অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୃକକ୍ ରୋଗର ନିର୍ଣୟ / ବୃକକ୍ ରୋଗ ନିରୁପଣ

ବୃକକ୍ ରୋଗର ନିର୍ଣୟ / ବୃକକ୍ ରୋଗ ନିରୁପଣ

ବୃକକ୍ ରୋଗର ନିରୂପଣ

ଉଚିତ୍ ସମୟରେ ଚିକିତ୍ସା ଅନେକ ଜୀବନ ରକ୍ଷାକରିପାରେ । ଏହି ଉକ୍ତି ବୃକକ୍ ଚିକିତ୍ସା କ୍ଷେତ୍ରରେ ପୁରାପୁରି ସତ୍ୟ । କ୍ରନିକ୍ ବୃକକ୍ ରୋଗ ପୁରା ମାତ୍ରାରେ ଭାଲାହୋଇ ନଥାଏ ଏବଂ ଶେଷ ଅବସ୍ଥାର କିଡନୀ ରୋଗ ଏକାଭଳି । ହୋଇଥାଏ । ଏହିପରି କିଡନୀ ରୋଗରେ ଆକ୍ରାନ୍ତ ବ୍ୟକ୍ତି କ୍ଷେତ୍ରରେ ଲକ୍ଷଣ ଦେଖାନଯାଇପାରେ ଉଦାହରଣ ସ୍ୱରୂପ କୌଣସି ଲକ୍ଷଣ ଦେଖାନାଯିବା । ଯଦି ବୃକକ୍ ରୋଗୀକୁ ଉଚିତ୍ ସମୟ ବା ଆରମ୍ଭ ଅବସ୍ଥାରେ ଚିକିତ୍ସା କରାଯାଏ ତେବେ ଠିକ୍ ସମୟରେ ଡାକ୍ତରୀ ଚିକିତ୍ସା କରାଯାଇପାରେ । ତେଣୁ ତୁରନ୍ତ ଚିକିତ୍ସା କରାଇବା ଉଚିତ୍ ।

କେଉଁ ମାନେ ନିଜ ବୃକକ ଜଗିବା ଉଚିତ? କେଉଁ ମାନଙ୍କ କ୍ଷେତ୍ରରେ ବୃକକ୍ ରୋଗ ହେବାର ମାତ୍ରାଧିକ ସମ୍ଭାବନା ଥାଏ ?

ବୃକକ୍ ରୋଗ କାହାରୀକୁ ମଧ୍ୟ ହୋଇପାରେ କିନ୍ତୁ ବିପଦ ହେବ ଯଦି : -

  • ବ୍ୟକ୍ତିର ବୃକକ୍ ରୋଗର ଲକ୍ଷଣ ଦେଖାଯାଏ ।
  • ଯଦି ବ୍ୟକ୍ତି ଜଣକ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥାଏ ।
  • ଯଦି ବ୍ୟକ୍ତିର ମାନସିକ ଚାପ ବା ଉଚ୍ଚ ରକ୍ତଚାପ ରହୁଥାଏ ।
  • ବଂଶାନୁକ୍ରମିକ ବୃକକ୍ ରୋଗ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରହୁଥାଏ ।
  • ଯଦି ବ୍ୟକ୍ତି ଜଣକ ଧୂମପାନକାରୀ, ମୋଟା କିମ୍ବା ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ହୋଇଥାନ୍ତି ।
  • ଯଦି ଯନ୍ତ୍ରଣା ଉପଶମକାରୀ ଔଷଧକୁ ଦୀର୍ଘଦିନ ଧରି ବ୍ୟବହାର କରୁଥାନ୍ତି ।
  • ଯଦି ଅତୀତରୁ ୟୁରିନାରୀଟ୍ରାକ୍ ରେ କୌଣସି କନ୍ ଜେନିଟାଲ ଖରାପ ଦେଖାଯାଇଥାଏ । ଦେଖାଯାଏ ଯେ, ଏହିପରି ଅଧିକ ବିପଦ ରହୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରାଥମିକ ପର୍ଯ୍ୟାୟରୁ ବୃକକ୍ ରୋଗର ନିରୂପଣ ହେବା ଉଚିତ୍ ।

କିପରି ବୃକକ୍ ରୋଗ ନିରୂପଣ କରିବ ? କେଉଁ ପ୍ରକାରର ନିଦାନ ସାଧାରଣତଃ କରାଯାଏ ?

ବିଭିନ୍ନ ପ୍ରକାର ବୃକକ୍ ରୋଗର ନିରୂପଣ ପାଇଁ ଚିକିତ୍ସକ ବ୍ୟକ୍ତିର ଆମୂଳଚୂଳ ଇତିହାସ ପଚାରି ବୁଝି । ରୋଗୀକୁ ପ୍ରାଞ୍ଜଳଭାବେ ପରୀକ୍ଷା କରିବା, ରକ୍ତ ଚାପ ମାପିବା ତା’ପରେ ଉପଯୁକ୍ତ ଆବଶ୍ୟକୀୟ ପରୀକ୍ଷା ସବୁ କରିବାପାଇଁ ପରାମର୍ଶ ଦେବା ଉଚିତ୍ । ଅତ୍ୟାବଶ୍ୟକ ପରୀକ୍ଷାଗୁଡ଼ିକ ହେଉଛି ପରିଶ୍ରା ପରୀକ୍ଷା ରକ୍ତ ପରୀକ୍ଷା ଏବଂ ବିକିରଣ ପରୀକ୍ଷା ।

ପରିଶ୍ରା ପରୀକ୍ଷା

ଭିନ୍ନ ଭିନ୍ନ ପ୍ରକାରର ପରିଶ୍ରା ପରୀକ୍ଷା ଭିନ୍ନ ଭିନ୍ନ ପ୍ରକାରର ରୋଗ ନିରୂପଣ କରିବାରେ ବିଶେଷ ସହାୟକ ହୋଇଥାଏ ।

ନିୟମିତ ପରିଶ୍ରା ପରୀକ୍ଷା

  • ଏହା ଏକ ସାଧାରଣ କମ୍ ଖର୍ଚ୍ଚ ବିଶିଷ୍ଟ, ଏବଂ ଅତି ଆବଶ୍ୟକ ରୋଗ ନିରୂପଣ ପଦ୍ଧତିର ପରୀକ୍ଷା
  • ପରିଶ୍ରା ପରୀକ୍ଷାରେ ଅସ୍ଵାଭାବିକତା ବା ଅସାମସ୍ୟତା ଦେଖାଦେଲେ ତାହା ବୃକକ୍ ଖରାପ ହେବାର ଏକ ସୂଚନା ପ୍ରଦାନ କରିପାରେ କିନ୍ତୁ ସାଧାରଣ ପରିଶ୍ରା ପରୀକ୍ଷା ସଠିକ ବୃକକ୍ ରୋଗ ନିରୂପଣ କରିପାରେ ନାହିଁ ।
  • ପରିଶ୍ରାରେ ପୃଷ୍ଟିସାରର ଉପସ୍ଥିତି (ପ୍ରୋଟିନ୍ୟୁରିଆ) ବିଭିନ୍ନ ବୃକକ୍ ରୋଗରେ ଦେଖାଯାଏ । ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ । ପରିଶ୍ରାରେ ପୃଷ୍ଟିସାରର ଉପସ୍ଥିତି ହେଉଛି ପ୍ରାଥମିକ ମୁଖ୍ୟ ଏବଂ (କନିକ୍ ବୃକକ୍ ରୋଗର ଏକମାତ୍ର ସତର୍କ ସୂଚନା ଏପରିକି ହୃଦରୋଗର ମଧ୍ୟ) ଉଦାହରଣ ସ୍ୱରୂପ (ପ୍ରୋଟିନ୍ୟୁରିଆ) ହେଉଛି ମଧୁମେହ ରୋଗୀଙ୍କ କ୍ଷେତ୍ରରେ ବୃକକ୍ ନଷ୍ଟ ହେବାର ପ୍ରାଥମିକ ଲକ୍ଷଣ ।
  • ପରିଶ୍ରାରେ ପୂଜ ପଡିବା ପରିଶ୍ରା ସଂକ୍ରମଣକୁ ସୂଚୀତ କରେ ।
  • ପରିଶ୍ରମରେ ପୃଷ୍ଟିସାର ଏବଂ ଲୋହିତ ରକ୍ତ କଣିକାର ଉପସ୍ଥିତି ବୃକକ୍ ଫୁଲିଯିବା ପରି ରୋଗର ଲକ୍ଷଣ ଭାବରେ ସୂଚୀତ କରେ । (ଉଦାହରଣ ସ୍ୱରୂପ ଗ୍ଲୋମେରୁଲନେଫ୍ରାଇଟିସ)

ମାଇକ୍ରୋ ଆଲବୁମିନ୍ୟୁରିଆ

ମାଇକ୍ରୋ ଆଲବୁମିନ୍ୟୁରିଆ ମାନେ ପରିଶ୍ରମରେ ଖୁବ୍ କମ୍ ପରିମାଣର ପୃଷ୍ଟିସାର ନିର୍ଗତ ହେବାର ଲକ୍ଷଣ । ଏହି ପରୀକ୍ଷା ଦ୍ଵାରା ମଧୁମେହ ରୋଗ ଯୋଗୁଁ ବୃକକ୍ ଖରାପ ହୋଇଛି କି ନାହିଁ ତାହା ପ୍ରାଥମିକ ସ୍ତରରୁ ଜଣାପଡିଥାଏ । ଉଚିତ୍ ଏବଂ ନ୍ୟାୟ ସଙ୍ଗତ ଚିକିତ୍ସା ଦ୍ଵାରା ଏହି ସ୍ତରରେ ଥିବା ରୋଗ ପୁରାପୁରି ଭଲ ହୋଇଯାଇପାରେ । ଏହି ସ୍ତରରେ ପରିଶ୍ରା ପରୀକ୍ଷାରେ ପ୍ରୋଟିନର ମାତ୍ରା ନଥିବାର ସମ୍ଭାବନା ମଧ୍ୟ ଥାଏ ।

  • ପୃଷ୍ଟିସାର ପରିମାଣ ପରିଶ୍ରାରେ କେତେ ରହୁଛି ଜାଣିବା ପାଇଁ ୨୪ ଘଣ୍ଟାର ପରିଶ୍ରା ସଂଗ୍ରହ କରି ସମୁଦାୟ କେତେ ପରିମାଣର ପରିଶ୍ରା ଓ କେତେ ମାତ୍ରାରେ ପୃଷ୍ଟିସାର ନିର୍ଗତ ହେଉଛି ତାର ଏକ ଠୋସ୍ ହିସାବ ପାଇବାପାଇଁ ଏ ପ୍ରକାରର ପରିଶ୍ରା ପରୀକ୍ଷା ଜରୁରୀ । ଏହି ପରିଶ୍ରା ମାଧ୍ୟମରେ ରୋଗୀର ପୃଷ୍ଟିସାର କମିଗଲେ କିପରି ଉଚିତ୍ ଚିକିତ୍ସା କରାଯାଇପାରିବ ଏବଂ କେତେ ମାତ୍ରାରେ ରୋଗୀ ରୋଗରେ ଆକ୍ରାନ୍ତ ହୋଇଛି ତାହାର ଏକ ସଠିକ୍ ନିର୍ଣ୍ଣୟ କରାଯାଇପାରିବ ।

ଉତ୍କର୍ଷ ଅନୁଶୀଳନ ଏବଂ ସମ୍ବେଦନଶୀଳ ପରୀକ୍ଷା

କେଉଁ ପ୍ରକାରର ବୀଜାଣୁ ସଂକ୍ରମଣ ପାଇଁ ଦାୟୀ, ସଂକ୍ରମଣର ମାତ୍ରାଧିକତା ଏବଂ କେଉଁ ପ୍ରକାରର ବାୟୋଟିକ୍ ଉଚିତ୍ ଫଳପ୍ରଦ ହେବ ତାହା ନିରୂପଣ କରିବା ପାଇଁ ଏହି ପରୀକ୍ଷା କରାଯାଏ ଏବଂ ଏହା ୪୨ ରୁ ୭୨ ଘଣ୍ଟା ସମୟ ନେଇଥାଏ ଏବଂ ଏହା ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରେ ।

ଏସିଡ୍ ଫାଷ୍ଟ ବ୍ୟାସିଲ ଜାଣିବାପାଇଁ ପରିଶ୍ରା ପରୀକ୍ଷା :

ଏହି ପ୍ରକାର ପରୀକ୍ଷା ୟୁରିନାରୀ ଟ୍ରକର ଟୁଁବୂରବଲଶୀସ ରୋଗ ଜାଣିବାକୁ ଅତି ଆବଶ୍ୟକ ।

ରକ୍ତ ପରୀକ୍ଷା

ବିଭିନ୍ନ ପ୍ରକାରର ବୃକକ୍ ରୋଗର ସଠିକ୍ ନିରୂପଣ ପାଇଁ ବହୁ ପ୍ରକାରର ଉକ୍ତ ପରୀକ୍ଷା କରିବା ଅତ୍ୟାବଶ୍ୟକ।

  • କ୍ରିଏଟିନିନ୍ ଏବଂ ୟୁରିଆ – କ୍ରିଏଟିନିନ୍ ଏବଂ ୟୁରିଆର ଉପସ୍ଥିତି ମାତ୍ରା ବୃକକ୍ ର କାର୍ଯ୍ୟକ୍ଷମତାକୁ ସୂଚୀତ କରେ । କ୍ରିଏଟିନ ଓ ୟୁରିଆ ହେଉଛି ଦୁଇଟି ଅନାବଶ୍ୟକ ଦ୍ରବ୍ୟ ବା ଉତ୍ପାଦ ଯାହାକି ବୃକକ୍ ମାଧ୍ୟମରେ ରକ୍ତରୁ ନିଷ୍କାସିତ ହୋଇଥାଏ । ଯେତେବେଳେ ବୃକକ୍ କାର୍ଯ୍ୟକରିବାରେ ଶିଥିଳତା ଦେଖାଏ ସେତେବେଳେ ରକ୍ତରେ କ୍ରିଏଟିନ୍ ଓ ୟୁରିଆର ମାତ୍ରା ବୃଦ୍ଧି ପାଇଥାଏ । ସାଧାରଣ ମାତ୍ର ରେସମ୍ କ୍ରିଏଟିନର ହେଉଛି ୦.୯ ରୁ ୧.୪ ମି.ଗ୍ରା / ଡି.ଏଲ୍ ଏବଂ ୟୁରିଆର ମାତ୍ରା ହେଉଛି ୨୦ ରୁ ୪୦ ମି.ଗ୍ରା / ଡି.ଏଲ୍ । ତେଣୁ ଏହାର ପରିମାଣ ବୃଦ୍ଧି ବୃକକ୍ ଅକାମି ହେବାର ସୂଚନା ଦିଏ । କ୍ରିଏଟିନ ମାତ୍ରା ହେଉଛି ବୃକକ୍ ର କାର୍ଯ୍ୟକ୍ଷମତା ଜାଣିବାର ଏକ ଭରସାଯୋଗ୍ୟ ନିରୀକ୍ଷଣ ପଦ୍ଧତି । ରକ୍ତରେ ୟୁରିଆ ମାତ୍ରାଠାରୁ ମଧ୍ୟ ଅଧିକ ଭରସାଯୋଗ୍ୟ ।
  • ହିମୋଗ୍ଲୋବିନ – ସୁସ୍ଥ ବୃକକ୍ର ଲୋହିତ ରକ୍ତ କନିକା ଉତ୍ପାଦନ କରେ । ସେଥିରେ ହିମୋଗ୍ଲୋବିନ କମ୍ ଥାଏ ସେତେବେଳେ ଜଣେ ବ୍ୟକ୍ତି ରକ୍ତହୀନତାର ଶିକାର ହୁଏ । କ୍ରମାଗତ ରକ୍ତହୀନତା ବୃକକ୍ ରୋଗର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ଲକ୍ଷଣ ।

ଅନ୍ୟାନ୍ୟ ରକ୍ତ ପରୀକ୍ଷା

ବିଭିନ୍ନ ପ୍ରକାରର ରକ୍ତ ପରୀକ୍ଷା ବୃକକ୍ ରୋଗରେ ଆକ୍ରାନ୍ତ ଲୋକଙ୍କର କରାଯାଏ ଯଥା : ରକ୍ତରେ ଚିନିର ମାତ୍ରା ସେରମ ପ୍ରୋଟିନ, କୋଲେଷ୍ଟ୍ରୋଲ, ଇଲେକ୍ଟ୍ରୋଲାଇଟର (ଲବଣ, ପୋଟାସିୟମ, କ୍ଳୋରାଇଡ, କ୍ୟାଲସିୟମ, ଫସଫରସ୍, ବାଇକାର୍ବୋନେଟ, ଏ.ଏସ୍.ଓ ଟାଇଟର କମ୍ପ୍ଲିମେ ଓ ଅନ୍ୟାନ୍ୟ) ।

ରାଡିଓଲୋଜି ପରୀକ୍ଷା (ରନ ରଶ୍ମି ପରୀକ୍ଷା)

  • ବୃକକ୍ ର ଅଲ୍ଟ୍ରାସାଉଣ୍ଡ : ଅଲ୍ଟ୍ରାସାଉଣ୍ଡ ପରୀକ୍ଷା ହେଉଛି ଏକ ସାଧାର ଅତ୍ୟାବଶ୍ୟକ ଅତିଶୀଘ୍ର ଏବଂ ସୁରକ୍ଷିତ ପରୀକ୍ଷା ପଦ୍ଧତି ଯାହା ମାଧ୍ୟମରେ ବହୁତ ଗୁରୁତ୍ଵପୂର୍ଣ୍ଣ ସୂଚନା ମିଳିଥାଏ । ଯଥା : ବୃକକ୍ ର ଆକାର, ଅର୍ବୁଦର ଉପସ୍ଥିତି, ପଥୁରୀ କିମ୍ବା ଟ୍ୟୁମର ଅଛି କି ନାହିଁ ଜଣାପଡିଯାଏ । ଅଲ୍ଟ୍ରାସାଉଣ୍ଡ ମଧ୍ୟ ପରିଶ୍ରାର ଧାରା କେଉଁ ସ୍ଥାନରେ ଅବରୋଧ ହେଉଛି, ତାହା ବୃକକ୍ ମଧ୍ୟରେ କିମ୍ବା ବୃକକ୍ ଦ୍ଵାରରେ ଅଥବା ଥଳିରେ ତାହା ମଧ୍ୟ ଜଣାଇ ଦେଇପାରେ । କ୍ରନିକ ବୃକକ୍ କାର୍ଯ୍ୟହୀନ ହେଲେ ଉଭୟ ପଟ ବୃକକ୍ ସାଧାରଣଭାବେ ଆକାରରେ ଛୋଟ ହୋଇଯାଏ ।
  • ତଳିପେଟର ଏକ୍ସ-ରେ : ଏ ପରୀକ୍ଷା ମାଧ୍ୟମରେ ପରିଶ୍ରା ସିଷ୍ଟମରେ ପଥୁରୀରେ ଉପସ୍ଥିତି ସମ୍ପର୍କରେ ଜାଣିବାପାଇଁ ଏକ ନିର୍ଭରଯୋଗ୍ୟ ମାଧ୍ୟମ ।
  • ଇନଟ୍ରାଭେନସ ଇଉରୋଗ୍ରାଫି (IVU) : ଏହାମଧ୍ୟ ଧମନୀୟ ୟେଲୋଗ୍ରାଫି ବୋଲି କୁହାଯାଏ । ଏହା ଏକପ୍ରକାରର ଏକ୍ସ – ରେ ପରୀକ୍ଷା । ଏହି ପରୀକ୍ଷାରେ ଅନୁପାତ ଓପେକ ଆୟୋଡିନ କେନିଙ୍ଗଡାୟ (ଏକପ୍ରକାର ତରଳ ଦ୍ରବ୍ୟ ଯାହାକି ଏକ୍ସ – ରେ ଫିଲ୍ମିରେ ଦେଖାଯାଏ) ତାକୁ ହାଡର ମୁଖ୍ୟ ଧମନୀରେ ଇଞ୍ଜେକ୍ସନ ମାଧ୍ୟମରେ ପ୍ରବେଶ କରାଯାଇଥାଏ । ଏହି ଡାୟ ଇଞ୍ଜେକ୍ସନ ରକ୍ତ ମାଧ୍ୟମରେ ବୃକକ୍ ପ୍ରବେଶକରି ପରିଶ୍ରା ଦ୍ଵାରା ନିଷ୍କାସିତ ହୁଏ । ତେଣୁ ପରିଶ୍ରା ରେଡିଓ – ଓପେକରେ ପରିବର୍ତ୍ତିତ ହୁଏ । ଏବଂ ଏହା ପରିଶ୍ରାର ମାଧ୍ୟମ ଗୁଡିକୁ ଦର୍ଶାଇଥାଏ । ଉଦାହରଣ ସ୍ୱରୂପ ବୃକକ୍, ପରିଶ୍ରାନଳୀ ଏବଂ ପରିଶ୍ରା ଥଳି ଇତ୍ୟାଦିକୁ ଦର୍ଶାଇଥାଏ । କ୍ରମାନୁସାରେ ହେଉଥିବା କେତେଗୁଡିଏ ଏକ୍ସ – ରେ ଚିତ୍ର ଏକ ନିର୍ଦ୍ଧିଷ୍ଟ ସମୟ ଅନ୍ତରାଳରେ ନେବାଦ୍ଵାରା ୟୁରିନାରୀ ସିଷ୍ଟମର ଏକ ଗଠନ ଓ କାର୍ଯ୍ୟ ସମ୍ବନ୍ଧରେ ଏକ ମତ ଦେଇଥାଏ । ଓଠଟି ଆଇ ଭି ୟୁ ରିହେଲେସ୍ ବା ପ୍ରକାଶ କରେ ବିଭିନ୍ନ ଅସୁବିଧା ସମ୍ପର୍କରେ ଯଥା : ପଥୁରୀ, ଅବରୋଧ, ଟ୍ୟୁମର ଏବଂ ବୃକକ୍ ର କାର୍ଯ୍ୟ ଏବଂ ଅବସ୍ଥିତି ସମ୍ବନ୍ଧରେ ଏକ ବଳିଷ୍ଠ ସୂଚନା ପ୍ରଦାନକରେ ଏବଂ ଅସଙ୍ଗତକୁ ମଧ୍ୟ ଦର୍ଶାଏ ।

ବୃକକ୍ କାର୍ଯ୍ୟ କରିବାକୁ ଅକ୍ଷମ ହେବା ସମୟରେ ଆଇ ଭି ୟୁ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଏ ନାହିଁ କାରଣ (ଇକ୍ ଟେଡ ଡାଏ) ଅଳ୍ପକାର୍ଯ୍ୟ କରୁଥିବା ବୃକକ୍ ର କ୍ଷତି ପହଞ୍ଚାଇବାର ସମ୍ଭାବନା ଥାଏ । ବୃକକ୍ ଅଚଳ ହେବାକୁ ଆରମ୍ଭ କରିବା ସମୟରେ ନିଷ୍କାସିତ ହେଉଥିବା ଡାଏ ସଠିକ୍ ମାତ୍ରା ନହୋଇପାରେ । ତେଣୁ ପରିଶ୍ରାର ଲକ୍ଷ୍ୟ ହେଉଛି ମୂତ୍ରାଶୟ ଏବଂ ତତ୍ ସଲଗ୍ନ ଅଂଶର ବିଶେଷ କ୍ଷତି ହୋଇଛି କି ନାହିଁ ତାହା ଜାଣିବା । ଗର୍ଭଧାରଣ ସମୟରେ ଏହି ପରୀକ୍ଷା ବର୍ଜନୀୟ କାରଣ ଯେହେତୁ ଅଲ୍ଟ୍ରାସାଉଣ୍ଡ ଏବଂ ସିଟିସ୍କାନ ପରି ପଦ୍ଧତିର ବ୍ୟବହାର ହୋଇପାରୁଛି ତେଣୁ ଏହା ବହୁତ କମ୍ ମାତ୍ରାରେ ବ୍ୟବହାର କରାଯାଉଛି ।

ଭିଏଡିଙ୍ଗ ସିଷ୍ଟୋଯୁରେଥ୍ରୋଗ୍ରାମ

ଭିଏଡିଙ୍ଗ ସିଷ୍ଟୋଯୁରେଥ୍ରୋଗ୍ରାମ - (ଭି.ସି.ୟୁ.ଜି) ପୂର୍ବରୁ ମିକ୍ଟୋରେଟିଙ୍ଗ ସିଷ୍ଟୋଯୁରେଥ୍ରୋଗ୍ରାମ (ଏସ୍.ସି.ୟୁ) ପରୀକ୍ଷା ପିଲାମାନଙ୍କର ମୂତ୍ରନଳୀ ସଂକ୍ରମଣର ମାତ୍ରା ନିର୍ଣ୍ଣୟ କରିବାପାଇଁ ଅତ୍ୟାବଶ୍ୟକ । ଏହି ପ୍ରକାରର ଅତ୍ୟାବଶ୍ୟକ ଏକ୍ସ – ରେ ପରୀକ୍ଷାରେ ମୂତ୍ରନଳୀ ଜୀବାଣୁମୁକ୍ତ ପଦକ୍ଷେପରେ ମଧ୍ୟମ ଧରଣର କ୍ରାଷ୍ଟ ମାଧ୍ୟମରେ ପୁରାକରାଯାଏ । ବ୍ଲାଡର (ମୂତ୍ରଥଳି ପୁରାହୋଇଯିବା) ପରେ କ୍ୟାପେଟର (ମୂତ୍ର ନିଷ୍କାସିତ ପାଇପ୍ ସହ କୃତ୍ରିମ ଥଳି) କୁ ବାହାର କରିଦିଆଯାଏ ଏବଂ ରୋଗୀକୁ ପରିଶ୍ରା କରିବାକୁ କୁହାଯାଏ । ମୂତ୍ରଥଳି ବା ବ୍ଲାଡର ଏବଂ ୟୁରେଥ୍ରାର ବାହ୍ୟରେଖା ଦେଖାଇଥାଏ ଯେତେବେଳେ ଏକ୍ସ–ରେ କରାଯାଏ । ଏହି ପରୀକ୍ଷା ମାଧ୍ୟମରେ ଦେଖାଯାଏ ଯେ ପ୍ରକୃତରେ କେତେ ପରିମାଣର ପରିଶ୍ରା ୟୁରେଟାରଏପରିକି ବୃକକ୍ ପର୍ଯ୍ୟନ୍ତ ଫେରିଆସୁଛି ତାହା ଜଣାପଡେ । ଏହାକୁ (ଭେଷକୋୟୁରେଟ୍ରାଲ ରିଫ୍ଲେକ୍ସ କୁହାଯାଏ) ଏବଂ ୟୁରିନାରୀ ବ୍ଲାଡର ଏବଂ ୟୁରେଥ୍ରାର ଅସଙ୍ଗତିକୁ ମଧ୍ୟ ଜଣାଇବାରେ ସାହାଯ୍ୟ କରିଥାଏ ।

ଅନ୍ୟ ରନ ରଶ୍ମି ପରୀକ୍ଷା

ବୃକକ୍ ର କେତେକ ଅସୁବିଧା ଗୁଡିକର ରୋଗ ନିର୍ଣ୍ଣୟ କରିବା ପାଇଁ କେତେକ ମୁଖ୍ୟ ପରୀକ୍ଷା କରାଇବାର ଆବଶ୍ୟକତା ରହିଛି । ଯଥା : ବୃକକ୍ ର ସିଟିସ୍କାନ, ୟୁରିନାରୀ ଟ୍ରାକ୍, ରେନାଲ ଡୋପଲର, ରେଡିଓ ନିୟୁକ୍ଲିୟର ବିଶ୍ଲେଷଣ, ରେନାଲ ଥାଓଗ୍ରାଫି, ଆଗ୍ରେଡ ଏବଂ ରେଟ୍ରୋଗ୍ରେଡ ୟେଲୋଗ୍ରାଫି ପରୀକ୍ଷାମାନ ।

ଅନ୍ୟାନ୍ୟ ମୁଖ୍ୟ ପରୀକ୍ଷା

ବୃକକ୍ ବାୟୋପସି, ସିଷ୍ଟୋସ୍କୋପି ଏବଂ ୟୁରୋଡାୟନାମିକ୍ସ ହେଉଛି ମୁଖ୍ୟ ପରୀକ୍ଷା ଯାହାକି କେତେକ ବୃକକ୍ ଅନିୟମିତତା ବା ଅସୁବିଧାର ପ୍ରକୃତ ଏବଂ ସଠିକ୍ ନିରୂପଣ ପାଇଁ ଅତ୍ୟାବଶ୍ୟକ ।

ବୃକକ୍ ବାୟୋପସି

କିଡନୀ ବାୟୋପସିରେ ଛୁଞ୍ଚିଦ୍ଵାରା କିଡନୀ ଟିସୁରୁ ଏକ ଛୋଟ ଖଣ୍ଡ କଢାଯାଇ ମାଇକ୍ରୋସ୍କୋପରେ ପରୀକ୍ଷା କରାଯାଏ । ଏହାଦ୍ଵାରା ରୋଗର ପ୍ରକୃତ କାରଣ ଜଣାଯାଇଥାଏ ।

କେତେବେଳେ କିଡନୀ ବାୟୋପସି କରିବାକୁ ପରାମର୍ଶ ଦିଆଯାଏ ?

କେତେକ ବୃକକ୍ ରୋଗର ସଠିକ୍ କାରଣ ନିର୍ଣ୍ଣୟ କରିବାବେଳ ତା’ର ପୁରା ଇତିହାସ ଏବଂ ସେଥିପାଇଁ କରାଯାଇଥିବା ବିଭିନ୍ନ ପରୀକ୍ଷାରୁ ଯଦି କୌଣସି ସଠିକ୍ ତଥ୍ୟ ନ ମିଳେ ବା ସଠିକ୍ କାରଣ ନିର୍ଦ୍ଧାରିତ ହୋଇନପାରେ ସେତେବେଳେ ଏହି ପରୀକ୍ଷା ସଠିକ୍ ରୋଗ ନିରୂପଣ କରିପାରେ । ଏହି ସୂଚନା ଆଧାରରେ ଡାକ୍ତର ରୋଗର ଉପଯୁକ୍ତ ଚିକିତ୍ସା, ଚିକିତ୍ସାର ସ୍ତର, ରୋଗର ମାର୍ଗଦର୍ଶନ କରିବା ସହିତ ସେମାନଙ୍କ ପରିବାରକୁ ରୋଗର ତୀବ୍ରତା ରୋଗର କୋର୍ସ ବିଷୟରେ ଜଣାଇ ନିରାକରଣ ନିମନ୍ତେ ଯୋଜନା କରନ୍ତି ।

କେଉଁ ଟେକନିକ୍ ଦ୍ଵାରା ବୃକକ୍ ବାୟୋପସି କରାଯାଏ ?

ପରକ୍ୟୁଟାନିୟମ ବାୟୋପସି ହେଉଛି ଏକ ଏକ ସାଧାରଣ ମାର୍ଗ । ଯେଉଁଥିରେ ହୋଲୋ ଛୁଞ୍ଚି ଚର୍ମ ମାଧ୍ୟମରେ କିଡନୀଯାଏ ଫୋଡାଯାଏ । ଅନ୍ୟଏକ କ୍ଵଚିତ ବ୍ୟବହୃତ ମାଧ୍ୟମ ହେଉଛି ଅସ୍ତ୍ରୋପ୍ରଚାର ମାଧ୍ୟମ । ଏଥିରେ ପୁରା ଖୋଲାଯାଇ ବାୟୋପସି କରାଯାଏ ।

କିପରି କିଡନୀ ବା ବୃକକ୍ ବାୟୋପସି କରାଯାଏ ?

  • ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତା’ର ସମ୍ମତି ନିଆଯାଏ ।
  • ବାୟୋପସି କରିବାବେଳେ ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତଚାପ ସବୁ ସାଧାରଣ ରହିବା ଉପରେ ପ୍ରାଥମିକତା ଗୁରୁତ୍ଵ ଦେବା ଉଚିତ୍ । ଯଦି ରକ୍ତ ଜମାଟ ବାନ୍ଧି ଯାଉଥିବା ପାଇଁ କୌଣସି ଔଷଧ ଖାଉଥାଉ (ଉଦାହରଣ – ଆସ୍ପିରିନ) ତେବେ ପରୀକ୍ଷାର ଦୁଇ ସପ୍ତାହ ପୂର୍ବରୁ ବନ୍ଦ କରିବା ଉଚିତ୍ ।
  • ବୃକକ୍ ର ସ୍ଥିତି ଏବଂ ନିର୍ଦ୍ଧିଷ୍ଟ ସ୍ଥାନ ନିର୍ଣ୍ଣୟ କରିବା ପାଇଁ ଅଲ୍ଟ୍ରାସାଉଣ୍ଡ କରିବା ଉଚିତ୍ । ଏହି ନିର୍ଦ୍ଧିଷ୍ଟ ବିନ୍ଦୁ ରିବ୍ ତଳେ ଆକାର ଉପରିସ୍ଥ ପାର୍ଶ୍ଵରେ ଅଥବା ପଛ ମାଂସପେଶୀ ନିକଟରେ ହୋଇପାରେ ।
  • ରୋଗୀକୁ ମୁହଁ ମାଡି ଶୋଇବାକୁ କୁହାଯାଏ । ପେଟ ଆବତ୍ ମିନ୍ ସହିତ ଏକ ତକିଆ ବା ତଉଲିଆ ମାଧ୍ୟମରେ ଢିରା ଦିଆଯାଏ । ରୋଗୀ ଏହି ସମୟରେ ପୁରା ସଚେତନ ଥାଏ । କିନ୍ତୁ ଛୁଆମାନଙ୍କ କ୍ଷେତ୍ରରେ ବୃକକ୍ ବାୟୋପସି କଲାବେଳେ ନିଶ୍ଚେତକ ଦିଆଯାଏ ଫଳରେ ପିଲାମାନେ ଚେତାରେ ନଥାଏ ।
  • ଚର୍ମର ଉପରିଭାଗ ପୁରା ସଫାକରି ସାରିବାପରେ ବାୟୋପସି ସ୍ଥାନକୁ ଲୋକାଲ ନିଶ୍ଚେତକ ମାଧ୍ୟମରେ ବଧିରା କରାଯାଏ, ଯାହାଫଳରେ ରୋଗୀକୁ କଷ୍ଟ ହେବନାହିଁ।
  • ହୋଲୋ ବାୟୋପସି ଛୁଞ୍ଚି ସାହାଯ୍ୟରେ ୨ଟି କିମ୍ବା ୩ଟି ଛୋଟ ସୂତାପରି ଖଣ୍ଡ ବୃକକ୍ ରୁ କଢାଯାଏ । ହୋଲୋ ଖଣ୍ଡ ଗୁଡିକୁ ହିଷ୍ଟୋପାଥୋଲୋଜି ପରୀକ୍ଷା ପାଇଁ ପାଥୋଲୋଜିଷ୍ଟ ପାଖକୁ ପଠାଯାଏ।
  • ବାୟୋପସି ପରେ ସେହି ସ୍ଥାନକୁ ଚାପ ଦିଆଯାଏ । ଯଦ୍ୱାରା ରକ୍ତ କ୍ଷରଣକୁ ବନ୍ଦ କରାଯାଇପାରିବ । ଏହି ପରୀକ୍ଷା ପରେ ରୋଗୀକୁ ଛଅରୁ ବାର ଘଣ୍ଟା ପର୍ଯ୍ୟନ୍ତ ଆରାମ କରିବାକୁ ପରାମର୍ଶ ଦିଆଯାଏ ଏବଂ ତା’ ପରଦିନ ରୋଗୀକୁ ଡାକ୍ତରଖାନାକୁ ଛାଡିଦିଆଯାଏ ।
  • ବାୟୋପସି ପରେ ରୋଗୀକୁ ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ କୌଣସି ଭାରି କାମ ଅଥବା ବ୍ୟାୟମ ଶାରୀରିକ ପରିଶ୍ରମ କରିବାରୁ ବାରଣ କରାଯାଇଥାଏ ।

କିଡନୀ ବା ବୃକକ୍ ବାୟୋପସି ରେ କୌଣସି ବିପଦ ଅଛି କି ?

ଅନ୍ୟ ଅସ୍ତ୍ରୋପ୍ରଚାର ପ୍ରକ୍ରିୟା ପରି କେତେକ ରୋଗୀଙ୍କ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖାଦେଇପାରେ । ଅଳ୍ପ ଯନ୍ତ୍ରଣା, ନାଲି ରଙ୍ଗର ପରିଶ୍ରା ଥରେ ବା ଦୁଇଥର ହୋଇପାରେ କିନ୍ତୁ ଏହା ସ୍ଵତଃ ବନ୍ଦ ହୋଇଥାଏ । କିନ୍ତୁ କ୍ଵଚିତ କ୍ଷେତ୍ରରେ ଯଦି ରକ୍ତକ୍ଷରଣ ବନ୍ଦ ନହେଲା ବା କ୍ରମାଗତଭାବରେ ଲାଗିରହେ ତେବେ ଉକ୍ତ ଟ୍ରାନଫ୍ୟୁଜନ ଆବଶ୍ୟକ ହୁଏ । କ୍ଵଚିତ କ୍ଷେତ୍ରରେ ଯଦି ମାତ୍ରାଧିକ ରକ୍ତକ୍ଷରଣ କ୍ରମାଗତ ଭାବରେ ହୋଇଚାଲେ ତେବେ ଏପରି ପରିସ୍ଥିତିରେ ବୃକକ୍ କୁ ଅସ୍ତ୍ରୋପ୍ରଚାର ମାଧ୍ୟମରେ କାଢି ଦିଆଯାଏ ।

ବେଳେବେଳେ ସଂଗୃହୀତ ବୃକକ ଟିସୁଗୁଡିକ ପରୀକ୍ଷା କରିବା ପାଇଁ ଅନୁପଯୁକ୍ତ ହେଲେ (ତେବେ ଏହା ପ୍ରାୟତଃ ୨୦ ଜଣଙ୍କ ମଧ୍ୟରୁ ଜଣଙ୍କର ହୋଇପାରେ ) ତେବେ ଏ କ୍ଷେତ୍ରରେ ପୁଣିଥରେ ବାୟୋପସି କରିବାକୁ ପଡିଥାଏ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

Last Modified : 8/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate