ହୋମ / ସ୍ଵାସ୍ଥ୍ୟ / ରୋଗ / ବୃକ୍ କ ଖରାପ ହେଲାଣି ବୋଲି ଜାଣିବା କିପରି
ସେଆର କରନ୍ତୁ

ବୃକ୍ କ ଖରାପ ହେଲାଣି ବୋଲି ଜାଣିବା କିପରି

ବୃକ୍ କ ବିଷୟରେ ସୂଚନା

ବୃକ୍ କ

ଆମ  ପେଟରେ  ପିଠିଆଡକୁ  ଦୁଇପଟରେ  ଦୁଇଟି  ବୃକ୍ କ  ରହିଛି   । ଏହାର  ଆକାର  ଆମର  ହାତମୁଠା  ପରି  ଏବଂ  ଲମ୍ବା ପ୍ରାୟ  ୧୦ ସେଣ୍ଟିମିଟରରୁ  ୧୨ ସେଣ୍ଟିମିଟର   । ଓଜନ  ପ୍ରାୟ  ୧୫୦ ଗ୍ରାମ   ।

ଗୋଟିଏ  ବୃକ୍ କରେ  ପ୍ରାୟ  ୧୦ ଲକ୍ଷ  ଛାଣିବା  ଜନ୍ତ୍ର  ରହିଛି   । ଏମାନେ  ଦିନରେ  ଶରୀରର  ରକ୍ତକୁ   ବହୁବାର  ଛାଣି  ବିଷାକ୍ତ  ପଦାର୍ଥକୁ  ପରିସ୍ରାରେ  ବାହାର  କରନ୍ତି   । ବିଷାକ୍ତ  ପଦାର୍ଥ  ଗୁଡିକ  ହେଲା  ୟୁରିଆ , କ୍ରିଏଟିନ୍  ଆଦି   । ବୃକ୍ କର  ୯୦ ଭାଗ  ଛାଣିବା  ଯନ୍ତ୍ର  ଖରାପ  ହେଲେ  ବି  ଜଣ  ଜଣଙ୍କର  କିଛି  ରୋଗର  ଲକ୍ଷଣ  ଜଣାପଡେ   ନାହିଁ  । ସେଥିପାଇଁ  ବୃକ୍ କ  ରୋଗରେ  ଲକ୍ଷଣ  ବାହାରିଲାବେଳକୁ  ବୃକ୍ କ  ଖରାପ  ହୋଇ  ସାରିଥାଏ   । ବୃକ୍ କ  ସାଧାରଣତଃ  ବିଭିନ୍ନ  ନେଫ୍ରାଇଟିସ୍   ଯଥା  ଗ୍ଲୋମେରୁଲୋ  ନେଫ୍ରାଇଟିସ୍ , ପାଇଲୋ  ନେଫ୍ରାଇଟିସ୍ , ବୃକ୍ କ  ପଥର , ନେଫ୍ରୋଟିକ୍  ସିଣ୍ଡ୍ରୋମ୍  ଆଦି  ଭଳି  ନିଜସ୍ଵ  ରୋଗ , ଉଚ୍ଚ  ରକ୍ତଚାପ  ଏବଂ  ମଧୁମେହ  ଆଦି  ଭଳି  ରୋଗରେ  ଚିକିତ୍ସା  ଅବହେଳାରୁ  ଆକ୍ରାନ୍ତ  ହୋଇଥାଏ   । ଆଗେ  କ୍ରନିକ  ବୃକ୍ କ  ଅଚଳ  ଶବ୍ଦ  ବେଶି  ପ୍ରଚଳିତ  ହେଉଥିଲା   । ଏବେ  ମନରୁ  ଭୟ  କଟାଇବାକୁ  ବୃକ୍ କ  ଫେଲ୍ୟୁର  ବୋଲି  କୁହାଯାଉନାହିଁ    । କେବଳ  କୁହାଯାଉଛି  କ୍ରନିକ  ବୃକ୍ କ  ରୋଗ   । ଆଜୀବନ  ଏହା  ଦୀର୍ଘକାଳୀନ  ଭିତ୍ତିରେ  ଲାଗି  ରହେ   । ବୃକ୍ କ  ଅଚଳ  ଯାହା  ତିନିମାସ  ମଧ୍ୟରେ  ହୋଇଥାଏ   । ଯଥା – ସାପକାମୁଡା , ବିଷଖିଆ , ଗର୍ଭାବସ୍ଥାରେ  ପ୍ରସୂତିକାଳୀନ  ବୃକ୍ କ  ରୋଗ  ତାହାକୁ ଆକ୍ୟୁଟ ବୃକ୍ କ  ରୋଗ  ବୋଲି କୁହାଯାଏ   । ବୃକ୍ କର କାମ  ଅତ୍ୟନ୍ତ  ଜୀବନ  ରକ୍ଷାକାରୀ   । ଏହା  ଶରୀରରୁ  ୟୁରିଆ  ଓ  କ୍ରିଏଟିନିନ୍  ଭଳି  ବିଷାକ୍ତ   ପଦାର୍ଥ  ଛାଣି  ବାହାର  କରିଥାଏ  । ଏହାଛଡା  ରକ୍ତଚାପ  ସ୍ଥିର  ରଖିଥାଏ   । ଦେହରେ  ବିଭିନ୍ନ  ପ୍ରକାର  ଲୁଣ  ଯଥା  ସୋଡିୟମ , ପୋଟାସିୟମ  ଆଦିର  ପରିମାଣ  ସ୍ଥିର  ରଖିଥାଏ   । ଶରୀର  ଭିତରେ  ଯାହା  ସବୁ  ଠିକ୍  ଠିକ୍  ଚାଲିଛି , ତାହା  କେବଳ  ବୃକ୍ କ  ଯୋଗୁଁ  ସମ୍ଭବ  ହୋଇଥାଏ  ।

କ୍ରନିକ  ବୃକ୍ କ  ରୋଗ  ସାଧାରଣତଃ   ରୋଗୀର  ଲକ୍ଷଣ , ରକ୍ତଚାପ , ମଧୁମେହ  କିମ୍ବା  ଅନ୍ୟାନ୍ୟ  ବୃକ୍ କ  ରୋଗ  ଭୋଗ  କରୁଥିବା  ଇତିହାସ , ରକ୍ତରେ  ୟୁରିଆ , କ୍ରିଏଟିନିନ୍ ମାପିବା , ପରିସ୍ରା  ପରୀକ୍ଷା , ଗ୍ଲୋମେରୁଲାର  ଫିଲଟ୍ରେସନ୍  ରେଟ  ମାପିବାରୁ  ଜଣାପଡିଥାଏ   ।

ଲକ୍ଷଣ

କ୍ରନିକ  ବୃକ୍ କ  ରୋଗରେ  ବହୁ  ଦୁର୍ବଳତା   ଲାଗେ   । ଗୋଡ  ଫୁଲିଯାଏ   । ଦେହରେ  ରକ୍ତହୀନତା  ଲାଗି ରହେ   । କାନରେ  ଝିଂ ଝିଂ  ଶବ୍ଦ   ହୋଇଥାଏ   । ଗୋଡ  ଝିମ୍ ଝିମ୍  ହୋଇଥାଏ  । ପେଟରେ  ପାଣି  ଜମିଯିବା  ସହ  ରକ୍ତଚାପ  ବଢିଥାଏ   ।

ଭୋକ  ହୋଇ  ନଥାଏ   । ଯାହା  ଖାଇଲେ  ପେଟରେ  ରହେ  ନାହିଁ    । ବାନ୍ତି  ହୋଇଯାଏ  । ମୁହଁ  ଫୁଲିଯାଏ   । ଆଖି  ଭିତରେ  ରେଟିନା  ଫୁଲିଯାଏ    । ତା  ମଧ୍ୟରେ  ରକ୍ତସ୍ରାବ  ହୋଇ  ଭଲ  ଦିଶେ  ନାହିଁ  ।

କେତେକଙ୍କର  ହୃଦ୍ ରୋଗ  ହୋଇ  ହୃଦ୍ ଘାତର  ଲକ୍ଷଣ  ପ୍ରକାଶ  ପାଏ  । ନିଶ୍ଵାସ  ମାରିବାରେ  କଷ୍ଟ  ହୋଇଥାଏ   । ଛାତିରେ  ପାଣି  ଜମିଯାଏ   । ମଧୁମେହ  ରୋଗରେ  ଏଚ୍ ବିଏୱାନ ସି ୬.୫ ତଳେ  ରଖିଲେ  ଏବଂ  ରକ୍ତଚାପ  ୧୨୦/୮୦ ମଧ୍ୟରେ  ରଖିଲେ  ବୃକ୍ କ  ସୁସ୍ଥ  ରହେ   । ଦୀର୍ଘକାଳୀନ  ବୃକ୍ କ  ରୋଗ  ବଞ୍ଚିଥିବା  ଯାଏ  ଲାଗି  ରହୁଥିବାରୁ  ବୃକ୍ କର  ଶେଷ  ଅବସ୍ଥା  ହେବା  ପୂର୍ବରୁ  ମଧୁମେହ  ଓ  ରକ୍ତଚାପ  ରୋଗୀମାନେ  କିଛି  ବୃକ୍ କ  ରୋଗର  ଲକ୍ଷଣ  ନଥିଲେ ବି  ବୃକ୍ କ  ରୋଗର  ପରୀକ୍ଷା  କରାଇ  ନେବା  ଉଚିତ  । ରୋଗର  ଲକ୍ଷଣ  ଅପେକ୍ଷା  ପରୀକ୍ଷାରୁ  ଏହା  ଅଧିକ  ଜଣାପଡିଥାଏ   । ବୃକ୍ କ  ରୋଗ  ଥିଲେ  ବୃକ୍ କ  ବିଶେଷଜ୍ଞଙ୍କ  ପରାମର୍ଶ  ଲାଭଦାୟକ   । ଆଧୁନିକ  ଔଷଧ  ଚିକିତ୍ସା , ଡାଏଲିସିସ୍ , ବୃକ୍ କ   ପ୍ରତିରୋପଣ  ଦ୍ଵାରା  ରୋଗୀ  ସୁସ୍ଥ  ରହେ   । ଏହା  ଆମ  ରାଜ୍ୟରେ  ହୋଇପାରୁଛି  ।

ଆଧାର – ଡାକ୍ତର ନିରଞ୍ଜନ ତ୍ରିପାଠୀ - ନଂ ୯୪୩୭୪୭୪୭୪୭

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top