অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିନାୟିନ ପ୍ରୋଷ୍ଟେଟିକ୍ ହାଇପରପ୍ଲାସିଆ (ବି.ପି.ଏଚ୍)

ବିନାୟିନ ପ୍ରୋଷ୍ଟେଟିକ୍ ହାଇପରପ୍ଲାସିଆ (ବି.ପି.ଏଚ୍)

ପ୍ରୋଷ୍ଟେଟ ଗ୍ଲାଣ୍ଡ କ’ଣ ? ଏହାରା କାର୍ଯ୍ୟ କ’ଣ ?

ପ୍ରୋଷ୍ଟେଟ ଗ୍ଲାଣ୍ଡର କେବଳ ପୁରୁଷ ମାନଙ୍କର ଥାଏ । ପ୍ରୋଷ୍ଟେଟ ଗ୍ଲାଣ୍ଡର ବୃଦ୍ଧି, ବୟସ୍କ ପୁରୁଷମାନଙ୍କର ମୂତ୍ର ନିଷ୍କାସନ ସମୟରେ ଅସୁବିଧା ସୃଷ୍ଟି କରେ । ସାଧାରଣତଃ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ମାନଙ୍କ କ୍ଷେତ୍ରରେ ଏହା ବହୁଳ ପରିମାଣରେ ଦେଖାଦିଏ । ବୟସ ବଢିବା ସହିତ ବିନାୟିନ ପ୍ରୋଷ୍ଟେଟିକ ହାଇପରସ୍ଲାପିଆର ମଧ୍ୟ ବୃଦ୍ଧି ହୋଇଥାଏ । ଏହାକୁ (ବି ପି ଏଚ) ମଧ୍ୟ କୁହାଯାଏ ।

  • ଏହା ଏକ ଛୋଟ ଅଙ୍ଗ ଯାହାକି ଅଖରୋଟ ମାପାରା ହୋଇଥାଏ, ଏବଂ ଏହା ପୁରୁଷମାନଙ୍କର ପ୍ରଜନନ ଅଙ୍ଗର ଏକ ଅଂଶ ବିଶେଷ । ଏହା ପ୍ରୋଷ୍ଟେଟ ବ୍ଲାଡର ତଳକୁ ଏବଂ ରେକ୍ଟମର ସମ୍ମୁଖୀନ ଥାଏ ।
  • ପ୍ରୋଷ୍ଟେଟର ଚତୁଃପାର୍ଶ୍ଵରେ ମୂତ୍ରନଳୀର ମୁଖଭାଗ ଥାଏ (ମୂତ୍ରନଳୀ – ଯାହା ମାଧ୍ୟମରେ ପରିଶ୍ରା ବା ମୂତ୍ର ବ୍ଲାଡରରୁ ଆସିଥାଏ) ।
  • ପ୍ରୋଷ୍ଟେଟ ହେଉଛି ପୁରୁଷ ପ୍ରଜନନ ଅଙ୍ଗ । ଯାହା ମାଧ୍ୟମରେ ସ୍ପର୍ମ ବା ଶୁକ୍ରାଣୁର ପୋଷଣ ହେବାସହ ବୀର୍ଯ୍ୟସ୍ଖଳନ ହେଲେ ତାହା ମୂତ୍ରନଳୀ ମଧ୍ୟକୁ ବୋହି ଆଣିଥାଏ।

ବିନାୟିନ ପ୍ରୋଷ୍ଟେଟିକ ହାଇପରପ୍ଲାସିଆ (ବି.ପି.ଏଚ) କ’ଣ ?

‘ବିନାୟିନ ପ୍ରୋଷ୍ଟେଟିକ’ ମାନେ – ପ୍ରୋଷ୍ଟେଟିକ ଗ୍ରନ୍ଥିର ବା ପୁରୁଷ ଗ୍ରନ୍ଥିର ସମସ୍ୟା କ୍ଷତିକାରକ ନୁହେଁ (କ୍ୟାନସର ଲକ୍ଷଣ ନୁହେଁ) ଏବଂ ‘ହାଇପର ପ୍ଲାସିଆ’ – ମାନେ ବୟସ୍କ ବ୍ୟକ୍ତିମାନଙ୍କର ଅର୍ଥାତ୍ ପ୍ରାୟତଃ ସମସ୍ତ ବୟସ୍କ ବ୍ୟକ୍ତିମାନଙ୍କର ପୁରୁଷ ଗ୍ରନ୍ଥିର ବୃଦ୍ଧି ହେବାର ଦେଖାଗଲେ ମଧ୍ୟ ଏଗୁଡିକ କ୍ୟାନସର ମୁକ୍ତ ହୋଇଥାଏ । ପୁରୁଷମାନଙ୍କର ବୟସ ବୃଦ୍ଧି ସହିତ ପ୍ରୋଷ୍ଟେଟ ଗ୍ଲାଣ୍ଡ ବା ପୁରୁଷ ଗ୍ରନ୍ଥି ବୃଦ୍ଧିପାଇ ବିସ୍ତାରିତ ହୁଏ । ବିସ୍ତାରିତ ପୁରୁଷ ଗ୍ରନ୍ଥି କ୍ରମଶଃ ମୂତ୍ରନଳୀ ଉପରେ ଚାପ ପକାଏ ଫଳରେ ପରିଶ୍ରାର ଧାରା ବାଧାପ୍ରାପ୍ତ ହୁଏ । ଯଦ୍ୱାରା ବାରମ୍ବାର ଏବଂ ଅଳ୍ପ ଅଳ୍ପ ପରିଶ୍ରା ହୋଇଥାଏ । ମୂତ୍ରନଳୀ ସଙ୍କୁଚିତ ହେବା କାରଣରୁ ପରିଶ୍ରା କମିଯିବା ସହ ମୂତ୍ରନଳୀ ଉପରେ ଚାପ ପଡେ ।

ବି ପି ଏଚର ଲକ୍ଷଣ

୫୦ ବର୍ଷ ପରଠାରୁ ବି ପି ଏଚର ଲକ୍ଷଣ ଆରମଭ ହୁଏ । ଅଧାରୁ ଅଧିକ ଲୋକଙ୍କର ୬୦ ବର୍ଷ ପରେ ଏବଂ ୯୦% ପୁରୁଷଙ୍କର ୭୦ ଏବଂ ୮୦ ବର୍ଷ ବୟସ ହେଲାବେଳକୁ ଲକ୍ଷଣ ଦେଖାଦିଏ । କ୍ରମାଗତ ଭାବେ ବି ପି ଏଚର ଲକ୍ଷଣ ଦେଖାଯାଇ ବୃଦ୍ଧିପାଏ ଏବଂ ବହୁବର୍ଷ ଅତିକ୍ରାନ୍ତ ହେବାପରେ ତାହା ଖରାପ ସ୍ଥିତି ଆଡକୁ ଗତିକରେ । ଅତ୍ୟନ୍ତ ସାଧାରଣ ଲକ୍ଷଣ ଗୁଡିକ ବି ପି ଏଚର ହେଲା :

  • ବାରମ୍ବାର ପରିଶ୍ରା ଲାଗିବା ବିଶେଷ କରି ରାତ୍ରି ସମୟରେ । ଏହି ଲକ୍ଷଣ ପ୍ରାଥମିକ ଅବସ୍ଥାରୁ ଦେଖାଯାଏ ।
  • ପରିଶ୍ରାର ଧାରା ଦୁର୍ବଳ ହୋଇ କମିଯାଏ ।
  • ଛାଣିବା ପ୍ରକ୍ରିୟାରେ ଜଟିଳତା ଏବଂ ଅସୁବିଧା ଦେଖାଯିବା ସହିତ ବ୍ଲାଡର ବା ମୂତ୍ରାଶୟ ପୂର୍ଣ୍ଣ ହୋଇଗଲେ ମଧ୍ୟ ପରିଶ୍ରାର ଧାର କମିଯାଏ ଯାହାକି ମୂତ୍ରକୁଚ୍ଛ୍ର କୁହାଯାଏ ।
  • ପରିଶ୍ରାର ଧାର ଧୀରେ ଏବଂ ଦୁର୍ବଳ ହୋଇଯାଏ ।
  • ତୁରନ୍ତ ପରିଶ୍ରା କରିବାର ଇଚ୍ଛା ହେଲେ ମଧ୍ୟ ପରିଶ୍ରା କରିବା ଅତ୍ୟନ୍ତ କଷ୍ଟଦାୟକ ଅନୁଭବ ହୋଇଥାଏ ।
  • ବୃକକ୍ ପରିଶ୍ରାକୁ ଛାଣିପାରେ ନାହିଁ ।
  • ପରିଶ୍ରାର ଧାରା ବାଧାପାଏ ।
  • ପରିଶ୍ରା କଲାବେଳେ ବିନ୍ଦୁ ବିନ୍ଦୁ ଟୋପା ଟୋପା ପରିଶ୍ରା ଲାଗିରହେ । ପରିଶ୍ରା କରିସାରିବା ପରେ ମଧ୍ୟ ଏହି ପ୍ରକ୍ରିୟା ଲାଗିରହେ ଏବଂ ଅନ୍ତବସ୍ତ୍ର ଓଦା ହୋଇଯାଏ ।
  • କାରଣ ହେଉଛି ଠିକ୍ ଭାବରେ ପରିଶ୍ରା ଧାର ନହେବାରୁ ମୂତ୍ରାଶୟ ପୁରାପୁରି ଖାଲି ହୋଇ ପାରିନଥାଏ ।

ବିପିଏଚର ଜଟିଳତା

ସମୟାନୁକ୍ରମେ ମାତ୍ରାଧିକ ବିପିଏଚ କେତେକ ରୋଗୀଙ୍କର ଜଟିଳତା ସୃଷ୍ଟିକରେ । ବିପିଏଚ ର ସାଧାରଣ ସମସ୍ୟା ଗୁଡିକ ହେଉଛି -

  • ଆକ୍ୟୁଟ ୟୁରିନାରୀ ରିଟେନସନ୍ : ଦୀର୍ଘ ସମୟଧରି ବିନା ଚିକିତ୍ସାରେ ବିପିଏଚ ଅବସ୍ଥାରେ ରହିଲେ ହଠାତ ପରିଶ୍ରାର ଧାର ଯନ୍ତ୍ରଣାଦାୟକ ହୋଇ କ୍ଵଚିତ ଅଥବା ପୂର୍ଣ୍ଣମାତ୍ରାରେ ବନ୍ଦ ହୋଇଯାଏ । ଏହାକୁ (ଆକ୍ୟୁଟ ୟୁରିନାରୀ ରିଟେନସନ୍) କୁହାଯାଏ । ଏହି ରୋଗୀ କ୍ୟାଥେଟର ନାମକ ଏକ ନଳୀ ଆବଶ୍ୟକ କରେ ଯାହାକି ପରିଶ୍ରା ଦ୍ଵାର ପଟେ ମୂତ୍ର ନଳୀ ମଧ୍ୟକୁ ଭର୍ତ୍ତି କାରାଯାଏ । ସେହି ନଳୀ ଦ୍ଵାରା ମୂତ୍ରାଶୟ ମଧ୍ୟରେ ରହିଥିବା ସମସ୍ତ ମୂତ୍ରକୁ ବାହାର କରାଯାଏ।
  • କ୍ରନିକ ୟୁରିନାରୀ ରିଟେନସନ୍ : କ୍ରନିକ ୟୁରିନାରୀ ରିଟେନସନ୍ ହେବାର ଏକ କାରଣ ହେଉଛି ଦୀର୍ଘଦିନ ଧରି ପରିଶ୍ରା କରିବାରେ ବାଧା ବା କଷ୍ଟଅନୁଭବ ହେବାସହ ପରିଶ୍ରା କଲା ସମୟରେ ଦୀର୍ଘ ସମୟ ଧରି ପରିଶ୍ରାର ଧାର ଲାଗିରହିବା । ଏହା ବିନା କଷ୍ଟଦାୟକ, ଏହା ପରିଶ୍ରାର ପରିମାଣ ବା ଅବଶିଷ୍ଟାନ୍ସ ମାତ୍ରାରୁ ଜଣାପଡେ । ପରିଶ୍ରା କରିସାରିବା ପରେ ମଧ୍ୟ ମୂତ୍ରାଶୟ ମଧ୍ୟରେ ରହିଯାଇଥିବା ପରିଶ୍ରାର ପରିମାଣ ବେଳେବେଳେ ବାହାରିଯାଇଥିବା ପରିମାଣଠାରୁ ମଧ୍ୟ ଅଧିକ ହୋଇଯାଏ ।ଏହାକୁ କ୍ରନିକ୍ ୟୁରିନାରୀ ରିଟେନସନ୍ କୁହାଯାଏ ।
  • ବ୍ଲାଡର ଏବଂ ବୃକକ୍ ର କ୍ଷତି : କ୍ରନିକ୍ ୟୁରିନାରୀ ରିଟେନସନ୍ ଯୋଗୁଁ ବ୍ଲାଡର ବା ମୂତ୍ରାଶୟରୁ ପ୍ରାଚୀର ସର୍ବଦା ସଂପ୍ରସାରଣ ବା ପ୍ରସାରିତ ହେବାରେ ଲାଗିଥାଏ । ଦୀର୍ଘସମୟ ଧରି ଏହି ପ୍ରକ୍ରିୟା ଲାଗିରହିବା ଦ୍ଵାରା ମୂତ୍ରାଶୟ ଦୁର୍ବଳ ହୋଇପଡେ ଏବଂ ଠିକ୍ ଭାବରେ ସଙ୍କୁଚିତ ହୋଇପାରେ ନାହିଁ । ବହୁଳ ଅବଶିଷ୍ଟାନ୍ସ ମାତ୍ରାର ପରିଶ୍ରା ବ୍ଲାଡର ବା ମୂତ୍ରାଶୟ ଉପରେ ଚାପ ପକାଏ । ମୂତ୍ରାଶୟର ଚାପ ଓ ପାଶ୍ଚାତ ଚାପଦ୍ଵାରା ମୂତ୍ରାଶୟରୁ ମୂତ୍ର ବୃକକ୍ କୁ ଫେରିଯାଇଥାଏ । ଅନ୍ତିମ ଫଳସ୍ୱରୂପ ବୃକକ୍ରରୁ ଏବଂ ପରିଶ୍ରା ନଳୀ ଏବଂ ମୂତ୍ରାଶୟରୁ ମୂତ୍ର ବାହାରି ନ ପାରିବାରୁ ବୃକକ୍ ଅକାମୀ ହୋଇଥାଏ ବା ହେବାର ସମ୍ଭାବନା ଅଧିକ ହୋଇଯାଏ ।
  • ୟୁରିନାରୀ ଟ୍ରାକ୍ ଇନଫେକ୍ସନ ବା ମୂତ୍ରନଳୀ ସଂକ୍ରମଣ : ମୂତ୍ରାଶୟ ପୁରାମାତ୍ରାରେ ଖାଲିହୋଇ ନ ପାରିବା ଯୋଗୁଁ ପରିଶ୍ରାନଳୀରେ ସଂକ୍ରମଣ ଏବଂ ମୂତ୍ରାଶୟ ପଥୁରି ସୃଷ୍ଟି ହେବାର ସମ୍ଭାବନା ଓ ବିପଦ ବୃଦ୍ଧିପାଏ ।
  • ମନେରଖିବା ଆବଶ୍ୟକ ଏହିକି ଯେ ବିପିଏଚ କେବେହେଲେ ପ୍ରୋଷ୍ଟେଟ କ୍ୟାନସରର ବିପଦକୁ ବଢାଇ ନଥାଏ ।

ବି ପି ଏଚର ଚିହ୍ନଟ

ଯେତେବେଳେ ରୋଗର ଇତିହାସ ଏବଂ ସମ୍ପୂର୍ଣ୍ଣ ବିବରଣୀରୁ ବି ପି ଏଚ ହୋଇଥିବାର ଜଣାଯାଏ ଯେତେବେଳେ ବୃଦ୍ଧି ପାଇଥିବା ପ୍ରୋଷ୍ଟେଟର ଚିକିତ୍ସା କରିବା ପାଇଁ ନିମ୍ନଲିଖିତ ପରୀକ୍ଷାଗୁଡିକ କରାଇବା ଜରୁରୀ ହୋଇଥାଏ ।

ଡିଜିଟାଲ ରେକ୍ଟାଲ ପରୀକ୍ଷା (ଡି ଆର ଇ)

ଏହି ପରୀକ୍ଷାରେ ଡାକ୍ତର ତେଲିଆ ଗ୍ଲୋବ୍ ପିନ୍ଧି ଆଙ୍ଗୁଠିକୁ ରୋଗୀର ରେକ୍ଟମ ମଧ୍ୟରେ ପ୍ରବେଶ କରାଇ ପ୍ରୋଷ୍ଟେଟ ଗ୍ଲାଣ୍ଡର ପାର୍ଶ୍ଵ ସ୍ତର ସ୍ଥିତିକୁ ଅନୁଧ୍ୟାନ କରି ଏକ ନିର୍ଣ୍ଣାୟକ ସ୍ଥିତିରେ ଉପନୀତ ହୋଇଥାଆନ୍ତି ।

ବିପିଏଚ : ଡିଆଇରେ ପ୍ରୋଷ୍ଟେଟ କଠିନ, ସ୍ପିଡ ଚିକ୍କଣ ହେବା ସହିତ ବିସ୍ତାରିତ ହୋଇଥାଏ । ପ୍ରୋଷ୍ଟେଟ କ୍ୟାନସର କିମ୍ବା ପ୍ରୋଷ୍ଟେଟର କ୍ୟାଲିସିଫିକେସନ ତାହା ପ୍ରୋଷ୍ଟେଟର ଡି ଆର ଆଇ ରୁ ଜଣାପଡେ ।

ଅଲ୍ଟ୍ରାସାଉଣ୍ଡ ଏବଂ ପୋଷ୍ଟଭଏଡ ରେ ସିଡ୍ୟୁଆଲ ଭଲ୍ୟୁମ ଟେଷ୍ଟ :

ପ୍ରୋଷ୍ଟେଟର ଆକାର ଆୟତନ ଓ ଅନ୍ୟାନ୍ୟ ଅସୁବିଧା ସହିତ ମାଲିଗ୍ନାନ୍ସି ଡାଇଲେସନ ଇତ୍ୟାଦି ୟୁରେଟରର, ବୃକକ୍ ର ଏବଂ ଅର୍ବୁଦର ରହିଛି କି ନାହିଁ ତାହା ଅଲ୍ଟ୍ରାସାଉଣ୍ଡ ରୁ ଜଣାପଡେ।

ପରିଶ୍ରା କରିସାରିବା ପରେ ମୂତ୍ରାଶୟରେ ରହିଯାଇଥିବା ବଳକା ପରିଶ୍ରାର ପରିମାଣ ଜାଣିବାପାଇଁ ଅଲ୍ଟ୍ରାସାଉଣ୍ଡ ଇମେଜିଂର ବ୍ୟବହାର କରାଯାଏ । ଯଦି ରେସିଡ୍ୟୁଆଲ ପରିଶ୍ରାର ମାତ୍ରା ୫୦ ମି.ଲି. ରୁ କମ୍ ଥାଏ ତେବେ ଏହି ପରୀକ୍ଷା ସୂଚନା ଦେଇଥାଏ ଯେ ଉଚିତ୍ ମାତ୍ରାର ପରିଶ୍ରା ମୂତ୍ରାଶୟରେ ଅଛି । କିନ୍ତୁ ପୋଷ୍ଟଭଏଡ ପରିଶ୍ରାର ମାତ୍ରା ୧୦୦ ମି.ଲି ରୁ ୨୦୦ ମି.ଲି କିମ୍ବା ତା’ଠାରୁ ଅଧିକ ରହୁଥିଲେ, ଏକ ନିର୍ଦ୍ଧିଷ୍ଟ ପରବର୍ତ୍ତୀ ପରୀକ୍ଷାର ଆବଶ୍ୟକତା ରହିଥିବାର ସୂଚନା ଦିଏ ।

  • ପ୍ରୋଷ୍ଟେଟ ଲକ୍ଷଣର ଗଣନା କିମ୍ବା ସୂଚକ :
  • ଆନ୍ତର୍ଜାତୀୟ ପ୍ରୋଷ୍ଟେଟ ଲକ୍ଷଣ ମାପକ (ଆଇ ପି ଏସ୍ ଏସ୍) ଓଚଝଝ କିମ୍ବା ଇଟଇ (ଆମେରିକା ୟୁରୋଲୋଜି ସଂଗଠନ) ଲକ୍ଷଣ ସୂଚୀ ବି ପି ଏଚ ନିର୍ଣ୍ଣୟ କରିବାରେ ସାହାଯ୍ୟ କରେ । ପୁରୁଷ ମାନଙ୍କଠାରେ ମୂତ୍ରୀୟ ସମ୍ବନ୍ଧୀୟ ମୂଲ୍ୟାୟନ କରିବାପାଇଁ ଏବଂ ସାଧାରଣ ଲକ୍ଷଣ, ବେନିଙ୍ଗ ପ୍ରୋଷ୍ଟେଟିକ ହାଇପରସ୍ଲାପିଆର ମୂଲ୍ୟାୟନ ଇତ୍ୟାଦି ରୋଗ ଚିହ୍ନଟ ଏବଂ ମୂଲ୍ୟାୟନ ଏହି ମାପକ ଅନୁସାରେ ହୋଇଥାଏ । ପ୍ରୋଷ୍ଟେଟ ଲକ୍ଷଣ ମାପକ ଅନୁସାରେ ମୂତ୍ରୀୟ ସମସ୍ୟା ଓ ମାତ୍ରା ନିର୍ଣ୍ଣୟ ଏବଂ ଫଳାଫଳ ଜାଣି ହୁଏ ।

  • ବୈଜ୍ଞାନିକ ପରୀକ୍ଷାଗାରରେ ପରୀକ୍ଷା (ଲାବୋରେଟୋରୀ ଟେଷ୍ଟ) :
  • ବୈଜ୍ଞାନିକ ପରୀକ୍ଷାଗାରରେ କରାଯାଉଥିବା ପରୀକ୍ଷା କାହାର ବି ପି ଏଚ ରୋଗ ନିର୍ଣ୍ଣୟ କରେ ନାହିଁ କିନ୍ତୁ ଏହାର ଫଳାଫଳରୁ ଡାକ୍ତର ରୋଗର ଜଟିଳତା, ତୀବ୍ରତା, ମାତ୍ରା ସ୍ତର ଇତ୍ୟାଦି ଉପଲବ୍ଧ କରି ସମ୍ଭାବ୍ୟ ଗୁଡିକ ନିମନ୍ତେ ଚିକିତ୍ସା କରନ୍ତି । ରକ୍ତ ପରୀକ୍ଷା ବୃକକ୍ ର କାର୍ଯ୍ୟ ଜାଣିବାପାଇଁ ଏବଂ ମୂତ୍ର ପରୀକ୍ଷା ସଂକ୍ରମଣ ଜାଣିବା ପାଇଁ କରାଯାଏ ।

  • ପ୍ରୋଷ୍ଟେଟ ସ୍ଵତନ୍ତ୍ର ଆଣ୍ଟିଜେନ (ପି ଏସ୍ ଏ) :
  • ଏହିପ୍ରକାର ପରୀକ୍ଷାରୁ ପ୍ରୋଷ୍ଟେଟ କ୍ୟାନସର ହୋଇଛି କି ନାହିଁ ତାହା ଜଣାପଡିଥାଏ ।

  • ଅନ୍ୟାନ୍ୟ ତଦନ୍ତ :
  • ୟୁରୋଫ୍ଲୋମେଟ୍ରି, ୟୁରୋଡାଏନାମିକ ପାଠ୍ୟକ୍ରମ, ସିଷ୍ଟୋସ୍କୋପି, ପ୍ରୋଷ୍ଟେଟ ବାୟୋସ୍ପି, ଇନଟ୍ରାଭେନସ ୟେଲୋଗ୍ରାମ କିମ୍ବା ସିଟି ୟୁରୋଗ୍ରାମ ଏବଂ ର୍ରେଟ୍ରୋଗ୍ରେଡ ୟେଲୋଗ୍ରାଫି ଇତ୍ୟାଦି ତଦନ୍ତ ପ୍ରକ୍ରିୟା ମାଧ୍ୟମରେ ବି ପି ଏଚ ରୋଗର ନିର୍ଣ୍ଣୟ କରିବା ପାଇଁ କରାଯାଇଥାଏ ।

ବି ପି ଏଚ ଲକ୍ଷଣଯୁକ୍ତ ଲୋକ କ୍ୟାନସରରେ ଆକ୍ରାନ୍ତ ହୁଅନ୍ତି କି?

ପ୍ରୋଷ୍ଟେଟ କ୍ୟାନସର ଏବଂ ବି ପି ଏଚ ର ଅନେକ ଲକ୍ଷଣ ସମାନ, ତେଣୁ ଡାକ୍ତରୀ ଲକ୍ଷଣ ମୁତାବକ, ଦୁଇଟି ରୋଗର ଅଲଗା ଅଲଗା ଅବସ୍ଥା କରିବା କଷ୍ଟସାଧ୍ୟ । କିନ୍ତୁ ଏହା ମନେରଖିବା ଉଚିତ୍, ବି ପି ଏଚ ପ୍ରୋଷ୍ଟେଟ କ୍ୟାନସର ସହ ସମ୍ପୃକ୍ତ ନୁହେଁ ।ସେଥିପାଇଁ କ୍ୟାନସର ରୋଗର ଚିହ୍ନଟ ନିମନ୍ତେ ନିର୍ଦ୍ଧିଷ୍ଟ ଭାବେ ପ୍ରୋଷ୍ଟେଟ କ୍ୟାନସର ରୋଗର ଚିହ୍ନଟ ନିମନ୍ତେ ତିନୋଟି ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଯଥା : ଡିଜିଟାଲ ରେକ୍ଟାଲ ପରୀକ୍ଷା (ଆର ଡି ଇ) ରକ୍ତ ପରୀକ୍ଷା, ପ୍ରୋଷ୍ଟେଟର ନିର୍ଦ୍ଧିଷ୍ଟ ଅକ୍ସିଜେନ ପାଇଁ (ପି ଏସ୍ ଏ) ଏବଂ ପ୍ରୋଷ୍ଟେଟ ବାୟୋସ୍ପି କରାଯାଇଥାଏ ।

ବି ପି ଏଚ ର ଚିକିତ୍ସା

ଯେତେବେଳେ ବି ପି ଏଚ ରୋଗୀର ଦୈନନ୍ଦିନ ଜୀବନର କାର୍ଯ୍ୟ ଗୁଡିକୁ ପ୍ରଭାବିତ କରେ ସେତେବେଳେ ରୋଗର କାରଣ, ଲକ୍ଷଣ, ମାତ୍ରା ନିର୍ଣ୍ଣୟ କରିବା ପାଇଁ ଡାକ୍ତର ପରୀକ୍ଷା କରି ସ୍ଥିର କରନ୍ତି । ବି ପି ଏଚ ଚିକିତ୍ସାର ଲକ୍ଷ୍ୟ ହେଉଛି ରୋଗ କମାଇବା, ଜୀବନର ଗୁଣବତ୍ତାକୁ ଉନ୍ନତ କରାଇବା, ପୋଷ୍ଟଭଏଡ ରେସିଡ୍ୟୁଆଲ ପରିଶ୍ରାର ମାତ୍ରାକୁ କମ୍ ରଖିବା ଏବଂ ବି ପି ଏଚର ଜଟିଳତା ଆରମ୍ଭ ହେବା ପୂର୍ବରୁ ତା’ର ନିରାକରଣ କରିବା ।

ବିପିଏଚ ର ଭିନ୍ନ ଭିନ୍ନ ତିନିପ୍ରକାର ଚିକିତ୍ସା ପ୍ରଣାଳୀ ହେଉଛି

  1. ରୋଗ ପ୍ରତି ସତର୍କତା ଅବଲମ୍ବନ କରିବା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ବିନା ଚିକିତ୍ସାରେ ସୁସ୍ଥ ରହିବା ।
  2. ଡାକ୍ତରୀ ଚିକିତ୍ସା ବା ଭେଷଜ ଚିକିତ୍ସା
  3. ଶଲ୍ୟ ଚିକିତ୍ସା
  4. ଜୀବନ ଶୈଳୀରେ ପରିବର୍ତ୍ତନ କରି (ବିନା ଚିକିଚାରେ) ସତର୍କ ରହି ସୁସ୍ଥ ରହିବା :

ଅଳ୍ପ ଲକ୍ଷଣ ଦେଖାଯାଉଥିବା ପୁରୁଷ ବା ଲକ୍ଷଣ ଥାଇ ମଧ୍ୟ କୌଣସି ଅସୁବିଧା ସୃଷ୍ଟି କରୁନଥିବା ପୁରୁଷ ମାନଙ୍କ କ୍ଷେତ୍ରରେ ସତର୍କ ରହି, ଜୀବନଶୈଳୀରେ ପରିବର୍ତ୍ତନ କରି ରୋଗକୁ ନିୟନ୍ତ୍ରଣ କରିବା ଉଚିତ୍ । ସତର୍କ ରହିବା ବା ଜଗିବାର ମାନେ କେବଳ ଅପେକ୍ଷାରେ ରହିବା ମଧ୍ୟ ନୁହେଁ ଏବଂ ବି ପି ଏଚର ଲକ୍ଷଣ ଏବଂ ମାତ୍ରାକୁ କମ୍ କରିବାପାଇଁ କୌଣସି ଉଦ୍ୟମ ନକରିବା ମଧ୍ୟ ଉଚିତ୍ ନୁହେଁ । ଜାଗୃତିର ସହ ଅପେକ୍ଷା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ସହିତ କ୍ରମାଗତ ବା ନିୟମିତ ବାର୍ଷିକ ପରୀକ୍ଷା କରାଇବା ଦ୍ଵାରା ରୋଗର ସ୍ଥିତି ନିୟନ୍ତ୍ରିତ ଅଥବା ବର୍ଦ୍ଧିତ ତାହା ଜାଣିହେବ ।

  • ପରିଶ୍ରା କରିବାର ଅଭ୍ୟାସ ଏବଂ ତରଳଦ୍ରବ୍ୟ ପିଇବାର ଅଭ୍ୟାସରେ ସାଧାରଣ ପରିବର୍ତ୍ତନ କରିବା ଆବଶ୍ୟକ ।
  • ପରିଶ୍ରାର ଦୀର୍ଘ ସମୟ ଅବରୋଧ କରି ନରଖି ପରିଶ୍ରା ଲାଗିଲେ ତୁରନ୍ତ ପରିଶ୍ରା କରି ମୂତ୍ରାଶୟକୁ କ୍ରମାଗତ ଖାଲି କରିବା ଉଚିତ୍ ।
  • ଦୁଇଥର ଶୂନ୍ୟ / ଦୁଇଥର ଖାଲିହେବା : ଏହା ଅର୍ଥ ଦୁଇଟି ପର୍ଯ୍ୟାୟରେ ମୂତ୍ର ବାହାରିଥାଏ ପ୍ରଥମେ ସୁରୁଖୁରୁରେ ମୂତ୍ରାଶୟ ଖାଲି ହୋଇଯାଏ କିନ୍ତୁ ଏହାର କିଛି ମୂହୁର୍ତ୍ତ ଅପେକ୍ଷା କରି ବଳକା ରହିଥିବା ମୂତ୍ର ନିଷ୍କାସନ କରାଇବା ଉଚିତ୍ । ସେଥିପାଇଁ ଚାପ ପ୍ରୟୋଗ କରି ଖାଲି କରାଇବା ଉଚିତ୍ ନୁହେଁ ।
  • ମଦ୍ୟପାନରୁ ବିରାଟ ହେବା ଆବଶ୍ୟକ । ମାତ୍ରାଧିକ ପରିମାଣର କ୍ୟାଫେନ ଥିବା ପାନୀୟ ସନ୍ଧ୍ୟାରେ ପିଇବା ଉଚିତ୍ ନୁହେଁ । ଦୁଇଟି ଯାକରେ ମୂତ୍ରାଶୟର ମାଂସପେଶୀ ଉପରେ ଅଧିକ ପ୍ରଭାବ ପକାଏ । ଆଉଭୟ ମୂତ୍ର ଉପୁଜାଇବା ପାଇଁ ବୃକକ କୁ ଉତ୍ତେଜିତ କରାନ୍ତି ଫଳରେ ରାତ୍ରିରେ ବାରମ୍ବାର ପରିଶ୍ରା ହୋଇଥାଏ ।
  • ମାତ୍ରାଧିକ ତରଳ ପିଇବା ଅନୁଚିତ୍ – (ଦିନକୁ ୩ ଲିଟରରୁ କମ୍ ତରଳ ପିଇବା ଉଚିତ୍) ଏକାଥରକେ ବହୁ ପରିମାଣର ତରଳଦ୍ରବ୍ୟ ପିଇବା ଅପେକ୍ଷା ଦିନସାରା ଅଳ୍ପ ଅଳ୍ପ ମାତ୍ରାରେ ଅନେକଥର ପାଣି ପିଇବା ଉଚିତ୍ ।
  • ଶୋଇବାର କିଛି ସମୟ ପୂର୍ବରୁ କିମ୍ବା ବାହାରକୁ କୁଆଡେ ଯିବାକୁ ଥିଲେ ତା ପୂର୍ବରୁ କମ୍ ପାଣି କିମ୍ବା ତରଳଦ୍ରବ୍ୟ ପିଇବା ଉଚିତ୍ ।
  • ଡିକୋଷ୍ଟ କିମ୍ବା ଆଣ୍ଟିହିଷ୍ଟାମିନ ଥିବା ଔଷଧ ଯାହାକି ଥଣ୍ଡା, ସାଇନ୍ସ (ଅଧାକପାଳି) ମୁଣ୍ଡବିନ୍ଧା ପାଇଁ ପ୍ରଯୁଜ୍ୟ, ତା’କୁ ସବୁବେଳେ ଖାଇବା ଉଚିତ୍ ନୁହେଁ । ଏହା ୟୁରିନାରୀ ରିଟେନସନ୍ ର କାରଣ ହୋଇପାରେ ।
  • ଔଷଧ ଚିକିତ୍ସାର ସମୟ ପରିବର୍ତ୍ତନ କରିବା ଉଚିତ୍ ଯାହା ପରିଶ୍ରାର ମାତ୍ରା ବଢାଇଥାଏ (ଉଦାହରଣ ସ୍ୱରୂପ ଡିୟୁରେଟିକସ୍)
  • ଗରମ କିମ୍ବା ସତେଜ ରହିବା ରହିବା, କ୍ରମାଗତଭାବେ ବ୍ୟାୟାମ କରିବା ଉଚିତ୍ । ଥଣ୍ଡାପାଗ ଏବଂ କମ୍ ଶାରୀରିକ ପରିଶ୍ରମ ଖରାପ ଲକ୍ଷଣ ଦେଖେଇ ପାରେ ।
  • ପରିଶ୍ରା ନଳୀକୁ ସୁରକ୍ଷା ଦେବାପାଇଁ ବ୍ୟାୟାମ କରି ପେଲ୍ ପିକ୍ ବୋନ୍ କୁ ଶକ୍ତିଶାଳୀ କରିବା ଆବଶ୍ୟକ । ମୂତ୍ରାଶୟ ଏବଂ ପେଶୀ ସଂକୋଚନକୁ ବନ୍ଦ କରିବାପାଇଁ ପେଲିଭିକ୍ ଫ୍ଲୋରର ମାଂସପେଶୀକୁ ଶକ୍ତି, ପେଲିଭିକ୍ ବ୍ୟାୟାମରୁ ମିଳିଥାଏ । ପେଲିଭିକ୍ ମାଂସପେଶୀକୁ ବ୍ୟାୟାମ କ୍ରମାଗତ ଭାବରେ ସଂକୋଚନ ଓ ସଂପ୍ରସାରଣ କରି ଶକ୍ତିଶାଳୀ କରେ ।
  • କୋଷ୍ଠକାଠିନ୍ୟର ଚିକିତ୍ସା କରାଇବା ଉଚିତ୍ ।
  • ମୂତ୍ରାଶୟ ପ୍ରଶିକ୍ଷଣ, ସମୟ ଏବଂ ମୂତ୍ରାଶୟର ସମ୍ପୂର୍ଣ୍ଣ ଶୂନ୍ୟତାର ସମୟ ପ୍ରତି ଲକ୍ଷ୍ୟ କେନ୍ଦ୍ରିତ କରିଥାଏ ।ନିୟମିତ ବ୍ୟବଧାନରେ ପରିଶ୍ରା କରିବା ଉଚିତ୍ ।
  • ଚାପ କମାଇବା ଉଚିତ୍ । ବିବ୍ରତାବସ୍ଥା ଡର ଏବଂ ଚିନ୍ତା ବାରମ୍ବାର ପରିଶ୍ରା ହେବାପାଇଁ ଦାୟୀ ।

ଚିକିତ୍ସାଳୟରେ ଚିକିତ୍ସା

ବିପିଏଚ ର ଲକ୍ଷଣ ଅନୁସାରେ ସ୍ୱଳ୍ପ ଅଥବା ମଧ୍ୟମ ଧରଣର ରୋଗୀ ନିମନ୍ତେ ଔଷଧ ଚିକିତ୍ସା ଏକ ସାଧାରଣ ଏବଂ ପସନ୍ଦଯୋଗ୍ୟ ମାର୍ଗ । ଲକ୍ଷଣ ଅନୁସାରେ ଗୁରୁତର ରୋଗୀ ମଧ୍ୟରୁ ତିନିଭାଗ ରୋଗୀଙ୍କର ରୋଗ ଔଷଧରେ କମିଯାଏ । ଏଥିନିମନ୍ତେ ଦୁଇପ୍ରକାର ଔଷଧ ରହିଛି ଯଥା ଆଲଫା ବ୍ଲକର୍ସ ଏବଂ ଆଣ୍ଟିଆଣ୍ଡ୍ରୋଜେନ (୫ – ଆଲଫା ରିଡକ୍ସ ଇନହିବିଟରସ୍) ଯାହାକି ବଢିଯାଇଥିବା ପ୍ରୋଷ୍ଟେଟ ନିମନ୍ତେ ଉଦ୍ଦିଷ୍ଟ ।

  • ଆଲଫା ବ୍ଲକରସ : ଟାମସୁଲୋସିନ ଆଲଫ୍ୟୁକୋସିନ ଏବଂ ଡକ୍ସାଜୋସିନ) ହେଉଛି ଔଷଧର ବ୍ୟବସ୍ଥା ଯାହାକି ଲିଖିତ ଔଷଧ ଯାହାକି ପ୍ରୋଷ୍ଟେଟର ଚତୁଃପାର୍ଶ୍ଵକୁ ଏବଂ ଭିତର ଅଂଶକୁ ଶିଥିଳ କରିଦିଏ, ୟୁରିନାରୀ ଅବଷ୍ଟ୍ରକସନ୍ ବା ପରିଶ୍ରାଜନିତ ଯନ୍ତ୍ରଣାରୁ ମୁକ୍ତି ଦିଏ ଏବଂ ପରିଶ୍ରା ସହଜରେ ବାହାରିଯିବାର ସୁଯୋଗ ଦିଏ । ଆଲଫା ବ୍ଲକରସର ସାଧାରଣ ପାର୍ଶ୍ଵ ପ୍ରତିକ୍ରିୟା ହେଉଛି, ମୁଣ୍ଡଭାରି ଲାଗି ଅଳସୁଆ ଲାଗିବା, କ୍ଲାନ୍ତ ବୋଧ ହେବା, ଇତ୍ୟାଦି ।
  • (୫-ଆଲଫା ରିଡ୍ୟୁକ୍ଟାସ ଇନହିବିଟରସ୍ – ଫାଇନାଷ୍ଟେରାଇଡ ଏବଂ ଡ୍ୟୁଟାଷ୍ଟେ ରାଇଡ) ହେଉଛି ଏପରି ଔଷଧ ଯାହାକି ପ୍ରୋଷ୍ଟେଟ ଗ୍ଲାଣ୍ଡର ଆକାର କମାଏ । ଏହି ଔଷଧ ପରିଶ୍ରାର ଧାରାକୁ ବଢାଇଥାଏ, ଏବଂ ବିପିଏଚର ଲକ୍ଷଣକୁ କମାଏ । କିନ୍ତୁ ସେମାନେ ଆଲଫା ବ୍ଲକର ପରି ଅତିଶିଘ୍ର କାମ କରିପାରନ୍ତି ନାହିଁ । (ଚିକିତ୍ସା ଆରମ୍ଭ ହେବାର ଛ ମାସ ମଧ୍ୟରେ ଉନତି ପରିଲକ୍ଷିତ ହୁଏ) ଏବଂ ସାଧାରଣତଃ ମାତ୍ରାଧିକ ପ୍ରୋଷ୍ଟେଟ ବୃଦ୍ଧି କ୍ଷେତ୍ରରେ ଖୁବ୍ ଭଲ କାମ କରେ । ୫-ଆଲଫା-ରିଡ୍ୟୁକ୍ଟାସ ଇନହିବିଟରସ୍ ର ସାଧାରଣ ପାର୍ଶ୍ଵପ୍ରତିକ୍ରିୟା ହେଉଛି ଯୌନ କ୍ରିୟାରେ ଶିଥିଳତା ଏବଂ ଇରେକ୍ ସନ ଏବଂ ଏଜାକୁଲେସନରେ ସମସ୍ୟା ଦେଖାଦିଏ ।

ମିଳିତ ଚିକିତ୍ସା :

ଆଲଫା ବ୍ଲକର ଏବଂ ଆଲଫା ରିଡ୍ୟୁକ୍ଟାସ ଇନହିବିଟର ଅଲଗା ଅଲଗା କାମକରେ, ଯେତେବେଳେ ଏହା ପର୍ଯ୍ୟାୟ କ୍ରମେ ଦିଆଯାଏ ସେତେବେଳେ ତା’ର ଏକ ମିଶ୍ରିତ ପ୍ରଭାବ ଥାଏ । କୌଣସି ଦୁଇଟି ଯାକ ଔଷଧ ମଧ୍ୟରୁ କୌଣସି ଗୋଟିଏ ଖାଇଲ୍ଵ ତାହା ବିପିଏଚ ର ଲକ୍ଷଣରେ କୌଣସି ସୁଧାର ଦେଖାଇପାରି ନଥାଏ ଯେମିତିକି ଦୁଇଟିଯାକ ମିଳିତ ଭାବରେ ଖାଇଲେ ଦେଖାଇଥାଏ । ଅତିମାତ୍ରାର ଲକ୍ଷଣ ଦେଖାଯାଇଥିଲେ, ବିସ୍ତାରିତ ପ୍ରୋଷ୍ଟେଟ ଥିଲେ ମିଳିତ ଔଷଧର ଚିକିତ୍ସା ପାଇଁ ପରାମର୍ଶ ଦିଆଯାଏ କାରଣ ତାହାପାଇଁ କେବଳ ଆଲଫା ବ୍ଲକର ଚିକିତ୍ସାକୁ ପର୍ଯ୍ୟାପ୍ତ ହୋଇନଥାଏ ।

ଶଲ୍ୟ ଚିକିତ୍ସା :

ଶଲ୍ୟ ଚିକିତ୍ସା ପାଇଁ ସେହିମାନଙ୍କୁ ପରାମର୍ଶ ଦିଆଯାଏ ଯେଉଁମାନେ –

  • ମଧ୍ୟମରୁ ମାତ୍ରାଧିକ ଲକ୍ଷଣଯୁକ୍ତ ହୋଇ କଷ୍ଟ ପାଇବା ସହ ଡାକ୍ତରୀ ଚିକିତ୍ସାକୁ ଅବାଧ୍ୟ ହେଉଥିବ।
  • ଆକ୍ୟୁଟ ୟୁରିନାରୀ ରିଟେନସନ୍ ।
  • ରିକରେ ୟୁରିନାରୀ ଟ୍ରାକ୍ ଇନଫେକ୍ସନ
  • କ୍ରମାଗତଭାବେ ପରିଶ୍ରାରେ ରକ୍ତ ପଡିଲେ ।
  • ବିପିଏଚ ଯୋଗୁଁ ବୃକକ୍ ହାନି ହେଲେ ।
  • ବିପିଏଚ ସହ ମୂତ୍ରାଶୟରେ ପଥୁରୀ ଥିଲେ ।
  • ମୂତ୍ରାଶୟରେ ବଳକା ରହୁଥିବା ପରିଶ୍ରା ମାତ୍ରା ବଢିଚାଲିଲେ ।

ଶଲ୍ୟ ଚିକିତ୍ସା :

ଦୁଇଟି ଦଳରେ ବିଭକ୍ତ – ଶଲ୍ୟ ଚିକିତ୍ସା ଏବଂ ମିନିମାଲି ଇନଭାନ୍ ସିଭ ଚିକିତ୍ସା ପ୍ରୋଷ୍ଟେଟ ପାଇଁ ଅତ୍ୟନ୍ତ ସାଧାରଣ ସାମ୍ପ୍ରତିକ ଛୋଟରୁ ମଧ୍ୟମ ଧରଣର ଶଲ୍ୟ ଚିକିତ୍ସାରେ, ବିଭିନ୍ନ ନୂତନ ଧରଣର ଯନ୍ତ୍ର ଏବଂ ପ୍ରଣାଳୀ, ପ୍ରୋଷ୍ଟେଟ ଗ୍ଲାଣ୍ଡ ଅସ୍ତ୍ରୋପ୍ରଚାର ନିମିତ ବ୍ୟବହାର କରାଯାଉଛି । ଏହାର ଲକ୍ଷ୍ୟ ହେଉଛି କମ୍ ଅସୁସ୍ଥତା ଏବଂ କମ୍ ଖର୍ଚ୍ଚରେ ଟିୟୁ ଆର ପି ସହ ସମକକ୍ଷ ହେବାସହ ଉତ୍ତମ ଫଳାଫଳ ପ୍ରଦାନ କରିବ ।

ସର୍ଜିକାଲ ଥେରାପି

ଶଲ୍ୟ ଚିକିତ୍ସା

ସ୍ଵତନ୍ତ୍ର ଶଲ୍ୟ ଚିକିତ୍ସା ପ୍ରଣାଳୀ ସାଧାରଣତଃ ଟ୍ରାନ୍ସୟୁରେଥ୍ରାଲ ରିସେକସନ, ପ୍ରୋଷ୍ଟେଟର, ଟ୍ରାନ୍ସୟୁରେଥ୍ରାଲ ଇନସିଜନ, ପ୍ରୋଷ୍ଟେଟର ଏବଂ ଓପନ ପ୍ରେଷ୍ଟେକ୍ଟୋମି, ଇତ୍ୟାଦିର ଡାକ୍ତରୀ ଚିକିତ୍ସା ପ୍ରଣାଳୀ ଭାବେ ବ୍ୟବହୃତ ହୁଏ ।

ଟ୍ରାନ୍ସୟୁରେଥ୍ରାଲ ଇସେକସନ ଅଫ ପ୍ରୋଷ୍ଟେଟ (ଟିୟୁଆରପି) : ଟିୟୁଆରପି ଏକ ବହୁମୂଲ୍ୟ ଚିକିତ୍ସା ପଦ୍ଧତି ବା ମୁଲ୍ୟବାନ ଚିକିତ୍ସା ପ୍ରଣାଳୀ । ପ୍ରୋଷ୍ଟେଟ ଗ୍ଲାଣ୍ଡର ଶଲ୍ୟ ଚିକିତ୍ସା ନିମନ୍ତେ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ପଦ୍ଧତି । ଔଷଧ ଚିକିତ୍ସାଠାରୁ ଏହା ଅଧିକ ସଫଳଯୁକ୍ତ ପଦ୍ଧତି । ୮୫% ୯୦% ୟୁରିନାରୀ ଅବଷ୍ଟକ୍ସନରୁ ଏହା ମୁକ୍ତି ଦିଏ ଏବଂ ଏହାଦ୍ଵାରା ରୋଗୀ ଦୀର୍ଘଦିନ ପର୍ଯ୍ୟନ୍ତ ସୁସ୍ଥ ରହେ । ୟୁଟିଆରପିହେଉଛି ଗୋଟିଏ ମିଳିମାଲି- ଇନଭାସିଭ ଅସ୍ତ୍ରୋପ୍ରଚାର, ଏଥିରେ ଇଉରୋଲୋଜିଷ୍ଟଙ୍କ ଦ୍ଵାରା ପ୍ରୋଷ୍ଟେଟ ଗ୍ଲାଣ୍ଡକୁ ବାଧା ସୃଷ୍ଟି କରୁଥିବା ଅଂଶକୁ ଷ୍ଟ୍ରୋପ୍ରଚାର କରି ବାହାର କରିଦିଆଯାଏ । ଫଳରେ ପରିଶ୍ରାର ଧାରା ଠିକ୍ ହୋଇଯାଏ । ଟିୟୁଆରପି ଅସ୍ତ୍ରୋପ୍ରଚାରରେ ଚର୍ମରେ କାଟିବା ବା ସିଲେଇ କରିବା ଦରକାର ହୁଏ ନାହିଁ । କିନ୍ତୁ ଏହା ଡାକ୍ତରଖାନାରେ କରାଯାଇଥାଏ ।

ଅସ୍ତ୍ରୋପ୍ରଚାର ପୂର୍ବରୁ :

  • ଅସ୍ତ୍ରୋପ୍ରଚାର ପଦ୍ଧତି ଆରମ୍ଭକରିବା ପୂର୍ବରୁ ଲୋକଟିର ସୁସ୍ଥତା ବିଷୟରେ ନିଶ୍ଚିତ ହେବା ଉଚିତ୍।
  • ଲୋକଟିକୁ ଧୂମପାନରୁ ବିରାଟ ରହିବାକୁ କହିବା ଉଚିତ୍, ଯଦି ଧୂମପାନ କରେ ତେବେ ଛାତି ଓ କ୍ଷତର ସଂକ୍ରମଣ ବୃଦ୍ଧିପାଇବାର ବିପଦ ବଢିଯାଇପାରେ ।
  • ରକ୍ତ ପତଳା ହେବାପାଇଁ ଖାଉଥିବା ଔଷଧକୁ ବନ୍ଦ କରିବାକୁ ରୋଗୀକୁ କହିବା ଉଚିତ୍ । ଅସ୍ତ୍ରୋପ୍ରଚାର ସମୟରେ ଏହି ଔଷଧ ବନ୍ଦ କରିବା ଜରୁରୀ ।
  • ଟି ୟୁ ଆର ପି ଅସ୍ତ୍ରୋପ୍ରଚାର ସାଧାରଣତଃ ୬୦ ରୁ ୯୦ ମିନିଟ୍ ସମୟ ଲାଗିଥାଏ ।
  • ଟି ୟୁ ଆର ପି ସାଧାରଣତଃ ମେରୁଦଣ୍ଡରେ ନିଶ୍ଚେତକ ଦିଆଯାଇ କରାଯାଏ । ସଂକ୍ରମଣରୁ ସୁରକ୍ଷା ପାଇଁ ଆଣ୍ଟିବାୟୋଟିକ ମଧ୍ୟ ଦିଆଯାଏ ।
  • ଟି ୟୁ ଆର ପି କରାଯିବା ସମୟରେ ଗୋଟିଏ ଯନ୍ତ୍ରକୁ ଯୌନାଙ୍ଗର ଅଗ୍ରଭାଗ ଦେଇ ୟୁରେଥ୍ରୋ ମଧ୍ୟକୁ ପ୍ରବେଶ କରାଇ ଦିଆଯାଏ ଯଦ୍ୱାରା ବଢିଥିବା ପ୍ରୋଷ୍ଟେଟ ଗ୍ଲାଣ୍ଡକୁ ବାହାରକରି ଦିଆଯାଇଥାଏ ।
  • ରିସେକ୍ଟୋସ୍କୋପରେ ଏକ ହାଲକା କ୍ୟାମେରା ଦେଖିବାପାଇଁ ଥାଏ, ଏବଂ ବୃଦ୍ଧିପ୍ରାପ୍ତ ଟିସୁକୁ କାଟିବାପାଇଁ ଏକ ଇଲେକ୍ଟ୍ରିକାଲ ଲଘୁ ରହିଥାଏ ଏବଂ ରକ୍ତବାହୀ ଶିରା ବନ୍ଦ କରିବାପାଇଁ କୁ ମଧ୍ୟ ସେହି ଇଲେକ୍ଟ୍ରିକାଲ ଲଘୁର ବ୍ୟବହାର କରାଯାଏ, ଏକ ଚ୍ୟାନେଲ ମାଧ୍ୟମରେ ନିର୍ଗତ ରକ୍ତ ଓ ତରଳ ଦ୍ରବ୍ୟକୁ ମୂତ୍ରାଶୟକୁ ନିଷ୍କାସିତ କରାଯାଏ ।
  • ଅସ୍ତ୍ରୋପ୍ରଚାର ସମୟରେ ବାହାରିଥିବା ପ୍ରୋଷ୍ଟେଟ ଟିସୁକୁ ହିସ୍ତୋପଥୋଲୋଜିକାଲ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଇ ଦିଆଯାଏ । ପ୍ରୋଷ୍ଟେଟ କ୍ୟାନସରକୁ ବାଦଦେଇ କରାଯାଏ ।

ଶଲ୍ୟ ଚିକିତ୍ସା ପରେ :

  • ଟି ୟୁ ଆରପି ହୋଇସାରିବା ପରେ ଦୁଇରୁ ତିନିଦିନ ଡାକ୍ତରଖାନାରେ ରହିବାକୁ ପଡେ ।
  • ଶଲ୍ୟ ଚିକିତ୍ସା ପରେ ତୁରନ୍ତ ଗୋଟିଏ ଲମ୍ବା ଟ୍ରିପଲ ଲ୍ୟୁମେନ କ୍ୟାଥେରେଟର ଯୌନାଙ୍ଗର ଅଗ୍ରଭାଗ ଦେଇ ବ୍ଲାଡର ମଧ୍ୟକୁ (ୟୁରେଥ୍ରୋ ମଧ୍ୟ ଦେଇ) ପ୍ରବେଶ କରାଇ ଦିଆଯାଇଥାଏ ।
  • ଗୋଟିଏ ମୂତ୍ରାଶୟ ମିଶ୍ରଣକୁ କ୍ୟାଥେରେଟର ସହ ଯୋଡି ଦିଆଯାଇଥାଏ ଯଦ୍ୱାରା ମୂତ୍ରାଶୟ ସହିତ ହେବାସହ ୧୨ ରୁ ୨୪ ଘଣ୍ଟା କ୍ରମାଗତ ଭାବେ ଡ୍ରେନେଜ ଚାଲିଥାଏ ।
  • ଅସ୍ତ୍ରୋପ୍ରଚାର ପରେ କଟାଯାଇଥିବା ସ୍ଥାନରୁ ଝରୁଥିବା ରକ୍ତ କିମ୍ବା ରହିଯାଇଥିବା ରକ୍ତପେନ୍ଥା ମୂତ୍ରାଶୟ ସିଞ୍ଚନ ପରେ ଧୋଇ ହୋଇ ବାହାରି ଯାଏ ।
  • ପରିଶ୍ରା ରକ୍ତ ରଙ୍ଗରୁ ସ୍ଵଚ୍ଛହେଲେ କ୍ୟାଥେରେଟର କୁ ବାହାର କରି ଦିଆଯାଏ ।

ଶଲ୍ୟ ଚିକିତ୍ସା ପରବର୍ତ୍ତୀ ପରାମର୍ଶ :

ଟି ୟୁ ଆରପି ପରେ ନିମ୍ନଲିଖିତ ସତର୍କତା ଗ୍ରହଣ କଲେ ଶିଘ୍ର ସୁସ୍ଥ ହେବାରେ ସାହାଯ୍ୟ କରେ ।

  • ଅଧିକ ତରଳ ପିଇବାଦ୍ଵାରା ବ୍ଲାଡର ହୋଇ ହୋଇଯିବ ।
  • କୋଷ୍ଠକାଠିନ୍ୟରୁ ଦୂରେଇ ରହିବା ଉଚିତ୍ । ସିଧାରେ ବସି ମଳତ୍ୟାଗ କରିବା ଉଚିତ୍ । ଯଦି କୋଷ୍ଠକାଠିନ୍ୟ ଲାଗିରହେ ତେବେ କିଛିଦିନ ପାଇଁ ଲାକ୍ଟେସିଭ ଖାଇବା ଉଚିତ୍ ।
  • ଓଜନିଆ ଜିନିଷ ଉଠାଇବାରୁ ନିବୃତ ରହିବା ଉଚିତ୍ କିମ୍ବା ଚାପଯୁକ୍ତ କାର୍ଯ୍ୟ ୪ ରୁ ୬ ସପ୍ତାହ କରିବା ଅନୁଚିତ୍ ।
  • ୪ ରୁ ୬ ସପ୍ତାହ କୌଣସି ପ୍ରକାରର ଯୌନ କାର୍ଯ୍ୟରୁ ନିବୃତ ରହିବା ଉଚିତ୍ ।
  • ମଦ୍ୟ, ମସଲାଯୁକ୍ତ ଖାଦ୍ୟ, କାଫିନ୍ ଇତ୍ୟାଦି ନଖାଇବା ଉଚିତ୍ ।

ସମ୍ଭାବ୍ୟ ଜଟିଳତା :

  • ସାଧାରଣ ଜଟିଳତା ହେଉଛି ରକ୍ତସ୍ରାବ ଏବଂ ମୂତ୍ରନଳୀ ସଂକ୍ରମଣ । କମ୍ ଜଟିଳତା ଥିବା ଅସୁବିଧା ହେଉଛି ଟି ୟୁ ଆର ପି ସିଣ୍ଡ୍ରୋମ ଏବଂ ଶଲ୍ୟ ଚିକିତ୍ସାରୁ ଉତ୍ପନ୍ନ କେତେକ ସମସ୍ୟା । ଟି ୟୁ ଆର ପି ର ପରବର୍ତ୍ତୀ ଜଟିଳତା ହେଉଛି, ମୂତ୍ରନଳୀର ସଂକୋଚନ, ବୀର୍ଯ୍ୟସ୍ଖଳନ ପାଶ୍ଚାତ୍ ଗାମୀ ହେବା, ଅସଂଯମତା, ସାମର୍ଥହୀନତା ଇତ୍ୟାଦି ।
  • ବୀର୍ଯ୍ୟ ସ୍ଖଳନ ପାଶ୍ଚାତ୍ ଗାମୀ ହୋଇ ମୂତ୍ରାଶୟକୁ ଚାଲିଯିବା ହେଉଛି ଟି ୟୁ ଆର ପି ର ସାଧାରଣ ସମସ୍ୟା ୭୦% ଭାଗ ଘଟଣାରେ ଏପରି ପରିଲକ୍ଷିତ ହୁଏ । ଏହା ଯୌନକ୍ରିୟାର ଆନନ୍ଦରେ କୌଣସି ପ୍ରଭାବ ନପକାଇଲେ ମଧ୍ୟ ଇନଫଟିଲିଟି ବା ପ୍ରଜନନ ଅକ୍ଷମ ହେବାର କାରଣ ହୋଇପାରେ ।
  • ମୋଟାପା ସର୍ବଦା ଜଟିଳତାର ବିପଦକୁ ବଢାଇଥାଏ । ଧୂମପାନ, ଆଲକୋହଲ ପୃଷ୍ଟିହୀନତା ଏବଂ ମଧୁମେହ ଏ ସମସ୍ତ କାରଣଯୋଗୁଁ ଜଟିଳତା ବୃଦ୍ଧି ପାଇପାରେ ।

ଡାକ୍ତରଖାନାରୁ ମୁକ୍ତ ହେବାପରେ

ଡାକ୍ତରଙ୍କୁ ଯୋଗାଯୋଗ କରିବ ଯଦି ରୋଗୀ : -

  • ଯଦି ରୋଫି ପରିଶ୍ରା କରିବାରେ କଷ୍ଟ ବା ଅସୁବିଧା ଅନୁଭବ କରେ ।
  • ଔଷଧ ଚିକିତ୍ସା ପରେ ଅସହ୍ୟ ଯନ୍ତ୍ରଣା ହେଲେ ।
  • ରକ୍ତସ୍ରାବ କ୍ରମାଗତ ଲାଗିରହି ରକ୍ତମୁଣ୍ଡା କ୍ୟାଥେଟର ନଳୀକୁ ବନ୍ଦ କରି ଦେଉଥିଲେ ।
  • ଜ୍ଵର କିମ୍ବା ଥଣ୍ଡା ସହିତ ସଂକ୍ରମଣର ଲକ୍ଷଣ ଦେଖାଗଲେ ।

ଟ୍ରାନ୍ସ ୟୁରେଥ୍ରାଲ ଇନସିଜନ (ପ୍ରୋଷ୍ଟେଟ ଗ୍ଲାଣ୍ଡର) ବା ପ୍ରୋଷ୍ଟେଟ ଗ୍ଲାଣ୍ଡର ଟ୍ରାନ୍ସ ୟୁରେଥ୍ରାଲ ଇନସିଜନ ଟି ୟୁ ଆଇପି :

ଯେଉଁ ପୁରୁଷମାନେ ଦୁର୍ବଳ ସ୍ୱାସ୍ଥ୍ୟଯୁକ୍ତ, ଯେଉଁମାନଙ୍କର ଛୋଟ ଛୋଟ ପ୍ରୋଷ୍ଟେଟ ଥିବାଯୋଗୁଁ ଟି ୟୁ ଆର ପି ସମ୍ଭବ ହୋଇପାରେ ନାହିଁ ସେହି ପୁରୁଷ ରୋଗୀମାନଙ୍କ ପାଇଁ ପ୍ରୋଷ୍ଟେଟ ର ଟ୍ରାନ୍ସ ୟୁରେଥ୍ରାଲ ଇନସିଜନ ହେଉଛି ଟି ୟୁ ଆର ପି ର ବିକଳ୍ପଭାବେ ଗ୍ରହଣ କରାଯାଏ ।

ଟି ୟୁ ଆର ପି ପରି ସମାନ ପ୍ରକାରରେ ଟି ୟୁ ଆର ପି କରି ପ୍ରୋଷ୍ଟେଟରୁ ଟିସୁ ବାହାର କରାଯାଏ କିନ୍ତୁ ପ୍ରକ୍ରିୟାରେ ସାମାନ୍ୟ ପରିବର୍ତ୍ତନ ସ୍ୱରୂପ ପ୍ରୋଷ୍ଟେଟରେ ଦୁଇଟି କିମ୍ବା ତତୋଧିକ ଲମ୍ବା ଗାଡୁଆ ଛେଦନ କରାଯାଇଥାଏ, ଯାହାକି ମୂତ୍ରନଳୀ ଉପରେ ରହୁଥିବା ଚାପକୁ କମ୍ କରିଦିଏ ଏବଂ ପରିଶ୍ରାର ଧାରକୁ ନିୟମିତ କରିଦିଏ ।

ଟି ୟୁ ଆର ପି ର ସୁବିଧା ହେଉଛି କମ୍ ରକ୍ତ କ୍ଷୟ ହୋଇଥାଏ, ଶଲ୍ୟ ଚିକିତ୍ସା ଜନିତ ଜଟିଳତା କମ୍ ହୋଇଥାଏ, ସ୍ୱଳ୍ପ ସମୟ ଡାକ୍ତରଖାନା ରହଣି ଏବଂ ଶିଘ୍ର ଆରୋଗ୍ୟଲାଭ ହେବାସହ ନିଷ୍କାସିତ ବୀର୍ଯ୍ୟସ୍ଖଳନ ପାଶ୍ଚାତଗାମୀ, ମୂତ୍ରରୋଗରେ ଅକ୍ଷମତା ଇତ୍ୟାଦି କମ୍ ଦେଖାଦିଏ । ଟି ୟୁ ଆର ପି ଠାରୁ ମଧ୍ୟ କମ୍ ଦେଖାଯାଏ ।

ଟି ୟୁ ଆର ପି ର ସମାବଦ୍ଧତା ହେଉଛି ଏହା କମ୍ ପ୍ରଭାବଯୁକ୍ତ (ଏହା କମ୍ ଯନ୍ତ୍ରଣା ଉପସମକାରୀ କିମ୍ବା ଏହା କେତେକ ରୋଗୀଙ୍କର ଶିଘ୍ର ପୁନରାଗମନ ହୋଇଥାଏ । ଟି ୟୁ ଆର ପି କରିବା ସମୟପରେ ନିୟମିତ ଚିକିତ୍ସା ଜାରି ରଖିବା ଜରୁରୀ । ବଡ ଆକାର ପ୍ରୋଷ୍ଟେଟ ପାଇଁ ଏହା ସଫଳ ଓ ପ୍ରଭାବଶାଳୀ ପ୍ରଣାଳୀ ନୁହେଁ।

ଓପନ ପୋଷ୍ଟେକଟୋମି

ଓପନ ପ୍ରୋଷ୍ଟେଟଟୋମି ହେଉଛି ଏପରି ଏକ ଶଲ୍ୟ ଚିକିତ୍ସା ଯେଉଁଥିରେ ପେଟର ଏକ ସ୍ଥାନକୁ କଟାଯାଇ ପ୍ରୋଷ୍ଟେକଟୋମି କୁ ବାହାର କରିଦିଆଯାଏ । ଏହା ପ୍ରଭାବଯୁକ୍ତ ଏବଂ ଏହାର ବିକଳ୍ପଭାବେ କମ୍ କଷ୍ଟଯୁକ୍ତ ଉନ୍ନତି ଚିକିତ୍ସା ପଦ୍ଧତି ଯୋଗୁଁ ଏହାର ବ୍ୟବହାର କମି ଯାଇଛି ।

ଓପନ ପ୍ରୋଷ୍ଟେକଟୋମି ବହୁତ କମ୍ ରୋଗୀଙ୍କ କ୍ଷେତ୍ରରେ କରାଯାଏ କାରଣ ଯେଉଁମାନେ ଅନ୍ୟାନ୍ୟ କେତେକ ରୋଗର ଶିକାର ହୋଇ ପେଟର ଅସ୍ତ୍ରୋପ୍ରଚାର ଆବଶ୍ୟକ ହେଉଥାଏ ଅଥବା ଯିଏ ବଡ ଆକାରର ପ୍ରୋଷ୍ଟେଟର ଶିକାର ହୋଇଥାଏ ସେମାନଙ୍କ ପାଇଁ ଏ ପ୍ରକାର ଶଲ୍ୟ ଚିକିତ୍ସା ଜରୁରୀ ହୋଇଥାଏ।

ମିନିମାଲି ଇନଭାନସିଭ ଟ୍ରିଟମେ

ମିନିମାଲି ଇନଭାନସିଭର ପ୍ରଣାଳୀ ହେଉଛି କମ୍ ପୀତବାୟକ ପ୍ରଣାଳୀ । ଆଧୁନିକ ବୈଷୟିକ ଜ୍ଞାନ ଓ ଗବେଷଣାର କୌଶଳ ଭାବେ ଜଣାଶୁଣା ଚିକିତ୍ସା ପଦ୍ଧତିର ଲକ୍ଷ୍ୟ ହେଉଛି, ଅତି ସରଳଭାବେ କମ୍ କଷ୍ଟ ବା ଯନ୍ତ୍ରଣାରେ ବି ପି ଏଚ ରୋଗର ଚିକିତ୍ସା କରିବା ।

ଏହି ଚିକିତ୍ସା ପ୍ରଣାଳୀରେ ସାଧାରଣତଃ ଉତ୍ତାପ, ଲେଜର କିମ୍ବା ଇଲେଟ୍ରୋଭେପୋରାଇଜେସନ କୁ ବ୍ୟବହାର କରି ପ୍ରୋଷ୍ଟେଟରୁ ବଢିଥିବା ଟିସୁ ଗୁଡିକୁ ବାହାର କରିଦିଆଯାଏ । ଏ ସମସ୍ତ ପ୍ରକାରର ଚିକିତ୍ସା ପ୍ରଣାଳୀ ଗୋଟିଏ ଟ୍ରାନ୍ସ ୟୁରେଥ୍ରାଲ ଅସ୍ତ୍ରୋପ୍ରଚାର କରାଯାଏ (ଯୌନାଙ୍ଗ ମଧ୍ୟଦେଇ ଯାଇଥିବା ମୂତ୍ରନଳୀରେ ପ୍ରବେଶ କରାଇ କରାଯାଏ) ।

ମିନିମାଲି ଇନଭାନସିଭ ଚିକିତ୍ସାର ସୁଫଳ ହେଉଛି ସ୍ୱଳ୍ପ ଡାକ୍ତରଖାନା ରହଣି, କମ୍ ନିଶ୍ଚେତକର ଆବଶ୍ୟକତା, କମ୍ ବିପଦଯୁକ୍ତ ଏବଂ ସର୍ବନିମ୍ନ ଜଟିଳତା, ପ୍ରୋଷ୍ଟେଟ ଅସ୍ତ୍ରୋପ୍ରଚାରରୁ ମଧ୍ୟ କମ୍ ଏବଂ ରୋଗୀକୁ ସୁସ୍ଥ ହେବାକୁ ମଧ୍ୟ କମ୍ ସମୟ ଲାଗେ ।

ଏହି ପ୍ରକ୍ରିୟାର ସମସ୍ୟାଗୁଡିକ ହେଲା – ଏହା କମ୍ ପ୍ରଭାବଯୁକ୍ତ ଏପରିକି ଟି ୟୁ ଆର ପି ର ସାଧାରଣ ମାନ ଠାରୁ ମଧ୍ୟ କମ୍ । ୫ରୁ ୧୦ ବର୍ଷ ପରେ ପୁଣି ଥରେ ଅସ୍ତ୍ରୋପ୍ରଚାର ଆବଶ୍ୟକ ପଡିପାରେ । ହିଷ୍ଟୋପାଥିକାଲ ପରୀକ୍ଷା ପାଇଁ ପ୍ରୋଷ୍ଟେଟ ଟିସୁ ଉପଲବ୍ଧ ହୁଏ ନାହିଁ (ଲୁକ୍କାୟିତ ପ୍ରୋଷ୍ଟେଟ କ୍ୟାନସରକୁ ବାଦ୍ ଦେଇ) ଏବଂ ଏହାର ସୁରକ୍ଷା ଏବଂ କର୍ତ୍ତବ୍ୟ ସାଧନ କ୍ଷମତାକୁ ଆକଳନ କରିବାପାଇଁ ଅଧିକ ସମୟ ଅନୁଧ୍ୟାନ କରିବାକୁ ପଡେ । ମିନିମାଲି ଇନଭାସିଭ ଚିକିତ୍ସାର ହେଉଛି ଅଧିକାଂଶ ବିକାଶୋନ୍ମୁଖ ରାଷ୍ଟ୍ରରେ ଏହା ସହଜରେ ଉପଲବ୍ଧ ହୁଏ ନାହିଁ ଏବଂ ସାମ୍ପ୍ରତିକ ବ୍ୟୟ ବହୁଳ ଅଟେ ।

ବିପିଏଚ ର ବିଭିନ୍ନ ପ୍ରକାରର ମିନିମାଲି ଇନଭାସିଭ ଚିକିତ୍ସା ଗୁଡିକ ହେଉଛି ଟ୍ରାନ୍ସୟୁରେଥ୍ରାଲ ମାଇକ୍ରୋୱେଭ ଥର୍ମୋଥେରାପି (ଡବ୍ଲୁ ଆଇ ଟି), ପ୍ରୋଷ୍ଟେଟ ଏବଂ ଟ୍ରାନ୍ସ ୟୁରେଥ୍ରାଲ ଲେଜର ଥେରାପି ।

  1. ଟ୍ରାନ୍ସୟୁରେଥ୍ରାଲ ମାଇକ୍ରୋୱେଭ ଥର୍ମୋଥେରାପି :
  2. ଏହି ପ୍ରକ୍ରିୟାରେ ବ୍ୟବହୃତ ମାଇକ୍ରୋୱେଭ ଉତ୍ତାପ ପ୍ରୋଷ୍ଟେଟର ଅବରୋଧ କରୁଥିବା ଟିସୁକୁ ପୋଡିଦିଏ ଯଦ୍ୱାରା ପରିଶ୍ରାର ଧାରା ସ୍ଵାଭାବିକ ହୁଏ ।

  3. ପ୍ରୋଷ୍ଟେଟର ଟ୍ରାନ୍ସ ୟୁରେଥ୍ରାଲ ନିଡଲ ଆବଲେସନ (ଟିୟୁଏନ୍ ଏ) :
  4. ଏହି ପ୍ରକ୍ରିୟାରେ ପରିଶ୍ରା ଧାରାକୁ ଅବରୋଧ କରୁଥିବା ବର୍ଦ୍ଧିତ ପ୍ରୋଷ୍ଟେଟ ଟିସୁକୁ ଜମାଟକରି ବାହାର କରିଦିଏ ।

  5. ୱାଟର – ଇଣ୍ଡ୍ୟୁସଡ୍ ଥ୍ରମୋଥେରାପି (ଡବ୍ଲୁ ଆଇ ଟି) :
  6. ଏହି ଯାନ୍ତ୍ରିକ ପ୍ରକ୍ରିୟାରେ ଗରମ ଜଳ ଉତ୍ତାପ ହୋଇ ଘନୀଭୂତ ହୋଇ ଅବରୋଧ କରୁଥିବା ପ୍ରୋଷ୍ଟେଟ ଟିସୁକୁ କାଟି ବାହାର କରିଦିଏ ।

  7. ପ୍ରୋଷ୍ଟେଟ ଷ୍ଟେସ୍ :
  8. ଏହି କୌଶଳ ପ୍ରୟୋଗକରି ଗୋଟିଏ ଷ୍ଟେପକୁ ପ୍ରୋଷ୍ଟେଟିକ ୟୁରେଥ୍ରାର ସରୁ ହୋଇଯାଇଥିବା ସ୍ଥାନରେ ସ୍ଥାନିତ କରାଯାଏ । ଷ୍ଟେପଟି ରାସ୍ତାକୁ ଖୋଲିଦିଏ ଏବଂ ସୁରୁଖୁରୁରେ ପରିଶ୍ରା ହୋଇଯାଏ । ଏହି ଷ୍ଟେପଟି ନମନୀୟ, ସ୍ଵୟଂ ବିସ୍ତାରିତ ଟିଟାନିୟମ ତାରର ଏକ ଯନ୍ତ୍ରାଂଶ ଯାହାକି ଦେଖିବାକୁ ଛୋଟ ସ୍ପ୍ରିଙ୍ଗ ବା କଏଲ ପରି ।

  9. ଟ୍ରାନ୍ସ ୟୁରେଥ୍ରାଲ ଲେଜର ଥେରାପି :
  10. ଏହି କୌଶଳ ପ୍ରୟୋଗକରି ଗୋଟିଏ ଷ୍ଟେପକୁ ପ୍ରୋଷ୍ଟେଟର ବାଧା ସୃଷ୍ଟି କରୁଥିବା ବର୍ଦ୍ଧିତ ଅଂଶକୁ ଧ୍ଵଂଶ କରାଯାଏ ।

ବିପିଏଚ ରୋଗୀ କେତେବେଳେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ?

ବିପିଏଚ ଆକ୍ରାନ୍ତ ରୋଗୀ ଡାକ୍ତରଙ୍କୁ ଯୋଗାଯୋଗ କରିବା ଉଚିତ୍ ଯେତେବେଳେ : -

  • ରୋଗୀ ପରିଶ୍ରା କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ ହୋଇଯିବାର ଅବସ୍ଥାରେ ଥିଲେ ।
ପରିଶ୍ରା କଲାବେଳେ ଯନ୍ତ୍ରଣା ଅନୁଭବ କରୁଥିଲେ କିମ୍ବା ଜଳାପୋଡା ହେଉଥିଲେ ଅଥବା ମଳଯୁକ୍ତ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

Last Modified : 8/18/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate