ହୋମ / ସ୍ଵାସ୍ଥ୍ୟ / ରୋଗ / ମୁଖ ଗହ୍ଵର କର୍କଟ ରୋଗ
ସେଆର କରନ୍ତୁ

ମୁଖ ଗହ୍ଵର କର୍କଟ ରୋଗ

ମୁଖ ଗହ୍ଵର କର୍କଟ ରୋଗ ସମ୍ବନ୍ଧୀୟ ତଥ୍ୟ ।

ଉପକ୍ରମ

କର୍କଟ ରୋଗ ଏକ ନୂଆ ରୋଗ ନୁହେଁ, ବରଂ ଏହା ଦେହର ଯେକୌଣସି ଜାଗାରେ ହୋଇପାରେ । ମଣିଷ ଶରୀରରେ ସାଧାରଣ ଭାବେ ସୁସ୍ଥ କୋଷ ଗୁଡିକ ନିୟମିତଭାବରେ ବିଭାଜିତ ହୁଅନ୍ତି, ପୁରଣା କୋଷ ସ୍ଥାନରେ ନୂଆ କୋଷ ସୃଷ୍ଟି ହୁଏ ଏବଂ ଏହି କୋଷଗୁଡିକ ଶରୀରର ତନ୍ତୁ ବୃଦ୍ଧି ପାଇଁ ମୁଖ୍ୟତଃ ଦାୟୀ ରୁହନ୍ତି । ବେଳେବେଳେ ବୃଦ୍ଧିକୁ ନିୟନ୍ତ୍ରିତ ଓ ସୀମିତ କରିବା କାର୍ଯ୍ୟରେ ସେମାନେ ନିଜର କ୍ଷମତା ହରାଇ ବସନ୍ତି । ସେପରି ସ୍ଥଳେ ସେମାନେ ଖୁବ୍ ତୀବ୍ର ଗତିରେ ବିଭାଜିତ ହୋଇ ଅନେକ ଗୁଡିକ ତନ୍ତୁ ତିଆରି କରି ଦିଅନ୍ତି ଯାହା ଫଳରେ ଟ୍ୟୁମରର ସୃଷ୍ଟି ହୁଏ । ଟ୍ୟୁମର ସାଧାରଣ ବର୍ଗର ବା ମାଲିଗାନଣ୍ଟ ହୋଇପାରେ । ସାଧାରଣ ବର୍ଗର ଟ୍ୟୁମର ଦେହର ଅନ୍ୟ ଅଂଶକୁ ବ୍ୟପେ ନାହିଁ ଏବଂ ଏହା ଜୀବନ ପ୍ରତି ସେତେ ବିପଦପୂର୍ଣ୍ଣ ନୁହେଁ । ସେଗୁଡିକ ଶଲ୍ୟ ଚିକିତ୍ସା ମାଧ୍ୟମରେ କାଟିଦିଆଯାଇପାରେ ଏବଂ ଠାରେ ଅସ୍ତ୍ରୋପଚାର ହେଲାପରେ ଏହା ପ୍ରାୟତଃ ପାନର୍ବାର ବଢିନଥାନ୍ତି । କିନ୍ତୁ କ୍ଷତିକାରୀ ମାଲିଗାନଣ୍ଟ ଟ୍ୟୁମରଗୁଡିକ ନିକଟବର୍ତ୍ତୀ ଅଂଶକୁ ଓ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗକୁ ବ୍ୟାପି ସେକେଣ୍ଡାରୀ ବା ମାଧ୍ୟମିକ ଟ୍ୟୁମର ସୃଷ୍ଟି କରନ୍ତି । ଏହାକୁ ମେଟାଷ୍ଟାସିସ୍ କୁହନ୍ତି । ତେଣୁ ଯେ କୌଣସି ପ୍ରକାର ରୋଗର ତୁରନ୍ତ ଚିହ୍ନଟ କରି ଯେତେ ଶୀଘ୍ର ସମ୍ଭବ ଏହାର ଚିକିତ୍ସା କରାଯିବା ଉଚିତ୍ । ବିଶେଷକରି କର୍କଟ ରୋଗ କ୍ଷେତ୍ରରେ ଏହା ବହୁତ ଜରୁରୀ କାରଣ ସାମାନ୍ୟ ଅବହେଳାରେ ଏହା ଅନ୍ୟ ଅଙ୍ଗକୁ ବ୍ୟାପିଯାଏ । ଯଦି କର୍କଟ ରୋଗର ଚିହ୍ନଟ ଓ ଚିକିତ୍ସା ତୁରନ୍ତ କରାଯାଏ ତେବେ ରୋଗକୁ ସମୂଳେ ନାଶ କରିବାର ସମ୍ଭାବନା ବେଶି ହୋଇଥାଏ ।

ବିଭିନ୍ନ ପ୍ରକାର କୋଷ ବା ଅଙ୍ଗରେ ହେଉଥିବା କର୍କଟ ରୋଗ ଅନୁସାରେ ଏହି ରୋଗକୁ ଶ୍ରେଣିଭୁକ୍ତ କରାଯାଇଥାଏ । ଶରୀରର ଗ୍ରନ୍ଥି ଓ ଅଂଗମାନଙ୍କର ବାହ୍ୟ କୋଷିକା ଶ୍ରେଣୀ ଯାହାକୁ ଏପିଥେଲିୟମ୍ କୁହାଯାଏ, ସେଠି କାର୍ଶିନୋମା ହୋଇଥାଏ । ସଂଯୁକ୍ତ ଟିସୁ, ହାଡ, ମାଂସପେଶୀ ରକ୍ତନଳୀ ଗୁଡିକ ସାର୍କୋମା ହୋଇଥାଏ । ରକ୍ତ କଣିକା ଗଠନକାରୀ ଟିସୁ,ଅସ୍ଥିମଜ୍ଜା,lymphnode ଏବଂ spleenରେ ଲିଉକାମିଆ ସୃଷ୍ଟି ହୋଇଥାଏ । ସେହିପରି ଲିମ୍ ଫୋମା LymphaticSystem ରେ ହୋଇଥାଏ । ବ୍ୟାପିବା ଦୁଷ୍ଟିକୋଣରୁ ମଧ୍ୟ କର୍କଟ ରୋଗକୁ ଶ୍ରେଣୀଭୁକ୍ତ କରାଯାଇଥାଏ । ଯଥା :- Insuit କର୍କଟ ରୋଗ – ଯେଉଁ ସ୍ଥାନରେ ସୃଷ୍ଟି ହୋଇଥାଏ ସେଇଠି ଅଟକି ରହିଥାଏ,Invasive କର୍କଟ ରୋଗ – ଅନ୍ୟ ଟିସୁକୁ ବ୍ୟାପିଥାଏ ଓ Metastasizes– ଯେଉଁଠି କର୍କଟରୋଗ ଦେହର ବିଭିନ୍ନ ଅଂଶକୁ ଆକ୍ରମଣ କରିଥାଏ, ରୋଗରେ ଚିହ୍ନଟ ତଥା ରୋଗର ପ୍ରକାର, ସ୍ଥିତି,ଆଣି ଚିକିତ୍ସା ଓ Prognosisସଠିକ୍ ଭାବରେ ଜାଣିବାକୁ ଏହି ସବୁ ଶ୍ରେଣୀ ବିଭାଗ କରାଯାଇଅଛି ।

ମୁଖ ଏବଂ ଗଳା

ମୁଖ ଓ ମୁଖଗହ୍ଵର ମଧ୍ୟରେ ତଥା ମୁଖଗହ୍ଵରର ଶେଷ ତଥା ଗଳାର ଉପରି ଭାଗରେ ହୋଇଥିବା ଟ୍ୟୁମରକୁ ମୁଖ ଗହ୍ଵର କର୍କଟ କୁହନ୍ତି । ମୁଖ ତଥା ମୁଖ ଗହ୍ଵର ମଧ୍ୟରେ ପାଟି,ଜିଭ, ଜିଭତଳ, ମୁଖ ଓ ଗଳା ସଂଯୋଗସ୍ଥଳୀ ଇତ୍ୟାଦି ଜାଗାରେ ସାଧାରଣତଃ କର୍କଟ ରୋଗ ହୋଇଥାଏ । ଏତଦ୍ ବ୍ୟତୀତ ପାଚନରସ ଗ୍ରନ୍ଥି,ଦାନ୍ତମାଢି, ଉପର ପାଟି, ଗାଲ ଇତ୍ୟାଦି ଜାଗାରେ କର୍କଟ ରୋଗ ହୋଇଥାଏ ।

କାରଣ

  • ପାଟି ବା ଗଳାର କୌଣସି ଜାଗାରେ ଘା’ ବା ଫୁଲ ପଡିବା ଏବଂ ସପ୍ତାହ ପରେ ଏହା ଭଲ ନହେବା ମୁଖ କର୍କଟ ରୋଗର ଏକ ସାଧାରଣ ଲକ୍ଷଣ । ପ୍ରାୟତଃ ଏପରି ଘା’ ବା ଫୁଲରେ କୌଣସି କଷ୍ଟ ହୁଏନି କିନ୍ତୁ ବେଳେବେଳେ ଏହା କଷ୍ଟ ଦିଏ, ଯଦି ଘା’ ବା ଫୁଲ ଜିଭ ଉପରେ ହୋଇଥାଏ ତେବେ ଏହା କଥାବାର୍ତ୍ତା କରିବାରେ ବ୍ୟାଘାତ ସୃଷ୍ଟି କରିଥାଏ । ପାଟିରେ ଅନ୍ୟ ଅଂଶରେ ମଧ୍ୟ ଖାଦ୍ୟ ଚୋବାଇବା ଓ ଗିଳିବା ସମୟରେ ଏଥିଯୋଗୁଁ ବ୍ୟାଘାତ ବା କଷ୍ଟ ହୁଏ ।
  • ରଂଗରେ ପରିବର୍ତ୍ତନ, ବିଶେଷକରି ଲାଲ, ଧୁଷର ବା କଳା ଦାଗ, କୌଣସି ଜାଗା ଲାଲ ହୋଇଯାଇ ତା ଉପରେ ଧଳା ଦାଗ ହେବା ବା କୌଣସି ଜାଗାରେ ଧଳା ପ୍ୟାଟ୍ ପଡିବା ପରି ଦେଖାଯିବା (ଲିଉକୋପ୍ଲାକିଆ )
  • କୌଣସି ଘା’ ରୁ କ୍ରମାଗତ ଭାବେ ରକ୍ତସ୍ରାବ ହେବା ବା କୌଣସି ଘା’ ୧୦ ଦିନ ପର୍ଯ୍ୟନ୍ତ ମଧ୍ୟ ନ ଶୁଖିବା ।
  • ଜିଭ ପୋଡିବା, ଝିମ୍ ଝିମ୍ ଦେବା ବା ଗୋଦରା ଲାଗିବା କିମ୍ବା ପାଟିର କୌଣସି ଅଂଶରେ କଷ୍ଟ ଅନୁଭର ହେବା ।
  • ଦାନ୍ତ ଦରଜ ହେବା, ସ୍ଵର୍ଶକାତର ହେବା ବା ଦାନ୍ତ ଢିଲା ପଡିଯିବା । ଗିଳିବାବେଳେ ବା କଥା ହେବା ବେଳେ କଷ୍ଟ ଅନୁଭବ ହେବା ।
  • ଗଳାରେ (Lymph Gland) ବଢିଯିବା ପ୍ରଥମତଃ କର୍କଟ ରୋଗ ଏହି ଜାଗାରୁ ଆରମ୍ଭ ହୋଇ ବ୍ୟାପିଥାଏ । ଅନ୍ୟାନ୍ୟ କାରଣ ବା ସଂକ୍ରମଣ ଯୋଗୁଁ (Lymph Gland) ବଢିଗଲେ ଭୟ କରିବାର ବିଶେଷ କାରଣ ନାହିଁ ।

ମୁଖ ଓ ଗଳାରେ କର୍କଟ ରୋଗ ମୁଖ୍ୟତଃ ପୁରୁଷ ଓ ବୟସ୍କ ଲୋକଙ୍କ କ୍ଷେତ୍ରରେ ବେଶି ଦେଖାଯାଏ । ଧୂମପାନ ତଥା ମଦ୍ୟପାନ କରୁଥିବା ଲୋକ ବିଶେଷକରି ଯେଉଁମାନେ ଉଭୟରେ ଅଭ୍ୟସ୍ତ ସେମାନେ ମୁଖ କର୍କଟ ରୋଗରେ ପଡିବାର ସଂଭାବନା ବହୁତ । ମୁଖ କର୍କଟ ରୋଗୀମାନଙ୍କ ମଧ୍ୟରେ ପାନ, ତମାଖୁ ଖାଉଥିବା ଲୋକ ସର୍ବାଧିକ । ଖଇର, ଗୁଟ୍କା, ଜର୍ଦ୍ଦା ପାନ ମସଲା ମଧ୍ୟରେ ଏତେ ଶକ୍ତ ରାସାୟନିକ ଦ୍ରବ୍ୟ ଥାଏ ଯେ, ସେସବୁର ବ୍ୟବହାର ଦ୍ଵାରା ମୁଖ ଗହ୍ଵରର କୋମଳ ଟିସୁଗୁଡିକ ଏକ ପ୍ରକାର ଦଗ୍ ଧ ହୋଇ ପାଟି ବା ଗଳାରେ କର୍କଟ ରୋଗ ପାଇଁ ରାସ୍ତା ତିଆରି କରି ଦିଅନ୍ତି । ଏସବୁ ଏତେ ଧୀରେ ଧୀରେ ହୁଏ ଯେ ଜଣେ ଜାଣିପାରିବନି ତାର କିଛି ପରିବର୍ତ୍ତନ ହେଉଛି । ଏହା ବଢି ବଢି Submucosal fibrosis ରେ ପହଞ୍ଚେ ଯେତେବେଳେ ପାଟି ମାତ୍ର ଦୁଇ ଆଙ୍ଗୁଳିରୁ ଅଧିକ ପ୍ରସାରିତ ହୁଏନାହିଁ । ମୁଖ କର୍କଟ ବାହାଡା ଦାନ୍ତ, ଖୁନ୍ଦି ହୋଇ ରହିଥିବା ଦାନ୍ତ ତଥା ଠିକ୍ ଭାବରେ ଦାନ୍ତର ଯତ୍ନ ନନେଲେ ଏହି Risk ବଢିଯାଏ । ପାଇପ୍ ଦ୍ଵାରା ଧୂପମାନ ସେବନ ଦ୍ଵାରା ଓଠ ଏବଂ ଜିଭରେ ଗରମ ପାଇପର ପ୍ରଭାବ ଯୋଗୁଁ ସେଠାରେ କର୍କଟ ରୋଗର ସଂଭାବନା ବଢିଥାଏ ।

ଏ ପ୍ରକାର କର୍କଟ ରୋଗକୁ ଜୀବନ ଶୈଳୀରେ କିଛି ପରିବର୍ତ୍ତନ ମାଧ୍ୟମରେ ରୋକାଯାଇପାରିବ । ପ୍ରାଥମିକ ଉପଚାର ଭାବରେ ଯେ କୌଣସି ପ୍ରକାରର ତମାଖୁ ସେବନ ସଂପୂର୍ଣ୍ଣ ବନ୍ଦ କରିବା ଦରକାର । ଏହାଛଡା ମୁଖ ଗହ୍ଵର ପରିଷ୍କାର ପରିଚ୍ଛନ୍ନତା, ନିୟମିତ ଡାକ୍ତରୀ ପରୀକ୍ଷା, ଦାନ୍ତର ଯତ୍ନ ସହ ଉପଯୁକ୍ତ ଭିଟାମିନ୍ ଯୁକ୍ତ ସୁଷମ ଖାଦ୍ୟ ସେବନ ଦ୍ଵାରା ମଧ୍ୟ ଏହାକୁ ରୋକ ଯାଇପାରିବ (ତମାଖୁ ହେଉଛି କର୍କଟର ମୁଖ୍ୟ କାରଣ )

ରୋଗ ନିରୂପଣ

ଦନ୍ତ ରୋଗର ପରୀକ୍ଷା ସମୟରେ ଦାନ୍ତ ଡାକ୍ତର କର୍କଟ ରୋଗର ଆରମ୍ଭ ଅବସ୍ଥାରେ କୌଣସି ଲକ୍ଷଣ ଦେଖିଲେ ଆବଶ୍ୟକ ସ୍ଥଲେ ସେହି ସ୍ଥାନରେ Biopsy କରାଇ ଟ୍ୟୁମରଟି Benign ବା Malignant ତାହା ନିରୂପଣ କରିଥାନ୍ତି । ବାସ୍ତବାରେ ଆଜି କାଲିର ମୁଖ କର୍କଟ ରୋଗ ଚିକିତ୍ସା ପାଇଁ ଅନେକ ସ୍ଥଳରେ ଭେଷଜ, ଶଲ୍ୟ ଓ ଦନ୍ତ ଚିକିତ୍ସକମାଙ୍କୁ ନେଇ ଏକ ଦଳ ତିଆରି କରି ମୁଖ କର୍କଟ ରୋଗକୁ ବିଭିନ୍ନ ଦିଗରୁ ଅନୁଧ୍ୟାନ କରି ନିରୂପଣ କରାଯାଇଥାଏ ।

ଚିକିତ୍ସା

ରୋଗର ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ଶ୍ରେଷ୍ଠ ଚିକିତ୍ସା କ’ଣ ହୋଇପାରିବ ତାହା ବିଚାର କରାଯାଏ । ମୁଖ ଗହ୍ଵର କର୍କଟ ରୋଗରୋଗୀର ରୋଗ ଓ ଚିକିତ୍ସାର ଇତିହାସ, ରୋଗୀର ସେହି ସମୟରେ ସ୍ଵାସ୍ଥ୍ୟାବସ୍ଥା ଏବଂ ଶରୀରର କେଉଁ ଅଙ୍ଗ ବା ଅଂଶରେ କର୍କଟ ରୋଗ ହୋଇଛି ସେସବୁ ବିଚାର କରି ଚିକିତ୍ସା ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ରୋଗର ଚିକିତ୍ସା ରୋଗର ଚିହ୍ନଟ ପରେ ତୁରନ୍ତ ଆରମ୍ଭ ହେବା ଦରକାର । କର୍କଟ ରୋଗ କେଉଁ ଅବସ୍ଥାରେ ଅଛି ତାକୁ ବିଚାର କରି ସେଥିପାଇଁ ଶଲ୍ୟ ଚିକିତ୍ସା ବା ରେଡିଓଥେରାପି ବା କେମୋଥେରାପିକୁ ଅଲଗା ଅଲଗା ବା ଏକାଠି କରି ଚିକିତ୍ସା ପଦ୍ଧତି ଗ୍ରହଣ କରାଯାଇଥାଏ ।

ମୁଖ୍ୟ କାକତା ରୋଗ କ୍ଷେତ୍ରରେ ଶଲ୍ୟ ଚିକିତ୍ସା ହିଁ ସବୁଠାରୁ ଉପଯୁକ୍ତ ଚିକିତ୍ସା। ଯଦି କର୍କଟ ରୋଗ ବହୁତ ବ୍ୟାପିନଥାଏ ତେବେ ଶଲ୍ୟ ଚିକିତ୍ସା ନିତାନ୍ତ ଆବଶ୍ୟାକ ହୋଇପଡେ । ଏହି ଚିକିତ୍ସା ଟ୍ୟୁମର୍ର ଆକାର ଓ ବ୍ୟାପ୍ତି ଉପରେ ନିର୍ଭର କରିଥାଏ । ଅନେକ ସ୍ଥଳରେ ରୋଗ କେଉଁ ପର୍ଯ୍ୟନ୍ତ ବ୍ୟାପିଛି ଜାଣିବାପାଇଁ ଟ୍ୟୁମର୍ର ନିକଟବର୍ତ୍ତୀ Lymph Gland କୁ କାଢିନିଆଯାଏ ।

ଏହା କରିବ ଫଳରେ ରୋଗ Lymph Gland ପର୍ଯ୍ୟନ୍ତ ବ୍ୟାପିଛି କି ନାହିଁ ଜାଣି ହୁଏ । କେତେକ କ୍ଷେତ୍ରରେ ରୋଗ ଗଲା ପର୍ଯ୍ୟନ୍ତ ମଧ୍ୟ ବ୍ୟାପିଯାଇଥାଏ ଯଦିଓ ବେକରେ କୌଣସି ଫୁଲା ହୃଶ୍ୟମାନ ହୋଇଥାଏ । ସେପରି କ୍ଷେତ୍ରରେ କର୍କଟ ରୋଗ ବ୍ୟାପିଥିବା ଜାଗାରୁ ଟିସୁଗୁଡିକ କାଢିଦିଆଯାଏ । ବେଳେବେଳେ ଟ୍ୟୁମର୍ ଉପରେ ଚମଡାକୁ ମଧ୍ୟ କାଢିଦେବା ଦରକାର ପଡେ । ତାହା କରାଗଲେ ଟ୍ୟୁମର୍ ହୋଇଥିବା ଜାଗାରେ ଶରୀରର ଅନ୍ୟ ଅଂଶରୁ ଚମଡା ଆଣି ଗ୍ରାପଟିଂ କରାଯାଏ । ଯଦି ହନୁହାଡ ଆକ୍ରାନ୍ତ ହୋଇଥାଏ ତେବେ ତାକୁ ସଂପୂର୍ଣ୍ଣ କାଢିଦେବା ଦରକାର ପଡିଥାଏ । ଆଜିକାଲି ହନୁହାଡ ଜାଗାରେ ଗୋଡର ହାଡ଼ ଲଗାଇ ଆକୃତିକୁ ଠିକ୍ କରାଯାଇ ପାରୁଛି । ଏହା ପ୍ରକାର ଚିକିତ୍ସାରେ ମୁଖ ମଧ୍ୟ ବିକୃତ ହୋଇପାଇପାରେ, ଯାହାକୁ ପୁନର୍ଗଠନ ଅପରେସନ୍ ଦ୍ଵାରା ବହୁ ପରିମାଣରେ ଠିକ୍ କରାଯାଇପାରେ । ଡାକ୍ତରଖାନାରେ ରୋଗୀ କେତେଦିନ ରହିବା ତାହା ଅପରେସନ୍ ପଦ୍ଧତି ଓ ଚିକିତ୍ସା ଉପରେ ନିର୍ଭର କରେ । ଆଜିକାଲି Laser (ଲେଜର) ସାହାଯ୍ୟରେ ପ୍ରଥମାବସ୍ଥା କ୍ୟାନ୍ସର କାଟି ବାହାର କରିଦିଆଯାଉଛି । ବେଶି ରକ୍ତସ୍ରାବ ହେଉନାହିଁ । ଘା’ ସହଜରେ ଭଲ ହୋଇଯାଉଛି । ଏହା ଶଲ୍ୟ ଚିକିତ୍ସାର ଅତ୍ୟାଧୁନିକ ବ୍ୟାବସ୍ଥା ।

ରେଡିଓଥେରାପି

ଆନେକ ପ୍ରକାର ମୁଖ କର୍କଟ ରୋଗକୁକେବଳ ରେଡିଓଥେରାପି ଦ୍ଵାରା ଭଲ କରାଯାଇପାରିବ । ରେଡିଏସନ୍ ଥେରାପିରେ ରୋଗୀର ଦେହରେ Cobolt – 60 ପରି ତେଜଷ୍କ୍ରିୟ ପଦାର୍ଥର Isotope ରୁ X-ray ବା gamma ray ରୋଗାକାନ୍ତ ଅଂଗରେ ପକାଯାଇଥାଏ । ରେଡିଓଥେରାପିରେ ଅତ୍ୟନ୍ତ ସାବଧାନତାର ସହିତ ତେଜଷ୍କ୍ରିୟ ରଶ୍ମିକୁ କର୍କଟରୋଗରେ ସଠିକ୍ ସ୍ଥାନ ଉପରେ ପକାଯାଇଥାଏ । ଏହି ଥେରାପିରେ ମଧ୍ୟ କିଛି ପରିବର୍ତ୍ତୀ ପ୍ରତିକ୍ରିୟା ଦେଖାଯାଇଥାଏ ଯଥା : ଖାଦ୍ୟ ଚୋପାଇବା ବା ଗିଳିବା ସମୟରେ କଷ୍ଟ ଅନୁଭବ କରିବା, ସ୍ଵାଦ ଓ ଗନ୍ଧକୁ ବାରି ନ ପାରିବା । ଏ ପରିସ୍ଥିତିରେ ଯେହେତୁ କଠିନ ଖାଦ୍ୟ ଖାଇବାରେ ଅସୁବିଧା ହୋଇଥାଏ ସେଥିପାଇଁ ରୋଗୀ ନରମ ଖାଦ୍ୟ ଖାଇବା ଦରକାର । ମଦ୍ୟପାନକୁ ସଂପୂର୍ଣ୍ଣ ବର୍ଜ୍ଜନ କରିବା ଦରକାର ଏବଂ ଏଥି ସହିତ ଧୂମପାନ, ଗରମ ଓ ମସଲାଯୁକ୍ତ ଖାଦ୍ୟଠୁ ଦୂରେଇ ରହିବା ଦରକାର ।

ତେଜଷ୍କ୍ରିୟ ବିକିରଣ ପରେ ପାଟି ଶୁଖିଲା ଲାଗେ ତେଣୁ ରୋଗୀ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଦରକାର ଅନେକ ପାର୍ଶ୍ଵ ପ୍ରତିକ୍ରିୟା ରହିବା ସତ୍ତ୍ୱେ ରୋଗୀ ଯେତେ ସମ୍ଭବ ଉତ୍ତମ ସ୍ଵାସ୍ଥ୍ୟାବସ୍ଥାକୁ ଫେରିପାରେ । ଜିଭ, ଓଠ ତଥା ପାଟିର ନିମ୍ନ ଭାଗରେ ହୋଇଥିବା କର୍କଟ ରୋଗ କ୍ଷେତ୍ରରେ ଖାଦ୍ୟପେୟ ଗ୍ରହଣ କରିବା ଉଚିତ୍ । ଆଉ ଏକ ବିକିରଣ ଥେରାପି ବ୍ୟବହାର କରାଯାଏ ଯାହାକୁ interstitial radiation କୁହନ୍ତି । ଏହି ପଦ୍ଧତିରେ ଛୁଞ୍ଚିର ଅଗ୍ରଭାଗ ତେଜଷ୍କ୍ରିୟ ପଦାର୍ଥରେ ଗୁଡାଇ ସେହି ଛୁଞ୍ଚିକୁ କର୍କଟ ରୋଗ ହୋଇଥିବା ସ୍ଥାନରେ ରେଡିଓଥେରାପି ଦିଆଯିବାପରେ ତାହାକୁ ଆହୁରି ଫଳପ୍ରଦ କରିବାକୁ ଏହି ପଦ୍ଧତିର ବ୍ୟବହାର କରାଯାଇଥାଏ ଯାହାକୁ Branchy Therapy ମଧ୍ୟ କୁହାଯାଏ ।

କେମୋଥେରାପି

ଏହାକୁ ଶଲ୍ୟ ଚିକିତ୍ସା ତଥା ବିକିରଣ ଚିକିତ୍ସା ସହିତ ମିଶାଇ ଟ୍ୟୁମର୍ କୋଷର ବିଭାଜନ ତଥା ବୃଦ୍ଧିକୁ ରୋକିବା ପାଇଁ ଚିକତ୍ସାରେ ବ୍ୟବହାର କରାଯାଇଥାଏ । ଯେହେତୁ ଏହାର ପ୍ରୟୋଗ ଫଳରେ କର୍କଟ କୋଷ ସହିତ ଅନ୍ୟ ସୁସ୍ଥ କୋଷଗୁଡିକ ମଧ୍ୟ କ୍ଷେତିଗ୍ରସ୍ତ ହୋଇଥାଏ ସେଥିପାଇଁ ଏହାର ପ୍ରୟୋଗରେ ଡାକ୍ତରଙ୍କୁ ସତର୍କତାର ସହିତ ଏକ ସମନ୍ଵୟ ରକ୍ଷା କରିବାକୁ ପଡିଥାଏ ଯେପରି ଏହାର ପ୍ରୟୋଗ ଫଳରେ ବେଶି କର୍କଟ କୋଷ ନଷ୍ଟ ହେବ ଏବଂ କମ୍ ରୁ କମ୍ ସୁସ୍ଥ କୋଷ ନଷ୍ଟ ହେବ । କେତେ ସମୟ ପାଇଁ କେତେଥର ଏହି ଥେରାପିର ପ୍ରୟୋଗ ହେବ ତାହା ଅନେକଗୁଡିଏ କାରଣ ଉପରେ ନିର୍ଭର କରେ ଯଥା : କର୍କଟ ରୋଗର ପ୍ରକାର, କେଉଁ ପ୍ରକାର କର୍କଟ ରୋଗ ପ୍ରତିରୋଧକାରୀ ଔଷଧ ରୋଗୀ ସେବନ କରିଛି । ରୋଗୀର ଦେହ ଔଷଧକୁ କେତେ ସମୟରେ କିପରି ଭାବେ ଗ୍ରହଣ କରୁଛି ଓ ଏହାର ପାର୍ଶ୍ଵ ପ୍ରତିକ୍ରିୟା ଗୁଡିକୁ ରୋଗୀ କେତେଦୂର ସହ୍ୟ କରିପାରୁଛି ଇତ୍ୟାଦି ।

ଆଜିକାଲିରର ମୁଖ କର୍କଟ ଚିକିତ୍ସା ପାଇଁ ଏହି ଚିକିତ୍ସା ଦଳ ଗଠନ କରି ରୋଗରେ ଲକ୍ଷଣ ଚିହ୍ନଟ, ଶଲ୍ୟ ଚିକିତ୍ସା, ଚିକିତ୍ସା ପଦ୍ଧତି, ପୁନର୍ଗଠନ ତଥା ପୁନର୍କ୍ଷମ ଇତ୍ୟାଦି ବ୍ୟବସ୍ଥାର ନିର୍ଦ୍ଧାରଣ କରାଯାଇଥାଏ । ଏହି ଚିକିତ୍ସା ଦଳରେ ଜେନ ସର୍ଜନ, ENT ବିଶେଷଜ୍ଞ, ଅର୍ଥୋଦେଣ୍ଟିଷ୍ଟ, ରେଡିଓଥେରାପିଷ୍ଟ, କେମୋଥେରାପିଷ୍ଟ, ପ୍ଲାଷ୍ଟିକ୍ ସର୍ଜ୍ଜନ, ପାଥୋଲୋଜିଷ୍ଟ ଏବଂ ପ୍ରୋସ୍ ଥୋଟିଷ୍ଟ ଏବଂ ପ୍ରୋସ୍ ଥୋଡଣ୍ଟିଷ୍ଟ ( ଯିଏ ଅପ୍ରାକୃତିକ ଦାନ୍ତ ଓ ତା’ର ଅଂଶକୁ ଶେଷକୁ ତିଆରି କରି ଏହାକୁ ଠିକ୍ ଜାଗାରେ ଫିଟ୍ କରାନ୍ତି ) ପରି ନୂତନ କୌଶଳର ବିଶେଷଜ୍ଞ, ଜଣେ ସ୍ପିଚ୍ ଥେରାପିଷ୍ଟ (ବାକ୍ - ଥେରାପିଷ୍ଟ ) ଯିଏ କଥାବାର୍ତ୍ତାରେ ହେଉଥିବା ଅସୁବିଧାକୁ ସୁଧାରିପାରିବେ ତଥା ଜଣେ କସ୍ ମେଟିସିଆନ୍ ଯିଏ ମୁହଁର କଟାଦାଗକୁ କମ୍ କରିବାରେ ସହାୟକ ହେବେ, ସେମାନଙ୍କୁ ନିଆଯାଇଥାଏ ।

ଚିକିତ୍ସା ପରେ ମଧ୍ୟ ନିୟମିତ ଭାବେ ରୋଗର ଡାକ୍ତରୀ ପରୀକ୍ଷା କରିବା ନିତାନ୍ତ ଆବଶ୍ୟକ । ଶଲ୍ୟ ଚିକିତ୍ସା ହୋଇଥିଲେ କର୍କଟ ଆକ୍ରାନ୍ତ ସ୍ଥାନରୁ ଅନେକ ଟିସୁ କାଟି କାଢି ଦିଆଯାଇଥିବାରୁ ମୁହଁ ଅଂଶଟି ବିକୃତ ହୋଇଥାଏ । ବର୍ତ୍ତମାନର ଅତ୍ୟାଧୁନିକ ପଦ୍ଧତିରେ ଚର୍ମ ତଥା ହାଡର ପୁନର୍ଜନନ କରାଯାଇ ପୁନର୍ଗଠନ ଅସ୍ତ୍ରୋପାଚାର ଦ୍ଵାରା ଏହି ବିକୃତିକୁ ସୁଧାରିବା ସମ୍ଭବ ହୋଇପାରୁଛି, ଏପରିକି ଉପର ଓଠର କିଛି ଅଂଶକୁ ତଳେ ଓଠରେ ରୋପଣ କରି ତଳ ଓଠର କଟାଯାଇଥିବା ଅଂଶକୁ କିଛି ପରିମାଣରେ ପୂରଣ କରାଯାଇପାରୁଛି ସିଲିକନ୍ ରବର (implant) ବ୍ୟବହାର କରି ମୁଖ ବାହ୍ୟରେ ହୋଇଥିବା ଗର୍ତ୍ତମାନଙ୍କୁ ପୂରଣ କରାଯାଇପାରୁଛି । ଏହାଛଡା ପ୍ଲାଷ୍ଟିକ ତଥା ଅନ୍ୟାନ୍ୟ କୃତ୍ରିମ ପଦାର୍ଥ ଦ୍ଵାରା ହନୁହାଡର ପୁନର୍ଗଠନ କରାଯାଇ ପାରୁଛି ।

ସ୍ଵରପେଟିକା ବା ସ୍ଵରଯନ୍ତ୍ର ବେକରେ ଥାଏ । ଏଥିରୁ Trachea ବା WidePipe ଆରମ୍ଭ ହୁଏ । ଏଥି ଦେଇ ଆମେ କଥା କହୁ, ନିଶ୍ଵାସ ପ୍ରଶ୍ଵାସ ନେଉ । ଏହା ଭିତରେ ପତଳା ଝିଲି ଥାଏ । ଏଥିରେ ଦୁଇଟି VocalCord ପେଟିକା ଥାଏ । ବିଭିନ୍ନ ମାଂସପେଶୀ ଜରିଆରେ ଆମେ କଥା କହୁ । ବେଶୀ ବିଡି, ସିଗାରେଟ୍, ପିକା ପ୍ରଭୃତି ଧୂମ୍ରପାନ କଲେ ଏ ଝିଲି ଉତ୍ତେଜିତ ହୋଇ ସ୍ଵରପେଟିକା ଭିତରେ କ୍ୟାନସର ହୋଇଥାଏ । ଏହି ଘା’କରିପାରେ, ଭାତୁଡି ଭଳି ପଢିପାରେ ବା ସ୍ଵର ପେଟିକାକୁ ଖାଇଯାଏ । ଯାହା ହେଲା ସ୍ଵର ମୋଟ ହୋଇଥାଏ । ତଣ୍ଟିରେ କିଛି ଲାଗିଲାଭଳି ଜଣାପଡେ । ରୋଗ ବଢିଗଲେ ଖାଇବାରେ କଷ୍ଟ ହୁଏ, କାଶ ହୁଏ, ରକ୍ତ ବି ପଢିପାରେ । ବର୍ତ୍ତମାନ ଚିନ୍ତା କରିବା କଥା, ଏ କ୍ୟାନସର ହୋଇଛି ବୋଲି ଜାଣିବା କେମିତି ? ବିଭିନ୍ନ ଯନ୍ତ୍ର ସାହାଯ୍ୟରେ ସ୍ଵରଯନ୍ତ୍ର ଭିତରେ ଦେଖିହେବ। ସାଧାରଣ ଭାବରେ Indirect Laryngoscopy (IDL)mirror ସାହାଯ୍ୟରେ ଦେଖାଯାଏ । ତା’ପରେ ନିଶା ଦିଆଯାଉ Direct Laryngoscopy (DL) କରାଯାଇ ସନ୍ଦେହ ଯାଗାରୁ ମାଂସ ପରୀକ୍ଷାରୁ ସାଧାରଣତଃ Squamous Cell Carcinomaବୋଲି କ୍ୟାନସର ଜଣାପଡେ ।ରୋଗ ବେଶୀହେଲେ ବେକର ଲସିକା ଗ୍ରନ୍ଥି Lymphnode ବଢିଯାଏ । ସେଥିରୁ ଛୁଞ୍ଚି ସାହାଯ୍ୟରେ FNAC ପରୀକ୍ଷା କରାଯାଏ ।

ମୁଖଗହ୍ଵର ଯତ୍ନ : ଦାନ୍ତଗୁଡିକୁ ନରମ ବ୍ରସ୍ ରେ ସାବଧାନତା ସହ ଘଷିବା ଉଚିତ୍ । ଏହା ସହିତ ଆଣ୍ଟିସେପ୍ଟିକ୍ ପାଟି ସଫା କରିବା ଔଷଧ ବ୍ୟବହାର କରିବା ଉଚିତ୍ । ମୁଖ ଗହ୍ଵର ଶୁଷ୍କ ଜଣାଗଲେ ଅଧିକ ପାଣି ପିଇବା ଉଚିତ୍ । ଯଦି ନ କମେ ଚିକିତ୍ସକଙ୍କ ପରାମର୍ଶ ନେବା ଦରକାର

ଆଧାର: ପଣ୍ଡା ମେଡିକଲ୍ ସେଣ୍ଟର,

3.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top