ପିଲାମାନଙ୍କର ପରିଶ୍ରାନଳୀ ବା ମୂତ୍ରନଳୀ ସଂକ୍ରମଣ
ପ୍ରାପ୍ତ ବୟସ୍କ ଲୋକମାନଙ୍କ ଅପେକ୍ଷା ପିଲାମାନଙ୍କର ପରିଶ୍ରାନଳୀ ବା ମୂତ୍ରନଳୀ ସଂକ୍ରମଣର ତୁରନ୍ତ ଧ୍ୟାନ ଦେଇ ଶିଘ୍ର ଚିକିତ୍ସା କରିବା ଜରୁରୀ କାହିଁକି ?
- ପିଲାମାନଙ୍କର ମୂତ୍ରନଳୀ ସଂକ୍ରମଣରେ ତୁରନ୍ତ ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ କାରଣ :
- ପିଲାମାନଙ୍କର ଜ୍ଵର ହେବାରେ ମୂତ୍ରନଳୀ ସଂକ୍ରମଣ (ୟୁଟିଆଇ) ହେଉଛି ଏକ ମୁଖ୍ୟ କାରଣ । ଶ୍ଵାସନଳୀ ସଂକ୍ରମଣ ଏବଂ ତରଳ ଝାଡା ବା ଡାଇରିଆ ପରେ ଏହା ତୃତୀୟ ମୁଖ୍ୟ କାରଣ ।
- ବାରମ୍ବାର ମୂତ୍ରନଳୀ ସଂକ୍ରମଣ ହେଉଥଲେ ଅନୁଚିତ ଏବଂ ବିଳମ୍ବିତ ଚିକିତ୍ସା ସାସ୍ଥ୍ୟ ପ୍ରତି ବିପଦ । ସୃଷ୍ଟି କରିବା ସହ ବୃକକ୍ କ୍ଷତିର କାରଣ ମଧ୍ୟ ହୋଇପାରେ ।
- ବିଭିନ୍ନ ଲକ୍ଷଣର ଉପସ୍ଥାପନା କାରଣରୁ ୟୁଟିଆଇ ବା ମୂତ୍ରନଳୀ ସଂକ୍ରମଣ ରୋଗର ଚିହ୍ନଟ କ୍ଵଚିତ୍ ଭୂଲ ହୋଇପାରେ । ରୋଗ ନିର୍ଣ୍ଣୟ ପାଇଁ ଅତ୍ୟନ୍ତ ଜାଗରୁକତା ବା ସତର୍କତା ଏବଂ ସନ୍ଦେହ ଅତ୍ୟନ୍ତ ଜରୁରୀ ।
- ମୂତ୍ରନଳୀ ସଂକ୍ରମଣର ପୁନର୍ବର୍ତ୍ତନର ବିପଦ ଅଧିକ ଥାଏ ।
ମୂତ୍ରନଳୀ ସଂକ୍ରମଣର ପୂର୍ବ ପ୍ରଭାବିତ କାରଣ
ପିଲାମାନଙ୍କର ମୂତ୍ରନଳୀ ସଂକ୍ରମଣର ପୂର୍ବ ପ୍ରଭାବିତ କାରଣ ଗୁଡିକ କ'ଣ ?
ସାଧାରଣତଃ ପିଲାମାନେ ବଳ ସ୍ୱଭାବର ହୋଇଥିବା ଯୋଗୁଁ ପିଲାମାନଙ୍କ ଠାରେ ମୂତ୍ରନଳୀ ସଂକ୍ରମଣର କେତେଗୁଡିଏ ସାଧାରଣ ବିପଦପୂର୍ଣ୍ଣ କାରଣ ରହିଛି । ସେଗୁଡିକ ହେଲା :
- ଝିଅପିଲା ମାନଙ୍କ କ୍ଷେତ୍ରରେ ମୂତ୍ରନଳୀ ସଂକ୍ରମଣ ଅତ୍ୟନ୍ତ ସାଧାରଣ, କାରଣ ଝିଅମାନଙ୍କର ମୂତ୍ରନଳୀ ଅତି ଛୋଟ ।
- ଝିଅମାନେ ଶୌଚ ହେବା ସମୟରେ ପାଣିକୁ ପଛରୁ ଆଗକୁ ଢାଳି ଶୌଚ ହୋଇଥାଆନ୍ତି (ଆଗରୁ ପାଣି ଢାଳି ପଛକୁ ଶୌଚ ହେବା ପରିବର୍ତ୍ତେ)
- ପିଲାମାନେ ଯାହାର ସହଜାତ ମୂତ୍ରନଳୀ ଅବ୍ୟବସ୍ଥା ରହିଥାଏ । ଯେପରିକି ଭେସିକୋ ୟୁରେଟ୍ରାଲ ରିଫ୍ଲକ୍ସ (ଅସ୍ଵାଭାବିକ ପଛୁଆ ଧାରା ପରିସ୍ଥିତି (ରିଫ୍ଲକ୍ସ) ମୁତ୍ର ବ୍ଲାଡରରୁ ପଛକୁ ଫେରି ୟୁରେଟରକୁ ଏପରିକି ବୃକକ ପର୍ଯ୍ୟନ୍ତ ଚାଲିଯିବା) ଏବଂ ଉତ୍ତରକାଳୀନ ମୂତ୍ରନଳୀ କବାଟି ।
- ଲିଙ୍ଗାଗ୍ର ଚର୍ମ ଛେଦନ କରାଯାଇନଥିବା ପୁଅମାନଙ୍କର ମୂତ୍ରନଳୀ ସଂକ୍ରମଣର ସମ୍ଭାବନା ଲିଙ୍ଗାଗ୍ର ଚର୍ମ ଛେଦନ ହୋଇଥିବା ପୁଅଠାରୁ ଅଧିକ ।
- ୟୁରିନାରୀ ଟ୍ରାକ୍ ବା ମୂତ୍ରନଳୀରେ କୌଣସି ଗଠନଗତ ଅସୁବିଧା ଥିଲେ ।
- ଉଦାହରଣ ସ୍ଵରୂପ (ପୋଷ୍ଟରିୟର ୟୁରେଥ୍ରାଲ ଭାଲଭ)
- ଅନ୍ୟାନ୍ୟ କାରଣ : କୋଷ୍ଠ କାଠିନ୍ୟ, ଦୁର୍ବଳ ପେରିନିଏଲ ହାଇଜିନ୍, ଦୀର୍ଘସ୍ଥାୟୀ କ୍ୟାଥେରେଟର ବ୍ୟବହାର କିମ୍ବା ମୂତ୍ରନଳୀ ସଂକ୍ରମଣ ଯଦି ପୂର୍ବରୁ ପରିବାରରେ କାହାର ରହିଥାଏ ।
ମୂତ୍ରନଳୀ ସଂକ୍ରମଣର ଲକ୍ଷଣ
- ବଡ଼ପିଲାମାନେ ତାଙ୍କର ସମସ୍ୟା ଗୁଡିକୁ ପ୍ରକାଶ କରି ପାରନ୍ତି । ମୂତ୍ରନଳୀ ସଂକ୍ରମଣର ସାଧାରଣ ଲକ୍ଷଣ ବଡ଼ପିଲାଙ୍କର ଯେପରି ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ମଧ୍ୟ ସେହିପରି ବର୍ଣ୍ଣନା କରାଯାଇଛି।
- ଛୋଟ ପଲା ଅଭିଯୋଗ କରିପାରିନ୍ତି ନାହିଁ, ତେଣୁ ପରିଶ୍ରା କଲାବେଳେ କଷ୍ଟ ହେବାଯୋଗୁଁ କାନ୍ଦନ୍ତି । ପରିଶ୍ରା ଦୁର୍ଗନ୍ଧଯୁକ୍ତ ହେବାସହ ଜ୍ଵର ଲାଗି ରହିଥାଏ । ଏହା ୟୁ ଟି ଆଇରି ଲକ୍ଷଣ ହୋଇଥିବାରୁ ପିଲାଟି ମୂତ୍ରନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଛି ବୋଲି ଜଣାଯାଏ ।
- ୟୁଟିଆଇ ବା ମୂତ୍ରନଳୀ ସଂକ୍ରମଣରେ ଆକ୍ରାନ୍ତ ପିଲାମାନଙ୍କୁ କମ୍ ଭୋକ ଲାଗେ, ବାନ୍ତି ହୁଏ, ଡାଇରିଆ ମଧ୍ୟ ହୋଇଥାଏ, ଓଜନ କମିଯାଏ, ଚିଡଚିଡା ସ୍ୱଭାବର ହୋଇଯାଏ, ଅଥବା କାହାର କାହାର କୌଣସି ଲକ୍ଷଣ ମଧ୍ୟ ଦେଖା ନଯାଇପାରେ ।
ମୂତ୍ରନଳୀ ସଂକ୍ରମଣ ରୋଗର ନିର୍ଣ୍ଣୟ
ମୂତ୍ରନଳୀ ସଂକ୍ରମଣରେ ଆକ୍ରାନ୍ତ ପିଲାମାନଙ୍କର କରାଯାଉଥିବା ତଦନ୍ତ ବା ପରୀକ୍ଷା ହେଲା :
ମୂତ୍ରନଳୀ ସଂକ୍ରମଣର ମୌଳିକ ତଦନ୍ତ
- ୟୁ ଟି ଆଇର ସ୍କ୍ରିନିଙ୍ଗ ପରୀକ୍ଷା : ପରିଶ୍ରାର ମାଇକ୍ରୋସ୍କୋପି ପରୀକ୍ଷା କିମ୍ବା ଡିପ୍ ଷ୍ଟିକ ପରୀକ୍ଷା । ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ୧୮ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ।
- ୟୁ ଟି ଆଇ ପାଇଁ ଡେଫିନିଟିଭ ଡାଇଗ୍ନୋଷ୍ଟିକ୍ ଟେଷ୍ଟ – ଏହି ପରୀକ୍ଷାରେ ସଂକ୍ରମଣର କାରଣ ଜାଣିବାପାଇଁ, ରୋଗକୁ ନିଶ୍ଚିତ କରିବାପାଇଁ, ସଂକ୍ରମଣ ପାଇଁ ଦାୟୀଥିବା ବ୍ୟାକ୍ଟେରିଆକୁ ଜାଣିବା ପାଇଁ, ଏବଂ ସେଥିପାଇଁ ସଠିକ୍ ଆଣ୍ଟିବାୟୋଟିକର ଚୟନ ନିମିତ 'ୟୁରିନ୍ କଲଚର' ପରୀକ୍ଷା କରାଯାଇଥାଏ ।
- ରକ୍ତ ପରୀକ୍ଷା : ହିମୋଗ୍ଲୋବିର ପରିମାଣ, ଏବଂ ଭିନ୍ନତା, ଶ୍ଵେତରକ୍ତ କଣିକାର ଗଣନା, ରକ୍ତ ୟୁରିଆ ପରିମାଣ, ସେରମ କ୍ରିଏଟିନିନ୍, ରକ୍ତ ଶର୍କରା ଏବଂ ସି ରିଆକ୍ଟିଭ ପ୍ରୋଟିନ୍ ଏବଂ ଅନ୍ୟାନ୍ୟ କେତେକ ପରୀକ୍ଷା ରକ୍ତରୁ ହିଁ କରାଯାଏ ।
ପରିଶ୍ରାଳନୀ / ମୂତ୍ରନଳୀ ସଂକ୍ରମଣର ବିପଦପୂର୍ଣ୍ଣ କାରଣ ନିର୍ଣ୍ଣୟ ପାଇଁ ତଦନ୍ତ
ରେଡ଼ିଓଲୋଜିକାଲ ପରୀକ୍ଷା ଅନ୍ତରାଳରେ ଥିବା ଅସ୍ଵାଭାବିକତାକୁ ଜାଣିବାପାଇଁ କରାଯାଏ । ବୃକକ୍ ଏବଂ ବ୍ଳାଡରର ଅଲଟ୍ରାସାଉଣ୍ଡ, ପେଟର ଏକ୍ସ-ରେ, ଭଏଡିଙ୍ଗ ସିଷ୍ଟୋୟୁରେଥ୍ରୋଗ୍ରାମ୍ - ଠଉଟିଏ, ପେଟର ସିଟି ସ୍କାନ କିମ୍ବା ଏମ୍-ଆର-ଆଇ ଏବଂ ଇନ୍ ଟ୍ରା ଭେନସ୍ ୟୁରୋଗ୍ରାଫି ଓଠଟ ଇତ୍ୟାଦି କରାଯାଇଥାଏ ।
- ବୃକକ୍ ରେ ଥିବା ଦାଗ ଚିହ୍ନଟ ପରୀକ୍ଷା : ଏଡିଏମ୍ଏସ୍ଏ ବୃକକ୍ ସ୍କାନ, ବୃକକ୍ ରେ ଦେଖାଯାଉଥିବା ଦାଗ ବା କ୍ଷତ ଚିହ୍ନକୁ ଜାଣିବା ପାଇଁ ଅତି ଉତ୍ତମ ପ୍ରଣାଳୀ । ଡି ଏମ୍ ଏସ୍ ଏ (ଡାଇମେର କ୍ୟାପଟୋସୁସନିକ୍ ଏସିଡ୍) ସ୍କାନ କରାଯିବା ଉଚିତ୍ ସାଧାରଣତଃ ୩ରୁ ୬ ମାସ ୟୁଟିଆଇ ହେବାପରେ ଏହି ପରୀକ୍ଷା କରାଯାଇପାରେ ।
- ବ୍ଲାଡରର କାର୍ଯ୍ୟକ୍ଷମତା ୟୁରୋଡାଇନାମିକ୍ ପଠନ ଦ୍ଵାରା ନିର୍ଣ୍ଣୟ କରାଯାଇପାରେ ।
ଭଏଡିଂ ସିଷ୍ଟାୟୁରେଥ୍ରୋଗ୍ରାମ୍ କ'ଣ ? କେତେବେଳେ ଏବଂ କିପରି ଏହା କରାଯାଏ ?
- ଭଏଡିଂ ସିଷ୍ଟାୟୁଥ୍ରୋଗ୍ରାମ୍ ଉଟିଏ (ପୂର୍ବରୁ ମିଚ୍ୟୁରେଟିଙ୍ଗ ସିଷ୍ଟାୟୁରେଥ୍ରୋଗ୍ରାମ) – ଗଉଟ ନାମରେ ଜଣାଥିଲା) ହେଉଛି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଏକ୍ସ-ରେ ପରୀକ୍ଷା । ଏଥିରୁ ପିଲାମାନଙ୍କର ମୃତ୍ର ସହ ମୂତ୍ରନଳୀ ସଂକ୍ରମଣ ଏବଂ ଭେସିକୋ ୟୁରେଟେରାଲ୍ ରିଫ୍ଲକ୍ସ ଜଣାପଡେ ।
- (ଠଉଟଏ) ଭିସିୟୁଜି ପରୀକ୍ଷା ହେଉଛି ଏକ ସର୍ଣ୍ଣିମ ସ୍ତରର ପରୀକ୍ଷା । ଯାହାକି ଭେସିକୋୟୁରେଟେରାଲ ରିଫ୍ଲକ୍ସ ଏବଂ ଏହାର ପ୍ରକୋପର ମାତ୍ରା (ଗ୍ରେଡିଙ୍ଗ) ଏବଂ ବ୍ଲାଡର ଅସ୍ଵାଭିକତା ଏବଂ ୟୁରେଥ୍ରା ବା ମୂତ୍ରନଳୀ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଗୁଡିକୁ ବାହାର କରିଥାଏ।
- ୨ ବର୍ଷ ରୁ କମ୍ ବୟସର ପିଲା ୟୁଟିଆଇର ଶିକାର ହେଲେ ମଧ୍ୟ ଏହି ପରୀକ୍ଷା କରାଯାଇପାରିବ ।
- ୟୁଟିଆଇର ଚିକିତ୍ସା କଲାପରେ ଭିସିୟୁଜି କରାଯିବା ଉଚିତ୍, ସାଧାରଣତଃ ରୋଗ ନିର୍ଣ୍ଣୟ ହେବାର । ଏକ ସପ୍ତାହ ପରେ ।
- ଏହି ପରୀକ୍ଷାରେ ୟୁରିନାରୀ ବ୍ଲାଡରକୁ କ୍ୟାଥେଟର ଦ୍ଵାରା କଡା ପଚନମୁକ୍ତ ପ୍ରତିଷେଧାତ୍ମକ ବ୍ୟବସ୍ଥା ସହିତ ଆଣ୍ଟିବାୟୋଟିକ୍ ଦିଆଯାଇ ତାର କ୍ଷମତା ମୁତାବକ ବୈସାଦୃଶ୍ୟ (ରେଡିଓ ଓପେକ୍ ଆୟୋଡିନ୍ ଯୁକ୍ତ ଡାଏ ଫ୍ଲୁଇଡ୍ ଯାହାକି ଏକ୍ସ-ରେ ଚିତ୍ରରେ ଦେଖାଯାଇପାରିବ) ରେ ପୂର୍ଣ୍ଣ କରାଯାଏ ।
- ପର୍ଯ୍ୟାୟକ୍ରମେ ଏକ୍ସ-ରେ ଚିତ୍ର ନିଆଯାଏ । ଶୂନ୍ୟ ଅବସ୍ଥାରେ, ମଧ୍ୟାନ୍ତରରେ ଏବଂ ପୂର୍ବରୁ ମଧ୍ୟ ଏହି ଚିତ୍ର ନିଆଯାଏ ।
- ଏହି ପରୀକ୍ଷା ଆନାଟୋମିର ବିସ୍ତୃତ ବର୍ଣ୍ଣନା, ମୂତ୍ରନଳୀ ବା ବ୍ଲାଡରର କାର୍ଯ୍ୟଦକ୍ଷତା ଏବଂ ୟୁରେଥ୍ରାର କାର୍ଯ୍ୟ ଦକ୍ଷତାକୁ ପ୍ରତିପାଦିତ କରିଥାଏ ।
- ମୂତ୍ରଧାର ବ୍ଲାଡରରୁ ପଛକୁ ଫେରି ୟୁରେଟର କିମ୍ବା ବୃକକକୁ ଯିବାର ଅବସ୍ଥାକୁ ଭି ସି ୟୁ ଜି ସନ୍ଧାନ କରିପାରେ ଯାହାକୁ ଭେସିକୋୟୁରେଟ୍ରାଲ ରିଫ୍ଲକ୍ସ କୁହାଯଏ । ଶିଶୁପୁତ୍ର ମାନଙ୍କର ପୋଷ୍ଟରିଅର ୟୁରେଥ୍ରାଲ ଭାଲଭର ସନ୍ଧାନ କରିବାପାଇଁ ଭିସିୟୁଜି ଅତି ଆବଶ୍ୟକ ।
ପରିଶ୍ରାନଳୀ ବା ମୂତ୍ରନଳୀ ସଂକ୍ରମଣର ପୂର୍ବ ସୁରକ୍ଷା :
- ତରଳ ଦ୍ରବ୍ୟ ଅଧୁକ ଗ୍ରହଣ କରିବା । ଏହା ପରିଶ୍ରା ପତଳା କରେ ଏବଂ ଜୀବାଣୁ ସବୁ ବ୍ଲାଡର ଓ ପରିଶ୍ରାନଳୀରୁ ଧୋଇ ବାହାର କରିଦିଏ ।
- ପିଲାମାନଙ୍କୁ ଦୁଇ ତିନି ଘଣ୍ଟାରେ ଥରେ ପରିଶ୍ରା କରାଇଦେବା ଉଚିତ୍ । ବ୍ଲାଡରରେ ଦୀର୍ଘ ସମୟଧରି ମୂତ୍ର ଚାପି ରଖିଲେ ଜୀବାଣୁ ବଢ଼ିବାର ସୁଯୋଗ ପାଏ ।
- ପିଲାମାନଙ୍କର ଯୌନାଙ୍ଗ ସର୍ବଦା ପରିଷ୍କାର ରଖିବା ଜରୁରୀ । ପିଲାମାନଙ୍କୁ ଶୌଚ ସମୟରେ ଆଗରୁ ପଛକୁ ଶୌଚ କଲାବେଳେ ଧୋଇବା ଉଚିତ୍ (ପଛରୁ ଆଗକୁ ନୁହେଁ) । ମଳଦ୍ଵାରରୁ ୟୁରେଥ୍ରା ବା ମୂତ୍ରନଳୀକୁ ଜୀବାଣୁମୁକ୍ତ କରିବାର ପୂର୍ବ ସତର୍କତା ସ୍ଵରୂପ ଏହି ବିଧିକୁ ଅବଲମ୍ବନ କରିବା ଉଚିତ୍ ।
- ପିଲାମାନଙ୍କର ସମୟାନୁକ୍ରମେ ଡାଇପର ବଦଳାଇବା ଉଚିତ୍ କାରଣ ପିଲାମାନେ ମଳମୂତ୍ର ତ୍ୟାଗ କରିବାର ବେଶୀ ସମୟପରେ ଡାଇପର ବଦଳାଇଲେ, ମଳ ଦୀର୍ଘ ସମୟ ଧରି ଯୌନାଙ୍ଗ ସଂସ୍ପର୍ଶରେ ଆସିଥାଏ ।
- ପିଲାମାନଙ୍କୁ ସୁତା ନିର୍ମିତ ବସ୍ତ୍ର ପିନ୍ଧିବାପାଇଁ ଅଭ୍ୟାସ କରିବା ଉଚିତ୍, ଯେଉଁଥିରେ ବାୟୁ ଚଳାଚଳ ହୋଇପାରୁଥିବ । ଅତ୍ୟନ୍ତ କଷ୍ଟଦାୟକ, ଚିପା, ନାଇଲନ୍ ଅନ୍ତବସ୍ତ୍ର ନ ପିନ୍ଧାଇବା ଉଚିତ୍।
- ବୁଡି ବୁଡି ଗାଧୋଇବାକୁ ବାରଣ କରାଯିବା ଉଚିତ୍ ।
- ଲିଙ୍ଗାଗ୍ରଛେଦନ ହୋଇନଥିବା ପୁଅମାନଙ୍କର ଯୌନାଙ୍ଗର ଶିର୍ଷକୁ ଆଜାଦନ କରୁଥିବା ଚର୍ମକୁ ସବୁଦିନ ପରିଷ୍କାର କରିବା ଉଚିତ୍ ।
- ଭି ୟୁ ଆର ପିଲାମାନଙ୍କର ବାରମ୍ବାର ଦୁଇରୁ ତିନିଥର ପରିଶ୍ରା କରି ବ୍ଲାଡର ଖାଲି କରାଇ ଦେବା ଉଚିତ୍ ଯେପରିକି ଅବଶିଷ୍ଟାନ୍ସ ପରିଶ୍ରା ରହି ନଥାଏ ?
- ପ୍ରତିଷେଧକ ବ୍ୟବସ୍ଥା ସରୂପ ଦୀର୍ଘଦିନଧରି କମ୍ ମାତ୍ରାର ଆଣ୍ଟିବାୟୋଟିକ ଖାଇବା ଜାରି ରଖିବା ଉଚିତ୍ (ପ୍ରୋଫିଲ୍ୟାକ୍ଟିକ) ଏହି ମାପକ କେତେକ କ୍ରନିକ୍ ୟୁଟିଆଇ ପିଲାମାନଙ୍କୁ ଦିଆଯାଇଥାଏ ।
ମୂତ୍ରନଳୀ ସଂକ୍ରମଣର ଚିକିତ୍ସା
ସାଧାରଣ ମାପକ
- ପିଲାମାନଙ୍କୁ ମୂତ୍ରନଳୀ ସଂକ୍ରମଣର ସମସ୍ତ ପୂର୍ବ ସତର୍କତାର ସମସ୍ତ ମାପକକୁ ଅନୁସରଣ କରି ଶିଖିବା ଉଚିତ୍ ।
- ୟୁଟିଆଇରେ ପୀଡିତ ପିଲାଙ୍କୁ ଅଧିକ ପାଣି ପିଇବାକୁ କହିବା ଉଚିତ୍ । ଡାକ୍ତରଖାନାରେ ଚିକିତ୍ସିତ ସମସ୍ତ ଦୁର୍ବଳ ରୋଗଗ୍ରସ୍ତ ପିଲାଙ୍କୁ ସାଲାଇନ୍ ମାଧ୍ୟମରେ ତରଳଦ୍ରବ୍ୟ ଦେବା ଦରକାର।
- ଜ୍ଵରହେଲେ ଉଚିତ୍ ଔଷଧିୟ ଚିକିତ୍ସା କରାଯିବା ଉଚିତ୍ ।
- ଚିକିତ୍ସାପରେ ରୋଗ ନିୟନ୍ତ୍ରଣକୁ ଆସି ଭଲ ହୋଇଛି କି ନାହିଁ ସଂକ୍ରମଣ କେତେ ପରିମାଣରେ
- ପରିଶ୍ରା ପରୀକ୍ଷାର କ୍ରମାଗତ ଅନୁସରଣ କରି ସଂକ୍ରମଣ ନଥିବାର ଦୃଢ଼ ନିଶ୍ଚିତ ହେବା ଉଚିତ୍ ।
- ଅଲଟ୍ରାସାଉଣ୍ଡ ଏବଂ ଅନ୍ୟ ଉପଯୁକ୍ତ ତଦନ୍ତ କରାଯିବା ଉଚିତ୍ । ସମସ୍ତ ୟୁଟିଆଇ ଆକ୍ରାନ୍ତ ପିଲାଙ୍କ ପାଇଁ ଏହା ଜରୁରୀ ।
ନିର୍ଦ୍ଦିଷ୍ଟ ଚିକିତ୍ସା
- ୟୁଟିଆଇ ପିଲାମାନଙ୍କର ବୃକକ୍ ର କ୍ରମୋନ୍ନତି ଏବଂ ସୁରକ୍ଷା ଦେବାପାଇଁ, ଆଣ୍ଟିବାୟୋଟିକ୍ ଚିକିତ୍ସାରେ ବିଳମ୍ବ ହେବା ଅନୁଚିତ୍ ।
- ମୂତ୍ର ବିଶ୍ଳେଷଣ କରି, କେଉଁ ବ୍ୟାକ୍ଟେରିଆ ରୋଗ ସୃଷ୍ଟିପାଇଁ ଦାୟୀ ଏବଂ ଏହାର ଉଚିତ୍ ଆଣ୍ଟିବାୟୋଟିକ ଚୟନ କରି ଚିକିତ୍ସା କରାଯାଏ ।
- ପିଲା ଯଦି ଅତିମାତ୍ରାର ଜ୍ଵରରେ ଆକ୍ରାନ୍ତ ହୁଏ, ବାନ୍ତି ହୁଏ ଅସହ୍ୟ ବାହ୍ୟ ଯନ୍ତ୍ରଣା ହୁଏ ଏବଂ ପାଟିବାଟେ ଔଷଧ ଖାଇବାରେ ଅସମର୍ଥ ହୁଏ ଏବଂ ଅତ୍ୟନ୍ତ ଦୁର୍ବଳ ହୋଇପଡେ ତେବେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତିକରାଇ ଶିରାଦ୍ଵାରା ଉଚ୍ଚ ଶକ୍ତି ସଂପନ୍ନ ଆଣ୍ଟିବାୟୋଟିକ ଦେବା ଜରୁରୀ ହୋଇପଡେ । ଜନ୍ମ ହୋଇଥିବା ଅତି ଛୋଟ ଛୁଆ ଏବଂ କିଛି ମାସର ଛୁଆଙ୍କ ୟୁଟିଆଇ ହେଲେ ସେମାନଙ୍କ ଉଚିତ୍ ଯତ୍ନ ଏବଂ ଚିକିତ୍ସା କରାଯିବା ଜରୁରୀ ।
- ୩ରୁ ୬ମାସ ବୟସର ପିଲା ଯିଏ କି ଦୁର୍ବଳ ଓ ଅସୁସ୍ଥ ନଥିବ ଏବଂ ପାଟିବାଟେ ଔଷଧ ଖାଇପାରୁଥିବ । ସେମାନଙ୍କୁ ପାଟିବାଟେ ଖାଇପାରୁଥିବା ତରଳ ଆଣ୍ଟିବାୟୋଟିକ୍ ଦେବା ଉଚିତ୍।
- ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଯେ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ ପିଲାକୁ, ପୂର୍ଣ୍ଣମାତ୍ରାର ଆଣ୍ଟିବାୟୋଟିକ୍ ଦିଆଯାଇପାରିବ । ଔଷଧର ପୁରାକୋର୍ସ ଡାକ୍ତରଙ୍କ ଅନୁସାରେ ଖୁଆଇବା ଉଚିତ୍ ଯଦିଓ ୟୁ ଟିଆଇ ର ଲକ୍ଷଣ ଦୃଷ୍ଟି ଗୋଚର ହୁଏ ।
ମୂତ୍ରନଳୀ ସଂକ୍ରମଣର ପୁନରାବର୍ତ୍ତନ
ପିଲାମାନଙ୍କର ୟୁ ଟି ଆଇ ପୁନରାବର୍ତ୍ତନ ହେଲେ, ଅନ୍ତର୍ନିହିତ କାରଣକୁ ଚିହ୍ନଟ କରିବାପାଇଁ ଅଲଟ୍ରାସାଉଣ୍ଡ, ଭିସିୟୁଜି ଏବଂ ସେହି ସମୟରେ ଡି ଏମ୍ ଏସ୍ ଏ ସ୍କାନ କରାଯିବା ଜରୁରୀ । ପୁନରାବର୍ତ୍ତିତ ୟୁ ଟି ଆଇର ତିନୋଟି ଗୁରୁତ୍ଵପୂର୍ଣ୍ଣ ଚିକିତ୍ସାଗତ ଅସୁବିଧା ହେଉଛି ଭି ୟୁ ଆର (ଠଟଜ), ପୋଷ୍ଟେରିୟର ୟୁରେଥ୍ରାଲ ଭାଲଭସ୍ ଏବଂ ବୃକକ୍ ପଥୁରୀ । ଅନ୍ତର୍ନିହିତ କାରଣ ଅନୁସାରେ ନିର୍ଦ୍ଦିଷ୍ଟ ଡାକ୍ତରୀ ଚିକିତ୍ସାର ଅନୁକରଣ, ପ୍ରତିଷେଧକ ବ୍ୟବସ୍ତା ଦ୍ଵାରା କରାଯାଏ, ଏବଂ ଦୀର୍ଘସ୍ଥାୟୀ ପ୍ରତିଷେଧକ ବ୍ୟବସ୍ଥା ସରୂପ ଆଣ୍ଟିବାୟୋଟିକ୍ ଚିକିତ୍ସାର ଯୋଜନା କରାଯାଏ । କେକେତ ପିଲାଙ୍କ କ୍ଷେତ୍ରରେ ଶଲ୍ୟ ଚିକିତ୍ସାର ଯୋଜନା ମଧ୍ୟ କରାଯାଏ । ଏହା ନେଫ୍ରୋଲୋଜିଷ୍ଟ ଏବଂ ୟୁରୋଲୋଜିଷ୍ଟ ମିଳିତ ସହଯୋଗରେ କରାଯାଇଥାଏ ।
ପୋଷ୍ଟେରିୟର ୟୁଥୁଲ ଭାଲସ
ପୋଷ୍ଟେରିଅର ୟୁରେଥ୍ରାଲ ଭାଲଭସ (ଚଟଠ)ହେଉଛି ଏକ ଜନ୍ମଗତ ଅସ୍ଵାଭାବିକତା ମୂତ୍ରନଳୀର । ଯାହାକି ପୁଅ ପିଲାମାନଙ୍କର ହୋଇଥାଏ । ନିମ୍ନ ପରିଶ୍ରାନଳୀ ପ୍ରତିବନ୍ଧକର ପି ୟୁ ଭି ଏକ ସାଧାରଣ କାରଣ ।
ମୌଳିକ ସମସ୍ୟା ଏବଂ ଏହାର ଗୁରୁତ୍ଵ
ମୂତ୍ରନଳୀ ମଧ୍ୟରେ ଥିବା ଟିସ୍ୟୁରେ ଭାଙ୍ଗ ସୃଷ୍ଟି ହେବାଦ୍ଵାରା ପି ୟୁ ଭିରେ ପ୍ରତିବନ୍ଧକ ସୃଷ୍ଟି ହୋଇ ପରିଶ୍ରାର ଧାର ଅପୂର୍ଣ୍ଣ ରହେ । ଏଥିରେ ପଶ୍ଚାତ୍ ଚାପ ମୂତ୍ରାଶୟ ଉପରେ ପଡ଼ିବା ଯୋଗୁଁ ପରିଶ୍ରାନଳୀରେ ବାଧକ ସୃଷ୍ଟି ହୋଇ ପରିଶ୍ରାର ଧାର ବାଧାପ୍ରାପ୍ତ ହୁଏ । ଅବହିତ ଭାବରେ ମୂତ୍ରାଶୟର ଆକାର ବୃଦ୍ଧିପାଏ ଏବଂ ଏହାର ମାଂସପେଶୀ କାନୁ ଗୁଡିକ ସ୍ଥୂଳ ହେବାକୁ ଆରମ୍ଭ କରେ ।
ସାମଗ୍ରୀକ ଭାବେ ବଢୁଥିବା ମୂତ୍ରାଶୟର ଚାପ, ବୃକକ୍ ଓ ମୂତ୍ରାନଳୀ ଉପରେ ପଛୁଆ ଚାପ ପ୍ରୟୋଗ କରେ । ଏହାର ଫଳସ୍ୱରୂପ ବୃକକ୍ ରୁ ମୂତ୍ରାଶୟକୁ ମୃତ ପ୍ରବାହିତ ହେଉଥିବା ପ୍ରଣାଳୀ ଓ ବୃକକ୍ ର ସଂପ୍ରସାରଣ ଘଟେ । ଯଦି ସଂପ୍ରସାରଣର ଚିହ୍ନଟ ଉଚିତ୍ ସମୟରେ ନହୋଇପାରିଲେ ଏବଂ ଉଚିତ୍ ଚିକିତ୍ସା କରାନଗଲେ ତେବେ ଏହା କ୍ରନିକ ବୃକକ ରୋଗ ଆଡକୁ ଗତିକରେ । ୨୫% ରୁ ୩୦% ପିଲା ପି ୟୁ ଭି ଥାଇ ଜନ୍ମ ନିଅନ୍ତି ଏବଂ ପ୍ରାୟତଃ ଏମାନେ ଶେଷ ସ୍ତରର ବୃକକ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ । ତେଣୁ ଶିଶୁ ବା ପିଲାମାନଙ୍କ କ୍ଷେତ୍ରରେ ପି ୟୁ ଭି ହେଉଛି ରୁଗଣତା ଏବଂ ମୃତ୍ୟୁର ମୁଖ୍ୟ କାରଣ ।
ଲକ୍ଷଣ
ପୋଷ୍ଟେରିଅର ୟୁଥାର ଭାଲ୍ ଭର ଲକ୍ଷଣ ହେଉଛି ପରିଶ୍ରାର ଧାରା କମିଯିବା, ଟୋପା ଟୋପା ପରିଶ୍ରା ହେବା, ମୂତ୍ର ନିଷ୍କାସନ ବେଳେ ଯନ୍ତ୍ରଣା ଅନୁଭବ କରିବା, ବିଛଣା ଓଦା ହୋଇଯିବା, ତଳିପେଟ ଭର୍ତ୍ତି ଲାଗିବା (ସୁପ୍ରା ଫ୍ୟୁବିକ୍ ରିଜନ) ସ୍ପର୍ଶ କଲେ ମୂତ୍ରାଶୟକୁ ଅନୁଭବ କରିହେବ ଏବଂ ମୂତ୍ରନଳୀ ସଂକ୍ରମଣ ଇତ୍ୟାଦି ଲକ୍ଷଣ ଅନୁଭୂତ ହୁଏ ।
ରୋଗ ଚିହ୍ନଟ
ଗୋଟିଏ ପୁତ୍ର ସନ୍ତାନ ଜନ୍ମ ପୂର୍ବରୁ ଓ ଜନ୍ମପରେ କରାଯାଇଥିବା ଅଲଟ୍ରାସାଉଣ୍ଡ, ପିୟୁ ଭି ରୋଗର ପ୍ରଥମ ସୂଚନା ଦିଏ । କିନ୍ତୁ ପିୟୁ ଭି ରୋଗର ସ୍ଥିର ନିଶ୍ଚିତ ହେବାପାଇଁ ଭିସିୟୁଜି ପରୀକ୍ଷା ଆବଶ୍ୟକ, ପୋଷ୍ଟ-ନାଟାଲ ସମୟରେ ରୋଗର ନିର୍ଣ୍ଣୟ କରାଯିବା ପାଇଁ ।
ଚିକିତ୍ସା
ଶଲ୍ୟ ଚିକିତ୍ସକ (ୟୁରୋଲୋଜିଷ୍ଟ) ଏବଂ ବୃକକ୍ ବିଶେଷଜ୍ଞ (ନେଫ୍ରୋଲୋଜିଷ୍ଟ) ମିଶିକରି ପି ୟୁ ଭି ର ଚିକିତ୍ସା କରନ୍ତି । ତୁରନ୍ତ ଉନ୍ନତି ଆଣିବା ଲାଗି ପ୍ରଥମ ଚିକିତ୍ସା ରୂପେ ଏକ ନଳୀକୁ ମୂତ୍ରାଶୟ ମଧକୁ ଭର୍ତ୍ତି କରାଯାଏ କ୍ରମାଗତ ଭାବେ ପରିଶ୍ରାକୁ ଜମିବାକୁ ନଦେଇ ବାହାରିଯିବାପାଇଁ (ନଳୀଟି ସାଧାରଣତଃ ମୂତ୍ରନଳୀ ମଧ୍ୟଦେଇ, କ୍ଵଚିତ୍ ସିଧାସଳଖ ତଳିପେଟର କାନ୍ଥଦେଇ ସୁପ୍ରା ଫ୍ୟୁବିକ୍ କ୍ୟାଥେଟର) ମଧ୍ୟଦେଇ ଭର୍ତ୍ତି କରାଯାଇଥାଏ । ସମକାଳରେ ସାଧାରଣ ଅବସ୍ଥାର ଉନ୍ନତି କରିବାପାଇଁ, ସମର୍ଥକ ମାପକ ଯେପରିକି ସଂକ୍ରମଣର ଚିକିତ୍ସା, ରକ୍ତହୀନତା, ଏବଂ ବୃକକହାନି; ଅପୃଷ୍ଟିସାଧନାକୁ ଠିକ୍ କରିବା ପାଇଁ ତରଳ ଏବଂ ଇଲେକ୍ଟ୍ରୋଲାଇଟ ଅସ୍ଵାଭାବିକତାକୁ ଦୂର କରିବାପାଇଁ ସାଧାରଣ ଅବସ୍ଥା ସାହାଯ୍ୟ ଓ ସହାୟକ ହୋଇଥାଏ।
ପି ୟୁ ଭିର ଗୁଣାତ୍ମକ ଚିକିତ୍ସା ହେଉଛି ଶଲ୍ୟ ଚିକିତ୍ସା ଯାହାକି ଏକ ସମର୍ଥ ମାପକ । ୟୁରେଥ୍ରୋ ବା ମୂତ୍ରନଳୀରେ ଥିବା ଭାଲଭକୁ ୟୁରୋଲୋଜିଷ୍ଟ ଏଣ୍ଡୋସ୍କୋପ ମାଧ୍ୟମରେ ବାହାର କରିଦିଅନ୍ତୁ । ୟୁ ଟି ଆଇର ବିପଦ, ବୃଦ୍ଧିର ସମସ୍ୟା, ଇଲେକ୍ଟ୍ରୋଲାଇଟର ଅସ୍ଵାଭିକତା, ରକ୍ତହୀନତା, ଉଚ୍ଚ ରକ୍ତଚାପ, କ୍ରନିକ୍ ବୃକ୍କ ରୋଗ ଯୋଗୁଁ ସମସ୍ତ ପିଲା ଜୀବନବ୍ୟାପି କ୍ରମାଗତ ନେଫ୍ରୋଲୋଜିଷ୍ଟଙ୍କ ସହ ଅନୁଗମନ କରନ୍ତି ।
ଭେସିକୋ ୟୁରେଟେରାଲ ରିଫ୍ଲକ୍ସ (VUR)
ଭି ୟୁ ଆର ହେଉଛି ଏକ ଅବସ୍ଥା, ଯେଉଁଥିରେ ଅସ୍ଵାଭାବିକ ଭାବେ ମୂତ୍ରର ଧାର ଓଲଟା ଅର୍ଥାତ୍ ମୂତ୍ରାଶୟରୁ ୟୁରେଟର ସମ୍ଭବତଃ ବୃକକ ପର୍ଯ୍ୟନ୍ତ ଫେରିଥାଏ । ଏହା ଗୋଟିଏ ପାର୍ଶ୍ଵ କିମା ଦୁଇ ପାର୍ଶ୍ଵରେ ମଧ୍ୟ ହୋଇପାରେ ।
ମୂତ୍ର ବୃକକ୍ ରେ ସୃଷ୍ଟି ହୁଏ । ମୂତ୍ରଧାର ତଳପଟରେ ରହିଥିବା ୟୁରିନାରୀ ବ୍ଲାଡର ଆଡକୁ ବହିଯାଏ । ତା ପରେ ତଳକୁ ୟୁରେଟର ଆଡକୁ ପୁଣି ୟୁରେଟରରୁ ବ୍ଲାଡର ଆଡକୁ ଫେରି ଆସେ । ମୂତ୍ର ତ୍ୟାଗ କରିବା ସମୟରେ ଯେତେବେଳେ ମୂତ୍ରାଶୟ ମୂତ୍ରରେ ପୂର୍ଣ୍ଣ ହୋଇଥାଏ । ସେତେବେଳେ ମୂତ୍ରାଶୟ ଏବଂ ୟୁରେଟର ମଝିରେ ଥିବା ଭାଲ୍ଭ ପରିଶ୍ରାର ପଛୁଆ ଗତିକୁ ପ୍ରତିରୋଧ କରିଥାଏ । ତୃଟିପୂର୍ଣ୍ଣ ଭାଲ୍ଭର ଗଠନ ହେଉଛି ଭି ୟୁ ଆର ହେବାର କାରଣ ।
ମୂତ୍ରାଶୟରୁ ୟୁରେଟରକୁ ଏବଂ ବୃକକ୍ ପର୍ଯ୍ୟନ୍ତ ମୂତ୍ରର ପଛୁଆ ଗତି ଅନୁସାରେ ଭି ୟୁ ଆର (ଠଟଜ) ତୀବ୍ରତାକୁ ସ୍ୱଳ୍ପରୁ ଅତିମାତ୍ରା ପର୍ଯ୍ୟନ୍ତ ମୂଲ୍ୟାୟନ କରାଯାଇଥାଏ (ଗ୍ରେଡ ଓ ଗ୍ଧକ୍ଟ ଠ) ।
ଭେସିକୋୟୁରେଟେରାଲ୍ ରିଫ୍ଲକ୍ସର କାରଣ କ'ଣ ?
ଭି ୟୁ ଆର ଦୁଇପ୍ରକାରର ଦେଖାଯାଏ । ଗୋଟିଏ ହେଉଛି ପ୍ରାଥମିକ ଭି ୟୁ ଆର ଏବଂ ଦ୍ଵିତୀୟଟି ମାଧ୍ୟମିକ ଭି ୟୁ ଆର, ଯାହାକି ଜନ୍ମ ସମୟରୁ ରହିଥାଏ । ମାଧ୍ୟମିକ ଭି ୟୁ ଆର ଯାହାକି ଯେକୌଣସି ବୟସରେ ହୋଇଥାଏ । ଏହା ସାଧାରଣତଃ ପ୍ରତିବନ୍ଧକ ଯୋଗୁଁ କିମ୍ବା ବ୍ଲାଡରର ବା ୟୁରେଥ୍ରୋରେ ହୋଇଥିବା ଅସ୍ଵାଭାବିକ କାର୍ଯ୍ୟ ଯୋଗୁଁ କିମ୍ବା ବ୍ଲାଡରର ସଂକ୍ରମଣ ଯୋଗୁଁ ହୋଇଥାଏ ।
ଭେସିକୋ ୟୁରେଟେରାଲ ରିଫ୍ଲକ୍ସ ର ଲକ୍ଷଣ କ'ଣ ?
ଭି ୟୁ ଆରର ସେମିତି କୌଣସି ନିର୍ଦ୍ଦିଷ୍ଟ ଚିହ୍ନ ବା ଲକ୍ଷଣ ନଥାଏ । କିନ୍ତୁ କ୍ରମାଗତଭାବେ ସଂକ୍ରମଣର ପୁନରାଗମନ ହେଉଥିଲେ (ଟିଓ) ର ତେବେ ଭି ୟୁ ଆର ହେବାର ଏହା ଏକ ସମ୍ଭାବ୍ୟ କାରଣ ହୋଇପାରେ । ବଡ ପିଲାମାନଙ୍କର ଉଚ୍ଚ ରକ୍ତଚାପ, ପରିଶ୍ରାରେ ପ୍ରୋଟିନ୍ ନିର୍ଗତ କିମ୍ବା ବୃକକ ହାନି, ଚିକିତ୍ସା ବିହିନ ତୀବ୍ର ଭେସିକୋ ୟୁରେଟେରାଲ ରିଫ୍ଲକ୍ସ କାରଣରୁ ହୋଇଥାଏ । କିପରି ଭେସିକୋ ୟୁରେଟେରାଲ ରିଫ୍ଲକ୍ସ ରୋଗର ନିର୍ଣ୍ଣୟ ହୋଇପାରିବ ?
ଭି ୟୁ ଆର ହୋଇଥିବାର ସନ୍ଦେହ ଦୂରକରିବା ପାଇଁ ତଦନ୍ତ କରାଗଲେ ପିଲାମାନଙ୍କର ତଦନ୍ତ ଗୁଡିକ ହେଉଛି :
- ଭି ୟୁ ଆର ପାଇଁ ମୌଳିକ ରୋଗ ନିଦାନ :
- ଭଏଡିଂ ସିଷ୍ଟୋ ୟୁରେଥ୍ରୋଗ୍ରାମ – ଭଏଡିଂ ହେଉଛି ଏକ ସ୍ଵର୍ଣ୍ଣସ୍ତରୀୟ ରୋଗ ନିଦାନ ପଦ୍ଧତି ଯେଉଁଥିରେ ଭେସିକୋ ୟୁରେଟେରାଲ ରିଫ୍ଲକ୍ସ ର ତୀବ୍ରତା ବା ଗ୍ରେଡିଂକୁ ଚିହ୍ନଟ କରାଯାଏ ।
- ଭେସିକୋ ୟୁରେଟେରାଲ ରିଫ୍ଲକ୍ସକୁ ତାର ମାତ୍ରା ଅନୁସାରେ ବିଭାଗୀକରଣ କରାଯାଏ । କେତେମାତ୍ରାର ମୂତ୍ର ୟୁରେଟର ଓ ବୃକକ୍ କୁ ପଶ୍ଚାତ୍ ଗତିରେ ପ୍ରବାହିତ ହେଉଛି ତାହା ଭି ୟୁ ଆର ପର୍ଯ୍ୟାୟକ୍ରମେ ସୂଚିତ କରେ । ରୋଗର ଭବିଷ୍ୟତ ନିରୂପଣ ଏବଂ ରୋଗୀକୁ ଉଚିତ୍ ଚିକିତ୍ସା ଦେବାପାଇଁ ରୋଗର ସ୍ତର ନିରୂପଣ କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
ସ୍ୱଳ୍ପ ମାତ୍ରାର ଭି ୟୁ ଆର (ଠଟଜ) ରେ, ମୃତ କେବଳ ୟୁରେଟରକୁ ରିଫ୍ଲକ୍ସ ହୁଏ । ଏହାର ସ୍ତର ଓ ଏବଂ ଓଓ ଅନ୍ତର୍ଗତ) । ପରିଶ୍ରା ଭାରି ମାତ୍ରାରେ ରିଫ୍ଲକ୍ସ ହୋଇଥିଲେ, ଏହା ସ୍ପଷ୍ଟ ଭାବରେ ଟର୍ବୋସିଟି ସହିତ ଏହା ୟୁରେଟରର ସଂପ୍ରସାରଣ ଏବଂ ମାତ୍ରାଧିକ ବା ତୀବ୍ର ବୃକକ ସ୍ପୀତି, ଭି ୟୁ ଆରର ଅତ୍ୟନ୍ତ ତୀବ୍ର ଅବସ୍ଥା (ସ୍ତର ୦) ।
- ଭି ୟୁ ଆରର ଅତିରିକ୍ତ ତଦନ୍ତ
- ପରିଶ୍ରା ପରୀକ୍ଷା ଏବଂ ପରିଶ୍ରା ଅନୁଶୀଳନ : ମୂତ୍ରନଳୀ ସଂକ୍ରମଣର ଅନୁସନ୍ଧାନ କରିବା ପାଇଁ ଆବଶ୍ୟକ ।
- ରକ୍ତ ପରୀକ୍ଷା : ମୌଳିକ ପରୀକ୍ଷା ସାଧାରଣତଃ ହିମୋଗ୍ଲୋବିନ୍ ଶ୍ୱେତ ରକ୍ତକଣିକା ଏବଂ ସେରିମ କ୍ରିଏଟିନିନ୍ ସ୍ଥିତି ଜାଣିବାପାଇଁ କରାଯାଇଥାଏ ।
- ବୃକକ ଏବଂ ବ୍ୟାଡରର ଅଲ୍ଟ୍ରାସାଉଣ୍ଡ : ବୃକକର ଆକାର ଏବଂ ଆୟତ ମାପିବାପାଇଁ ବା ଦେଖିବା ପାଇଁ ଏବଂ ବୃକକ କ୍ଷତିର ଅନୁଶୀଳନ କରିବାପାଇଁ, ବୃକକ୍ ପଥୁରୀ, ପ୍ରତିବନ୍ଧକ କିମ୍ବା ଅନ୍ୟାନ୍ୟ ଅସ୍ଵାଭାବିକ ଅବସ୍ଥା ଜାଣିବାପାଇଁ ବୃକକ୍ ଏବଂ ବ୍ଲାଡରର ଅଲ୍ଟ୍ରାସାଉଣ୍ଡ କରାଯାଏ । କିନ୍ତୁ ଏହା ରିଫ୍ଲକ୍ସର ସନ୍ଧାନ କରିପାରେ ନାହିଁ ।
- ଡି ଏମ୍ଏସ୍ଏ ବୃକକ୍ ସ୍ଥାନ : ବୃକକ୍ ର କ୍ଷତକୁ ସନ୍ଧାନ କରିବାପାଇଁ ଏହା ଅତି ଉତ୍ତମ ପ୍ରଣାଳୀ ।
କିପରି ଭେସିକୋୟୁରେଟ୍ରାଲ ରିଫ୍ଲକ୍ସ ଚିକିତ୍ସା କରାଯାଏ ?
ଭି ୟୁ ଆର ଚିକିତ୍ସା ଅତ୍ୟନ୍ତ ଗୁରୁତ୍ଵତ୍ଵପୂର୍ଣ୍ଣ ଯଦ୍ଵାରା ବୃକକ୍ ର କ୍ଷତି ଏବଂ ସଂକ୍ରମଣକୁ ପ୍ରତିଷେଧ କରାଯାଇପାରିବ । ଭେସିକୋ ୟୁରେଟ୍ରାଲ ରିଫ୍ଲକ୍ସର ପରିଚାଳନା ଓ ଚିକିତ୍ସା ରିଫ୍ଲକ୍ସର ସ୍ତର ଉପରେ ନିର୍ଭର କରେ ଏବଂ ଏହା ମଧ୍ୟ ପିଲାର ବୟସ ଏବଂ ଲକ୍ଷଣ ଉପରେ ମଧ୍ୟ ନିର୍ଭର କରେ ।
ଭି ୟୁ ଆର ଚିକିତ୍ସା ପାଇଁ ଆଣ୍ଟିବାୟୋଟିକ୍ସ ଚିକିତ୍ସା, ଅସ୍ତ୍ରୋପଚାର ଏବଂ ଏଣ୍ଡୋସ୍କୋପିକ ଚିକିତ୍ସା ଇତ୍ୟାଦି ତିନୋଟି ବିକଳ୍ପ ରହିଛି । ୟୁ ଟି ଆଇର ପ୍ରତିଷେଧକ ବ୍ୟବସ୍ଥା, ଭି ୟୁ ଆର ର ଅତ୍ୟନ୍ତ ସାଧାରଣ ଏବଂ ପ୍ରଥମ ସ୍ତରରେ ଥିବା ଅବସ୍ଥା ପାଇଁ ଆଣ୍ଟିବାୟୋଟିକ୍ ଚିକିତ୍ସା ହେଉଛି ସାଧାରଣ ଚିକିତ୍ସା ।
ସ୍ୱଳ୍ପ ଭିୟୁ ଆର :
ସ୍ୱଳ୍ପ ଭି ୟୁ ଆର ମନକୁ ମନ ଭଲ ହୋଇଯାଏ । ଯେତେବେଳେ ପିଲାର ବୟସ ୫ରୁ ୬ ବର୍ଷ ହେବ ସ୍ୱଳ୍ପ ଭି ୟୁ ଆର ସ୍ଵତଃ ଭଲ ହୋଇଯିବ । ତେଣୁ ଏହାପାଇଁ ଅସ୍ତ୍ରୋପଚାର ଆବଶ୍ୟକ ପଡିନଥାଏ । ୟୁ ଟି ଆଇର ନିବାରଣ ପାଇଁ ସେହି ପ୍ରକାର ରୋଗୀକୁ ଦୀର୍ଘଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଆଣ୍ଟିବାୟୋଟିକ୍ ଦିନକୁ ଥରେ କିମ୍ବା ଦୁଇଥର ଖାଇବାକୁ ଦିଆଯାଏ । ଏହାକୁ ଆଣ୍ଟିବାୟୋଟିକ୍ ପ୍ରୋଫଲାକ୍ସିସ୍ କୁହାଯାଏ । ଆଣ୍ଟିବାୟୋଟିକ୍ ପ୍ରୋଫିଲାସିକ୍ସ ସାଧାରଣତଃ ୫ ବର୍ଷ ହେବା ପର୍ଯ୍ୟ ଦିଆଯାଇଥାଏ । ମନେରଖିବାକୁ ହେବ ଯେ ଆଣ୍ଟିବାୟୋଟିକ୍ ଭି ୟୁ ଆର କୁ ଠିକ୍ କରେ ନାହିଁ । ନାଇଟ୍ରୋଫ୍ୟୁରାନ୍ ଟୋନ୍ ଏବଂ କ୍ରୋଟିମୋକ୍କାଜୋଲ୍, ଆଣ୍ଟିବାୟୋଟିକ୍ ପ୍ରୋଫିଲାଙ୍ଗିସ୍ ପାଇଁ ପସନ୍ଦ ଯୋଗ୍ୟ ଔଷଧ ।
ଭି ୟୁ ଆର୍ ଠଟଜ ଆକ୍ରାନ୍ତ ସମସ୍ତ ପିଲା ୟୁ ଟି ଆଇ ପାଇଁ କରାଯାଇଥିବା ସମସ୍ତ ପ୍ରତିଷେଧକ ବ୍ୟବସ୍ଥାକୁ ଗ୍ରହଣ କରିବା ଉଚିତ୍ (ପୂର୍ବରୁ ବର୍ଣ୍ଣନା କରାଯାଇଛି) ଏବଂ କ୍ରମାଗତ ଏବଂ ବାରମ୍ବାର ଭଏଡିଂ ପାଇଁ ମଧ୍ୟ କରାଯିବା ଉଚିତ୍ । ୟୁ ଟି ଆଇକୁ ଜାଣିବାପାଇଁ ସାମୟିକ ପରିଶ୍ରା ପରୀକ୍ଷା ଆବଶ୍ୟକ । ଭି ସି ୟୁ ଜି ଏବଂ ଅଲ୍ଟ୍ରାସାଉଣ୍ଡ ବର୍ଷକୁ ବାରମ୍ବାର କରି ସ୍ଥିର କରାଯାଏ ଯେ ପ୍ରକୃତରେ ରିଫ୍ଲକ୍ସ କେତେ କମିଯାଇଛି ।
ତୀବ୍ର ମାତ୍ରାର ଭି ୟୁ ଆର : ତୀବ୍ର ମାତ୍ରାର ଭି ୟୁ ଆର ସ୍ଵତଃ ଠିକ୍ ହୋଇପାରେ ନାହିଁ । ଏଥିରେ ଆକ୍ରାନ୍ତ ପିଲାଙ୍କର ଅସ୍ତ୍ରୋପଚାର ଆବଶ୍ୟକ ପଡ଼ିଥାଏ କିମ୍ବା ଏଣ୍ଡୋସ୍କୋପିକ ଚିକିତ୍ସା ଆବଶ୍ୟକ ପଡେ ।
ଖୋଲା ଅସ୍ତ୍ରୋପଚାର ରିଫ୍ଲକ୍ସ କୁ ଠିକ୍ କରେ ଯଦ୍ଵାରା ପରିଶ୍ରାର ପଶ୍ଚାତ୍ ଗତିକୁ ଦୂର କରିହୁଏ । ଏହି ଶଲ୍ୟ ଚିକିତ୍ସାର ସୁବିଧା ହେଉଛି ଉଚ୍ଚ ସଫଳତା, ଏବଂ ଏହାର ସଫଳତାର ହାର ହେଉଛି (୮୮ ରୁ ୯୯% ପ୍ରତିଶତ) ।
ତୀବ୍ର ମାତ୍ରାର ଭି ୟୁ ଆର ପାଇଁ ଏଣ୍ଡୋସ୍କୋପିକ ଚିକିତ୍ସା ହେଉଛି ଦ୍ଵିତୀୟ ପ୍ରଭାବଶାଳୀ ଚିକିତ୍ସା ପଦ୍ଧତି । ଏଣ୍ଡୋସ୍କୋପିକ୍ ପ୍ରୟୋଗ କୌଶଳର ସୁବିଧା ହେଉଛି ବାହ୍ୟରୋଗୀ ଯୋଜନା ଅନ୍ତର୍ଗତ କେବଳ ୧୫ ମିନିଟ୍ ସମୟ ନେଇଥାଏ, କମ୍ ସଂକଟଯୁକ୍ତ ଏବଂ କୌଣସି କଟାକଟିର ଆବଶ୍ୟକ ନଥାଏ । ଏଣ୍ଡୋସ୍କୋପିକ୍ ଚିକିତ୍ସା ସାଧାରଣ ନିଶ୍ଚେତକ ଦିଆଯାଏ । ଏହି ପ୍ରଣାଳୀରେ ଏଣ୍ଡୋସ୍କୋପ ସାହାଯ୍ୟରେ (ଆଲୋକିତ ଟ୍ୟୁବ) ଗୋଟିଏ ସ୍ଵତନ୍ତ୍ର ବଲକିଙ୍ଗ ଜିନିଷ (ଉଦାହରଣସ୍ୱରୂପ – ଡେକ୍ସେଟ୍ରାନୋମୋର / ହାଇଲୁରୋନିକ୍ ଏସିଡ୍ କୋପୋଲିମର-ଡିଫ୍ଲକ୍ସ) ଅନ୍ତକ୍ଷେପଣ କରାଯାଏ । ଯେଉଁଥିରେ ୟୁରେଟର ବ୍ଲାଡର ମଧ୍ୟକୁ ପ୍ରବେଶ କରିଥାଏ । ସ୍ଥଳକାୟ ଜିନିଷକୁ ୟୁରେଟର ମଧ୍ୟକୁ ପ୍ରବେଶ କରାଇ ୟୁରେଟରକୁ ଆସୁଥିବା ପରିଶ୍ରାର ପଛୁଆ ପ୍ରବାହକୁ ପ୍ରତିରୋଧ କରାଯାଏ । ଏହି ପ୍ରଣାଳୀରେ ରିଫ୍ଲକ୍ସ ନ ହେବାର ସଫଳତା ହାର ୮୦% ରୁ ୯୦% । ଏଣ୍ଡୋସ୍କୋପିକ ଚିକିତ୍ସା, ଦୀର୍ଘଦିନ ଧରି ଠଟଜ ଭି ୟୁ ଆରରେ ପୀଡିତ ହୋଇ ଦୀର୍ଘବର୍ଷ ଧରି ବ୍ୟବହାର କରୁଥିବା ଆଣ୍ଟିବାୟୋଟିକ୍ ଚିକିତ୍ସାର ସୁବିଧାଜନକ ବିକଳ୍ପ ଚିକତ୍ସା ।
ଅନୁଗମନ କରିବା : ଭି ୟୁ ଆରରେ ଆକ୍ରାନ୍ତ ସମସ୍ତ ପିଲାଙ୍କୁ ଡାକ୍ତରଙ୍କ ନିରୀକ୍ଷଣରେ ଓଜନ, ରକ୍ତଚାପ, ପରିଶ୍ରାର ବ୍ୟାଖ୍ୟା ଏବଂ ଅନ୍ୟାନ୍ୟ ପରୀକ୍ଷା ଜୀବନସାରା କରାଯିବା ଜରୁରୀ ।
କେତେବେଳେ ଜଣେ ଡ଼ାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ୍ ?
ମୂତ୍ରନଳୀ ସଂକ୍ରମିତ ପିଲା ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଆଶ୍ୟକ ଯଦି :
- ଜ୍ଵର ଲାଗିରହେ, ଥଣ୍ଡା ଲାଗିରହେ, ମୂତ୍ର ତ୍ୟାଗ ସମୟରେ ଯନ୍ତ୍ରଣା କିମ୍ବା ଜ୍ଵଳନ ଅନୁଭବ ହୁଏ, ପରିଶ୍ରା ଦୁର୍ଗନ୍ଧଯୁକ୍ତ ହୁଏ ଅଥବା ପରିଶ୍ରାରେ ରକ୍ତ ପଡେ । ଯଦି ଅରୁଚି କିମ୍ବା ବାନ୍ତି ହୁଏ ତେବେ ତା'ର ପ୍ରତିଷେଧକ ବ୍ୟବସ୍ଥା ସରୂପ ତରଳ ଅଧିକ ମାତ୍ରାରେ ପିଇବ ଏବଂ ଔଷଧ ଖାଇବ ।
- କମ୍ ତରଳ ପିଉଥିବା ଯୋଗୁଁ କିମ୍ବା ବାନ୍ତି ଯୋଗୁଁ ଶରୀରରୁ ଜଳିୟାଂଶ କମିଗଲେ ।
- ପଛପାଖ ତଳ ଭାଗରେ କିମ୍ବା ତଳି ପେଟରେ ଯନ୍ତ୍ରଣା ହେଲେ ।
ଚିଡଚିଡା ଲାଗିଲେ, ଭୋକ ନ ଲାଗିଲେ, ସମୃଦ୍ଧ ନହେଲେ କିମ୍ବା ପିଲା ଅସୁସ୍ଥ ହୋଇଗଲେ ।
ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ