସହ୍ୟ ଯନ୍ତ୍ରଣା ଇନଟ୍ରା ମସ୍କୁଲାର କିମ୍ବା ଇନଟ୍ରାଭେନସ ଅର୍ଥାତ ମାଂସପେଶୀ ଭିତରେ ଦିଆଯାଉଥିବା ଅଥବା ଶିରା ଶିରା ମଧ୍ୟରେ ଦିଆଯାଉଥିବା ଇଞ୍ଜେକସନ ଏବଂ ଏନ୍ଏସଏଆଇଡି କିମ୍ବା ଓପିଠାଇତସ୍ ଚିକିତ୍ସା ଆବଶ୍ୟକ କରେ । କମ୍ ଯନ୍ତ୍ରଣା ଔଷଧ ଚିକିତ୍ସାରେ ଭଲ ହୋଇପାରେ ।

ଅଧିକ ମାତ୍ରାର ତରଳ ଦ୍ରବ୍ୟ ଗ୍ରହଣ

ରୋଗୀର ଅଧିକ ଯନ୍ତ୍ରଣା ସମୟରେ ସାଧାରଣ ମାତ୍ରାରେ ପାଣି ପିଇବା ଆବଶ୍ୟକ, ମାତ୍ରାଧିକ ନୁହେଁ ନହେଲେ ଯନ୍ତ୍ରଣା ଅସହ୍ୟ ହୋଇପାରେ । ଯନ୍ତ୍ରଣା ହେଉନଥିବା ସ୍ମାୟରେ ଅଧିକମାତ୍ରାରେ ତରଳ ଦ୍ରବ୍ୟ ପିଇବା ଉଚିତ୍ । ଦିନକୁ ୨ରୁ ୩ ଲିଟର ଜଳ ପିଇଲେ ବିନା ଅସ୍ତ୍ରୋପ୍ରଚାର ପଥୁରୀ ବାହାରିଯିବାର ସମ୍ଭାବନା ଅଧିକ । କିନ୍ତୁ ପଥୁରୀ ଥିବା ଲୋକଙ୍କ ପାଇଁ ବିୟର ପିଇବା ଏକ ତରଳଜାତୀୟ ଚିକିତ୍ସା ପଦ୍ଧତି ଅନ୍ତର୍ଭୁକ୍ତ ନୁହେଁ । ଶରୀରରେ ତରଳ ମାତ୍ରାର ସମତା ରକ୍ଷା କରିବାପାଇଁ ରୋଗୀର ପେଟ ଯନ୍ତ୍ରଣା ଯୋଗୁଁ ବାନ୍ତି, ଅରୁଚି ହେଲେ ଶିରା ମଧ୍ୟରେ ସାଲାଇନ୍ ଦିଆଯିବା ଆବଶ୍ୟକ ହୋଇଥାଏ । ରୋଗୀଠାରୁ ବାହାରିଯାଇଥିବା ପଥୁରୀକୁ ପରୀକ୍ଷା ପାଇଁ ସଂଗ୍ରହ କରି ରଖିବା ଉଚିତ । ପଥୁରୀ ସଂଗ୍ରହ କରିବାର ସାଧାରଣ ପଦ୍ଧତି ହେଲା ପରିଶ୍ରା ଏକ ଚାଲୁଣିରେ ବା ବଡ ଛଣା ମଧ୍ୟରେ କରିବା ଉଚିତ୍ ।

ଅନ୍ୟାନ୍ୟ ମାପକ

ଉପଯୁକ୍ତ ମାତ୍ରାର ମୂତ୍ର ଐ.ପି.ଏଚ୍ ବଜାୟ ରଖିବା ଜରୁରୀ । କ୍ୟାଲସିୟମ ପ୍ରଣାଳୀ ପ୍ରତିରୋଧକ ଏବଂ ଆଲଫା – ପ୍ରତିରୋଧକ ନିମିତ ଔଷଧ ବୃକକ୍ ରୁ ମୂତ୍ରାଶୟକୁ ମୂତ୍ର ପ୍ରବାହିତ ହେଉଥିବା ପ୍ରଣାଳୀର ମାଂସପେଶୀ ସଂକୋଚନ କରାଏ ଯାହାକି ରୋଗୀର ମୂତ୍ର ଦ୍ଵାରା ପ୍ରାକୃତିକ ଉପାୟରେ ଆପେ ଆପେ ପଥୁରୀ ଗୁଡିକ ବାହାରିଯାଏ । ଏହାଦ୍ଵାରା ଦେଖାଯାଉଥିବା ସମସ୍ୟା ଯଥା – ଅରୁଚି, ବାନ୍ତି ଏବଂ ମୂତ୍ରନଳୀ ସଂକ୍ରମଣର ଚିକିତ୍ସା କରିବା ଜରୁରୀ । ସମସ୍ତ ସାଧାରଣ ଓ ସ୍ଵତନ୍ତ୍ର ପ୍ରତିଷେଧକ ବ୍ୟବସ୍ଥା ଅନୁସରଣ କରିବା ଜରୁରୀ (ଖାଦ୍ୟ ଗ୍ରହଣ ପାଇଁ ପରାମର୍ଶ, ଔଷଧ ଚିକତ୍ସା) ଯାହାକି ଆଲୋଚିତ ହୋଇଛି ।

ଶଲ୍ୟ ଚିକିତ୍ସା : ବୃକକ୍ ପଥୁରୀ ନିମିତ ବିଭିନ୍ନ ପ୍ରକାର ଚିକିତ୍ସା ରହିଛି ଯାହାକି ରକ୍ଷଣଶୀଳ ଚିକିତ୍ସା ସହିତ କରାଯାଇପାରିବ ନାହିଁ । ବହୁଳଭାବେ ବ୍ୟବହୃତ ଶଲ୍ୟ ଚିକିତ୍ସା ପଦ୍ଧତି ହେଉଛି ଏକ୍ସଟ୍ରା-କର୍ପୋରିଏଲ ସାକ୍ ୱେଲ ଲିଥ୍ରୋଟ୍ରିପ୍ସି (ଋଝଡଖ), ପରକ୍ୟୁଟାନିୟୋମ ନେଫ୍ରୋଲିଥ୍ରୋଟିପ୍ସି (ଚଉଘଖ), ୟୁରୋଥ୍ରୋସ୍କୋପି ଏବଂ କେତେକ କ୍ଵଚିତ ଘଟଣାରେ ଖୋଲା ଶଲ୍ୟ ଚିକତ୍ସା କରାଯାଏ । ଏସବୁ କୌଶଳ କେହି କାହାର ପ୍ରତିଦ୍ଵନ୍ଦୀ ନୁହେଁ କିନ୍ତୁ ପ୍ରତ୍ୟକଟି ଅନ୍ୟର ସମ୍ମାନ ସୂଚକ । ମାତ୍ର ଶଲ୍ୟ ବିଶେଷଜ୍ଞ ରୋଗୀ ପାଇଁ କେଉଁ ଚିକିତ୍ସା ଉପଯୁକ୍ତ ହେବ ତାହା ନିର୍ଣ୍ଣୟ କରିଥାଆନ୍ତି ।

ମୂତ୍ରୀୟ ପଥୁରୀ ରହିଥିବା କେଉଁ ରୋଗୀ ଶଲ୍ୟ ଚିକିତ୍ସା ଅବାଶ୍ୟକ କରେ ?

ବହୁତ ଛୋଟ ଛୋଟ ପଥୁରୀ ରୋଗୀ ଘରୋଇ ଚିକିତ୍ସା ଦ୍ଵାରା ଭଲ ହୋଇଯାଆନ୍ତି, କ୍ଵଚିତ ବୃକକ୍ ପଥୁରୀର ଶଲ୍ୟ ଚିକିତ୍ସା ଆବଶ୍ୟକ ହୋଇଥାଏ –

  • ଯଦି ବାରମ୍ବାର ଯନ୍ତ୍ରଣା ହୁଏ ଏବଂ ଯନ୍ତ୍ରଣା କୌଣସି ନିର୍ଦ୍ଧିଷ୍ଟ ସମୟସୀମା ନଥାଏ ।
  • ଯଦି ପଥୁରୀର ଆକାର ବହୁତ ବଡ ହୋଇ ସ୍ଵତଃ ବାହାରି ପାରି ନଥାଏ ।
  • ପରିଶ୍ରାର ଧାରା ପ୍ରତିରୋଧ କରି ବୃକକ୍ ନଷ୍ଟ ହେବାର ସମ୍ଭାବନା ଦେଖାଦେଲେ ।
  • ବାରମ୍ବାର ମୂତ୍ରନଳୀ ସଂକ୍ରମଣ କିମ୍ବା ରକ୍ତସ୍ରାବ ହେଲେ ।

ପଥୁରୀ ପ୍ରତିରୋଧ ଯୋଗୁଁ ଅଚଳ ହୋଇଥିବା ରୋଗୀର ଅସ୍ତ୍ରୋପ୍ରଚାର କାର୍ଯ୍ୟକ୍ଷମ ବୃକକ୍ ର କିମ୍ବା ଦୁଇଟିଯାକ ବୃକକ୍ ର ପର୍ଯ୍ୟାୟକ୍ରମେ ଆବଶ୍ୟକ ହୋଇପାରେ । ଏକ୍ସଟ୍ରା – କର୍ପୋରିୟଲ ସକୱେଲ ଲିଥୋଟ୍ରିପ୍ସ – ଏହା ଏକ ନୂତନ ଏବଂ ଅତ୍ୟନ୍ତ ପ୍ରଭାବଶାଳି କ୍ରମାଗତ ବ୍ୟବହୃତ ଚିକିତ୍ସା ପଦ୍ଧତି । ବୃକକ୍ ପଥୁରୀ ନିମିତ ଏହା ଅତ୍ୟନ୍ତ ସଫଳ ପଦ୍ଧତି । ୧.୫ ସେ.ମି ଆକାରର ବୃକକ୍ ପଥୁରୀ କିମ୍ବା ବୃକକ୍ ରୁ ମୂତ୍ର ପ୍ରବାହିତ ପ୍ରଣାଳୀର ଉପରିଭାଗରେ ଥିବା ପଥୁରୀର ଚିକିତ୍ସା ପାଇଁ ଲିଥ୍ରୋଟ୍ରିପ୍ସ ହେଉଛି ସର୍ବୋତ୍ତମ ଚିକିତ୍ସା ପଦ୍ଧତି ।

ଲିଥ୍ରୋଟ୍ରିପ୍ସରେ ଉଚ୍ଚ ଏବଂ ଘନୀଭୂତ ହୋଇଥିବା ଆକସ୍ମିତ ଆଘାତ ଯୋଗୁଁ ସୃଷ୍ଟି ତରଙ୍ଗ କିମ୍ବା ଅଲ୍ଟ୍ରାସୋନିକ ତରଙ୍ଗ ଲିଥ୍ରୋଟ୍ରିପ୍ସର ଦ୍ଵାରା ପଥୁରୀ ଗୁଡିକୁ ଭାଙ୍ଗି ଗୁଣ୍ଡା କରି ଦେବାପରେ ତାହା ଅତି ସହଜରେ ମୂତ୍ରନଳୀ ମଧ୍ୟଦେଇ ମୂତ୍ରସହ ବାହାରିଯାଏ । ଲିଥ୍ରୋଟ୍ରିପ୍ସ ଚିକିତ୍ସା ପରେ ରୋଗୀକୁ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦିଆଯାଏ । ଯଦ୍ୱାରା ପଥୁରୀର କ୍ଷୁଦ୍ର କ୍ଷୁଦ୍ର ଅଂଶ ମଧ୍ୟ ଧୋଇ ହୋଇ ବାହାରିଯାଏ । ଯଦି ବୃକକ୍ ରୁ ମୂତ୍ରାଶୟ ମୂତ୍ରପ୍ରବାହିତ ପ୍ରଣାଳୀ ମଧ୍ୟରେ କୌଣସି ପ୍ରତିବନ୍ଧକ ଦେଖାଯାଏ ଅଥବା ବଡ ବଡ ପଥୁରୀ ଖଣ୍ଡ ରାହୁଜିବାର ସମ୍ଭାବନା ଦେଖାଯାଏ ତେବେ ତା ମଧ୍ୟରେ ଗୋଟିଏ ଷ୍ଟେଜ (ଭଲ ନରମ ଥିବା ପ୍ଲାଷ୍ଟିକ ଟ୍ୟୁବ) ସ୍ଥାନିତ କରାଯାଏ ଯଦ୍ୱାରା ପ୍ରତିବନ୍ଧକ ଦୂର କରାଯାଇପାରେ ।

ଲିଥ୍ରୋଟ୍ରିପ୍ସ ସାଧାରଣତଃ ସୁରକ୍ଷିତ ପଦ୍ଧତି । ତଥାପି ଲିଥ୍ରୋଟ୍ରିପ୍ସର ସମ୍ଭାବ୍ୟ ଅସୁବିଧା ଗୁଡିକ ମଧ୍ୟରେ ପରିଶ୍ରାରେ ରକ୍ତ ପଡିବା ମୂତ୍ରନଳୀ ସଂକ୍ରମଣ, ପଥୁରୀ ପୁରାପୁରି ଭାବେ ନବାହାରିବା (ଆହୁରି ଅଧିକ ଥର ଏପରି ଚିକିତ୍ସାର ଆବଶ୍ୟକ ପଡୁଥିଲେ), ପଥୁରୀ ପୁରା ଭଲଭାବରେ ଗୁଣ୍ଡ ହୋଇ ନଥିବା (ଯାହାକୁ ମୂତ୍ରନଳୀରେ ପ୍ରତିରୋଧ କରୁଥିଲେ), ବୃକକ୍ କୁ କ୍ଷତି ପହଞ୍ଚାଉଥିଲେ ବୃକକ୍ କ୍ଷତି ବଢିଯିବା ଏବଂ ରକ୍ତଚାପ ବଢିଯିବା ହେଉଛି ଅନ୍ୟତମ ଜଟିଳତା ।

ଲିଥ୍ରୋଟ୍ରିପ୍ସିର ପ୍ରାଧାନ୍ୟ ହେଉଛି ଏହା ଏକ ସୁରକ୍ଷିତ ପ୍ରଣାଳୀ ଯେଉଁଥିରେ ରୋଗୀକୁ ବେଶୀଦିନ ଡାକ୍ତରଖାନାରେ ରହିବାକୁ ପଡେନାହିଁ ଆନେସ୍ଥେସିଆ ବା ନିଶ୍ଚେତକ ନେବାକୁ ପଡେନାହିଁ, କଟାକଟି ଇତ୍ୟାଦି କରିବାକୁ ପଡେନାହିଁ । କମ୍ ଯନ୍ତ୍ରଣା ଦାୟକ ଏବଂ ପ୍ରତ୍ୟକ ବୟସର ବ୍ୟକ୍ତିକୁ ସୁହାଇଲା ପରି ପ୍ରଣାଳୀ ।

ମୋଟା ରୋଗୀ ଏବଂ ବଡ ଆକାରର ପଥୁରୀ ପାଇଁ ଲିଥ୍ରୋଟ୍ରିପ୍ସ କମ୍ ପ୍ରଭାବ ଯୁକ୍ତ ପ୍ରଣାଳୀ ହୋଇପାରେ । ଗର୍ଭାବସ୍ଥାରେ ଲିଥ୍ରୋଟ୍ରିପ୍ସ କରିବାପାଇଁ ବାରଣ କରାଯାଏ, ଏତଦ୍ ବ୍ୟତୀତ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ରୋଗୀ, ମୂତ୍ରନଳୀରେ ଡିଷ୍ଟାଲ ପ୍ରତିବନ୍ଧକ ଥିଲେ କିମ୍ବା ରକ୍ତସ୍ରାବ ବିଶୃଙ୍ଖଳିତ ଥିଲେ ସେମାନଙ୍କୁ ବାରଣ କରାଯାଏ ।

ଲିଥ୍ରୋଟ୍ରିପ୍ସି ପରେ କ୍ରମାଗତ ଅନୁକରଣ ସମୟାନୁବର୍ତ୍ତୀ ଯା ଏବଂ ଦୃଢ ସ୍ଥିତତା, ପୂର୍ବ ସତର୍କତା ସତ୍ତ୍ୱେ ପଥୁରୀର ପୁନଃ ଆଗମନ ସମ୍ଭାବନା ଅଧିକ ।

ପରକ୍ୟୁଟାନ୍ୟୁଅସ ନେଫ୍ରୋଲିଥୋଟୋମି (ଚଉଘଖ)

ପରକ୍ୟୁଟାନ୍ୟୁଅସ ନେଫ୍ରୋଲିଥୋଟୋମି (ଚଉଘଖ) ହେଉଛି ଏକ ପ୍ରଭାବଶାଳୀ ପ୍ରଣାଳୀ (୧.୫ ମି.ମି. ଠାରୁ ବଡ) ପଥୁରୀ, ମାଧ୍ୟମ ଆକାରର ପଥୁରୀ ବୃକକ୍ କିମ୍ବା ୟୁରେଟର ପଥୁରୀ ପାଇଁ ଏହା ଉପଯୁକ୍ତ ପ୍ରଣାଳୀ । ଯେତେବେଳେ ଅନ୍ୟସବୁ ଚିକିତ୍ସା ପଦ୍ଧତି ଯଥା ୟୁରେଟେରୋସ୍କୋପି, ଲିଥ୍ରୋଟ୍ରିପ୍ସ ପରି ଚିକିତ୍ସା ପଦ୍ଧତି ଅକୃତକାର୍ଯ୍ୟ ହୋଇଥାଏ ସେତେବେଳେ ପି ସି ଏନ୍ ଏଲ ପଦ୍ଧତି ହେଉଛି ଉପଯୁକ୍ତ ଏବଂ ବହୁବାର ବ୍ୟବହୃତ ହୋଇପାରୁଥିବା ଏକ ବିକଳ୍ପ ଚିକିତ୍ସା ପଦ୍ଧତି । ଏହି ପ୍ରଣାଳୀରେ ସାଧାରଣ ଆନେସ୍ଥେସିଆ ବା ନିଶ୍ଚେତକ ଦେଇ ୟୁରୋଲୋଜିଷ୍ଟ ରୋଗୀର ପଛପଟ ଅଣ୍ଟା ଉପରକୁ ଏକ ଛୋଟ କଣା କରେ ଏବଂ ଚର୍ମରୁ ବୃକକ୍ ପର୍ଯ୍ୟନ୍ତ ଏକ ରାସ୍ତା କରେ । ଇମେଜ ଇନଟେନସିଫାୟର କିମ୍ବା ସୋନୋଗ୍ରାଫିକ କଣ୍ଡୋଲ ମାହଦ୍ୟମରେ ରାସ୍ତା କରାଯାଏ । ନେଫ୍ରୋସ୍କୋପ ନାମକ ଯନ୍ତା ମାଧ୍ୟମରେ ୟୁରୋଲୋଜିଷ୍ଟ ପଥୁରୀକୁ ଦେଖି ତାକୁ ବାହାର କରିଦିଅନ୍ତୁ । ଏହି ପଦ୍ଧତିକୁ (ନେଫ୍ରୋ – ଲିଥୋଟୋମି) କୁହାଯାଏ । ଯେତେବେଳେ ପଥୁରୀ ବହୁତ ବଡ ଆକାରର ହୋଇଥାଏ ସେତେବେଳେ ତାକୁ ଭାଙ୍ଗିବା ପାଇଁ ଅଧିକ ଫ୍ରିକୁୟେନ୍ସି ଯୁକ୍ତ ଶବ୍ଦ ତରଙ୍ଗ ବ୍ୟବହାର କରାଯାଏ ତା’ପରେ ପଥୁରୀ ଖଣ୍ଡ ଗୁଡିକୁ ବାହାର କରାଯାଏ । ଏହାକୁ (ନେଫ୍ରୋଲିଥୋଟ୍ରିପ୍ସ) କୁହାଯାଏ ।

ପିସିଏନ୍ଏଲ ପଦ୍ଧତି ସୁରକ୍ଷିତ ହେଲେ ମଧ୍ୟ କେତେକ ବିଷଦ ଏବଂ ଅସୁବିଧା ଦେଖାଦେଇପାରେ । ଅସ୍ତ୍ରୋପ୍ରଚାର ସମୟରେ ସମ୍ଭାବ୍ୟ ଅସୁବିଧା ଗୁଡିକ ହେଉଛି ରକ୍ତସ୍ରାବ, ସଂକ୍ରମଣ, ପେଟର ଅନ୍ୟାନ୍ୟ ସ୍ଥାନରେ କ୍ଷତ ହେବା, ଯେପରିକି କୋଲନ, ପରିଶ୍ରାନଳୀରେ ଛିଦ୍ର ଏବଂ ହାଇଡ୍ରୋଥୋରାମ୍ ଇତ୍ୟାଦି ।

କିନ୍ତୁ ପିସିଏନ ଏଲ ର ମୁଖ୍ୟ ସୁବିଧା ହେଉଛି (ଗୋଟେ ଏକ ସେଣ୍ଟିମିଟର) ଏକ ଛୋଟ ଛେଦନ ଆବଶ୍ୟକ ହୋଇଥାଏ । ପିସିଏନ୍ ପଦ୍ଧତିରେ ଏକା ଥରକେ ସବୁଗୁଡିଏ ପଥୁରୀ ନିଷ୍କାସନ କରାଯାଇ ପାରୁଥିବା ସହିତ ଅଳ୍ପଦିନ ଡାକ୍ତଖାନା ରହଣୀ ଏବଂ ଶୀଘ୍ର ଆରୋଗ୍ୟ ଯୋଗୁଁ ଏହା ଏକ ନିଶ୍ଚିତ ଚିକିତ୍ସା ପଦ୍ଧତି ।

ୟୁରେଟେରୋସ୍କୋପି (ୟୁ ଆର ଏସ୍)

ୟୁରେଟେସ୍କୋପି ହେଉଛି ଅତି ଉଚ୍ଚ ସଫଳଯୁକ୍ତ ଚିକିତ୍ସା ପ୍ରଣାଳୀ । ଯେଉଁ ପଥୁରୀ ୟୁରେଟର ମଧ୍ୟରେ କିନ୍ତୁ ତଳ ପାର୍ଶ୍ଵରେ ରହିଥାଏ ସେଥିରେ ଏହି ପ୍ରଣାଳୀ ସଫଳତାର ସହ କାର୍ଯ୍ୟକରେ । ନିଶ୍ଚେତକ ପ୍ରୟୋଗ କରାଇ, ହାଲକା ପତଳା ନମନୀୟଯୁକ୍ତ ପାଇପ (ୟୂରେଟେରୋସ୍କୋପି) କ୍ୟାମେରା ସହ ସଂଯୁକ୍ତ ହୋଇଥିବା ଟ୍ୟୁବ ମୂତ୍ରନଳୀ ମାଧ୍ୟମରେ ମୂତ୍ରାଶୟ ଏବଂ ଉପରିସ୍ଥ ୟୁରେଟର ମଧ୍ୟକୁ ପ୍ରବେଶ କରାଇ ଦିଆଯାଏ ।

ୟୁରେଟେରୋସ୍କୋପି ମାଧ୍ୟମରେ ପଥୁରୀ ଦୃଶ୍ୟମାନ ହୋଇଥାଏ, ପଥୁରୀର ଚଉଡାକୁ ଏବଂ ଆକାରକୁ ଆକଳନ କରିବାପରେ, ଯଦି ପଥୁରୀତୁ ବଡ ବଡ ଥାଏ ତେବେ ତାକୁ ଛୋଟ ଛୋଟ ଖଣ୍ଡ କରାଯାଇ ବାହାର କରାଯାଏ । ଯଦି ପଥୁରୀ ଛୋଟ ଥାଏ ତେବେ ତାକୁ ବାୟୁପୂର୍ଣ୍ଣ ଲିଥ୍ରୋଟ୍ରିପ୍ସି ମାଧ୍ୟମରେ ଛୋଟ ଛୋଟ ଖଣ୍ଡ କରି ବାହାର କରାଯାଇଥାଏ । ରୋଗୀ ସେହିଦିନ ଡାକ୍ତଖାନାରୁ ଘରକୁ ଯାଇପାରେ ଏବଂ ସାଧାରଣ କାର୍ଯ୍ୟ ଦୁଇ ତିନିଦିନ ବିଶ୍ରାମ ପରେ କରିବାକୁ ସକ୍ଷମ ହୁଏ ।

ୟୁ ଆର ଏସ ର ସୁବିଧା ହେଉଛି ଯେତେ କଠିନ ପଥୁରୀ ହେଲେ ମଧ୍ୟ ଏହି ପ୍ରଣାଳୀରେ ତାକୁ ଭାଙ୍ଗି ଗୁଣ୍ଡା କରାଯାଇପାରେ ଏବଂ ଏଥିପାଇଁ କଟାକଟି କରିବାର କୌଣସି ଆବଶ୍ୟକତା ପଡେ ନାହିଁ । ଏହା ଗର୍ଭବତୀ ମହିଳା ଏବଂ ମୋଟା ଲୋକଙ୍କ ପାଇଁ ମଧ୍ୟ ସୁରକ୍ଷିତ ।

ୟୁ ଆର ଏସ ସାଧାରଣତଃ ସୁରକ୍ଷିତ ଚିକିତ୍ସା ପ୍ରଣାଳୀ ହେଲେ ମଧ୍ୟ ସବୁ ପ୍ରକାର ଚିକିତ୍ସା ପ୍ରଣାଳୀରେ କିଛିଟା ବିପଦ ରହିଥାଏ ନିଶ୍ଚିତ । ସେହିପରି ଏହାର ସମ୍ଭାବ୍ୟ ଜଟିଳତା ଗୁଡିକ ହେଲା ପରିଶ୍ରାରେ ରକ୍ତ ପଡିବା, ମୂତ୍ରନଳୀ ସଂକ୍ରମଣ ହେବା, ୟୁରେଟରରେ କଣା କରିବା ଏବଂ ଉଦ୍ଗତ ଟିସ୍ୟୁ, ଯାହା ୟୁରେଟରର ବ୍ୟାସ ବା ଚଉଡାକୁ ସାରୁ କରୁଥାଏ (ୟୁରେଟରାଲ ଷ୍ଟିକଚର) ତାକୁ ଫୋଡ କରି ମେଲା କରାଯିବା ଯୋଗୁଁ ଦେଖାଯାଉଥିବା ସଂକ୍ରମଣ ଇତ୍ୟାଦି ।

ଖୋଲା ଅସ୍ତ୍ରୋପ୍ରଚାର

ଖୋଲା ଅସ୍ତ୍ରୋପ୍ରଚାରରେ ପାଞ୍ଚରୁ ସାତ ଦିନ ଡାକ୍ତରଖାନା ସହିତ ଯନ୍ତ୍ରଣାଦାୟକ ମାଡିଯାଉଥିବା ରୋଗର ଚିକିତ୍ସା ପଦ୍ଧତି ।

ନୂତନ ବୈଷୟିକ କୌଶଳର ଉପଲବ୍ଧତା ଯୋଗୁଁ ଓପନ ସର୍ଜରୀ (ଖୋଲା ଅସ୍ତ୍ରୋପ୍ରଚାର) ଆଶାତୀତ ଭାବେ କମିଯାଇଛି । ବର୍ତ୍ତମାନ କେବଳ ଜଟିଳ ପରିସ୍ଥିତିରେ ଅନ୍ୟ ପଦ୍ଧତି ଗୁଡିକରେ ସଫଳ ହୋଇ ନପାରିଥିଲେ ଖୋଲା ଅସ୍ତ୍ରୋପ୍ରଚାର କରାଯାଇଥାଏ ।

ଅତ୍ୟଧିକ ଜଟିଳ ପରିସ୍ଥିତି ଯେପରିକି ବହୁ ସଂଖ୍ୟକ ବଡ ବଡ ପଥୁରୀ କିମ୍ବା ଷ୍ଟାଗ୍ ହର୍ଣ୍ଣ ପଥୁରୀ ଯୋଗୁଁ ସମସ୍ୟା ଦେଖାଗଲେ ଥରେ ଖୋଲା ଅସ୍ତ୍ରୋପ୍ରଚାର କରାଯାଇ ସଫଳତାର ସହିତ ପଥୁରୀ ଗୁଡିକୁ ବାହାର କରାଯାଇଥାଏ । ଏହା ଏକ ସଫଳ ପ୍ରଭାବଯୁକ୍ତ ଚିକିତ୍ସା ପଦ୍ଧତି, ବିଶେଷକରି ବିକାଶଶୀଳ ରାଷ୍ଟ୍ରମାନଙ୍କର ଯେଉଁଠାରେ ସୁବିଧା ସୁଯୋଗ ସୀମିତ ଥାଏ ।

କେତେବେଳେ ଜଣେ ବୃକକ୍ ପଥୁରୀ ରୋଗୀ ଡାକ୍ତରଙ୍କ ପରାମର୍ଶ ଲୋଡିବ ?

ବୃକକ୍ ପଥୁରୀରେ ଆକ୍ରାନ୍ତ ରୋଗୀ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ଯେବେ : -

  • ପେଟରେ ଅସହ୍ୟ ଯନ୍ତ୍ରଣା ହେବ ।
  • ମାତ୍ରାଧିକ ଅରୁଚି କିମ୍ବା ବାନ୍ତି ଯୋଗୁଁ ତରଳ ଏବଂ ଔଷଧକୁ ଗ୍ରହଣ କରିପାରୁ ନଥିବ ।
  • ଜ୍ଵରହେଲେ, ଅଣ୍ଡାହେଲେ, କିମ୍ବା ପରିଶ୍ରା ପୋଡାହେଲେ ।
  • ଯଦି ତାଳି ପେଟରେ ଯନ୍ତ୍ରଣା ହେଉଥିବ ।
  • ଯଦି ପରିଶ୍ରାରେ ରକ୍ତ ପଡ଼ୁଥିବ ।
  • ଯଦି ପରିଶ୍ରା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

3.05882352941
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top