অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯକୃତର ଯତ୍ନ

ଉପକ୍ରମ

ଯକୃତ ବା ଲିଭର ଶରୀରର ସବୁଠାରୁ ବଡ ଗ୍ରନ୍ଥି । ଏହା ପାଚନରେ ସହାୟକ ଏକାଧିକ ପ୍ରକାରର ରସ ସୃଷ୍ଟିକରେ ଏବଂ ଶରୀରକୁ ବିଷମୁକ୍ତ କରିଥାଏ । ଏବେ ଯକୃତ ସହିତ ସମ୍ପୃକ୍ତ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ଅତ୍ୟଧିକ ମଦ୍ୟପାନ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ଏହାର କାରଣ । ଯକୃତ ଖରାପ ହୋଇଗଲେ ପ୍ରତିରୋପଣ ବ୍ୟତୀତ ଅନ୍ୟ ଉପାୟ ନାହିଁ । ତେବେ ଯକୃତ ଅସୁସ୍ଥ ହେବାର ବହୁ କାରଣ ରହିଛି ।

ଭାଇରାଲ ହେପାଟାଇଟିସ୍

ଏହା ଏ, ବି, ସି, ଡି ଏବଂ ଇ ପାଞ୍ଚ ପରକାରର । ଏ ଏବଂ ଇ ଦୂଷିତ ପାଣି ତଥ୍ୟ ଖାଦ୍ୟ ଯୋଗ ହେଉଥିବା ବେଳେ ଏହାକୁ ସାଧାରଣ ଭାଷାରେ ହଳଦିଆ କାମଳ ବୋଲି କୁହାଯାଏ । ଏହାର ଲକ୍ଷଣ ପ୍ରାୟ ୨ ରୁ ୪ ସପ୍ତାହ ଜାରି ରହେ । ରୋଗୀଙ୍କୁ ବାନ୍ତି ଏବଂ ଜ୍ଵର ହୁଏ । ତେବେ ସ୍ପଷ୍ଟ ଲକ୍ଷଣ ଜଣାପଡିବା ପରେ ରୋଗୀ ତୁରନ୍ତ ଚିକିତ୍ସା ପାଇଁ ପହଞ୍ଚିଥାନ୍ତି । ତେଣୁ ଯକୃତ ଖରାପ ହେବା ଘଟଣା କମ୍ ହୋଇଥାଏ । ଯକୃତ ଖରାପ ହେବାର ଅଳ୍ପଦିନ ପୂର୍ବରୁ ରୋଗୀର ମାନସିକ ସ୍ଥିତି ବିଗିଡିବାରେ ଲାଗେ । ବି ଏବଂ ସି ଭାଇରାଲ ସଂକ୍ରମର ଯୋଗୁଁ ହୋଇଥାଏ । ସଂକ୍ରମଣ ପ୍ରାୟ ଦେଢର ଦୁଇମାସ ପରେ ଏହାର ଲକ୍ଷଣ ପ୍ରକାଶ ପାଏ । ଯେଉଁ କ୍ଷେତ୍ରରେ ଛଅମାସ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ, ତାକୁ ଆକ୍ୟୁଟ୍ ବୋଲି କହିଥାନ୍ତି । ଏଥିରେ ଯକୃତ ରକ୍ଷା କରାଯାଇପାରେ । ତେବେ ଲକ୍ଷଣ ପ୍ରକାଶ ପାଇବା ଛ’ ମାସରୁ ଅଧିକ ହୋଇଗଲେ ଏହା କ୍ରୋନିକ୍ ହୋଇଯାଏ ଏବଂ ରୋଗୀ ପୁରା ସୁସ୍ଥା ହେବାର ଆଶା କ୍ଷୀଣ ରହେ । ଯେଉଁମାନଙ୍କୁ ପିଲାଦିନରୁ ଏହି ସଂକ୍ରମଣ ହୋଇଥାଏ ସେମାନେ ବଡ ହେବା ପରେ ସାଧାରଣତଃ କ୍ରୋନିକ୍ ହେପାଟାଇଟିସ୍ ରେ ପୀଡିତ ହୁଅନ୍ତି । ଉଭୟ ଭାଇରସ୍ ଯକୃତ ଉପରେ କୁପ୍ରଭାବ ପକାଇଥାଏ । ଠିକ୍ ସମୟରେ ଚିକିତ୍ସା ସେବା ନପାଇଲେ ଧୀରେ ଧୀରେ ଲିଭର ଟ୍ୟୁମରରେ ପରିବତନ ହୋଇଥାଏ ।

ସଂକ୍ରମିତ

ମୁଖତଃ ଆଲକୋହଲ ସଂକ୍ରମିତ ଛୁଞ୍ଚି, ରକ୍ତ ସର୍ଜରୀ ଉପକରଣ ତଥ୍ୟ ଅସୁରକ୍ଷିତ ଶାରୀରିକ ସମ୍ପର୍କ ଯୋଗୁଁ ଏବଂ ସଂକ୍ରମିତ ମା’ଠାରୁ ଶିଶୁକୁ ଏହି ରୋଗ ହୋଇଥାଏ । କାମଳ ତଥା ଡେଙ୍ଗୁ ମଧ୍ୟ ବହୁବାର ହେପାଟାଇଟିସ୍ କାରଣ ହୋଇଥାଏ । ଏହା ବ୍ୟତୀତ ଟିବି, ଅପସ୍ମାରର ଔଷଧ ଆୟୁର୍ବେଦିକ ତଥା ହର୍ବୋଲ ଔଷଧ ମଧ୍ୟ ଏହି ରୋଗ ହୋଇପାରେ । ଅତ୍ୟଧିକ ମଦ୍ୟପାନ ଦ୍ଵାରା ଯକୃତ କ୍ଷତିଗ୍ରସ୍ତହୋଇଥାଏ । ଏଥିରେ ଫାଇବ୍ରୋସିସ୍ ଦେଖାଯାଏ ଏବଂ ଯକୃତ ସଂକୁଚିତ ହେବାକୁ ଲାଗେ ଯେଉଁଥିରେବ ଛୋଟ- ବଡ ଗଣ୍ଠି ମସଧ୍ୟା ପଡିଯାଏ ।

ଏହା ଲିଭର ସିରୋସିସ୍ ପ୍ରତିଦିନ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଯକୃତ କୋଷ କ୍ଷତିଗ୍ରସ୍ତ ହୋଇଥାଏ । ଏହାର ଚିକିତ୍ସା ସମ୍ଭବ ଥିଲେ ବି ପରେ ମଦ ଆଭ୍ୟସ ନ ଛାଡିଲେ ଚିକିତ୍ସା ଆଉ ସମ୍ଭବ ହୁଏନାହିଁ । ଅଧିକ ତୈଳୀୟ ଖାଦ୍ୟ କଉଥିବା ତଥା ଏକ୍ସରସାଇଜ୍ କରୁ ନଥିବା ବ୍ୟକ୍ତିଙ୍କ ଫ୍ୟାଟି ଲିଭର ଆଶଙ୍କା ଅଧିକ । ଏହି ଘଟନା ପାଇଁ ମୋଟାପା ୭୦ ପ୍ରତିଶତ ଦାୟୀ । ତେବେ ଏହାର ଆଉ କେତେକ କାରଣ ବି ଦେଖାଗଲାଣି । ଅନ୍ତଃନଳୀର ବ୍ୟକ୍ଟେରିଆ ବି ଫ୍ୟାଟି ଲିଭରର କାରଣ ହୋଇଥାନ୍ତି । ଏହା ପତଳା ଲୋକଙ୍କ ଠାରେ ମଧ୍ୟ ହୋଇପାରେ । ଅଧିକ ଚର୍ବି ଯୋଗୁ ଯକୃତ ସଂକୁଚିତ ହୋଇଯାଏ ର୍ବୋଙ୍ଗ ଠିକ୍ ସମୟରେ ଚିକିତ୍ସା ନମିଳିଲେ ସିରୋସିସ୍ ଆଶଙ୍କା ଦେଖାଯାଏ । ଯକୃତର ଆଉ ଏକ ସମସ୍ୟା ପ୍ରାୟତଃ ମହିଳାଙ୍କ ଠାରେ ଦେଖାଯାଏ । ଶରୀରର କୋଷଗୁଡିକ ଯକୃତ ବିରୋଧରେ କାମ କଲେ ଯକୃତ ଖରାପ ହୋଇଯାଏ । ଏହା ଖୁବ୍ କମ୍ ପରିମାଣରେ ଦେଖାଯାଏ । ଯକୃତ ଖରାପ ହେବାର ଲକ୍ଷଣ ଡେରିରେ ଜଣାପଡେ । ୬୦- ୮୦ ପ୍ରତିଶତ ଯକୃତର କୋଷ କ୍ଷତିଗ୍ରସ୍ତ ହେବା ପରେ ହିଁ ଲକ୍ଷଣ ପ୍ରକାଶ ପାଇଥାଏ । ତେଣୁ ଯକୃତ ପରୀକ୍ଷା କରାଇ ନେବା ଜରୁରୀ । ଏହା ଯକୃତ କ୍ଷମତା ଜଣାଇଥାଏ । ଫ୍ୟାଟି ଲିଭର ପାଇଁ ଅଲଟ୍ରାସାଉଣ୍ଡ ଓ ଫାଇବ୍ରୋସ୍କାନ ପରୀକ୍ଷା କରିପାରିବା । ରକ୍ତ ପରୀକ୍ଷାରୁ ଯକୃତ ବାବଦରେ ଜଣାନପଡିଲେ ବିଶେଷଜ୍ଞ ବାୟୋପସିର ପରାମର୍ଶ ଦେଇଥାନ୍ତି । ଏଥିରେ ଯକୃତ କିଛି ଅଂସ ଲାବୋରେଟୋରୀ ପଠାଯାଇ ପରୀକ୍ଷା କରାଯାଏ ।

ନିରାକରଣ

ତେବେ ଯକୃତକୁ ସୁସ୍ଥା ରଖିବା ଲାଗି ସ୍ଵଚ୍ଛ ପାଣି ପିଅନ୍ତୁ, ଦୂଷିତ ଖାଦ୍ୟରୁ ଦୂରେଇ ରହନ୍ତୁ, ବ୍ୟାୟାମ କରନ୍ତୁ ସୁରକ୍ଷିତ ଶାରୀରିକ ସମ୍ପର୍କ ରଖନ୍ତୁ, ୪୦ ବର୍ଷ ପରେ ଯକୃତ ପରୀକ୍ଷା କରାଇ ନିଅନ୍ତୁ । ବଡ କଥା ମଦ୍ୟପାନ ଓ ଧୂମପାନରୁ ବିରତ ରୁହନ୍ତୁ । ହେପାଟାଇଟିସ୍ ବି ଟୀକା ନେଇ ହେପାଟାଇଟିସ୍ ବି, ଲିଭର ସିରୋସିସ୍ ଓ ଲିଭର କ୍ୟାନସରରୁ ମୁକ୍ତି ପାଆନ୍ତୁ । ଶାଗ, ସବୁଜ ପନିପରିବା, ସେଓ, ଅଙ୍ଗୁର, ଗାଜର, ବିଟ ରସୁଣ ଅଲିଭ ଅଏଲ, ଲେମ୍ବୁ ସରବର, ଗ୍ରୀନ ଟି, ଫୁଲକୋବି, ବନ୍ଧାକୋବି, ହଳଦୀ ଇତ୍ୟାଦି ଖାଦ୍ୟ ଲିଭାରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate