ହୋମ / ସ୍ଵାସ୍ଥ୍ୟ / ରୋଗ / ବୃକକ୍ / ମଧୂମେହ ଜନିତ ବୃକକ୍ ରୋଗ
ସେଆର କରନ୍ତୁ

ମଧୂମେହ ଜନିତ ବୃକକ୍ ରୋଗ

ମଧୂମେହ ଜନିତ ବୃକକ୍ ରୋଗର ସୂଚନା ।

‘ଡାଇବେଟିସ ବୃକକ୍ ରୋଗ’ ସମସ୍ୟା

ଡାଇବେଟିସ ମେଲିଟୋସ ବା ମଧୁମେହ ମେଲିଟୋସରେ ପୀଡିତ ରୋଗୀଙ୍କ ସଂଖ୍ୟା ଭାରତରେ ନୁହେଁ ସାରା ପୃଥିବୀରେ ବଢିବାରେ ଲାଗିଛି । ମଧୁମେହରେ ପୀଡିତ ରୋଗୀଙ୍କ ସଂଖ୍ୟା ବୃଦ୍ଧିଯୋଗୁଁ ‘ଡାଇବେଟିସ ବୃକକ୍ ରୋଗ’ ସମସ୍ୟା ବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ସୃଷ୍ଟି କରଛି । ମଧୁମେହ ଜନିତ ବୃକକ୍ ରୋଗ ଏକ ମନ୍ଦତମ ଅବସ୍ଥା ଯାହାକି ବହୁମୂତ୍ର ଜନିତ ଜଟିଳତା ବଢାଇଦିଏ, ଯଦ୍ୱାରା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଏ ।

ମଧୁମେହ ଜନିତ ବୃକକ୍ ରୋଗ କ’ଣ ?

କ୍ରମାଗତ ରକ୍ତ ଶର୍କରା ଶରୀରର ଛୋଟ ଛୋଟ ରକ୍ତବାହୀ ନାଳୀକୁ କ୍ଷତି ପହଞ୍ଚାଇଥାଏ । ଦୀର୍ଘଦିନ ମଧୁମେହରେ ଆକ୍ରାନ୍ତ ବ୍ୟକ୍ତିର ବୃକକ୍ ର ରକ୍ତବାହୀ ନାଳୀ ମଧ୍ୟ କ୍ଷତି ହେବାଯୋଗୁଁ ଅନେକ ସମସ୍ୟା ମଧ୍ୟ ଦେଖାଯାଏ । ଏହିପ୍ରକାର କ୍ଷତିର ପ୍ରାଥମିକ କାରଣ ମଧ୍ୟରେ ରହିଥାଏ । ପ୍ରୋଟିନର କ୍ଷୟ, ଯାହାକି ପରବର୍ତ୍ତୀ ସମୟରେ ଉଚ୍ଚରକ୍ତ ଚାପ ଏବଂ ପ୍ରଦାହ ସୃଷ୍ଟି କରେ ଫଳରେ ବୃକକ୍ କ୍ଷତିର କାରଣ ପାଲଟି ଯାଏ । ଶେଷରେ ଅପ୍ରକୃଷ୍ଟତାର କ୍ରମୋନ୍ନତି ଯୋଗୁଁ ବୃକକ୍ ଅଚଳ ହୋଇଯାଏ (ବୃକକ୍ ରୋଗର ଶେଷ ସ୍ତର) । ବହୁମୂତ୍ର ଯୋଗୁଁ ଯେଉଁ ସମସ୍ୟା ସୃଷ୍ଟି ହୁଏ ତାହାକୁ ମଧୁମେହ ଜନିତ ବୃକକ୍ ରୋଗ କୁହାଯାଏ । ‘ଡାଇବେଟିସ ନେଫ୍ରୋପ୍ୟାଥି’ ହେଉଛି ଏକ ଡାକ୍ତରୀ ନାମ ଯାହାକୁ ମଧୁମେହ ଜନିତ ବୃକକ୍ ରୋଗ ନାମରେ ଜଣାଯାଏ ।

ମଧୁମେହ ବୃକକ୍ ରୋଗ ବିଷୟରେ ଜାଣିବା ଗୁରୁତ୍ୱପୂର୍ଣ୍ଣ କାହିଁକି?

  • ଆପାତତଃ ମଧୁମେହ ରୋଗ ଭାରତରେ ଅତି ଦୃତ ଗତିରେ ବୃଦ୍ଧି ପାଉଛି ଏବଂ ପୃଥିବୀ ସାରା ମଧ୍ୟ ବ୍ୟାପିବାରେ ଲାଗିଛି । ଦିନ ଆସିବ ଯେବେ ଭାରତ ମଧୁମେହର ଗନ୍ତାଘର ପାଲଟିଯିବ ।
  • ମଧୁମେହ ଜନିତ ବୃକକ୍ ରୋଗ (ଡାଇବେଟିସ ନେଫ୍ରୋପ୍ୟାଥି) କ୍ରନିକ୍ ବୃକକ୍ ରୋଗର ପ୍ରଧାନ କାରଣ ।
  • ଇଏସ୍ କେଡି (ଋଝକଊ) ଆକ୍ରାନ୍ତ ନୂତନଭାବେ ଚିହ୍ନିତ ହେଉଥିବା ରୋଗୀମାନଙ୍କ ମଧ୍ୟରୁ ଡାଇବେଟିସ୍ ମେଳିଟସରେ ଆକ୍ରାନ୍ତ ରୋଗୀ ହେଉଛି ଶେଷ ସ୍ତରର ବୃକକ୍ ରୋଗୀ ।
  • ଏହି ରୋଗରେ ମୂଲ୍ୟାଧିକ ଚିକିତ୍ସା ଖର୍ଚ୍ଚ ଭାରତପରି ପ୍ରଗତିଶୀଳ ରାଷ୍ଟ୍ରରେ ରୋଗୀମାନଙ୍କ ପକ୍ଷରେ ଅତ୍ୟନ୍ତ କଷ୍ଟକର ।
  • ପ୍ରାଥମିକ ସ୍ତରରେ ରୋଗୀ ନିର୍ଣ୍ଣୟ କରାଗଲେ ତାହା ମଧୁମେହ ଜନିତ ବୃକକ୍ ରୋଗର ନିରାକରଣ କରି ପ୍ରତି ଶେଷ ବ୍ୟବସ୍ଥା କରାଯାଇପାରେ ।
  • ଯଦି କୌଣସି ବ୍ୟକ୍ତିର ମଧୁମେହ ସହିତ ବୃକକ୍ ରୋଗ ସ୍ଥାୟୀ ଭାବରେ ଥାଏ ତେବେ ଡାୟଲିସିସ୍ ଅତ୍ୟାବଶ୍ୟକ ହୋଇପଡେ । ତତ୍ ସହିତ ପ୍ରତିରୋପଣ ନିଶ୍ଚିତ ଭାବରେ ଆବଶ୍ୟକ ହୋଇଯାଏ ।
  • ମଧୁମେହ ଜନିତ ବୃକକ୍ ରୋଗରେ ରୋଗୀ ‘କାର୍ଡିଓ ଭାସ୍କୁଲାର ରୋଗରେ ଆକ୍ରାନ୍ତ’ ହୋଇ ମୃତ୍ୟୁବରଣ କରିବାର ସମ୍ଭାବନା ବଢିଯାଏ ।
  • ତେଣୁ ମଧୁମେହ ଜନିତ ବୃକକ୍ ରୋଗର ସହଳ ନିର୍ଣ୍ଣୟ ଅତ୍ୟନ୍ତ ଆବଶ୍ୟକ ।

ମଧୁମେହ ବିଭିନ୍ନ ପ୍ରକାରର ବହୁମୂତ୍ର ଜନିତ ବୃକକ୍ ରୋଗକୁ ବଢାଇଥାଏ କି ?

ଡାଇବେଟିସ୍ ମେଲିଟୋସକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଏହା ମଧୁମେହ ଜନିତ ବୃକକ୍ ରୋଗରେ ବିଭିନ୍ନ ପ୍ରକାର ବିପଦ ସୃଷ୍ଟି କରିଥାଏ ।

  • ପ୍ରଥମ ପ୍ରକାରର ମଧୁମେହ – ଆଇ ଡି ଡି ଏସ୍ – (ଇନସୁଲିନ ନିର୍ଭରଶୀଳ ମଧୁମେହ) ଟାଇପ୍ – ୧ ଡାଇବେଟିସ୍ ସାଧାରଣତଃ ଯୁବାବସ୍ଥାରେ ହୋଇଥାଏ ଏବଂ ଏଥିରେ ଆକ୍ରାନ୍ତ ବ୍ୟକ୍ତି ଇନସୁଲିନ ଆବଶ୍ୟକ କରେ । ଏଥିରେ ପୀଡିତ ବ୍ୟକ୍ତି ମଧୁମେହ ନିୟନ୍ତ୍ରଣ କରିବାକୁ ଇନସୁଲିନ ନେଇଥାଆନ୍ତି । ପ୍ରାୟତଃ ୩୦-୩୫% ଟାଇପ୍ – ୧ ଡାଇବେଟିସ୍ ମଧୁମେହ ଜନିତ ବୃକକ୍ ରୋଗ ବଢାଇଥାଏ ।
  • ଦ୍ଵିତୀୟ ପ୍ରକାର ମଧୁମେହ - (ଇନସୁଲିନ ବିନା ନିର୍ଭରଶୀଳ ମଧୁମେହ) ଟାଇପ୍ – ୨ ମଧୁମେହ ବୟସ୍କ ବ୍ୟକ୍ତିଙ୍କର ହୋଇଥାଏ ଏବଂ ଏହା ବିନା ଇନସୁଲିନ୍ ରେ ମଧ୍ୟ ଅଧିକାଂଶ ରୋଗୀଙ୍କର ନିୟନ୍ତ୍ରଣରେ ରଖାଯାଇପାରେ । ପ୍ରାୟତଃ ୧୦ – ୪୦% ରୋଗୀଙ୍କର ଟାଇପ୍ – ୨ ମଧୁମେହ, ବହୁମୂତ୍ର ଜନିତ ବୃକକ୍ ରୋଗ ବଢାଇଥାଏ । ଟାଇପ୍- ୨ ମଧୁମେହ କ୍ରନିକ୍ ବୃକକ୍ ରୋଗ ହେବାର ମୁଖ୍ୟ କାରଣ ଯାହାକି ତିନୋଟି ନୂଆରୋଗୀଙ୍କ ମଧ୍ୟରୁ ଜଣଙ୍କର କ୍ରନିକ୍ ବୃକକ୍ ରୋଗ ପାଇଁ ଦାୟୀ ।

କେଉଁ ମଧୁମେହ ରୋଗୀଙ୍କର ବହୁମୂତ୍ର ଜନିତ ବୃକକ୍ ରୋଗ ହୁଏ ?

ଏହା ପୂର୍ବାନୁମାନ କରିବା କଷ୍ଟକର ହେବଯେ, କେଉଁ କେଉଁ ରୋଗୀଙ୍କର ବହୁମୂତ୍ର ବୃକକ୍ ରୋଗ ବଢିବ । କିନ୍ତୁ ଏହାର ବୃଦ୍ଧି ହେଉଛି ମୁଖ୍ୟ ବିପଦର କାରଣ ।

  • ଟାଇପ୍ – ୧ ପ୍ରଥମ ପ୍ରକାରର ମଧୁମେହ ୨୦ ବର୍ଷ ପୂର୍ବରୁ ବାହାରିଥାଏ ।
  • କମ୍ ନିୟନ୍ତ୍ରଣାଧୀନ ମଧୁମେହ (ଉଚ୍ଚ ଏଚ ବି ଏ ଏଲ୍ ସି ର ମାତ୍ରାରେ)
  • ଉଚ୍ଚ ରକ୍ତଚାପ ମଧ୍ୟ କମ୍ ନିୟନ୍ତ୍ରଣ ମଧ୍ୟରେ ରହେ ।
  • ଯଦି ପାରିବାରିକ ଇତିହାସରେ ମଧୁମେହ ଏବଂ କ୍ରନିକ୍ ବୃକକ୍ ରୋଗ ରହିଥାଏ ।
  • ସୃଷ୍ଟି ଶକ୍ତିରେ ଅସୁବିଧା (ଡାଇବେଟିସ ରେଟିନୋପ୍ୟାଥି) କିମ୍ବା ଶିରାର କ୍ଷତି (ଡାଇବେଟିସ ନ୍ୟୁରୋପ୍ୟାଥି) ହୋଇଥାଏ । ତେବେ ଏହା କେବଳ ମଧୁମେହ କାରଣରୁ ହୋଇଥାଏ ।
  • ପରିଶ୍ରାରେ ପ୍ରୋଟିନର ଉପସ୍ଥିତି ମୋଟାପଣ, ଧୂମପାନ, ସେରମ ଲିପିଡ଼ର ବୃଦ୍ଧି ମଧ୍ୟ ଡାଇବେଟିସ ବୃକକ୍ ରୋଗ ହେବାର ଲକ୍ଷଣ ।

କେତେବେଳେ ଜଣେ ମଧୁମେହ ରୋଗୀର ମଧୁମେହ ବୃକକ୍ ରୋଗରେ ଆକ୍ରାନ୍ତ ହୋଇଥାଏ ?

ମଧୁମେହ ବୃକକ୍ ରୋଗ ବଢିବାକୁ ବହୁତ ବର୍ଷ ଲାଗେ, ତେଣୁ ମଧୁମେହରେ ଆକ୍ରାନ୍ତ ହେବାର ପ୍ରଥମ ଦଶବର୍ଷ ମଧ୍ୟରେ କ୍ଵଚିତ ଏହାର ଲକ୍ଷଣ ଦେଖାଦିଏ । ୧୫ ରୁ ୨୦ ବର୍ଷ ଟାଇପ୍ – ୧ ମଧୁମେହରେ ଆକ୍ରାନ୍ତ ହେବା ପରେ ଜଣେ ବ୍ୟକ୍ତିର ମଧୁମେହ ଜନିତ ବୃକକ୍ ରୋଗ ସ୍ପଷ୍ଟ ରୂପେ ପ୍ରକାଶ ପାଏ । ଯଦି ଜଣେ ମଧୁମେହ ଆକ୍ରାନ୍ତ ରୋଗୀର ୨୫ ବର୍ଷ ପର୍ଯ୍ୟନ୍ତ ମଧୁମେହ ଜନିତ ବୃକକ୍ ରୋଗ ବଢିନଯାଏ ତେବେ ତା’ର ବୃକକ୍ ରୋଗ ହେବାର ସମ୍ଭାବନା ବା ବିପଦ କମିଯାଏ ।

କେତେବେଳେ ଜଣେ ମଧୁମେହ ରୋଗୀ, ମଧୁମେହ ଜନିତ ବୃକକ୍ ରୋଗରେ ଆକ୍ରାନ୍ତ ହୋଇଥିବାର ସନ୍ଦେହ କରାଯାଏ ?

ମଧୁମେହ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କର ମଧୁମେହ ଜନିତ ବୃକକ୍ ରୋଗ ହୋଇଥିବାର ସନ୍ଦେହ ହେବ ଯଦି : -

  • ଯଦି ଫେଣ ଫେଣ ପରିଶ୍ରା ହେଉଥିବ କିମ୍ବା ପରିଶ୍ରାରେ ଆଲବୁମିନ/ପ୍ରୋଟିନ ନିଦକାସିତ ହେଉଥିବ (ଏହା ପ୍ରାଥମିକ ଅବସ୍ଥାକୁ ଦର୍ଶାଏ) ।
  • ଉଚ୍ଚ ରକ୍ତଚାପର ଧାରାକୁ ବଢାଉଥିବ କିମ୍ବା ପୂର୍ବରୁ ଥିବା ରକ୍ତଚାପର ଧାରାକୁ ଖରାପ ଅବସ୍ଥାକୁ ନେଉଥିବ ।
  • ପାଦଗଣ୍ଠି, ପାଦ, ଓ ମୁହଁ ଫୁଲିଯାଉଥିବ; ପରିଶ୍ରାର ମାତ୍ରା କମି ଯାଉଥିବ ଏବଂ ଓଜନ ବୃଦ୍ଧି ପାଉଥିବ । (ତରଳ ଦ୍ରବ୍ୟ ଶୁଷ୍କ ହେବା କାରଣରୁ) ।
  • ଇନସୁଲିନ୍ ଆବଶ୍ୟକ ମାତ୍ରାରୁ କମ୍ ରହୁଥିବ କିମ୍ବା ଡାଇବେଟିସ ବିରୋଧି ଔଷଧ ଯୋଗୁଁ ହେବାର ସମ୍ଭାବନା ଥିବ ।
  • ବାରମ୍ବାର ହାଇପୋଗ୍ଲାସେମିଆରେ କମ୍ (ଶର୍କରାର ମାତ୍ରା ଶରୀରରେ ଆବଶ୍ୟକତା ଠାରୁ କମିଯିବା) ଆକ୍ରାନ୍ତ ହେଉଥିବାର ଇତିହାସ ଥିଲେ ମଧୁମେହ ନିରୋଧୀ ଔଷଧ ଦ୍ଵାରା ମଧୁମେହର ନିୟନ୍ତ୍ରଣ ସହିତ ପୂର୍ବରୁ ଯଦି ମଧୁମେହ ନିରୋଧୀ ଔଷଧ ସେବନ ପରେ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରୁନଥିଲା ତେବେ
  • ଯଦି କୌଣସି ଔଷଧ ସେବନ ବିନା ମଧୁମେହ ନିୟନ୍ତ୍ରିତ ହୋଇଥାଏ, ତେବେ ବହୁରୋଗୀ ଗର୍ବ ଅନୁଭବ କରନ୍ତି ଏବଂ ଖୁସି ହୋଇଥାଆନ୍ତି ଏବଂ ମଧୁମେହରୁ ମୁକ୍ତି ପାଇଁ ନିଶ୍ଚିନ୍ତ ହୋଇଯାଆନ୍ତୁ କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହାର ପ୍ରକୃତ କାରଣ ହେଉଛି ଯେ ସେହି ବ୍ୟକ୍ତିଙ୍କ ବୃକକ୍ ଅତି ଖରାପ ହୋଇ ଅକାମୀ ହୋଇଯାଇଥାଏ ।
  • କ୍ରନିକ୍ ବୃକକ୍ ରୋଗର (ଦୁର୍ବଳତା, ଭୋକ ନ ଲାଗିବା, ଅରୁଚି ବାନ୍ତି ଲାଗିବା, କୁଣ୍ଡେଇ ହେବା, ପାଲୋର, କ୍ଲାନ୍ତ ଏବଂ ଅଣ ନିଶ୍ଵାସୀ ହେବା) ଇତ୍ୟାଦି ଲକ୍ଷଣ ଦେଖାଯାଇଥାଏ ।
  • ରକ୍ତ ପରୀକ୍ଷା କଲେ ରକ୍ତରେ କ୍ରିଏଟିନ ଏବଂ ୟୁରିଆର ପରିମାଣ ବଢିଥାଏ ।

କିପରି ମଧୁମେହ ବୃକକ୍ ରୋଗ ନିର୍ଣ୍ଣୟ କରାଯାଏ ଏବଂ କେଉଁ ପରୀକ୍ଷା ସଅଳ ନିର୍ଣ୍ଣୟ କରିପାରେ?

ମଧୁମେହ ଜନିତ ବୃକକ୍ ରୋଗ ନିର୍ଣ୍ଣୟ କରିବା ପାଇଁ ଦୁଇଟି ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରାଯାଏ । ସେଗୁଡିକ ହେଉଛି, ପ୍ରୋଟିନ ର ମାତ୍ରା ଜାଣିବା ପାଇଁ ପରିଶ୍ରା ପରୀକ୍ଷା ଏବଂ କ୍ରିଏଟିନ (ଏବଂ ଇଜିଏଫ୍ଆର) ର ମାତ୍ରା ଜାଣିବା ପାଇଁ ରକ୍ତ ପରୀକ୍ଷା କରାଯାଇଥାଏ । ପରିଶ୍ରାରେ ମାଇକ୍ରୋ ଆଲବୁମିନ୍ୟୁରିଆ ପରୀକ୍ଷା ଏକ ସ୍ଵତନ୍ତ୍ର ପରୀକ୍ଷା ଯଦ୍ୱାରା ମଧୁମେହ ଜନିତ ବୃକକ୍ ରୋଗ ଅତି ଚଞ୍ଚଳ ଜାଣିହୁଏ । ଆଲବୁମିନ ମାତ୍ରା ଜାଣିବାକୁ ପରବର୍ତ୍ତୀ ଉତ୍ତମ ପରୀକ୍ଷା ହେଉଛି ପରିଶ୍ରା ପରୀକ୍ଷା ଡିପ୍ ଷ୍ଟିକ ପରୀକ୍ଷା ଏକପ୍ରକାର ପରିଶ୍ରାର ମାନ ନିର୍ଦ୍ଧାରକ ପରୀକ୍ଷା ଯଦ୍ୱାରା ମାଇକ୍ରୋ ଆଲବୁମିନ୍ୟୁରିଆର ଉପସ୍ଥିତିକୁ ବାହାର କରିଥାଏ । ବୃକକ୍ ର କାର୍ଯ୍ୟ ନିର୍ଦ୍ଧାରଣ ପାଇଁ ଡ଼ାକ୍ତର କ୍ରିଏଟିନିନ୍ ମାତ୍ରାର ପରୀକ୍ଷା ଏବଂ (ଇଜିଏଫ୍ଆର) ପରୀକ୍ଷା କରାଯାଏ ଏବଂ ସେରମ୍ କ୍ରିଏଟିନର ବୃଦ୍ଧି ମଧୁମେହ ଜନିତ ବୃକକ୍ ରୋଗ ହେବାର ସୂଚନା ଦେଇଥାଏ । (ସାଧାରଣତଃ ଏହା ମାକ୍ରୋ ଆଲବୁମିନ୍ୟୁରିଆର ବୃଦ୍ଧି ହେବାପରେ ଏହା ସୂଚନା ଦିଏ ) ।

ମାଇକ୍ରୋ ଆଲବୁମିନ୍ୟୁରିଆ ଏବଂ ମାକ୍ରୋ ଆଲବୁମିନ୍ୟୁରିଆ ଅର୍ଥ କ’ଣ ?

ଆଲବୁମିନ୍ୟୁରିଆମାନେ ପରିଶ୍ରାରେ (ଏକ ପ୍ରକାର ପ୍ରୋଟିନ) ଆଲବୁମିନର ଉପସ୍ଥିତି । ମାଇକ୍ରୋ ଆଲବୁମିନ୍ୟୁରିଆପରିଶ୍ରାରେ ଅତି ଅଳ୍ପମାତ୍ରା (ଅର୍ଥାତ୍ ଦିନକୁ ୩୦ ରୁ ୩୦୦ ଗ୍ରାମ୍ ପରିଶ୍ରାରେ ଆଲବୁମିନ୍ ର ପରିମାଣ ରହିଥିଲେ) ପ୍ରୋଟିନ୍ ର ଉପସ୍ଥିତି ଯାହାକି ସାଧାରଣ ପରିଶ୍ରା ପରୀକ୍ଷାରେ ଜଣାପଡିନଥାଏ । କିନ୍ତୁ କେତେକ ସ୍ଵତନ୍ତ୍ର ପରିଶ୍ରା ପରୀକ୍ଷାରେ ଜଣାପଡିଥାଏ । ମାକ୍ରୋଆଲୋବୁମିନ୍ୟୁରିଆମାନେ ପରିଶ୍ରାରେ ବହୁମାତ୍ରାରେ ପ୍ରୋଟିନ୍ ଶରୀରରୁ ବାହାରିଯିବାକୁ ବୁଝିଥାଏ ଅର୍ଥାତ୍ (ପରିଶ୍ରାରେ ଆଲବୁମିନର ପରିମାଣ ୩୦୦ରୁ ଅଧିକ ଦିନାକାରେ ଯିବାକୁ ବୁଝାଏ) ଯାହାକି ଡିପ୍ ଷ୍ଟିକ ପରୀକ୍ଷାରେ ମଧ୍ୟ ଜଣାପଡିଥାଏ ।

ମଧୁମେହ ଜନିତ ବୃକକ୍ ରୋଗ ନିର୍ଣ୍ଣୟ ନିମିତ ମାଇକ୍ରୋ ଆଲବୁମିନ୍ୟୁରିଆ ଜାଣିବାପାଇଁ ପରିଶ୍ରା ପରୀକ୍ଷା ଏକ ନିତ୍ୟାନ୍ତ ନିଖୁଣ ପରୀକ୍ଷା କାହିଁକି ?

ମାଇକ୍ରୋଆଲବୁମିନ୍ୟୁରିଆ ପରିଶ୍ରା ପରୀକ୍ଷାରୁ ମଧୁମେହ ଜନିତ ବୃକକ୍ ରୋଗ ନିର୍ଣ୍ଣୟ କରିବା ପାଇଁ ଏକ ନିଖୁଣ ଏବଂ ନିର୍ଭୁଲ ପରୀକ୍ଷା । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ମଧୁମେହ ବୃକକ୍ ରୋଗ ନିର୍ଣ୍ଣୟ ହେବା ଦାରା ବିଶେଷ ସୁବିଧା ଗୁଡିକ ମଧ୍ୟରେ ନିର୍ଦ୍ଧିଷ୍ଟ ଚିକିତ୍ସା ଦ୍ଵାରା ବୃକକ୍ କୁ ସୁରକ୍ଷା ଦେଇହୁଏ ଏବଂ ଖ୍ଯାତି ନହେବା ପାଇଁ ପ୍ରତିକୂଳ ଅବସ୍ଥା ସୃଷ୍ଟି କରାଯାଇପାରେ ।

ସାଧାରଣ ଡିପ୍ ଷ୍ଟିକ ପରୀକ୍ଷା ଠାରୁ ମାଇକ୍ରୋ ଆଲବୁମିନ୍ୟୁରିଆ ପରୀକ୍ଷା ଦ୍ଵାରା ସେରମ କ୍ରିଏଟିନ ର ମାତ୍ରା ଯୋଗୁଁ ଦେଖାଯାଉଥିବା ଲକ୍ଷଣରୁ ବିପଦ ଆସିବାର ବହୁ ପୂର୍ବରୁ ଡାଇବେଟିକ୍ ନେଫ୍ରୋପାଥି ରୋଗର ନିର୍ଣ୍ଣୟ କରାଯାଇପାରେ । ମଧୁମେହ ରୋଗୀଙ୍କର ଆଲବୁମିନ୍ୟୁରିଆ ପରୀକ୍ଷା ବୃକକ୍ ପ୍ରତି ଥିବା ବିପଦକୁ ଅନୁମାନ କରିବା ସହ ସ୍ଵତନ୍ତ୍ରଭାବେ କାର୍ଡିଓ ଭାସ୍କୁଲାର ଜନିତ ବିପଦ ଓ ଅସୁବିଧା ଗୁଡିକୁ ମଧ୍ୟ ଜଣାଇଦିଏ ।

ମାଇକ୍ରୋଆଲବୁମିନ୍ୟୁରିଆ ପରି ପ୍ରାଥମିକ ରୋଗ ନିର୍ଣ୍ଣୟ ପ୍ରଣାଳୀ ରୋଗୀକୁ ଭୟାନକ ରୋଗ ସମ୍ପର୍କରେ ସତର୍କ କରାଏ ଏବଂ ଡାକ୍ତରଙ୍କୁ ରୋଗୀର ପ୍ରାଥମିକ ଅବସ୍ଥାରେ ଉନ୍ନତ ଚିକିତ୍ସା କରିବାର ସୁବିଧା ମିଳେ ଯଦ୍ୱାରା ଡାକ୍ତର ଗୁରୁତର ସହିତ ରୋଗୀର ରୋଗ ନିଦାନ କରିପାରନ୍ତି ।

କେବେ ଓ କେତେବେଳେ ମଧୁମେହ ରୋଗୀ ମାଇକ୍ରୋଆଲବୁମିନ୍ୟୁରିଆ ପରୀକ୍ଷା କରିବା ଉଚିତ୍ ?

ପ୍ରଥମ ସ୍ତରରେ ଥିବା ମଧୁମେହ ରୋଗୀ ମଧୁମେହରେ ଆକ୍ରାନ୍ତ ହେବାର ପାଞ୍ଚବର୍ଷ ପରେ କରାଇ ପାରିବେ ଏବଂ ତା’ପରେ ପ୍ରତ୍ୟକ ବର୍ଷ କ୍ରମାଗତ ଭାବରେ ପରୀକ୍ଷା କରାଇବା ଉଚିତ୍ ।

ଦ୍ଵିତୀୟ ସ୍ତରରେ ଥିବା ମଧୁମେହ ରୋଗୀ ରୋଗ ନିର୍ଣ୍ଣୟ ହେବା ସଙ୍ଗେ ସଙ୍ଗେ ମାଇକ୍ରୋଆଲବୁମିନ୍ୟୁରିଆ ପରୀକ୍ଷା କରିବା ସହ କ୍ରମାଗତ ଡାକ୍ତରଙ୍କ ପରାମର୍ଶକ୍ରମେ ନିର୍ଦ୍ଧିଷ୍ଟ ସମୟରେ ପରୀକ୍ଷା କରାଇବା ଉଚିତ୍ ।

ମଧୁମେହ ରୋଗୀର ମାଇକ୍ରୋ ଆଲବୁମିନ୍ୟୁରିଆ ଜାଣିବା ପାଇଁ କିପରି ପରିଶ୍ରା ପରୀକ୍ଷା କରାଯାଏ ?

ପରିଶ୍ରାରେ ଅତି କମ୍ ମାତ୍ରାର ପ୍ରୋଟିନ୍ ର ଉପସ୍ଥିତି ସମ୍ପର୍କରେ ଜାଣିବାପାଇଁ ମାଇକ୍ରୋ ଆଲବୁମିନ୍ୟୁରିଆ ହେଉଛି ଏକ ପଦ୍ଧତି ଯାହାକି ସାଧାରଣ ପରିଶ୍ରା ପରୀକ୍ଷାରେ ଜଣାପଡେ ନାହିଁ । ପ୍ରଥମେ ଡିପ୍ ଷ୍ଟିକ ପରୀକ୍ଷା ମାଧ୍ୟମରେ ମଧୁମେହ ବୃକକ୍ ରୋଗ ଜାଣିବାକୁ ପରିଶ୍ରା ପରୀକ୍ଷା କରାଯାଏ । ଯଦି ପରିଶ୍ରାରେ ପ୍ରୋଟିନ୍ ର ଉପସ୍ଥିତି ନଥାଏ ତେବେ ମାଇକ୍ରୋ ଆଲବୁମିନ୍ୟୁରିଆ ପାଇଁ ଅଧିକ ସୂକ୍ଷ୍ମ ପରିଶ୍ରା ପରୀକ୍ଷା କରାଯାଏ । ଯଦି ସାଧାରଣ ପରିଶ୍ରା ପରୀକ୍ଷାରେ ପ୍ରୋଟିନ ଉପସ୍ଥିତି ସମ୍ପର୍କରେ ସୂଚନା ମିଳେ ତେବେ ମାଇକ୍ରୋ ଆଲବୁମିନ୍ୟୁରିଆ ପରୀକ୍ଷାର ଆବଶ୍ୟକତା ପଡେନାହିଁ । ଡାଇବେଟିକ୍ ନେଫ୍ରୋପାଥି କୁ ଠିକ୍ ଭାବେ ଜାଣିବା ପାଇଁ, ୟୁରିନାରୀ ଟ୍ରାକ୍ ଇନଫେକ୍ ସନ ବା ମୂତ୍ର ନଳୀ ସଂକ୍ରମଣ ହୋଇନଥିବା ସମୟରେ ଆଲବୁମିନ୍ୟୁରିଆ ପାଇଁ ତିନି ମାସରୁ ଛଅମାସ ମଧ୍ୟରେ ଦୁଇଟିରୁ ତିନୋଟି ପରୀକ୍ଷା କରିବା ଦରକାର ପଡେ।

ମାଇକ୍ରୋ ଆଲବୁମିନ୍ୟୁରିଆକୁ ଅନ୍ଵେଷଣ କରି ବାହାର କରିବା ପାଇଁ ତିନୋଟି ଅତ୍ୟନ୍ତ ସାଧାରଣ ପ୍ରଣାଳୀ ବ୍ୟବହାର କରାଯାଏ । ସେଗୁଡିକ ହେଲା : -

  • ସ୍ପଟ ପରିଶ୍ରା ପରୀକ୍ଷା : ଏହି ପରୀକ୍ଷା ରାସାୟନିକ ପ୍ରତିକ୍ରିୟା ଦ୍ଵାରା ମିଶ୍ରିତ ବସ୍ତୁର ସ୍ୱରୂପ ନିର୍ଣ୍ଣାୟକ ପଟି ବା ବଟିକା ମାଧ୍ୟମରେ କରାଯାଇଥାଏ । ଏହା ଏକ ସାଧାରଣ ପରୀକ୍ଷା ଯାହା କମ୍ ଖର୍ଚ୍ଚରେ ଅଫିସିଆଲ ଅଭ୍ୟାସ ଦ୍ଵାରା ମଧ୍ୟ କରାଯାଇପାରିବ । କିନ୍ତୁ ଏହା ନିମ୍ନ ରୂପରେଖା ପ୍ରଦାନ କରେ । ତେଣୁ ଯେତେବେଳେ ମାଇକ୍ରୋ ଆଲବୁମିନ୍ୟୁରିଆ ରିଜେଷ୍ଟ୍ରିପବା ଟାବଲେଟ ଦ୍ଵାରା କରାଯାଇଥିବା ପରୀକ୍ଷାରେ ସୁନିଶ୍ଚିତ ଅନୁପାତ ସ୍ଥିର ନିଶ୍ଚିତ ହୋଇଥାଏ ।
  • ଆଲବୁମିନ ଠାରୁ କ୍ରିଏଟିନ ଅନୁପାତ : ମାଇକ୍ରୋ ଆଲବୁମିନ୍ୟୁରିଆର ପରୀକ୍ଷା ପାଇଁ ପରିଶ୍ରାରେ ନିର୍ଗତ ଆଲବୁମିନ ଠାରୁ କ୍ରିଏଟିନ ଅନୁପାତର ମାତ୍ରା (ଏସି ଆର) ହେଉଛି ସ୍ଵତନ୍ତ୍ର ଭରସାଯୋଗ୍ୟ ଏବଂ ନିଖୁଣ ପ୍ରଣାଳୀ । (ଏ ସି ଆର) ୨୪ ଘଣ୍ଟିଆ ପରିଶ୍ରାର ମାତ୍ରାରେ ନିର୍ଗତ ଆଲବୁମିନର ମାତ୍ରାକୁ ନେଇ ଅନୁପାତ ପ୍ରସ୍ତୁତି କରେ । ବଡିଭୋର ପରିଶ୍ରା ପରୀକ୍ଷାରେ ଯଦି ଆଲବୁମିନ ଠାରୁ କ୍ରିଏଟିନିନ୍ ର ଅନୁପାତ (ଏ ସି ଆର) ୩୦ – ୩୦ ମି.ଗ୍ରା / ଗ୍ରା ମଧ୍ୟରେ ଥିଲେ ଏହା ମାଇକ୍ରୋ ଆଲବୁମିନ୍ୟୁରିଆ ରୋଗକୁ ନିର୍ଣ୍ଣୟ କରିଥାଏ । (ସାଧାରଣ ଏ ସି ଆର ର [୩୦ ମିଗ୍ରା/ଗ୍ରା) । ବ୍ୟୟ ବା ଖର୍ଚ୍ଚର ପରିମାଣ ଏବଂ ଉପଲବ୍ଧତାର ଅଭାବ କାରଣରୁ ବହୁ ସଂଖ୍ୟକ ମଧୁମେହ ରୋଗୀ ବିକାଶଶୀଳ ରାଷ୍ଟ୍ରରେ ମାଇକ୍ରୋଆଲବୁମିନ୍ୟୁରିଆର ରହି ପ୍ରକାର ପରୀକ୍ଷା ରୁ ବଞ୍ଚିତ ହେଉଛି ଏବଂ ଏହି ପରୀକ୍ଷା କରିବାକୁ ସକ୍ଷମ ବ୍ୟକ୍ତି ବହୁତ କମ୍ ।
  • ମାଇକ୍ରୋ ଆଲବୁମିନ୍ୟୁରିଆ ପାଇଁ ୨୪ ଘଣ୍ଟିଆ ପରିଶ୍ରା ସଂଗ୍ରହ : ୨୪ ଘଣ୍ଟାରେ ସଂଗୃହିତ ପରିଶ୍ରାରେ ଯଦି ଆଲବୁମିନ ପରିମାଣ ୩୦ ରୁ ୩୦୦ ମଧ୍ୟରେ ରହିଥାଏ ତେବେ ରୋଗୀକୁ ମାଇକ୍ରୋ ଆଲବୁମିନ୍ୟୁରିଆ ହୋଇଥିବାର ଜଣାଯାଏ । ମାଇକ୍ରୋ ଆଲବୁମିନ୍ୟୁରିଆ ରୋଗ ନିର୍ଣ୍ଣୟ ପାଇଁ ଯଦିଓ ଏହା ଏକ ସ୍ଥିର ପ୍ରଣାଳୀ ତଥାପି ପୂର୍ବାନୁମାନ ନିର୍ଦ୍ଧିଷ୍ଟତା ପାଇଁ ଏକ ବହୁତ କଷ୍ଟକର ।

ମଧୁମେହ ଜନିତ ବୃକକ୍ ରୋଗର ନିର୍ଣ୍ଣୟ କରିବାକୁ କିପରି ପ୍ରାମାଣିକ ଡିପ୍ ଷ୍ଟିକ ପରୀକ୍ଷା ସାହାଯ୍ୟ କରେ ?

ମଧୁମେହ ଜନିତ ବୃକକ୍ ରୋଗ ଜାଣିବାକୁ ପ୍ରାମାଣିକ ଡିପ୍ ଷ୍ଟିକ୍ ପରିଶ୍ରା ପରୀକ୍ଷା (ସାଧାରଣତଃ ‘ଟ୍ରେସ’ ୪+ କୁ) ହେଉଛି ଅତ୍ୟନ୍ତ ବିସ୍ତୃତ ଏବଂ ନିୟମିତ ବ୍ୟବହାରିକ ପ୍ରଣାଳୀ ଯାହା ମାଧ୍ୟମରେ ପରିଶ୍ରାରେ ପ୍ରୋଟିନ୍ ର ମାତ୍ରା ସଠିକ୍ ଜାଣିହୁଏ । ମଧୁମେହ ରୋଗୀଙ୍କ କ୍ଷେତ୍ରରେ ମାଇକ୍ରୋ ଆଲବୁମିନ୍ୟୁରିଆ ଜାଣିବା ପାଇଁ ‘ଷ୍ଟାଣ୍ଡାର୍ଡ ୟୁରିନ ଡିପ୍ ଷ୍ଟିକ ଟେଷ୍ଟ’ ସହଳ ଏବଂ ସହଜ ପ୍ରଣାଳୀ । (ପରିଶ୍ରାରେ ଆଲବୁମିନର ପରିମାଣ ] ୩୦୦ ମିଗ୍ରା ଦିନକୁ) ମାଇକ୍ରୋ ଆଲବୁମିନ୍ୟୁରିଆର ଉପସ୍ଥିତି ସ୍ତର -୪ ବା ଚତୁର୍ଥ ସ୍ତରର ପ୍ରତିଫଳନ କରେ । ଅର୍ଥାତ୍ ଏହା ମାତ୍ରାଧିକ ମଧୁମେହ ବୃକକ୍ ରୋଗକୁ ସୁଚିତା କରେ ।

ମଧୁମେହ ବୃକକ୍ର ରୋଗ ବୃଦ୍ଧି ପାଇଲେ ମାଇକ୍ରୋ ଆଲବୁମିନ୍ୟୁରିଆ ମାତ୍ରା ମଧ୍ୟ ବୃଦ୍ଧିପାଏ । ମାଇକ୍ରୋ ଆଲବୁମିନ୍ୟୁରିଆ ବୃଦ୍ଧି ଅତିମାତ୍ରାରେ ହେଲେ ବୃକକ୍ ର କ୍ଷତିର ସୂଚନା ଦିଏ (ସ୍ତର – ୩ ବା ତୃତୀୟ ସ୍ତର) । ଇନ୍ ସିପିଏ ମଧୁମେହ ବୃକକ୍ ରୋଗର ସୂଚନା ) ଉଦାହରଣ ସ୍ୱରୂପ ନେଫ୍ରୋଟିକ୍ ସିଣ୍ଡ୍ରୋମସ ଏବଂ ସେରମ କ୍ରିଏଟିନର ବୃଦ୍ଧି ।

ମଧୁମେହ ବୃକକ୍ ରୋଗ ନିର୍ଣ୍ଣୟ କରିବା ପାଇଁ ମାଇକ୍ରୋ ଆଲବୁମିନ୍ୟୁରିଆ ପରୀକ୍ଷା ସଅଳ କରିବା, ଅତି ଉତ୍ତମ ୟୁରିନ ଡିପ୍ ଷ୍ଟିକ ଟେଷ୍ଟ ଦ୍ଵାରା ମାଇକ୍ରୋ ଆଲବୁମିନ୍ୟୁରିଆର ଅନ୍ଵେଷଣ ପରବର୍ତ୍ତୀ ସ୍ତରରେ ମଧୁମେହ ବୃକକ୍ ରୋଗର ସୂଚନା ଦିଏ।

ବିକାଶଶୀଳ ରାଷ୍ଟ୍ରରେ ଅଧିକ ଖର୍ଚ୍ଚ ଏବଂ ଅନୁପଲବ୍ଧତା କାରଣରୁ ମାଇକେୟ ଆଲବୁମିନ୍ୟୁରିଆ ପରୀକ୍ଷା ବହୁତ କମ୍ ମଧୁମେହ ରୋଗୀଙ୍କର କରାଯାଇ ପାରିଥାଏ । ମଧୁମେହ ବୃକକ୍ ରୋଗୀଙ୍କ ପାଇଁ ‘ୟୁରିନ ଡିପ୍ ଷ୍ଟିକ ଟେଷ୍ଟ’ ଯଦ୍ୱାରା ମାଇକ୍ରୋ ଆଲବୁମିନ୍ୟୁରିଆ ରୋଗ ନିର୍ଣ୍ଣୟ କରାଯାଏ ତାହା ହେଉଛି ପରବର୍ତ୍ତୀ ଉତ୍ତମ ରୋଗ ନିର୍ଣ୍ଣୟ ବିକଳ୍ପ ଭାବରେ ପରିଗଣିତ ହୁଏ।

ୟୁରିନ ଡିପ୍ ଷ୍ଟିକ୍ ପରୀକ୍ଷା ହେଉଛି ଏକ ସରଲା ଏବଂ କମ୍ ଖର୍ଚ୍ଚରେ କରାଯାଉଥିବା ଏକ ଚିକିତ୍ସା ପଦ୍ଧତି, ଯାହାକି ଛୋଟ ସ୍ଥାନରେ ମଧ୍ୟ ଉପଲବ୍ଧ ହୋଇଥାଏ ।

ମଧୁମେହ ବୃକକ୍ ରୋଗ ସମୂହ ବିଷୟରେ ଜାଣିବା ପାଇଁ ଏହି ପରୀକ୍ଷା ଏକ ନିଖୁଣ ବା ନିର୍ଭୁଲ ସାଧ୍ୟ ବିକଳ୍ପ । ଡାୟଲିସିସ୍ କିମ୍ବା ବୃକକ୍ ପ୍ରତିରୋପଣ ପାଇଁ ମଧୁମେହ ବୃକକ୍ ରୋଗର ଶିଥିଳ ସ୍ତରର ଭିଗୋରସ୍ ଭାବେ ପରିଚାଳନା କରିବା ଏକ ସଫଳତା ଭାବେ ଧରିନିଆଯାଇପାରେ ।

କିପରି ମଧୁମେହ ବୃକକ୍ ରୋଗ ନିର୍ଣ୍ଣୟ ହୁଏ ?

ଆଦର୍ଶ ପ୍ରଣାଳୀ – ମାଇକ୍ରୋ ଆଲବୁମିନ୍ୟୁରିଆ ନିମିତ ପରିଶ୍ରା ପରୀକ୍ଷା ଏକ କ୍ରିଏଟିନ ପାଇଁ ରକ୍ତ ପରୀକ୍ଷା ଏବଂ (ଜି ଏଫ୍ ଆର) ବର୍ଷକୁ ଅନ୍ତତଃ ପକ୍ଷେ ଥରେ ମଧୁମେହ ରୋଗୀର କରାଯିବା ଜରୁରୀ । ବାସ୍ତବ ପ୍ରଣାଳୀ – ତିନି ମାସିଆ ରକ୍ତ ଛାପର ମାପ ଏବଂ ୟୁରିନ ଡିପ୍ ଷ୍ଟିକ୍ ଟେଷ୍ଟ, ଏବଂ ବାର୍ଷିକ ରକ୍ତ ପରୀକ୍ଷା ଏବଂ (ଜି ଏଫ୍ ଆର) ଏସବୁ ସମସ୍ତ ମଧୁମେହ ରୋଗୀଙ୍କର ୟୁରିଆ କ୍ରିଏଟିନ ମାତ୍ରା ଜାଣିବା ନିମନ୍ତେ କରାଯିବା ଆବଶ୍ୟକ । ଏହି ପ୍ରଣାଳୀ ମଧୁମେହ ବୃକକ୍ ରୋଗ ଜାଣିବା ପାଇଁ ବିକାଶଶୀଳ ରାଷ୍ଟ୍ର ଗୁଡିକରେ ଛୋଟ ଛୋଟ ସହର ମାନଙ୍କରେ ସୀମିତ ଖର୍ଚ୍ଚରେ ସହଜରେ ଉପଲବ୍ଧ ହୋଇଥାଏ ।

କିପରି ମଧୁମେହ ବୃକକ୍ ପୂର୍ବ ସୁରକ୍ଷା କରାଯାଇ ପାରିବ ?

ମଧୁମେହ ରୋଗର ପୂର୍ବ ସୁରକ୍ଷା ପାଇଁ କେତେକ ଉପଯୋଗୀ ପରାମର୍ଶ ହେଉଛି ।

  • କ୍ରମାଗତ ଡାକ୍ତରଙ୍କ ପରାମର୍ଶ ।
  • ମଧୁମେହ ଉପରେ ଉତ୍ତମ ନିୟନ୍ତ୍ରଣ । ଏଚ୍ ବି ଏ ୧ସି ମାତ୍ର ୭ରୁ କମ୍ ରଖିବା ।
  • ରକ୍ତଚାପ ୧୩୦/୮୦ରୁ କମ୍ ରଖିବା । ଆଉ ଟେନସନ୍ ରିସେପ୍ଟର (ଏ ଆଇ ବି ପି) ଗ୍ରୁପର ଆଉ ହାଇପର ଟେନ୍ ସିଭ ଔଷଧର ସଅଳ ବ୍ୟବହାର ।
  • ଖାଦ୍ୟରେ ଚିନି ଓ ଲୁଣର ମାତ୍ରା ନିୟନ୍ତ୍ରଣ ବା କମ୍ କରିବା ଏବଂ ପ୍ରୋଟିନ, କୋଲେଷ୍ଟ୍ରୋଲ ଏବଂ ଚର୍ବି ଜାତୀୟ ଖାଦ୍ୟ କମ୍ ଖାଇବା ।
  • ନିତ୍ୟାନ୍ତ ଭାବେ ବୃକକ୍ ର ସୁରକ୍ଷାପାଇଁ ବର୍ଷକୁ ଥରେ ପରିଶ୍ରା ପରୀକ୍ଷା କରି ଆଲବୁମିନ ର ମାତ୍ରା, ଏବଂ ରକ୍ତରେ କ୍ରିଏଟିନର ମାତ୍ରା ପାଇଁ ରକ୍ତ ପରୀକ୍ଷା (ଏବଂ ଜି ଏଫ ଆର) କରି ବୃକକ୍ କୁ ସୁରକ୍ଷା ଦେବା ଆବଶ୍ୟକ ।
  • ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସତର୍କତା – ନିୟମିତ ବ୍ୟାୟାମ ଏବଂ ଓଜନର ନିୟନ୍ତ୍ରଣ । ମଦ୍ୟପାନ, ଧୂମପାନ, ତମାଖୁ, ମାଦକଦ୍ରବ୍ୟ ଇତ୍ୟାଦି ସହିତ ବ୍ୟଥା ନିବାରଣ ଔଷଧର କ୍ରମାଗତ ବ୍ୟବହାରକୁ ଏଡାଇଦେବା ଆବଶ୍ୟକ ।

ମଧୁମେହ ବୃକକ୍ ରୋଗର ଚିକିତ୍ସା

  • ମଧୁମେହର ଉଚିତ୍ ନିୟନ୍ତ୍ରଣ କରିବା ଆବଶ୍ୟକ ।
  • ବୃକକ୍ ସୁରକ୍ଷିତ ର୍କାହିବାକୁ ରକ୍ତଚାପର ନିର୍ଦ୍ଧିଷ୍ଟ ମାତ୍ରାରେ ରହିବା ଜରୁରୀ ହେତୁ, ରକ୍ତଚାପର ନିୟନ୍ତ୍ରଣ ଜରୁରୀ ଏବଂ ଗୁରୁତ୍ୱପୂର୍ଣ୍ଣ । ନିୟମିତ ରକ୍ତଚାପ ମାପିବା ଏବଂ ସର୍ବଦା ଏହାକୁ ୧୩୦/୮୦ ମିମି ଏଚ ଜି ମଧ୍ୟରେ ରଖିବା ଉଚିତ୍ । ଏଥିନିମନ୍ତେ ହାଇପର ଟେନସନ୍ ର ଚିକିତ୍ସା ଆବଶ୍ୟକ, ଯଦ୍ୱାରା କ୍ରନିକ୍ ବୃକକ୍ କ୍ଷତିର କ୍ଷିପ୍ରତା ଶିଥିଳ ହୋଇଯାଏ ।
  • ଆଓଟେନସନ୍ – କନ୍ ଭରଟିନ୍ ଏନଜାଇମ (ଏ ସି ଇ) ଇନ୍ ହିବିଟରସ୍ ଏବଂ ଆଓଟେନସନ୍ ରିସେପଟର ବ୍ଲକରସ୍ (ଏ ଆର ବି ଏସ୍) ହେଉଛି ଆଓ ହାଇପରଟେନ୍ ସିଭ ଔଷଧ ଯାହାର ଏକ ସ୍ଵତନ୍ତ୍ର ସୁରକ୍ଷା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ହୋଇଥାଏ । ବୃକକ୍ ରୋଗର ପ୍ରଭାବ ଅଧିକ । ମଧୁମେହ ବୃକକ୍ ରୋଗୀର ଯେତେବେଳେ ମାଇକ୍ରୋ ଆଲବୁମିନ୍ୟୁରିଆ ଉପସ୍ଥିତି ଥାଏ ସେତେବେଳେ ବୃକକ୍ ର ସୁରକ୍ଷା ପାଇଁ ଏହି ଔଷଧର ବ୍ୟବହାର କରାଯାଇଥାଏ ।
  • ଫୁଲା କମାଇବାପାଇଁ ଯେଉଁ ଔଷଧ ଦିଆଯାଏ ଯାହାକି ପରିଶ୍ରାର ପରିମାଣ ବୃଦ୍ଧି କରିଥାଏ । (ଡାଇୟୁରେଟିସ୍) ତାକୁ ରୋଗୀକୁ ଦିଆଯିବା ସହିତ ଲୁଣ ଏବଂ ତରଳର ମାତ୍ରା କମ୍ କରିବାପାଇଁ ପରାମର୍ଶ ଦିଆଯାଏ ।
  • ମଧୁମେହ ବୃକକ୍ ରୋଗ ଯୋଗୁଁ ବୃକକ୍ ହାନି ହୋଇଥିବା ରୋଗୀ ଯଦି ବାରମ୍ବାର ‘ହାଇପୋଗ୍ଲୋସେମିଆ’ ର ଶିକାର ହୋଇଥାଆନ୍ତି ତେବେ ମଧୁମେହ ନିୟନ୍ତ୍ରଣ କରିବା ପାଇଁ ନୂଆ ଔଷଧ ବା ଔଷଧର ପରିବର୍ତ୍ତନ ଆବଶ୍ୟକ ପଡେ । ଏପରିକି ମଧୁମେହକୁ ନିୟନ୍ତ୍ରଣ ସ୍ତରକୁ ଆଣିବା ପାଇଁ କିଛିଦିନ ଇନସୁଲିନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇପାରେ । ହାଇପୋଗ୍ଲୋସେମିଆକୁ ଏଡାଇବା ପାଇଁ ଦୀର୍ଘ ସମୟ ଶକ୍ତି ବର୍ଦ୍ଧକ ପାନୀୟକୁ ଏଡାଇଯିବା ଉଚିତ୍ । ମେଟ ଫରମିନ୍ କୁ ଲାକ୍ଟିକ ଏସିଡୋସିସ୍ ବିପଦ କାରଣରୁ ସେରମ୍ କ୍ରିଏଟିନ ର ମାତ୍ରା ୧.୫ ମି.ଗ୍ରା/ ଡିଏଲ ରୁ ଅଧିକ ରହୁଥିବା ରୋଗୀ ଏଡାଇଯିବା ଉଚିତ୍ ।
  • ଉଚ୍ଚ କ୍ରିଏଟିନ ମାତ୍ରା ଥିବା ମଧୁମେହ ବୃକକ୍ ରୋଗ, କ୍ରନିକ୍ ବୃକକ୍ ରୋଗର ସମସ୍ତ ଚିକିତ୍ସା ସାଧନ (ଦ୍ଵାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି) ଅନୁସରଣ କରିବା ଉଚିତ୍ ।
  • ଗୁରୁତ୍ଵର ସହିତ କାର୍ଡିଓଭାସ୍କୁଲାର ରୋଗର ବିପଦର ମୂଲ୍ୟାୟନ, କାରଣ ଏବଂ ପରିଚାଳନା କରିବା ଉଚିତ୍ (ଧୂମପାନ, ଲିପିଡ୍ ର ବୃଦ୍ଧି, ରକ୍ତଶର୍କରା ବୃଦ୍ଧି, ଉଚ୍ଚରକ୍ତ ଚାପର ବୃଦ୍ଧି ଇତ୍ୟାଦିର)।
  • ମଧୁମେହ ବୃକକ୍ ରୋଗ ସହିତ ରେନାଲ୍ ଫେଲ୍ୟୁଅର ରୋଗୀ ମଧ୍ୟ ଡାୟଲିସିସ୍ କିମ୍ବା ବୃକକ୍ ପ୍ରତିରୋପଣ ଆବଶ୍ୟକ କରେ ।

କେତେବେଳେ ଜେନ ମଧୁମେହ ବୃକକ୍ ରୋଗୀ ଡାକ୍ତରଙ୍କ ସହିତ ପରାମର୍ଶ କରିବ ?

  • ଯଦି ମାତ୍ରାଧିକ ଓଜନର ବୃଦ୍ଧି ଘଟେ, ପରିଶ୍ରାର ପରିମାଣ ଆବଶ୍ୟକତାଠାରୁ ବହୁ ପରିମାଣରେ କମିଯାଏ, ଶରୀର ଫୁଲିବା ପ୍ରକ୍ରିୟା ଯୋଗୁଁ ଖରାପ ଆଡକୁ ଗତିକରି ନିଶ୍ଵାସ ନେବାରେ କଷ୍ଟ ବା ଅସୁବିଧା ହୁଏ ।
  • ଛାତିରେ ଯନ୍ତ୍ରଣା, ପୂର୍ବରୁ ଥିବା ରକ୍ତଚାପ ଅନିୟନ୍ତ୍ରିତ ହେଲେ, ଅତି ଅଧିକ ହୃଦସ୍ପନ୍ଦନ ଗତି ବଢିଗଲେ ।
  • ଅତିମାତ୍ରାରେ ଦୁର୍ବଳ ଲାଗିଲେ, ଭୋକ ନଲାଗିଲେ, କିମ୍ବା ବାନ୍ତି ଅଥବା ଶେଥା ପଡିଗଲେ ।
  • ପରସିଷ୍ଟେ ଜ୍ଵର, ଥଣ୍ଡା, ଜ୍ଵଳନ, ଯନ୍ତ୍ରଣା ହେଲେ, ଯଦି ପରିଶ୍ରା ମଳିନ ଏବଂ ଗନ୍ଧଯୁକ୍ତ ହେଲେ କିମ୍ବା ପରିଶ୍ରାରେ ରକ୍ତ ପଡିଲେ ।
  • କ୍ରମାଗତ ହାଇପିଓଗ୍ଲୋସେମିଆ (ଚିନି ମାତ୍ରା କମ୍) ହେଲେ କିମ୍ବା ଇନସୁଲିନ ଆବଶ୍ୟକ ମାତ୍ରାରୁ କମିଗଲେ କିମ୍ବା ଆଓ ଡାଇବେଟିସ୍ ଔଷଧ ବୃନ୍ଦ ଉପୁଜିଲେ, ଅଳସୁଆମି କିମ୍ବା ବାତ ମାରିଲେ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top