ହୋମ / ସ୍ଵାସ୍ଥ୍ୟ / ରୋଗ / ବୃକକ୍ / ବୃକକ୍ ପ୍ରତିରୋପଣ
ସେଆର କରନ୍ତୁ

ବୃକକ୍ ପ୍ରତିରୋପଣ

ବୃକକ୍ ପ୍ରତିରୋପଣର ସୂଚନା ।

ବୃକକ୍ ପ୍ରତିରୋପଣ ପଦ୍ଧତି

ବୃକକ୍ ପ୍ରତିରୋପଣ ବୃକକ୍ ପ୍ରତିରୋପଣ ଚିକିତ୍ସା ବିଜ୍ଞାନର ଏକ ଚରମ ସଫଳତା। ଶେଷ ସ୍ତରୀୟ ବୃକକ୍ ରୋଗୀଙ୍କ ପାଇଁ ସଫଳତାର ସହ ବୃକକ୍ ପ୍ରତିରୋପଣ ଅତ୍ୟନ୍ତ ଉତ୍ତମ ବିକଳ୍ପ ଚିକିତ୍ସା । ସଫଳ ବୃକକ୍ ପ୍ରତିରୋପଣ ପରେ ବା ପଦ୍ଧତି ସାଧାରଣ ବ୍ୟକ୍ତିଙ୍କ ପରି ହୋଇଥାଏ ।

  1. ପୂର୍ବ ପ୍ରତିରୋପଣ ସୂଚନା – (ପ୍ରତିରୋପଣର ସୂଚନା)
  2. ପ୍ରତିରୋପଣର ଶଲ୍ୟ ଚିକିତ୍ସା
  3. ପ୍ରତିରୋପଣର ପରବର୍ତ୍ତୀ ଯତ୍ନ
  4. ମୃତଦାତା (କାଡାଭେରିକ୍) ବୃକକ୍ ପ୍ରତିରୋପଣ

ପ୍ରତିରୋପଣର ପୂର୍ବ ସୂଚନା

ବୃକକ୍ ପ୍ରତିରୋପଣ କ’ଣ ?

ବୃକକ୍ ପ୍ରତିରୋପଣ ହେଉଛି ଏକ ଶଲ୍ୟ ଚିକିତ୍ସା ପଦ୍ଧତି ଯେଉଁଥିରେ ଏକ ସୁସ୍ଥ ବୃକକ୍ (ବନ୍ଧୁ ଥିବା ଦାତା କିମ୍ବା ମୃତ କାତାଭର ଦାତାଙ୍କ ଠାରୁ) ନେଇ ଶେଷ ଅବସ୍ଥାରେ ଥିବା ବୃକକ୍ ରୋଗୀ (ଗ୍ରହିତା) ଙ୍କ ଠାରେ ଲଗାଇ ଦିଆଯାଏ ।

କେତେବେଳେ ବୃକକ୍ ପ୍ରତିରୋପଣ ଅତି ଆବଶ୍ୟକ ହୁଏ ?

ଯେଉଁ ରୋଗୀର ବୃକକ୍ ଅଚଳ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ ସେମାନଙ୍କ ପାଇଁ ବୃକକ୍ ପ୍ରତିରୋପଣ ଅତି ଆବଶ୍ୟକ ହୁଏ ।

କେତେବେଳେ ବୃକକ୍ ଅଚଳ ହୋଇଗଲେ ମଧ୍ୟ ବୃକକ୍ ପ୍ରତିରୋପଣ ଦରକାର ହୁଏନାହିଁ ?

  • ଯେତେବେଳେ କୌଣସି ଲୋକର ୨ଟି ବୃକକ୍ ରୁ ଗୋଟିଏର କାର୍ଯ୍ୟ କିଛି ସମୟ ବନ୍ଦ ହୋଇଥାଏ ଯାହାକୁ ଆକ୍ୟୁଟ ବୃକକ୍ ଅଚଳାବସ୍ଥା କୁହାଯାଏ ସେହି ଅବସ୍ଥାରେ ବୃକକ୍ ପ୍ରତିରୋପଣ ଆବଶ୍ୟକ ।

ବୃକକ୍ ଅଚଳ ହେବାର ଶେଷ ଅବସ୍ଥାରେ କାହିଁକି ବୃକକ୍ ପ୍ରତିରୋପଣ ଆବଶ୍ୟକ ହୋଇପଡେ ?

ଡାୟଲିସିସ୍ ସହିତ ଔଷଧୀୟ ଚିକିତ୍ସା ଶେଷସ୍ତରରେ ଥିବା ବୃକକ୍ ରୋଗୀକୁ ସାହାଯ୍ୟ କରେ କିନ୍ତୁ ପୁରାପୁରି ଭଲ କରେ ନାହିଁ । ସଫଳତାଯୁକ୍ତ ବୃକକ୍ ପ୍ରତିରୋପଣ ଶେଷସ୍ତରରେ ଥିବା ବୃକକ୍ ରୋଗୀଙ୍କ ପାଇଁ ଏକମାତ୍ର ସୁସ୍ଥ ଚିକିତ୍ସା ପଦ୍ଧତି ଯେହେତୁ ବୃକକ୍ ରୋଗୀଙ୍କ ପାଇଁ ଏକମାତ୍ର ସୁସ୍ଥ ଚିକିତ୍ସା ପଦ୍ଧତି । ଯେହେତୁ ବୃକକ୍ ପ୍ରତିରୋପଣ ଜୀବନ ବଞ୍ଚାଏ ଏବଂ ଏକ ସୁସ୍ଥ ସାଧାରଣ ଜୀବନ ନିର୍ବାହ କରିପାରେ । ତେଣୁ ଏହାକୁ ‘ଜୀବନର ଉପହାର’ ବୋଲି କୁହାଯାଇପାରେ ।

ବୃକକ୍ ପ୍ରତିରୋପଣର ଉପକାରିତା ଗୁଡିକ କ’ଣ ?

  • ରୋଗୀ ଏକ ସୁସ୍ଥ ଓ ସାଧାରଣ ଜୀବନଯାପନ କରିବା ସହିତ ଅଧିକ ଶକ୍ତ ଓ ଉତ୍ପାଦନ କ୍ଷମ ହୁଏ ।
  • ସମୟର ଅପଚୟ, ଡାୟଲିସିସ୍ ଜନିତ ଅସୁବିଧାରୁ ମୁକ୍ତି ଓ ବିଭିନ୍ନ ପ୍ରକାର ଶାରୀରିକ କଷ୍ଟରୁ ମୁକ୍ତି ମିଳେ ।
  • ଡାୟଲିସିସ୍ ଦ୍ଵାରା ବଢୁଥିବା ବ୍ୟକ୍ତିଠାରୁ ବୃକକ୍ ପ୍ରତିରୋପଣ କରିଥିବା ବ୍ୟକ୍ତି ଦୀର୍ଘଜୀବନ ବିତାଏ ।
  • ଖାଦ୍ୟ ଓ ପାନୀୟ ଉପରେ ଥିବା ନିୟନ୍ତ୍ରଣ କମିଯାଏ ।
  • ଡାୟଲିସିସ୍ ରେ ଜଟିଳତା ଯୁକ୍ତ ବିପଦର ମାତ୍ରା ଅଧିକ ଥାଏ କିନ୍ତୁ ପ୍ରତିରୋପଣ ଜନିତ ଜଟିଳତା କମ୍ ହୁଏ ।
  • ବୃକକ୍ ପ୍ରତିରୋପଣର ପ୍ରାଥମିକ ଖର୍ଚ୍ଚ ଅତି ଅଧିକ । ମାତ୍ର ୨/୪ ବର୍ଷପରେ ବୃକକ୍ ପ୍ରତିରୋପଣ ଚିକିତ୍ସା ଖର୍ଚ୍ଚ କମିଯାଏ ଏବଂ ଏହା ଡାୟଲିସିସ୍ ଚିକିତ୍ସା ଏବଂ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚଠାରୁ ମଧ୍ୟ କମ୍ ହୁଏ, ଯାହାକି ଅଧିକ ଖର୍ଚ୍ଚଯୁକ୍ତ ।
  • ପୁରୁଷମାନଙ୍କ ଯୌନ ଜୀବନ ଉନ୍ନତ ହୁଏ ଓ ସ୍ତ୍ରୀ ମାନଙ୍କର ଗର୍ଭଧାରଣ କ୍ଷମତା ବଢିଯାଏ ।

ବୃକକ୍ ପ୍ରତିରୋପଣର ଅସୁବିଧା ଗୁଡିକ କ’ଣ ?

ବୃକକ୍ ପ୍ରତିରୋପଣର କେତେ ଗୁଡିଏ ଅସୁବିଧା ମଧ୍ୟ ରହିଛି ସେଗୁଡିକ ହେଲା :

  • ଗୁରୁତ୍ଵପୂର୍ଣ୍ଣ ଶଲ୍ୟ ଚିକିତ୍ସାର ବିପଦ : ବୃକକ୍ ପ୍ରତିରୋପଣ ପାଇଁ ଜେନେରାଲ ଆନେସ୍ ଥେସିଆ ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ଶଲ୍ୟ ଚିକିତ୍ସା କରିବାକୁ ପଡିଥାଏ । ଶଲ୍ୟ ଚିକିତ୍ସାର ପୂର୍ବ ଓ ପରବର୍ତ୍ତୀ ସମ୍ଭାବ୍ୟ ବିପଦ ମଧ୍ୟ ତା’ ସହିତ ରହିଛି ।
  • ଆଗ୍ରାହ୍ୟ କରିବାର ବିପଦ : ଏଥିରେ ଶତପ୍ରତିଶତ ଦୃଢ ଭାବରେ କହିହେବନାହିଁ କି ଯେ ଶରୀର ଅନ୍ୟର ବୃକକ୍ କୁ ପ୍ରତିରୋପଣ କରାଯିବା ପରେ ଗ୍ରହଣ କରିନେବ । କିନ୍ତୁ ନୂଆ ଏବଂ ଭଲ ଇସ୍ୟୁନୋସ୍ ପ୍ରେସା ଔଷଧର ଲଭ୍ୟତା ଯୋଗୁ ପୂର୍ବରୁ ହେଉଥିବା ଆଗ୍ରାହ୍ୟର ମାତାଠାରୁ ବର୍ତ୍ତମାନର ମାତ୍ରା କିଛିଟା କମ୍ ଅଛି ।
  • ନିୟମିତ ଔଷଧ ସେବନ । ନିୟମିତ ଔଷଧ ସେବନ ଜରୁରୀ ଯେପର୍ଯ୍ୟନ୍ତ ବୃକକ୍ କାର୍ଯ୍ୟକ୍ଷମ ନହୋଇଛି ସେପର୍ଯ୍ୟନ୍ତ ଅନିୟମିତ, ହଜାଇଦେବା କିମ୍ବା ପୁରାମାତ୍ରାର ଇସ୍ୟୁନୋସ୍ ପ୍ରେସା ଔଷଧକୁ ପୁରା ମାତ୍ରାରେ ନଖାଇବାର ପରିଣତି ହେଉଛି ପ୍ରତିରୋପଣ କରାଯାଇଥିବା ବୃକକ୍ ର ଅଚଳ ହେବାର ବିପଦ ଅଥବା ଆଗ୍ରାହ୍ୟ ମଧ୍ୟ ହୋଇପାରେ ।
  • ସଂକ୍ରମଣର ବିପଦ ଅଧିକ । ଔଷଧର ପାର୍ଶ୍ଵପ୍ରତିକ୍ରିୟା ମାଲିଗ୍ରାନ୍ସି ହୋଇପାରେ ।
  • ଚିନ୍ତା ପ୍ରତିରୋପଣ ପୂର୍ବରୁ ବୃକକ୍ ଦାନ କରିବା ଲୋକର ଅପେକ୍ଷା ସଫଳ ପ୍ରତିରୋପଣର ଅନିଶ୍ଚିତତା ପ୍ରତିରୋପିତ ବୃକକ୍ ଅକାମୀ ହୋଇପାରେ ? ଏବଂ ପ୍ରତିରୋପଣ ପରେ ନୂଆ ପ୍ରତିରୋପିତ ବୃକକ୍ ର କାର୍ଯ୍ୟ କମିଗଲେ ଚିନ୍ତାର ମାତ୍ରା ବଢିଯାଏ ।
  • ପ୍ରାଥମିକ ସ୍ତରରେ ଖର୍ଚ୍ଚର ମୂଲ୍ୟ ମାତ୍ରାଧିକ ଥାଏ ।

ବୃକକ୍ ପ୍ରତିରୋପଣର ବିରୋଧାଭାବ କ’ଣ ?

ଶେଷସ୍ତରରେ ଥିବା ବୃକକ୍ ରୋଗୀଙ୍କ ବୃକକ୍ ପ୍ରତିରୋପଣ ମଧ୍ୟ ବିପଦପୂର୍ଣ୍ଣ ହୋଇପାରେ ଯଦି ରୋଗୀ ଅତିଶୟ ମାତ୍ରାରେ ସଂକ୍ରମଣରେ ପୀଡିତ ହୋଇଥାଏ କିମ୍ବା ଚିକିତ୍ସା ହୋଇନପାରିବା ପରି ମାଲେଗ୍ରାନ୍ସରେ ପୀଡିତ ହୋଇଥାଏ । ସେମାନଙ୍କୁ ବୃକକ୍ ପ୍ରତିରୋପଣ କରିବା ପାଇଁ ଅନୁମତି ମଧ୍ୟ ଦିଆଯାଏନାହିଁ ।

ଆହୁରି ମଧ୍ୟ ଯେଉଁ ରୋଗୀ ମାନସିକ ବିକାରଗ୍ରସ୍ତ କିମ୍ବା ମାନସିକ ଅସୁସ୍ଥ ହୋଇଥିବ, ଅସ୍ଥିର କାରୋନାରୀ ଆର୍ଟେରି ରୋଗରେ ପୀଡିତ ହୋଇଥିବ କିମ୍ବା ରିଫ୍ରାକ୍ଟୋରୀ, କଗ୍ନିଟିଭ ହାର୍ଟ ଫେଲ୍ୟୁଅର, ଅତିଶୟ ପେରିଫେରାଲ ଭାସ୍କୁଲାର ରୋଗ କିମ୍ବା ଅନ୍ୟକେତେକ ଡାକ୍ତରୀ ଅସୁବିଧା ରହିଥିବ ସେପରି ରୋଗୀଙ୍କର ମଧ୍ୟ ବୃକକ୍ ପ୍ରତିରୋପଣ କରାଯାଏ ନାହିଁ ।

ବୃକକ୍ ଗାହିତାର ବୟସସୀମା କେତେ ?

ସେପରି କୌଣସି ସ୍ଥିର ମାନଦଣ୍ଡ ବୃକକ୍ ପ୍ରତିରୋପିତ ଗ୍ରହିତାଙ୍କର ନାହିଁ । କିନ୍ତୁ ଏହା ସାଧାରଣତଃ ୫ରୁ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଲୋକଙ୍କୁ ସୁପାରିସ୍ କରାଯାଏ ।

ପ୍ରତିରୋପଣ ପାଇଁ ପସନ୍ଦଯୋଗ୍ୟ ବୃକକର ମୂଳ ଆଧାର କ’ଣ ?

ବୃକକ୍ ପ୍ରତିରୋପଣର ତିନୋଟି ପଦ୍ଧତି ବା ଆଧାର ହେଉଛି ୧ ଜୀବିତ ସମ୍ପର୍କୀୟ ଦାତା, ବଢୁଥିବା କିନ୍ତୁ ସମ୍ପର୍କ ନଥିବା ଦାତା ଏବଂ ମୃତ (କାତାଭର ଦାତା) ଜୀବିତ ସମ୍ପର୍କୀୟ ଦାତା ହେଉଛି ଉକ୍ତ ସମ୍ପର୍କୀୟ ଗ୍ରହୀତାର (ରୋଗୀର) ଭାଇ, ଭଉଣୀ, ପୁଅ, ଝିଅ, ଦାଦା, ଖୁଡି କିମ୍ବା ପୁତୁରା, ଝିଆରୀ ଇତ୍ୟାଦି । ଜୀବିତ ସମ୍ପର୍କ ନଥିବା ଦାତା ମଧ୍ୟ ବୈବାହିକ ସମ୍ପର୍କୀୟ ଅର୍ଥାତ୍ ସ୍ଵାମୀ କିମ୍ବା ସ୍ତ୍ରୀ କିମ୍ବା ସାଙ୍ଗ ଇତ୍ୟାଦି । ମୃତ (କାତାଭର) ଲୋକଙ୍କର ମସ୍ତିଷ୍କ ନିଷ୍କ୍ରିୟ ହେବାପରେ ତାର ଶରୀରରୁ ବୃକକ୍ କାଢି ନିଆଯାଇଥାଏ ।

କିଏ ସବୁଠାରୁ ଆଦର୍ଶ ବୃକକ୍ ଦାତା : ଅଭିନ୍ନ ଯମଜ ସନ୍ତାନ ହେଉଛି ଆଦର୍ଶ ବୃକକ୍ ଦାତା ଯାହାକି ସବୁଠାରୁ ଭଲ ସୁଯୋଗ ବୃକକ୍ ପ୍ରତିରୋପଣ ପରେ ବନ୍ଧୁ ରହିବାପାଇଁ ।

କିଏ ବୃକକ୍ ଦାନ କରିପାରେ?

ଦୁଇଟି ବୃକକ୍ ଥିବା ସୁସ୍ଥ ବ୍ୟକ୍ତିର ରକ୍ତ ଗ୍ରୁପ ଏବଂ ଟିସୁ ଗୁଡିକ ଯଦି ବୃକକ୍ ଗ୍ରହୀତାଙ୍କ ସହ ଖାପ ଖାଉଥିବ ତେବେ ସେ ଦାନ କରିପାରିବେ । ସାଧାରଣ ଦାତାଙ୍କ ବୟସ ସୀମା ୧୮ରୁ ୬୫ ବର୍ଷ ମଧ୍ୟରେ ହେବା ଉଚିତ୍ ।

ବୃକକ୍ ଦାନକାରୀକୁ ଡ଼ାକ୍ତର ବିଭାଗ କିପରି ସ୍ଥିର କରେ ?

ରକ୍ତ ବିଭାଗର ଦୃଢ ବନ୍ଧନ ହେଉଛି ଅତି ଗୁରୁତ୍ଵପୂର୍ଣ୍ଣ ବୃକକ୍ ପ୍ରତିରୋପଣ କ୍ଷେତ୍ରରେ । ଗ୍ରହୀତା ଏବଂ ଦାତା ଏକା ରକ୍ତ ବିଭାଗର କିମ୍ବା ଦୃଢ ବନ୍ଧନଯୁକ୍ତ ବିଭାଗର ହେବା କିପରି ଉଚିତ୍ ତାହା ନିମ୍ନରେ ଦିଆଗଲା ।

ଯଦି ପରିବାରର କେହି ଦାତା ବୃକକ୍ ଦିଏ ତେବେ ବୃକକ୍ ପ୍ରତିରୋପଣର ସଫଳତା ସର୍ବାଧିକ ଦେଖାଯାଏ ।

ଗ୍ରହୀତାର ରକ୍ତ ବିଭାଗ

ଦାତାର ରକ୍ତ ବିଭାଗ

ଏ କିମ୍ବା ଓ

ବି

ବି କିମ୍ବା ଓ

ଏ ବି

ଏ ବି, ଏ, ବି କିମ୍ବା ଓ

କେଉଁ ମାନେ ବୃକକ୍ ଦାନ କରିପାରିବେ ନାହିଁ ?

ସମ୍ଭାବ୍ୟ ବନ୍ଧୁଥିବା ଦାତା ଚିକିତ୍ସାଗତଭାବେ ଏବଂ ମାନସିକ ସ୍ତରରେ ତନ୍ନତନ୍ନ କରି ପରୀକ୍ଷାକରି ସ୍ଥିର ହେବା ଦରକାର ଯେ, ସେ ବୃକକ୍ ଦାନ କରିବ । ଯାହା ଦାତା ପାଇଁ ବିପଦମୁକ୍ତ ଅଟେ । ସମ୍ଭବତଃ ଜୀବିତ ବୃକକ୍ ଦାତା ଯଦି ଡାଇବେଟିସ, ମେଲିଟସ୍, କର୍କଟ, ଏଚ.ଆଇ.ଭି. ବୃକକ୍ର ରୋଗୀ, ଉଚ୍ଚରକ୍ତଚାପ କିମ୍ବା ଅନ୍ୟ ଡାକ୍ତରୀ କିମ୍ବା ମାନସିକ ଅସୁସ୍ଥ ରୋଗରେ ପୀଡିତ ହୋଇଥିବେ ତେବେ, ସେ ବୃକକ୍ ଦାନ କରିପାରିବେ ନାହିଁ ।

ଜୀବିତ ବୃକକ୍ ଦାତାଙ୍କ ବିପଦର ସମ୍ଭାବନା କ’ଣ ?

ଜଣେ ସମ୍ଭାବ୍ୟ ବୃକକ୍ ଦାତାର ତନ୍ନ ତନ୍ନ କରି ମୂଲ୍ୟ ନିରୂପଣ କରାଯିବ ଏହି କଥା ଜାଣିବାପାଇଁ ଯେ ଦାତା ପାଇଁ ବୃକକ୍ ଦାନ ବିପଦମୁକ୍ତ କି ନାହିଁ । ଗୋଟିଏ ବୃକକ୍ ରେ ମଧ୍ୟ ଜଣେ ଦାତା ସାଧାରଣ ଓ ସୁସ୍ଥ ଜୀବନ ଯାପନ କରିପାରିବ । ବୃକକ୍ ଦାନ ପରେ ଯୌନଜୀବନ ବାଧାପ୍ରାପ୍ତ ହେବନାହିଁ । ଜଣେ ସ୍ତ୍ରୀ ଲୋକ ସନ୍ତାନ ଜନ୍ମ କରିପାରିବ ଓ ଜଣେ ପୁରୁଷ ଦାତା ମଧ୍ୟ ପିତା ହୋଇପାରିବ ।

ସମ୍ଭାବ୍ୟ ବିପଦ ଜଣେ ବୃକକ୍ ଦାତାର ହେଉଛି ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଶଲ୍ୟ ଚିକିତ୍ସା ରୋଗକୁ ସଙ୍କୁଚିତ କରିବ କାରଣ ସେମାନଙ୍କ ପାଖରେ କେବଳ ବୃକକ୍ ଥାଏ ତେଣୁ ବିପଦ ହୋଇପାରେ ।

ଯୋଡା ବୃକକ୍ ଦାନ କ’ଣ ?

ବୃକକ୍ ପ୍ରତିରୋପଣ ବା ଡାୟଲିସିସ୍ ହୋଇଥିବା ରୋଗଗ୍ରସ୍ତ ଦାତାଠାରୁ ଜୀବିତ ଦାତା ବୃକକ୍ ପ୍ରତିରୋପଣରେ ବହୁଗୁଡିଏ ଲାଭ ଥାଏ ।

ପ୍ରତିରୋପଣ ଅସ୍ତ୍ରୋପ୍ରଚାର

କିପରି ବୃକକ୍ ପ୍ରତିରୋପିତ ହୁଏ ?

ଅସ୍ତ୍ରୋପ୍ରଚାର ପୂର୍ବରୁ ଉଚିତ୍ ଡାକ୍ତରୀ ଏବଂ ମାନସିକ ଓ ସାମାଜିକ ଚିକିତ୍ସା କରାଯାଏ ଏହା ନିଶ୍ଚିତ ହେବାପାଇଁ ଯେ ଉଭୟ ଦାତା ଏବଂ ଗ୍ରହୀତା (ଜୀବିତ ବୃକକ୍ ଦାତାଙ୍କ ପ୍ରତିରୋପଣ କ୍ଷେତ୍ରରେ) ସୁସ୍ଥ ଏବଂ ସୁରକ୍ଷିତ ଅଛନ୍ତି । ଗ୍ରହୀତା ଏବଂ ଦାତା ଉଭୟ ରକ୍ତ ବିଭାଗ ଏବଂ ଏଚ୍ ଏଲ ଏକୁ ପରୀକ୍ଷା କରି ଠିକ୍ ଭାବରେ ମିଶାଇ ନିଶ୍ଚିତ କରାଯାଏ ।

ବୃକକ୍ ପ୍ରତିରୋପଣ

ବୃକକ୍ ପ୍ରତିରୋପଣ ଏକ ଦଳଗତ କାର୍ଯ୍ୟ, ନେଫ୍ରୋଲୋଜିଷ୍ଟପ୍ରତିରୋପଣ ଶଲ୍ୟ ଚିକିତ୍ସକ, ଆନେସ୍ରେସିଷ୍ଟ ଏବଂ ସାହାଯ୍ୟକାରୀ ସେବିକା ବୃନ୍ଦଙ୍କ ସହିତ ପ୍ରତିରୋପଣ ଯୋଗାଯୋଗ କରୁଥିବା ବ୍ୟକ୍ତିଙ୍କୁ ନେଇ କରାଯାଏ ।

  • ପ୍ରାଳଭାବେ ପ୍ରଣାଳୀକୁ ବୁଝାଇବାପରେ ସମ୍ମତିପତ୍ରକୁ ଯତ୍ନର ସହିତ ପଢିସାରିବା ପରେ ଉଭୟ ଦାତା ଏବଂ ଗ୍ରହୀତା (ବନ୍ଧୁଥିବା ବୃକକ୍ ଦାତା) ଙ୍କର ସମ୍ମତି ଗ୍ରହଣ କରାଯାଏ ।
  • ଜୀବିତ ବୃକକ୍ ଦାତାଙ୍କର ପ୍ରତିରୋପଣ ଅସ୍ତ୍ରୋପ୍ରଚାର କ୍ଷେତ୍ରରେ ଉଭୟ ଦାତା ଏବଂ ଗ୍ରହୀତାଙ୍କର ଅସ୍ତ୍ରୋପ୍ରଚାର ଏକାଦିକ୍ରମେ କରାଯାଏ ।
  • ଏହି ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପ୍ରଚାର କ୍ଷେତ୍ରରେ ସାଧାରଣ ନିଶ୍ଚେତକ ପ୍ରୟୋଗ କରାଯାଇ ୩ରୁ ୫ ଘଣ୍ଟା ମଧ୍ୟରେ ସମ୍ପନ୍ନ କରାଯାଏ ।
  • ଜୀବିତ ବୃକକ୍ ଦାତାଙ୍କର ଅସ୍ତ୍ରୋପ୍ରଚାର ସମୟରେ ବାମପଟ ବୃକକ୍ କଢାଯାଇ ଏକ ସ୍ଵତନ୍ତ୍ର ଥଣ୍ଡା ମିଶ୍ରଣରେ ଧୋଇ ଦିଆଯାଏ ଏବଂ ଧୋଇସାରିବାପରେ ବୃକକ୍ ଟିକୁ ଗ୍ରହୀତାର ଡାହାଣ ପାର୍ଶ୍ଵ ତଳଭାଗରେ (ପେଲ୍ ଭିକ) ପଟରେ ସ୍ଥାନିତ ବା ପ୍ରତିରୋପିତ କରାଯାଏ । ଏହି ଅସ୍ତ୍ରୋପ୍ରଚାର ଖୋଲା ଅସ୍ତ୍ରୋପ୍ରଚାର କିମ୍ବା ଲାପ୍ରୋସ୍କ୍ରୋପିକ ଅସ୍ତ୍ରୋପ୍ରଚାର ମାଧ୍ୟମରେ କରାଯାଏ ।
  • ଅଧିକାଂଶ କ୍ଷେତ୍ରରେ ଗ୍ରହୀତାର ପୁରୁଣା ରୋଗାଗ୍ରସ୍ତ ବୃକକ୍ କୁ ବାହାର କରାଯାଏ ନାହିଁ ।
  • ଜୀବିତ ବ୍ୟକ୍ତିଙ୍କଠାରୁ ମିଳିଥିବା ବୃକକ୍ ପ୍ରତିରୋପଣ ପରେ ତୁରନ୍ତ କାର୍ଯ୍ୟଆରମ୍ଭ କରେ କିନ୍ତୁ ମୃତ ବ୍ୟକ୍ତିଙ୍କଠାରୁ ସଂଗୃହୀତ ବୃକକ୍ କାର୍ଯ୍ୟକରିବାରେ ବିଳମ୍ବ କରେ, ତେବେ ଗ୍ରହୀତାର ପ୍ରତିରୋପିତ ବୃକକ୍ କାର୍ଯ୍ୟଆରମ୍ଭ କରିବା ପର୍ଯ୍ୟନ୍ତ ଡାୟଲିସିସ୍ ଚିକିତ୍ସା କରାଯାଏ ।
  • ଅଧିକାଂଶ କ୍ଷେତ୍ରରେ ଗ୍ରହୀତାର ପୁରୁଣା ରୋଗାଗ୍ରସ୍ତ ବୃକକ୍ କୁ ବାହାର କରାଯାଏ ନାହିଁ ।
  • ଜୀବିତ ବ୍ୟକ୍ତିଙ୍କଠାରୁ ମିଳିଥିବା ବୃକକ୍ ପ୍ରତିରୋପଣ ପରେ ତୁରନ୍ତ କାର୍ଯ୍ୟଆରମ୍ଭ କରେ କିନ୍ତୁ ମୃତ ବ୍ୟକ୍ତିଙ୍କଠାରୁ ସଂଗୃହୀତ ବୃକକ୍ ପ୍ରତିରୋପଣ ପରେ କିଛିଦିନ ଅଥବା କିଛି ସପ୍ତାହ ପରେ ଆର୍ଯ୍ୟଆରମ୍ଭ କରେ । ଯଦି ପ୍ରତିରୋପିତ ବୃକକ୍ କାର୍ଯ୍ୟ କରିବାରେ ବିଳମ୍ବ କରେ । ତେବେ ଗ୍ରହୀତାର ପ୍ରତିରୋପିତ ବୃକକ୍ କାର୍ଯ୍ୟଆରମ୍ଭ କରିବା ପର୍ଯ୍ୟନ୍ତ ଡାୟଲିସିସ୍ ଚିକିତ୍ସା କରାଯାଏ ।
  • ପ୍ରତିରୋପଣ ପରେ ନେଫ୍ରୋଲୋଜିଷ୍ଟ ରୋଗୀର ଚିକିତ୍ସା ତଦାରଖ କରିଥାନ୍ତି ।

ପ୍ରତିରୋପଣ ପରବର୍ତ୍ତୀ ଯତ୍ନ

ପ୍ରତିରୋପଣ ପରବର୍ତ୍ତୀ ଅସୁବିଧା ସବୁ କ’ଣ ହୋଇପାରେ ?

ପ୍ରତିରୋପଣ ପରବର୍ତ୍ତୀ ସମ୍ଭାବ୍ୟ ଅସୁବିଧା ଗୁଡିକ ମଧ୍ୟରେ ବୃକକ୍ ଆଗ୍ରାହ୍ୟ, ସଂକ୍ରମଣ, ଔଷଧର ପାର୍ଶ୍ଵପ୍ରତିକ୍ରିୟା, ଅସ୍ତ୍ରୋପଚାରିକ ପ୍ରଣାଳୀର ବିପଦ ଇତ୍ୟାଦି ଅନ୍ୟତମ ।

ପ୍ରତିରୋପଣ ପରବର୍ତ୍ତୀ ସମୟରେ ନେବାକୁ ଥିବା ପ୍ରମୁଖ ଯତ୍ନ ଗୁଡିକ ହେଉଛି : -

  • ପ୍ରତିରୋପଣ ପରବର୍ତ୍ତୀ ଔଷଧ ଚିକିତ୍ସା ଏବଂ ବୃକକ୍ ପ୍ରତ୍ୟାଖ୍ୟାନ ।
  • ବୃକକ୍ ପ୍ରତିରୋପଣପରେ ସତର୍କତା ସ୍ୱରୂପ ପ୍ରତିରୋପିତ ହୋଇଥିବା ବୃକକ୍ ର ସୁସ୍ଥତା ରକ୍ଷା କରିବା ସହିତ ପୂର୍ବ ସତର୍କତା ଅବଲମ୍ବନ କରି ସଂକ୍ରମଣ ରୁ ମୁକ୍ତ ରଖିବା ।

ପ୍ରତିରୋପଣ ପରବର୍ତ୍ତୀ ଔଷଧ ଚିକିତ୍ସା ଏବଂ ବୃକକ୍ ପ୍ରତ୍ୟାଖ୍ୟାନ ବୃକକ୍ ପ୍ରତିରୋପଣ ପରବର୍ତ୍ତୀ ଅସ୍ତ୍ରୋପଚାରିକ ପରିଚାଳନା କିପରି ଅନ୍ୟ ସାଧାରଣ ଅସ୍ତ୍ରୋପ୍ରଚାର ଠାରୁ ଭିନ୍ନ ହୋଇଥାଏ ।

ଅନେକ ସାଧାରଣ ଅସ୍ତ୍ରୋପ୍ରଚାର ପରବର୍ତ୍ତୀ ଔଷଧ ଚିକିତ୍ସା ଏବଂ ଯତ୍ନ ପ୍ରାୟତଃ ୭ରୁ ୧୦ ଦିନ ଦରକାର ହୋଇଥାଏ, କିନ୍ତୁ ବୃକକ୍ ପ୍ରତିରୋପଣ ପରେ ଶେଷ ଜୀବନ କ୍ରମାଗତ ଔଷଧ ଚିକିତ୍ସା ଏବଂ ନିର୍ଦ୍ଧିଷ୍ଟ ଯତ୍ନ ଆବଶ୍ୟକ ହୋଇଥାଏ ।

ବୃକକ୍ ପ୍ରତ୍ୟାଖ୍ୟାନ କ’ଣ?

ଶରୀରର ପ୍ରତିରୋଧକ ଶକ୍ତିର ନିର୍ମାଣଶୈଳୀ ଏପରି ଯେ ସେ ବାହ୍ୟ ପଦାର୍ଥକୁ ଚିହ୍ନି ତାକୁ ନଷ୍ଟ କରିଦିଏ । ଉଦାହରଣ ସ୍ୱରୂପ କ୍ଷତିକାରକ ବ୍ୟାକ୍ଟେରିଆ କିମ୍ବା ଭାଇରସ୍ ହୋଇପାରେ । କିନ୍ତୁ ଯେତେବେଳେ ଗ୍ରହୀତାର ଶରୀର ଗ୍ରହଣ କରାଯାଇଥିବା ବୃକକ୍ ସେହି ଶରୀରର ଏକ ଅଂଶ ନୁହେଁ ବୋଲି ଚିହ୍ନିଯାଏ, ସେତେବେଳେ ତା’ର ପ୍ରତିରୋଧକ ପ୍ରଣାଳୀ ପ୍ରତିରୋପିତ ବୃକକ୍ ଉପରେ ଆକ୍ରମଣ କରିଦିଏ ଏବଂ ତାକୁ ନଷ୍ଟ କରିବାପାଇଁ ଚେଷ୍ଟାକରେ । ପ୍ରତିରୋପିତ ବୃକକ୍ ଉପରେ ଦେଇଥିବା ପ୍ରାକୃତିକ ରକ୍ଷାକାରୀଙ୍କ ଆକ୍ରମଣକୁ ବୃକକ୍ ପ୍ରତ୍ୟାଖ୍ୟାନ କୁହାଯାଏ । ଯେତେବେଳେ ବୃକକ୍ ଗ୍ରହୀତାର ଶରୀର ପ୍ରତିରୋପିତ ବୃକକ୍ କୁ ଗ୍ରହଣ ନ କରେ ସେହି ପରିସ୍ଥିତିକୁ ପ୍ରତ୍ୟାଖ୍ୟାନ କୁହାଯାଏ ।

କେତେବେଳେ ବୃକକ୍ ପ୍ରତ୍ୟାଖ୍ୟାନ ଘଟେ ଏବଂ ଏହାର ପ୍ରଭାବ କ’ଣ ?

ବୃକକ୍ ପ୍ରତିରୋପଣ ହେବାପରେ ଶରୀର କୌଣସି ସମୟରେ ମଧ୍ୟ ବୃକକ୍ କୁ ପ୍ରତ୍ୟାଖ୍ୟାନ କରିପାରେ । କିନ୍ତୁ ପ୍ରାୟତଃ ଛଅ ମାସ ମଧ୍ୟରେ ପ୍ରତ୍ୟାଖ୍ୟାନ ର ସମ୍ଭାବନା ଅଧିକ । ରୋଗୀମାନଙ୍କ ଠାରେ ପ୍ରତ୍ୟାଖ୍ୟାନ ର ପ୍ରକାର ମଧ୍ୟ ଭିନ୍ନ ଭିନ୍ନ ହୋଇପାରେ । ଅତି ଅଳ୍ପ ମାତ୍ରାର ପ୍ରତ୍ୟାଖ୍ୟାନକୁ ଇମ୍ୟୁନୋସପ୍ରେସା ଚିକିତ୍ସା ଦ୍ଵାରା ଏଡାଇଦିଆଯାଇପାରେ । କିନ୍ତୁ କେତେକ ରୋଗୀଙ୍କ କ୍ଷେତ୍ରରେ ପ୍ରତ୍ୟାଖ୍ୟାନ ଏତେ ତୀବ୍ର ହୋଇଥାଏ ଯେ, ଯାହାକୁ ଔଷଧ ଦ୍ଵାରା ଚିକିତ୍ସା କରାଯାଇପାରେ ନାହିଁ । ଏପରି ମଧ୍ୟ ହୋଇଥାଏ ଯେ, ଆଗ୍ରାହ୍ୟ ହେବାଦ୍ଵାରା ପ୍ରତିରୋପିତ ବୃକକ୍ କୁ ନଷ୍ଟ କରିଦିଏ ।

ଜଣେ ରୋଗୀ ବୃକକ୍ ପ୍ରତିରୋପଣ ପରେ ବୃକକ୍ ଆଗ୍ରାହ୍ୟନ ହେବାପାଇଁ ପୂର୍ବ ସତର୍କତା ରୂପେ କେଉଁ ଚିକିତ୍ସା ରହିଥାଏ ?

  • ଶରୀରର ପ୍ରତିରୋଧକ ଶକ୍ତିର ପ୍ରଭାବ ଯୋଗୁଁ ପ୍ରତିରୋପିତ ବୃକକ୍ କୁ ଆଗ୍ରାହ୍ୟ କରିବାର ବିପଦ ସବୁବେଳେ ରହିଥାଏ ।
  • ଯଦି ଶରୀରର ପ୍ରତିରୋଧକ ଶକ୍ତିକୁ ପୁରାପୁରି ଛାପି ଦିଆଯାଏ ତେବେ ଆଗ୍ରାହ୍ୟ କରିବାର ବିପଦ ଟଳି ଯାଇପାରେ କିନ୍ତୁ ଜୀବନପ୍ରତି ବିପଦ ସୃଷ୍ଟିକାରୀ ସଂକ୍ରମଣରେ ଆକ୍ରାନ୍ତ ହେବାର ସମ୍ଭାବନା ବଢିଯାଏ ।
  • ରୋଗୀକୁ ବୃକକ୍ ପ୍ରତିରୋପଣ ପରେ ବୃକକ୍ ଟିକୁ ଆଗ୍ରାହ୍ୟ ରୁ ରକ୍ଷାକରିବା ପାଇଁ କେତେକ ସ୍ଵତନ୍ତ୍ର ଔଷଧ ନିୟମିତ ସେବନ କରିବାକୁ ଦିଆଯାଏ, ଏହା ପ୍ରତିରୋଧକ ଶକ୍ତିର ପରିବର୍ତ୍ତନ କରିଥାଏ ଯାହାକି ରୋଗୀର ପ୍ରତିରୋଧକ କାର୍ଯ୍ୟ ଦକ୍ଷତା ଉପରେ ଅତି ଅଳ୍ପମାତ୍ରାରେ ପ୍ରଭାବ ପକାଇଥାଏ ଏବଂ ସଂକ୍ରମଣକୁ ପ୍ରତିହତ କରିବା କାର୍ଯ୍ୟରେ ମଧ୍ୟ ପ୍ରଭାବ ପକାଏ । ଏହି ସ୍ଵତନ୍ତ୍ର ଔଷଧକୁ ଚିକିତ୍ସା ଶାସ୍ତ୍ରରେ ‘ଇମ୍ୟୁନୋ ସପ୍ରେସା’ କୁହାଯାଏ ।
  • ବହୁଳ ଭାବରେ ବ୍ୟବହୃତ ଇମ୍ୟୁନୋସପ୍ରେସା ଔଷଧ ଗୁଡିକ ହେଲା ପେତନିସୋଲୋନ ସାଇକ୍ଲୋସ୍ପୋରିନ୍, ଆଜ୍ ଥିଓପ୍ରିନ୍ ମାଇକୋଫେନୋଲେଟ୍ ମୋଫେଟିଲ (ଏମ୍ ଏମ୍ ଏଫ) ଟ୍ରାକୋଲିମସ ଏବଂ ସିରୋଲିମସ୍ ।

ବୃକକ୍ ପ୍ରତିରୋପଣ କରିଥିବା ବ୍ୟକ୍ତି ‘ଇମ୍ୟୁନୋ ସପ୍ରେସା’ ଔଷଧକୁ କ୍ରମାଗତ ଭାବେ କେତେଦିନ ଦରକାର କରିବ?

ପ୍ରତିରୋପିତ ବୃକକ୍ କୁ ଆଗ୍ରାହ୍ୟ ହେବାରୁ ସୁରକ୍ଷା ଦେବାପାଇଁ ରୋଗୀକୁ ଇମ୍ୟୁନୋ ସପ୍ରେସା ଔଷଧ ସାରାଜୀବନ ଖାଇବାକୁ ପଡେ । ଆରମ୍ଭରୁ ସାଧାରଣତଃ ବିଭିନ୍ନ ପ୍ରକାରର ଇମ୍ୟୁନୋ ସପ୍ରେସା ଔଷଧ ଦିଆଯାଏ , କିନ୍ତୁ କାଳକ୍ରମେ ଔଷଧର ସଂଖ୍ୟା ପୂର୍ବପାରୁ ରହିଲେ ମଧ୍ୟ ମାତ୍ରା ଆସ୍ତେ ଆସ୍ତେ କମାଇ ଦିଆଯାଏ ।

ବୃକକ୍ ପ୍ରତିରୋପଣ ପରେ ରୋଗୀ ଅନ୍ୟକିଛି ଔଷଧ ଆବଶ୍ୟକ କରେ କି?

ବୃକକ୍ ପ୍ରତିରୋପଣ ପରେ ରୋଗୀକୁ ଇମ୍ୟୁନୋସପ୍ରେସା ଔଷଧ ସହ ଆଣ୍ଟି ହାଇପରଟେନ୍ ସିଭ ଔଷଧ, ଏବଂ ଡିୟୁରେଟିକସ୍, କ୍ୟାଲସିୟମ ଭିଟାମିନ ଏବଂ ସଂକ୍ରମଣରୁ ମୁକ୍ତ ରହିବା ପାଇଁ ଔଷଧ ସହିତ ଆଣ୍ଟିଅଲସର ଔଷଧ ଗୁଡିକ ସାଧାରଣତଃ ଦିଆଯାଇଥାଏ ।

ଇମ୍ୟୁନୋସପ୍ରେସା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ସବୁ କ’ଣ ?

ସାଧାରଣ ପାର୍ଶ୍ଵ ପ୍ରତିକ୍ରିୟା ଗୁଡିକ ନିମ୍ନରେ ପ୍ରଦତ୍ତ ହେଲା : -

ଔଷଧ

ସାଧାରଣ ପାର୍ଶ୍ଵପ୍ରତିକ୍ରିୟା

ପ୍ରେଡ୍ ନିସୋଲୋନ

ଓଜନବୃଦ୍ଧି, ଉଚ୍ଚରକ୍ତଚାପ, ବାୟୁଜନିତ ପ୍ରତିକ୍ରିୟା, ଭୋକ ବଢିବା, ମଧୁମେହ ଜନିତ ବିପଦ ବଢିବା, କାଟେରାକ୍ଟ, ଅଷ୍ଟିଓପୋରୋସିସ୍ ଇତ୍ୟାଦି ।

ସାଇକ୍ଲୋସ୍ପୋରିନ

ଉଚ୍ଚରକ୍ତଚାପ, ଅଳ୍ପଟ୍ରେମର, ମାତ୍ରାଧିକ ବାଲଟି ଡିବା, ଦାନ୍ତର ମାଢି ଫୁଲିବା, ବୃକକ୍ ର କ୍ଷତି, ଡାଇବେଟିସ୍ ର ବିପଦ ବୃଦ୍ଧି ।

ଆଜାଥିଓ ପ୍ରିନ ଏମ୍ ଏଫ ଟ୍ରାକୋଲିମସ୍

ବୋନମ୍ୟାରା ସପ୍ରେସନ, ସଂକ୍ରମଣର ବିପଦ ବୃଦ୍ଧି, ପେଟ କାଟିବା, ଏମ୍ ବାନ୍ତି ହେବା ଏବଂ ଡାଇରିଆ, ଉଚ୍ଚରକ୍ତଚାପ, ଡାଇବେଟିସ୍, ଟ୍ରେମର, ମୁଣ୍ଡବିନ୍ଧା, ବୃକକ୍ ର କ୍ଷତି ।

ସିରୋଲିମସ୍

ଉଚ୍ଚ ରକ୍ତଚାପ, କମ୍ ରକ୍ତ କଣିକାର ଗଣତି, ଡାଇରିଆ, ବ୍ରଣ , ଗଣ୍ଠିବିନ୍ଧା, କୋଲେଷ୍ଟ୍ରୋଲ ବୃଦ୍ଧି, ଟ୍ରାଇ ଗ୍ଲିସେରାଇଡ ବୃଦ୍ଧି ।

ଯଦି ପ୍ରତିରୋପିତ ବୃକକ୍ ଅଚଳ ହୁଏ ତେବେ କ’ଣ ହେବ?

ଯଦି ପ୍ରତିରୋପିତ ବୃକକ୍ ଅକାମୀ ବା ଅଚଳ ହୋଇଯାଏ, ତେବେ ଦୁଇଟି ଚିକିତ୍ସା ପଦ୍ଧତି ଅଛି, ପ୍ରଥମତଃ ଦ୍ଵିତୀୟଥର ପାଇଁ ପ୍ରତିରୋପଣ କିମ୍ବା ଡାୟଲିସିସ୍ ପ୍ରକ୍ରିୟା ଜାରି ରଖିବା ।

ବୃକକ୍ ପ୍ରତିରୋପଣ ପରେ ସତର୍କତା ?

ସଫଳ ବୃକକ୍ ପ୍ରତିରୋପଣ, ନୂଆ ସାଧାରଣ ସୁସ୍ଥ ଏବଂ ସ୍ଵାଧୀନ ଜୀବନ ପ୍ରଦାନ କରେ । କିନ୍ତୁ ଏହାମଧ୍ୟ ଅତ୍ୟନ୍ତ ଆବଶ୍ୟକ କରେ ଯେ ବଢିବା ପାଇଁ ଏକ ଶୃଙ୍ଖଳିତ ଜୀବନ ଅତିବାହିତ କରିବା ଏବଂ ପୂର୍ବ ସତର୍କତା ଗ୍ରହଣ ପୂର୍ବକ ପ୍ରତିରୋପିତ ବୃକକ୍ ସୁରକ୍ଷା ଏବଂ ନିଜକୁ ସଂକ୍ରମଣରୁ ରକ୍ଷା କରିବା ।

ପ୍ରତିରୋପିତ ବୃକକ୍ କୁ ସୁସ୍ଥ ସୁରକ୍ଷିତ ପାଇଁ ସାଧାରଣ ଦିଗ୍ ଦର୍ଶନର ମାର୍ଗ ଗୁଡିକ ହେଲା : -

  • ଔଷଧ ସେବନରେ ଅବହେଳା ଅଥବା ମାତ୍ରାରେ ପରିବର୍ତ୍ତନ କରିବା ଅନୁଚିତ୍ । ମନେରଖିବା ଉଚିତ୍ ଯେ ପ୍ରତିରୋପିତ ବୃକକ୍ ଅକାମୀ ହେବାପାଇଁ ଅନିୟମିତ ଔଷଧ ସେବନ କିମ୍ବା ସେଥିରେ ଇଚ୍ଛାନୁଯାୟୀ ପରିବର୍ତ୍ତନ କିମ୍ବା ବ୍ୟତିକ୍ରମ ହିଁ ଦାୟୀ ।
  • ସର୍ବଦା ରୋଗୀ ନିଜେ ଗ୍ରହଣ କରୁଥିବା ବା ସେବନ କରୁଥିବା ଔଷଧ ଏବଂ ତା’ର ମାତ୍ରାର ଏକ ତାଲିକା ନିଜ ପାଖରେ ରଖିବା ସହିତ ଉଚିତ୍ ମାତ୍ରାର ଔଷଧ ମଧ୍ୟ ଗଚ୍ଛିତ ରଖିବା ଆବଶ୍ୟକ । କେବେହେଲେ ମଧ୍ୟ ଓଭର-ଦ-କାଉ ର ଔଷଧ କିମ୍ବା ହର୍ବାଲ ଔଷଧ ବୈଦ୍ୟଙ୍କ ପରାମର୍ଶରେ ପରିବର୍ତ୍ତନ କରି ଖାଇବା ଉଚିତ୍ ନୁହେଁ ।
  • ରକ୍ତଚାପ ମାପିବା, ପରିଶ୍ରାର ମାତ୍ରା ମାପିବା, ଓଜନ ଏବଂ ରକ୍ତରେ ଶର୍କରାର ପରିମାଣ (ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ) ପ୍ରତ୍ୟକ ଦିନ ମାପ କରି ଏକ ରେକର୍ଡ ବା ଲିଖିତ ତାଲିକା ରଖିବା ଉଚିତ୍ ।
  • ଡାକ୍ତରଙ୍କ ତତ୍ତ୍ଵାବଧାନରେ ନିୟମିତ ଲାବୋରେଟୋରୀ ପରୀକ୍ଷା ଗୁଡିକ କରାଇବା ବାଧ୍ୟତାମୂଳକ ।
  • ପ୍ରତିଷ୍ଠିତ ପରୀକ୍ଷାଗାର ଗୁଡିକରେ କେବଳ ରକ୍ତ ପରୀକ୍ଷା କରାଇବା ଉଚିତ୍ । ଯଦି ପରୀକ୍ଷାଗାରର ବିବରଣୀ ବା ତଥ୍ୟ ସନ୍ତୋଷଜନକ ନହୁଏ ତେବେ ଅନ୍ୟ ଏକ ପରୀକ୍ଷାଗାରରେ ସେହି ସମସ୍ତ ପରୀକ୍ଷା କରାଇନେବା ଉଚିତ୍ । ଯେତେ ଚଞ୍ଚଳ ହେଉ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍ ।
  • ଯଦି ଜରୁରୀକାଳୀନ ପରିସ୍ଥିତିରେ ତୁମେ ଜଣେ ଡାକ୍ତରଙ୍କୁ ପରାମର୍ଶ କର, ଯିଏ କି ତୁମ ରୋଗ ବିଷୟରେ ଅନଭିଜ୍ଞ ତେବେ ତୁମେ ତାଙ୍କୁ ଜଣେ ବୃକକ୍ ପ୍ରତିରୋପଣକାରୀ ରୋଗୀ ଭାବେ ଜଣାଇବା ସହିତ ସଂକ୍ଷେପରେ ତୁମର ନିୟମିତ ଔଷଧ ସମ୍ପର୍କରେ ଅବଗତ କରାଇ ଚିକିତ୍ସା କରାଇବା ଉଚିତ୍ ।
  • ବୃକକ୍ ପ୍ରତିରୋପଣ ପରେ ଖାଦ୍ୟ ଖାଇବାରେ ନିୟନ୍ତ୍ରଣ ବହୁ ମାତ୍ରାରେ କମିଯାଏ । ଏକ ନିର୍ଦ୍ଧିଷ୍ଟ ସମୟାନୁଯାୟୀ, ଉଚିତ୍ କ୍ୟାଲୋରୀଯୁକ୍ତ, ଭିଟାମିନଯୁକ୍ତ, ସୁଷମା ଓ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ୍ । ଲୁଣ, ଚିନି ଓ ତେଲ ଯୁକ୍ତ ଖାଦ୍ୟ ଓ ଅଧିକ ତନ୍ତୁଜାତୀୟ ଖାଦ୍ୟ ଖାଇବା ସହ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଉଚିତ୍ ।
  • ପ୍ରତିଦିନ ତିନି ଲିଟରରୁ ଅଧିକ ପାଣି ପିଇବା ଆବଶ୍ୟକ ।
  • ଶାରୀରିକ ସୁସ୍ଥତା ଏବଂ ଓଜନର ନିୟନ୍ତ୍ରଣ ପାଇଁ ପ୍ରତ୍ୟକ ଦିନ ବ୍ୟାୟାମ କରିବା ଆବଶ୍ୟକ । ମାତ୍ରାଧିକ ଶାରୀରିକ ପରିଶ୍ରମ ଏବଂ ଶାରୀରିକ କ୍ରୀଡା ଉଦାହରଣ ସ୍ୱରୂପ : - ମଲ୍ଲ ଯୁଦ୍ଧ ଫୁଟବଲ ଇତ୍ୟାଦି ଖେଳକୁ ଖେଳିବା ଅନୁଚିତ୍ ।
  • ପ୍ରତିରୋପଣର ଦୁଇମାସ ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସୁରକ୍ଷିତ ଭାବରେ ଯୌନକ୍ରିୟା କରାଯାଇପାରେ ।
  • ଧୂମପାନ ଏମ ମଦ୍ୟପାନ ଉଭୟରୁ ବିରତ ରହି ଜୀବନ ଥିବା ପର୍ଯ୍ୟନ୍ତ ତାକୁ ନିଷେଧ କରିବା ଉଚିତ୍ ।

ସଂକ୍ରମଣରୁ ରକ୍ଷା ପାଇବାପାଇଁ ପୂର୍ବ ସତର୍କତା :-

  • ଜନଗହଳି ପୂର୍ଣ୍ଣ ସ୍ଥାନ ଯଥା – ସିନେମା ଗୃହ, ସପିଙ୍ଗମଲ, ସର୍ବସାଧାରଣଯାତ୍ରୀବାହି ଯାନ ବାହାନ ଯେଉଁଥିରେ ସଂକ୍ରମଣର ସମ୍ଭାବନା ଅଧିକ ଥାଏ ସେହିପରି ଜନଗହଳି ପୂର୍ଣ୍ଣ ସ୍ଥାନରୁ ଯଥାଶିଘ୍ର ପଳାଇ ଆସିବା ଉଚିତ୍ ।
  • ସର୍ବଦା ଜନଗହଳି ପୂର୍ଣ୍ଣ ସାର୍ବଜନୀନ ସ୍ଥାନରେ ବିଶୋଧିତ ମୁଖା ପିନ୍ଧିବା ଉଚିତ୍ ।
  • ଏହା ପ୍ରଥମ ତିନିମାସ ପାଇଁ ଅତ୍ୟନ୍ତ ଜରୁରୀ ।
  • ସିଝା ହୋଇ ଛଣା ହୋଇଥିବା ପାଣି ପିଇବା ଜରୁରୀ ।
  • ସର୍ବଦା ପରିଷ୍କାର ବାସନରେ ସଦ୍ୟ ରନ୍ଧା ଗୃହ ତିଆରି ଖାଦ୍ୟ ଖାଇବା ଉଚିତ୍ । ପ୍ରତିରୋପଣର ପ୍ରଥମ ତିନିମାସ କଞ୍ଚାଫଳ କିମ୍ବା ପାରିବା ନ ଖାଇବା ଉଚିତ୍ ।
  • ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ଔଷଧ ଖାଇବା ପୂର୍ବରୁ ଏବଂ ଶୌଚାଳୟ ଯିବା ପରେ ସର୍ବଦା ହାତକୁ ସାବୁନରେ ଭଲକରି ପରିଷ୍କାର କରିବା ଉଚିତ୍ ।
  • ସର୍ବଦା ଘରକୁ ପରିଷ୍କାର ରଖିବା ଉଚିତ୍ ।
  • ଦିନକୁ ଦୁଇଥର, ସକାଳୁ ଉଠିବାପରେ ଏବଂ ରାତିରେ ଶୋଇବା ପୂର୍ବରୁ ଦୁଇଥର ଦାନ୍ତ ଘଷିବା ସହିତ ଦାନ୍ତର ଯତ୍ନ ନେବା ଉଚିତ୍ ।
  • କୌଣସି କ୍ଷତସ୍ଥାନ ଯଥା – କଟିଯାଇଥିବା, ଘଷିହୋଇ ଆଞ୍ଚୁଡି ହୋଇଥିବା ସ୍ଥାନକୁ ଅବହେଳା ନକରି ତୁରନ୍ତ ତାକୁ ପରିଷ୍କାର କରି ଔଷଧ ଲଗାଇ ବା ମଲମ ଲଗାଇ ପଟି ବା ଡ୍ରେସିଙ୍ଗ କରିବା ଉଚିତ୍ ।

ଡାକ୍ତରଙ୍କ ସହ ପରାମର୍ଶ ଅଥବା ପ୍ରତିରୋପଣ କେନ୍ଦ୍ର ସହ ତୁରନ୍ତ ଯୋଗାଯୋଗ କରିବ ଯଦି :-

  • ବୃକକ୍ ପ୍ରତିରୋପଣ କରାଯାଇଥିବା ରୋଗୀର ଜ୍ଵର ୧୦୦୦ ଫାରେନହିଟ୍ ରୁ ଅଧିକ ହୁଏ କିମ୍ବା ଥଣ୍ଡା କିମ୍ବା ତତ୍ ସଂଲଗ୍ନ କୌଣସି ସମସ୍ୟା ଯେପରିକି ବିନ୍ଧାବିନ୍ଧି ହେବା ଶରୀରପୀଡା କିମ୍ବା ମୁଣ୍ଡବିନ୍ଧା ହେବା କିମ୍ବା ସେହିପରି ସମସ୍ୟା କ୍ରମାଗତ ଭାବରେ ଅନୁଭୂତ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ଅଥବା ପ୍ରତିରୋପଣ କେନ୍ଦ୍ର ଯୋଗାଯୋଗ ଆବଶ୍ୟକ ।
  • ଯଦି ପ୍ରତିରୋପଣ କରାଯାଇଥିବା ବୃକକ୍ ର ବାହ୍ୟପାର୍ଶ୍ଵ ଏବଂ ଚର୍ତୁପାର୍ଶ୍ଵ ନାଲି ଦେଖାଯାଇ ଯନ୍ତ୍ରଣା ଅନୁଭବ ହୁଏ ତେବେ ।
  • ପରିଶ୍ରାର ପରିମାଣ ଏକ ନିର୍ଦ୍ଧିଷ୍ଟ ମାତ୍ରାରେ ନହୋଇ କମ୍ ହେଲେ ତରଳର ମାତ୍ରା ବୃଦ୍ଧି ପାଇ ଫୁଲିଗଲେ କିମ୍ବା ଅତିଶିଘ୍ର ଓଜନ ବଢିଗଲେ (ଦିନକୁ ଗୋଟେ କେ.ଭି. ରୁ ଅଧିକ) ହେଲେ । ପରିଶ୍ରାରେ ରକ୍ତ ପଡିଲେ କିମ୍ବା ପରିଶ୍ରା କଲାବେଳେ ଜ୍ଵଳନ ହେଲେ ।
  • କାଶ ହେଲେ କିମ୍ବା ଅଣନିଃଶ୍ଵାସୀ ଲାଗିଲେ, ବାନ୍ତି ହେଲେ କିମ୍ବା ଡାଇରିଆ ହେଲେ ।
  • ନୂଆ ଏବଂ ଅସ୍ଵାଭାବିକ ଲକ୍ଷଣ ସବୁ ଦେଖାଦେଲେ ବା ବଢିଲେ ।

କାହିଁକି ସ୍ୱଳ୍ପ ବୃକକ୍ ପ୍ରତିରୋପଣ କରିବା ପାଇଁ ସମର୍ଥ ହୋଇଥାଆନ୍ତି ?

କ୍ରନିକ୍ ବୃକକ୍ ରୋଗରେ ବୃକକ୍ ଅକାମୀ କିମ୍ବା ଶେଷ ସ୍ତରରେ ପହଞ୍ଚିଲେ ରୋଗୀଙ୍କ ପାଇଁ ବୃକକ୍ ପ୍ରତିରୋପଣ ହେଉଛି ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଉତ୍ତମ ଚିକିତ୍ସା ବ୍ୟବସ୍ଥା । ସେଥିପାଇଁ ବହୁ ସଂଖ୍ୟକ ବ୍ୟକ୍ତି ବୃକକ୍ ପ୍ରତିରୋପଣ ଆବଶ୍ୟକ କରନ୍ତି ଏବଂ ଇଚ୍ଛା ମଧ୍ୟ କରନ୍ତି ।

ତିନୋଟି ଗୁରୁତ୍ୱପୂର୍ଣ୍ଣ କାରଣ ଏବଂ ପ୍ରତିରୋପଣର ସୀମିତ ସଂଖ୍ୟକ ସାଧ୍ୟତା ହେଉଛି :-

  1. ବୃକକ୍ ର ଅଲଭ୍ୟତା : ଅନେକ ରୋଗୀଙ୍କ ମଧ୍ୟରୁ ଅଳ୍ପ କେତେକ ରୋଗୀ ବହୁତ ସୌଭାଗ୍ୟଶାଳୀ ଯେଉଁମାନେ ଜୀବିତ କିମ୍ବା ମରୁତ ବୃକକ୍ ଦାତାଙ୍କୁ (ସମ୍ପର୍କୀୟ କିମ୍ବା ସମ୍ପର୍କୀୟ ହୋଇନଥିବା ବ୍ୟକ୍ତି) ପାଇ ପାରନ୍ତି । ଜୀବିତ ବୃକକ୍ ଡାଟା ମିଳିବା ଏକ କଟିବା ସମସ୍ୟା ଏବଂ ମୃତ ବୃକକ୍ ଦାତା ପାଇବା ପାଇଁ ଲମ୍ବା ଅପେକ୍ଷାରେ ରହିବାକୁ ହୁଏ ।
  2. ବ୍ୟୟ ବହୁଳ : ପ୍ରତିରୋପଣ ଅସ୍ତ୍ରୋପ୍ରଚାର ଏବଂ ପରବର୍ତ୍ତୀ ଚିକିତ୍ସା ଖର୍ଚ୍ଚ ଶେଷ ଜୀବନ ପର୍ଯ୍ୟନ୍ତ ଅତ୍ୟନ୍ତ ବ୍ୟୟବହୁଳ ଯାହାକି ଏକ ବିକାଶଶୀଳ ରାଷ୍ଟ୍ରରେ ବାସ କରୁଥିବା ଅଧିକାଂଶ ବ୍ୟକ୍ତି ବା ରୋଗୀଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ।
  3. ସୁବିଧା ସୁଯୋଗର ଅଭାବ : ବହୁ ବିକାଶଶୀଳ ରାଷ୍ଟ୍ରରେ ବୃକକ୍ ପ୍ରତିରୋପଣ କରିବାର ସୁବିଧା ଉପଲବ୍ଧ ହୋଇପାରେ ନାହିଁ ।

ମୃତ (କାଡାଭେରିକ) ବୃକକ୍ ପ୍ରତିରୋପଣ

ମୃତ ବ୍ୟକ୍ତିର ବୃକକ୍ ର ପ୍ରତିରୋପଣ କ’ଣ ?

କ୍ରନିକ୍ ବୃକକ୍ ରୋଗୀ ଯାହାର ଦୁଇଟିଯାକ ବୃକକ୍ ନଷ୍ଟ ହୋଇଯାଇଥାଏ ତା’ର ଶରୀରରେ, ଜଣେ ମୃତ ବ୍ୟକ୍ତି ଯାହାର ମସ୍ତିଷ୍କ ମୃତ୍ୟୁ, ହୃଦଗତ ମୃତ୍ୟୁ କିମ୍ବା ଦୁର୍ଘଟଣାରେ ମୃତ୍ୟୁ ହୋଇଗଲେ ସେ ଦାନକରି ଯାଇଥିବା ବୃକକ୍ କୁ କଢାଯାଇ ପୁନଃ ରୋଗୀଟିର ଶରୀରରେ ପ୍ରତିରୋପଣ କରାଯାଇ ତାକୁ (କାଡାଭରିକ) ପ୍ରତିରୋପଣ କୁହାଯାଏ । ମୃତ ବ୍ୟକ୍ତିର ବୃକକ୍ ସେ ବଢୁଥିବା ସମୟରେ ଦାନ କରିବା ପାଇଁ ସମ୍ମତି ଦେଇଥିବା ଆବଶ୍ୟକ ଅଥବା ତା’ର ମୃତ୍ୟୁପରେ ତାଙ୍କ ପରିବାର ଲୋକମାନେ ଦାନ କରିବାରେ ସମ୍ମତି ପ୍ରଦାନ କରିଲେ ମୃତ ବ୍ୟକ୍ତି (କାଡାଭରିକ) ପ୍ରତିରୋପଣ ସମ୍ଭବ ହୋଇପାରିବ ।

ମୃତ ବ୍ୟକ୍ତିର ବୃକକ୍ ହାନୀ ବ୍ୟକ୍ତି ଶରୀରରେ ପ୍ରତିରୋପଣ କରିବା ଆବଶ୍ୟକତା କାହିଁକି ରହିଛି ?

ଜୀବିତ ବୃକକ୍ ଦାତାଙ୍କର ଘୋର ଅଭାବ ଯୋଗୁଁ ବହୁ ସଂଖ୍ୟକ କ୍ରନିକ୍ ବୃକକ୍ ରୋଗୀ ବୃକକ୍ ପ୍ରତିରୋପଣ ଅପେକ୍ଷାରେ ଦୀର୍ଘଦିନ ଡାୟଲିସିସ୍ ଚିକିତ୍ସାରେ ବନ୍ଧୁଥାନ୍ତି । କେବଳ ଏକମାତ୍ର ଆଶା କୌଣସି ମୃତ ବ୍ୟକ୍ତିଙ୍କ ଠାରୁ ବୃକକ୍ ଦାନ ସୂତ୍ରରେ ପାଇବା, ଯଦି ଜଣେ ବ୍ୟକ୍ତି ମୃତ୍ୟୁପରେ ତାଙ୍କ ବୃକକ୍ ଦାନକରି ଦୁଇଟି ଜୀବନ ବଞ୍ଚାଇପାରେ ତେବେ ତା’ଠାରୁ ଅତି ମହତ ମାନବ ସେବା ଆଉକିଛି ନାହିଁ । ଅବୈଧ ବୃକକ୍ ବ୍ୟାପାର ଏବଂ ବୃକକ୍ ଚୋରୀ ପରି ଘୃଣ୍ୟ କାର୍ଯ୍ୟ ମୃତ ବ୍ୟକ୍ତିର ବୃକକ୍ ଦାନ ହିଁ ବନ୍ଦ କରିପାରିବ ।

ମସ୍ତିଷ୍କ ମୃତ କ’ଣ ?

ସାଧାରଣଭାବେ ବୁଝିଲେ ‘ମୃତ୍ୟୁ’ ର ଅର୍ଥ ହୃଦ ସ୍ପନ୍ଦନ ଚିରଦିନଲାଗି ବନ୍ଦ ହୋଇଯିବା । ମସ୍ତିଷ୍କ ମୃତ୍ୟୁ ହେଉଛି ମସ୍ତିଷ୍କର ସମସ୍ତ କାର୍ଯ୍ୟ ବନ୍ଦ ହୋଇଯିବା ଅର୍ଥାତ୍ ପୂର୍ଣ୍ଣ ପ୍ରତିକୂଳ ନିବୃତ୍ତି ଯାହା ମୃତ୍ୟୁ ସହ ସମାନ । ଡାକ୍ତରଖାନାରେ ଅଚେତ ଅବସ୍ଥାରେ ଭେଣ୍ଟିଲେଟର କାଢିନେବାପରେ ବ୍ୟକ୍ତି ମୃତ୍ୟୁବରଣ କରେ ଏପରି ମୃତ୍ୟୁକୁ ଡାକ୍ତର ସୂଚିତ କରିଥାଆନ୍ତି ।

ମସ୍ତିଷ୍କ ମୃତ ନିର୍ଣ୍ଣୟ କରିବାର ମାପଦଣ୍ଡ :-

  1. ଯଦି ଯୋଗୀ ଅଚେତ ହୋଇ କୋମାରେ ପୀଡିତ ଥାଏ ଏବଂ କୋମାର କାରଣ, (ଉଦାହରଣ ସ୍ୱରୂପ : ମସ୍ତିଷ୍କ ଟ୍ରମା, ବ୍ରେନ ହାମୋରେଜ) ଡାକ୍ତରୀ ପରୀକ୍ଷା, ଲାବୋରେଟୋରୀପରୀକ୍ଷା ଏବଂ ନ୍ୟୁରୋଇମେନିଙ୍ଗ ରୁ ଦୃଢଭାବରେ ନିଶ୍ଚିତ କରିହୁଏ ଯେ ମସ୍ତିଷ୍କ ମୃତ ହୋଇଛି କି ନାହିଁ । ଆହୁରି ମଧ୍ୟ କେତେକ ଔଷଧୀୟ ପ୍ରତିକ୍ରିୟା (ଉଦାହରଣ ସ୍ୱରୂପ ଉତ୍ତେଜନା ହ୍ରାସକାରୀ ଔଷଧ, ବାତନିବାରକ ଔଷଧ, ମାଂସପେଶୀ ଶିଥିଳକାରୀ ଔଷଧ, ଅବସାଦ ନିବାରକ ଔଷଧ, ସମ୍ଭୋଦନ ଜନକ ଔଷଧ, ଏବଂ ମାଦକଦ୍ରବ୍ୟ ) ମେଟୋବୋଲିକ୍ ଏବଂ ଏଣ୍ଡ୍ରୋକ୍ରାଇନ କାରଣ ଯୋଗୁଁ ଯଦି ଅଚେତ ଅବସ୍ଥା ସୃଷ୍ଟି ହୋଇଥାଏ ତେବେ ତାହାକୁ ଅନୁଭୂତ ‘ମସ୍ତିଷ୍କ ମୃତ’ ବୋଲି କୁହାଯାଇଥାଏ ।
  2. ଯଦି ଚିକିତ୍ସା ବିଶେଷଜ୍ଞଙ୍କ ତତ୍ତ୍ଵାବଧାନରେ ଆବଶ୍ୟକ ଚିକିତ୍ସା ସତ୍ତ୍ୱେ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ବ୍ୟକ୍ତି ପୂର୍ବାବସ୍ଥାକୁ ଫେରିବାର କୌଣସି ସମ୍ଭାବନା ନ ରହିଲେ ଏବଂ ରୋଗୀ ଗଭୀର କୋମା ଅବସ୍ଥାକୁ ଚାଲିଗଲେ ତାକୁ ମୃତ (ମସ୍ତିଷ୍କ ମୃତ) ଘୋଷିତ କରାଯାଏ ।
  3. ମସ୍ତିଷ୍କ ମୃତ ବ୍ୟକ୍ତି ସ୍ଵତଃସ୍ପୁର୍ତ୍ତ ଭାବରେ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅକ୍ଷମ ତେଣୁ ତାକୁ ଭେଣ୍ଟିଲେଟର ମାଧ୍ୟମରେ କୃତ୍ରିମ ଉପାୟରେ ବଞ୍ଚାଇ ରଖାଯାଇଥାଏ।
  4. ହୃଦସ୍ପନ୍ଦନ, ରକ୍ତଚାପ ଏବଂ ରକ୍ତ ବହନ ପ୍ରକ୍ରିୟା ଭେଣ୍ଟିଲେଟର ମାଧ୍ୟମରେ ସମାହିତ କରାଯାଏ, ଏବଂ ଅନ୍ୟାନ୍ୟ ଜୀବନ ସହାୟକ ଯନ୍ତ୍ର ମଧ୍ୟ ଲଗାଯାଇଥାଏ ।

ମସ୍ତିଷ୍କ ମୃତ ଏବଂ ଅଚେତନ ମଧ୍ୟରେ ପାର୍ଥକ୍ୟ କ’ଣ ?

ଅଚେତ ଅବସ୍ଥାରେ ରୋଗୀର ଭେଣ୍ଟିଲେଟର ଆବଶ୍ୟକ ହୋଇପାରେ ନ ପାରେ ଏବଂ ଉଚିତ୍ ଚିକିତ୍ସା ଦ୍ଵାରା ରୋଗୀ ପୂର୍ବାବସ୍ଥାକୁ ଫେରିଆସେ, ଯେଉଁଠିକି ମସ୍ତିଷ୍କ ମୃତ ରୋଗୀ ଉପଯୁକ୍ତ ଚିକିତ୍ସାରେ ପୂର୍ବାବସ୍ଥାକୁ ଫେରେନାହିଁ । ଭେଣ୍ଟିଲେଟର ସହାୟତା ବିନା ରଖାଯାଇପାରେ ନାହିଁ । ସେ କୌଣସି ଡାକ୍ତରୀ ଅଥବା ଶଲ୍ୟ ଚିକିତ୍ସା ପରେ ମଧ୍ୟ ପୂର୍ବାବସ୍ଥାକୁ ଫେରିବାର ସମ୍ଭାବନା ନ ଥାଏ । ମସ୍ତିଷ୍କ ମୃତ ରୋଗୀର ଭେଣ୍ଟିଲେଟର ସହାୟତାରେ ହୃଦ ସ୍ପନ୍ଦନ କରାଯାଇଥାଏ । ତେଣୁ ଭେଣ୍ଟିଲେଟର କାଢିଦେଲେ ରୋଗୀର ମୃତ୍ୟୁ ହୋଇଯାଏ । ସ୍ଵତଃଭାବରେ ମୃତ ବ୍ୟକ୍ତି ମସ୍ତିଷ୍କ ମୃତ ବ୍ୟକ୍ତିକୁ ମଧ୍ୟ ବେଶୀଦିନ ସ୍ଵତଃସ୍ପୁର୍ତ୍ତ ଭାବରେ ଭେଣ୍ଟିଲେଟର ମାଧ୍ୟମରେ ଜୀବିତ ରଖାଯାଇ ପାରିବନାହିଁ, ତା’ର ହୃଦୟ ମଧ୍ୟ ସମାନୁପାତରେ ବନ୍ଦ ହୋଇଯାଏ ।

କେହି ମୃତ୍ୟୁପରେ ବୃକକ୍ ଦାନ କରିପାରେ କି ?

ନା, ଚକ୍ଷୁଦାନ ପରି ମୃତ୍ୟୁପରେ ବୃକକ୍ ଦାନ ସମ୍ଭବ ନୁହେଁ ଯେତେବେଳେ ମୃତ୍ୟୁ ଘଟେ ହୃଦ ସ୍ପନ୍ଦନ ବନ୍ଦ ହୋଇଯାଏ ସେହି ସମୟରେ ବୃକକ୍ କୁ ରକ୍ତ ପ୍ରେରଣା ମଧ୍ୟ ବନ୍ଦ ହୋଇଯାଏ । ଏହା ଇରେଭରସିବଲ୍ ହୋଇଥିବା ଯୋଗୁଁ ବୃକକ୍ ର ମାତ୍ରାଧିକ କ୍ଷତି କରିଥାଏ । ବୃକକ୍ ର ପ୍ରତିରୋପଣ ପାଇଁ ତା’ର ପୂର୍ବ ସୁରକ୍ଷା ଆବଶ୍ୟକ ପଡେ ।

‘ମସ୍ତିଷ୍କ ମୃତ୍ୟୁ’ ର ସାଧାରଣ କାରଣ କ’ଣ ?

ମୁଣ୍ଡ ଭିତରେ କ୍ଷତ (ଦୁର୍ଘଟଣା ଜନିତ) ଇନଟ୍ରାକ୍ରାନିଏଲ ବରେନ ହାମୋରେଜ, ବରେନ ଇନଫ୍ରାକ୍ଟ ଏବଂ ବରେନ ଟ୍ୟୁମର, ଏଗୁଡିକ ସବୁ ସାଧାରଣ କାରଣ ।

କେତେବେଳେ ଓ କିପରି ‘ମସ୍ତିଷ୍କ ମୃତ’ ବୋଲି ନିର୍ଣ୍ଣୟ କରାଯାଏ ? କିଏ ମସ୍ତିଷ୍କର ମୃତ କୁ ନିର୍ଣ୍ଣୟ କରନ୍ତି ?

ଯେତେବେଳେ ଜଣେ ଗଭୀର କୋମା ଅବସ୍ଥାରେ ଥିବା ରୋଗୀ ଭେଣ୍ଟିଲେଟର ଅନ୍ୟାନ୍ୟ ଜୀବନରକ୍ଷାକାରୀ ଯନ୍ତ୍ର ମାଧ୍ୟମରେ ଜୀବିତ ଥାଏ ଏବଂ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କ୍ଲିନିକାଲ ଏବଂ ନ୍ୟୁରୋଲୋଜିକାଲ ପରୀକ୍ଷାରେ କୌଣସି ଉନ୍ନତି ହେବାର ଲକ୍ଷଣ ବା ସମ୍ଭାବନା ନଥାଏ ସେ କ୍ଷେତ୍ରରେ ‘ମସ୍ତିଷ୍କ ମୃତ’ ହୋଇଥିବାର ଜଣାଯାଏ । ଏକ ବିଶେଷଜ୍ଞ ଦକତାରି ଦଳ ଯେଉଁଥିରେ ରୋଗୀକୁ ଚିକିତ୍ସା କରୁଥିବା ଡାକ୍ତରୀ ଜଣେ ନ୍ୟୁରୋଫିଜିସିଆନ, ଜଣେ ନ୍ୟୁରୋସର୍ଜନ ଓ ଅନ୍ୟାନ୍ୟ ରହିଥିବେ ସେହି ଦଳ ସ୍ଵତନ୍ତ୍ରଭାବେ ପରୀକ୍ଷା ନିରୀକ୍ଷା କରିସାରିବା ପରେ ରୋଗୀର ମସ୍ତିଷ୍କ ମୃତ ହେଲା ବୋଲି ଜଣାଇଥାଆନ୍ତି । ସେମାନଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା ମଧ୍ୟରେ ଲାବୋରେଟୋରୀ ପରୀକ୍ଷା, ସ୍ଵତନ୍ତ୍ର ଇଇଜିପରୀକ୍ଷା ଓ ଅନ୍ୟାନ୍ୟ ତଦନ୍ତରୁ ଜଣାପଡେ ଯେ ମସ୍ତିଷ୍କ ପୁନଃ କାର୍ଯ୍ୟକ୍ଷମ ହେବାର କୌଣସି ସମ୍ଭାବନା ନାହିଁ ସେତେବେଳେ ‘ମସ୍ତିଷ୍କ ମୃତ’ ବୋଲି ଘୋଷଣା କରିଥାଆନ୍ତି ।

ମସ୍ତିଷ୍କ ମୃତ ରୋଗୀର ବୃକକ୍ ଦାନ କରିବାରେ ବିରୋଧିଭାବ କ’ଣ ?

ନିମ୍ନଲିଖିତ ସର୍ତ୍ତାନୁସାରେ ‘ମସ୍ତିଷ୍କ ମୃତ’ ହୋଇଥିବା ଦାତାଙ୍କ ଠାରୁ ବୃକକ୍ ଗ୍ରହଣ କରାଯାଏ ନାହିଁ ।

  1. ଯଦି ରୋଗୀ ସଂକ୍ରମଣରେ ଆକ୍ରାନ୍ତ ହୋଇ ମସ୍ତିଷ୍କ ମୃତ ହୋଇଥିବ ।
  2. ଯଦି ରୋଗୀ ଐଓଠ (ଏଚ୍ ଆଇଭି) ବା ହେପାଟାଇଟିସ- ବି ରୋଗରେ ଆକ୍ରାନ୍ତ ହୋଇଥିବ ।
  3. ଯଦି ରୋଗୀ ଦୀର୍ଘଦିନ ଧରି ଉଚ୍ଚରକ୍ତଚାପ, ମଧୁମେହ, ବୃକକ୍ ରୋଗ, ବୃକକ୍ ହାନି ରୋଗରେ ଆକ୍ରାନ୍ତ ବା ପୀଡିତ ହୋଇଥିବ ।
  4. କର୍କଟ ରୋଗରେ (ମସ୍ତିଷ୍କ ଅର୍ବୁଦ ରୋଗୀ) ବ୍ୟତୀତ ଆକ୍ରାନ୍ତ ହୋଇଥିବ ।
  5. ଯଦି ରୋଗୀର ବୟସ ୧୦ ବର୍ଷରୁ କମ୍ କିମ୍ବା ୭୦ ବର୍ଷରୁ ଅଧିକ ବୟସର ହୋଇଥିବ ।

ମସ୍ତିଷ୍କ ମୃତ ଦାତା ଆଉ କେଉଁ କେଉଁ ଅଙ୍ଗ ଦାନ କରିପାରିବେ ?

ମୃତ କାଡାଭେରିକ ବୃକକ୍ ପ୍ରତିରୋପଣ ପାଇଁ ସଠିକ୍ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ଦଳର ଆବଶ୍ୟକତା ରହିଛି । ଏମାନେ ହେଲେ

  • ଆଇନ୍ ଗତ ସମ୍ମତି ପ୍ରଦାନ କରିବାପାଇଁ ମୃତ ବୃକକ୍ ଦାତାଙ୍କର ବୈଧାନିକ ସମ୍ପର୍କୀୟ ।
  • ବୃକକ୍ ଦାତାଙ୍କୁ ଚିକିତ୍ସା କରୁଥିବା ଚିକିତ୍ସାବିତ୍ ।
  • ଜଣେ ସଂଯୋଗକାରୀ ବ୍ୟକ୍ତି ଯିଏ ମୃତ ସମ୍ପର୍କୀୟଙ୍କୁ ବୃକକ୍ ଦାନ କରିବା ପାଇଁ ପ୍ରବର୍ତ୍ତାଇ ପାରେ ।
  • ‘ମସ୍ତିଷ୍କ ମୃତ’ ଘୋଷଣା କରିଥିବା ନ୍ୟୁରୋଲୋଜିଷ୍ଟ ।
  • ବୃକକ୍ ପ୍ରତିରୋପଣରେ ସହାୟତା କରୁଥିବା ବୃକକ୍ ବିଶେଷଜ୍ଞ, ବୃକକ୍ ଶଲ୍ୟ ଚିକିତ୍ସକ, ନିଶ୍ଚେତକ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ।

କିପରି ମୃତକଙ୍କ ବୃକକ୍ ପ୍ରତିରୋପଣ କରାଯାଏ ?

ମୃତକଙ୍କ ବୃକକ୍ ପ୍ରତିରୋପଣ କରିବା ନିମନ୍ତେ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ସେଗୁଡିକ ହେଲା :

  • ‘ମସ୍ତିଷ୍କ ମୃତ’ ର ସଠିକ୍ ନିରୂପଣ ବାଧ୍ୟତାମୂଳକ ।
  • ଆବଶ୍ୟକ ତଦନ୍ତ ମାଧ୍ୟମରେ ସ୍ଥିର ନିଶ୍ଚିତ ହେବା ଉଚିତ୍ ଯେ ମୃତ ବୃକକ୍ ଦାତାଙ୍କର ଉଭୟ ବୃକକ୍ ପୁରାପୁରି ସୁସ୍ଥ ଏବଂ ତହିଁରେ ବିରୋଧିଭାବ ପ୍ରକଟ କଲାପରି ଦାତାର କୌଣସି ସିଷ୍ଟେମିକ୍ ରୋଗ ନଥିଲା ।
  • ଦାତାରା ସମ୍ପର୍କୀୟ ମାନଙ୍କ ସମ୍ମତି ଓ ସ୍ଵୀକୃତୀ ।
  • ମୃତ ଦାତାକୁ ଭେଣ୍ଟିଲେଟର ଓ ଅନ୍ୟ ଜୀବନ ରକ୍ଷାକାରୀ ଯନ୍ତ୍ର ମାଧ୍ୟମରେ ବୃକକ୍ ଶରୀରରୁ ବାହାର କରାଯିବା ପର୍ଯ୍ୟନ୍ତ ରଖାଯାଇଥିବା ଜରୁରୀ ।
  • ବୃକକ୍ ଦ୍ୱୟ ମୃତ ବ୍ୟକ୍ତିଙ୍କ ଶରୀରରୁ ବାହାର କରିବାପରେ ତୁରନ୍ତ ତାକୁ ସ୍ଵତନ୍ତ୍ର ଥଣ୍ଡା ତରଳ ଦ୍ରବଣରେ ଧୋଇ ବରଫାରେ ସୁରକ୍ଷିତ ହେବା ଜରୁରୀ ।
  • ମୃତ ଦାତାଙ୍କ ଦୁଇଟିଯାକ ବୃକକ୍ ଦାନ କରୁଥିଲେ ଦୁଇଜଣ ଗ୍ରହୀତାଙ୍କୁ ପ୍ରସ୍ତୁତ ରଖିବା ଆବଶ୍ୟକ ।
  • ଅପେକ୍ଷାରତ ବୃକକ୍ ଗ୍ରହୀତାଙ୍କ ତାଲିକା ମଧ୍ୟରୁ ମିଳିଥିବା ବୃକକ୍ ର ରକ୍ତ ନମୁନାକୁ ସମକକ୍ଷ କରିବା ସହ ଟିସୁ କ୍ରସ୍ ମ୍ୟାଚିଙ୍ଗ କରି ଉଚିତ୍ ଗ୍ରହୀତା ବାଛିବା ଦରକାର ।
  • ପୂର୍ବ ପ୍ରସ୍ତୁତି ପରେ ତୁରନ୍ତ ଅସ୍ତ୍ରୋପ୍ରଚାର କରି ଗ୍ରହୀତାଙ୍କ ଶରୀରରେ ବୃକକ୍ ପ୍ରତିରୋପଣ କରାଯିବା ଉଚିତ୍ ।
  • ମୃତକ ଅଥବା ଜୀବିତ ଦାତା ଉଭୟଙ୍କର ଅସ୍ତ୍ରୋପ୍ରଚାର ପଦ୍ଧତି ସମାନ ।
  • ମୃତ ଦାତାଙ୍କ ବୃକକ୍ ପ୍ରତିରୋପିତ ହେବାପରେ କେତେକ ଗ୍ରହୀତାଙ୍କ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟକ୍ଷମ ହୋଇନପାରେ କାରଣ ସଂରକ୍ଷିତ ବୃକକ୍ ରେ ପ୍ରତିରୋପଣ ପୂର୍ବରୁ ଅମ୍ଳଜାନର ଅଭାବ, ବରଫା ମଧ୍ୟରେ ସଂରକ୍ଷିତ ହୋଇଥିବାରୁ ରକ୍ତ ସଂଚାଳନ କମିଯିବା ଇତ୍ୟାଦି କେତେକ ଅସୁବିଧା ଦେଖାଦେଇପାରେ ତେଣୁ ଗ୍ରହୀତାଙ୍କୁ କ୍ଷଣସ୍ଥାୟୀ ଡାୟଲିସିସ୍ ରେ କିଛିଦିନ ରଖାଯିବା ଉଚିତ୍ ।

ବୃକକ୍ ଦାତାଙ୍କ ପରିବାରକୁ ଅର୍ଥ ପ୍ରଦାନ କରାଯାଏ କି ?

ନା ଦାତାର ପରିବାର କୌଣସି ଦାନ ଗ୍ରହଣ କରନ୍ତି ନାହିଁ କିମ୍ବା ବୃକକ୍ ଗ୍ରହିତ ମଧ୍ୟ ବୃକକ୍ ପାଇଁ କାହାକୁ ଦାନ ଦିଅନ୍ତି ନାହିଁ । ଯଦି ମୃତ୍ୟୁପରେ ବୃକକ୍ ଦାନ କାହାର ଜୀବନ ରକ୍ଷାକରି ପାରୁଛି ତେବେ ତାହା ଏକ ଅମୂଲ୍ୟ ଦାନ । ଦୟାର ଏପରି ମୁଲ୍ୟବାନ ପ୍ରତିଦାନ ଏବଂ ମନୀଷା ପଣିଆ ଏକ ଖୁସି ଏବଂ ଆତ୍ମ ତୃପ୍ତିର କଥା । ଆର୍ଥିକଲାଭଠାରୁ ଜଣେ ରୋଗୀର ଜୀବନ ବଞ୍ଚାଇବାର ଆନନ୍ଦ ଅନେକ ଆତ୍ମତୃପ୍ତି ଆଣିଥାଏ ।

ଭାରତରେ କେଉଁ କେନ୍ଦ୍ରରେ ମୃତକଙ୍କ ବୃକକ୍ ପ୍ରତିରୋପଣ ସୁବିଧା ଉପଲବ୍ଧ ହୁଏ ?

ଯେଉଁ ଚିକିତ୍ସାଳୟ ଶରୀର ବିଭିନ୍ନ ଅଂଶ ପ୍ରତିରୋପଣ ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କର ସ୍ଵୀକୃତି ପାଇଥାଏ ଏବଂ ଯୋଗ୍ୟ ବିବେଚିତ ହୋଇଥାଏ । କେତେକ ପ୍ରମୁଖ କେନ୍ଦ୍ର ଯେଉଁଠାରେ ଏହି ପ୍ରକାର ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି ସେଗୁଡିକ ହେଲା ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଏବଂ ଅନ୍ୟାନ୍ୟ କେତେକ ସ୍ଥାନରେ ମଧ୍ୟ ଏପରି ଚିକିତ୍ସା କେନ୍ଦ୍ର ଖୋଲିଲାଣି ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋଟାଲ

3.08333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top