ହୋମ / ସ୍ଵାସ୍ଥ୍ୟ / ରୋଗ / ବୃକକ୍ / ହେଂସ ସୁତୁରା
ସେଆର କରନ୍ତୁ

ହେଂସ ସୁତୁରା

କେତେଭାଗ ପିଲା ଶଯ୍ୟା ପରିଶ୍ରା ରୋଗରେ ଆକ୍ରାନ୍ତ ହୁଅନ୍ତି । ସେ ସମ୍ବନ୍ଧରେ ସୂଚନା ।

ଶଯ୍ୟାରେ ପରିଶ୍ରା

ବେଡୱେଟିଙ୍ଗ ବା ଶୋଇଥିବା ବେଳେ ହଠାତ୍ ମୂତ୍ର ତ୍ୟାଗ କରିବା ପିଲାମାନଙ୍କର ଏକ ସାଧାରଣ ଏବଂ ସ୍ଵାଭାବିକ ପ୍ରକ୍ରିୟା । ଶଯ୍ୟରେ ପରିଶ୍ରା ‘ରାତ୍ରକାଳୀନ ଅନିଚ୍ଛାକୃତ ମୂତ୍ର ତ୍ୟାଗ’ ନା ବୃକକ୍ ର ରୋଗ ନା ଦୁଷ୍ଟ ପଣିଆ, ନା ପିଲାଙ୍କର ଅଳସୁଆମିର ଫଳ । ଅଧିକାଂଶ ସମୟରେ ଏହା ସ୍ଵତଃ ବନ୍ଦ ହୋଇଯାଏ । ପିଲା ବଡ ହେବା ମାତ୍ରେ ବିନା ଚିକିତ୍ସାରେ ସ୍ଵତଃ ବନ୍ଦ ହୋଇଯାଏ । ଯାହାହେଉ ପିଲାମାନଙ୍କ ପାଇଁ ଶଯ୍ୟାରେ ପରିଶ୍ରା ଏକ ଦୁଃଖ ବା ପରିତାପର ବିଷୟ । ସେମାନଙ୍କ ପରିବାର ପାଇଁ ଏବଂ ପିଲାଙ୍କ ପାଇଁ ମଧ୍ୟ ଏହା ଅସୁବିଧା ଏବଂ ହତୋତ୍ସାହର କାରଣ ହୋଇଥାଏ ।

କେତେଭାଗ ପିଲା ଶଯ୍ୟା ପରିଶ୍ରା ରୋଗରେ ଆକ୍ରାନ୍ତ ହୁଅନ୍ତି ଏବଂ କେତେବର୍ଷରେ ଏହା ସ୍ଵାଭାବିକ ଭାବରେ ବନ୍ଦ ହୋଇଥାଏ ? ପିଲା ବିଛଣାରେ ପରିଶ୍ରା କରିବା ଅତି ସାଧାରଣ । ଏହା ୬ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଅତି ସାଧାରଣ । ପାଞ୍ଚବର୍ଷ ବୟସର ପ୍ରାୟତଃ ୧୫ ରୁ ୨୦ ଭାଗ ପିଲାଙ୍କର ବିଛଣାରେ ପରିଶ୍ରା ହୋଇଯାଏ । ବୟସ ବଢ଼ିବା ସହ ଏହାର ମାତ୍ରା ତୁଳନାତ୍ମକ ଭାବେ କମିଯାଏ । ବୟସ ବଢ଼ିବା ସହ ଏହାର ମାତ୍ରା ତୁଳନାତ୍ମକ ଭାବେ କମିଯାଏ । ୧୦ ବର୍ଷ ବେଳକୁ ୫ ଭାଗ, ୧୫ ବର୍ଷ ବେଳକୁ ୨ ଭାଗ ଏବଂ ପ୍ରାପ୍ତ ବୟସ ବେଳକୁ ୧ ଭାଗରୁ କମ୍ ଲୋକଙ୍କର ହୋଇଥାଏ ।

କେଉଁ ପିଲା ଶଯ୍ୟ ପରିଶ୍ରା ରୋଗରେ ଆକ୍ରାନ୍ତ ହୁଅନ୍ତି ?

  • ଯେଉଁ ପିଲାଙ୍କର ପିତା ମାତାଙ୍କ ମଧ୍ୟରୁ ଜଣେ ହେଲେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥିବେ ।
  • ଯାହାର ସ୍ନାୟବିକ ଉନ୍ନତି ବିଳମ୍ବିତ ହୋଇଥିବ, ଯଦ୍ଵାରା ପିଲାର ବ୍ଲାଡର ପୂର୍ଣ୍ଣ ହେଲା ବୋଲି ଜାଣିବାର ଶକ୍ତି କମିଯାଇଥିବ ।
  • ଗାଢ ନିଦ୍ରାରେ ଶୋଇଥିବା ପିଲାର ।
  • ଝିଅପିଲାଙ୍କ ଅପେକ୍ଷା ପୁଅ ପିଲାଙ୍କ କ୍ଷେତ୍ରରେ ଏହା ଅତ୍ୟନ୍ତ ସାଧାରଣ ।
  • ଏପରି ଅସୁବିଧା ହୁଏତ ଆରମ୍ଭରୁ ହୋଇଥାଏ ଅଥବା ମନସ୍ତାତ୍ଵିକ କିମ୍ବା ଶାରୀରିକ ଚାପ ଯୋଗୁଁ ଏହା କ୍ରମାଗତ ବଢ଼େ ।
  • ବହୁତ କମ୍ ପୁଅପିଲା ପ୍ରାୟତଃ ୨ରୁ ୩ ପ୍ରତିଶତ ପିଲାଙ୍କର ଡାକ୍ତରୀ ଅସୁବିଧା ଯେପରିକି ପରିଶ୍ରାନଳୀ ସଂକ୍ରମଣ, ମଧୁମେହ, ବୃକକ୍ ହାନି, ପିନ୍ କୃମି, କୋଷ୍ଠ କାଠିନ୍ୟ, ଛୋଟ ବ୍ଲାଡର ଜନିତ ଅସୁବିଧା, ମେରୁଦଣ୍ଡରେ ଅସ୍ଵାଭିକତା କିମ୍ବା ୟୁରେଥ୍ରାଲ ଭାଲଭର ଅସୁବିଧା କାରଣରୁ ଶଯ୍ୟା ପରିଶ୍ରା ହୋଇଥାଏ ।

ଶଯ୍ୟରେ ପରିଶ୍ରା କରୁଥିବା ପିଲାମାନଙ୍କର କେତେବେଳେ ଏବଂ କେଉଁ ତଦନ୍ତ କରାଯାଏ ?

ବିଛଣା ବା ଶଯ୍ୟରେ ପରିଶ୍ରା କରୁଥିବା ପିଲାଙ୍କ ମଧ୍ୟରୁ ଯେଉଁମାନଙ୍କର ଡାକ୍ତରୀ କିମ୍ବା ଗଠନଗତ ଅସୁବିଧାର ସନ୍ଦେହ କରାଯାଏ ସେତେବେଳେ ତଦନ୍ତ କରାଯାଏ। ବାରମ୍ବାର କରାଯାଉଥିବା ପରୀକ୍ଷା ଗୁଡିକ ହେଉଛି – ପରିଶ୍ରା ପରୀକ୍ଷା, ରକ୍ତ ଶର୍କରା, ଏକ୍ସ-ରେ ଏବଂ ଅଲଟ୍ରାସାଉଣ୍ଡ କିମ୍ବା ବୃକକ୍ ଓ ବ୍ଲାଡରର ଅନ୍ୟାନ୍ୟ ଇମେଜିଂ ପରୀକ୍ଷା ।

ଚିକିତ୍ସା : ବିଛଣାରେ ପରିଶ୍ରା କରିବା ହେଉଛି ସ୍ଵତଃ ପ୍ରବୃତ୍ତ । ଏହା ଜାଣିଶୁଣି କେହି କରେନାହିଁ । ତେଣୁ ପିଲାକୁ ଏଥିପାଇଁ ଦଣ୍ଡଦେବା, ଗାଳିଦେବା, ମାଡଦେବା, ପାଟିତୁଣ୍ଡ କରିବା ଉଚିତ୍ ନୁହେଁ । ଏହା ପରିବର୍ତ୍ତେ ପିଲାକୁ ସାନ୍ତ୍ଵନା ଦେଇ ବୁଝାଇଦେବା ଉଚିତ୍ ଯେ ବିଛଣାରେ ପରିଶ୍ରା କରିବା ସମୟ ଅନୁସାରେ ବନ୍ଦ ହୋଇଯିବ ।

ଶଯ୍ୟା ପରିଶ୍ରା ପାଇଁ ମିଶ୍ରିତ ଚିକିତ୍ସା କରାଯାଏ ଯଥା ଶିକ୍ଷା, ପ୍ରେରଣାଦାୟକ ଚିକିତ୍ସା, ଅଭ୍ୟାସରେ ପରିବର୍ତ୍ତନ, ତରଳଦ୍ରବ୍ୟ ପିଇବା ଏବଂ ମୂତ୍ରତ୍ୟାଗ କରିବା ଅଭ୍ୟାସର ପରିବନ ଇତ୍ୟାଦି । ଏହା ସତ୍ତ୍ୱେ ଶଯ୍ୟା ପରିଶ୍ରା ବନ୍ଦ ନହେଲେ ଉପରୋକ୍ତ ପ୍ରକ୍ରିୟା ଅନୁକରଣ ସହିତ ପରିଶ୍ରା କରିବା ସମୟର ସତର୍କ ଘଣ୍ଟି ଏବଂ ଔଷଧ ଚିକିତ୍ସା କରାଯାଇପାରେ ।

ଶିକ୍ଷା ଏବଂ ପ୍ରବନ ଚିକିତ୍ସା

  • ଶଯ୍ୟରେ ପରିଶ୍ରା କରିବା ବିଷୟରେ ପିଲା ନିଶ୍ଚିତଭାବରେ ପୂର୍ଣ୍ଣାଙ୍ଗ ଜ୍ଞାନ ପାଇବା ଉଚିତ୍ ।
  • ଶଯ୍ୟା ପରିଶ୍ରା ପିଲାମାନଙ୍କର ଦୋଷ ବା ତ୍ରୁଟି ନୁହେଁ, ତେଣୁ ପିଲାଙ୍କ ଉପରେ ରାଗିବା ବା ସେମାନଙ୍କୁ ସାବଧାନ କରାଇବା ଅନୁଚିତ୍ ।
  • ଏହା ପରିସ୍ଥିତିକୁ ଖରାପ କରିପାରେ ।
  • ବିଛଣାରେ ବା ଶଯ୍ୟାରେ ପରିଶ୍ରା କରିବା କାରଣରୁ କେହି ପିଲାଙ୍କୁ ଉତ୍ୟକ୍ତ କରିବା ଉଚିତ୍ ନୁହେଁ ।
  • ପିଲାକୁ ଚାପମୁକ୍ତ କରିବାପାଇଁ, ଶଯ୍ୟରେ ପରିଶ୍ରା କରୁଥିବା ଯୋଗୁଁ ସେ କୌଣସି ସମସ୍ୟାର ସମ୍ମୁଖୀନ ହେବନାହିଁ ଏବଂ ପରିବାରର ଲୋକେ ତା ସାଙ୍ଗରେ ଅଛନ୍ତି ଏବଂ ଏପରି ସମସ୍ୟା କ୍ଷଣସ୍ଥାୟୀ ହୋଇଥିବାରୁ କିଛିଦିନ ପରେ ତାହା ଠିକ୍ ହୋଇଯିବ, ଏକଥା ତାକୁ ବୁଝାଇ ଦେବା ଉଚିତ୍ ।
  • ଡାଇପର ପରିବର୍ତ୍ତେ ପ୍ୟାଣ୍ଟ ପିନ୍ଧିବା ପାଇଁ ପ୍ରଶିକ୍ଷଣ ଦେବା ଉଚିତ୍ ।
  • ରାତ୍ରିରେ ଶୋଇଲାବେଳେ ରାତ୍ରକାଳୀନ ଆଲୋକ ବତୀ ଜଳାଇ ରଖିବା ଉଚିତ୍ ଯଦ୍ଵାରା ରାତିରେ । ପରିଶ୍ରା ଲାଗିଲେ ସେ ସହଜରେ ପରିଶ୍ରାଗାରକୁ ଯାଇ ପାରିବ ।
  • ପାଖରେ ବଳକା ଏକ ଯୋଡା ପାଇଜାମା, ବେଡସିଟ୍ ଏବଂ ତଉଲିଆ ରଖିବା ଉଚିତ୍ ଯଦ୍ଵାରା ପିଲାଟି ପରିଶ୍ରା କରିଦେବା ଯୋଗୁଁ ନିଦ ଭାଙ୍ଗିଗଲେ, ସଂଗେ ସଂଗେ ଓଦା ବସ୍ତ୍ର ସହଜରେ ଓ ସୁବିଧାରେ ବଦଳାଇ ଦେଇହେବ ।
  • ଗଦି ଉପରେ ପ୍ଲାଷ୍ଟିକ୍ ଚାଦର ବିଛାଇଦେବା ଆବଶ୍ୟକ ଯଦ୍ଵାରା ଗଦି ବା ବିଛଣା ଓଦା ହେବନାହିଁ ।
  • ଗୋଟେ ଲମ୍ବା ତଉଲିଆକୁ ବେଡସିଟ୍ ର ତଳେ ରଖିବାଦ୍ଵାରା ବଳକା ପରିଶ୍ରା ତଉଲିଆରେ ଭିଜିଯିବ ଯଦ୍ୱାରା ପିଲା ପୁରା ଓଦା ହେବନାହିଁ ।
  • ସକାଳୁ ଗାଧୋଇବା ପାଇଁ କହିବା ଉଚିତ୍ ଯଦ୍ଵାରା ପରିଶ୍ରାର ଗନ୍ଧ ରହିବ ନାହିଁ ।
  • ରାତିରେ ଶୁଖିଲାରେ ଶୋଇବା ପାଇଁ ପ୍ରୋତ୍ସାହିତ କରିବା ଉଚିତ୍ ଏବଂ ରାତିରେ ଶଯ୍ୟାରେ ନମୁତିଲେ ପୁରସ୍କୃତ କରିବା ଯଦ୍ଵାରା ଛୋଟ ଉପହାର ପିଲାକୁ ଉତ୍ସାହିତ କରିଥାଏ ।
  • କୋଷ୍ଠକାଠିନ୍ୟକୁ ଅବହେଳା ନକରି ତୁରନ୍ତ ଚିକିତ୍ସା କରିବା ଉଚିତ୍ ।

ସୀମିତ ତରଳ ଗ୍ରହଣ

  • ରାତିରେ ଶୋଇବାର ଦୁଇରୁ ତିନିଘଣ୍ଟା ପୂର୍ବରୁ ପିଲାକୁ ସୀମିତ ତରଳ ପିଇବାକୁ ଦେବା ଉଚିତ୍ । କିନ୍ତୁ ଦିନବେଳେ ପିଲା ପର୍ଯ୍ୟାପ୍ତ ପରିମାଣର ତରଳ ଗ୍ରହଣ କରୁଥିବାର ଦୃଢନିଶ୍ଚିତ ହେବା ଉଚିତ୍ ।
  • ପ୍ୟାଫେନ୍ (ଚା, କଫି) ଇତ୍ୟାଦିକୁ ଏଡାଇଯିବା ଉଚିତ୍ ।

କାର୍ବୋନେଟ୍ ପାନୀୟ (କୋଲା) ଏବଂ ଚକୋଲେଟ୍ ପରି ଖାଦ୍ୟକୁ ସନ୍ଧ୍ୟା ସମୟରେ ନଖାଇବା । ଉଚିତ୍ ଏସବୁ ଖାଦ୍ୟ ମୂତ୍ର ତ୍ୟାଗ କରିବାର ଇଚ୍ଛାକୁ ବଢାଇ ପାରନ୍ତି ଏବଂ ଶଯ୍ୟରେ ପରିଶ୍ରା କରିବାର ପ୍ରବୃତ୍ତିକୁ ଉତ୍ତେଜିତ କରିଥାଆନ୍ତି ।

ଶୂନ୍ୟ କରିବା ଅଭ୍ୟାସ ଉପରେ ପରାମର୍ଶ

  • ଶଯ୍ୟକୁ ଯିବା ପୂର୍ବରୁ ଦୁଇଥର ପରିଶ୍ରା କରିବାପାଇଁ ପ୍ରୋତ୍ସାହିତ କରିବା ଉଚିତ୍ । ପ୍ରଥମେ ନିୟମିତ କ୍ରମରେ ପରିଶ୍ରା କରି ଖାଲି କରିବ, ଦ୍ଵିତୀୟଥର ନିଦ ଲାଗିବାର କିଛିକ୍ଷଣ ପୂର୍ବରୁ ।
  • ଦିନସାରା ଯେତେଥର ପରିଶ୍ରା ଲାଗିଲେ ପରିଶ୍ରାଗାରରେ ଯାଇ ପରିଶ୍ରା କରିବାପାଇଁ ଅଭ୍ୟାସରେ ପକାଇବା ଉଚିତ୍ ।
  • ରାତିରେ ପିଲାଟି ଶୋଇବାର ତିନିଘଣ୍ଟା ପରେ ଥରେ ଲେଖାଏଁ ତାକୁ ଉଠାଇ ପରିଶ୍ରା କରାଇଦେବା । ଉଚିତ୍ । ଯଦି ଆବଶ୍ୟକ ପଡେ ତେବେ ଆଲାରାମ ବ୍ୟବହାର କରିବା ଉଚିତ୍ ।
  • ଏକ ନିର୍ଦ୍ଦିଷ୍ଟ ସମୟରେ ଶଯ୍ୟା ଓଦା ହେବାର ନିଶ୍ଚିତ ହେଲେ, ଉଠିବାର ସମୟକୁ ଯଥୋପଯୁକ୍ତ ବ୍ୟବସ୍ଥିତ କରାଯାଇପାରେ ।

ଶଯ୍ୟ ଓଦାର ସତର୍କ ଘଣ୍ଟି

  • ୭ ବର୍ଷ ବୟସରୁ ଅଧିକ ବୟସ୍କ ପିଲାଙ୍କ ପାଇଁ ଶଯ୍ୟା ଓଦା ହେବାକୁ ନିୟନ୍ତ୍ରଣ କରିବାପାଇଁ ସତର୍କ ଘଣ୍ଟି ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟବସ୍ଥା ।
  • ଏହି ସତର୍କ ଘଣ୍ଟିରେ ଗୋଟେ ସେନ୍ସର ପିଲାର ଅନ୍ତବସ୍ତ୍ର ସହ ଯୋଡ଼ା ହୋଇଥାଏ । ଯେତେବେଳେ ପିଲାଟି ମୃତ୍ର ନିଷ୍କାସନ କରେ, ପ୍ରଥମ ଟୋପା ପରିଶ୍ରା ପଡ଼ିବାରୁ ଯନ୍ତ୍ର ଚେତନା ଜାଗ୍ରତ ହୁଏ, ଏବଂ ସତର୍କ ଘଣ୍ଟି ବାଜିଉଠେ ଏବଂ ପିଲାଟି ଉଠି ପଡେ । ଯଦ୍ଵାରା ଶୌଚାଳୟକୁ ଯିବା ପର୍ଯ୍ୟନ୍ତ ପିଲାଟି ପରିଶ୍ରାକୁ ନିୟନ୍ତ୍ରିତ କରି ରଖେ ।
  • ସତର୍କ ଘଣ୍ଟି ସାହାଯ୍ୟରେ ଶଯ୍ୟା ଓଦା ହେବାର କିଛିକ୍ଷଣ ପୂର୍ବରୁ ପିଲାଟି ଉଠିଯିବାର ପ୍ରଶିକ୍ଷଣ ଦିଆଯାଇପାରେ ।

ବ୍ଲାଡର ପ୍ରଶିକ୍ଷଣ ବ୍ୟାୟାମ

  • ଶଯ୍ୟ ଓଦା କରୁଥିବା ଅନେକ ପିଲାଙ୍କ ସମସ୍ୟା ହେଉଛି, ସେମାନଙ୍କର ଛୋଟ ମୂତ୍ରାଶୟ । ମୂତ୍ରାଶୟ ବା ବ୍ଲାଡର ପ୍ରଶିକ୍ଷଣର ଲକ୍ଷ୍ୟ ହେଉଛି ମୂତ୍ରାଶୟରେ ମୂତ୍ର ଧାରଣ କ୍ଷମତାକୁ ବଢ଼ାଇବା।
  • ମୂତ୍ରାଶୟ ପ୍ରଶିକ୍ଷଣ ପାଇଁ, ଦିନବେଳା ପିଲାକୁ ବହୁ ପରିମାଣରେ ପାଣି ପିଇବାକୁ ଦେଇ କୁହାଯିବ ଯେ ପରିଶ୍ରା ଲାଗିଲେ ତୁରନ୍ତ ପରିଶ୍ରା କରିବର୍ତ୍ତେ କିଛି ସମୟ ଅଟକାଇ ରଖି ତା'ପରେ କରିବ । ଯଦ୍ଵାରା ଏହା ଅଭ୍ୟାସରେ ପରିଣତ ହେବ ।
  • ଏପରି ଅଭ୍ୟାସ କରିବା ଦ୍ୱାରା ଜଣେ ପିଲା ଦୀର୍ଘସମୟ ପରିଶ୍ରା ଜାକି ଦେଇପାରେ । ଏହା ମୂତ୍ରାଶୟ ଏବଂ ମୂତ୍ରାଶୟର ମାଂସପେଶୀକୁ ଶକ୍ତିଶାଳୀ କରି ମୂତ୍ରାଶୟରେ ମୂତ୍ରଧାରଣ କ୍ଷମତା ବୃଦ୍ଧିକରେ ।

ଔଷଧ ଚିକିତ୍ସା

ଶଯ୍ୟ ଓଦା ବନ୍ଦ କରିବାପାଇଁ ଔଷଧର ବ୍ୟବହାର ହେଉଛି ଶେଷ ଅବଲମନ । ସାଧାରଣତଃ ୭ ବର୍ଷରୁ ଅଧିକ ବୟସର ପିଲାଙ୍କ କ୍ଷେତ୍ରରେ ଏହା ବ୍ୟବହାର କରାଯାଇପାରେ । ଔଷଧ ଗୁଡିକ ବହୁତ ପ୍ରଭାବଯୁକ୍ତ ଏବଂ ଶଯ୍ୟା ଓଦାକୁ ପୁରାପୁରି ନିୟନ୍ତ୍ରଣ କରିପାରେ ନାହିଁ । ଏହା ସାମୟିକ ପ୍ରତିବଦଳର ଏକ ମାପକ ଏବଂ ଅଳ୍ପ ସମୟ ବ୍ୟବହାର ପାଇଁ ଉଚିତ୍ । ଶଯ୍ୟା ଓଦା ସାଧାରଣତଃ ପୁନଃ ପ୍ରତ୍ୟାବର୍ତ୍ତନ କରେ, ଯେତେବେଳେ ଔଷଧ ବନ୍ଦ ହୋଇଯାଏ । ଶଯ୍ୟା ଓଦା ହେବାର ସ୍ଥାୟୀ ସୁସ୍ଥତା, ସତର୍କ ଘଣ୍ଟିରେ ଔଷଧ ଅପେକ୍ଷା ଅଧିକ ସଫଳ ହୋଇଥାଏ ।

ଡ଼େସ୍ ମୋପ୍ରେସିନ୍ ଆସେଟେଡ (ଡିଡିଏଭିପି)

ଡେସ୍ ମୋପ୍ରେସିନ୍ ଟାବଲେଟ୍ ବଜାରରେ ଉପଲବ୍ଧ ହୁଏ ଏବଂ ଅନ୍ୟ ସମସ୍ତ ପ୍ରଣାଳୀ ଅସଫଳ ହେଲେ ଡାକ୍ତରଙ୍କ ଦ୍ଵାରା ଏହି ଔଷଧ ଲେଖାଯାଏ ।

ଏହି ଔଷଧ ରାତିରେ ପିଲାମାନଙ୍କର ପରିଶ୍ରାର ପରିମାଣକୁ କମାଏ । ତେଣୁ ଯେଉଁ ପିଲାଙ୍କର ବହୁତ ପରିଶ୍ରା ହେଉଥାଏ ତାଙ୍କ ପାଇଁ ଏହି ଔଷଧ ଲାଭଦାୟକ । ମନେରଖିବାକୁ ହେବ କେବଳ ଇନ୍ ଟକ୍ସିକେସନ ନିମିତ ସନ୍ଧ୍ୟାପରେ ପିଲାଟି କମ୍ ପରିମାଣରେ ତରଳ ପିଇବ । ଏହି ଔଷଧ ସାଧାରଣତଃ ଶୋଇବା ପୂର୍ବରୁ ଦିଆଯାଏ । ଯଦି କୌଣସି କାରଣରୁ ରାତିରେ ପିଲାଟି ଅଧିକ ତରଳ ପିଇଦେଇଛି ତେବେ ଏହି ଔଷଧକୁ ରାତିରେ ନଦେବା ଉଚିତ୍ ।

ଯଦିଓ ଏହି ଔଷଧ ବହୁତ ପ୍ରଭାବଶାଳୀ ଏବଂ କମ୍ ପାର୍ଶ୍ୱ ପ୍ରତିକ୍ରିୟୋଯୁକ୍ତ ତଥାପି ଏହା ଅତ୍ୟକ ମୂଲ୍ୟଯୁକ୍ତ ହୋଇଥିବା ଯୋଗୁଁ ଅନେକ ପିତାମାତା ଏହା କିଣିବାକୁ ସମର୍ଥ ହୋଇ ନଥାନ୍ତି ।

ଇମ୍ ପ୍ରାସିନ୍

ଇମ୍ ପ୍ରାସିନ୍ (ଟ୍ରାଇସାଇକ୍ଲିକ୍ ଆଣ୍ଟିଡିପ୍ରେସାଏସ) ର ଏକ ଶିଥିଳ ପ୍ରଭାବ ମୂତ୍ରାଶୟ ଉପରେ ପଡ଼େ । ଏହା ସଂକୋଚନ ପେଶୀ ଉପରେ ଚାପ ପ୍ରୟୋଗ କରେ ଯଦ୍ଵାରା ମୂତ୍ରାଶୟର ମୂତ୍ରଧାରଣ କ୍ଷମତା ବଢ଼େ ଏବଂ ପରିଶ୍ରା ଧରି ରଖେ । ଏହା ସାଧାରଣତଃ ୩ରୁ ୬ ମାସ ପର୍ଯ୍ୟନ୍ତ ବ୍ୟବହୃତ ହୋଇପାରେ । ଏହି ଔଷଧର ଶିଘ୍ର ପ୍ରଭାବଯୋଗୁଁ, ଶୋଇବାର ଏକ ଘଣ୍ଟା ପୂର୍ବରୁ ବ୍ୟବହାର କରାଯାଏ । ଏହି ଔଷଧ ଉଚ୍ଚ ପ୍ରଭାବଯୁକ୍ତ ହେଲେ ମଧ୍ୟ ଏହାର ପାର୍ଶ୍ଵପ୍ରତିକ୍ରିୟା କାରଣରୁ ଏହା ନିର୍ଦ୍ଦିଷ୍ଟ କେତେକ ଅବସ୍ଥାରେ ବ୍ୟବହୃତ ହୁଏ ।

ଅକ୍ସିବୁଟିନିନ୍

ଅକ୍ସିବୁଟିନିନ୍ (ଆଣ୍ଟିକୋଲିନେରଜିକ୍ ଔଷଧ) ଦିନରେ ଶଯ୍ୟା ଓଦା କରୁଥିବା ପିଲାଙ୍କ ପାଇଁ ଏହା ଦରକାରୀ । ଏହି ଔଷଧ ମୂତ୍ରାଶୟର ସଂକୋଚନକୁ କମ୍ କରି ମୂତ୍ରାଶୟର କ୍ଷମତା ବୃଦ୍ଧି କରାଏ । ଏହାର ପାର୍ଶ୍ଵ ପ୍ରତିକ୍ରିୟା ଗୁଡିକ ମଧ୍ୟରେ ପାଟି ଶୁଖୁଯିବା, ମୁଁହ ଶୁଖଲା ଦେଖାଯିବା, କୋଷ୍ଠ କାଠିନ୍ୟ ଇତ୍ୟାଦି ଅନ୍ୟତମ ।

କେତେବେଳେ ପିଲାର ଶଯ୍ୟମୂତ୍ର ସମସ୍ୟା ହେଲେ ଡାକ୍ତରଙ୍କୁ ଯୋଗାଯୋଗ

କେତେବେଳେ ଜଣେ ବ୍ୟକ୍ତି ତା'ପିଲାର ଶଯ୍ୟମୂତ୍ର ସମସ୍ୟା ହେଲେ ଡାକ୍ତରଙ୍କୁ ଯୋଗାଯୋଗ କରିବ :

ଶଯ୍ୟାମୂତ୍ର ସମସ୍ୟା ଏକ ପାରିବାରିକ ସମସ୍ୟା ହେଲେ ମଧ୍ୟ ଜଣେ ବ୍ୟକ୍ତି ଡାକ୍ତରଙ୍କୁ ଯୋଗାଯୋଗ କରିବ, ଯଦି ତା ପିଲା :

  • ଦିନବେଳା ଶଯ୍ୟାରେ ପରିଶ୍ରା ବାରମ୍ବାର କରୁଥାଏ ।
  • ସାତ ଆଠ ବର୍ଷରୁ ଅଧିକ ବୟସରେ କ୍ରମାଗତ ଶଯ୍ୟାରେ ପରିଶ୍ରା କରିବା ସମସ୍ୟା ଲାଗିରହେ।
  • ଛଅମାସ ଶୁଖୁଲା ସମୟ ପରେ ପୁଣି ଯଦି ଶଯ୍ୟା ଓଦା ସମସ୍ୟା ଆରମ୍ଭ ହୁଏ ।
  • ମଳତ୍ୟାଗ କରିବା ଉପରେ ନିୟନ୍ତ୍ରଣ ନରଖି ପାରୁଥାଏ ।
  • ଜ୍ଵର, ଯନ୍ତ୍ରଣା, ପୋଡିବା ଏବଂ ବାରମ୍ବାର ପରିଶ୍ରା ଲାଗିବ କିମ୍ବା ଅସ୍ଵାଭାବିକ ଶୋଷ ଲାଗିବ ଅଥବା ମୁହଁ ଏବଂ ପାଦ ଫଉଲୁଥିବ ।
  • କମ୍ ପରିଶ୍ରା ହେଲେ କିମା ପରିଶ୍ରା ସମୟରେ କଷ୍ଟ ଅନୁଭବ ହେଲେ କିମ୍ବା ପରିଶ୍ରା କଲାବେଳେ ଚାପ ପ୍ରୟୋଗ କରିବାକୁ ପଡ଼େ ତେବେ ଡ଼ାକ୍ତରଙ୍କ ସହ ଯୋଗାଯୋଗ ଜରୁରୀ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

2.94117647059
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top